ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶରେ ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ଏବଂ ତୃଣମୂଳସ୍ତରରେ ଏହାର ପହଞ୍ଚ ବଢ଼ାଇବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ ଏବଂ ମାନନୀୟ କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ସମବାୟ ମନ୍ତ୍ରଣାଳୟ ପ୍ରତ୍ୟେକ ଅପହଞ୍ଚ ପଞ୍ଚାୟତରେ ସକ୍ଷମ ପ୍ରାଥମିକ କୃଷି ଋଣ ସମିତି (ପେକ୍ସ) ପ୍ରତିଷ୍ଠା, ସବୁ ଅପହଞ୍ଚ ପଞ୍ଚାୟତ/ଗ୍ରାମରେ ସକ୍ଷମ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ପ୍ରତିଷ୍ଠା, ବଡ଼ ଜଳାଶୟ ଥିବା ପଞ୍ଚାୟତ/ଗ୍ରାମ ସମେତ ପ୍ରତ୍ୟେକ ଉପକୂଳ ପଞ୍ଚାୟତ/ଗ୍ରାମରେ ସକ୍ଷମ ମାଛ ଚାଷ ସମବାୟ ସମିତି ପ୍ରତିଷ୍ଠା ଏବଂ ବର୍ତ୍ତମାନର ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତିକୁ ସୁଦୃଢ଼ କରିବାକୁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି। ‘ସାମଗ୍ରିକ ସରକାର’ ଆଭିମୁଖ୍ୟ ନେଇ ମତ୍ସ୍ୟ ଚାଷ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର…
Author: Samikhsya Bureau
ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଭାରୀ ଡା ଏ ଚେଲ୍ଲା କୁମାର ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଧ ଭାବେ ପୂର୍ବତନ ସାଂସଦ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ କନ୍ୟା ଡ.ସିକ୍ତା ପତି, ଭାରତୀୟ ରେଳ ସେବାର ପୂର୍ବତନ ଅଧିକାରୀ ହେମନ୍ତ କୁମାର ଦତ, ରାଧାକାନ୍ତ ନାୟକ ଓ ବରିଷ୍ଠ ଆଇନଜୀବି ପ୍ରବୀର କୁମାର ପ୍ରଧାନ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଆଦର୍ଶ, କଂଗ୍ରେସର ବିଚାରଧାରା ଏବଂ ଗାନ୍ଧୀବାଦ ପ୍ରତି ସମ୍ମାନ ଜଣାଇ ସେମାନେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି ବୋଲି କହିଥିଲେ। ବିଶେଷ କରି ରାହୁଲ ଗାନ୍ଧୀଙ୍କର ଭାରତଯୋଡ଼ ଯାତ୍ରା ସେମାନଙ୍କୁ କଂଗ୍ରେସ ଦଳରେ ଯୋଗଦେବା ପାଇଁ ସେମାନେ ମତବ୍ୟକ୍ତ କରିଥିଲେ। ଡା ଚେଲ୍ଲା କୁମାର ଏବଂ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ପୁଷ୍ପଗୁଛ ଏବଂ ଉତରୀୟ ପ୍ରଦାନ ପୂର୍ବକ କଂଗ୍ରେସ ଦଳରେ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ,ବିଜୟ ପଟ୍ଟନାୟକ,…
ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ମୂଲ୍ୟ ଶସ୍ତା ହୋଇପାରେ। କାରଣ ସରକାର ପୁଣି ଥରେ ଇନ୍ଧନ ମୂଲ୍ୟ ଉପରେ ଟିକସ ହ୍ରାସ କରିପାରନ୍ତି। ରିପୋର୍ଟରେ କୁହାଯାଇଛି ଯେ ମୁଦ୍ରାସ୍ଫୀତି ହାର ହ୍ରାସ କରିବା ପାଇଁ ଭାରତ ସରକାର ଇନ୍ଧନ ଏବଂ ଅନ୍ୟାନ୍ୟ ଜିନିଷ ଉପରେ ଟିକସ ହ୍ରାସ କରିପାରନ୍ତି। ଯଦି ସରକାର ଏଭଳି ନିଷ୍ପତ୍ତି ନିଅନ୍ତି, ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥେଷ୍ଟ ହ୍ରାସ ହୋଇପାରେ। ସୂଚନା ଅନୁଯାୟୀ, ଫେବୃଆରୀ ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇପାରେ। ଭାରତର ବାର୍ଷିକ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୭୨ ପ୍ରତିଶତରୁ ୬.୫୨ ପ୍ରତିଶତକୁ ବୃଦ୍ଧି ପାଇଛି। ସୂତ୍ରରୁ ଜଣାପଡିଛି ଯେ, ସରକାର ପୁନର୍ବାର ଇନ୍ଧନ ଉପରେ ଟିକସ ହ୍ରାସ କରିପାରନ୍ତି ଏବଂ ଏହା ସହିତ ଆମଦାନୀ ଶୁଳ୍କ ମଧ୍ୟ ହ୍ରାସ ହୋଇପାରେ। ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ: ବିଶ୍ୱ ସ୍ତରରେ କିଛି ସମୟ ପାଇଁ ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଘଟିଛି।…
ଭୁବନେଶ୍ବର: ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-୨୦୨୩ ଉଦଯାପନ ସମାରୋହ ଆଜି ଲୋକସେବା ଭବନ, କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପାଣି ପଞ୍ଚାୟତ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି। ଚାଷୀ ଭାଇ ଭଉଣୀ ମାନଙ୍କ ଭାଗିଦାରୀ, ନିଷ୍ଠା ଓ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାତ୍ର ୭୦୦ ପାଣି ପଞ୍ଚାୟତରୁ ଆରମ୍ଭ କରି ଆଜି ରାଜ୍ୟରେ ୩୭ ହଜାର ପାଣି ପଞ୍ଚାୟତ କାର୍ଯ୍ୟ କରୁଛି। ସେହିପରି ୩.୩୨ ଲକ୍ଷ ହେକ୍ଟର ଜମିରେ ଆରମ୍ଭ ହୋଇଥିବା ଏହି ପାଣି ପଞ୍ଚାୟତ ଆଜି ୨୩.୪୬ ଲକ୍ଷ ହେକ୍ଟର ଜମିରେ ପାଣିର ସୁବିଧା ଦେଇପାରୁଛି। ଏହା ବାସ୍ତବରେ ବହୁତ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ଏଗୁଡିକ ସବୁ ବିଭିନ୍ନ ପ୍ରମୁଖ, ମଧ୍ୟମ, କ୍ଷୁଦ୍ର ଓ…
କଳାହାଣ୍ଡି: କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ବରାଡଙ୍ଗା ପଞ୍ଚାୟତ ଜନଶୁନାଣି କାର୍ଯ୍ୟକ୍ରମ ଖବର ସଂଗ୍ରହ କରି ବାକୁ ଯାଇଥିବା ଦୈନିକ ସମାଜ ଖବର କାଗଜ ପ୍ରତିନିଧି କିସାନ ପଟ୍ଟନାୟକଙ୍କୁ ବରାଡଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ଶତିସ କୁମାର ରଥ ମାତାଲ ଅବସ୍ଥାରେ ଅସଭ୍ୟ ଭାଷାରେ ଗଲିଗୁଲଜ କରି ମୋବଇଲ୍ ଛଡାଇ ଭାଙ୍ଗି ଦେବା ସହ ଆକ୍ରମଣ କରିଥିଲେ। ସାମ୍ବଦିକ ଜଣକ ଏ ବିଷୟରେ ଅମପାଣି ଥାନାରେ ରିପୋର୍ଟ ଦାଖଲ କରିଥିଲେ। ଦୁଇ ଦିନ ବିତି ଯାଇ ଥିଲେ ମଧ୍ୟ କୋଣସି ପଦକ୍ଷେପ ନ ହେବାରୁ ଓଡିଶା ରାଜ୍ୟ ସାମ୍ୱାଦିକ ସଂଘ (ଏସ ୟୁ ଯେ) ଉପସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ଏବଂ କଳାହାଣ୍ଡି ଜିଲ୍ଲା ସାମ୍ୱାଦିକ ସଂଘ ସଭାପତି ମହମ୍ମଦ ଅଲ୍ଲୀଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ଜଗମୋହନ୍ ପଟ୍ଟନାୟକ, ଜିଲ୍ଲା କାର୍ଯକାରିଣୀ ସଭ୍ୟ ଚକ୍ର ବେସ୍ରା, ରଘୁମଣି ପୁଝାରି, ଜଗଦୀଶ ନାଏକ, ରଜନୀ କାନ୍ତ ଛ୍ହତ୍ରିଆ, ହର୍ସବର୍ଧନ୍ ପାଣିଗ୍ରାହୀ,…
ସୀତାରାମ ଅଗ୍ରୱାଲ ବାଣପୁର: କେନ୍ଦ୍ର ସରକାର ତାଙ୍କର ସଦ୍ୟ ବଜେଟର କ୍ରୟ ପାଣ୍ଠିରେ ୨୦,୦୦୦ କୋଟି ଟଙ୍କା ହ୍ରାସ କରିବା ଏବଂ ଓଡିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇଦେବା ଫଳରେ ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଧାନ ବିକ୍ରି ବିଶେଷ କରି ପଶ୍ଚିମ ଓଡିଶାର ଚାଷୀମାନେ ଏହା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହେବେ ବୋଲି ବିଜେଡି କହିଛି। ପୂର୍ବରୁ ଓଡିଶାରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠୁଥିବାବେଳେ ବର୍ତ୍ତମାନ ତାହାକୁ ମାତ୍ର ୪ ଲକ୍ଷ ମେଟ୍ରିକ୍ ଟନ୍କୁ ହ୍ରାସ କରାଯାଇଛି। ସେହିପରି ଭାବେ କେନ୍ଦ୍ର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) କୁ ବନ୍ଦ କରିଦେଇଛି, ଯାହା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନ୍ଏଫ୍ଏସ୍ଏ) ଅଧୀନରେ ୫ କିଲୋଗ୍ରାମ ମାଗଣା ଚାଉଳ ବ୍ୟତୀତ ପ୍ରତି ମାସରେ ଆଉ ୫ କିଲୋଗ୍ରାମ ମାଗଣା ଚାଉଳ ଯୋଗାଉଥିଲା। ପିଏମ୍ଜିକେଏୱାଇ ବନ୍ଦ ହେତୁ ଧାନ କ୍ରୟ ମଧ୍ୟ କ୍ଷତିଗ୍ରସ୍ତ ହେବ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ପ୍ରାୟୋଜିତ ଯୋଜନା – “ଭାଇବ୍ରାଣ୍ଟ ଭିଲେଜେସ୍ କାର୍ଯ୍ୟକ୍ରମକୁ” (ଭିଭିପି)କୁ ମଞ୍ଜୁରି ମିଳିଛି। ଏହି ଯୋଜନା ପାଇଁ ୪୮୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଏବଂ ଏହାକୁ ୨୦୨୨-୨୩ ଆର୍ଥିକ ବର୍ଷ ଠାରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବ। ଦେଶର ଉତ୍ତର ପୂର୍ବାଞ୍ଚଳ ସୀମାରେ ଥିବା ବିଭିନ୍ନ ବ୍ଲକର ଗ୍ରାମଗୁଡ଼ିକୁ ଏହି ଯୋଜନା ମାଧ୍ୟମରେ ବିକଶିତ କରାଯିବା ସହିତ ଏସବୁ ଗ୍ରାମରେ ରହୁଥିବା ଲୋକମାନଙ୍କ ଜୀବନଧାରଣ ମାନରେ ସୁଧାର ଆଣିବା ଲାଗି ପଦକ୍ଷେପ ନିଆଯିବ। ଏଥିପାଇଁ ନିର୍ଦ୍ଦିଷ୍ଟ ସୀମାବର୍ତ୍ତୀ ଗ୍ରାମ ଚୟନ କରାଯିବ। ଏହାଫଳରେ ସୀମାବର୍ତ୍ତୀ କ୍ଷେତ୍ରରେ ଥିବା ଲୋକମାନଙ୍କୁ ସେମାନଙ୍କର ମୂଳ ଗ୍ରାମରେ ରହିବା ଲାଗି ପ୍ରୋତ୍ସାହିତ କରାଯାଇପାରିବ। ଏସବୁ ଗାଁର ଲୋକମାନେ ପ୍ରବାସ ନକରି ନିଜ ବାସସ୍ଥାନରେ ରହିବେ ଏବଂ ଦେଶର ସୀମାବର୍ତ୍ତୀ କ୍ଷେତ୍ରରେ ସୁରକ୍ଷା ସ୍ଥିତି ଅଧିକ ସୁଦୃଢ଼ ହେବ। ଏହି…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଆଜି ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। କମିଟିର ସଦସ୍ୟ ଏବଂ ସ୍ଥାନୀୟ ଶ୍ରଦ୍ଧାଳୁମାନେ ପୂର୍ବାହ୍ନରେ ବଜାର ସାହି ସ୍ଥିତ ରଙ୍କନାଥ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ କଳସ ନେଇ ବଜାର ପରିକ୍ରମା କରି ସ୍ଥାନୀୟ ଦକ୍ଷପ୍ରଜାପତି ମନ୍ଦିରଠାରେ ପହଞ୍ଚିଥିଲେ। ମନ୍ଦିର ପୁଷ୍କରିଣୀରେ ପୂଜାର୍ଚ୍ଚନା କରି ସମସ୍ତ ଶ୍ରଦ୍ଧାଳୁମାନେ କଳସରେ ଜଳ ନେଇ ପୁନଶ୍ଚ ରଙ୍କନାଥ ମନ୍ଦିରରେ ପହଞ୍ଚିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜିଠାରୁ ତିନି ଦିନ ଧରି ପ୍ରତ୍ୟେହ ସଂଧ୍ୟାରେ ଶ୍ରୀହରି କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ। ଉକ୍ତ ପ୍ରବଚନରେ ପ୍ରବକ୍ତା ଭାବେ ଯୋଗଦେବେ ଶ୍ରୀ ଆଶୀର୍ବାଦଜି ମହାରାଜ। ଅନୁରୂପ ଭାବେ ମହାଶିବରାତ୍ରି(ଶନିବାର ) ଦିନ ସଂଧ୍ୟାରେ ୧୦୮ ଥର ସାମୁହିକ ହନୁମାନ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ସଭାଗୃହରେ ସମିତିର ଦ୍ଵିତୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଉପାଧ୍ୟକ୍ଷ ରୀନା ଦେଇ, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ବିଡ଼ିଓ ବୁଲବୁଲ ବେହେରା, ଏବିଡ଼ିଓ ସୀମାଦ୍ରୀ ପାତ୍ର, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ମମତା ମଞ୍ଜରୀ ଚିନ୍ନାରାଙ୍କ ସମେତ ସତର ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଶିକ୍ଷା ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀ, ବିଦ୍ୟୁତ ବିଭାଗ, କୃଷି ବିଭାଗ ଏବଂ ଅନ୍ୟ ସମସ୍ତ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସମିତିର ସମସ୍ତ ସଭ୍ୟ ଓ ସଭ୍ୟାମାନେ ବୈଠକରେ ଉପସ୍ଥିତ ରହି ସକାରାତ୍ମକ ଆଲୋଚନାରେ ଭାଗ ନେଇଥିବା ବେଳେ ବୈଠକ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଥିବାର ଖବର ହସ୍ତଗତ ହୋଇଛି। କୃଷି ବିଭାଗ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ଓ ଗୋଦାବରୀଶ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଓ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହଯୋଗରେ ମହାବିଦ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା। ମୋଟ ୧୩୦ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସମସ୍ତଙ୍କୁ ଔଷଧ ବଣ୍ଟନ କରାଯିବା ସଂଗେ ସଂଗେ ୬୦ ଜଣଙ୍କୁ ଚଷମା ଦିଆଯାଇଥିଲା। ସେଥିମଧ୍ୟରୁ ୨୫ ଜଣଙ୍କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇ ୧୨ ଜଣଙ୍କୁ ଭୂବନେଶ୍ବର ରୟାଲ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ଅସ୍ତ୍ରୋପଚାର ନିମନ୍ତେ ପଠାଯାଇଅଛି। ପୁନଃଶ୍ଚ ଆସନ୍ତା କାଲି ଅବଶିଷ୍ଟ ୧୩ ଜଣଙ୍କୁ ପଠାଯିବ। ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଜୟ କୁମାର ସିଂ ଓ ସହକାରୀ ଚକ୍ଷୁ ଚିକିତ୍ସା ସହାୟକ ତଥା କ୍ଳବର ପ୍ରାକ୍ତନ ସଭାପତି ବିଜୟ କୁମାର ବେହେରା ଚକ୍ଷୁ ପରୀକ୍ଷା କରିଥିଲେ। ସେହିପରି ଖୋର୍ଦ୍ଧା ବ୍ଳଡ ବ୍ୟାଙ୍କ ଟିମଙ୍କ ଦ୍ବାରା…
ଭୁବନେଶ୍ୱର: ଆଜି ବିଜେପି ବିଧାୟକ ତଥା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଜଣେ ମହିଳା ପୋଲିସ ଅଫିସରଙ୍କୁ ଧକ୍କା ମାରିଛନ୍ତି। ଫଳରେ ଏହାକୁ ନେଇ ସମ୍ବଲପୁରରେ ଉତ୍ତେଜନ ସୃଷ୍ଟି ହୋଇଛି। ଖବର ଅନୁସାରେ ଆଜି ଜିଲ୍ଲା ବିଜେପି ତରଫରୁ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ବରେ ଜିଲ୍ଲାପାଳ ଅଫିସ ଘେରାଉ ଚାଲିଥିଲା। ଏହି ସମୟରେ ବହୁ କର୍ମି ମାଡି ଆସିବାରୁ ସେଠାରେ ମୁତୟନ ମହିଳା ପୋଲିସ ବାହାରିଯାଇ ପୁରୁଷ ପୋଲିସ ମୁତୟନ ହୋଇଥିଲେ। ସେତିକିବେଳେ ଜୟନାରାୟଣଙ୍କ ସହିତ ଧନୁରପାଲି ଆଇଆଇସି ଅନିତା ପ୍ରଧାନଙ୍କ ସହିତ କଥା କଟାକଟି ହେଲା। ଯୁକ୍ତିତର୍କ ମଧ୍ୟରେ ଜୟନାରାୟଣ ଆଇଆଇସିଙ୍କୁ ଧକ୍କା ମଧ୍ୟ ମାରିଲେ। ଏହାକୁ ନେଇ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍ ଅଧିକାରୀଙ୍କୁ ସର୍ବସମ୍ମୁଖରେ ବିରୋଧିଦଳ ନେତା ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ ଏବଂ ତାଙ୍କ ବିରୋଧରେ ୧୪ଟି ମାମଲା ରହିଛି। ଯେଉଁଥିରେ…
କନ୍ଦର୍ପ ବେହେରା ରେଢାଖୋଲ: ନେହେରୁ ଯୁବକେନ୍ଦ୍ର ସମ୍ବଲପୁର ଆନୁକୁଲ୍ୟରେ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଞୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ରର ସ୍ୱେଚ୍ଛାସେବୀ ପିପୁଲ୍ କୁମାର ସାହୁଙ୍କ ପରିଚାଳନାରେ ୧୨୦ ଜଣ ଛାତ୍ରଛାତ୍ରୀଙ୍କର ନାମ ନେହେରୁ ଯୁବକେନ୍ଦ୍ର ସ୍ୱେଚ୍ଛାସେବୀ ଭାବେ ପଞୀକୃତ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ କନ୍ଦର୍ପ ରାଉଳଙ୍କ ସଭାପତିତ୍ୱ ଓ ପୋଗ୍ରାମ୍ ଅଫିସର ଡ. ପ୍ରଶାନ୍ତ କୁମାର ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର ଉପଦେଷ୍ଟା ପ୍ରଦୀପ କୁମାର ବିଶ୍ୱାଳ, ମୁଖ୍ୟବକ୍ତା ଭାବରେ ଡ. ଦୀପେନ୍ କୁମାର ପଟ୍ଟନାୟକ ଓ ସମ୍ମାନୀତ ଅତିଥି ଭାବରେ ସଞିବ କୁମାର ଦାଶ ଯୋଗଦେଇ ନେହେରୁ ଯୁବକେନ୍ଦ୍ରର ଲକ୍ଷ୍ୟ ଓ ଆଭିମୁଖ୍ୟ ତଥା ସ୍ୱେଚ୍ଛାସେବୀର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ଶେଷରେ ପିପୁଲ୍ ସାହୁ ଧନ୍ୟବାଦ ଦେଇଥିଲେ।
କନ୍ଦର୍ପ ବେହେରା ରେଢାଖୋଲ: ଆଜି ରେଢାଖୋଲ ଚାରମାଳ ମଦଭାଟି ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ କନେଷ୍ଟବଳଙ୍କର ଅକାଳ ବିୟୋଗ ଘଟିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ସବ୍ ଡିଭିଜନ୍ ଚାରମାଳ ଥାନାର ମଦଭାଟି ସାମ୍ନାରେ ରେଢାଖୋଲ କୁକୁଡାବାହାଳି ପଂଚାୟତର ସାନ ନୂଆପଡା ଗ୍ରାମର ଦିଲ୍ଲୀପ୍ କୁମାର ସ୍ୱାଇଁ (୪୦)ନିଜ ଘରୁ ସମ୍ବଲପୁର ଡ୍ୟୁଟିକୁ ଯାଉଥିଲେ। ସକାଳ ୧୦ ଘଟିକା ସମୟରେ ଏକ ଅଜଣା ଗାଡି ମୃତ ଦିଲୀପ କୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେ ସମ୍ବଲପୁରରେ ଏକସାଇଜ୍ କନେଷ୍ଟ ବଳ ଭାବରେ କାମ କରୁଥିଲେ। ଚାରମାଳ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣା କରି ଫେରାର୍୍ ଥିବା ଗାଡି କୁ ପୋଲିସ୍ ଧରିବାରେ ବିଫଳ ହୋଇଥିଲା। ସୂଚନା ଯୋଗ୍ୟ ଯେ, ୨୦୧୩ ରେ ବାପା ବୀରବର ସ୍ୱାଇଁ…
ଭୁବନେଶ୍ବର: ଗତ କାଲି ଗଞ୍ଜାମ ଜିଲ୍ଲା ଗୋପାଳପୁରର ମାଣ୍ଡିଆ ପଲ୍ଲୀରେ ମୋଟର ଦୁର୍ଘଟଣାରେ ତିନି ବ୍ୟକ୍ତି ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଘଟଣାରେ ଆହତ ମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ଶକ୍ତିଶାଳୀ ନେତା ଆଜମ ଖାନଙ୍କ ପରେ ଏବେ ତାଙ୍କ ପୁଅ ଅବଦୁଲ୍ଲା ଆଜାମଙ୍କ ବିଧାନସଭା ସଦସ୍ୟତା ମଧ୍ୟ ରଦ୍ଦ ହୋଇଛି। ୟୁପି ବିଧାନସଭା ସଚିବାଳୟ ଅବଦୁଲ୍ଲା ଆଜାମଙ୍କ ଆସନ ଖାଲି ଘୋଷଣା କରିଛି। ସୋମବାର ମୋରାଦାବାଦର ଏକ ସ୍ୱତନ୍ତ୍ର କୋର୍ଟ ଏସପି ସାଧାରଣ ସମ୍ପାଦକ ଆଜାମ ଖାନ ଏବଂ ତାଙ୍କ ବିଧାୟକ ପୁଅ ଅବଦୁଲ୍ଲା ଆଜାମଙ୍କୁ ୧୫ ବର୍ଷ ପୁରୁଣା ମାମଲାରେ ଦୁଇ ବର୍ଷ ଦଣ୍ଡିତ କରିଛନ୍ତି। ଅବଦୁଲ୍ଲା ଆଜାମ ରାମପୁରର ସ୍ଵାର ଆସନରୁ ବିଧାୟକ ହୋଇଥିଲେ। ପ୍ରକାଶ ଯେ, ଲୋକ ପ୍ରତିନିଧୀ ଅଧିନିୟମ କହୁଛି ଯେ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡିତ ହୋଇଥିବା ବ୍ୟକ୍ତିଙ୍କୁ ଅଯୋଗ୍ୟ କରାଯିବ ଏବଂ ଜେଲରେ ରହିବା ପରେ ଏହି ଅଯୋଗ୍ୟତା ୬ ବର୍ଷ ପର୍ଯ୍ୟନ୍ତ ଜାରି ରହିବ।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ଏନ ଏ ସି ପଡ଼ିଆରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜେଡି ଦଳରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁଙ୍କ ତତ୍ବାବଧାନରେ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପୁର୍ବତନ ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ମଞ୍ଜୁଳା ସ୍ବାଇଁ, ଲତିକା ପ୍ରଧାନ, ସୁର୍ଯ୍ୟମଣି ବୈଦ୍ୟ, ବିକ୍ରମ ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଓ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣାଙ୍କ ସମେତ ବହୁ ଦଳୀୟ ନେତା, କର୍ମୀ ଓ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ। ନିର୍ମଳ ଭାବ ମୁର୍ତ୍ତି ସମ୍ପନ୍ନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନରେ କାର୍ଯ୍ୟକାରୀ ହେଉଥିବା ଜନହିତକର କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ଆଜି ସାରା…
ଭୁବନେଶ୍ୱର: ଲଜିଷ୍ଟିକ ଦକ୍ଷତା ବୃଦ୍ଧି ଓ ଏ ବାବଦ ଖର୍ଚ୍ଚ ହ୍ରାସ ନିମନ୍ତେ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ (ଏନଏମପି) ହେଉଛି ଏକ ପରିବର୍ତ୍ତିତ ଚିନ୍ତାଧାରା ଓ ପଦକ୍ଷେପ। ଦେଶର ସମନ୍ଵିତ ଭିତ୍ତିଭୂମି ବିକାଶ ପାଇଁ ଏହାକୁ ଆରମ୍ଭ କରାଯାଇଛି। ବିଭିନ୍ନ ମନ୍ତ୍ରଣାଳୟ/ରାଜ୍ୟ/ବିଭାଗ ଶିଳ୍ପାନୁଷ୍ଠାନଗୁଡିକୁ ଏକାଠି କରି ସମନ୍ୱିତ ଯୋଜନା ଓ ସମନ୍ୱୟ ଭିତ୍ତିକ ଭିତ୍ତିଭୂମି ସଂଯୋଗୀକରଣ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକାରୀ କରିବା ହେଲା ଏହାର ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଜାତୀୟ ଲଜିଷ୍ଟିକ୍ସ ନୀତି ଆରମ୍ଭ କରିଛନ୍ତି। ଏହା ଲଜିଷ୍ଟିକ ବାବଦ ବ୍ୟୟ ହ୍ରାସ କରିବା ସହ ଏହାର ଦକ୍ଷତା ମଧ୍ୟ ବୃଦ୍ଧି କରିଥାଏ। ଜାତୀୟ ଲଜିଷ୍ଟିକ୍ସ ନୀତିର ଆଭିମୁଖ୍ୟ ହେଉଛି ଲଜିଷ୍ଟିକ୍ସ ପ୍ରକ୍ରିୟାର ଡିଜିଟାଇଜେସନ। ବିଭିନ୍ନ ମନ୍ତ୍ରଣାଳୟର ୩୦ଟି ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମକୁ ସମନ୍ୱିତ କରି ଏକକ ଲଜିଷ୍ଟିକ୍ସ ଇଂଟରଫ୍ରେସ ପ୍ଲାଟଫର୍ମ ଆରମ୍ଭ କରାଯାଇଛି। ପୂର୍ବାଞ୍ଚଳ ସମ୍ମିଳନୀ ଜାତୀୟ ଲଜିଷ୍ଟିକ୍ସ ନୀତିକୁ ବିସ୍ତୃତ ଭାବେ ବୁଝିବା ପାଇଁ ବିଭିନ୍ନ ଅଂଶଗ୍ରହଣକାରୀଙ୍କୁ …
ଚଣ୍ଡିଗଡ: ଆଜି ଅଜନାଲାର ପୂର୍ବତନ ଶିରୋମଣି ଅକାଳୀ ଦଳ ବିଧାୟକ ଅମରପାଲ ସିଂ ବୋନି ଅଜନାଲାର ବିଜେପିରେ ଯୋଗ ଦେଇଛନ୍ତି। ନିକଟରେ ସେ ଅକାଳୀ ଦଳ ଛାଡିଥିଲେ। କୁହାଯାଉଛି ଯେ, ସେ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କ ଉପରେ ଅସନ୍ତୋଷ ଥିଲେ। କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ଅକାଳୀ ଦଳର ପୂର୍ବତନ ବିଧାୟକଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଥିଲେ।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଅନ୍ଧପସରା ରୋଡ଼ରେ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ଆଇନଜୀବି ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଅନ୍ଧପସରା ରୋଡ଼ ଠାରେ ଆଇନଜୀବୀ ଅର୍ଜୁନ ଗୌଡ଼କୁ ଏକ ବୋଲେର ଧକ୍କା ଦେଇଥିଲା। ଯାହା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ଗଞ୍ଜାମ ଓକିଲ ସଂଘର ସଦସ୍ୟମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏବଂ ଘଟଣାସ୍ଥଳରୁ ତାଙ୍କୁ ଚିକିତ୍ସା ନିମନ୍ତେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।
ନୂଆଦିଲ୍ଲୀ: ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ଟେଷ୍ଟ ମାନ୍ୟତାରେ ଟିମ୍ ଇଣ୍ଡିଆ ୧୧୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ପହଞ୍ଚିଛି। ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ୧୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ବର୍ତ୍ତମାନ ଭାରତୀୟ ଦଳ କ୍ରିକେଟ୍ ର ତିନୋଟି ଫର୍ମାଟର ର଼୍ୟାଙ୍କିଙ୍ଗରେ ଏକ ନମ୍ବର ଦଳ ହୋଇପାରିଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ପୂର୍ବରୁ ଭାରତୀୟ ଦଳ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ କଙ୍ଗାରୁ ଦଳ ପ୍ରଥମ ସ୍ଥାନରେ ଥିଲା। ଦଳ ଟେଷ୍ଟ ର଼୍ୟାଙ୍କିଙ୍ଗରେ ନାଗପୁରରେ ଏକପାଖିଆ ବିଜୟର ଲାଭ ପାଇଲା ଏବଂ ଦଳ ସମସ୍ତ ଫର୍ମାଟରେ ବିଶ୍ୱ କ୍ରିକେଟ୍ ରେ ଏକ ନମ୍ବର ଦଳ ହୋଇପାରିଛି। ଭାରତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ…
ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆର ପଶ୍ଚିମ ଏସୀୟ ଦେଶରେ ଭୟଙ୍କର ଭୂମିକମ୍ପ ପରେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ ମହାଦ୍ୱୀପର ଦକ୍ଷିଣରେ ଅବସ୍ଥିତ ଏକ ଦେଶ ମଧ୍ୟ ଏହି ଭୂମିକମ୍ପରେ ଦୋହଲିଛି। ଆଜି ଅପରାହ୍ନରେ ନ୍ୟୁଜିଲ୍ୟାଣ୍ଡରେ ୬.୧ ତୀବ୍ରତାର ଏକ ଭୂମିକମ୍ପ ଘଟିଛି। ନ୍ୟୁଜିଲ୍ୟାଣ୍ଡର ଲୋୟର ହଟ ର ୭୮ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପ ଅନୁଭୂତ ହୋଇଛି। ରିଚ୍ଟର ସ୍କେଲରେ ଏଠାରେ ୬.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ରେକର୍ଡ କରାଯାଇଛି।

