ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଚାଲିଥିବା ୪ ଦିନିଆ ସ୍ପୋର୍ଟ୍ସ ଫେଷ୍ଟ ମଙ୍ଗଳବାର ଉଦ୍ଯାପିତ ହୋଇଥିବା ବେଳେ କ୍ରିକେଟ ଏବଂ ଟେନିସ୍ରେ ସୋଆ ବିଶ୍ୱବିଦ୍ୟାଳୟ ବିଜୟୀ ହୋଇଛି। ସେହିପରି ଭଲିବଲ୍ ଏବଂ ବାସ୍କେଟବଲ୍ରେ ରନର ଅପ୍ ଟାଇଟଲ୍ ହାସଲ କରିଛି ସୋଆ। କ୍ରିକେଟ ଫାଇନାଲ୍ରେ ସୋଆ ସହିତ ସି.ଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର ଖେଳ ହୋଇଥିବା ବେଳେ ଏହା ଏକ ଉତ୍କଣ୍ଠାମୂଳକ ସ୍ଥିତିରେ ଟାଏ ହୋଇଯାଇଥିଲା। ପ୍ରଥମେ ବ୍ୟାଟିଂ କରି ସୋଆ ୧୨ ଓଭରରେ ୮ ଟି ୱିକେଟ୍ ହରାଇ ୯୧ ରନ୍ ହାସଲ କରିଥିବା ବେଳେ ସି.ଭି ରମଣ ୫ ୱିକେଟ୍ରେ ୯୧ ରନ୍ ହାସଲ କରିଥିଲା। ତେବେ ଟାଏ ବ୍ରେକର୍ରେ ସୋଆ ବିଜୟୀ ହୋଇଥିଲା। ଟେନିସ୍ରେ ସି. ଭି ରମଣକୁ ହରାଇ ସୋଆର ଖେଳାଳୀମାନେ ବିଜୟୀ ହୋଇଥିଲେ। ଅମିତୋଜ ସିଂହ ଏବଂ ଜୟଦୀଶ ଦୁଇଟି ପୁରୁଷ ସିଙ୍ଗଲ୍ସ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ମହିଳା ସିଙ୍ଗଲ୍ସରେ ନିଲାଞ୍ଜନା…
Author: Samikhsya Bureau
ଭୁବନେଶ୍ୱର: ବିଶ୍ୱ ଯକ୍ଷ୍ମା ଦିବସର ଅବ୍ୟବହତି ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ମଧ୍ୟରେ ଯକ୍ଷ୍ମାରୋଗ ପ୍ରତି ସଚେତନତା ସୃଷ୍ଟି ସହ ଏହାର ନିରାକରଣ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯକ୍ଷ୍ମା ନିରାକରଣ ଦାୟିତ୍ୱରେ ଥିବା ଯୁଗ୍ମ ନିର୍ଦ୍ଦେଶକ ଡ. ଅର୍ଘ୍ୟ ପ୍ରଧାନ ଏ ସଂପର୍କରେ ସମ୍ୟକ ସୂଚନା ଦେଇଥିବାବେଳେ ରିଚ୍ର ସଂଯୋଜକ ଲକ୍ଷ୍ମୀଧର ସିଂ ରାଜ୍ୟରେ ଜାରି ରହିଥିବା ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଏବଂ ଏହାର ସଫଳତାର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଯୋଗଦେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଲେ ଯେ ‘ଟିବି ହାରିବ ଦେଶ ଜିତିବ’ ଅଭିଯାନର ଅଂଶ ସ୍ୱରୂପ ୨୦୨୫ ସୁଦ୍ଧା ଭାରତରୁ ଯକ୍ଷ୍ମା ରୋଗର ସଂପୁର୍ଣ ନିରାକରଣ ନିମନ୍ତେ ରାଜ୍ୟରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ…
ସ୍ୱାସ୍ଥ୍ୟ ଟିପ୍ସ: ଭାରତରେ ବେଲପତ୍ରର ବିଶେଷ ଗୁରୁତ୍ୱ ରହିଛି। କାରଣ ତାହାକୁ ଭଗବାନ ଶିବଙ୍କୁ ଅର୍ପଣ କରାଯାଏ। ଧାର୍ମିକ ଗୁରୁତ୍ୱ ବ୍ୟତୀତ ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ସେଗୁଡିକ କ୍ୟାଲସିୟମ୍ ଏବଂ ଫାଇବର ପରି ଭିଟାମିନ୍ ଏ, ସି, ବି-୧ ଏବଂ ବି-୬ ପରି ପୋଷକ ତତ୍ତ୍ୱରେ ଭରପୂର ଅଟେ। ଅନେକ ଲୋକ ଜାଣନ୍ତି ନାହିଁ ଯେ, ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ବେଲ ପତ୍ର ସହାୟକ ହୋଇଥାଏ। ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ବ୍ୟତୀତ ଏଗୁଡିକ ହୃଦୟ ସ୍ୱାସ୍ଥ୍ୟ ଏବଂ ଯକୃତର ଉନ୍ନତି ପାଇଁ ମଧ୍ୟ କାର୍ଯ୍ୟ କରନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଏହି ପତ୍ରକୁ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି। ବେଲପତ୍ର ଦିନର ଯେକୌଣସି ସମୟରେ ଖାଇପାରିବେ। ତଥାପି, ଏହାକୁ ଖାଲି ପେଟରେ ଖାଇବା ଅଧିକ ଲାଭଦାୟକ ଅଟେ। କାରଣ ଏଥିରୁ…
ନୂଆଦିଲ୍ଲୀ: ଗତକାଲି ରାତିରେ ଦିଲ୍ଲୀ ଏନସିଆର ସମେତ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ, ଭୂକମ୍ପ ଏକ ଅକସ୍ମାତ ଘଟଣା। ଏହା କେବେ ଏବଂ କେଉଁଠାରେ ଆସିବ ତାହା ପୂର୍ବାନୁମାନ କରାଯାଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଭୂକମ୍ପ ଘଟିଲେ ନିଜକୁ ରକ୍ଷା କରିବା ପାଇଁ କ’ଣ କରିବା ଉଚିତ, ସେ ବିଷୟରେ ସଚେତନ ହେବା ଅତ୍ୟନ୍ତ ଜରୁରୀ ଅଟେ। ଭୂକମ୍ପ ପୂର୍ବରୁ ଏବଂ ପରେ ନିଜକୁ ରକ୍ଷା କରିବା ପାଇଁ ଆମକୁ କ’ଣ କରିବା ଉଚିତ୍? ଆସନ୍ତୁ ଜାଣିବା ଭୂକମ୍ପ ପୂର୍ବରୁ କଣ କରିବା ଉଚିତ୍?: ଯଦି ଆପଣଙ୍କର ଘର ବହୁତ ପୁରୁଣା, ତେବେ ନିଶ୍ଚିତ ଭାବରେ ଘରର ସମ୍ଭାବ୍ୟ ଦୁର୍ବଳତାକୁ ଚିହ୍ନଟ କରନ୍ତୁ। ଘରେ ଜିନିଷଗୁଡିକ ସଜାନ୍ତୁ, ଯାହା ଭୂମିକମ୍ପ ହେଲାବେଳେ ଖସିପାରେ କିମ୍ବା ଭାଙ୍ଗିପାରେ। ସୁରକ୍ଷିତ କିମ୍ବା ଆଲମାରୀର ତାଲା ଲଗାନ୍ତୁ। ଗ୍ୟାସ ସଂଯୋଗକୁ ବିଶେଷ ଭାବରେ ଘର ଉପକରଣରେ…
ଭୁବନେଶ୍ୱର: ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ କୋରାପୁଟଠାରେ ଏନ୍ସିସି ଗ୍ରୁପ୍ ହେଡ୍କ୍ୱାଟରର ଉଦ୍ଘାଟନ କରିଛନ୍ତି । ୨୦୧୭ ମସିହାରେ କୋରାପୁଟଠାରେ ଗ୍ରୁପ୍ ହେଡ୍କ୍ୱାଟର ନିର୍ମାଣ ପାଇଁ ସରକାରଙ୍କ ଅନୁମୋଦନ ମିଳିଥିଲା । କିନ୍ତୁ କୋଭିଡ୍ ପରିସ୍ଥିତି ଯୋଗୁଁ ଏହି କାର୍ଯ୍ୟ ବିଳମ୍ବିତ ହୋଇଥିଲା । ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନର ପୂର୍ଣ୍ଣ ସହଯୋଗ ଯୋଗୁଁ ଏହି କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିଛି । ୧୯୬୫ ମସିହାରେ କଟକ, ସମ୍ବଲପୁର ଏବଂ ବ୍ରହ୍ମପୁରଠାରେ ଗ୍ରୁପ୍ ହେଡ୍କ୍ୱାଟର ପ୍ରତିଷ୍ଠା ପରେ କୋରାପୁଟଠାରେ ୯୮ତମ ଗ୍ରୁପ୍ ହେଡ୍କ୍ୱାଟର ପ୍ରତିଷ୍ଠା ହେବା ଏକ ଉଲ୍ଲେଖଯୋଗ୍ୟ ସଫଳତା । ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ମାଲକାନଗିରି ଜିଲ୍ଲାର ଛାତ୍ରମାନଙ୍କୁ କୋରାପୁଟର ଗ୍ରୁପ୍ ହେଡ୍କ୍ୱାଟରଠାରେ ଏନ୍ସିସି ପକ୍ଷରୁ ତାଲିମ ପ୍ରଦାନ କରାଯିବ। ଏହି ଗ୍ରୁପ୍ ହେଡ୍କ୍ୱାଟର ଅଧିନରେ ୪ଟି ୟୁନିଟ୍ ରହିବ। କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଏବଂ ମାଲକାନଗିରି ଏବଂ କଳାହାଣ୍ଡି ଜିଲ୍ଲାର…
ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ପୁନଃ ପ୍ରଦର୍ଶିତ ହେବ ଓଡ଼ିଶାର ଅଦ୍ୱିତୀୟ କଳାସଂସ୍କୃତି ଓ କାରିଗରୀର ବେଜୋଡ୍ ନମୁନା। ପାରମ୍ପରିକ ଲୋକକଳା ଓ ଲୋକନୃତ୍ୟରେ ଦୁଲୁକିବ ମଞ୍ଚ। ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ଜାତୀୟ ରାଜଧାନୀରେ ଆୟୋଜିତ ହେବାକୁ ଯାଉଛି “ଓଡ଼ିଶା ପର୍ବ-୨୦୨୩’, ଯାହା ହେଉଛି ପରିଚୟ ଓଡ଼ିଆ ଅସ୍ମିତାର, ଗାଥା ଗାଏ ଯିଏ ଓଡ଼ିଆ ସ୍ୱାଭିମାନ, ଗୌରବପୂର୍ଣ୍ଣ ଐତିହ୍ୟ ଓ ଉଜ୍ଜ୍ୱଳ ପରମ୍ପରାର। କରୋନା ମହାମାରୀର ଦୁର୍ଦ୍ଦିନକୁ ପଶ୍ଚାତ୍ପଦ କରି ଏକ ନୂତନ ଦିଶାଭିମୁଖୀ ମାନବସମାଜ ମଧ୍ୟରେ ଏହି କାର୍ଯ୍ୟକ୍ରମ ନା କେବଳ ହର୍ଷୋଲ୍ଲାସର ବାତାବରଣ ସୃଷ୍ଟି କରିବ ତାହା ବ୍ୟତୀତ ସେମାନଙ୍କ ମାନସପଟଳରେ ଏହା ଆଙ୍କିଦେବ ଉତ୍କଳୀୟତାର ଏକ ଅପୂର୍ବ ଅଲିଭା ପଟ୍ଟଚିତ୍ର। ୨୦୧୭ ମସିହାରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍ ଉଦ୍ୟାନରେ ଆରମ୍ଭ ହୋଇଥିବା “ଓଡ଼ିଶା ପର୍ବ’ କରୋନା ଯୋଗୁଁ ଗତ ୨୦୨୦ ମସିହାରେ ବନ୍ଦ ରହିଥିଲା ଓ ୨ ବର୍ଷ ଧରି ଏହା ଆଭାସୀ ମାଧ୍ୟମରେ ପ୍ରସାରିତ…
ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ସୁରଟରୁ ଗିରଫ କରାଯାଇଛି। ଗୁପ୍ତ ସୂଚନା ପରେ ବିହାର ପୋଲିସ ସୁରଟ କ୍ରାଇମ ଶାଖାରୁ ସାହାଯ୍ୟ ମାଗିଥିଲା। କ୍ରାଇମ ବ୍ରାଞ୍ଚ ଲସ୍କାନାରୁ ଯୁବକଙ୍କୁ ଧରି ବିହାର ପୋଲିସକୁ ହସ୍ତାନ୍ତର କରିଛି। ଏଥି ସହିତ ଅଭିଯୁକ୍ତଙ୍କୁ ଗଣମାଧ୍ୟମରୁ ଲୁଚାଇବାକୁ ମଧ୍ୟ ଉଦ୍ୟମ କରାଯାଇଛି। ଅଭିଯୁକ୍ତଙ୍କୁ ବିହାର ପୋଲିସ ଗିରଫ କରିବା ମାତ୍ରେ ସେ ଗଣମାଧ୍ୟମଠାରୁ ଖସି ପଳାଇବା ଆରମ୍ଭ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଧମକ ଦେଇଥିବା ଅଭିଯୁକ୍ତଙ୍କ ନାମ ଅଙ୍କିତ ମିଶ୍ର, ଯାହାର ବୟସ ୨୮ ବର୍ଷ ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ ଅନୁସନ୍ଧାନରୁ ଜଣାପଡିଛି ଯେ, ଅଙ୍କିତ ମିଶ୍ର ମାର୍ଚ୍ଚ ୨୦ ତାରିଖରେ ଇଣ୍ଟରନେଟ ମାଧ୍ୟମରେ ଏକ ମିଡିଆ ଚ୍ୟାନେଲ ସହ ଯୋଗାଯୋଗ କରିଥିଲେ। ଫୋନରେ ଅଭିଯୁକ୍ତଜଣଙ୍କ ୩୬ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବୋମାରେ ଉଡେଇଦେବାକୁ ଧମକ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ବିହାର ପୋଲିସର ଟିମ୍…
ଭୁବନେଶ୍ୱର: ଭୁବନେଶ୍ଵର ସ୍ଥିତ ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହ(ସର୍କିଟ୍ ହାଉସ) ଠାରେ” ଶିଶୁଙ୍କ ପାଇଁ ଦିନଟିଏ” କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଖୋର୍ଦ୍ଧା ଶ୍ରୀମତୀ ପୁଷ୍ପାଞ୍ଜଳୀ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ଏହି କାର୍ୟ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶାନ୍ତନୁ କୁମାର ଦାଶ , ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ୍, ଭୁବନେଶ୍ୱରର ଅଧ୍ୟକ୍ଷ ପ୍ରଦୀପ ରାଉତ, ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ୍ , ଖୋର୍ଦ୍ଧାର ଅଧ୍ୟକ୍ଷ ନିରୂପମା ମଲ୍ଲିକ , ସ୍ଵାତୀ ତନୟା ମିଶ୍ର ଏବଂ ସମସ୍ତ ସିଡିପିଓ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ମେଡିକାଲ ଅଧିକାରୀ,ଏ.ଏଲ୍.ଓ.ପ୍ରଭାକର ବିଶ୍ଵାଳ ଏବଂ ଚାଇଲ୍ଡ ଲାଇନର ସଦସ୍ୟା ପ୍ରମୁଖ ଅଂଶଗ୍ରହଣ କରି ଶିଶୁ ଅଧିକାର, ଶିଶୁ ସୁରକ୍ଷା ତଥା ବାଲ୍ୟ ବିବାହକୁ ଜିଲ୍ଲାରେ…
ଭୁବନେଶ୍ବର: ରାଜ୍ୟରେ ବିଶ୍ୱସ୍ତରୀୟ ଲ୍ୟାଣ୍ଡ ବ୍ୟାଙ୍କ ପ୍ରତିଷ୍ଠା, ଶିଳ୍ପ ଏବଂ ସମର୍ଥିତ ଭିତ୍ତିଭୂମି ଓ ପୁଞ୍ଜିନିବେଶ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ଶିଳ୍ପ ବିଭାଗକୁ ୭୧୦.୨୦ କୋଟି ଟଙ୍କାର ବଜେଟ ଦିଆଯାଇଛି। ଶିଳ୍ପ ପ୍ରସ୍ତୁତି ଭିତ୍ତିଭୂମିର ଉନ୍ନତି କଳ୍ପେ ୫୫୬ କୋଟି ଟଙ୍କାର ଅଧିକ ବ୍ୟୟବରାଦ କରାଯାଇଛି, ଯାହାକି ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ ତୁଳନାରେ ୨୫ ପ୍ରତିଶତ ଅଧିକ ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ ତୁଳନାରେ ୨୪ ପ୍ରତିଶତ ଅଧିକ ଅଟେ ବୋଲି ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ପ୍ରକାଶ କରିଛନ୍ତି। ଗୀତ ଗୋବିନ୍ଦ ସମ୍ମିଳନୀ କକ୍ଷରେ ବଜେଟ ୨୦୨୩-୨୪ ସଂକ୍ରାନ୍ତୀୟ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ ବିଶ୍ୱସ୍ତରୀୟ ଶିଳ୍ପ ଭିତ୍ତିଭୂମି ଉନ୍ନୟନ ଓ ଶିଳ୍ପ ପ୍ରତିଷ୍ଠା ସରକାରଙ୍କର ଏକ ମୁଖ୍ୟ କାର୍ଯ୍ୟସୂଚୀ ଅଟେ ଯେଉଁଥିରେ କି ଶିଳ୍ପ ଉନ୍ନୟନ ଭିତ୍ତିଭୂମି ନିଗମ(ଇଡ୍କେ) ବିଭିନ୍ନ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଇଣ୍ଡଷ୍ଟ୍ରିଆଲ୍ ପାର୍କ ଯେପରିକି…
ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଉଚ୍ଚ ମାଧ୍ୟମିକସ୍ତରୀୟ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉତ୍କଳ କରାଟେ ସ୍କୁଲ ପରିସରଠାରେ ଉଦ୍ଯାପିତ ହୋଇଯାଇଛି। ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆସିଥିବା ୮୦ ଜଣ ବାଳିକା ପ୍ରଶିକ୍ଷାର୍ଥୀଙ୍କୁ ଆତ୍ମରକ୍ଷା ତାଲିମ ପ୍ରଦାନ କରାଯାଇଥିଲା। ଏହି ଉଦ୍ଯାପନୀ ଉତ୍ସବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର୍ ଆୟାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ପ୍ରଫେସର ଡ. ନିବେଦିତା ଜେନା ପ୍ରମୁଖ ଉଦ୍ବୋଧନ ଦେଇଥିଲେ ଏବଂ ଭବିଷ୍ୟତରେ ଆତ୍ମରକ୍ଷା ସଂପର୍କିତ କୌଶଳକୁ ସମାଜରେ ଉପଯୁକ୍ତ ପ୍ରୟୋଗ କରିବା ନିମନ୍ତେ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଛାତ୍ରୀମାନେ ସେମାନଙ୍କର ଅଭିଜ୍ଞତା ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଉତ୍କଳ କରାଟେ ସ୍କୁଲର ଅଧ୍ୟକ୍ଷ ଡ. ହରିପ୍ରସାଦ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶେଷରେ ଡ. ଗୌରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ଭୁବନେଶ୍ବର: ପୁଣି ଥରେ ହୋଡିଂ ଉପରେ ଚଢି ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାପଡିଛି। ଯୁବକ ଜଣଙ୍କ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ଟୁଲୁ ପାତ୍ର। ସେ ଆଜି ସକାଳୁ ଶିଶୁଭବନ ଛକରେ ଥିବା ଏକ ୪୦ ଫୁଟ ହୋଡିଂ ଟାୱାରରେ ଚଢିଯାଇଥିଲେ। ଏହି ଖବର ଜଣାପଡିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେଷ ସେମାନେ ପ୍ରାୟ ୨ ଘଣ୍ଟା କାଳ ପରିଶ୍ରମ କରି ତାହାକୁ ତଳକୁ ଆଣିବାକୁ ସକ୍ଷମ ହୋଇଥିଲେ। ଉଦ୍ଧାର ହେବା ପରେ ତାଙ୍କୁ କ୍ୟାପିଟାନ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେ ଆତ୍ମହତ୍ୟା କରିବାର କାରଣରେ ଡ୍ରାଇଭର ସଂଘକୁ ଦାୟୀ କରିଛନ୍ତି। ସଂଘର ବାରମ୍ବାର ଧମକ ପରେ ସେ ମାନସିକ ଚାପରେ ଥିବା କହିଛନ୍ତି । ସେଥିପାଇଁ ସେ ଏହି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କହିଛନ୍ତି। ପୂର୍ବରୁ ସେହିପରି ଆଉ ଜଣେ ବ୍ୟକ୍ତି ଶିଶୁଭବନ…
ପୁର1: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବାକୁ ଥିବାରୁ ସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ। ଅପରାହ୍ନ ୫ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ପରମ୍ପରା ଅନୁଯାୟୀ, ଆଜି ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ ଅପରାହ୍ନ ୫ ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ବୃଦ୍ଧି ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡର ୧୧୦୦ ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡର ୧୧୩୪ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଏହା ସହିତ ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୭ ହଜାର ୨୬ ରେ ପହଞ୍ଚିଛି। ସୁସ୍ଥ ହୋଇଥିବା ରୋଗୀମାନଙ୍କ ବିଷୟରେ କହିବାକୁ ଗଲେ, ଗତ ୨୪ ଘଣ୍ଟା ମଧ୍ୟରେ ୬୬୨ କରୋନା ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି। ଏହା ସହିତ କରୋନାରୁ ସୁସ୍ଥ ଥିବା ମୋଟ ଲୋକଙ୍କ ସଂଖ୍ୟା ୪ କୋଟି ୪୧ ଲକ୍ଷ ୬୦ ରେ ପହଞ୍ଚିଛି।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ନୁଆ ଯୋଗିଆପଲୀ ଗ୍ରାମରେ ଗତକାଲି ସନ୍ଧ୍ୟାରେ ବୋମାମାଡ ଘଟଣାରେ ତିନି ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପୁରୁଣା ଶତ୍ରୁତା ଯୋଗୁଁ ଏହି ଘଟଣା ଘଟିଛି। ଏହି ବୋମାମାଡରେ ଭାବିନିପୁର ଗ୍ରାମର କାଳିଆ ପାତ୍ର ଓ ତାର ସହଯୋଗୀ ଏନ୍ ମହେଶ ଦୋରାଙ୍କ ସହ ଯୋଗିଆପଲି ଗ୍ରାମର କାର୍ତ୍ତିକ ପାତ୍ର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଯୋଗ୍ୟ ଯେ, କାଳିଆର ମାମୁଁ ଘର ଉକ୍ତ ଗ୍ରାମର ହୋଇଥିବା ବେଳେ କାର୍ତ୍ତିକ ସହ ପୁର୍ବରୁ ଶତ୍ରୁତା ଥିଲା। ଗତକାଲି କାଳିଆ ଓ ତା’ର ସହଯୋଗୀ ତାରାତାରିଣୀ ପୀଠରୁ ଭୋଜି ଖାଇ ମାମୁଁ ଘରକୁ ଗଲାବେଳେ ଛକରେ କାର୍ତ୍ତିକ ସହ ମୁହାଁମୁହିଁ ହୋଇ ଝଗଡ଼ା ହୋଇଥିଲା ଓ ସଙ୍ଗେ ସଙ୍ଗେ କାଳିଆ ଏକ ହାତ ବୋମା ଆଣି କାର୍ତ୍ତିକ ଉପରେ ପକାଇବା ବେଳକୁ ନିଜ ହାତରେ…
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଅପରାହ୍ନ ୧.୩୦ ରେ ଆରମ୍ଭ ହେବ। ଚେନ୍ନାଇର ଚେପାକ୍ ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଉଭୟ ଦଳ ମୁକାବିଲା କରିବେ। ଚେପକ୍ ପିଚ୍ ରେ ସାଧାରଣତଃ ସ୍ପିନ୍ କାମ ଦେଇଥାଏ। କିନ୍ତୁ ଏଥର ଦ୍ରୁତ ବୋଲରମାନେ ମଧ୍ୟ ଭଲ ସିମ୍ ଏବଂ ସୁଇଙ୍ଗ୍ ପାଇବେ ବୋଲି ଆଶା କରାଯାଏ, ତେଣୁ ଉଭୟ ଦଳ ଗତ ମ୍ୟାଚ୍ ର ଖେଳାଳି ଏକାଦଶରେ ପରିବର୍ତ୍ତନ କରିପାରନ୍ତି, ଏଠାରେ ଜାଣନ୍ତୁ … ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ: ଟିମ୍ ଇଣ୍ଡିଆରେ ପରିବର୍ତ୍ତନ ହେବାର କମ୍ ସମ୍ଭାବନା ଅଛି। ଗତ ମ୍ୟାଚ୍ରେ ଦିନିକିଆ କ୍ରିକେଟ୍ ଇତିହାସରେ ସବୁଠାରୁ ଖରାପ ପରାଜୟ ସତ୍ତ୍ୱେ ଭାରତୀୟ ଦଳ ପରିଚାଳନା ସମାନ ଖେଳାଳିଙ୍କୁ ପଡିଆକୁ ଓହ୍ଲାଇପାରେ। ଅର୍ଥାତ୍ ପାଞ୍ଚ ଜଣ ବ୍ୟାଟ୍ସମ୍ୟାନ୍, ଦୁଇଟି ସ୍ପିନ୍ ଏବଂ ଗୋଟିଏ ଦ୍ରୁତ ବୋଲିଂ ଅଲରାଉଣ୍ଡର,…
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଛକରେ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଉକ୍ତ ଚଢାଉ ସମୟରେ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଜବତ କରାଯାଇଥିବା ବେଳେ ବହିଷ୍କୃତ ଯବାନଙ୍କୁ’ ଅଟକ ରଖାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଗୋଇନ୍ଦା ବିଭାଗ ଇନିସ୍ପେକ୍ଟର ହୃଦୟ ସାମନ୍ତ ଓ ଏସ୍ ଆଇ ସୁରେନ୍ଦ୍ର ପ୍ରଧାନ ଅନ୍ୟ କିଛି କର୍ମଚାରୀଙ୍କୁ ନେଇ ଗୋପାଳପୁର ଛକରେ ଏକ ଘରୋଇ ବସ୍ କୁ ଅଟକାଇ ଯାଞ୍ଚ କରିଥିଲେ। ସେହି ସମୟରେ ବସ୍ ରୁ ତିନି ବ୍ୟାଗ୍ ଗଞ୍ଜେଇ ଜବତ ହୋଇଥିଲା। ଏବଂ ଗୋପାଳ ସିଂ ନାମକ ଜଣେ ବହିଷ୍କୃତ ଯବାନଙ୍କୁ ଅବକାରୀ ବିଭାଗ ଅଟକ ରଖିଥିଲା। ସୁଚନା ଥାଉକି ଅଟକ ବ୍ୟକ୍ତି ଜଣକ ଗୋଳାବନ୍ଧ ଆର୍ମି ଏଡି କଲେଜରେ ଚାକିରୀ କରୁଥିଲେ ଓ କୌଣସି କାରଣବଶତଃ ଚାକିରିରୁ ବହିଷ୍କୃତ ହୋଇଥିଲେ। ଜବତ ଗଞ୍ଜେଇର ଓଜନ ୬୦ କିଲୋ ଓ ଆନୁମାନିକ ମୁଲ୍ୟ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆପତ୍ତିଜନକ ପୋଷ୍ଟର ଲଗାଇବା ସଂପର୍କରେ ଦିଲ୍ଲୀ ପୋଲିସ ୧୦୦ ଟି ଏଫ୍ଆଇଆର୍ ପଞ୍ଜିକରଣ କରିଛି। ଖବର ଅନୁଯାୟୀ, ଏହି ପୋଷ୍ଟରରେ ଲେଖାଥିଲା ଯେ, ମୋଦୀ ହଟାଅ ଦେଶକୁ ବଞ୍ଚାଅ। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସିପି ଦୀପେନ୍ଦ୍ର ପୃଥକ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର ଲଗାଯାଇଛି, ଯେଉଁଥିରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେ କହିଛନ୍ତି ଯେ, ଏହି (ଆପତ୍ତିଜନକ) ପୋଷ୍ଟରରେ ପ୍ରିଣ୍ଟିଂ ପ୍ରେସ ବିଷୟରେ କୌଣସି ସୂଚନା ନାହିଁ। ସ୍ଵତନ୍ତ୍ର ସିପି ଦୀପେନ୍ଦ୍ର ପୃଥକ୍ ଗଣମାଧ୍ୟମକୁ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି। ପ୍ରକାଶ ଯେ, ଏହି ପୋଷ୍ଟରଗୁଡିକର ଲିଙ୍କ୍ ଆମ୍ ଆଦମୀ ପାର୍ଟି ସହିତ ଜଡିତ। ଦୀପେନ୍ଦ୍ର ପୃଥକ୍ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟିର କାର୍ଯ୍ୟାଳୟ ଛାଡିବା ମାତ୍ରେ ଏକ ଭ୍ୟାନକୁ ପୋଲିସ ଅଟକାଇଥିଲା, ଯେଉଁଥିରୁ ଅନେକ ପୋଷ୍ଟର ଜବତ କରାଯାଇଥିଲା ଏବଂ ଘଟଣାସ୍ଥଳରେ…
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୧ଟି ନୂଆ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ ଘୋଷଣା କରାଯାଇଛି। ଯେଉଁଥିରେ ଓଡ଼ିଶାର ଦୁଇଟି ସହର ରାୟଗଡ଼ା ଓ ବ୍ୟାସନଗର ସହର ରହିଛି। ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର, ନାଲ୍କୋ-ଅନୁଗୁଳ, ତାଳଚେର. ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା। ଭାରତର ଡିଜିଟାଲ୍ ରୂପାନ୍ତରଣ ଦିଗରେ ଜିଓ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି ଏବଂ ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ଏହା ପ୍ରଥମ ଟେଲିକମ୍ ଅପରେଟର ଭାବେ ଭବିଷ୍ୟତଧର୍ମୀ ଓ ଅତ୍ୟାଧୁନିକ ଟ୍ରୁ-୫ଜି ସେବାକୁ ପହଂଚାଇଛି। ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା ଭାବେ ଯଦିଓ ଜିଓ ପକ୍ଷରୁ ଦ୍ରୁତ ଗତିରେ ଅତ୍ୟାଧୁନିକ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଉଛି, ତେବେ ଶ୍ରେଷ୍ଠ ଗ୍ରାହକ ଅନୁଭୂତିକୁ…
ଭୁବନେଶ୍ଵର: ଜୀ-ସାର୍ଥକ ବ୍ୟାନରରେ ଆସୁଥିବା ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’ ର ଅଡିଓ ଲୋକାର୍ପଣ ଉତ୍ସବ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଡିଓ ଲୋକାର୍ପଣ ଉତ୍ସବ ରେ ଚଳଚ୍ଚିତ୍ର ର ପ୍ରଯୋଜକ କବୀର ଦାସ, ଜୀ ସାର୍ଥକ, ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ, କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର, ନିର୍ଦ୍ଦେଶକ ସଞ୍ଜୟ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ନେହା ନିହାରିକା, ଅଭିନେତା ଅଭିଜିତ ଦାସ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଚଳଚ୍ଚିତ୍ର “ସରଗପୁରରୁ ଆସିଛି ପ୍ରିୟା’ ଭିନ୍ନ ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି। ଇନ୍ଦ୍ରଲୋକର ଭୁଲ ପାଇଁ ପୃଥିବୀକୁ ଦଣ୍ଡ ଭୋଗିବାକୁ ଆସିଛି ଅପସରା ମେନକା। କିନ୍ତୁ ପ୍ରଥମରୁ ଆସିବାକୁ ଡରୁଥିବା ମେନକା ପୃଥିବୀ ଛାଡିବାକୁ ନାରାଜ। ପାତାଳ ଲୋକର ଜଣେ ଯୁବକ ପ୍ରେମରେ ମେନକା। ଆଉ ସେପଟେ ଥରହର ଦେବତାଗଣ। ଏମିତି କିଛି ନିଆରା କାହାଣୀକୁ…
ଭୁବନେଶ୍ଵର: ପୂର୍ବତଟ ରେଳପଥ (ଇକୋର) ମହାପ୍ରବନ୍ଧକ ମନୋଜ ଶର୍ମା ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପ୍ରକଳ୍ପର ବାଘୁଆପାଳ-ବୁଢାପଙ୍କ ରେଳ ସେକ୍ସନ ନୀରିକ୍ଷଣ କରିଛନ୍ତି। ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ପ୍ରମୁଖ ଅଧିକାରୀ ମାନଙ୍କ ସହିତ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଓ ରେଳ ବିକାଶ ନିଗମ ଲିମିଟେଡ (RVNL) ର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ବିଭିନ୍ନ ସୁବିଧା ତଥା ଆନୁସଙ୍ଗିକ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରି ଟ୍ରେନ୍ ଚଳାଚଳ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଅନୁଗୁଳ ଜିଲ୍ଲାର ବୁଢାପଙ୍କ ଷ୍ଟେସନ ଏବଂ ଯାଜପୁର ଜିଲ୍ଲାର ସୁକିନ୍ଦା ନିକଟ ବାଘୁଆପାଳ ଷ୍ଟେସନ ମଧ୍ୟରେ ୯୨.୮୨୫ କିଲୋମିଟର ଦୈର୍ଘ୍ୟ ବ୍ରଡ ଗେଜ ସିଙ୍ଗଲ ବିଦ୍ୟୁତିକରଣ ରେଳ ଲାଇନ…
ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ ଆଜି ମାନବ-ବନ୍ୟପ୍ରାଣୀ ସଂଘର୍ଷ (ଏଚଡବ୍ଲୁସି) କୁ ସମାଧାନ କରିବା ପାଇଁ ୧୪ ଟି ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି, ଯାହା ଭାରତରେ ଏଚଡବ୍ଲୁସି ର ପ୍ରଭାବଶାଳୀ ତଥା ଉପଯୁକ୍ତ ପ୍ରଶମନ ପାଇଁ ପ୍ରମୁଖ ହିତାଧିକାରୀଙ୍କ ମଧ୍ୟରେ ଏକ ସାଧାରଣ ବୁଝାମଣାକୁ ସୁଗମ କରିବାକୁ ଲକ୍ଷ୍ୟ ରଖିଛି। ଏହି ନିର୍ଦ୍ଦେଶାବଳୀ ପରାମର୍ଶ ଭିତ୍ତିକ ଅଟେ ଏବଂ ସ୍ଥଳ ଭିତ୍ତିକ ଏଚଡବ୍ଲୁସି ରେ ହ୍ରାସ କରିବାର ଉପାୟକୁ ଆଗକୁ ନେବାରେ ସୁବିଧା ପ୍ରଦାନ କରିବ। ଏହି ନିର୍ଦ୍ଦେଶାବଳୀଗୁଡିକ ଏଚଡବ୍ଲୁସି କୁ ହ୍ରାସ କରିବା ପାଇଁ ଭାରତ ଜର୍ମାନ୍ ସହଯୋଗ ପ୍ରକଳ୍ପ ଅନ୍ତର୍ଗତ ବିକଶିତ କରାଯାଇଛି ଯାହା ପରିବେଶ, ବନ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ବାରା ଡ୍ୟୁସ ଜେସେଲସାଫ୍ଟ ଫର ଇଣ୍ଟରନାସନାଲ୍ ଜୁସାନେନାରବିଟ୍ (ଜିଆଇଜେଡ୍) ଜିଏମବିଏଚ୍ ଏବଂ କର୍ଣ୍ଣାଟକ, ଉତ୍ତରାଖଣ୍ଡ ତଥା ପଶ୍ଚିମ ବଙ୍ଗର ରାଜ୍ୟ ବନ ବିଭାଗ ସହିତ ମିଶି…

