ଭୁବନେଶ୍ୱର: ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି ବି.ଆର. ଗଭାଇଙ୍କୁ ହୋଇଥିବା ଚପଲ ଫୋପଡ଼ା ଘଟଣାକୁ ବିରୋଧ କରି ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ତରଫରୁ କଂଗ୍ରେସ ଭବନ ଠାରୁ ଏ.ଜି. ଛକ ସ୍ଥିତ ଡ. ବି.ଆର. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ସମ୍ବିଧାନ ସୁରକ୍ଷା ଯାତ୍ରା ନାମରେ ଏକ ନୀରବ ପ୍ରତିବାଦ ଯାତ୍ରା ବିଭାଗର ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ବିଭାଗର ସମସ୍ତ ରାଜ୍ୟ କର୍ମକର୍ତ୍ତା ତଥା ଜିଲ୍ଲା ଅଧ୍ୟକ୍ଷମାନେ ଉକ୍ତ ଯାତ୍ରାରେ ସାମିଲ ହୋଇଥିଲେ । ଉକ୍ତ ଯାତ୍ରା ସମାପନ ପରେ ସମସ୍ତ କର୍ମକର୍ତ୍ତା ଏଜି ଛକଠାରେ ସମବେତ ହୋଇ ସାମ୍ପ୍ରଦାୟୀକ ଶକ୍ତି ଦ୍ୱାରା ଦେଶର ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସଂଗେ ସଂଗେ ସମଗ୍ର ଦେଶରେ ଗଣତନ୍ତ୍ରକୁ ବଞ୍ଚାଇ ରଖିବାକୁ ଶପଥ ଗ୍ରହଣ କରିଥିଲେ । ଯଦି ଦେଶର ପ୍ରଧାନ ବିଚାରପତିଙ୍କୁ…
Author: Samikhsya Bureau
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପଶ୍ଚିମ ବଙ୍ଗ ଦୁର୍ଗାପୁର ଠାରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଝିଅଙ୍କ ବାପାଙ୍କ ସହିତ ଫୋନ୍ ଯୋଗେ କଥା ହୋଇ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ସଂପୃକ୍ତ ପୀଡ଼ିତାଙ୍କ ବାପା ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ଅଞ୍ଚଳର ବାସିନ୍ଦା। ମୁଖ୍ୟମନ୍ତ୍ରୀ ସଂପୃକ୍ତ ପୀଡ଼ିତାଙ୍କ ବାପାଙ୍କୁ କହିଛନ୍ତି ଯେ, ‘ଆପଣଙ୍କ ଝିଅ ବିଷୟରେ ଜାଣିବା ପରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ’।ଜଣେ ବାପା ଭାବରେ ଆପଣ କେଉଁ ପ୍ରକାର ମାନସିକ ସ୍ଥିତିରେ ଥିବେ, ମୁଁ ତାହା ଅନୁଭବ କରି ପାରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ତାଙ୍କର ( ପୀଡ଼ିତାଙ୍କ ବାପା) ଏ ଘଡିସନ୍ଧି ମୁହୂର୍ତ୍ତରେ ସେ ବ୍ୟକ୍ତିଗତ ଭାବେ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ସହିତ ଦୃଢ଼ ଭାବରେ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଝିଅ କିପରି ଶୀଘ୍ର ସୁସ୍ଥ ହେବ ଓ ସାଧାରଣ ଜୀବନ…
ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି ନବୀନ ନିବାସ ଯାଇଥିଲେ। ତାଙ୍କ ସହିତ ତାଙ୍କର ଆଇଏଏସ ସ୍ବାମୀ ସନ୍ତୋଷ ଷଡଙ୍ଗୀ ମଧ୍ୟ ସାଥୀରେ ଥିଲେ। ଉଭୟ ନୀନ ନିବାସ ଯାଇ ସେଠାରେ ବିରୋଧୀ ଦଳର ନେତା ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଉଭୟ ବେଶ କିଛି ସମୟ ଧରି ନବୀନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ତେବେ ଏହି କଥାକୁ ଖୋଦ ଅପରାଜିତା ମଧ୍ୟ ଲୁଚାଇ ନାହାଁନ୍ତି। ସେ ନିଜ ସାମାଜିକ ଗଣମାଧ୍ୟମରେ ଫଟୋ ସହିତ ଲେଖା ମଧ୍ୟ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଆଜି ବିରୋଧୀ ଦଳ ନେତା ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଭେଟି ବହୁତ ଖୁସି ଲାଗିଲା। ଆମେ ଅତୀତର ଅନେକ ଘଟଣା ବିଷୟରେ ତାଙ୍କ ଆଲୋଚନା କଲୁ। ଖୁସି ଲାଗିଲା ଯେ, ସେ ସମସ୍ତ ଘଟଣା ମନେ ରଖିଛନ୍ତି। ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିଲୁ। ତାଙ୍କ…
ଜିଓ କ୍ଲାଉଡ୍ ଗେମିଂ: ଜିଓ ଅଧ୍ୟକ୍ଷ ଆକାଶ ଅମ୍ବାନୀ ଅନଲାଇନ୍ ଗେମିଂ ଶିଳ୍ପକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବାକୁ ପ୍ରସ୍ତୁତ। ହାଇ-ଆନିମେଟେଡ୍, କିମ୍ବା ହାଇ-ଏଣ୍ଡ୍, ଇଣ୍ଟରାକ୍ଟିଭ୍ ଗେମ୍ ଖେଳିବା ପାଇଁ ଆଉ ମହଙ୍ଗା ଗ୍ୟାଜେଟ୍ ଆବଶ୍ୟକ ହେବ ନାହିଁ। ଜିଓ କ୍ଲାଉଡ୍ ଗେମିଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଅନଲାଇନ୍ କ୍ଲାଉଡ୍ ଗେମ୍ ଖେଳିବା ପାଇଁ, ବ୍ୟବହାରକାରୀମାନଙ୍କୁ କେବଳ ଏକ ଭଲ ଇଣ୍ଟରନେଟ୍ ସଂଯୋଗ ଏବଂ ଜିଓ ଗେମ୍ସ ଆପ୍ ଆବଶ୍ୟକ। କିଛି ଡାଉନଲୋଡ୍ ନକରି ଲାପଟପ୍, ବ୍ୟକ୍ତିଗତ କମ୍ପ୍ୟୁଟର, ସ୍ମାର୍ଟଫୋନ୍, ଜିଓ ସେଟ୍-ଟପ୍ ବକ୍ସ ଏବଂ ୱେବ୍ ବ୍ରାଉଜରରେ ଗେମିଂ କରାଯାଇପାରିବ। କେବଳ ଏକ ଗେମ୍ ଚୟନ କରନ୍ତୁ ଏବଂ ଖେଳିବା ଆରମ୍ଭ କରନ୍ତୁ। ଟେକ୍କେନ୍ସେଭେନ, ଏଲଡେନ୍, ଏବଂ ରିଙ୍ଗ ପରି ଟ୍ରିପଲ୍-ଏ ଟାଇଟଲ୍ ଏବେ ଜିଓ କ୍ଲାଉଡ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସହଜରେ ଖେଳିପାରିବେ। ଗେମର୍ସ ମାନେ ୨୮ ଦିନର ବୈଧତା ସହିତ ୨୯୮ ଟଙ୍କାରେ ଜିଓ ଗେମ୍ସ ଆପ୍ ପ୍ଲାନ୍ ପାଇପାରିବେ। ଜିଓ…
ଭୁବନେଶ୍ବର: ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ( ଏଡିପି ) ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ଏବିପି) ର କାର୍ଯ୍ୟକାରିତା ସଂପର୍କରେ ଶୁକ୍ରବାର ଏକ ବିସ୍ତୃତ ସମୀକ୍ଷା କରିଥିଲେ। ଏହି ସଭାରେ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀବୃନ୍ଦ, ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଜିଲ୍ଲାପାଇଁ ନିୟୋଜିତ ବରିଷ୍ଠ ଅଧିକାରୀ,ଚିହ୍ନଟ ହୋଇଥିବା ୧୬ ଜିଲ୍ଲା ଓ ୪୦ ବ୍ଲକରୁ ଜିଲ୍ଲାପାଳ ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଟି. ଆଓ ସଂଯୋଜନା କରିଥିଲେ। ସମୀକ୍ଷାରେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ ପ୍ରମୁଖ ବିଷୟ ଏବଂ ସୂଚକାଙ୍କରେ ପ୍ରଗତି, ପ୍ରକଳ୍ପଗୁଡିକର ସ୍ଥିତି ଏବଂ କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ ( ସିଏସଆର) ସମର୍ଥିତ ପଦକ୍ଷେପରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକ…
ଭୁବନେଶ୍ବର: ଆଜି ବିଜେପିରେ ଜୟ ଢୋଲକିଆ ମିଶିବା ପରେ ନବୀନ ନିବାସରେ ଆରମ୍ଭ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଦଳର ରାଜନୈତିକ ବ୍ୟାପାର କମିଟ ବୈଠକ ଆରମ୍ଭ ହୋଇଥିବାର ଜଣାପଡିଛି। ବିରୋଧୀ ଦଳର ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି। ଏଥିରେ ବର୍ତ୍ତମାନ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ସେଠାରେ କିଏ ପ୍ରାର୍ଥୀ ହେବ ସେ ନେଇ ଆଲୋଚନା ହେବ। ପୂର୍ବରୁ ପ୍ରତାପ ଜେନା କହିଛନ୍ତି ଯେ, ଜୟ ଢୋଲକିଆ ଏପରି କରିବେ ବୋଲି ଜଣାଥିଲା। ସେ ବିଜେଡି ଛାଡି ଗଲେ ମଧ୍ୟ ସେଥିରେ କୌଣସି ଫରକ ପଡିବ ନାହିଁ ବୋଲି ସେ କହିଛନ୍ତି। ଯଦି ଜୟ ବିଜେପି ଯିବେ ବୋଲି ବିଜେଡି ଜାଣିଥିଲା ତେବେ ଦଳ ନିଶ୍ଚିତ ପ୍ଲାନ-ବି ପ୍ରସ୍ତୁତ କରି ରଖିଛି। ଖୁବ ଶିଘ୍ର ବିଜେଡି ସୁପ୍ରିମୋ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ସୂଚନା ମିଳିଛି।
ଭୁବନେଶ୍ବର: ଆଜି ସବୁ କଳ୍ପନା ଜଣଳ୍ପନାକୁ ପଛରେ ପକାଇ ବିଜେଡି ଛାଡି ବିଜେପିରେ ମିଶିଛନ୍ତି ଜୟ ଢୋଲକିଆ। ଫଳରେ ନୂଆପଡା ଉପନିର୍ବାଚନ ଏକ ଭିନ୍ନ ମୋଡ ନେଇଛି। ଆଜି ସେ ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି। ତେବେ ସେ ବିଜେଡିରୁ ଛିଡା ହେବେ ବୋଲି ପୂର୍ବରୁ କହିଥିଲେ। ହେଲେ ହଠାତ କଣ ହେଲା କେଜାଣି ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଏହାକୁ ନେଇ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଆଜି ଶଙ୍ଖ ଭବନରେ ଦଳର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି ଯେ, ଢୋଲକିଆ ବିକ୍ରି ହୋଇଗଲେ। ଯଦି ରାଜେନ୍ଦ୍ର ଢୋଲକିଆ ବଞ୍ଚିଥାଆନ୍ତେ ସେ କେବେ ଏହାକୁ ଦେଖିପାରି ନ ଥାଆନ୍ତେ। ସେ ବିଜେପିର ଘୋଡା ବେପାରରେ ସାମିଲ ହେଲେ। ଖୋଦ ଜୟ ଢୋଲକିଆ ନିଜେ ଘୋଷଣା କରିଥିଲେ ଯେ, ସେ ବିଜେଡିରୁ ଟିକେଟ ପାଇବେ ବୋଲି ନବୀନ…
ଭୁବନେଶ୍ବର: ଶେଷରେ ବିଜେଡି ଛାଡି ବିଜେପିରେ ମିଶିଲେ ଜୟ ଢୋଲକିଆ। ଆଜି ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ବହୁ ସମର୍ଥକ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନମାଝୀ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବର୍ତ୍ତମାନ ଢୋଲକିଆ ବିଜେପିରେ ମିଶିବା ପରେ ସ୍ପଷ୍ଟ ହେଲା ଯେ, ସେ ନୂଆପଡା ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହେବେ। ବିଜେପି ରାଜ୍ୟରେ ସରକାରରେ ଥିବା ବେଳେ ନିକଟରେ ତାଙ୍କର ବାପା ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକର ସମବେଦନା ବେଶ ସାହାଯ୍ୟ କରିବ। ଫଳରେ ସେ ଜିତିବା ନିଶ୍ଚିତ ବୋଲି ବିଜେପି ନେତାମାନେ ଭାବି ନେଇଛନ୍ତି। ସେଥିପାଇଁ ବିଜେପି କଳେବଳେ କୌଶଳେ ଦଳରେ ସାମିଲ କରାଇଛନ୍ତି। ଏ ସଂପର୍କରେ TheSamikhsya ତରଫରୁ ଚଳିତ ମାସ ଆଠ ତାରିଖରେ…
ଭୁବନେଶ୍ବର: ଆଜି ପୁଣି ଥରେ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପୋଷ୍ଟକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଶ୍ରୀମୟୀ ଆଜି ଲେଖିଛନ୍ତି… କର୍ମୀ ବସିଛନ୍ତି ଅନାଇ ଦିଲ୍ଲୀ ରେ ୟରବକ୍ଷ କରିଦେଲେ କହ୍ନେଇ ଦଳ ପାଇଁ ଭଣ୍ଡସନ୍ନ୍ୟାସୀ ନୁହଁ ଶୁଭଙ୍କର ଭାରି ଭୟଂକର ! କିଛି ମୁହୂର୍ତ୍ତ ଅପେକ୍ଷା କରନ୍ତୁ ବୁଝିଯିବେ……………. ଏହାର ଅର୍ଥ ଶ୍ରୀମୟୀ କିଛି ଲେଖି ନ ଥିଲେ ମଧ୍ୟ ତାହା ରାଜ୍ୟ ରାଜନୀତିରେ ସମସ୍ତେ ଅଳ୍ପ ବହୁତି ବୁଝିପାରୁଛନ୍ତି। ତାହା ହେଲା ବିଜେଡିରୁ ନୂଆପଡା ପାଇଁ ପ୍ରାର୍ଥୀ ହେବାକୁ ଥିବା ଜୟ ଢୋଲକିଆ ବିଜେପି ମିଶିବେ। ଆଉ ବିଜେପି ପ୍ରାର୍ଥୀ ଭାବେ ସେ ନୂଆପଡା ଉପନିର୍ବାଚନରେ ଲଢେଇ କରିବେ। ତେଣୁ ଶ୍ରୀମୟୀଙ୍କ କହିବା କଥା ଏହା ବିଜେପି ସହିତ ଏକ ଡିଲ ହୋଇଛି। ଆଉ ସେହି କହ୍ନେଇ ହେଉଛନ୍ତି ଖୋଦ ଭି କେ ପାଣ୍ଡିଆନ। କାରଣ ସେ ନବୀନଙ୍କ ସହିତ ଦିଲ୍ଲୀରେ ଏକ ମାସ ଧରି…
ଭୁବନେଶ୍ବର: ଖୁବ ଶିଘ୍ର ବିଜେପି ରେ ମିଶିବେ ଜୟ ଢୋଲକିଆ। ନୂଆପଡା ଉପନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହେବେ। ଏ ନେଇ ବିଜେପି କାର୍ଯ୍ୟାଳୟରୁ ସଙ୍କେତ ମିଳି ସାରିଲାଣି। ଜୟ ଢୋଲକିଆ ଭୁବନେଶ୍ବରରେ ମଧ୍ୟ ପହଞ୍ଚିସାରିଲେଣି। ଜୟ ଢୋଲକିଆ ହେଉଛନ୍ତି ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର। ସେ ନୂଆପଡାରେ ବିଜେଡି ବିଧାୟକ ଥିଲେ। ତାଙ୍କର ପରଲୋକରେ ସେଠାରେ ବର୍ତ୍ତମାନ ଉପନିର୍ବାଚନ ହେଉଛି। ପୂର୍ବରୁ ଦ ସମୀକ୍ଷା ତରଫରୁ ଏ ନେଇ ଖବର ପ୍ରସାରଣ କରାଯାଇଥିଲା। ତାହା ଥିଲା ” ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଯୋଜନାକୁ ଭଣ୍ଡୁର କରି ଦେବ କି ବିଜେପି !!!”
Nuapada ByElection: ନୂଆପଡା ଉପନିର୍ବାଚନ ନେଇ ବିଜେପି ବଡ ଚିନ୍ତାରେ ରହିଛି। କାରଣ ହେଲା ସେଠାରେ କାହାକୁ ପ୍ରାର୍ଥୀ କଲେ ବିଜୟ ନିଶ୍ଚିତ ହେବ ସେ ନେଇ ଗଣିତ କଷା ଚାଲିଛି। ତେବେ ନୂଆପଡା ଆଦିବାସୀ ବହୁଳ ହୋଇଥିବାରୁ ସେଠାରେ ଜଣେ ଆଦିବାସୀଙ୍କୁ ପ୍ରାର୍ଥୀ କରିବା ନେଇ କୁଆଡେ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି। ସେଥିପାଇଁ ରାଜ୍ୟ ବିଜେପି ବର୍ତ୍ତମାନ କିଏ ହେବ ସେହି ଆଦିବାସୀ ପ୍ରାର୍ଥୀ ସେ ନେଇ ଘଣ୍ଟାଚକଟା ଲାଗିଛି। ବର୍ତ୍ତମାନ କଂଗ୍ରେସ ଜଣେ ଆଦିବାସୀଙ୍କୁ ପ୍ରାର୍ଥୀ କରିଛି। ସେ ହେଲେ ଘାସିରାମ ମାଝୀ। ତାଙ୍କର ସେହି ନିର୍ବାଚନ ମଣ୍ଡଳିରେ ବେଶ ଦବଦବା ରହିଛି। ବିଶେଷ କରି ଗଣ୍ଡ ସମାଜ ତାଙ୍କ ପଛରେ ଅଛନ୍ତି। ନୂଆପଡା ଗଣିତ ଅନୁସାରେ ଆଦିବାସୀ ଭୋଟ ଯେଉଁଆଡେ ଯିବ ସେହି ପ୍ରାର୍ଥୀ ଜିତିବା ନିଶ୍ଚିତ। ତେଣୁ ବିଜେପି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା କିମ୍ବା ଯଦୁମଣି ପାଣିଗ୍ରାହୀଙ୍କୁ ପ୍ରାର୍ଥୀ ନ କରିବା ପାଇଁ…
Naveen Returns: ପ୍ରାୟ ଏକ ମାସ ଧରି ଦିଲ୍ଲୀରେ ରହିବା ପରେ ଶୁକ୍ରବାର ଦିନ ଭୁବନେଶ୍ବର ଫେରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତାଙ୍କୁ ବିମାନ ବନ୍ଦରରେ ଦଳୀୟ ନେତାମାନେ ସ୍ବାଗତ କରିଥିଲେ। ଏହାପରେ ନବୀନ ନିବାସରେ ସେ ବିଜେଡି ରାଜନୈତିକ ବ୍ୟାପାର କମିଟ ବୈଠକ କରିଛନ୍ତି। ଏହି ବୈଠକରେ ସେ ନୂଆପଡା ରଣନୀତି ଉପରେ ଆଲୋଚନା କରିଛନ୍ତି। ଏଥିସହିତ ସେ ନେତାମାନଙ୍କୁ ତୃଣମୂଳ ସ୍ତରରେ କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି। ନବୀନ ଗତ ସେପ୍ଟମ୍ବର 7 ତାରିଖରେ ନୂଆଦିଲ୍ଲୀ ଗସ୍ତ କରିଥିଲେ। ସେତେବେଳେ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ନବୀନଙ୍କ ଦିଲ୍ଲୀ ଗସ୍ତ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ତେବେ ନବୀନ ଦିଲ୍ଲୀରେ କେତେକ ବ୍ୟକ୍ତିଗତ କାମ ସହିତ କିଛି ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ। ବର୍ତ୍ତମାନ ନବୀନ ଭୁବନେଶ୍ବର ଫେରିବା ପରେ ବିଜେଡି ବେଶ ଚଳଚଞ୍ଚଳ ହୋଇ ଉଠିଛି। ଖୁବ…
Viksit Odisha 2036: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜୀ (କିଟ୍) ବିଶ୍ୱବିଦ୍ୟାଳୟରେ “ବିକଶିତ ଭାରତ ୨୦୪୭ ଓ ବିକଶିତ ଓଡିଶା ୨୦୩୬” ବିଷୟବସ୍ତୁ ସମ୍ପର୍କିତ ଏକ ଦିନିକିଆ ସମ୍ମିଳନୀ ଆୟୋଜିତ ହୋଇଛି। ଉକ୍ତ ସମ୍ମିଳନୀରେ ପ୍ରଶାସନିକ ଓ କର୍ପୋରେଟ୍ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବରିଷ୍ଠ ବ୍ୟକ୍ତିବିଶଷମାନେ ଅଂଶଗ୍ରହଣ କରିଥିଲେ। ଓଇଆରସି ସଭାପତି ଶ୍ରୀ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବବେଳେ ଅତିରିକ୍ତ ମୁଖ୍ୟ ସଚିବ (ଶିଳ୍ପ, ସୂଚନା ଓ ଲୋକସମ୍ପର୍କ ବିଭାଗ) ଶ୍ରୀ ହେମନ୍ତ ଶର୍ମା, ଓଏସଏଫସି ଅଧ୍ୟକ୍ଷ ଡା. ଅରୁଣ କୁମାର ପଣ୍ଡା, ପ୍ରେସିଡେଣ୍ଟ, କର୍ପୋରେଟ୍ ଅଫେୟର୍ସ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଶ୍ରୀ ଅର୍ଧେନ୍ଦୁ ମହାପାତ୍ର, ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡ଼ା ତପନ କୁମାର ଚାନ୍ଦ ପ୍ରମୁଖ ସମ୍ମିଳନୀରେ ଅତିଥି ଭାବେ ଯୋଗ ଥିଲେ। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ଅର୍ଧେନ୍ଦୁ ମହାପାତ୍ର “ବିକଶିତ ଭାରତ ୨୦୪୭” ଓ “ବିକଶିତ ଓଡିଶା…
Travel Health Clinic: ଏମ୍ସ ଭୁବନେଶ୍ୱର ପକ୍ଷରୁ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ସହିତ ମିଳିତ ଭାବରେ, ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ (ଟିଏଚ୍ସି) ସମ୍ପର୍କିତ ଦ୍ୱିତୀୟ ଜାତୀୟ ସମ୍ମିଳନୀ ସଫଳତାର ସହ ଆୟୋଜିତ ହୋଇଯାଇଛି। ଆଜି ଉଦ୍ଯାପିତ ହୋଇଥିବା ଏହି ଦୁଇ ଦିନିଆ ସମ୍ମିଳନୀ ଭାରତରେ ଭ୍ରମଣ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଏହାକୁ ମୁଖ୍ୟଧାରାର ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସାମିଲ କରିବା ଉପରେ ବିଚାର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ମଞ୍ଚ ଭାବରେ କାର୍ଯ୍ୟ କରିଛି। ଏହି ସମ୍ମିଳନୀରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟର ପ୍ରତିନିଧିମାନଙ୍କ ସହିତ ୧୬ ଟି ଏମ୍ସ ଏବଂ ରାଜ୍ୟ ମେଡିକାଲ କଲେଜର ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ସମନ୍ୱିତ ଆନ୍ତଃମନ୍ତ୍ରାଳୟ ସହଯୋଗ ମାଧ୍ୟମରେ…
Odisha IAS Reshuffle: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଏକାଥରେ 12 ଆଇଏଏସ ଅଧିକାରୀଙ୍କ ବଦଳି କରାଯାଇଛି। ସେହିପରି ତିନିଜଣ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। କେନ୍ଦ୍ରୀୟ ଡେପୁଟେସନ ଶାଳିନୀ ପଣ୍ଡିତ- କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଯୁଗ୍ନ ସଚିବ ହେବେ ସମର୍ଥ ବର୍ମା- କେନ୍ଦ୍ର ସରକାରଙ୍କ ବନ୍ଦର ଜାହଜ ଚଳାଚଳ ଏବଂ ଜଳପଥ ବିଭାଗର ନିର୍ଦ୍ଦେଶକ ସ୍ବଧାଦେବ ସିଂ- ଜନଗଣନା ନିର୍ଦ୍ଦେଶକ ଅଦଳବଦଳ ହୋଇଥିବା ଆଇଏଏସ ଅଧିକାରୀ ଏନ୍.ଥିରୁମାଲା ନାଏକ – ସ୍କୁଲ୍ ଓ ଗଣିଶଇକ୍ଷା ବିାଭଗ ସଚିବ ମାନସୀ ନିମ୍ଭାଲ – ଉଠା ଜଳସେଚନ ନିଗମ ଏମ୍ଡି ସୁରେନ୍ଦ୍ର କୁମାର ମୀନା – ଏସ୍ସି/ଏସି ବିକାଶ ବିାଭଗର ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦ – ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ବିଏମ୍ସି କମିଶନର ଚଞ୍ଚଳ ରାଣାଙ୍କୁ ଅତିରିକ୍ତ ଦାୟିତ୍ୱ। ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର…
Nuapada Byelection: ଖରିଆର ରୋଡ଼ସ୍ଥିତ ସ୍ୱସ୍ତିକ ହୋଟେଲଠାରେ ଖରିଆର ରୋଡ଼ ଏନଏସସିର କଂଗ୍ରେସ କର୍ମକର୍ତ୍ତାଙ୍କ ସହ ପିସିସି ସଭାପତି ନିର୍ବାଚନକୁ ନେଇ ବିଚାର ବିମର୍ଷ କରିବା ସହ ମନପ୍ରାଣ ଢ଼ାଳି ଏକଜୁଟ ହୋଇ ଘାସିରାମ ମାଝୀଙ୍କୁ ଜୟଯୁକ୍ତ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ସେଠାରୁ ନୂଆପଡା ଅଭିମୁଖେ ପ୍ରସ୍ଥାନ କରିଥିଲେ । ନୂଆପଡା ଖୁଣ୍ଟିଆ ଭବନଠାରେ ଆୟୋଜିତ କଂଗ୍ରେସର ଏକ ମିଶ୍ରଣ ଏବଂ କର୍ମକର୍ତ୍ତା ସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ କଂଗ୍ରେସ ନୂଆପଡା ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା । ଏହି ସଭାରେ ନୂଆପଡା ଏନଏସସିର ପୂର୍ବତନ ବିଜେଡି ଅଧ୍ୟକ୍ଷ ମହେଶ ନିଆଲ ପିସିସି ସଭାପତି ଶ୍ରୀ ଦାସଙ୍କ ଶୁଭେଚ୍ଛା ଗ୍ରହଣକରି କଂଗ୍ରେସ ଦଳରେ ଯୋଗଦାନ କରିଥିଲେ । କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇ ସଭାପତି ଶ୍ରୀ ଦାସ କହିଲେ ବିଗତ ୨୫ ବର୍ଷ ଧରି ନୂଆପଡା ଠକାମୀର ଶିକାର ହୋଇଛି କିନ୍ତୁ…
ଭୁବନେଶ୍ବର: ନୂଆପଡା ଉପନିର୍ବାଚନରେ ବିଜେପିର କିଏ ପ୍ରାର୍ଥୀ ହେବ ସେ ନେଇ ଦଳ ତରଫରୁ ଚାଲିଛି ଅଙ୍କକଷା। କାରଣ ବିଜେପି ସରକାରରେ ଥାଇ ଯଦି ଉପନିର୍ବାଚନ ହାରିଯାଏ ତେବେ କଥା ସରିଲା। ସେଥିପାଇଁ କିଏ ଭଲ ପ୍ରାର୍ଥୀ ହେବ ସେ ନେଇ ବିଜେପିର ବଡବଡ ନେତାଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ କଂଗ୍ରେସ ସେଠାରେ ଜଣେ ଟାଣୁଆ ନେତା ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ସ୍ବର୍ଗତ ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବ। ତେବେ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ ଚିନ୍ତା। ତେବେ କେତେକ ଅସମର୍ଥିତ ସୁତ୍ର ଅନୁସାରେ ଦଳ ପୁଣି ଥରେ କୁଆଡେ ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ଉପରେ ଭରସା କରିବ। ଗତ ନିର୍ବାଚନରେ ବସନ୍ତ ପଣ୍ଡାଙ୍କୁ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ କରିଥିଲା। ହେଲେ ସେଠାରେ ସେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଫଳରେ ଦଳ…
ଭୁବନେଶ୍ବର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଆଜିଠାରୁ ତିନିଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗତକାଲିଠାରୁ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇଛି। ହେଲେ ଆଜି ଏହି ଘୂର୍ଣ୍ଣିବଳୟ ସକ୍ରିୟ ହେବାର ସମ୍ଭାବନା ରହିଛି। ସେଥିପାଇଁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ୟେଲୋ ୱାର୍ଣିଂ ଜାରୀ କରିଛି। ୮ଟି ଜିଲ୍ଲାକୁ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୨୪ଘଣ୍ଟା ଭିତରେ ଗଞ୍ଜାମ, ଗଜପତି, ମାଲକାନଗିରି, କନ୍ଧମାଳ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଓ ମୟୂରଭଞ୍ଜର କିଛି କିଛି ଅଂଚଳରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।
ଭୁବନେଶ୍ବର: ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଜି ଆଇନ, ପୁର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଝାଡି ଦେଇଛନ୍ତି। ସେ କହିଛନ୍ତି ଯେ, ମମତା ଓଡିଶା ପ୍ରସଂଗରେ ମୁଣ୍ଡ ପୁରାଇବା ଆବଶ୍ୟକ ନାହିଁ। କଟକର ହିଂସାକାଣ୍ଡକୁ ନେଇ ମମତା ଏକ ସଭାରେ କହିଛନ୍ତି ଯେ, ବର୍ତ୍ତମାନ କଟକ ଜଳୁଛି। ସେଠାରେ ସାଂପ୍ରଦାୟିତାକୁ ବିଜେପି ସରକାର ଉଷୁକାଉଛନ୍ତି। ଏହି ଟିପ୍ପଣୀକୁ ନେଇ କଡା ଭାଷାରେ ସମାଲୋଚନା କରିଛନ୍ତି ମନ୍ତ୍ରୀ ହରିଚନ୍ଦନ। ସେ କହିଛନ୍ତି ଯେ, ମମତା ନିଜ ରାଜ୍ୟରେ କଣ ଘଟୁଛି ତାହା ହୃଦୟଙ୍କମ କରନ୍ତୁ। ସେଠାରେ କିପରି ହିଂସାକାଣ୍ଡ ହ୍ରାସ ପାଇବ ସେ ନେଇ ଚିନ୍ତା କରନ୍ତୁ। ପ୍ରଥମେ ନିଜ କଥା ବୁଝନ୍ତୁ ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି ଯେ, କଟକରେ ଯାହା ଘଟିଲା ତାହା ଏକ ଦୁର୍ଘଟଣା ଥିଲା। ସରକାର ତାହାକୁ ଠିକ ଢଙ୍ଗରେ ମୁକାବିଲା କରୁଛନ୍ତି। ସେଥିପାଇଁ ମମତା ଅଯଥା ମୁଣ୍ଡ ଖେଳାଇବା…
ଭୁବନେଶ୍ବର: ଆଜି ପ୍ରଦେଶ ମହିଳା କଂଗ୍ରେସ ତାହାର ନୂଆ ଟିମ ଗଛନ କରିଛି। ପୂର୍ବରୁ ମିନାକ୍ଷୀ ବାହିନୀପତି ମହିଳା କଂଗ୍ରେସର ସଭାପତି ବୋଲି ଘୋଷଣା ହୋଇଛି। ହେଲେ ପୁରା ଟିମ ଏ ପର୍ଯ୍ୟନ୍ତ ଗଠନ ହୋଇ ନ ଥିଲା। ଆଜି ସର୍ବଭାରତୀୟ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା ଅନୁମୋଦନ ପରେ ନୂଆ ଟିମ ଗଠନ କରାଯାଇଛି। ଏଥିରେ ଯେଉଁମାନଙ୍କୁ ନିଆଯାଇଛି ସେମାନେ ହେଲେ ଏହି ଟିମରେ ମୋଟ 81 ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେେ ଉପସଭାପତି ଭାବେ 10 ଜଣ, ସାଧାରଣ ସଂପାଦକ ଭାବେ 22 ଜଣ, ସଂପାଦକ ଭାବେ 45 ଜଣ ଏବଂ ବରିଷ୍ଠ ଉପଦେଷ୍ଠା ଭାବେ 4 ଜଣଙ୍କୁ ସ୍ଥାନିତ କରାଯାଇଛି।
ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଘାନାରେ ମୃତ ଓଡିଆ ଯୁବକ ପରମେଶ୍ବର ନାୟକଙ୍କ ମରଶରୀର ଆଜି ତାଙ୍କ ଜନ୍ମମାଟିରେ ପହଞ୍ଚିଛି। ପରମେଶ୍ବରଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଘାନାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଶ୍ରୀ ପଣ୍ଡା ଏକ ପତ୍ର ଲେଖି ନିବେଦନ କରିଥିଲେ । ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବଡତଇଲା ଗ୍ରାମର ପୟୋଧର ନାୟକଙ୍କ ପୁଅ ପରମେଶ୍ବର ନାୟକ ଘାନର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେଠାରେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥବା କମ୍ପାନୀ କତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ। ପରମେଶ୍ବରଙ୍କ ପତ୍ନୀ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମକୁ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ସହ…

