ନୂଆଦିଲ୍ଲୀ: ବୈଷୟିକ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଦୂରସଞ୍ଚାର ନେଟୱର୍କର ପ୍ରମୁଖ ଦୂରସଞ୍ଚାର ନେଟୱର୍କର ସଂଯୋଗ ବିଚ୍ଛିନ୍ନ ହେବା (ଆଉଟେଜ୍) ସମ୍ପର୍କରେ ଦୂରସଞ୍ଚାର ସେବା ପ୍ରଦାନକାରୀମାନେ ଭାରତୀୟ ଟେଲିଫୋନ ନିୟାମକ ପ୍ରାଧିକରଣ (ଟ୍ରାଇ)କୁ ସୂଚନା ଦେଉନଥିବା ଦେଖିବାକୁ ମିଳୁଛି। ଦୀର୍ଘ ସମୟ ଧରି ନେଟୱର୍କ ସଂଯୋଗ ବିଚ୍ଛିନ୍ନ ହେବାର ପ୍ରତିକୂଳ ପ୍ରଭାବ ବିଶେଷ କରି ସୀମାବର୍ତ୍ତୀ କ୍ଷେତ୍ର ଓ ପାର୍ବତ୍ୟାଞ୍ଚଳ ଉପରେ ପଡ଼ିଥାଏ। ଏହାଦ୍ୱାରା ପ୍ରଭାବିତ କ୍ଷେତ୍ରରେ ଦୂରସଞ୍ଚାର ସେବାର ଗୁଣବତ୍ତା ବାଧାପ୍ରାପ୍ତ ହୋଇଥାଏ। ପ୍ରମୁଖ ନେଟୱର୍କ ସଂଯୋଗ ବିଚ୍ଛିନ୍ନ ହେବାର ମୂଳ କାରଣକୁ ବୁଝିବା ଓ ଆବଶ୍ୟକତା ପଡ଼ିବା କ୍ଷେତ୍ରରେ ସେବା ପ୍ରଦାନକାରୀମାନଙ୍କୁ ସ୍ଥାନୀୟ ଅଧିକାରୀମାନଙ୍କ ଠାରୁ ଉପଯୁକ୍ତ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରରେ ଏଭଳି କୌଣସି ଆଉଟେଜ୍ ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛି। ଉପରୋକ୍ତ କାରଣକୁ ଦୃଷ୍ଟିରେ ରଖି ଦୂରସଞ୍ଚାର ଆକ୍ସେସ ସେବା ପ୍ରଦାନକାରୀଙ୍କୁ ନିମ୍ନଲିଖିତ ରିପୋର୍ଟ କରିବା ନିମନ୍ତେ…
Author: Samikhsya Bureau
ନୂଆଦିଲ୍ଲୀ: ଇପିଏଫ୍ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ର ୨୩୩ ତମ ବୈଠକ ଆଜି (୨୮-୦୩-୨୦୨୩) କେନ୍ଦ୍ର ଶ୍ରମ ଓ ନିୟୋଜନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହାର ଉପାଧ୍ୟକ୍ଷ ତଥା କେନ୍ଦ୍ର ଶ୍ରମ, ନିୟୋଜନ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି, ସହ ଉପାଧ୍ୟକ୍ଷ ତଥା ଶ୍ରମ ଓ ନିୟୋଜନ ସଚିବ ଆରତୀ ଆହୁଜା, ସଦସ୍ୟ ସଚିବ ନିଲମ ଶାମୀ ରାଓ, କେନ୍ଦ୍ରୀୟ ଭବିଷ୍ୟନିଧି ଆୟୁକ୍ତ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ବୋର୍ଡ ଇପିଏଫ୍ ସଦସ୍ୟମାନଙ୍କ ଖାତାରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବାଷିକ ୮.୧୫ ପ୍ରତିଶତ ସୁଧ ଜମା କରିବାକୁ ସୁପାରିସ କରିଛନ୍ତି। ସୁଧହାର ନେଇ ସରକାରୀ ବିଜ୍ଞପ୍ତି ଗେଜେଟରେ ପ୍ରକାଶ ପାଇବ ଓ ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ ପରେ ଇପିଏଫଓ ହିତାଧିକାରୀ ଖାତାଧାରୀଙ୍କ ଖାତାରେ ସୁଧହାର ବାବଦ ଅର୍ଥ ଜମା କରିବେ।…
ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଯୁବ ସର୍ଜନଙ୍କର ଏକ ଟିମ୍ ଜଣେ କ୍ୟାନ୍ସର ରୋଗୀଙ୍କର ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ଅଗ୍ନାଶୟ (ପାନ୍କ୍ରିଆସ) କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର ଏହି ଜଟିଳ ଅସ୍ତ୍ରୋପଚାର କରିଛନ୍ତି ସମ୍ ହସ୍ପିଟାଲ୍ର ସର୍ଜିକାଲ୍ ଟିମ୍। ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା ଟ୍ୟୁମରଟି ପ୍ରମୁଖ ରକ୍ତ ଧମନୀ ସିଲିଆକ୍ ଟ୍ରଙ୍କକୁ ଆକ୍ରାନ୍ତ କରିଥିଲା ଯାହାକି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଗ ସହ ମଧ୍ୟ ଜଡ଼ିତ ଥିଲା। ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏନ୍ଟେରୋଲଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଜ୍ୟୋର୍ତିମୟ ଜେନାଙ୍କ ନେତୃତ୍ୱରେ ଏକ ବହୁବିଧ ଟିମ୍ ଏହି ସମସ୍ୟାକୁ ନେଇ ଅନେକ ବିଚାରବିମର୍ଶ କରିବା ପରେ ଅସ୍ତ୍ରୋପଚାର ନିମନ୍ତେ ନିଷ୍ପତି ନେଇଥିଲେ। ଟ୍ୟୁମରଟି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଂଶ ଯେପରିକି ସିଲିଆକ୍ ଟ୍ରଙ୍କ୍, ଯକୃତକୁ ରକ୍ତବାହୀ ଧମନୀ, ପାକସ୍ଥଳୀ ଏବଂ…
ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ଅବିଶ୍ୱାସ ପ୍ରସ୍ତାବ ଆଣିପାରନ୍ତି। କଂଗ୍ରେସର ଏକ ଉଚ୍ଚ ଉତ୍ସକୁ ଉଦ୍ଧୃତ କରି ଏହି ସୂଚନା ଗ୍ରହଣ କରାଯାଇଛି। ସୋମବାର ଦିନ ଲୋକସଭାର ବାଚସ୍ପତିଙ୍କ ବିରୋଧରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ସମାପ୍ତ ହେବା ଏବଂ ଗୃହରେ ପକ୍ଷପାତିତା ଅଭିଯୋଗରେ ଏକ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇପାରେ। ବାସ୍ତବରେ ଗୁଜୁରାଟର ଏକ ସୁରଟ କୋର୍ଟ ଦ୍ୱାରା ୨୦୧୯ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବାର ଗୋଟିଏ ଦିନ ପରେ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଲୋକସଭାରୁ ଅଯୋଗ୍ୟ ହୋଇଥିଲେ। ଚାରି ଚାରିଥର ସାଂସଦ ରହିଥିବା ରାହୁଲ ଗାନ୍ଧୀ ଅଯୋଗ୍ୟତା କାରଣରୁ ଆଠ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ, ଯଦି ହାଇକୋର୍ଟ ଦ୍ଵାରା ଏହି ଦଣ୍ଡାଦେଶ ଉପରେ ରୋକ ଲଗାଯାଏନାହିଁ। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହି ପ୍ରସଙ୍ଗରେ କ୍ରମାଗତ ଭାବରେ ସଂସଦରେ ହଙ୍ଗମା ସୃଷ୍ଟି କରୁଛନ୍ତି ଏବଂ ସଂସଦ ବାହାରେ ପ୍ରଦର୍ଶନ…
ଭୁବନେଶ୍ୱର: ଓଡ଼ିଶାରେ ମରୁଡି ପରିସ୍ଥିତିର ମୁକାବିଲା ନିମନ୍ତେ ବହୁବିଧ ବିଶେଷଜ୍ଞତାର ଏକତ୍ରିକରଣ, ତଥ୍ୟର ଅନୁଶୀଳନ ଏବଂ ମରୁଡି ସଂପର୍କରେ ଆଗୁଆ ସଂକେତ ବ୍ୟବସ୍ଥା ସମ୍ପର୍କରେ ଶିକ୍ଷା ଓ ଅନୁସନ୍ଧାନରେ ଅନୁଷ୍ଠିତ ଏକ ଆନ୍ତର୍ଜାତିକ କର୍ମଶାଳାରେ ବିଶେଷଜ୍ଞମାନେ ଆଲୋଚନା କରିଛନ୍ତି। ଏହି କର୍ମଶାଳାରେ ଆମେରିକାର ଟେକ୍ସାସ୍ ଏ ଆଣ୍ଡ ଏମ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ବିନାୟକ ମହାନ୍ତି ଯୋଗ ଦେଇ ମରୁଡି ପରିସ୍ଥିତିରେ ଭଲ ଫସଲ ଓ ଜଳ ପରିଚାଳନା କ୍ଷେତ୍ରରେ ସଏଲ ମଏଶ୍ଚର ଡାଏନାମିକ୍ସ ଓ ଟେମ୍ପୋରାଲ୍ ଭାରିଏବିଲିଟି ଉପରେ ଗୁରୁତ୍ୱାରୋପ କରିଥିଲେ। ସୋଆ ପରିଚାଳିତ ସେଂଟର ଫର୍ କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲ୍ଚର (ସିସିଏସ୍ଏ) ଓ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟି ଭୁବନେଶ୍ୱର ଶାଖାର ମିଳିତ ସହଯୋଗରେ ‘ଡ୍ରଟ ସିନାରିଓ ଇନ୍ ଓଡ଼ିଶା: ଆଡାପ୍ଟେସନ୍ ଆଣ୍ଡ ମିଟିଗେସନ୍ ଷ୍ଟ୍ରାଟେଜିସ୍’ ଶୀର୍ଷକ ଏହି କର୍ମଶାଳା ଆୟୋଜିତ ହୋଇଥିଲା। ସଏଲ୍ ମଏଶ୍ଚର, ସଏଲ୍ ହାଇଡ୍ରୋଲିକ୍ସ ଓ ଇଭାପୋଟ୍ରାନ୍ସପିରେସନ୍ ଉପରେ ସାଟେଲାଇଟ୍ ରିମୋଟ୍ ସେନ୍ସିଂ ଟୁଲ୍ ବ୍ୟବହାର କରି…
ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ଉତ୍କଳ ଦିବସରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ମାସ ବ୍ୟାପୀ ଜି-୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ନିତା ପ୍ରସାଦ ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୋନାଲ ମିଶ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତାକୁ ସଫଳ ଓ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ‘ଜନ ଭାଗିଦାରୀ’ ପାଇଁ ପ୍ରୟାସ କରାଯିବ। ଏହି ଏକ ମାସବ୍ୟାପୀ କାର୍ଯ୍ୟକ୍ରମ ସମୟରେ ମାସେବ୍ୟାପୀ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଯୋଗିତା ଆୟୋଜନ ସହ ଏପ୍ରିଲ ୨୭ ରୁ ୨୯ ତାରିଖ ତିନି ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ମେ’ ଫେୟାର ହୋଟେଲରେ ‘ଶିକ୍ଷା ଓ୍ୱାର୍କିଂ ଗ୍ରୁପ’ର ତୃତୀୟ ବୈଠକ ଆୟୋଜନ କରାଯିବ। ଏଥିରେ ଜି-୨୦ ସମୂହ ଦେଶର ପ୍ରତିନିଧିମଣ୍ଡଳୀ…
ନୂଆଦିଲ୍ଲୀ: ଜନସାଧାରଣ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଛନ୍ତି ଏବଂ ବର୍ତ୍ତମାନ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି ଯେ, ପାରାସିଟାମୋଲ ସହିତ ଅନେକ ଜରୁରୀ ଔଷଧର ମୂଲ୍ୟ ଏପ୍ରିଲ ମାସରୁ ବୃଦ୍ଧି ପାଇବ। ଆଣ୍ଟିବାୟୋଟିକ୍, ଆଣ୍ଟି-ଇନଫେକ୍ଟିଭ୍, ଯନ୍ତ୍ରଣାକାରୀ, ହୃଦ ରୋଗ ପାଇଁ ଔଷଧ ଏହି ଔଷଧ ତାଲିକାର ଶୀର୍ଷରେ ଅଛି। ଫାର୍ମାସ୍ୟୁଟିକାଲ୍ କମ୍ପାନୀ ବର୍ତ୍ତମାନ ହୋଲ୍ ସେଲରେ ଔଷଧକୁ ମହଙ୍ଗା ମୂଲ୍ୟରେ ବିକ୍ରି କରିବେ। ‘ହୋଲ୍ ସେଲ ଇଣ୍ଡେକ୍ସ’ର ବାର୍ଷିକ ଔଷଧ ଖର୍ଚ୍ଚ ମଧ୍ୟ ବୃଦ୍ଧି କରାଯାଇଛି। ରାଷ୍ଟ୍ରୀୟ ଫାର୍ମାସ୍ୟୁଟିକାଲ୍ ମୂଲ୍ୟ ନିର୍ଧାରଣ ପ୍ରାଧିକରଣ (NPPA) କହିଛି ଯେ, 2022 ମସିହାରେ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଇ) 12.12 ପ୍ରତିଶତ ବୃଦ୍ଧି ପାଇଛି। ବର୍ତ୍ତମାନ 2023 ବର୍ଷରେ ପୁଣି ଥରେ ଏହି ଔଷଧର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି। ଯାହା ଏପ୍ରିଲ୍ 2023 ରୁ ଲାଗୁ ହେବ।
ଭୁବନେଶ୍ବର: ଚଳିତ ବର୍ଷ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଆସନ୍ତାକାଲି ବୁଧବାରରେ ଅନୁଷ୍ଠିତ ହେବ। ଏଥର ଅପରାହ୍ନ ୩ ଟା ୩୦ ମିନଟରେ ରଥ ଟଣାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ଏହି ରଥଯାତ୍ରାର ମହତ୍ବ ବେଶ ଗୁରୁତ୍ବପୂର୍ଣ୍ଣ। ଆସନ୍ତୁ ଜାଣିବା ଏହି ରଥଯାତ୍ରା ପଛରେ କଣ ରହିଛି ରହସ୍ୟ। ସାଧାରଣତଃ ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ରଥଯାତ୍ରାକୁ ରୁକୁଣା ରଥଯାତ୍ରା ବୋଲି କୁହାଯାଇଥାଏ। ସାଧାରଣତଃ ଅଶୋକାଷ୍ଟମୀ ପରେ ପଡିଥାଏ ରାମ ନବମୀ। ପରଦିନ ରାମ ନବମୀ ପଡୁଥିବାରୁ ସାଧାରଣତଃ ଅଶୋକାଷ୍ଟମୀ ଅଶୋକ ବନ ସହିତ ଯୋଡି ହୋଇଥାଏ। ଏହି ଦିନ ମା ସୀତା ଦେବୀ ଅଶୋକ ଜଳପାନ କରି ସବୁ ଦୁଃଖ ଭୁଲିଯାଇଥିଲେ ବୋଲି ଲୋକ କଥା ରହିଛି। ରୁକୁଣା ରଥ ଯାତ୍ରାର ମହତ୍ବ ଏକ୍ରାମ କ୍ଷେତ୍ରର ଅଧୀଶ୍ୱର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ। ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ…
ସ୍ୱାସ୍ଥ୍ୟ ଟିପ୍ସ: ଆଜିକାଲି ପ୍ରଦୂଷଣ ବୃଦ୍ଧି ଏବଂ ଭୁଲ ଖାଇବା ଅଭ୍ୟାସ ଯୋଗୁଁ ଅଧିକାଂଶ ଲୋକଙ୍କଠାରେ ଅମ୍ଳଜାନର ଅଭାବ ଦେଖାଦେଇଥାଏ। ଏପରି ପରିସ୍ଥିତିରେ, ଆପଣ ଏପରି ଜିନିଷ ଖାଇବା ଉଚିତ୍ ଯାହା ଶରୀରରେ ଅମ୍ଳଜାନର ସ୍ତର ବଢାଇଥାଏ। ଏଠାରେ ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବୁ, ଯେଉଁଥିପାଇଁ ଆପଣଙ୍କ ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ହେବା ସହିତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୃଢ ହୋଇଥାଏ। ଆସନ୍ତୁ ଜାଣିବା….. ଅମ୍ଳଜାନ ସ୍ତର ବୃଦ୍ଧି ପାଇଁ ଏହି ଜିନିଷଗୁଡିକ ବ୍ୟବହାର କରନ୍ତୁ: ପ୍ରଚୁର ଜଳ ପିଅନ୍ତୁ: ଅମ୍ଳଜାନ ସ୍ତର ବଢାଇବା ପାଇଁ ଖାଦ୍ୟରେ ପାଣି ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଆମ କୋଷଗୁଡ଼ିକ ନିଶ୍ୱାସ ନେବା ଆବଶ୍ୟକ କରନ୍ତି ଏବଂ ଯେତେବେଳେ ଆମେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇଥାଉ, ଆମ ଶରୀର କୋଷକୁ ଅମ୍ଳଜାନ ଦେଇଥାଏ। ତେଣୁ ନିୟମିତ ଭାବେ ପ୍ରଚୁର ପାଣି ପିଅନ୍ତୁ। କମ୍ ଲୁଣିଆ ଖାଦ୍ୟ ଖାଆନ୍ତୁ:…
ନୂଆଦିଲ୍ଲୀ: ଆଜି ଉମେଶ ପାଲ ଅପହରଣ ମାମଲାର ସାଂସଦ-ବିଧାୟକ କୋର୍ଟ ରାୟ ଶୁଣାଇଛନ୍ତି। ମାଫିଆ ତିକ୍ ଅହମ୍ମଦଙ୍କ ସମେତ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅତିକଙ୍କ ଭାଇ ଆଶରଫ ଅହମ୍ମଦଙ୍କ ସମେତ ୭ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୦୫ ରେ ବିଏସପି ବିଧାୟକ ରାଜୁ ପାଲ ହତ୍ୟା ମାମଲାର ସାକ୍ଷୀ ଉମେଶ ପାଲଙ୍କୁ ଅପହରଣ ମାମଲାରେ ପୂର୍ବତନ ସାଂସଦ ଅତିକ୍ ଅହମ୍ମଦଙ୍କ ଉପରେ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ସ୍ଵତନ୍ତ୍ର ସାଂସଦ-ବିଧାୟକ କୋର୍ଟ ତାଙ୍କ ନିଷ୍ପତ୍ତିରେ ପୂର୍ବତନ ସାଂସଦ ତଥା ଅନ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅତିକ୍ ଅହମ୍ମଦଙ୍କ ସମେତ ତିନିଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ କୋର୍ଟ ସେମାନଙ୍କ ଉପରେ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଏହି ଜରିମାନା ଉମେଶ ପାଲଙ୍କ ପରିବାର ସଦସ୍ୟଙ୍କୁ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗିରିସୋଲା ଗ୍ରାମର ରଶ୍ମିତା ନାୟକ ନାମ୍ନୀ ଜଣେ ୧୭ ବର୍ଷୀୟା ଯୁବତୀ ନିଖୋଜ ହୋଇଯାଇଥିଲେ। ଏନେଇ ଯୁବତୀଙ୍କ ମାଁ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏତଲା ନଂ ୪୩୫/୨୨ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏହା ମଧ୍ୟରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଛତିଶଗଡ଼ ରାଜଧାନୀ ରାୟପୁର ଅଞ୍ଚଳରୁ ଜଣେ ସମ୍ପର୍କୀୟଙ୍କ ଘରୁ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଏବଂ ସେଠାରୁ ଓଡିଶା ଆଣି ଭଞ୍ଜନଗର ଅଦାଲତରେ ବ୍ୟକ୍ତିଗତ ରେକର୍ଡ କରିବା ପରେ ଯୁବତୀଙ୍କୁ ତାଙ୍କ ମା’ଙ୍କୁ ହସ୍ତାନ୍ତର କରିଥିଲେ।
ନୂଆଦିଲ୍ଲୀ: ପ୍ରୟାଗରାଜର ସ୍ୱତନ୍ତ୍ର ସାଂସଦ-ବିଧାୟକ କୋର୍ଟ ଉମେଶ ପାଲ ଅପହରଣ ମାମଲାରେ ଏହାର ରାୟ ଦେଇଛନ୍ତି। ଏହି ୧୭ ବର୍ଷ ପୁରୁଣା ଅପହରଣ ମାମଲାରେ କୋର୍ଟ ମାଫିଆ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇଙ୍କ ସମେତ ୧୦ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଜି ଅପରାହ୍ନରେ କୋର୍ଟ ଏହି ରାୟ ଦେଇଛନ୍ତି। ତେବେ ଏହାପୂର୍ବରୁ ଉମେଶ ପାଲଙ୍କ ପତ୍ନୀ ଜୟା ପାଲ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ କୋର୍ଟକୁ ଯାଉନାହିଁ। ମୁଁ ମୋ ଘରେ ରହି ଅହମ୍ମଦଙ୍କ ମୃତ୍ୟୁ ଦଣ୍ଡ ପାଇଁ ପ୍ରାର୍ଥନା କରିବି। ଅହମ୍ମଦ ଏବଂ ଅଶ୍ରଫ ମଧ୍ୟ ଗତ ମାସରେ ୨୦୦୫ ରାଜୁ ପାଲ ହତ୍ୟାକାଣ୍ଡର ପ୍ରମୁଖ ସାକ୍ଷୀ ଉମେଶ ପାଲଙ୍କ ହତ୍ୟା ଷଡଯନ୍ତ୍ରରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ୧୧ ଟି ଭାଷାରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ’ର ପୋଷ୍ଟର ପ୍ରକାଶ କରିଛି। ଆମ୍ ଆଦମୀ ପାର୍ଟି ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ସାରା ଦେଶରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ’ର ପୋଷ୍ଟର ଲଗାଇବାକୁ ଯାଉଛି। ଦିଲ୍ଲୀରେ ଏଭଳି ପୋଷ୍ଟର ଲଗାଇବା ପରେ ଦିଲ୍ଲୀ ପୋଲିସ ୧୦୦ ରୁ ଅଧିକ ଏଫଆଇଆର ଦାଖଲ କରିଥିଲା ଏବଂ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଏହି ସ୍ଲୋଗାନ ଅନୁଯାୟୀ ମାର୍ଚ୍ଚ ୨୩ ତାରିଖରେ ଆମ୍ ଆଦମୀ ପାର୍ଟି ଜନ୍ତର ମନ୍ତ୍ରରେ ଏକ ବିରାଟ ସାଧାରଣ ସଭା ଆୟୋଜନ କରିଥିଲା, ଯାହାକୁ ଅରବିନ୍ଦ କେଜ୍ରିୱାଲ ଏବଂ ଭଗବନ୍ତ ମନ ସମ୍ବୋଧିତ କରିଥିଲେ। ଏହି ସାଧାରଣ ସଭାରେ ଦଳର ଦିଲ୍ଲୀ ରାଜ୍ୟ ସଂଯୋଜକ ଗୋପାଳ ରାୟ ଘୋଷଣା କରିଛନ୍ତି ଯେ, ମାର୍ଚ୍ଚ ୩୦ ତାରିଖରେ ଆମ୍ ଆଦମୀ ପାର୍ଟି ସାରା ଦେଶରେ ‘ମୋଦୀ ହଟାଅ ଦେଶ ବଞ୍ଚାଅ’ର ପୋଷ୍ଟର ଲଗାଇବ। ହିନ୍ଦୀ,…
ଭୁବନେଶ୍ବର: ଆସନ୍ତାକାଲି ବୁଧବାରରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ବୈଠକରେ ନୀତି ନିର୍ଘଣ୍ଟ ହୋଇଯାଇଛି। ସେହି ଅନୁସାରେ ଭୋର ୫ଟାରେ ଠାକୁରଙ୍କ ଆଳତି, ଅବକାଶ ନୀତି ସମ୍ପନ୍ନ ହୋଇ ୫ଟା ୩୦ରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ଦର୍ଶନ ରହିବ। ସକାଳ ୭ଟାରୁ ୮ଟା ମଧ୍ୟରେ ସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା ବିଧିମତେ କରାଯିବ। ଶ୍ରୀଜିଉଙ୍କ ବଲ୍ଲଭ, ମା’ ଗୋପାଳୁଣୀ ଠାକୁରାଣୀଙ୍କ ବଲ୍ଲଭ ଆଦି ସମାପନ ପରେ ପୂର୍ବାହ୍ନ ୯ଟା ୧୫ ସୁଦ୍ଧା ସକାଳ ଧୂପ ନୀତି ସରିବ। ଭୋଗ ମଣ୍ଡପ ନୀତି ୯ଟା ୪୫ରେ ଆରମ୍ଭ ହୋଇ ଘଣ୍ଟାକ ଭିତରେ ସରିବ। ଏହାପରେ ଅନ୍ୟାନ୍ୟ ପୂଜାନୀତି ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ। ସାଢ଼େ ୧୨ଟାରୁ ସାଢ଼େ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ। ଅପରାହ୍ନ…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରୁ ଗାଙ୍ଗପୁର ପୋଲିସ ୫ ଟି ମୁଲ୍ୟବାନ ମୋବାଇଲ ଫୋନ ଜବତ କରିଛି। ଘଟଣାରୁ ପ୍ରକାଶ ଯେ, ଗାଙ୍ଗପୁର ଥାନା ପୋଲିସ୍ ପାଟ୍ରୋଲିଂ କରୁଥିବା ସମୟରେ ମୁଖ୍ୟ ରାସ୍ତାରେ ପୋଲିସ୍ କୁ ଦେଖି ଜଣେ ବ୍ୟକ୍ତି ବିଚଳିତ ହୋଇ ଯାଇଥିଲା। ଯ’ଦ୍ଵାରା ପୋଲିସ ସନ୍ଦେହ ପ୍ରକଟ କରି ଭଞ୍ଜନଗର ତୋଟା ସାହିର ମାଧବ ରାଇ ନାମକ ଉକ୍ତ ବ୍ୟକ୍ତିଙ୍କୁ ଧରି ଥାନାରେ ଆଣି ଜେରା କରିବା ବେଳେ ତାଠାରୁ ୫ ମୁଲ୍ୟବାନ ମୋବାଇଲ ଫୋନ ଜବତ କରିଥିଲେ ଓ କେଶ୍ ନଂ ୨୦୧/୨୩ ପ୍ରକାରେ ତାକୁ ଆସ୍କା କୋର୍ଟକୁ ଚାଲାଣ କରିଛନ୍ତି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାର ମୁଖ୍ୟ ରାସ୍ତାରେ ଦୁଇ ଜଣ ଯୁବକ ଓ ଯୁବତୀ କଥା ହେଉଥିବା ବେଳେ ହଠାତ୍ ଜଣେ ଖଣ୍ଡାଧାରୀ ଯୁବକ ଉକ୍ତ ଦୁଇ ଜଣଙ୍କୁ ଅତର୍କିତ ଭାବେ ଚୋଟ ପରେ ଚୋଟ ପକାଇ ଚାଲିଯାଇଥିଲା। ଜୀବନ ବଞ୍ଚାଇବା ପାଇଁ ଗୁରୁତର ଅବସ୍ଥାରେ ଉଭୟ ନିକଟସ୍ଥ ଏକ ଘର ଭିତରେ ପସିଯାଇଥିଲେ। ଯାହାପରେ ଆକ୍ରମଣକାରୀ ଯୁବକ ସେଠାରୁ ଫେରାର ହୋଇଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଦୁଇଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇ ଥିଲେ ଓ ଘଟଣାର ଅନୁସନ୍ଧାନ ଚଳାଇଛନ୍ତି। ଆହତ ଯୁବକ ଜଣକ ରାଜେଶ କୁମାର ରାଉତ ଓ ଯୁବତୀ ଜଣକ ମୋନିକା ନାୟକ ବୋଲି ଜଣାପଡିଛି। ପୁର୍ବ ଶତ୍ରୁତା ଯୋଗୁଁ ଏହି ଭଳି ଘଟଣା ଘଟିଥିବା ଜଣାପଡିଛି।
ମୁମ୍ୱାଇ: ହିନ୍ଦୁତ୍ୱ ଆଦର୍ଶବାଦୀ ବିନାୟକ ଦାମୋଦର ସାବରକରଙ୍କ ନାତି ସୋମବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲୋଡିଛନ୍ତି ଏବଂ ବ୍ରିଟିଶ ଶାସନରେ ସାବରକର କ୍ଷମା ମାଗିବାର ପ୍ରମାଣ ପ୍ରସ୍ତୁତ କରିବାକୁ କହିଛନ୍ତି। ରାହୁଲ ଗାନ୍ଧୀଙ୍କୁ ବିଭିନ୍ନ ପ୍ରସଙ୍ଗରେ କ୍ଷମା ମାଗିବା ପାଇଁ ଭାରତୀୟ ଜନତା ପାର୍ଟି ଦାବି କରିଆସିଛୁ। ଯାହାକୁ ନେଇ ରାହୁଲ ଗାନ୍ଧୀ ଶନିବାର କହିଥିଲେ ଯେ, ମୋର ନାମ ସାବରକର ନୁହେଁ, ମୋର ନାମ ଗାନ୍ଧୀ ଏବଂ ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ। “ପୂର୍ବତନ କଂଗ୍ରେସ ସଭାପତି ଲୋକସଭାରୁ ଅଯୋଗ୍ୟ ହେବା ପରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିବାବେଳେ ଏହା କହିଥିଲେ। ମନ୍ତବ୍ୟକୁ ପିଲାଳିଆମୀ ବର୍ଣ୍ଣନା କରି ସାବରକରଙ୍କ ନାତି ରଣଜିତ୍ ସାବରକର କହିଛନ୍ତି ଯେ, ରାହୁଲ ଗାନ୍ଧୀ କହୁଛନ୍ତି ଯେ ସେ କ୍ଷମା ମାଗିବେ ନାହିଁ, କାରଣ ସେ ସାବରକର ନୁହଁନ୍ତି … ମୁଁ ତାଙ୍କୁ ଆହ୍ଵାନ ଦେଉଛି ଯେ, ସାବରକର କ୍ଷମା…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପବିତ୍ର ସପ୍ତମୀ ପରିପ୍ରେକ୍ଷୀରେ ବଡ଼ି ଭୋରରେ ବାଣପୁରସ୍ଥିତ ପ୍ରସିଦ୍ଧ ମା’ ଭଗବତୀ ମନ୍ଦିର ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର। ଶ୍ରୀ ପାତ୍ର ସକାଳୁ ମା’ ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲୋଡିଛନ୍ତି। ସେ ମନ୍ଦିର ପରିସରରେ କିଛି ସମୟ ଅତିବାହିତ କରିବା ସହ ସେଠାରେ ଜାରି ରହିଥିବା ବାସନ୍ତିକ ନବରାତ୍ରି ବିଶ୍ଵଶାନ୍ତି ମହାଯଜ୍ଞ ସ୍ଥଳ ପରିକ୍ରମା କରିଥିଲେ। ଆଧ୍ୟାତ୍ମିକ ଚିନ୍ତନରେ ବିଶ୍ୱାସ ରଖୁଥିବା ଶ୍ରୀ ପାତ୍ର ଏହି ନବରାତ୍ରିରେ ନବ ଦିନ ଉପବାସ କରୁଥିବାର ଜଣାପଡିଛି l ଜଣେ ବିଚକ୍ଷଣ ରାଜନେତା ସମେତ ନିଜର ବାକଚତୁରିରେ ବିରୋଧିଙ୍କୁ ଧରାଶାୟୀ କରି ପାରୁଥିବା ଶ୍ରୀ ପାତ୍ର ଆଗାମୀ ପୁରୀ ଲୋକସଭା ନିର୍ବାଚନ ପାଇଁ ସମସ୍ତ ସାତଗୋଟି ନିର୍ବାଚନମଣ୍ଡଳିରେ ନିରନ୍ତର ସଂଗଠନ ଜାରି ରଖିଥିବାର ଦେଖିବାକୁ ମିଳୁଛି। ଆନୁଷ୍ଠାନିକ ଭାବେ ଘୋଷଣା ନହେଲେ ସୁଦ୍ଧା ଚଳିତ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା…
ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ନିଜର ଖରାପ ଫର୍ମ ସହ କ୍ରମାଗତ ଭାବରେ ସଂଘର୍ଷ କରୁଛନ୍ତି। ରାହୁଲଙ୍କ ଏହି ଖରାପ ଫର୍ମ ଧୀରେ ଧୀରେ ତାଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ଥରେ, ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ କୁହାଯାଉଥିବା କେ.ଏଲ୍ ରାହୁଲଙ୍କ ପାଇଁ ଦଳରେ ସ୍ଥାନ ପାଇବା କଷ୍ଟକର ହୋଇପଡିଛି। ବର୍ତ୍ତମାନ ବିସିସିଆଇ କେଏଲ ରାହୁଲଙ୍କ ବିଷୟରେ ଆଉ ଏକ ବଡ ନିଷ୍ପତ୍ତି ନେଇଛି ଏବଂ ସୂଚାଇ ଦେଇଛି ଯେ, ରାହୁଲ ଚଳିତ ବର୍ଷ ଖେଳାଯିବାକୁ ଥିବା ଏକଦିବସୀୟ ବିଶ୍ୱକପରେ ଖେଳିବା କଷ୍ଟକର। ବାସ୍ତବରେ ବିସିସିଆଇ ରାହୁଲଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ପଦରୁ ହଟାଇ ଦେଇଛି। ଗତ ରବିବାର ଅର୍ଥାତ୍ ମାର୍ଚ୍ଚ ୨୬ ତାରିଖରେ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମା ତାଲିକା ବିସିସିଆଇ ଦ୍ୱାରା ପ୍ରକାଶ ପାଇଥିଲା। ଏହି ତାଲିକାରେ କେ.ଏଲ୍ ରାହୁଲଙ୍କୁ ଏକ ବଡ ଝଟକା ଲାଗିଛି। ଏଥର ତାଙ୍କର ପଦୋନ୍ନତି ବଦଳରେ ଅବନତି ହୋଇଛି। ଗତ ଥର କେ.ଏଲ୍…
ନୂଆଦିଲ୍ଲୀ: ମୁସଲମାନ ଧର୍ମରେ ମକ୍କା ମଦିନା ଏକ ପବିତ୍ର ସ୍ଥାନ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ସେଠାକୁ ଯାଆନ୍ତି। ସାଉଦି ରାଜ୍ୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ପବିତ୍ର ସହର ମକ୍କାକୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ସୋମବାର ଦିନ ଏକ ସେତୁରେ ଧକ୍କା ହୋଇଥିଲା। ମୁହାଁମୁହିଁ ଧକ୍କା ହେବା ପରେ ଏଥିରେ ନିଆଁ ଲାଗିଥିଲା ଯେଉଁଥିରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଦୁଇ ଡଜନରୁ ଅଧିକ ଲୋକ ଆହତ ହୋଇଥିଲେ। ଦକ୍ଷିଣ ଅସୀର ପ୍ରଦେଶରେ ଏହି ଘଟଣା ଇସଲାମର ସବୁଠାରୁ ପବିତ୍ର ସହର ମକ୍କା ଏବଂ ମଦିନାକୁ ତୀର୍ଥଯାତ୍ରୀ ପରିବହନ କରୁଥିବା ସମୟରେ ଘଟିଥିଲା। ଯାତ୍ରୀମାନଙ୍କୁ ନିରାପଦରେ ପରିବହନ କରିବା ସମୟରେ ସର୍ବଦା ନିରନ୍ତର ଆହ୍ଵାନର ସମ୍ମୁଖୀନ ହେବାକୁ ପଡେ।
ନୂଆଦିଲ୍ଲୀ: ନବରାତ୍ରିରେ ନଅ ଦିନ ଧରି ବିଭିନ୍ନ ପ୍ରକାରର ମା ଦୁର୍ଗାଙ୍କୁ ପୂଜା କରିବାର ମହତ୍ଵ ରହିଛି। ନବରାତ୍ରୀ ମା ଶୈଳପୁତ୍ରୀଙ୍କୁ ପ୍ରଥମ ଦିନରେ, ଦ୍ୱିତୀୟ ଦିନ ମା ବ୍ରହ୍ମଚାରିଣୀ, ତୃତୀୟ ଦିନ ମା ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନ ମା କୁଷ୍ମାଣ୍ଡା, ପଞ୍ଚମ ଦିନ ମା ସ୍କନ୍ଦମାତା ଏବଂ ଷଷ୍ଠ ଦିନରେ ମା କାତ୍ୟାୟନୀଙ୍କୁ ପୂଜା କରାଯାଏ। ବର୍ତ୍ତମାନ ଆଜି ଅର୍ଥାତ ମଙ୍ଗଳବାର, ମାର୍ଚ୍ଚ ୨୮ ତାରିଖରେ ନବରାତ୍ରୀର ସପ୍ତମ ଦିନ, ମା ଦୁର୍ଗାଙ୍କର ସପ୍ତମ ରୂପ ମା କାଳରାତ୍ରୀଙ୍କୁ ପୂଜା କରାଯିବ। ମା କାଳରାତ୍ରୀଙ୍କୁ ପୂଜା କଲେ ଆଶୁରୀ ଶକ୍ତି ଏବଂ ଦୁଷ୍ଟମାନଙ୍କ ବିନାଶ ହୋଇଥାଏ। ରାତିରେ ଦେବୀ କାଳରାତ୍ରୀଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଶୁମ୍ବ ଏବଂ ନିଶୁମ୍ବଙ୍କ ସହିତ ରକ୍ତବିଜକୁ ଧ୍ୱଂସ କରିବାକୁ ଦେବୀ କାଲରାତ୍ରୀଙ୍କ ରୂପ ନେଇଥିଲେ। ଆସନ୍ତୁ ଜାଣିବା ମା କାଲରାତ୍ରୀଙ୍କ ପୂଜା ପଦ୍ଧତି। ମା କାଳରାତ୍ରୀଙ୍କ ରୂପ: ଦେବୀ…

