ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ସଚେତନତା ସୃଷ୍ଟି ଲାଗି ରାଜ୍ୟବ୍ୟାପୀ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଗୁରୁବାର ଦିନ ଆଇଆଇଏମ ସମ୍ବଲପୁର ସହଯୋଗରେ କେନ୍ଦ୍ରୀୟ ବିଦ୍ୟାଳୟ ଦେବଗଡ଼ ଠାରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଜି-୨୦ ରାଷ୍ଟ୍ରଗୋଷ୍ଠୀର ପ୍ରାସଙ୍ଗିକତା ଉପରେ ବକ୍ତବ୍ୟ ରଖିଥିଲେ।
Author: Samikhsya Bureau
ଭୁବନେଶ୍ବର: ଆଜି ଝାରସୁଗୁଡା ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ଝାରସୁଗୁଡାରେ ଥିବା ଜିଲ୍ଲାପାଳ ସରୋଜ ସାମଲଙ୍କ ବଦଳି ହୋଇଛି। ଏବେ ନୂଆ ଜିଲ୍ଲାପାଳ ଭାବେ ୨୦୧୫ ଆଇଏଏସ୍ ଆବୋଲି ସୁନୀଲ ନରଭଣେ ଯୋଗଦେବେ। ସୁଶ୍ରୀ ନରଭଣେ ବର୍ତ୍ତମାନ ସୋନପୁର ଜିଲ୍ଲାପାଳ ଦାୟିତ୍ୱରେ ଅଛନ୍ତି। ସେ ତୁରନ୍ତ ଝାରସୁଗୁଡାରେ ଯୋଗଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ମେ 10 ତାରିଖରେ ଝାରସୁଗୁଡା ଉପନିର୍ବାଚନ ହେବ। ବର୍ତ୍ତମାନ ସେଠାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି। ଏପରି ପରିସ୍ଥିତିରେ ଝାରସଗୁଡା ଜିଲ୍ଲାପାଳ ସରୋଜ ସାମଲଙ୍କୁ କଣ ପାଇଁ ବଦଳି କରାଗଲା ତାହା ଜଣାପଡି ନାହିଁ।
ଖୋର୍ଦ୍ଧା: ଆଜି ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗର ଏସ. କେ ଲୋହାନି, ମୁଖ୍ୟ ସଚିବ ଵି.ପରମେଶ୍ୱର, ନିର୍ଦ୍ଦେଶକ, ପ୍ରମୋଦ କୁମାର ନାୟକ ମୁଖ୍ୟ ଯନ୍ତ୍ରୀ, ଆର. ଡବ୍ଲୁ. ଏସ. ଏସ (ଗ୍ରାମୀଣ ଜଳ ପରିମଳ ସେବା, ରଶ୍ମିତା ଦାଶ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ, ଦିଗନ୍ତ ରାଉତରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବେଗୁନିଆ, ରଜନୀକାନ୍ତ ପାଣିଗ୍ରାହୀ, ଆଶିଷ୍ଟଣ୍ଟ ଯନ୍ତ୍ରୀ, ଆର. ଡବ୍ଲୁ. ଏସ ଏସ, ଗୁଣ୍ଡିଚା ବେହେରା, ଆସିଷ୍ଟାଣ୍ଟ ଡିରେକଟର, ଓରମାସ, ପ୍ରମୁଖ ପ୍ରଥମେ ବୈଦେଶ୍ଵର ଠାରେ ମହାନଦୀ ପାନୀୟ ପ୍ରକଳ୍ପ In take well ର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦ୍ୱିତୀୟରେ ସାନ ନୟାପଲ୍ଲୀ water Treatment plant ତ୍ୱରାନ୍ୱିତ କରିବାକୁ ଏବଂ push palla water Treatment plant ତ୍ୱରାନ୍ୱିତ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ଆଜି ପ୍ରତିଷ୍ଠାନ ପକ୍ଷରୁ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ର ତିଷ୍ଠାନ ପରିସରରେ ଥିବା ପ୍ରାୟୋଗିକ ବହୁଉଦ୍ଦେଶୀୟ ବିଦ୍ୟାଳୟ (ଡିଏମ) ସ୍କୁଲର ଛାତ୍ରଛାତ୍ରୀଙ୍କୁ ୪ଟି ଦଳରେ ବିଭକ୍ତ କରାଯାଇ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପକାଶ ଚନ୍ଦ୍ର ଅଗ୍ରୱାଲ ଡିଏମ ସ୍କୁଲର ଅଧ୍ୟକ୍ଷ ଏ ମିଶ୍ର, ଡିନ୍ ପ୍ରଫେସର ଏସ.ଆର ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଜି୨୦, ନିପୁଣ, ଜାତୀୟ ଶିକ୍ଷା ନୀତି, ଡିଜିଟାଲ ଅଧ୍ୟୟନ ଆଦି ବିଷୟକୁ ନେଇ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।
ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟରେ ‘ଜିରୋ ଫାଟାଲିଟ ଉଇକ୍’ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ। ରାସ୍ତା ସାରା ଜଗି ରହୁଛନ୍ତି ପୋଲିସ ଏବଂ ଆରଟିଓ କର୍ମଚାରୀ। ହେଲମେଟ, ଗାଡି କାଗଜପତ୍ର, ସିଟ ବେଲଟ, ମଦ ପିଇ ଗାଡିଚାଳନା ଏବଂ ନାବାଳକ ଡ୍ରାଇଭରକୁ ଉଭୟ ବିଭାଗ ଧରିବାରେ ଲାଗିଛି। ଆଜି ପୂର୍ବାହ୍ନରୁ ରାତ୍ରି ପର୍ଯ୍ୟନ୍ତ ବାଣପୁର ଓ ବାଲୁଗାଁ ପୋଲିସର ସହଯୋଗରେ ଆରଟିଓ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରିଥିଲା। ଏହି ପରିପ୍ରେକ୍ଷୀରେ ବାଲୁଗାଁ ଥାନା ଅଞ୍ଚଳରୁ ୨ ଲକ୍ଷ ୫ ହଜାର ତାଙ୍କର ମିଳିତ ଫାଇନ ଆଦାୟ ହୋଇଥିବା ବେଳେ ବାଲୁଗାଁ ପୋଲିସ ଦୁଇ କଲେଜ ଛାତ୍ରଙ୍କ ବାଇକ ଜବତ କରିବା ସହ ସେମାନଙ୍କ ଅଭିଭାବକମାନଙ୍କ ଉପରେ ପଚାଶ ହଜାର ଟଙ୍କାର ଫାଇନ ପକାଯାଇଥିବା ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଆରଟିଓ ପକ୍ଷରୁ କନିଷ୍ଠ ମୋଟରଜାନ ନିରୀକ୍ଷକ…
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଉପରେ ସାଧାରଣନାଗରିକଙ୍କର ରହିଥିବା ଆଶା, ବିଶ୍ବାସକୁ ଦୃଢ଼ୀଭୂତ କରିବା ସହିତ ସେମାନଙ୍କର ଭରସାକୁ ଚରିତାର୍ଥ କରି ଜନଭାଗିଦାରୀ ଗଠନ ଦିଗରେ ଅଭିନବ ପ୍ରୟାସ କରିଛି ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ। ଗୋଷ୍ଠୀ ନିକଟରେ ପହଞ୍ଚିବା ସହିତ ସହଜରେ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ମହତ ଉଦ୍ଦେଶ୍ୟ ନେଇ ସ୍ଥାନୀୟ ସିଜୁଆ ଗ୍ରାମରେ ଏକ ସ୍ୱାସ୍ଥ୍ୟମେଳାର ଆୟୋଜନ କରିଛି ଏମ୍ସ ଭୁବନେଶ୍ୱର। ଜି-୨୦ ଜନଭାଗିଦାରୀ ଅଭିଯାନକୁ ଶାକାର ରୂପ ଦେବା ନିମନ୍ତେ ଆୟୋଜିତ ଏହି ସ୍ୱାସ୍ଥ୍ୟମେଳା ଏବଂ ରକ୍ତଦାନ ଶିବିରକୁ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଉଦ୍ଘାଟନ କରିଥିଲେ। ଏହି ମହତ କାର୍ଯ୍ୟକ୍ରମରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ଡ. ବିଶ୍ବାସ। ନିଜେ ରୋଗୀ ଦେଖିବା ସହିତ ଗ୍ରାମବାସୀଙ୍କୁ ଉତ୍ତମ ଚିକିତ୍ସା ସେବା ପ୍ରଦାନ କରିଥିଲେ। ଏଥିସହିତ ପ୍ରାକୃତିକ ଉପାୟରେ କିପରି ନିଜକୁ ଫିଟ୍ ଏବଂ ସୁସ୍ଥବାନ ରଖାଯାଇପାରିବ ସେନେଇ ମଧ୍ୟ ଆବଶ୍ୟକୀୟ ସଚେତନତା ବାର୍ତ୍ତା…
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ସୁଧହାର ନୀତି ଅପରିବର୍ତ୍ତିତ ରଖିଛି। ଆଜି ରିଜର୍ଭ ବ୍ୟାଙ୍କର ୟୁଟ୍ୟୁବ ଚ୍ୟାନେଲରେ ଏହି କେନ୍ଦ୍ରୀୟ ବ୍ୟାଙ୍କର ଦ୍ୱିମାସିକ ବିତ୍ତୀୟନୀତି (ମନିଟାରୀ ପଲିସି) ସମ୍ପର୍କରେ ତଥ୍ୟ ପ୍ରଦାନ କରି ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମନିଟାରୀ ପଲିସି କମିଟି (ଏମ୍ପିସି) ରେପୋ ରେଟ୍କୁ ୬.୫୦%ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛିି। ରେପୋ ରେଟ୍ର ଅର୍ଥ ହେଲା ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କକୁ ଯେଉଁ ସୁଧ ହାରରେ ଋଣ ଦିଆଯାଏ। ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବାରୁ ପ୍ରଚଳିତ ଜମା ସୁବିଧା ବା ଏସ୍ଡିଏଫ୍ ହାର ମଧ୍ୟ ୬.୨୫ ଶତାଂଶରେ ସ୍ଥିର ରହିଛି। ଏହା ଛଡା ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି (ଏମ୍ଏସ୍ଏଫ)ହାର ଓ ବ୍ୟାଙ୍କ ରେଟ୍କୁ ୬. ୭୫%ରେ ମଧ୍ୟ ଅପରିବର୍ତ୍ତିତ ରଖାଯାଇଛି। ଗଭର୍ଣ୍ଣର ଶ୍ରୀ ଦାସ କହିଥିଲେ ଯେ ଦେଶରେ ଏବେ ମୁଦ୍ରାସ୍ପୀତି ଧାର୍ଯ୍ୟ ଲକ୍ଷ୍ୟଠାରୁ ଉପରେ ରହିଛି ଏବଂ ଏହା ଏବେ…
ସୁନ୍ଦରଗଡ଼: ପରିବେଶ ଅନୁକୂଳ କୃଷି ଏବଂ ରାସାୟନିକ ସାର ମୁକ୍ତ ଖାଦ୍ୟଶସ୍ୟ ଉତ୍ପାଦନ ହେଉଛି ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ନାଚୁରାଲ ଫାର୍ମିଂ ବା ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଚାଷ କରିବା ଫଳରେ ଆଦିବାସୀ ବର୍ଗର ଚାଷୀମାନେ ବିଶେଷ ଲାଭବାନ ହେଉଛନ୍ତି। ୨୦୨୨-୨୩ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକର ତେଲିଘଣା ଗାଁରେ ଏହି ପ୍ରାକୃତିକ ଚାଷ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ଆରମ୍ଭ କରାଯାଇଥିଲା। ଏହି ଚାଷରେ ଆଦିବାସୀ ବର୍ଗର ଚାଷୀଙ୍କୁ ସାମିଲ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଲାଗି ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। “ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ଚାଷ କ୍ଷେତ୍ରରେ ରାସାୟନିକ ସାର ବ୍ୟବହାରକୁ ନିୟନ୍ତ୍ରଣ ଲାଗି ପ୍ରାକୃତିକ ପଦ୍ଧତି ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଏଥିପ୍ରତି ଚାଷୀମାନେ ବିଶେଷ ଆଗ୍ରହ ଦେଖାଉଛନ୍ତି।…
ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଜ୍ଜୟିନୀର ଶ୍ରୀମୌନତୀର୍ଥ ପୀଠରେ ସ୍ଥାପିତ ନନ୍ଦିଘୋଷ ରଥ ଚକର ଲୋକାର୍ପଣ କରିଛନ୍ତି । ରାଜ୍ୟପାଳଙ୍କ ବ୍ୟକ୍ତିଗତ ଆଗ୍ରହ କ୍ରମେ ଏହା ସ୍ଥାପିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ଅନ୍ଲାଇନ୍ରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷର ମହାତ୍ମ୍ୟ ରହିଛି। ଶ୍ରୀନନ୍ଦିଘୋଷ ରଥ ଚକ ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ କୃପା ଅନେକଙ୍କୁ ପ୍ରାପ୍ତ ହେବ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଦର୍ଶନର ବ୍ୟାପକ ପ୍ରଚାର ହୋଇପାରିବ। ଉଜ୍ଜୟିନୀର ମହାକାଳ ଚକ୍ର ଓ ନନ୍ଦିଘୋଷ ରଥଚକ୍ର ହେଉଛି ହରି ଓ ହରଙ୍କ ପବିତ୍ର ଶାଶ୍ୱତ ଲୀଳାର ଅଂଶବିଶେଷ। ଉଜ୍ଜୟିନୀରେ ଅନୁଷ୍ଠିତ ଉତ୍ସବରେ ଧୀରଗୌର ପ୍ରଭୁଜୀ ମହାରାଜ, ସ୍ୱାମୀ ଆନନ୍ଦ ଜୀବନ ଦାସଜୀ ମହାରାଜ, କୈଳାଶ ବିିଜୟବର୍ଗୀୟ, ମଧ୍ୟପ୍ରଦେଶର ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ମୋହନ ଯାଦବ, ସାଂସଦ ଅନୀଲ ଫିରୋଜିୟା ପ୍ରମୁଖଙ୍କ ସମେତ ବହୁ ସାଧୁସନ୍ଥ ଉପସ୍ଥିତ ଥିଲେ।
ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ୭-ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ରାଜ୍ୟସ୍ତରୀୟ ନୋଡାଲ ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରାଇଛନ୍ତି। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ବର୍ତ୍ତମାନ ଆଦର୍ଶ ଆଚରଣବିଧି ବଳବତ୍ତର ରହିଛି। ଆଦର୍ଶ ଆଚରଣବିଧିର ଅନୁପାଳନ, ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା, ଜନଗହଳି ସ୍ଥାନରେ ଅଯଥା ଗହଳି ନକରିବା, ଟ୍ରାଫିକ୍ ସୁପରିଚାଳନା, ଅବକାରୀ ବିଭାଗ ଓ ପୁଲିସ ବିଭାଗର ମିଳିତ ଚଢ଼ାଉ, ନିର୍ବାଚନ ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ସମ୍ଭାବ୍ୟ ଅର୍ଥ କାରବାର ଉପରେ ରୋକ ଲଗାଇବା ଇତ୍ୟାଦି ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ବିସ୍ତୃତ ଭାବେ ଆଲୋଚନା କରିବା ସହ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ…
ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ଜିଲ୍ଲା ଓ ବ୍ଲକ୍ ସ୍ତରରେ ତଥା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଗହଣରେ ଦ୍ୱନ୍ଦ ଉପୁଜିଥିଲା । ଯାହା ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ଏକ ଦ୍ୱନ୍ଦାତ୍ମକ ସ୍ଥିତି ସୃଷ୍ଟି କରିଥିଲା । ଏହି ଦ୍ୱନ୍ଦକୁ ଦୂର କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ସ୍ପଷ୍ଟ ପତ୍ର ଉଲ୍ଲେଖ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ଅଧିସୂଚନା କ୍ରମାଙ୍କ ୬୫୫୪ ତା. ୦୪/୦୪/୨୦୨୨ରିଖରେ ସ୍ପଷ୍ଟ ଭାବେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ବୟସ ସୀମା ୩୧ ମାର୍ଚ୍ଚ ସୁଦ୍ଧା ପାଞ୍ଚରୁ ସାତ ବର୍ଷ ବୟସ ଧାର୍ଯ୍ୟ କରାଯାଇଛି । ତେବେ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ଏହି ବୟସସୀମା ସର୍ବାଧିକ ନଅ ବର୍ଷ ହୋଇପାରିବ । ବର୍ତ୍ତମାନ ଏହି ଦ୍ୱନ୍ଦକୁ ଦୂର କରିବା ପାଇଁ ପ୍ରାଥମିକ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଅପରାହ୍ନରେ ବାଲୁଗାଁ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନୂତନ ଦିଗନ୍ତର ନୂତନ ଚିନ୍ତାଧାରା ନେଇ ଉଡାଣ-୨୦୨୩ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଳ୍ପପତି କେ ନାରାୟଣ ପାତ୍ର, ମୁଖ୍ୟ ବକ୍ତା ଭାବେ ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ନନ୍ଦ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା କାରମେଲ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ନିର୍ଦ୍ଦେଶକ ସଂଜୀବିତୋ ପାଣି, ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଅତିଥି ଗହଣରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ବିଦ୍ୟାଳୟର ସଭାପତି କିରଣ ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଅରୁଣ କୁମାର ବରାଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥି ସହିତ ଶିକ୍ଷାର ଅଭିବୃଦ୍ଧି, ପ୍ରତିଯୋଗିତା ମୁଳକ ଶିକ୍ଷା, ଶୈକ୍ଷିକ ପରିବେଶ,…
ଭୁବନେଶ୍ୱର: ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ବୁଧବାର ବାଲେଶ୍ୱର ଜିଲ୍ଲାର ଓଏଲଆଇସି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରି କାର୍ଯ୍ୟ ସମୀକ୍ଷା କରିବା ସହିତ କ୍ଷେତ୍ର ପରିଦର୍ଶନ କରିଥିଲେ। ପ୍ରଥମେ ଅଧ୍ୟକ୍ଷ ଶ୍ରୀ ପତ୍ରୀ ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିବା ପରେ ବାଲେଶ୍ୱର ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ଠାରେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ସମୀକ୍ଷା ବେଠକରେ ଯୋଗଦେଇ ଡିଭିଜନ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉଠା ଜଳ ସେଚନର ସ୍ଥିତି, ସେସବୁ ଦ୍ୱାରା କୃଷକମାନେ କିପରି ଉପକୃତ ହେଉଛନ୍ତି, ସେ ସଂପର୍କରେ ସବିଶେଷ ସମୀକ୍ଷା କରିଥିଲେ। ନିର୍ମାଣାଧିନ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବା, ମରାମତି ଯୋଗ୍ୟ ଅଚଳ ପ୍ରକଳ୍ପର ମରାମତି କରି ପୁନଃ କାର୍ଯ୍ୟକ୍ଷମ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସଂପୃକ୍ତ ଯନ୍ତ୍ରୀମାନେ ପ୍ରକଳ୍ପ ନିର୍ମାଣ ବେଳେ…
ଭୁବନେଶ୍ଵର: ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ଖଡ଼ଗ୍ପୁର ରେଳମଣ୍ଡଳର ଖଡ଼ଗ୍ପୁର-ଟାଟା ରେଳ ସେକ୍ସନ ମଧ୍ୟରେ ଖେମାସୁଲି ଷ୍ଟେସନରେ ଏବଂ ଆଦ୍ରl ରେଳମଣ୍ଡଳର ଅଧୀନରେ ଆଦ୍ରା-ଚାଣ୍ଡିଲ ରେଳ ସେକ୍ସନର କୁସ୍ତାୱର ଷ୍ଟେସନରେ ଆଦିବାସୀ କୁର୍ମି ସମାଜ ଦ୍ୱାରା ଜନ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଏହା ମଧ୍ୟକୁ ଆସୁଥିବା କେତେକ ଟ୍ରେନକୁ ନିମ୍ନଲିଖିତ ଅନୁଯାୟୀ ମାର୍ଗ ପରିବର୍ତନ ଏବଂ ବାତିଲ ଓ ଆଂଶିକ ବାତିଲ କରାଯାଇଅଛି… ଟ୍ରେନର ମାର୍ଗ ପରିବର୍ତ୍ତନ: A. 18477/18478 ପୁରୀ-ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ପୁରୀରୁ 7 ଏପ୍ରିଲରେ ଏବଂ ଋଷିକେଶରୁ 6 ଓ 7 ଏପ୍ରିଲ 2023ରେ ଏହାର ନିର୍ଦ୍ଧାରିତ ମାର୍ଗ ଝାରସୁଗୁଡା-ରାଉରକେଲା-ଟାଟା-ହିଜୀଲୀ-ଭଦ୍ରକ ମାର୍ଗ ପରିବେର୍ତ୍ତେ ଉଭୟ ପାର୍ଶ୍ୱରୁ ଇବ-ଝାରସୁଗୁଡା ରୋଡ-ସମ୍ବଲପୁର ସିଟି ମାର୍ଗ ଦେଇ ଚଳାଚଳ କରିବ। ଟ୍ରେନ୍ ବାତିଲ୍: A. 22824 ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଏବଂ 12802 ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ 6 ଏପ୍ରିଲ, 2023 ରେ ନୂଆଦିଲ୍ଲୀ…
ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ଥାପନା ଦିବସ ପାଳନ ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ କନକ ବର୍ଦ୍ଧନ ସିଂହଦେଓ ଦଳୀୟ ପତାକା ଉତ୍ତୋଳନନ କରିବା ସହିତ ପାର୍ଟିର ପ୍ରତିଷ୍ଠାତା ସଭାପତି ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ସାଧାରଣ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଆଜି ଦୀର୍ଘ ୪୩ ବର୍ଷର ଯାତ୍ରା ପୂରଣ କରି ଭାରତୀୟ ଜନତା ପାର୍ଟୀ ୪୪ ତମ ପ୍ରତିଷ୍ଠା ଦିବସ ଦେଶବ୍ୟାପୀ ପାଳନ କରିଛି। କୋଟି କୋଟି କାର୍ଯ୍ୟକର୍ତା ଭାରତୀୟ ଜନତା ପାର୍ଟିର ବିଚାରକୁ ପ୍ରତିଷ୍ଠା କରିବା ପାଇଁ ଦୀର୍ଘ ଦିନ ଧରି ସମୟ, ତ୍ୟାଗ,ସମର୍ପଣ ଓ ବଳିଦାନ ଦେଇଛନ୍ତି। ସଂଗଠନକୁ ମଜଭୁତ୍ କରିଥିବା ଏବଂ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାବେ ଗଢି ତୋଳିଥିବା ସମସ୍ତ କାର୍ଯ୍ୟକର୍ତା ଚିର ସ୍ମରଣୀୟ ହୋଇ ରହିବା ସହ ଆମ ସମସ୍ତଙ୍କୁ ସର୍ବଦା ପ୍ରେରଣା ଯୋଗାଇବ। “ସେବା…
ଭୁବନେଶ୍ବର: ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ଭାବେ ରାଜ୍ୟ ସରକାର ନିର୍ମାଣ କରିଥିବା ଭବାନୀପାଟଣା ସ୍ଥିତ ସରକାରୀ ମେଡିକାଲ କଲେଜକୁ ଜାତୀୟ ଭେଷଜ ବିଜ୍ଞାନ ପରିଷଦ ( ଏନ୍. ଏମ୍. ସି) ଅନୁମୋଦନ ଦେଇଛନ୍ତି। ଏ ବିଷୟରେ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ମୁଖ୍ୟ ମନ୍ତ୍ରୀଙ୍କର ଦୂରଦର୍ଶୀ ନେତୃତ୍ବ ଯୋଗୁ କଳାହାଣ୍ଡିରେ ମେଡିକାଲ କଲେଜ ସ୍ଥାପନ ସମ୍ଭବ ହେଲା। ଏହି ଅନୁଷ୍ଠାନ ରାଜ୍ୟବାସୀଙ୍କର ଦୀର୍ଘଦିନର ଆଶା ଓ ଆକାଂକ୍ଷା ପୂରଣ କରିବ। ୨୦୨୩-୨୪ ଶିକ୍ଷାବର୍ଷଠାରୁ ୧୦୦ ଏମ୍. ବି. ବି. ଏସ୍. ସିଟ୍ ପାଇଁ ଏହି ଅନୁମୋଦନ ମିଳିଛି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ଭାରତର ଦ୍ଵିତୀୟ ବୃହତମ ରାଷ୍ଟ୍ରାୟତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନୂତନ ଶାଖା ଉଦଘାଟିତ ହୋଇଯାଇଛି। ବାଲୁଗାଁ ମା’ ଉତ୍ତରାୟିଣି ମନ୍ଦିର ନିକଟରେ ଉକ୍ତ ବ୍ୟାଙ୍କ ଶାଖା ଉଦଘାଟିତ ହୋଇଛି। ଏହାକୁ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ପିଏନବି ଜୋନାଲ ମ୍ୟାନେଜର ଉଦୟ ଭାସ୍କର ରେଡି ଉଦଘାଟନ କରିଛନ୍ତି। ତେବେ ପିଏନବି ର ୧୨୭ ବର୍ଷର ଅନୁଭୂତି ବାଲୁଗାଁ ବାସୀଙ୍କ ପ୍ରଗତିରେ ନିଶ୍ଚୟ ସହାୟକ ହେବ ବୋଲି ବାଲୁଗାଁ ଶାଖା ପ୍ରବନ୍ଧକ ଅଭିଷେକ ପଣ୍ଡା କହିଛନ୍ତି। ଆଜି ଉଦ୍ଘାଟନୀ ଦିବସରେ ୧୨୦ ରୁ ଉର୍ଦ୍ଧ ନୂତନ ଆକାଉଣ୍ଟ ଖୋଲିଥିବାର ସୂଚନା ଦେଇଛନ୍ତି ଶ୍ରୀ ପଣ୍ଡା। ତେବେ ବାଲୁଗାଁରେ ପୂର୍ବରୁ ଏକାଧିକ ରାଷ୍ଟ୍ରୟତ୍ତ ଏବଂ ଘରୋଇ ବ୍ୟାଙ୍କ ଥିବା ବେଳେ ଆଜି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଉକ୍ତ ଶ୍ରେଣୀରେ ସାମିଲ ହୋଇଛି। ଏବେ ବାଲୁଗାଁ ସହର ବାସି ଏହି ବ୍ୟାଙ୍କର ସେବା…
ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଆଜି ଇଡି ଏକ ସପ୍ଲିମେଣ୍ଟାରୀ ଚାର୍ଜ ସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ୍ ରାଜେଶ ଯୋଶୀ, ରାଘବ ମଗୁଣ୍ଟା ଏବଂ ଗୌତମ ମାଲହୋତ୍ରାଙ୍କ ବିରୋଧରେ ଦାଖଲ କରାଯାଇଛି। ଏହି ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (AAP) ଏକ ବଡ ଦାବି କରିଛି ଯେ, ଇଡିର ତୃତୀୟ ଚାର୍ଜସିଟରେ ମଧ୍ୟ ମନୀଷ ସିସୋଦିଆଙ୍କ ନାମ ନାହିଁ। ସିସୋଦିଆଙ୍କ ନାମ ପ୍ରଥମ ଏବଂ ଦ୍ୱିତୀୟ ଚାର୍ଜସିଟରେ ମଧ୍ୟ ନଥିଲା। ଏପ୍ରିଲ୍ ୧୪ ତାରିଖରେ ରାଉସ୍ ଆଭେନ୍ୟୁ କୋର୍ଟ ଚାର୍ଜସିଟ୍ ଶୁଣାଣି କରିବେ। ଇଡି କୋର୍ଟଙ୍କୁ କହିଛନ୍ତି ଯେ, ଫେବୃଆରୀ ୭ ତାରିଖରେ ମାଲହୋତ୍ରା, ଫେବୃଆରୀ ୮ ତାରିଖରେ ରାଜେଶ ଏବଂ ଫେବୃଆରୀ ୧୦ ତାରିଖରେ ରାଘବ ମଗୁଣ୍ଟା ଗିରଫ ହୋଇଥିଲେ। ଅନ୍ୟପକ୍ଷରେ, ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡରିଂ ଯାଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଅଛି ଏବଂ ଏଥିରେ ସମ୍ପୃକ୍ତ ଥିବା ନେଇ ନୂତନ ପ୍ରମାଣ ମିଳିଛି…
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଆଜି ବିଜେପିରେ ଯୋଗ ଦେଇଛନ୍ତି। କେରଳ କଂଗ୍ରେସର ସୋସିଆଲ ମିଡିଆ ଦଳର ପୂର୍ବତନ ସଂଯୋଜକ ଅନିଲ ଆଣ୍ଟୋନି କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ଭି ମୁରଲୀଧରନ, କେରଳ ବିଜେପି ସଭାପତି କେ ସୁରେନ୍ଦ୍ରନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ୨୦୦୨ ଗୁଜୁରାଟ ଦଙ୍ଗା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀ ପରେ ଅନିଲ ଆଣ୍ଟୋନି ଜାନୁଆରୀରେ କଂଗ୍ରେସ ଛାଡିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଅନିଲ କେ ଆଣ୍ଟୋନି ଦଳରୁ ଇସ୍ତଫା ଦେଇଥିଲେ। ତାଙ୍କ ଟ୍ୱିଟ ପ୍ରତ୍ୟାହାର କରିବା ପାଇଁ ଚାପ ପକାଇବାର ଅଭିଯୋଗ କରି ସେ ଦଳ ଛାଡିଥିଲେ। ଅନିଲ ଆଣ୍ଟୋନି ଟ୍ୱିଟରରେ ଇସ୍ତଫା ପତ୍ର ସାର୍ବଜନୀନ କରି ଇସ୍ତଫା ଘୋଷଣା କରିଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
ନୂଆଦିଲ୍ଲୀ: ଅଦାନି ପ୍ରସଙ୍ଗରେ ବିରୋଧୀ ଦଳଙ୍କ ସହ ତ୍ରିରଙ୍ଗା ପଦଯାତ୍ରା କରିବା ପରେ ସଂସଦ ଅଧିବେଶନର ଶେଷ ଦିନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ମୋଦୀ ସରକାର ଗଣତନ୍ତ୍ର ବିଷୟରେ ବହୁତ କଥାବାର୍ତ୍ତା କରୁଛନ୍ତି କିନ୍ତୁ ସେମାନେ ଗଣତନ୍ତ୍ରକୁ କୌଣସି ଗୁରୁତ୍ୱ ଦେଉନାହାନ୍ତି। କଂଗ୍ରେସ ସଭାପତି କହିଛନ୍ତି ଯେ, ଆମେ ଜାଣିବାକୁ ଚାହୁଁଛୁ କି ମାତ୍ର ୨.୫ ବର୍ଷରେ ଅଦାନୀଙ୍କ ସମ୍ପତ୍ତି ୧୨ ଲକ୍ଷ କୋଟିରେ କେମିତି ପରିଣତ ହୋଇଛି? ସେ କହିଛନ୍ତି ଯେ, ମାତ୍ର ୧୨ ମିନିଟରେ ୫୦ ଲକ୍ଷ କୋଟିର ବଜେଟ୍ କିପରି ପାରିତ ହୋଇଛି? ଆମେ ତାଙ୍କୁ ସବୁବେଳେ ଏହି ପ୍ରଶ୍ନ ପଚାରିଥିଲୁ। କିନ୍ତୁ ଯେତେବେଳେ ବି ଆମେ କହିବାକୁ ଚାହିଁଲୁ, ନୋଟିସ୍ ଦେଲୁ, ଦାବି କଲୁ, ସେ ଆମକୁ କହିବାକୁ ଅନୁମତି ଦେଲେ ନାହିଁ। ମୁଁ ୫୦-୫୨ ବର୍ଷ ଧରି ରାଜନୀତିରେ କାର୍ଯ୍ୟ…
ନୂଆଦିଲ୍ଲୀ: ଭାରତରେ କରୋନା ମାମଲାର ହଠାତ୍ ବୃଦ୍ଧି ପୁଣି ଥରେ ଲୋକଙ୍କୁ ଭୟଭୀତ କରିବା ଆରମ୍ଭ କରିଛି। କରୋନା ସଂକ୍ରମଣ ମାମଲା ସହିତ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଆଜି ପ୍ରକାଶିତ ସର୍ବଶେଷ ଆକଳନ ସମସ୍ତଙ୍କ ଚିନ୍ତାର କାରଣ ହୋଇଛି। ସରକାରୀ ଆକଳନ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୫ ହଜାର ୩୩୫ ଟି ନୂଆ କରୋନା ସଂକ୍ରମଣ ପଞ୍ଜିକୃତ ହୋଇଛି। ଗତ ୬ ମାସ ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଦିନ ପ୍ରକାଶିତ ତଥ୍ୟ ଅନୁଯାୟୀ, ସାରା ଦେଶରେ ୪,୪୩୫ ଟି ନୂଆ ମାମଲା ରୁଜୁ ହୋଇଥିଲା। ଏହା ସହିତ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି ମଙ୍ଗଳବାର ଦିନ ୩ ହଜାର ୩୮ କରୋନା ମାମଲା ପଞ୍ଜୀକୃତ ହୋଇଥିଲା ଏବଂ ୯ ଜଣଙ୍କର ମୃତ୍ୟୁ ହୋଇଥିଲା।

