Author: Samikhsya Bureau

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଜନସାଧାରଣ ସର୍ବଦା ନିର୍ଭର କରୁଥିବା ବ୍ରହ୍ମପୁର ବଡ ଡାକ୍ତରଖାନା ଏମ୍ କେ ସି ଜି ରେ ନବନିର୍ମିତ ସୁପରଷ୍ପେଶାଲିଷ୍ଟ୍ କୋଠା ଆରମ୍ଭ ହେବା ଦିନ ଠାରୁ କିଛି ନା କିଛି ଅଘଟଣ ଘଟୁଛି। ବିଶେଷ କରି ଉକ୍ତ କୋଠାର ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବା ଅଭିଯୋଗ ହେଉଛି। ଯାହାଫଳରେ କେବେ ପୋଲସରା ଖସୁଛି ତ କେବେ ସିଲିଙ୍ଗ୍ ଖସି ଯାଉଥିବା କୁହାଯାଉଛି। ଏହି ଦୁଇ ଦିନ ତଳେ ଉକ୍ତ କୋଠାର ଶଲ୍ୟ ବିଭାଗର ସିଲିଙ୍ଗ୍ ଖସି ଯାଇଥିଲା। ଏମିତି ଅନେକ ଥର ଏହି ଭଳି ଘଟଣା ପରେ ରାଜ୍ୟ ନିର୍ମାଣ ବିଭାଗ ମୁଖ୍ୟ ଯନ୍ତ୍ରୀ ଏହି ଭଳି ସମସ୍ୟା କାରଣ ବିଷୟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଅନୁଧ୍ୟାନ ଆରମ୍ଭ କରିଛନ୍ତି।

Read More

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ଏନଆଇଟି ରାଉରକେଲା ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲା ବନ୍ଦମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଏବଂ ବୃକ୍ଷରୋପଣ ଅନୁଷ୍ଠିତ ହୋଇଥିଲା। ସେହିପରି ଝାରୁସୁଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଏନଆଇଟି ରାଉରକେଲା ସହଯୋଗରେ ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ‘‘ସାମ୍ପ୍ରତିକ ବିଶ୍ୱରେ ଜି-୨୦ର ପ୍ରାସଙ୍ଗିକତା’’ ବିଷୟବସ୍ତୁ ଉପରେ ପ୍ରବନ୍ଧ ରଚନା କରିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

Read More

କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ଜିଲ୍ଲା ଜଜ୍ ଙ୍କ କୋର୍ଟରେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ଗଂଜାମ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବହୁ ବର୍ଷ ହେଲା ଦାବି ହୋଇ ଆସୁଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ନହୋଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଆଭାସୀ ଅଦାଲତ ଆରମ୍ଭ ହୋଇ ପ୍ରଥମ ଥର ପାଇଁ ସଫଳତାର ସହ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯ’ଦ୍ଵାରା ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଖୁସି ବ୍ୟକ୍ତ କରିଛନ୍ତି।

Read More

ନୂଆଦିଲ୍ଲୀ: ଚେନ୍ନାଇରେ ଝାଡ଼ଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗନ୍ନାଥ ମହତୋଙ୍କ ଦେହାନ୍ତ ହୋଇଯାଇଛି। ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଏହି ସୂଚନା ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ‘ଆମର ଟାଇଗର ଜଗନ୍ନାଥ ଦା ଆଉ ନାହାନ୍ତି! ଆଜି ଝାଡଖଣ୍ଡ ଏହାର ଜଣେ ମହାନ ଆନ୍ଦୋଳନକାରୀ, ପରିଶ୍ରମୀ ତଥା ଲୋକପ୍ରିୟ ନେତାଙ୍କୁ ହରାଇଛି। ଚେନ୍ନାଇରେ ଚିକିତ୍ସା ସମୟରେ ଆଦରଣୀୟ ଜଗନ୍ନାଥ ମହତୋ ଜୀଙ୍କର ଦେହାନ୍ତ ହୋଇଯାଇଛି। ଭଗବାନ ଦିବଙ୍ଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି କଷ୍ଟଦାୟକ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ।

Read More

ଭୁବନେଶ୍ୱର: ସ୍ମାର୍ଟ ଟେକ୍ନୋଲୋଜିର ଉଦ୍‌ଭାବନ ପୃଥିବୀ ପୃଷ୍ଠରେ ଅନେକ ବୈପ୍ଳବିକ ପରିବର୍ତନ ଆଣିଛି। କିନ୍ତୁ ମଣିଷ ଉପରେ ଏହାର ଦୀର୍ଘ ମିଆଦୀ ପ୍ରଭାବ ଉପରେ ଅନୁଶୀଳନ କରିବାର ଆବଶ୍ୟକତା ରହିଛି ବୋଲି ବୁଧବାର ୟୁନିଭର୍ସିଟି ଗ୍ରାଂଟ୍ସ କମିଶନ (ୟୁଜିସି)ର ଭାଇସ୍ ଚେୟାରମ୍ୟାନ ପ୍ରଫେସର ଦୀପକ କୁମାର ଶ୍ରୀବାସ୍ତବ କହିଛନ୍ତି। ଟେକ୍ନୋଲୋଜିର ବ୍ୟବହାର ମଣିଷର ମସ୍ତିଷ୍କ ଉପରେ ଅନେକ ପ୍ରଭାବ ପକାଉଛି। ଚିନ୍ତା କରିବାର, କାର୍ଯ୍ୟ କରିବାର, ବିଶ୍ଳେଷଣ କରିବାର ଶକ୍ତି ମଣିଷ କ୍ରମେ ହରାଇ ବସୁଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ରୌପ୍ୟ ଜୟନ୍ତୀ ବକ୍ତୃତା ପ୍ରଦାନ କରିବା ଅବସରରେ ଏହା କହିଛନ୍ତି ପ୍ରଫେସର ଶ୍ରୀବାସ୍ତବ। ପ୍ରଫେସର ଶ୍ରୀବାସ୍ତବ କହିଥିଲେ ଯେ ଆମକୁ ଅତୀତକୁ ଫେରିଯିବାର କିମ୍ବା ସ୍ମାର୍ଟ ଟେକ୍ନୋଲୋଜିକୁ ପରିହାର କରିବାର ମଧ୍ୟ ଆବଶ୍ୟକତା ନାହିଁ। କିନ୍ତୁ ଟେକ୍ନୋଲୋଜିକୁ ବିକଳ୍ପ ଭାବେ ବ୍ୟବହାର କରିବା ନିମନ୍ତେ ଅଧିକ ମାତ୍ରାରେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।…

Read More

ରଣପୁର: ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଲିଙ୍ଗ ସମାନତା ଓ ପାଠ୍ୟକ୍ରମରେ ସଂଜୋଜିକରଣ ତିନ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ୍ କରି ତାଲିମ ଗ୍ରହଣ କରିଛନ୍ତି। ପ୍ରଶିକ୍ଷକ ଭାବରେ ଜ୍ୟୋତି ରଞ୍ଜନ ଦାଶ, ଅଶୋକ କୁମାର ବେହେରା, ଅଞ୍ଜଳିପ୍ରଭା ପ୍ରଧାନ ଯୋଗଦାନ୍ କରି ତାଲିମ୍ ପ୍ରଦାନ କରିଥିଲେ। ଆମ ସମାଜରେ ଉଭୟ ପୁଅ ଝିଅଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ୍ ବୋଲି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏବେ ବି ଲୋକମାନେ ଅନ୍ଧ ବିଶ୍ବାସର ଶିକାର ହୋଇ ପୁଅ ମାନଙ୍କୁ ଗୁରୁତ୍ଵ ଦେଉଛନ୍ତି। ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ୍ୟ। ଏହି ଶିବିରରେ ବ୍ଲକ୍ ଶିକ୍ଷା ଅଧିକାରୀଣୀ ବନଲତ ବେହେରା, ସହକାରୀ ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ ଓ ବସନ୍ତ କୁମାର ରାଉତ…

Read More

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଏନସିଇଆରଟି ପକ୍ଷରୁରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି ଅଗ୍ରୱାଲ କାର୍ଯ୍ୟକ୍ରମର ନେତୃତ୍ୱ ନେବା ସହିତ କ୍ୟାମ୍ପସ ପରିସରରେ ବୃକ୍ଷରୋପଣ କରିଥିଲେ। ପ୍ରତିଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ଏଥିରେ ଭାଗ ନେଇଥିଲେ।

Read More

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଶିମିଳିପାଳ ପଂଚାୟତର ଶିହିଳିଆ ଗ୍ରାମରେ ଥିବା ନୂତନ ଅଙ୍ଗନଓାଡି କେନ୍ଦ୍ରର କୋଠା ୨ ବର୍ଷ ଆଗରୁ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ଥିବା ଠିକାଦାର ଟଙ୍କା ପାଇ ନ ଥିବାରୁ ଅଙ୍ଗନଓାଡି କର୍ମୀକୁ ହସ୍ତାନ୍ତର କରୁ ନ ଥିବା ଜଣାପଡିଛି। ଅନୁସନ୍ଧାନରୁ ଜଣା ପଡିଛି ଯେ, ଶିହିଳିଆ ଗ୍ରାମରେ ଥିବା ନୂତନ ଅଙ୍ଗନଓାଡିର କୋଠା କାମ ତଥା ଅନ୍ୟାନ୍ୟ କାମ ୨ ବର୍ଷ ଆଗରୁ  ସରିଲାଣି। ଏହି କୋଠା ପାଇଁ ବିଭିନ୍ନ ପର୍ଯ୍ୟାୟରେ ସରକାର ୮ ଲକ୍ଷ ୨୦ ହଜାର ଟଙ୍କା ମଞୁର କରିଥିଲେ। ଏହି କାମ ଜେଇଙ୍କ ନାମରେ ଥିଲେ ମଧ୍ୟ କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ଗ୍ରାମର ସୁବଳ ସାହୁଙ୍କୁ କାର୍ଯ୍ୟ ନ୍ୟସ୍ତ କରାଯାଇଥିଲା। ପ୍ରଥମରୁ ନାକଟିଦେଉଳ ବ୍ଲକ୍ ର ପୂର୍ବତନ ଜେଇ ଅଜିତ୍ ବେହେରା ଏହି କାର୍ଯ୍ୟ ତଦାରଖ କରିବା ସହ କାମ ମଧ୍ୟ…

Read More

ଭୁବନେଶ୍ଵର: ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ଖଡ଼ଗପୁର ରେଳମଣ୍ଡଳର ଖଡ଼ଗପୁର-ଟାଟା ରେଳ ସେକ୍ସନ ମଧ୍ୟରେ ଖେମାସୁଲି ଷ୍ଟେସନରେ ଏବଂ ଆଦ୍ରା ରେଳମଣ୍ଡଳର ଅଧୀନରେ ଆଦ୍ରା-ଚାଣ୍ଡିଲ ରେଳ ସେକ୍ସନର କୁସ୍ତାୱର ଷ୍ଟେସନରେ ଆଦିବାସୀ କୁର୍ମି ସମାଜ ଦ୍ୱାରା ଜନ ଆନ୍ଦୋଳନକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଏହା ମଧ୍ୟକୁ ଆସୁଥିବା କେତେକ ଟ୍ରେନକୁ ନିମ୍ନଲିଖିତ ଅନୁଯାୟୀ ମାର୍ଗ ପରିବର୍ତନ ଏବଂ ବାତିଲ ଓ ଆଂଶିକ ବାତିଲ କରାଯାଇଅଛି… ଟ୍ରେନ୍ ବାତିଲ୍: ହାଓଡ଼ା ଠାରୁ ଏପ୍ରିଲ 5 ଓ 6 ତାରିଖରେ ଛାଡିବାକୁ ଥିବା 18005 ହାଓଡ଼ା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ ବାତିଲ ରହିବ। ହାଓଡ଼ା ଠାରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 22861 ହାଓଡ଼ା-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ବାତିଲ ରହିବ। ଭୁବନେଶ୍ୱର ରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 22823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ବାତିଲ ରହିବ। ଟିଟିଲାଗଡ଼ରୁ ଏପ୍ରିଲ 6 ତାରିଖରେ ଛାଡିବାକୁ ଥିବା 12872 ଟିଟିଲାଗଡ଼-ହାଓଡ଼ା…

Read More

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି କିଟ୍‌ କ୍ୟାମ୍ପସରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ବାଙ୍ଗାଲୋର ସ୍ଥିତ ସିପିଆରଆଇର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ତ୍ରିପାଠୀ ଏହି କର୍ମଶାଳାରେ ଯୋଗ ଦେଇ ‘‘ପ୍ରଯୁକ୍ତି ଆଧାରିତ ଅଧ୍ୟୟନକୁ ଅଧିକ ସମାବେଶୀ, ଗୁଣାତ୍ମକ ଏବଂ ସହଭାଗୀ କରିବା’’ ବିଷୟବସ୍ତୁ ଉପରେ ବୈଷୟିକ ଆଲୋଚନାଚକ୍ରକୁ ସମ୍ବୋଧିତ କରିଥିଲେ। ସେ କମ୍ପ୍ୟୁଟର ପ୍ରଯୁକ୍ତିର ଯୁଗ, ବିଭିନ୍ନ ପ୍ରକାର ଉପକରଣ, ସଫ୍ଟ କମ୍ପ୍ୟୁଟିଂ ପାଇଁ ସଫ୍ଟୱେର, ଆଧୁନିକ ଅଧ୍ୟୟନ ପ୍ରଯୁକ୍ତି, ସହଭାଗୀ ପ୍ରକଳ୍ପ, ପାୱାର ସିଷ୍ଟମ ପ୍ରୟୋଗ, ବିଭିନ୍ନ ପ୍ରକାର ସମସ୍ୟା, ସବୁଜ ହାଇଡ୍ରୋଜେନ ଏବଂ ବିଭିନ୍ନ ଅଧ୍ୟୟନ ପ୍ରଯୁକ୍ତି ଉପରେ ବକ୍ତବ୍ୟ ରଖିଥିଲେ। ଏହି କର୍ମଶାଳାରେ ମୋଟ୍‌…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଏଫ.ସି.ଆଇ. ର ମୁଖ୍ୟ ଗେଟରେ କଳାହାଣ୍ଡି ଜିଲ୍ଲା ମିଲର ଏସୋସିଏସନ ପକ୍ଷରୁ ଠିକ ଭାବେ ଚାଉଳ ନ ଉଠାଇ ପାତର ଅନ୍ତର କରୁ ଥିବାରୁ କଳାହାଣ୍ଡି ଜିଲା ମିଲର ଏସୋସିଏସନର ସଭାପତି ନଳିନୀ କୁମାର ପଟ୍ଟଯୋଶୀଙ୍କ ନେତୃତ୍ୱରେ ମଙ୍ଗଳବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେଇଥିବାର ଜଣା ପଡ଼ିଛି। ଏଫ.ସି.ଆଇ.ସହିତ ମିଳର ମାନଙ୍କୁ ସଂଯୋଗ କରାଯାଇଛି।ଡିସେମ୍ବର ୨୦୨୨ ମସିହାରୁ ରେକ ଲୋଡିଙ୍ଗ ସମୟରେ ଶ୍ରମିକ ଙ୍କ ସମସ୍ୟା ରହି ଆସୁଅଛି। କଳାହାଣ୍ଡି ଜିଲ୍ଲାର ୧୫ଟି ମିଲରଙ୍କୁ ମାର୍ଚ୍ଚ ୨୦୨୩ ସୁଦ୍ଧା ୪୩୩ ଲଟ ମଧ୍ୟରୁ ୨୪୮ ଲଟ ଡେଲିଭରି କରାଯାଇଛି।ବାକି ୨୮୫ଲଟ ଚାଉଳ ଆଉ କେବେ ଡେଲିଭରି କରା ଯିବ। କିନ୍ତୁ ବଲାଙ୍ଗିର ଜିଲା ଟିଟିଲାଗଡ ର ୬ଟି ମିଲର ର ଚାଉଳ କୁ କାହିଁକି କେସିଙ୍ଗା ଏଫ.ସି.ଆଇ .ରେ ଅନଲୋଡ କରା ଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି।…

Read More

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)- ନେସନାଲ ଇନଷ୍ଟିଚ୍ୟୁଟ୍‌ ଅନ୍‌ ଫୁଟ୍‌ ଏଣ୍ଡ ମାଉଥ୍‌ ଡିଜିଜ୍‌ (ଏନଆଇଏଫଏମଡି) ପକ୍ଷରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଅନୁଷ୍ଠାନ ପକ୍ଷରୁ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। ପ୍ରତିଷ୍ଠାନର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ଏନଆଇଏଫଏମଡି ପରିସରକୁ ସଫେଇ କରିଥିଲେ।

Read More

ରଣପୁର: ଦୀର୍ଘ ୬୦ ବର୍ଷ ହେବ ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ନୂଆଗାଁ ଗ୍ରାମରେ ମା’ ସର୍ଵମଙ୍ଗଳାଙ୍କ ଝାମୁ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ମା’ଙ୍କ ଦୈନନ୍ଦିନ ପୂଜା ନୀତି ସମ୍ପନ୍ନ ହେଲା ପରେ ମା’ଙ୍କ କଳସ ଶୋଭାଯାତ୍ରା ଅପରାହ୍ନ ୨:୩୦ ମିନିଟ ସମୟରେ ଅନୁଷ୍ଠିତ ହୋଇଥିଲା। ଏହା ପରେ ପୁଷ୍କରିଣୀରେ ମା’ଙ୍କ କଳସ ପୂଜନ ହୋଇଥିଲା ଓ ପରେ ମା’ ଙ୍କ ଆରତୀ ବନ୍ଦାପନା କରାଯାଇ ମା’ଙ୍କ ମୁଖ୍ୟ ଘଟ ସମେତ ଆଉ ଦୁଇ ଘଟ ପାରମ୍ପରିକ ବାଦ୍ୟ, ଘଣ୍ଟ, ଘଣ୍ଟା ଦ୍ୱାରା ବିରାଟ ଶୋଭାଯାତ୍ରାରେ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ଏହା ପରେ ମା ନିଜେ ୧୬ ହାତ ଝାମୁ କୁଣ୍ଡରେ ଚାଲିଥିଲେ। ପରେ ମା’ଙ୍କ ଆଦେଶ ବା ହୁକୁମ ଅନୁସାରେ ଯେଉଁ ଭକ୍ତଙ୍କୁ ମା ଡାକି ଥିଲେ ସେହି ଭକ୍ତ ବା ମାନସିକଧାରି ଝାମୁ ଚାଲି ଥିଲେ। ଏହି ଝାମୁ ଯାତ୍ରା ଦେଖିବାକୁ…

Read More

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନାଗରିକ ସମ୍ମାନ ସମାରୋହରେ ଓଡ଼ିଶାର ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ, ଡକ୍ଟର କ୍ରିଷ୍ଣା ପଟେଲଙ୍କୁ କଳା କ୍ଷେତ୍ରରେ ଏବଂ ବୈଦ୍ୟ ପଟାୟତ କୁମାର ସାହୁଙ୍କୁ କୃଷି କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପୁରସ୍କାର ବିଜେତାଙ୍କ ଜୀବନ ଓ କାର୍ଯ୍ୟ ବିଷୟରେ ଏକ ବିସ୍ତୃତ ବିବରଣୀ ନିମ୍ନରେ ଦିଆଗଲା– ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ଜଣେ ପ୍ରତିଷ୍ଠିତ ଓଡ଼ିଆ ସାହିତ୍ୟିକ, ବିଶିଷ୍ଟ ସ୍ତମ୍ଭକାର ଏବଂ ଗବେଷକ। ସେ ପ୍ରାୟ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ଭାଷା, ବ୍ୟାକରଣ, ସଂସ୍କୃତି ଓ ଇତିହାସ ଅଧ୍ୟୟନରେ ଯୋଗଦାନ ଦେଇ ଆସୁଛନ୍ତି। ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ୱେ, ସେ ଓଡ଼ିଆକୁ ଏକ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବା ଲାଗି କ୍ରମାଗତ ଭାବେ ଭିନ୍ନ ଭିନ୍ନ ଗବେଷଣା ନିବନ୍ଧ…

Read More

ନୂଆଦିଲ୍ଲୀ: ମିଡିଆ, ଏଣ୍ଟରଟେନମେଣ୍ଟ ଏବଂ ଜନସଚେତନତା କ୍ଷେତ୍ରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଆମାଜନ ଇଣ୍ଡିଆ ମଧ୍ୟରେ ସହଭାଗିତା ସମ୍ପର୍କରେ ଘୋଷଣା କରିଛନ୍ତି। ସହଭାଗୀତାର ଶୁଭାରମ୍ଭ ଅବସରରେ ଅନୁରାଗ ଠାକୁର କହିଛନ୍ତି ଯେ ଭାରତ ଏକ ପ୍ରାଚୀନ ସଭ୍ୟତା ହୋଇଥିବାରୁ ଏଥିରେ ଲକ୍ଷ ଲକ୍ଷ କାହାଣୀର ସମାହାର ରହିଛି ଯାହା ଏବେ ମଧ୍ୟ ପ୍ରକାଶ କରିବାକୁ ରହିଛି। କାହାଣୀର ପରିସର ଅତ୍ୟନ୍ତ ବ୍ୟାପକ ଏବଂ ଏଥିରେ ଆଧ୍ୟାତ୍ମିକତା ଠାରୁ ସଫ୍ଟୱେର୍, ପରମ୍ପରା, ଟ୍ରେଣ୍ଡ୍, ଲୋକନୃତ୍ୟ ଏବଂ ପର୍ବପର୍ବାଣି ଏବଂ ଗ୍ରାମାଞ୍ଚଳ ଭାରତରୁ ଉଦୀୟମାନ ଭାରତ ପର୍ଯ୍ୟନ୍ତ ବିସ୍ତୃତ ଦିଗ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନିକଟରେ ଭାରତୀୟ ବିଷୟବସ୍ତୁ ଆନ୍ତର୍ଜାତୀୟ ଫୋରମରେ ସଫଳତା ହାସଲ କରିଛି ଏବଂ ଭାରତୀୟ କଳାକାରମାନେ ବିଦେଶୀ ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି। ଭାରତରେ ମନୋରଞ୍ଜନ ଶିଳ୍ପ ପାଇଁ…

Read More

ଭୁବନେଶ୍ୱର: ଆଇଆଇଏମ ସମ୍ବଲପୁର ପକ୍ଷରୁ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଭିନ୍ନ ଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆଇଆଇଏମ ସହଯୋଗରେ ଜି-୨୦ ବିଷୟବସ୍ତୁକୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମିଳିତ ପ୍ରୟାସ ଜରିଆରେ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଓ ମହାମାରୀ ଭଳି ସମସ୍ୟାର ସମାଧାନ କରାଯାଇପାରିବ, ଏହି ବିଷୟକୁ ନେଇ ଆୟୋଜିତ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ। ସେହିପରି ଆଇଆଇଏମ ସହଯୋଗରେ ‘‘ଜଳବାୟୁ ପରିବର୍ତ୍ତନ, ବନୀକରଣ, ଅକ୍ଷୟଶକ୍ତି ଏବଂ ଇନ୍ଧନ ପରିଦୃଶ୍ୟ’’ ବିଷୟବସ୍ତୁକୁ ନେଇ ସମ୍ବଲପୁର ନବୋଦୟ ବିଦ୍ୟାଳୟ ଏବଂ ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ ଯେ, ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଦେଶବ୍ୟାପୀ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଓ ବୈଠକମାନ ଆୟୋଜନ କରାଯାଉଛି । ଏହି କ୍ରମରେ ଭୁବନେଶ୍ୱର ଠାରେ ଆସନ୍ତା…

Read More

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏକ ମିକ୍ସଚର ଫାକ୍ଟ୍ରିରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଖବର ମୁତାବକ ଉକ୍ତ ମିକ୍ସଚର ଫାକ୍ଟ୍ରିରେ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ ହେଉଥିବାର ଅଭିଯୋଗ ପାଇଥିଲେ ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ। ସିଡ଼ିଏମଓ ଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଦିନ ଟାଙ୍ଗୀ ଖାଦ୍ୟ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ଉକ୍ତ ସଂସ୍ଥାରେ ଚଢ଼ାଉ କରି ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ସେହିପରିଭାବେ ୧୦୦ କେଜି କଞ୍ଚା ମାଲ ନଷ୍ଟ କରାଯାଇଥିବା ବେଳେ ଏକାଧିକ ଖାଦ୍ୟ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାର ସିଡ଼ିଏମଓ ଡ଼ା ନାୟକ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ । ଏଥିପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଆୟୋଜିତ ହେଉଛି ଜନଭାଗିଦାରୀ କାର୍ଯ୍ୟକ୍ରମ। ଏହି କ୍ରମରେ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ବଲାଙ୍ଗିର ଏବଂ ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସେମାନଙ୍କୁ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ସଚେତନ କରାଯାଇଥିଲା।

Read More

ମେଷ- ପରିଶ୍ରମର ଫଳ ଭଲ ଭାବରେ ଗ୍ରହଣ କରାଯିବ।  ଶକ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ବିନିଯୋଗ , ଭ୍ରମଣ ଏବଂ ଚାକିରୀକୁ ଅଧିକ ପସନ୍ଦ କରାଯିବ । ବନ୍ଧୁ ଏବଂ ସମ୍ପର୍କୀୟମାନେ ସହଯୋଗ କରିବେ । ବିରୋଧୀମାନେ ସକ୍ରିୟ ରହିବେ । ଟଙ୍କା ମିଳିବା ସହଜ ହେବ । ରିସ୍କ ନେବାକୁ ସାହସ କରିବେ । ସୁଖ ବୃଦ୍ଧି ପାଇବ । ଲଜ୍ଜିତ ହୁଅନ୍ତୁ ନାହିଁ । ବୃକ୍ଷ- ଅତିଥିମାନଙ୍କର ଆଗମନ ହେବ। ଆପଣ ଉତ୍ସାହଜନକ ସୂଚନା ପାଇବେ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ଆତ୍ମ ସମ୍ମାନ ବୃଦ୍ଧି ପାଇବ ।  ରିସ୍କ ନେବାକୁ ସାହସ କରିବେ।  ବିନିଯୋଗ ଶୁଭ ହେବ ।  ଚାକିରିରେ କିଛି ଅସୁବିଧା ହୋଇପାରେ । ବ୍ୟବସାୟ ଭଲ କରିବ ।  ଘର ବାହାରେ ସୁଖ ମିଳିବ । ମିଥୁନ- ବ୍ୟବସାୟ ଯାତ୍ରା ସମ୍ପୂର୍ଣ୍ଣ ସଫଳ ହେବ । ରୋଜଗାର ବୃଦ୍ଧି…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ବୁଧବାର ଅପରାହ୍ନରେ ବାଲୁଗାଁ ସହରରେ ଏକ ନୀଲକମଲର ଫର୍ନିଚର ସୋ ରୁମ ଉଦଘାଟନ ହୋଇଯାଇଛି। ଏଥି ପୂର୍ବରୁ ଓଡ଼ିଶାରେ ନୀଲକମଲର ଭୁବନେଶ୍ୱର, ବଲାଙ୍ଗୀର ଏବଂ କୋରାପୁଟ ସହରରେ ସୋ ରୁମ ଥିବାବେଳେ ବାଲୁଗାଁ ସହରରେ ଏହା ନୀଲକମଲର ଚତୁର୍ଥ ସୋ ରୁମ ବୋଲି ସୋ ରୁମ ମାଲିକ ଟୁନା ଖାଁ କହିଛନ୍ତି। ଏଥିସହିତ ଏହି ସୋ ରୁମରେ ଗ୍ରାହକଙ୍କ ଆବଶ୍ୟକ ମୁତାବକ ବିଭିନ୍ନ ଫର୍ନିଚର ସୁଲଭ ଦରରେ ବିକ୍ରି କରାଯାଉଥିବା ବେଳେ ପ୍ରତି ସାମଗ୍ରୀ ଉପରେ ଆକର୍ଷଣ ଉପହାର ରହିଥିବା ଶ୍ରୀ ଖାଁ କହିଛନ୍ତି। ଉକ୍ତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିଥିବା ବେଳେ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ବାଲୁଗାଁ ଏନଏସି ଅଧକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନଙ୍କ ସମେତ କାଉନସିଲର ମାନେ ଉପସ୍ଥିତ ଥିଲେ।

Read More

ପୁରୀ: ଆଜି ହଠାତ ପୁରୀରେ ଆସି ପହଞ୍ଚିଛି ୪୧୦୦ ଟି ଇଭିଏମ। କଡା ସୁରକ୍ଷାରେ କେତେକ ଟ୍ରକରେ ଏହି ଇଭିଏମଗୁଡିକ ହାଇଦ୍ରାବାଦରୁ ଆସି ପୁରୀ ପହଞ୍ଚିଛି। ଏଥିରେ ରହିଛି ମୋଟ ୮୨୦୦ ଇଭିଏମ। ସେଥିମଧ୍ୟରୁ ୪୧୦୦ ଗୋଟି ବାଲାଟ ୟୁନିଟ ଓ ୪୧୦୦ ଗୋଟି କଣ୍ଟ୍ରୋଲ ୟୁନିଟ ସାମିଲ ଅଛି। ଏଗୁଡିକ ପୁରୀର ପେଣ୍ଠକଟାଠାରେ ଥିବା ୱେୟାରହାଉସରେ ରଖାଯାଇଛି। ଇଭିଏମ ପହଞ୍ଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ନିର୍ବାଚନ ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଇଭିଏମ ମେସିନ ଗୁଡିକୁ ତଦାରଖ କରିଥିଲେ।ଏଥିସହିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ମେସିନ ଗୁଡିକୁ ମଧ୍ୟ ଦେଖିଥିଲେ। ତେବେ ନିର୍ବାଚନ ଆହୁରି ବର୍ଷେ ଉପରେ ଥିବାରୁ ହଠାତ କାହିଁକି ଇଭିଏମଗୁଡିକ ଓଡିଶା ଆସିଲା ତାହାକୁ ନେଇ ସମସ୍ତଙ୍କର ଆଶଙ୍କା ବୃଦ୍ଧି ପାଇଛି। ଏହି ଖବର ପୁରୀ ବଡଦାଣ୍ଡରୁ ଗଡିଗଡି ସାରା ଓଡିଶାର ନେତାଙ୍କ ନିକଟରେ…

Read More