ଭୁବନେଶ୍ବର: ଆଜି ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମ୍ ସମେତ ବିର୍ସା ମୁଣ୍ଡା ସୁଇମିଂ କମ୍ପ୍ଳେକ୍ସ ଏବଂ ବହୁତଳ କାର ପାର୍କିଂ ସୁବିଧାର ଉଦଘାଟନ କରିଛନ୍ତି। ୧୫୭. ୨୧ କୋଟି ଟଙ୍କା ମୂଲ୍ୟରେ ୧୦ ଏକର ଜମିରେ ଏହି ଷ୍ଟାଡିୟମ୍ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନିର୍ମିତ ହୋଇଛି। ପ୍ରାୟ ୧୦ହଜାର ଦର୍ଶକ ଏକକାଳୀନ ଏଠାରେ ବସି ଖେଳ ଉପଭୋଗ କରିପାରିବେ। ଏଠାରେ ଫୁଟବଲ ସମେତ ଡ୍ରାଗ୍ ଆଣ୍ଡ ଫିଲ୍ଡ ବିଭାଗର ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରିବ। ଏଥିସହିତ ଏଠାରେ ନିର୍ମିତ ସୁଇମିଂ ପୁଲରେ ସନ୍ତରଣ ନେଇ ପ୍ରଶିକ୍ଷଣ ଦିଆଯିବା ସହ ରାଜ୍ୟ ତଥା ଜାତୀୟସ୍ତରୀୟ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ। ଏହା ସହିତ ୨ମହଲା…
Author: Samikhsya Bureau
କନ୍ଦର୍ପ ବେହେରା ରେଢ଼ାଖୋଲ: ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଏନ୍ ସି ସି ସମ୍ବଲପୁର୍ ଗୃପ ହେଡକ୍ୟୁଆଟରର ସହଯୋଗରେ ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଦୁଇଟି ଏନ୍ ସି ସି ୟୁନିଟ୍ ଖୋଲିଛି। ଵାଳକ ବିଭାଗ ୟୁନିଟର ଏନ୍ ସି ସି ଅଫିସର ଭାଵେ ଶିକ୍ଷା ଵିଭାଗର ଅଧ୍ୟାପକ ହିମା°ଶୁ ବାରିକ୍ ନିଯୁକ୍ତ ହୋଇଥିବା ଵେଳେ ଵାଳିକା ଏନ୍ ସି ସି ୟୁନିଟର ଅଫିସର୍ ଭାବେ ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ସଙ୍ଗୀତା ସେଠ୍ ନିଯୁକ୍ତ ହୋଇଛନ୍ତି। ତା ୧୦.୩.୨୩ ରିଖ ଦିନ ନାକ୍ଟିଦେଉଳ ମହାଵିଦ୍ୟାଳୟ ର ଏନ୍ ସି ସି ୟୁନିଟ୍ ସମ୍ବଲପୁର୍ ଏନ୍ ସି ସି ଗୃପ୍ ହେଡକ୍ୟୁଆଟର ର କମାଣ୍ଡିଙ୍ଗ ଅଫିସର୍ ସି .ସି ନାଗ୍ ଙ୍କ ଦ୍ବାରା ଉଦଘାଟିତ ହୋଇଥିଲା। ସେ ଫିତା କାଟି ଓ ଦ୍ବୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ କେନ୍ ଡ଼୍ରିଲ୍ ଓ ଏନ୍…
ରଣପୁର: ରଣପୁର ବ୍ଲକ ମଧ୍ୟ ଇଁରାଜୀ ବିଦ୍ୟାଳୟ ଶିକ୍ଷକ ସଙ୍ଘ ତରଫରୁ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଅଧିକାରିଣୀ ବନଲତା ବେହେରା ଯୋଗ ଦେଇଥିଲେ। ଏଥିରେ ଅବସର ପ୍ରାପ୍ତ ଶିକ୍ଷକ ପଦ୍ମ ଚରଣ ସେଠି, ଭୀମସେନ ସେଠି, ମଞ୍ଜୁଲତା ପାଟଯୋଶୀ, ଗୌତମ ପ୍ରଧାନ, ମୁରଲୀଧର ମହାରଣା, ନରେନ୍ଦ୍ର ବେହୁରା, ଅଜୟ କୁମାର ଭଞ୍ଜ ଓ ଗୋପାଳ କ୍ରିଷ୍ଣା ବେହେରାଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାବେ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇ ଯାଇଥିବା ରବୀନ୍ଦ୍ର କୁମାର ନାୟକ, ନିରୁପମା ମହାପାତ୍ର, ସୁଧାଂଶୁ ମଞ୍ଜରୀ ଦେବୀ, ବିଜୟ ଦାଶ, ପଦ୍ମିନୀ ପଣ୍ଡା, ମାଧବ ଚନ୍ଦ୍ର ମାଝୀ ଓ ଲକ୍ଷ୍ମୀ ଦେଇଙ୍କୁ ମଧ୍ୟ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିକ୍ଷୟତ୍ରୀ…
କନ୍ଦର୍ପ ବେହେରା ରେଢାଖୋଲ: ଜଣେ ବିବାହିତା ମହିଳା ଶାଶୂ ଘରର ଅତ୍ୟଧିକ ଗଞଣା ସହ୍ୟ କରି ନ ପାରି ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥିବା ଘଟଣା ନାକଟିଦେଉଳ ଥାନା ଅଂଚଳରେ ଘଟିଛି। ସେ ପଟେ ନବ ବଧୂର ଶାଶୂ, ଶ୍ୱଶୁର ସମେତ ସ୍ୱାମୀକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ପ୍ରକାଶ ଯେ, କିସିଣ୍ଡା ଥାନା ଉପରମୁଣ୍ଡା ଗ୍ରାମର ପ୍ରେମାନନ୍ଦ ରାଉଳଙ୍କ ଅଭିଯୋଗରୁ ପ୍ରକାଶ ଯେ, ତାଙ୍କର ଭଉଣୀ ମେନକା ରାଉଳ (୧୮)କୁ ନାକଟିଦେଉଳ ଥାନା ବିନ୍ଧପୁର ଗ୍ରାମର ଜୁଲୁ ସାହୁ(୨୨) ଗତ ବର୍ଷ ୧୦/୪/୨୦୨୨ ମଧ୍ୟ ରାତିରେ କେଉଁ ଆଡେ ଧରି ପଳାଇ ଯାଇଥିଲା। ସେ ମାସ ୧୮ ତାରିଖରେ ଝିଅର ବାପ ଘର ଖବର ପାଇ ବିନ୍ଧପୁର ଗ୍ରାମକୁ ଉପରମୁଣ୍ଡା ଗ୍ରାମର କିଛି ଭଦ୍ର ବ୍ୟକ୍ତିକୁ ଧରି ଯାଇଥିଲେ। ସେଠାରେ ହିନ୍ଦୁ ରୀତି ନୀତି ଅନୁସାରେ ମନ୍ଦିରରେ ବିବାହ କରାଯାଇଥିଲା। କିଛି ଦିନ…
ରଣପୁର: ଦାବି ପୂରଣ ନ ହେଲେ ସାମୁହିକ ଛୁଟିରେ ଯିବେ ଏନ.ପି.ଏସ. ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ। ପ୍ରାଥମିକ ବିଦ୍ୟାଳୟରେ ଠିକା ନିଯୁକ୍ତି ଉଚ୍ଛେଦ ସହ ସେମାନଙ୍କୁ ତୁରନ୍ତ ନିୟମିତ କରିବା, ସମସ୍ତ ଏନ.ପି.ଏସ.ଶିକ୍ଷକ ଶିକ୍ଷୟତ୍ରୀଙ୍କ ୬ ବର୍ଷ ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା, ୬ଟି ଇନକ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ପ୍ରଦାନ ଆଦି ଦାବି ଉପସ୍ଥାପନା କରାଯାଇଛି। ଆସନ୍ତା ୧୪ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଏନ.ପି.ଏସ. ଶିକ୍ଷକ ସଙ୍ଘ ରାଜ୍ୟ ସଙ୍ଘ ଡାକରାରେ ସାମୁହିକ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଛି। ଏ ନେଇ ଆଜି ରଣପୁର ଏନ.ପି.ଏସ. ଶିକ୍ଷକ ସଙ୍ଘର ସଭାପତି ଅନିଲ କୁମାର ପାଇକରାୟ ଓ ସମ୍ପାଦକ ଜ୍ୟୋତି ରଞ୍ଜନ କରଙ୍କ ନେତୃତ୍ୱରେ ସମସ୍ତ ସଂଘୀୟ କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟତ୍ରୀମାନେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା…
ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀର ଜେଏଲ୍ଏନ୍ ଷ୍ଟାଡିୟମରେ ଏକ ମେଗା ଉଦଘାଟନୀ ସମାରୋହରେ ଖେଲୋ ଇଣ୍ଡିଆ ଦଶ୍ କା ଦମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ଉତ୍ସବର ଏକ ଅଂଶ ଭାବରେ ଆୟୋଜିତ ଏହି ପ୍ରତିଯୋଗିତା ଆଜି ଦେଶର ୫୦ ରୁ ଅଧିକ ସହରରେ ଏକକାଳୀନ ଭାବେ ଆରମ୍ଭ ହୋଇଛି। ଅନେକ ମାସରୁ ସାରା ଦେଶରେ ଚାଲୁଥିବା ଏକାଧିକ ଖେଲୋ ଇଣ୍ଡିଆ ମହିଳା ଲିଗ୍ ର ସଫଳତାର ଉପରକୁ ଯାଇ, ଦଶ୍ କା ଦମ୍ ପଦକ୍ଷେପ ସାରା ଦେଶରେ ହଜାର ହଜାର ମହିଳାଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ। ୧୦ ରୁ ୩୧ ମାର୍ଚ୍ଚ ମଧ୍ୟରେ ମୋଟ ୧୦ ଟି କ୍ରୀଡ଼ାରେ ଭାରତର ୨୬ ଟି ରାଜ୍ୟରେ ଅବସ୍ଥିତ ୫୦ ରୁ ଅଧିକ ସହରରେ ଏହି ପ୍ରତିଯୋଗିତାରେ ପାଖାପାଖି ୧୫୦୦୦ ଆଥଲେଟ୍ ଅଂଶଗ୍ରହଣ କରିବେ।…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ହାଇ ପ୍ରାଇସ୍ ଡେ ଆହେଡ ମାର୍କେଟ ଏବଂ ସରପ୍ଲସ ପାୱାର ପୋର୍ଟାଲ୍ (ପିୟୁଏସଏଚପି) ର ଶୁଭାରମ୍ଭ କରିଛନ୍ତି। ଏହା ସର୍ବୋଚ୍ଚ ଚାହିଦା ଋତୁରେ ଶକ୍ତିର ଅଧିକ ଉପଲବ୍ଧତାକୁ ନିଶ୍ଚିତ କରିବା ପାଇଁ ଏକ ପଦକ୍ଷେପ। କେନ୍ଦ୍ର ଶକ୍ତି ଏବଂ ଏନଆରଇ ମନ୍ତ୍ରୀ ଆର କେ ସିଂହ ରାଜ୍ୟ ସରକାର ଏବଂ ଶକ୍ତି କ୍ଷେତ୍ରର ୨୦୦ ରୁ ଅଧିକ ହିତାଧିକାରୀଙ୍କ ଉପସ୍ଥିତିରେ ଗତକାଲି ନୂଆଦିଲ୍ଲୀରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହି ପୋର୍ଟାଲ୍ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶକ୍ତି ଏବଂ ଭାରୀ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ କୃଷ୍ଣ ପାଲ ଗୁଜ୍ଜର, ଶକ୍ତି ମନ୍ତ୍ରଣାଳୟର ସଚିବ ଆଲୋକ କୁମାର, ସିଇଏର ଅଧ୍ୟକ୍ଷ ଘନଶ୍ୟାମ ପ୍ରସାଦ, ଆଇଇଏକ୍ସର ସିଏମ୍ଡି ଏସ୍ ଏନ ଗୋଏଲ୍, ଗ୍ରିଡ୍ ଇଣ୍ଡିଆର ସିଏମ୍ଡି ଏସ୍ ଆର ନରସିଂହନଙ୍କ ସମେତ ଶକ୍ତି ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଗତ ବର୍ଷ ଶକ୍ତି ମନ୍ତ୍ରଣାଳୟ ସ୍ଥିତି ଅନୁଧ୍ୟାନ ପରେ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ନିଖିଳ ଓଡିଶା ବିଦ୍ୟୁତ ଠିକା କର୍ମଚାରୀ ମହାସଂଘ ପକ୍ଷରୁ ବାଲୁଗାଁ ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ୪ଦଫା ଦାବି ନେଇ ଶତାଧିକ କର୍ମଚାରୀ ଧାରଣା ଦେଇଛନ୍ତି।ପ୍ରମୁଖ ଦାବି ମଧ୍ୟରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ସୁଦ୍ଧା ଅଦ୍ୟାବଧି ସ୍ଥାୟୀ ନିଯୁକ୍ତି ମିଳିପାରିନାହିଁ, ଯାହାକି ଏସମ୍ବନ୍ଧରେ ବାରମ୍ବାର ଅଭିଯୋଗ କରିବା ଫଳରେ ଟିପିସିଓଡିଏଲ ପକ୍ଷରୁ ପ୍ରକ୍ରିୟାକରଣ ହୋଇଥିବା ସୂଚନା ଦେଉଥିବା ବେଳେ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ ହୋଇପାରିନାହିଁ। ସ୍ଥାୟୀ କର୍ମଚାରୀ ଯେଉଁ କାର୍ଯ୍ୟରେ ନିୟୋଜିତ ଅଛନ୍ତି ଠିକା କର୍ମଚାରୀ ମଧ୍ୟ ସେହି କାର୍ଯ୍ୟ କରୁଥିଲେ ସୁଦ୍ଧା ପ୍ରାପ୍ୟ ଠିକରେ ମିଳୁନଥିବାରୁ ସମାନ କାର୍ଯ୍ୟକୁ ସମାନ ଦରମା ଦେବା ପାଇଁ ଦାବି ହେଉଛି।ଏଥିସହିତ ଟିପିସିଓଡିଏଲ ପକ୍ଷରୁ ସମସ୍ତ ଠିକା କର୍ମଚାରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବାସହ ଗ୍ରୁପ ହେଲଥ ଓ ଗ୍ରୁପ ଟିମ ବୀମା ପରିସରଭୁକ୍ତ କରିବା ପାଇଁ ସଙ୍ଘ…
ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲଦାର ଏକ ମହତ୍ତ କାର୍ଯ୍ୟ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ଦୁର୍ଘଟଣାରେ ଆହତ ହୋଇଥିବା ଦୁଇ ବାଇକ ଚାଳକଙ୍କୁ ଚିଲିକା ତହସିଲଦାର ଉଦ୍ଧାର କରି ନିଜ ଗାଡି ଯୋଗେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସୂଚନା ମୁତାବକ ଆଜି ଅପରାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ କରଡି ଛକ ଠାରେ ଦୁଇଟି ବାଇକ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଉକ୍ତ ଦୁର୍ଘଟଣାରେ ଉଭୟ ବାଇକ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ଥାନୀୟ ବରଡି ଗ୍ରାମର ଜଣେ ୫୦ ବର୍ଷୀୟ ବୃଦ୍ଧା ଗୁରୁତର ଆହତ ହୋଇଥିଲେ। ଠିକ ସେହି ସମୟରେ ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଫିଲଡ଼ କାମ ସାରି ନିଜ କାର୍ଯ୍ୟାଳୟକୁ ଫେରୁଥିବା ବେଳେ ଉକ୍ତ ଦୁର୍ଘଟଣା ସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଥିସହିତ ଉଭୟ ବାଇକ ଚାଳକଙ୍କ…
ରାଉରକେଲା: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସ ଓଡ଼ିଶାର ରାଉରକେଲା ସହରସ୍ଥିତ ପ୍ଲୁଟୋନ ମଲ୍ରେ ନୂଆ ଷ୍ଟୋର ଶୁଭାରମ୍ଭ କରିଛି। ଟ୍ରେଣ୍ଡ୍ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି। ରାଉରକେଲାର ପ୍ଲୁଟୋନ ମଲ୍ସ୍ଥିତ ନୂଆ ଟ୍ରେଣ୍ଡ୍ସ ଷ୍ଟୋରରେ ମଡର୍ଣ୍ଣ ଲୁକ୍ ସହିତ ଉନ୍ନତ ପରିବେଶ ରହିଛି। ଏଥିସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଉକ୍ତ ଷ୍ଟୋରକୁ ଅଧିକ ଆକର୍ଷଣୀୟ କରି ତୋଳିଛି।…
ରଣପୁର: ରଣପୁର ବ୍ଲକର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ବେଟି ବଚାଓ ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା କୁମାରୀ ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବରେ ବରିଷ୍ଠ ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ ଯୋଗ ଦେଇଥିଲେ। ସେହିପରି ପିମ୍ପଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସେଠିଙ୍କୁ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଅବସର ପ୍ରାପ୍ତ ଶିକ୍ଷକ ବିରଞ୍ଚି ରଣା ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ବନ୍ଧରେ ଛାତ୍ରଛାତ୍ରୀ ଓ ଉପସ୍ଥିତ ଥିବା ଲୋକମାନଙ୍କୁ ବୁଝାଇ ଥିଲେ। ବିଭିନ୍ନ ବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଓ ଗ୍ରାମବାସୀମାନେ ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ କୁଇଜ୍, ଚିତ୍ରାଙ୍କନ , ରଚନା ଇତ୍ୟାଦି ପ୍ରତିଯୋଗିତା କରାଯାଇ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଗ୍ରହଣ…
ପୁରୀ: ଆଜି ପୁରୀରେ ପୁଣି ନିଆଁ ଲାଗିଛି। ଗତକାଲି ପୁରୀର ମରିଚିକୋଟ ଛକରେ ଥିବା ସମ୍ରାଟ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଥିଲା। ସେଠାରେ ପ୍ରାୟ ଛତିଶ ଘଣ୍ଟା ପରେ ନିଆଁକୁ ଆୟତ କରାଯାଇଥିଲା। ଏହି ଘଟଣା ନେଇ ପୁରୀବାସୀ ଆତଙ୍କିତ ଥିବା ବେଳେ ଆଜି ଅପରାହ୍ନରେ ପୁଣି ଏକ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଛି। ଘଟଣା ଅନୁସାରେ ଅପରାହ୍ନରେ ନୀଳାଦ୍ରୀ କଂପ୍ଲେକ୍ସରେ ଏହି ନିଆଁ ଲାଗିଛି। ଏହି କଂପ୍ଲେକ୍ସରେ ରହିଛି ଓଡିଶା ହ୍ୟାଣ୍ଡଲୁମର ସୋ ରୁମ। ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବାର ଜଣାପଡିଛି। ତେବେ ଅଗ୍ନଶମ ବିଭାଗ ପହଁଚି ନିଆଁଙ୍କୁ ଆୟତ କରିଥିବା ଜଣାପଡିଛି।
ଭୁବନେଶ୍ବର: ଦୋଳ ଉତ୍ସବ ବେଳେ ପାରିକୁଦ ରାଜା ସନ୍ତୋଷ କୁମାର ଦେବ ଘୋଷଣା କଲେ ଯେ ସେ ଚିଲିକାରୁ ବିଜେଡି ପ୍ରାର୍ଥୀ ହେବାକୁ ଆଗ୍ରହୀ ଅଛନ୍ତି। ଏମିତି ତ ସେହି ନିର୍ବାଚନ ମଣ୍ଡଳୀ ପାଇଁ ବହୁ ନେତା ବିଧାୟକ ପ୍ରାର୍ଥୀ ହେବେ ବୋଲି ସ୍ବପ୍ନ ଦେଖିବାରେ ଲାଗିଛନ୍ତି। ହେଲେ ହଠାତ ପରିକୁଦ ରାଜା କାହିଁକି ଆଗ୍ରହୀ ହେଲେ। ଏହା ଭିତରେ କିଛି ଗୁପ୍ତ ରହସ୍ୟ ରହିଛି କି ? ବର୍ତ୍ତମାନ ଚିଲିକା ରାଜନୀତି ଯାହା ସେଥିରେ ରାଜା ସାହେବ କଣ ସେ ପାରିବେ ? ଏହିପରି ବିଭିନ୍ନ ପ୍ରଶ୍ନ ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀରେ ଘୁରିବାରେ ଲାଗିଛି। ଅନେକ ସେହି ପାରିକୁଦ ରାଜା କିଏ, ସେ କେଉଁଠି ରୁହନ୍ତି ବୋଲି ଅନ୍ୟମାନଙ୍କୁ ପଚାରିବାରେ ଲାଗିଛନ୍ତି। କାରଣ ପାରିକୁଦ ରାଜାଙ୍କର ବାଲୁଗାଁ ବାଣପୁର ବା ଚିଲିକା ନିର୍ବାଚନ ମଣ୍ଡଳୀରେ କୌଣସି ପରିଚିତି ନାହିଁ। ସେ ସମସ୍ତଙ୍କ ପାଇଁ ଚିହ୍ନା ମୁହଁ ନୁହଁନ୍ତି। ତାଙ୍କର…
ନୂଆଦିଲ୍ଲୀ: ଖାଦ୍ୟ ନଷ୍ଟ ହେବା ଉଚିତ୍ ନୁହେଁ, ଏହା ସତ। କିନ୍ତୁ ବାସୀ ଖାଦ୍ୟକୁ ଗରମ କରି ଖାଇବା ଦ୍ୱାରା ଏହା ଆପଣଙ୍କୁ ଗୁରୁତର ସମସ୍ୟା ଦେଇପାରେ। ବାସୀ ଖାଇବା ଦ୍ୱାରା ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି। ଏପରି ପରିସ୍ଥିତିରେ, ଆପଣଙ୍କୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କାରଣ ଏଠାରେ ଆମେ ଆପଣଙ୍କୁ କହିବୁ କେଉଁ ଜିନିଷ ଗରମ କରିବା ଏବଂ ଖାଇବା ଉଚିତ୍ ନୁହେଁ। ୧- ଅଣ୍ଡା: ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। କିନ୍ତୁ ଯଦି ଅଣ୍ଡା ରାନ୍ଧିବା ପରେ କିଛି ସମୟ ପର୍ଯ୍ୟନ୍ତ ଖାଆନ୍ତି ନାହିଁ, ତେବେ ଏହା କେବଳ ଏହାର ସ୍ୱାଦରେ ପରିବର୍ତ୍ତନ ଆଣେ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ। ତେଣୁ, ରାନ୍ଧିବା ପରେ ତୁରନ୍ତ ଅଣ୍ଡା ଖାଇବା ଭଲ। ୨- ଆଳୁ: ଅନେକ ଲୋକ ଆଳୁକୁ ଫୁଟାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଛାଡିଦିଅନ୍ତି। କିନ୍ତୁ ଏହା କ୍ଷତିକାରକ ହୋଇପାରେ। ଯଦି ଆପଣ ଦୀର୍ଘ…
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ବାଣିଜ୍ୟିକ ଆଲୋଚନା ୨୦୨୩ ପରେ ଦୁଇ ଦେଶ ମଧ୍ୟରେ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଏବଂ ନବସୃଜନ ଭାଗିଦାରୀ ଉପରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନିମନ୍ତ୍ରଣରେ ଆମେରିକାର ବାଣିଜ୍ୟ ସଚିବ ଶ୍ରୀମତୀ ଜିନା ରାଇମୋଣ୍ଡୋ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ନୂତନ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସୁଯୋଗକୁ ଖୋଲିବା ପାଇଁ ସହଯୋଗ ଉପରେ ଆଲୋଚନା ନିମନ୍ତେ ଆଜି ଭାରତ-ଆମେରିକାର ବାଣିଜ୍ୟିକ ଆଲୋଚନା ପୁନଃଆରମ୍ଭ କରାଯାଇଥିଲା। ଆମେରିକାର ସିଏଚଆଇପିଏସ୍ ଏବଂ ସାଇନ୍ସ ଆକ୍ଟ ଓ ଭାରତର ସେମିକଣ୍ଡକ୍ଟର ମିଶନକୁ ଦୃଷ୍ଟିରେ ରଖି ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ସ୍ଥିରତା ଏବଂ ବିବିଧକରଣ ଉପରେ ଦୁଇ ସରକାରଙ୍କ ମଧ୍ୟରେ ଏକ ସହଯୋଗୀ ପ୍ରଣାଳୀ ପ୍ରତିଷ୍ଠା କରିବାକୁ ଏମଓୟୁ ଚେଷ୍ଟା ଲକ୍ଷ୍ୟ ରଖିଛି। ଏହା ଉଭୟ ଦେଶର ସହାୟକ…
ନୂଆଦିଲ୍ଲୀ: ଜାତୀୟ ମୂଲ୍ୟାଙ୍କନ ଏବଂ ମାନ୍ୟତା ପରିଷଦ (ନାକ୍) ଦ୍ବାରା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ମାନ୍ୟତା ପ୍ରଦାନ କରାଯିବା କ୍ଷେତ୍ରରେ କେତେକ ବିସଙ୍ଗତିକୁ ନେଇ ନିକଟରେ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ଏ ସମ୍ପର୍କରେ ନାକ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ନାକ୍ ଦ୍ବାରା ଜାରି ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି ଯେ, ଗଣମାଧ୍ୟମରେ ପ୍ରକାଶ ପାଇଥିବା ସିଏଜିଙ୍କ ରିପୋର୍ଟ ଚୁଡ଼ାନ୍ତ ନୁହେଁ। କାରଣ ନାକ୍ ନିର୍ଦ୍ଦେଶକଙ୍କ ପକ୍ଷରୁ ଡ୍ରାଫ୍ଟ ଅନୁପାଳନର ଜବାବ ସିଏଜିଙ୍କ ନିକଟକୁ ପଠାଯାଇଛି ଯାହାକି ବର୍ତ୍ତମାନ ବିଚାରାଧୀନ ରହିଛି। ସିଏଜିଙ୍କ କାର୍ଯ୍ୟାଳୟଙ୍କ ପକ୍ଷରୁ କେତେକ ପରିବର୍ତ୍ତନ ପାଇଁ ଦିଆଯାଇଥିବା ପରାମର୍ଶକୁ ମଧ୍ୟ କାର୍ଯ୍ୟକାରୀ କରାଯାଉଛି ଏବଂ ଏକ ସଂଶୋଧିତ ଡ୍ରାଫ୍ଟ ପ୍ରସ୍ତୁତ କରାଯାଉଛି। ପ୍ରଥମ ମାମଲାରେ ନଷ୍ଟ ହେବା ଯୋଗ୍ୟ ଏବଂ ନଷ୍ଟ ହେଉନଥିବା ଆବର୍ଜନା ପରିଚାଳନା ପାଇଁ ୧୦୦୦ ପଏଣ୍ଟରୁ ନାକ୍ ୧୬ ପଏଣ୍ଟ ଦିଆଯିବା ନେଇ ଯେଉଁ ପ୍ରଶ୍ନ ଉଠିଛି ସେ ସମ୍ପର୍କରେ ମଧ୍ୟ…
ସ୍ୱାସ୍ଥ୍ୟ ଟିପ୍ସ: ଓଜନ ହ୍ରାସ ପାଇଁ ଖାଦ୍ୟ ଏବଂ ବ୍ୟାୟାମ ପରି ଛୋଟ ଫିଟନେସ୍ ଟିପ୍ସ ଗୁରୁତ୍ୱପୂର୍ଣ୍ଣ। ମେଦବହୁଳତା ହ୍ରାସ କରିବା ପାଇଁ ଏହି ଟିପ୍ସଗୁଡିକ ଅନୁସରଣ କରି ଆପଣ ସହଜରେ ଓଜନ ହ୍ରାସ କରିପାରିବେ। ଆପଣଙ୍କ ଜୀବନଶୈଳୀରେ ଏହି ଜିନିଷଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାକୁ ପଡିବ। ଯଦି ଆପଣ କିଛି ଜିନିଷର ଯତ୍ନ ନିଅନ୍ତି, ତେବେ ଆପଣ ଯାହା ଚାହିଁବେ ତାହା ଖାଇପାରିବେ। ଆପଣ କଦାପି ମୋଟା ହେବ ନାହିଁ। ଏହିପରି ଫିଟନେସ୍ ଟିପ୍ସ ମଧ୍ୟରୁ ଗୋଟିଏ ହେଉଛି ଗରମ ପାଣି ପିଇବା। ଆପଣ ଏହାକୁ ଆପଙ୍କର ନିତ୍ୟକର୍ମରେ ଅନ୍ତର୍ଭୁକ୍ତ କରିବା ଉଚିତ୍। ଗରମ ପାଣି ପିଇବା ଦ୍ୱାରା ଓଜନ ଶୀଘ୍ର ହ୍ରାସ କରିବାରେ ସାହାଯ୍ୟ କରିଥାଏ। ବିଶେଷ କଥା ହେଉଛି ଯଦି ଆପଣ ମିଠା ଏବଂ ତେଲିଆ ଖାଦ୍ୟ ଖାଇବା ପରେ ତୁରନ୍ତ ଗରମ ପାଣି ପିଅନ୍ତି, ତେବେ ଶରୀର ଏହାର ପ୍ରଭାବ ଅନୁଭବ କରେ ନାହିଁ ଏବଂ ଖାଇଥିବା ଏବଂ…
ନୂଆଦିଲ୍ଲୀ: ପଞ୍ଜାବର ଭାରତ-ପାକିସ୍ଥାନ ଅନ୍ତର୍ଜାତୀୟ ସୀମାରୁ ଜଣେ ପାକିସ୍ତାନୀ ‘ଅନୁପ୍ରବେଶକାରୀ’ ଧରାପଡିଛି। ମାର୍ଚ୍ଚ ୯/୧୦ ତାରିଖ ରାତିରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ତାଙ୍କୁ ଧରିଥିଲା। ବିଏସ୍ଏଫ୍ ଯବାନମାନେ ଅନୁପ୍ରବେଶକାରୀଙ୍କୁ ଧରି ତଲାସୀ ନେଇଥିଲେ। ବିଏସଏଫ ମୁଖପାତ୍ର କହିଛନ୍ତି ଯେ ଅନୁପ୍ରବେଶକାରୀ ମାର୍ଚ୍ଚ 9-10 ମଧ୍ୟରାତ୍ରିରେ ସୀମା ପାର କରି ରାଜ୍ୟର ଫିରୋଜେପୁର ସେକ୍ଟରର ‘ତିରଥ’ ସୀମା ଆଉଟପୋଷ୍ଟ ଅଞ୍ଚଳରୁ ଭାରତରେ ପ୍ରବେଶ କରିଥିଲେ। ମୁଖପାତ୍ର କହିଛନ୍ତି, “ପ୍ରାଥମିକ ପଚରାଉଚରା ବେଳେ ବ୍ୟକ୍ତି ଜଣକ କହିଥିଲେ ଯେ ସେ ପାକିସ୍ତାନର ଖାଇବର ଜିଲ୍ଲାର ବାସିନ୍ଦା। ବର୍ତ୍ତମାନ ସୁରକ୍ଷା ଏବଂ ଗୁପ୍ତଚର ଅଧିକାରୀଙ୍କ ମିଳିତ ଟିମ୍ ତାଙ୍କୁ ପଚରାଉଚରା କରୁଛି ଏବଂ ପରେ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇପାରେ ବୋଲି ଅଧିକାରୀମାନେ କହିଛନ୍ତି। ପଞ୍ଜାବର ଏହି ସୀମାରେ ବିଏସଏଫ ଜଣେ ବାଂଲାଦେଶୀ ତଥା ପାକିସ୍ତାନୀ ନାଗରିକଙ୍କୁ ସମାନ ଢଙ୍ଗରେ ଧରିବା ପରେ ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ,…
ଭୁବନେଶ୍ବର: ଏଣିକି କଣ୍ଟ୍ରୋଲ ଡିଲରଙ୍କ ସମୟ ସୀମା ଆଉ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। କାରଣ ସେମାନଙ୍କୁ ଦିଆଯାଇଥିବା ଲାଇସେନସର ସମୟ ଚଳିତ ମାର୍ଚ୍ଚ 31 ତାରିଖରେ ଶେଷ ହେଉଥିଲା। ସାଧାରଣ ବଣ୍ଟନରେ ଅସୁବିଧା ନ ହେବା ପାଇଁ ରାଜ୍ୟ ସରକାର ଏହି ସମୟ ସୀମାକୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ଏହି ସମୟ ବୃଦ୍ଧିକୁ ରାଜ୍ୟ କ୍ୟାବିନେଟ ଗତକାଲି ମଞ୍ଜୁରୀ ପ୍ରଦାନ କରିଛନ୍ତି। ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ତରଫରୁ ଏହି ପ୍ରସ୍ତାବ କ୍ୟାବିନେଟ ସମ୍ମୁଖରେ ରଖାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରାଯାଇଥିଲା। ଫଳରେ ଏଣିକି ଡିଲରମାନେ ଆସନ୍ତା 2024 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ।
ସୀତାରାମ ଅଗ୍ରୱାଲ ଗମ୍ଭାରିମୁଣ୍ଡା: ବିଶିଷ୍ଟ ସମାଜସେବୀ ତଥା ଦକ୍ଷ ସଂଗଠକ ସୁଶୀଲ କୁମାର ବିଷୋୟୀଙ୍କ ବିୟୋଗରେ ପଲ୍ଲୀ ସଂସ୍କୃତି କଳା ପରିଷଦ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ସ୍ମୃତି ଚ଼ାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସ୍ମୃତିଚ଼ାରଣ ସଭାରେ ବିଶିଷ୍ଟ ଶିକ୍ଷାବିଦ୍ ଗୋଲକ ବିହାରୀ ପଟ୍ଟନାୟକ, ଦକ୍ଷ ଚ଼ିକିତ୍ସକ ଡ଼ାଃ ସୁରେନ୍ଦ୍ର ନାଥ ଦାସ, ବିଶିଷ୍ଟ ସମାଜସେବୀ ଓ ବୁଦ୍ଧିଜୀବୀ ଦୁଷ୍ମନ୍ତ ହରିଚ଼ନ୍ଦନ, ସମାଜସେବୀ ଦାଶରଥି ସେଠୀ, ଦେଓଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ରେଣୁବାଳା ଛାଟୋଇ, ସମାଜସେବୀ ଶରତ ଛାଟୋଇ, ଦେବେନ୍ଦ୍ର ହରିଚ଼ନ୍ଦନ, ସୌମ୍ୟରଂଜନ ସାମନ୍ତରାୟ, ଶଶୀଭୂଷଣ ହୋତାଙ୍କ ସମେତ ସ୍ଥାନୀୟ ବ୍ୟକ୍ତିବିଶେଷ ଯୋଗ ଦେଇ ତାଙ୍କର ସ୍ମୃତି ଚ଼ାରଣ କରିଥିଲେ। ସ୍ବର୍ଗତ ବିଷୋୟୀ ଜଣେ ନିର୍ଭିକ, ପରୋପକାରୀ ବ୍ୟକ୍ତି ଥିବା ସହିତ ଗମ୍ଭାରିମୁଣ୍ଡା ଅଞ୍ଚଳର ସାମୂହିକ ଓ ଉନ୍ନୟନମୂଳକ କାର୍ଯ୍ୟରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ବୋଲି ଅତିଥିମାନେ ତାଙ୍କ…
ଭୁବନେଶ୍ଵର: ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଓଡ଼ିଶା ବିଜେପିର କିଛି ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି। ଏହା ଆମ ହିନ୍ଦୁ ପରମ୍ପରା ଓ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ। ତେଣୁ ରାଜନୈତିକ ଉଦ୍ଦେଶ୍ୟ ରଖି ଜଣେ ଦିବଂଗତ ନେତାଙ୍କ ଉପରେ କଟୁ ମନ୍ତବ୍ୟ ଦେବାରୁ ଆପଣଙ୍କ ଦଳର ନେତାଙ୍କୁ କ୍ଷାନ୍ତ ରଖନ୍ତୁ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ୍ କରି ଏପରି ଅନୁରୋଧ କରିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା। ଶ୍ରୀମତୀ ବରିହା ନିଜ ଟୁଇଟ୍ରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ମୋ ବାପାଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ମଧ୍ୟ ରାଜ୍ୟ ବିଜେପିର କିଛି ନେତା ତାଙ୍କୁ ଠିକ୍ ଏମିତି ଆକ୍ଷେପ କରୁଥିଲେ। ମୋ ଚରିତ୍ର ଓ ବାହାଘରକୁ ନେଇ କୁତ୍ସାରଟନା କରୁଥିଲେ। ମୁଁ ସମସ୍ତଙ୍କୁ ହାତ ଯୋଡ଼ି ଯେତେ ଅନୁରୋଧ କଲେ ବି ସେମାନେ ଆକ୍ରୋଶମୂଳକ ଭାବେ ବ୍ୟକ୍ତିଗତ ଆକ୍ରମଣ…

