Author: Samikhsya Bureau

ଭୁବନେଶ୍ଵର: ନୂଆପଡା ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ଷଷ୍ଠ ପର୍ଯ୍ୟାୟ ଗଣତିରେ ଶାସକ ଦଳ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗରେ ଅଛନ୍ତି। ନିର୍ବାଚନ କମିଶନ ଅନୁଯାୟୀ, ଜୟ ଢୋଲକିଆ ଏପର୍ଯ୍ୟନ୍ତ ୩୦,୬୪୧ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୮୬୪୬ ଟି ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସି ରାମ ମାଝୀଙ୍କୁ ଏପର୍ଯ୍ୟନ୍ତ ୭୮୯୧ ଭୋଟ ମିଳିଛି। ଏହିପରି ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀ ୨୧୯୯୫ ଭୋଟରେ ଆଗରେ ଅଛନ୍ତି।

Read More

ଭୁବନେଶ୍ଵର: ଓଡିଶାର ଏକମାତ୍ର ନିର୍ବାଚନ ମଣ୍ଡଳୀ ନୂଆପଡା ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ଦ୍ଵିତୀୟ ପର୍ଯ୍ୟାୟ ଗଣତିରେ ଶାସକ ଦଳ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗରେ ଅଛନ୍ତି। ନିର୍ବାଚନ କମିଶନ ଅନୁଯାୟୀ, ଜୟ ଢୋଲକିଆ ଏପର୍ଯ୍ୟନ୍ତ ୧୦,୪୩୬ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୦୨୩ ଟି ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସି ରାମ ମାଝୀଙ୍କୁ ଏପର୍ଯ୍ୟନ୍ତ ୨୨୩୪ ଭୋଟ ମିଳିଛି। ଏହିପରି ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀ ୭୪୧୩ ଭୋଟରେ ଆଗରେ ଅଛନ୍ତି।

Read More

ଭୁବନେଶ୍ଵର: ଓଡିଶାର ଏକମାତ୍ର ନିର୍ବାଚନ ମଣ୍ଡଳୀ ନୂଆପଡା ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣତିରେ ଶାସକ ଦଳ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗରେ ଅଛନ୍ତି। ନିର୍ବାଚନ କମିଶନ ଅନୁଯାୟୀ, ଜୟ ଢୋଲକିଆ ଏପର୍ଯ୍ୟନ୍ତ ୪୯୦୪ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ୧୩୫୭ ଟି ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସି ରାମ ମାଝୀଙ୍କୁ ଏପର୍ଯ୍ୟନ୍ତ ୧୩୦୮ ଭୋଟ ମିଳିଛି। ଏହିପରି ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀ ୩୫୪୭ ଭୋଟରେ ଆଗରେ ଅଛନ୍ତି।

Read More

ନୂଆଦିଲ୍ଲୀ: ୨୦୨୫ ବିହାର ନିର୍ବାଚନର ଭୋଟ ଗଣତି ଜାରି ରହିଛି। ସକାଳ ୯:୧୫ ସୁଦ୍ଧା ୨୦୫ ଟି ଆସନର ଟ୍ରେଣ୍ଡସ ସାମ୍ନାକୁ ଆସିଛି। ଏଥିରେ NDA ୧୩୫ ଟି ଆସନରେ ଏବଂ ମହାଗଠବନ୍ଧନ ୬୬  ଟି ଆସନରେ ଆଗୁଆ ଅଛନ୍ତି। ଅନ୍ୟ ଦଳର ପ୍ରାର୍ଥୀମାନେ ୩ ଟି ଆସନରେ ଆଗୁଆ ଅଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଏହା ପ୍ରାରମ୍ଭିକ ଟ୍ରେଣ୍ଡସ। ଆଗାମୀ ୧ ଘଣ୍ଟା ପରେ ସଂଖ୍ୟା ସ୍ପଷ୍ଟ ହେବା ଆଶଙ୍କା କରାଯାଉଛି।

Read More

ଭୁବନେଶ୍ଵର: ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆଗାମୀ ନଭେମ୍ବର ୨୦ ତାରିଖରେ ଝାରସୁଗୁଡ଼ା ଦେଇ ଛତିଶଗଡ଼ ଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ନଭେମ୍ବର ୨୭ ରେ ରାଷ୍ଟ୍ରପତି ଓଡ଼ିଶା ଆସି ରାଜଭବନରେ ନୂଆ କଳିଙ୍ଗ ଅତିଥ୍ ନିବାସର ଶୁଭ ଉଦ୍ଘାଟନ କରିବା ସହିତ ଓଡ଼ିଶା ବିଧାନସଭାକୁ ସମ୍ଭୋଧନ କରିବେ। ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଗସ୍ତ ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ତରଫରୁ ପ୍ରସ୍ତୁତି ନେଇ ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ପରେ ଅପରାହ୍ନରେ ଓଡ଼ିଶା ବିଧାନ ସଭାରେ ସ୍ବତନ୍ତ୍ର ପ୍ରକୋଷ୍ଠରେ ମଧ୍ୟ ମାନ୍ୟବର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସ୍ବରାଷ୍ଟ୍ର ବିଭାଗ ତରଫରୁ ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ସଂପର୍କରେ ଉପସ୍ଥାପନ କରାଯାଇଥିଲା। ସୂଚନା ଅନୁଯାୟୀ ସେଦିନ ମାନ୍ୟବର ରାଷ୍ଟ୍ରପତି…

Read More

ନୂଆଦିଲ୍ଲୀ: ୨୦୨୫ ବିହାର ନିର୍ବାଚନର ଭୋଟ ଗଣତି ଜାରି ରହିଛି। ସକାଳ ୮:୩୦ ସୁଦ୍ଧା ୧୫୭ ଟି ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଥିରେ NDA ୯୯ ଟି ଆସନରେ ଏବଂ ମହାଗଠବନ୍ଧନ ୫୪  ଟି ଆସନରେ ଆଗୁଆ ଅଛି। ଅନ୍ୟ ଦଳର ପ୍ରାର୍ଥୀମାନେ ୨ଟି ଆସନରେ ଆଗୁଆ ଅଛନ୍ତି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ତେଜସ୍ୱୀ ଯାଦବ, ବିଜୟ ସିହ୍ନା, ଓସାମା ଶାହାବ ଏବଂ ଅନନ୍ତ ସିଂହ ଆଗୁଆ ଅଛନ୍ତି।

Read More

ନୂଆପଡା ଉପନିର୍ବାଚନ: ଆରମ୍ଭ ହୋଇଛି ନୂଆପଡା ଉପନିର୍ବାଚନ ପାଇଁ ଭୋଟ ଗଣତି। ଷ୍ଟ୍ରଙ୍ଗରୁମ ଖୋଲିଯିବା ପରେ ପୋଷ୍ଟାଲ ବାଲଟ ଗଣତି ହୋଇଛି। ତେବେ ଏ ନେଇ କିଛି ସୂଚନା ଆସି ନାହିଁ। ମୋଟ ୧୪ଟି ଟେବୁଲ୍‌ରେ ୨୬ ରାଉଣ୍ଡ ଗଣତି ହେବ। ପ୍ରତ୍ୟେକ ଟେବୁଲରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୂପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ରହିଛନ୍ତି ।

Read More

ଭୁବନେଶ୍ଵର: ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସରକାରଙ୍କ ଦ୍ୱାରା ନିରନ୍ତର ପ୍ରୟାସ ଜାରି ରହିଛି। ନିକଟରେ ଶୂନ ଦୁର୍ଘଟଣା ଦିବସ ପାଳନ ପରେ ଏବେ ଶୂନ ମୃତାହତ ପକ୍ଷ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନଭେମ୍ବର ୧୬ ରୁ ୩୦ ଯାଏଁ ସାରା ରାଜ୍ୟରେ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି। ଏହି ସମୟରେ ଚାରିଟି ‘ଇ’ ଯଥା- ଏନଫୋର୍ସମେଣ୍ଟ, ଇଂଜିନିୟରିଂ, ଏଜୁକେସନ ଓ ଏମର୍ଜେନ୍ସି କେୟାରକୁ ପ୍ରାଧାନ୍ୟ ଦିଆଯିବ। ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପାଳନ ସମୟରେ ସଡ଼କ ନିୟମ ଉଲ୍ଲଙ୍ଘକାରୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଅବଲମ୍ୱନ କରାଯିବ। ସାରା ରାଜ୍ୟରେ କଡ଼ାକଡ଼ି ଯାଞ୍ଚ କରାଯିବ । ଏଥିପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଅନ୍ୟ…

Read More

ନୂଆଦିଲ୍ଲୀ: ତିନି ମ୍ୟାଚ୍ ବିଶିଷ୍ଟ ଅଣଆନୁଷ୍ଠାନିକ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତ ଏ’ ଦକ୍ଷିଣ ଆଫ୍ରିକା ଏ’କୁ ୪ ୱିକେଟରେ ପରାସ୍ତ କରିଛି। ଗୁରୁବାର ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଥିଲା। ୨୮୬ ରନ୍‌ର ପିଛା କରି ଭାରତୀୟ ଦଳ ଶେଷ ଓଭରରେ ଲକ୍ଷ୍ୟ ହାସଲ କରି ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଏହା ସହିତ ଦଳ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ କରିଛି। ଗାୟକ୍ଵାଡଙ୍କ ଚମତ୍କାର ଶତକ: ଋତୁରାଜ ଗାୟକ୍ଵାଡ ଭାରତ ଏ’ର ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ସେ ୧୨୯ ବଲ୍‌ରେ ୧୧୭ ରନ୍ କରିଥିଲେ। ଇନିଂସ୍ ସମୟରେ ସେ ୧୨ ଚୌକା ମାରିଥିଲେ। ଏହା ତାଙ୍କ ଲିଷ୍ଟ ଏ କ୍ୟାରିୟରରେ ଋତୁରାଜଙ୍କ ୧୭ତମ ଶତକ ଥିଲା। ଓପନର ଅଭିଷେକ ଶର୍ମା ୩୧ ରନ୍ ସହିତ ଏକ ମଜବୁତ ଆରମ୍ଭ ଦେଇଥିଲେ, ଯେତେବେଳେ ତିଲକ ବର୍ମା ୩୯ ରନ୍ ସହିତ ଇନିଂସକୁ…

Read More

ଭୁବନେଶ୍ଵର: ଜନଜାତୀୟ ଗୌରବ ବର୍ଷ ପାଳନ ଅବସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ SCSTRTI ଠାରେ ପାରମ୍ପରିକ ପରଜା ଏବଂ ଧୁରୁଆ ନୃତ୍ୟ ପରିବେଷଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ SCSTRTI ନିର୍ଦ୍ଦେଶକ ସୁଧାକର ଶବର, ଉପନିର୍ଦ୍ଦେଶକ ସନ୍ତୋଷ କୁମାରଙ୍କ ସହିତ ପ୍ରତିଷ୍ଠାନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଶେଷରେ କୋରାପୁଟରୁ ଆସିଥିବା ପରଜା ଏବଂ ଧୁରୁଆ ନୃତ୍ୟ କଳାକାରଙ୍କୁ ନିର୍ଦ୍ଦେଶକ ସମ୍ମାନିତ କରିବା ସହିତ ସେମାନଙ୍କ ଅସାଧାରଣ ପ୍ରୟାସକୁ ପ୍ରଶଂସା କରିଥିଲେ ।

Read More

ଭୁବନେଶ୍ଵର: ରାଜ୍ୟରେ ଜନଜାତିଙ୍କ ଜୀବିକାରେ ଉନ୍ନତି ପାଇଁ କୃଷି ସହଯୋଗୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଯୋଗାଇବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବାର୍ଷିକ ହିସାବ ରିପୋର୍ଟ ଦାଖଲ କରିବା ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଗୁରୁତ୍ବାରୋପ କରିଛନ୍ତି। ଗତକାଲି ରାଜଭବନରେ ରାଜ୍ୟର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସଂପର୍କିତ ୨୦୨୩ ଆର୍ଥିକ ବର୍ଷ ପାଇଁ କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲ – CAG ରିପୋର୍ଟର ପର୍ଯ୍ୟବେକ୍ଷଣ ଏବଂ ସୁପାରିଶ ଉପରେ ଆଲୋଚନା କରିବା ଅବସରରେ ରାଜ୍ୟପାଳ ଏହି ଗୁରୁତ୍ବାରୋପ କରିଛନ୍ତି । ଏହି ବୈଠକରେ ପ୍ରିନ୍ସପାଲ ଆକାଉଣ୍ଟାଣ୍ଟ ଜେନେରାଲ ସୁବୁ ଆର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Read More

ଭୁବନେଶ୍ଵର: ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ଲକ୍ଷ୍ୟ ସାଧନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ପ୍ରଶାସନିକ ବ୍ୟବସ୍ଥା ଓ ଶାସନ ପରିଚାଳନାର ସଂସ୍କାର କମିଟିର ଅଧ୍ୟକ୍ଷ ଯୁଗଳ କିଶୋର ମହାପାତ୍ର ଏବଂ ସଦସ୍ୟ ଥିବା ଓ.ପି ଅଗ୍ରଓ୍ୱାଲ ଏବଂ ଟି.ଏମ ବିଜୟ ଭାସ୍କର ଗୁରୁବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ସାକ୍ଷାତ କରିବା ସହିତ ଲୋକ ସେବା ଭବନସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ସେଣ୍ଟର ଫର ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ (ସିଏମଜିଆଇ) ର ନିର୍ଦ୍ଦେଶକ ବିନୀତ…

Read More

ଭୁବନେଶ୍ଵର: ପୂର୍ବ ଭାରତରେ ବୈଜ୍ଞାନିକ ଅଧ୍ୟୟନ ଓ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ତଥା ବୈଜ୍ଞାନିକ ଅନୁସନ୍ଧିତ୍ସା ଏବଂ ଶିକ୍ଷା ପାଇଁ ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଭୁବନେଶ୍ୱର ଠାରେ ଏକ ସାଇନ୍ସ ସିଟି ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହା ୧୦୦ଏକର ପରିମିତ ସ୍ଥାନରେ ନିର୍ମାଣ କରାଯିବ। ଉକ୍ତ ସାଇନ୍ସ ସିଟି ନିର୍ମାଣ ଅଗ୍ରଗତି ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱରର ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଛନ୍ତି। ଭୁବନେଶ୍ୱର ତହସିଲ ଅନ୍ତର୍ଗତ ହରିପୁର ଓ ଭଗବତୀପୁର ମୌଜାର ଦୁଇଟି ସ୍ଥାନକୁ ସ୍ଥାନକୁ ମନ୍ତ୍ରୀ ଶ୍ରୀ ପାତ୍ର ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସବୁ ଦିଗକୁ ବିଚାରକୁ ନେଇ ଏହି ଦୁଇଟି ସ୍ଥାନ ମଧ୍ୟରୁ କୌଣସି ଗୋଟିଏ ସ୍ଥାନରେ ହିଁ…

Read More

ଭୁବନେଶ୍ଵର: ଏହି ମହୋତ୍ସବରେ ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ୬୦୦ ରୁ ଅଧିକ ପିଲା ଏଥିରେ ସାମିଲ ହୋଇଛନ୍ତି। ଏହି ମହୋତ୍ସବରେ ୧୦୦ ମିଟର ଏବଂ ୨୦୦ ମିଟର ଦୌଡ଼, ଲମ୍ବ ଡିଆଁ, ରିଲେ ଦୌଡ଼, ଫୁଟବଲ୍, ଚେସ୍, କାରମ୍ ଭଳି ରୋମାଞ୍ଚକର ଇଭେଣ୍ଟରେ ଶିଶୁ ମାନେ ଅଂଶଗ୍ରହଣ କରି ନିଜର କ୍ରୀଡା ନୌପୁଣ୍ୟ ପ୍ରଦର୍ଶନ କରିବେ। ଦଳଗତ ଖେଳୁଆଡ଼ ମନୋବୃତ୍ତି ସହ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଏବଂ ମନୋରଞ୍ଜନକାରୀ ଖେଳ ଅନ୍ତର୍ଭୁକ୍ତ ରହିଛି ଯାହା ପ୍ରତିଯୋଗୀଙ୍କ ଆତ୍ମବିଶ୍ୱାସକୁ ପ୍ରୋତ୍ସାହିତ କରିବ। ଏହି ମହୋତ୍ସବକୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦଘାଟନ କରି ଓଡ଼ିଶାର ବର୍ଦ୍ଧିତ କ୍ରୀଡା ସଂସ୍କୃତି ଏବଂ ଭିତ୍ତିଭୂମିକୁ ପ୍ରଶଂସା କରିବା ଏହାକୁ ଯୁବପିଢ଼ିଙ୍କ ପାଇଁ ଗର୍ବ ଏବଂ ପ୍ରେରଣାର ଉତ୍ସ ବୋଲି କହିଥିଲେ । ସେ ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରତ୍ୟେକ ପିଲା ଖେଳିବା, ସ୍ୱପ୍ନ ଦେଖିବା ଏବଂ ଆତ୍ମବିଶ୍ୱାସର ସହିତ ବଢ଼ିବାର…

Read More

ମେଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ବୃଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ। ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ। ମିଥୁନ- ଭୟ ହେତୁ ନିଷ୍ପତ୍ତି ନେବା କ୍ଷମତା ହ୍ରାସ ହୋଇପାରେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଯାତ୍ରା…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟରେ ଶ୍ରୀ ମୋତିଭାଇ ଆର. ଚୌଧୁରୀ ସାଗର ସୈନିକ ସ୍କୁଲ (ଏମଆରସିଏସଏସ) ଏବଂ ସାଗର ଜୈବିକ କାରଖାନାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ନିକଟରେ ଦିଲ୍ଲୀରେ ଘଟିଥିବା କାର୍ ବିସ୍ଫୋରଣରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କ ପ୍ରତି କେନ୍ଦ୍ର ସମବାୟ ମନ୍ତ୍ରୀ ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି। ସେ କହିଥିଲେ ଯେ, ଏହି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଦାୟୀ ସମସ୍ତଙ୍କୁ କଠୋର ଦଣ୍ଡ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ନିଶ୍ଚିତ ଭାବେ ପୂରଣ ହେବ। ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣର ଅପରାଧୀମାନଙ୍କୁ ଦିଆଯିବା ଦଣ୍ଡ ବିଶ୍ୱକୁ ଏକ ବାର୍ତ୍ତା ପଠାଇବ ଯେ, ଆମ ଦେଶରେ ଏପରି ଆକ୍ରମଣ ବିଷୟରେ କେହି ଚିନ୍ତା କରିବାକୁ ସାହସ କରିବା ଉଚିତ୍ ନୁହେଁ। ଶ୍ରୀ ଶାହ…

Read More

ଭୁବନେଶ୍ୱର: 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଭାରତର ନାଗରିକଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି। ଆଜି ଭୁବନେଶ୍ୱରସ୍ଥିତ ସିଏସଆଇଆର-ଆଇଏମଏମଟି ଠାରେ ଲଙ୍ଗିଟ୍ୟୁଡିନାଲ କୋହର୍ଟ ଷ୍ଟଡିଜ୍ ଉପରେ ଜାତୀୟ ସମ୍ମିଳନୀ-କୋହୋର୍ଟ କନେକ୍ଟକୁ ଉଦଘାଟନ କରି ସେ କହିଛନ୍ତି, ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତକୁ ଏବେ ନିଦାନ ଆଧାରିତ ଦୀର୍ଘକାଳୀନ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ହେବ। ଡକ୍ଟର ସିଂ ଆହୁରି କହିଛନ୍ତି, ‘‘ଭାରତୀୟ ରୋଗୀଙ୍କ ପାଇଁ ଭାରତୀୟ ଉପଚାର, ଭାରତୀୟ ବିଷୟ ଲାଗି ଭାରତୀୟ ନିରାକରଣ ରଣନୀତି, ଭାରତୀୟ ସମାଧାନ ଲାଗି ଭାରତୀୟ ତଥ୍ୟ ଆମର ମନ୍ତ୍ର ହେବା ଉଚିତ୍। ସୂଚନାଯୋଗ୍ୟ, କୋହୋର୍ଟ ଷ୍ଟଡିଜ୍ ଏପରି ଏକ ଅଧ୍ୟୟନକୁ ବୁଝାଇଥାଏ ଯେଉଁଥିରେ ସମାନ ବୈଶିଷ୍ଟ୍ୟ ଥିବା ଏକ ଗୋଷ୍ଠୀର ସ୍ୱାସ୍ଥ୍ୟାବସ୍ଥା ଓ ଜୀବନଶୈଳୀକୁ ଅନୁଧ୍ୟାନ କରାଯାଇଥାଏ ଯାହାଫଳରେ ସେମାନଙ୍କ ଠାରେ ନିର୍ଦ୍ଦିଷ୍ଟ…

Read More

ଭୁବନେଶ୍ଵର: ଜାତୀୟ ଜୈବ ବିବିଧତା ପ୍ରାଧିକରଣ (ଏନବିଏ) ଲାଲ ଚନ୍ଦନ ଗଛର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ଉପଲବ୍ଧତା ଏବଂ ଲାଭ ଆବଣ୍ଟନ (ଏବିଏସ) ବ୍ୟବସ୍ଥା ଅଧୀନରେ ଓଡ଼ିଶା ବନ ବିଭାଗକୁ 29.40 ଲକ୍ଷ ଟଙ୍କା ପ୍ରଦାନ କରିଛି। ଏନବିଏ ଭାରତର ସ୍ଥାନୀୟ ଜୈବିକ ସମ୍ପଦର ଦୀର୍ଘସ୍ଥାୟୀ ବ୍ୟବହାର ଏବଂ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନିରନ୍ତର ପ୍ରୟାସ ସ୍ୱରୂପ ଏହି ପଦକ୍ଷେପ ନେଇଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବନ ବିଭାଗରୁ ସଂଗୃହିତ ଲାଲ ଚନ୍ଦନ କାଠ ଗଣ୍ଡିରୁ ପ୍ରାପ୍ତ ଲାଭ ବିତରଣ ଅର୍ଥରୁ ଏବିଏସ ପାଣ୍ଠି ସୃଷ୍ଟି କରାଯାଇଥିଲା। ଏହି ଗଛଗୁଡ଼ିକ ଏକ ଶତାବ୍ଦୀରୁ ଅଧିକ ପୁରୁଣା ବୋଲି ବିଶ୍ୱାସ କରାଯାଏ। ତତ୍କାଳୀନ ପାରଳାଖେମୁଣ୍ଡିର ମହାରାଜାଙ୍କ ଦ୍ୱାରା ମୂଳତଃ ବୃକ୍ଷଗୁଡ଼ିକ ରୋପଣ କରାଯାଇଥିଲା। 2018 ବାତ୍ୟା ସମୟରେ ଲାଲ ଚନ୍ଦନ ଗଛ ପ୍ରାକୃତିକ ଭାବେ ଭାଙ୍ଗି ପଡ଼ିଥିଲା। ଏହାପରେ ଓଡ଼ିଶା ବନ୍ୟ ବିକାଶ ନିଗମ ଭାଙ୍ଗିପଡ଼ିଥିବା ଲାଲ ଚନ୍ଦନ…

Read More

ଭୁବନେଶ୍ଵର: ସହୋଦୟ ସ୍କୁଲ କମ୍ପ୍ଲେକ୍ସ ବିଜ୍ଞାନ ମେଳା ଡିଏଭି ପୋଖରୀପୁଟରେ ଅନୁଷ୍ଠିତ ହୋଇଯାଇଛି। ଆଇଜର ବ୍ରହ୍ମପୁରର ଏକାଡେମିକ୍ ଡିନ୍ ପ୍ରଫେସର ପ୍ରସେନଜିତ୍ ମଣ୍ଡଲ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଉକ୍ତ ମେଳାକୁ ଉଦ୍‌ଘାଟନ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଏବଂ ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି କରିବାରେ ଏହିଭଳି କାର‌୍ୟ୍ୟକ୍ରମ ସହାୟକ ହେବ ବୋଲି ସେ ନିଜର ଅଭିଭାଷଣରେ କହିଥିଲେ। ଏହି ପ୍ରଦର୍ଶନୀରେ ଓଡ଼ିଶାର ୩୪ ସ୍କୁଲର ୬୫ ଟି ପ୍ରକଳ୍ପରେ ୧୨୮ ଜଣ ଛାତ୍ରଛାତ୍ରୀ ଭାଗନେଇ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ବିଜ୍ଞାନ, ସମାଜ ଓ ପରିବେଶ ଉପରେ ଆଧାରିତ ଥିଲା ଏହି ପ୍ରଦର୍ଶନୀ। ଡିଏଭି ଓଡ଼ିଶା ଜୋନ୍ ଏଫ୍ ର ସହ ଆଞ୍ଚଳିକ ଅଧିକାରୀ ତଥା ଡିଏଭି ପୋଖରୀପୁଟର ଅଧ୍ୟକ୍ଷ ବିପିନ କୁମାର ସାହୁ ଅନୁଭବାତ୍ମକ ଶିକ୍ଷା ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କର ବୌଦ୍ଧିକ ବିକାଶ ଘଟି ପାରିବ ବୋଲି ମତ ପ୍ରକାଶ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକୁ ନାଇଜରର ଆସୋସିଏଟ୍ ପ୍ରଫେସର…

Read More

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମ ରାସ୍ତା କଡ଼ ଏକ ଗଭୀର ଖାଲକୁ ଗୋଟିଏ କାର୍ ଖସି ଯାଇ ଚାଳକ ଓ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ପଛରେ ବସିଥିବା ଦୁଇ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡିଛି ଯେ, ଗତକାଲି ବିଳମ୍ବିତ ରାତିରେ ଉକ୍ତ କାର୍ ରେ ୪ ଜଣ ଯାତ୍ରୀ ଆସୁଥିବା ବେଳେ ଏହି ଘଟଣା ଘଟିଛି। ଯାହା ଫଳରେ ସ୍ଥାନୀୟ ଲୋକେ ଭୋର୍ ଜାଣିବା ପରେ ଗାଡ଼ି ଓ ମୃତାହତଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Read More

ବାଲୁଗାଁ: ବାଲୁଗାଁ ସୋମନାଥ ବସ ଷ୍ଟାଣ୍ଡ ନିକଟରେ ଏକ ବାଲି ବୋଝେଇ ହାଇବା ଜବତ କରିବାସହ ଚାଳକକୁ ଗିରଫ କରିଛି ପୋଲିସ। ଖବର ମୁତାବକ ଆଜି ମଧ୍ୟାହ୍ନରେ ବାଲୁଗାଁ ଅଭିମୁଖେ ଏକ ବାଲି ବୋଝେଇ ହାଇବା ଗାଡି ନଂ (ଓଡ଼ି ୦୭ ଏଏନ ୨୧୨୨)ଯାଉଥିବା ବେଳେ ପୋଲିସ ପାଟ୍ରୋଲିଂ ହାବୁଡ଼ରେ ପଡିଥିଲା। ତନଖି ନେବାରେ ଆବଶ୍ୟକ ମୁତାବକ କୌଣସି କାଗଜପତ୍ର ନଥିଲା। ବେଆଇନ ବାଲି ଚାଲାଣ ଅଭିଯୋଗରେ କେଶ ନଂ ୩୭୭/୨୦୨୫ ରେ ମାମଲା ରୂଜୁକରି ଗାଡି ଜବତ କରିବାସହ ଚାଳକକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି। ଗିରଫ ଅଭିଯୁକ୍ତ ଜଣକ ନୟାଗଡ଼ ଇଟାମାଟି ଅଞ୍ଚଳର ସିଦ୍ଧାନ୍ତ ପରିଡା।

Read More