Author: Samikhsya Bureau

ନୂଆଦିଲ୍ଲୀ: ଆନିମେସନ୍‌, ଭିଜୁଆଲ୍ ଇଫେକ୍ଟସ୍‌, ଗେମିଂ ଏବଂ କମିକ୍‍ (ଏଭିଜିସି) ଟାସ୍କ ଫୋର୍ସ ଏଭିଜିସି କ୍ଷେତ୍ରର ସମନ୍ୱିତ ପ୍ରୋତ୍ସାହନ ଏବଂ ଅଭିବୃଦ୍ଧି ପାଇଁ ଏକ ବଜେଟ୍ ବ୍ୟବସ୍ଥା ସହିତ ଜାତୀୟ ଏଭିସିସି-ଏକ୍ସଆର ମିଶନ୍ ଲାଗି ପ୍ରସ୍ତାବ ଦେଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଦାଖଲ କରାଯାଇଥିବା ଏକ ବିସ୍ତୃତ ରିପୋର୍ଟରେ, ସୂଚନା ଓ ପ୍ରସାରଣ ସଚିବଙ୍କ ନେତୃତ୍ୱରେ ଥିବା ଟାସ୍କ ଫୋର୍ସ ମଧ୍ୟ ବିଷୟବସ୍ତୁ ସୃଷ୍ଟି ଉପରେ ବିଶେଷ ଧ୍ୟାନ ଦେଇ ଭାରତରେ, ଭାରତ ପାଇଁ ଏବଂ ସମଗ୍ର ବିଶ୍ୱ ପାଇଁ “କ୍ରିଏଟ୍‍ ଇନ୍‍ ଇଣ୍ଡିଆ”  ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇଛି। ଟାସ୍କ ଫୋର୍ସର ପ୍ରମୁଖ ସୁପାରିଶଗୁଡିକ ୪ ଟି ବର୍ଗ ଅଧୀନରେ ବ୍ୟାପକ ଭାବରେ ଦର୍ଶାଯାଇଛି। କ. ବିଶ୍ୱରେ ଗ୍ରହଣୀୟତା ପାଇଁ ଘରୋଇ ଶିଳ୍ପ ବିକାଶ ୧. ଏଭିଜିସି କ୍ଷେତ୍ରର ସମନ୍ୱିତ ବିକାଶ ଏବଂ ଅଭିବୃଦ୍ଧି ପାଇଁ ଏକ ବଜେଟ୍ ସହିତ ଜାତୀୟ ଏଭିଜିସି-ଏକ୍ସଆର ମିଶନ୍ ସୃଷ୍ଟି। ୨.…

Read More

ଭୁବନେଶ୍ବର: ସାର୍ବଜନୀନ ଗୁଣାତ୍ମକ ସ୍ବାସ୍ଥ୍ୟସେବା ନିମନ୍ତେ ଅଭିପ୍ରେତ ଓଡିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ) ବିଶେଷ ଅପ୍ରଗତି ହାସଲ କିରିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟନ୍ବୟନ ସମୀକ୍ଷା ବୈଠକରୁ ଏହା ଜଣପଡିଛି। ବି.ଏସ୍.କେ.ୱାଇ ବିଷୟରେ ସଦ୍ୟତନ ତଥ୍ୟ ଉପସ୍ଥାପନ କରି ଓଡିଶା ହେଲଥ୍ ଆସୁରାନ୍ସ ସୋସାଇଟିର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡ଼ି. କହିଥିଲେ ଯେ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଡ଼ିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୬.୩୧ ଲକ୍ଷ ଲୋକ ବିଭିନ୍ନ ଘରୋଇ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ପାଇଛନ୍ତି। ସେମାନଙ୍କର ଚିକିତ୍ସା ବାବଦରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲମାନଙ୍କୁ ପ୍ରାୟ ୧୩୮୯ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି। ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାର ଲୋକ ବି.ଏସ୍.କେ.ୱାଇ ରେ ଚିକିତ୍ସା ସୁବିଧା ପାଇଛନ୍ତି। ଚିକିତ୍ସା ପାଇଁ…

Read More

ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ର ଜୀବନର ସନ୍ତୁଳନ ପ୍ରଦାନ କରେ। ଯେତେବେଳେ ଏହି ସନ୍ତୁଳନ ଅସମାନ ହୁଏ, ମଣିଷ ଏକାକୀ ଏବଂ ସମୁଦାୟ ଭାବରେ ଅନେକ ପ୍ରକାରର ଅସୁବିଧା ଏବଂ ସମସ୍ୟାର ଶିକାର ହୁଏ। ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ପାଞ୍ଚଟି ଉପାଦାନରୁ ସୃଷ୍ଟି ହୋଇଥିବା ଜୀବଙ୍କର ଦକ୍ଷତା ବିକାଶ କରିବାର ଶକ୍ତି ସ୍ୱୟଂଚାଳିତ ଭାବରେ ପାଞ୍ଚଟି ଉପାଦାନ – ପୃଥିବୀ, ଜଳ, ବାୟୁ, ଅଗ୍ନି ଏବଂ ଆକାଶର ଉପଯୁକ୍ତ ବ୍ୟବହାର ଦ୍ୱାରା ନିର୍ମିତ ଏକ ବାସଗୃହରେ ସୃଷ୍ଟି ହୁଏ। ମାନବ ଶରୀର 5 ଟି ଉପାଦାନରେ ଗଠିତ – ବାସ୍ତୁ ଏକ ପ୍ରାଚୀନ ବିଜ୍ଞାନ। ଆମ ସାଧୁମାନେ ଏହି ବିଜ୍ଞାନକୁ ଆମ ଚାରିପାଖରେ ଥିବା ବିଶ୍ବରେ ଥିବା ନକାରାତ୍ମକ ଶକ୍ତିରୁ ରକ୍ଷା କରିବାର ଲକ୍ଷ୍ୟରେ ବିକଶିତ କରିଥିଲେ। ବାସ୍ତୁ ବେଦରୁ ଉତ୍ପନ୍ନ ହୋଇଛି, ଯାହା ଅଥର୍ବବେଦର ଏକ ଅଂଶ। ଏହି ସୃଷ୍ଟି ସହିତ ମାନବ ଶରୀର ପୃଥିବୀ, ଜଳ, ଅଗ୍ନି, ବାୟୁ…

Read More

ଭୁବନେଶ୍ବର: ଓଡିଶା ମ୍ୟୁନିସପାଲ ପ୍ରଶାସନରେ ପଦବୀ ଖାଲି ପଡିଛି। ସେଥିପାଇଁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ଆହ୍ବାନ କରିଛନ୍ତି ଓଡିଶା ମ୍ୟୁନିସପାଲ ପ୍ରଶାସନ ନିର୍ଦ୍ଦେଶାଳୟ। ସେହି ଅନୁସାରେ ବିଭିନ୍ନ ମ୍ୟୁନିସପାଲରେ 68ଟି ଆକାଉଣ୍ଚାଟ ପଦବୀ ପାଇଁ ଏହି ନିଯୁକ୍ତି କରାଯିବ। ସେଥିପାଇଁ ଅନଲାଇନରେ ରେଜିଷ୍ଟ୍ରେସନ କରିବା ପାଇଁ କୁହାଯାଇଛି। ବର୍ତ୍ତମାନ ଅର୍ଥାତ ସୋମବାରଠାରୁ ଏହି ରେଜିଷ୍ଟ୍ରେସ ପାଇଁ ଖୋଲାଯାଇଛି। ପ୍ରାର୍ଥୀମାନେ ଆସନ୍ତା ଜାନୁୟାରୀ 23 ତାରିଖ ପର୍ଯ୍ୟନ୍ତ ଅନଲାଇନ ରେଜିଷ୍ଟ୍ରେସନ କରିପାରିବେ। ଏଥିସହିତ ଆବେଦନ କରିବା ପାଇଁ ଶେଷ ତାରିଖ ଜାନୁୟାରୀ 25 ତାରିଖ ରଖାଯାଇଛି। ପ୍ରାର୍ଥୀମାନେ ossc.gov.in ରେ ଲଗଅନ କରି ଆବେଦନ କରିବେ।

Read More

ମେଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ। ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ। ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି। ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି। ବୃଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ। ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ।  ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ। ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ। ମିଥୁନ- ବ୍ୟବସାୟରେ ବ୍ୟସ୍ତ ରହିବେ। ସାମାଜିକ…

Read More

ମୁମ୍ବାଇ: ବଲିଉଡରେ କାମ କରୁଥିବା ଓଡିଆ କଳାକାର ତଥା ସିନେ ବ୍ୟକ୍ତିତ୍ବମାନେ ପାଳନ କରିଛନ୍ତି ଏକ ପୁରସ୍କାର ଉତ୍ସବ। ବଡ ଦିନ ଉପଲକ୍ଷେ ଏହି ଉତ୍ସବ ମୁମ୍ବାଇ ଅନ୍ଧେରୀ ୱେଷ୍ଟରେ ଥିବା କଣ୍ଟ୍ରି କ୍ଲବରେ ପାଳିତ ହୋଇଛି। ଏଥିରେ କୋଡିଏ ଜଣ ବଲିଉଡ ସହିତ ଜଡିତ ଥିବା କଳାକାର, ପ୍ରଯୋଜକ ତଥା ସିନେ ବ୍ୟକ୍ତିତ୍ବଙ୍କୁ ପୁରସ୍କୃତ କରାଯାଇଛି। ଏହି ଉତ୍ସବରେ ପ୍ରଖ୍ୟାତ ବିଜ୍ଞାପନ ଫିଲ୍ମ ନିର୍ଦ୍ଦେଶକ ଅବିନାଶ ନନ୍ଦ, ଧାରାବାହିକ ପ୍ରଯୋଜକ ୟଶ ପଟ୍ଟନାୟକ, ପ୍ରଖ୍ୟାତ ସାଉଣ୍ଡ ନିର୍ଦ୍ଦେଶକ ସୁବାଷ ସାହୁ ପ୍ରମୁଖ ବହୁ ସିନେ ବ୍ୟକ୍ତିତ୍ବ ଯୋଗ ଦେଇଥିଲେ। ଏଥିରେ ସଂଘର ନୂଆ ସଭାପତି ଭାବେ ଦିଲ୍ଲୀପ ସାହୁ, ଉପସଭାପତି ଭାବେ ଚନ୍ଦ୍ରଶେଖର ରଥ ନିର୍ବାଚିତ ହୋଇଥିବାର ଘୋଷଣା କରାଯାଇଥିଲା।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ‘ବୀର ବାଲ ଦିବସ’ ନାମକ ଏକ ଐତିହାସିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରାୟ ତିନି ଶହ ବାଲ କିର୍ତ୍ତନୀଙ୍କ ଦ୍ୱାରା ପ୍ରଦର୍ଶିତ ‘ଶବଦ୍ କିର୍ତ୍ତନ’ ରେ ଯୋଗ ଦେଇଥିଲେ। ଏହି ମହତ୍ବପୂର୍ଣ୍ଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ପ୍ରାୟ ତିନି ହଜାର ପିଲାଙ୍କ ଦ୍ୱାରା ମାର୍ଚ୍ଚ-ପାଷ୍ଟକୁ ପତାକା ଦେଖାଇଥିଲେ। 9 ଜାନୁଆରୀ 2022 ରେ ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀଙ୍କର ପ୍ରକାଶ ପରବ ଦିନ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ର – ସାହିବଜାଦା ବାବା ଜୋରୱାର ସିଂ ଜୀ ଏବଂ ବାବା ଫତେହ ସିଂ ଜୀଙ୍କ ଶହୀଦତାକୁ ପାଳନ କରିବା ପାଇଁ 26 ଡିସେମ୍ବର ‘ବୀର ବାଲ ଦିବସ’ ଭାବରେ ପାଳନ କରାଯିବ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ…

Read More

ରଣପୁର: ରଣପୁର ନିକଟସ୍ଥ ଗୋପାଳପୁର ଠାରେ ଚାଲିଥିବା ପ୍ରଫୂଲ୍ଲ ବ୍ୟୋମକେଶ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଜି ଏକ ମ୍ୟାଚରେ ବାଙ୍କିକୁ ଖୋର୍ଦ୍ଧା ୨-୦ ଗୋଲରେ ପରାସ୍ତ କରିଛି। ମ୍ୟାଚଟି ପ୍ରଥମରୁ ସଂଘର୍ଷମୟ ହୋଇଥିବା ବେଳେ ଶେଷରେ ବାଙ୍କିକୁ ଖୋର୍ଦ୍ଧା ଠାରୁ ପରାଜୟବରଣ କରିବାକୁ ପଡିଥିଲା। ଏଥିରେ ଅତିଥି ଭାବେ ବିଡ଼ିଓ ଜ୍ୟୋତି ପ୍ରକାଶ ସେଠି, ରଣପୁର ତହସିଲଦାର ପ୍ରଭାକର ପଣ୍ଡା ଯୋଗ ଦେଇଥିଲେ। ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଶିକ୍ଷକ ନେତା ସେକ୍ ଅବଦୁଲ ଖାଲିକ, ଜ୍ୟୋତି ରଞ୍ଜନ ଦାଶ ଓ ସର୍ବ ଭାରତୀୟ ଫୁଟବଲ ଯୁଗ୍ମ ସମ୍ପାଦକ ଜନାବ ହଜରତ ଅଲି ଯୋଗ ଦେଇଥିଲେ। ଆଜିର ମ୍ୟାଚର ରେଫରି ଭାବେ ବ୍ରଜହମ ରହେମନ, ମୁନା ନାୟକ, ତାପସ ରଞ୍ଜନ ସ୍ୱାଇଁ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଆସନ୍ତାକାଲି ପୁରୀ ନୀଳଚକ୍ର ସ୍ପୋର୍ଟସ କ୍ଲବ ଓ ଭଞ୍ଜନଗର ସ୍ପୋର୍ଟସ କ୍ଲବ ମଧ୍ୟରେ ମୁକାବିଲା ହେବ।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆସନ୍ତାକାଲି (୨୭ ତାରିଖ, ମଙ୍ଗଳବାର) ଠାରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଗୋପୀନାଥପୁର ଗ୍ରାମରେ ଏକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି। ଗୋପୀନାଥପୁର ଗ୍ରାମର ଯୁବକ ମାନଙ୍କ ଦ୍ଵାରା ଏହି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ସ୍ଵର୍ଗତ ଦୀନବନ୍ଧୁ ପ୍ରଧାନଙ୍କ ସ୍ମୃତିରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ଦୀନବନ୍ଧୁ ଜଣେ ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ। ସେ ବାଲୁଗାଁ ମହାବିଦ୍ୟାଳୟର ଜଣେ କର୍ମଚାରୀ ଥିଲେ। ତାଙ୍କର ଗତ ୧୮ ତାରିଖରେ ଦେହାନ୍ତ ହୋଇଥିଲା। ତେଣୁ ଦୀନବନ୍ଧୁଙ୍କ ସ୍ମୃତିରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ତେବେ ଆୟୋଜକ ତରଫରୁ ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ ଭାଗ ନେଉଛନ୍ତି। ଗୋପୀନାଥପୁର, ସିଙ୍ଗେଶ୍ଵର, ଭୀମପୁର, ବାଲୁଗାଁ ଇଲେଭେନ ଷ୍ଟାର, ପଦନପୁର, ସାମାନ୍ତରାୟ ପୁର, ଏମଡି ସ୍ପୋର୍ଟସ୍ ଓ ତୋରସିଂହ ଭଳି କ୍ରିକେଟ ଟିମ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି। ସେହିଭଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପରେ ପରେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ କୁମାରଙ୍ଗ ସୋସାଇଟି କାର୍ଯ୍ୟାଳୟରୁ ଦୁଇଟି ସିସିଟିଭି କ୍ୟାମେରା ଚୋରି ହୋଇଯାଇଥିବା ସେକ୍ରେଟାରୀ ସଂଜୀବ କୁମାର ସାହୁ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଧାନ ପ୍ରୋକ୍ୟୁରମେଣ୍ଟ ସମୟରେ ସମସ୍ତ ସୋସାଇଟିରେ ସିସି ଟିଭି କ୍ୟାମେରା ବାଧ୍ୟତା ମୂଳକ ଥିବାବେଳେ କୁମାରଙ୍ଗ ସୋସାଇଟିରେ ଲାଗିଥିବା କ୍ୟାମେରାକୁ କୌଣସି ଦୁର୍ବୃତ୍ତ ଚୋରି କରି ନେଇଯାଇଛି। ସେକ୍ରେଟାରୀ ସକାଳୁ ଅଫିସ ଖୋଲିବା ସମୟରେ ଚୋରି ହୋଇଯାଇଥିବା ଜାଣିପାରି ଥାନାର ଦ୍ୱାରସ୍ତ ହୋଇଥିବା ଜଣାଯାଇଛି। ତେବେ ଉକ୍ତ ଚୋରି ପଛର ଉଦ୍ଦେଶ୍ୟ କଣ ତାହା ଏବେ ରହସ୍ୟ ଘେରରେ ଅଛି।

Read More

ରଣପୁର: ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ପରିସରରେ ଆନ୍ତଃ ବିଶ୍ୱ ବିଦ୍ୟାଳୟ ସ୍ତରୀୟ ହକି ମ୍ୟାଚ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ୱ ବିଦ୍ୟାଳୟର ହକି ଟିମ ଯୋଗ ଦେବ।  ଉତ୍କଳ ବିଶ୍ୱ ବିଦ୍ୟାଳୟ ମଧ୍ୟ ଏହି ହକି ଟିମରେ ସାମିଲ ହେବ। କିନ୍ତୁ ଗୌରବର କଥା ରଣପୁର ମହା ବିଦ୍ୟାଳୟର ରାଜେଶ ବାରିକ ଆନ୍ତଃ ବିଶ୍ୱ ବିଦ୍ୟାଳୟ ହକି ମ୍ୟାଚରେ ଖେଳିବା ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟ ଟିମରେ ନିଜର ସ୍ଥାନ ପକ୍କା କରିଛନ୍ତି।  ଏ ନେଇ ରାଜେଶ ବେଶ ଉତ୍ସାହିତ ଅଛନ୍ତି। ରଣପୁର ସ୍ପୋର୍ଟସ ଆସୋସିଏସନ ରାଜେଶଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉନ୍ନତି କାମନା କରିଛି।

Read More

ରଣପୁର: ରଣପୁର ବ୍ଲକ ଚାନ୍ଦପୁର ଥାନା ଅଧିନସ୍ଥ କଟକ ସହର ନିକଟରେ ଆଜି ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ଅପରାହ୍ନରେ ଗୌରି ବାରିକ (୬୦) ନାମକ ଜଣେ ବ୍ୟକ୍ତି କଟକ ସହର ନିକଟରେ ରାସ୍ତା ପାରି ହେବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇ ପଳାଇ ଯାଇଥିଲା। ଘଟଣା ସ୍ଥଳରେ ଗୌରିଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଂଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ରଣପୁର ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି। ମୃତ ଗୌରି ବାରିକଙ୍କ ଘର ରଣପୁର ସୁଆଁସିଆ ସାହିର ହୋଇଥିବା ବେଳେ ସେ ବେଣ୍ଟ ଗ୍ରାମରେ ଭଡା ରହୁଥିଲେ ବୋଲି ଜଣା ପଡିଛି। ତେବେ ଏହି ମାମଲାରେ ଚାନ୍ଦପୁର ପୋଲିସ ତଦନ୍ତ ଆରମ୍ଭ କରିଦେଇଛି।

Read More

ନୂଆଦିଲ୍ଲୀ: ଗୁଜୁରାଟରେ, ଭାରତୀୟ ତଟରକ୍ଷୀ ବାହିନୀ ଏଟିଏସର ଇନପୁଟ୍ ଆଧାରରେ ଏକ ପାକିସ୍ତାନୀ ଡଙ୍ଗାକୁ ଅଟକାଇଛନ୍ତି। ଏହି ଡଙ୍ଗାରେ ୧୦ ଜଣ ପାକିସ୍ତାନୀ ଥିଲେ। ଆଇସିଜି ଏହି ଡଙ୍ଗାରୁ ୪୦ କିଲୋଗ୍ରାମ ଡ୍ରଗ୍ସ ସହିତ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଏହି ଡ୍ରଗ୍ସର ମୂଲ୍ୟ ୩୦୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଆଇସିଜି କହିଛି ଯେ, ଏହି ଅପରେସନ୍ ଡିସେମ୍ବର୨୫ ତାରିଖ ଏବଂ ୨୬ ତାରିଖ ରାତିରେ କରାଯାଇଥିଲା। ଆଇସିଜି ଅଧିକାରୀ କହିଛନ୍ତି ଯେ, ଏକ ପାକିସ୍ତାନୀ ଡଙ୍ଗା ଭାରତୀୟ ଅଞ୍ଚଳରେ ପ୍ରବେଶ କରୁଥିବାର ଗୁଜୁରାଟ ଏଟିଏସକୁ ସୂଚନା ମିଳିଥିଲା। ଏହା ପରେ ଡିସେମ୍ମ୍ବର ୨୫ ତାରିଖ ଏବଂ ୨୬ ତାରିଖ ରାତିରେ ଏକ ଅପରେସନ୍ କରାଯାଇଥିଲା, ଯେଉଁଥିରେ ଆଇଜିସି ଏହାର ଜାହାଜ ଅରିଞ୍ଜୟକୁ ପାକିସ୍ତାନ ସହିତ ସାମୁଦ୍ରିକ ସୀମାରେ ନିୟୋଜିତ କରିଥିଲା। ଏହା ପରେ ଅଲ ସୋହେଲି ନାମକ ଏକ ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗାକୁ ଅଟକାଯାଇଇଥିଲା। ଯେତେବେଳେ…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୟୁକ୍ରେନର ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କି ଫୋନରେ କଥା ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ୟୁକ୍ରେନର ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇ ଜି-୨୦ ର ସଫଳ ଅଧ୍ୟକ୍ଷତା କାମନା ପାଇଁ କରିଛି। ଏହି ପ୍ଲାଟଫର୍ମରେ ମୁଁ ଶାନ୍ତି ଫର୍ମୁଲା ଘୋଷଣା କରିଥିଲି ଏବଂ ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିବାରେ ଭାରତର ଅଂଶଗ୍ରହଣ ଉପରେ ମୁଁ ଭରସା କରୁଛି। ମାନବିକ ସହାୟତା ଏବଂ ସମର୍ଥନ ପାଇଁ ମୁଁ ମିଳିତ ଜାତିସଂଘକୁ ମଧ୍ୟ ଧନ୍ୟବାଦ ଜଣାଉଛି।

Read More

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ପଞ୍ଚାୟତ ସମିତି ଠାରେ ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ନୟାଗଡ ଜିଲ୍ଲାରୁ ସମ୍ମାନର ସହ ସ୍ୱାଗତ କରାଯାଇଛି। ପୂର୍ବ ପ୍ରସ୍ତୁତି ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସହର ପରିକ୍ରମା କରାଯାଇଛି। ବୋଲଗଡ ପଂଚାୟତ ସମିତିରେ ଏହାକୁ ସମ୍ବର୍ଦ୍ଧନା ଦିଆଯିବା ପରେ ପରେ ଟ୍ରଫି ଗାଡିକୁ ଖୋର୍ଦ୍ଧାର ଚଣ୍ଡି ଚୁଆଁ ଛକ ଠାରୁ ଟାଉନ ହଲ ଅଭିମୁଖେ ପ୍ରକ୍ସେସନ କରାଯାଇ ଅଣାଯାଇଥିଲା। ପ୍ରକ୍ସେସନରେ ଦୂଲଦୁଲି, ପାଇକ ନାଚ, ସଂକୀର୍ତ୍ତନ ଦଳ, ଘୋଡାନାଚ, ଆତସବାଜି ପ୍ରଦର୍ଶନ ହୋଇଥିଲା। ଏଥିରେ ଜିଲ୍ଲାର ସମସ୍ତ ଅଧିକାରୀ, ସ୍କୁଲ, କଲେଜ, ସ୍ୱୟଂ ସହାୟକ ମହିଳା, ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ସେହି ସ୍ଥାନରୁ ଟାଉନ ହଲ ଅଭିମୁଖେ ଯାତ୍ରା ଚାଲୁ ରହିଥିଲା। ଟାଉନ ହଲ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଏବଂ ଏକ ସଭାର ଆୟୋଜନ ହୋଇଥିଲା। ଜିଲ୍ଲାର ବିଧାୟକମାନେ ଯଥାକ୍ରମେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ,…

Read More

ଭୁବନେଶ୍ୱର: ଭାରତ ଜି-୨୦ କଥାବସ୍ତୁକୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ସମେତ ବିଭିନ୍ନ ଅନୁଷ୍ଠାନକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଭାରତର ଜି -୨୦ ଅଧ୍ୟକ୍ଷତାକୁ ନେଇ ଓଡ଼ିଶାର ଗ୍ରାମାଞ୍ଚଳରେ ଉତ୍ସାହ ଦେଖି ଆନନ୍ଦିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ କେନ୍ଦ୍ରାପଡା ଜିଲ୍ଲାର ‘ଆମେ ପ୍ରୟାସ’  ନାମକ ଏକ ସାମାଜିକ ସଂଗଠନ ଭାରତ ଜି-୨୦ ପ୍ରସଙ୍ଗରେ ବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ, ବକ୍ତୃତା ଏବଂ ପ୍ରଶ୍ନତ୍ତୋର ପ୍ରତିଯୋଗିତା ଆୟୋଜନ କରିଛି। ଏହି ପ୍ରତିଯୋଗିତାରେ ୩୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ଖୁସିର ବିଷୟ। ସେହିପରି ସାରା ରାଜ୍ୟରେ ସଂଗଠନ ପକ୍ଷରୁ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ବିଭିନ୍ନ ଗଠନମୂଳକ ପଦକ୍ଷେପ ନିଆଯିବା ସହ ସମଗ୍ର ରାଜ୍ୟରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଉଛି। ଏହି ପଦକ୍ଷେପକୁ ପ୍ରଶଂସା…

Read More

ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ଭୁବନେଶ୍ୱର ନୂଆ ରେଳ ଷ୍ଟେସନ ନିରୀକ୍ଷଣ କରି ଚାଲୁରହିଥିବା ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି। ନିରୀକ୍ଷଣ ସମୟରେ ଯାତ୍ରୀ ମାନଙ୍କୁ ଦିଆଯାଉଥିବା ସୁବିଧାଗୁଡ଼ିକର ଆବଶ୍ୟକତା ତଥା ମହତ୍ୱକୁ ଗୁରୁତ୍ୱାରୋପ କରି ଶ୍ରୀ ସୁନକର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଯାତ୍ରୀମାନଙ୍କ ସୁବିଧା ପାଇଁ ବହୁତ ଆବଶ୍ୟକ ପରିଷେବା ଯଥା ପ୍ରଶସ୍ତ ଚଳପ୍ରଚଳ କ୍ଷେତ୍ର (ସର୍କୁଲାର କ୍ଷେତ୍ର), କନକୋର୍ସ, ପ୍ଲାଟଫର୍ମର ଆଲୋକୀକରଣ, ପ୍ରତୀକ୍ଷା କକ୍ଷ, ଶୌଚାଳୟ ଇତ୍ୟାଦିକୁ ପ୍ରାଥମିକତା ଦେବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି। ରେଳ ବ୍ୟବହାରକାରୀଙ୍କ ସୁବିଧା ପାଇଁ ସଡକ ସଂଯୋଗ କ୍ଷେତ୍ରରେ ସମସ୍ୟା ଏଡ଼ାଇବା ପାଇଁ ରାଜ୍ୟ ସରକାରଙ୍କ ଅଧିକାରୀ ମାନଙ୍କ ସହ ନିୟମିତ ସମନ୍ୱୟ ରକ୍ଷା କରିବାକୁ ମହାପ୍ରବନ୍ଧକ ମଧ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ ଚାଲୁରହିଥିବା ବିଭିନ୍ନ ରେଳ…

Read More

ପୁରୀ: ଆଜି ପୁରୀରେ ବିଜେଡି ତାହାର ପ୍ରତିଷ୍ଠା ଦିବସ ପାଳନ କରିଛି। ଏଥିପାଇଁ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଏହି ଦିବସରେ ଖୋଦ ବିଜେଡି ସୁପ୍ରିମୋ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ତାଙ୍କର ଭାଷଣ ଶୁଣିବା ପାଇଁ ସେଠାରେ ଦଳର କର୍ମିଙ୍କ ଠାରୁ ଆରମ୍ଭ କରି ନେତାମାନେ ମଧ୍ୟ ଅପେକ୍ଷା କରିଥିଲେ। ନବୀନ ସେଠାରେ ଯାହା କହିଲେ ତାହା ଶୁଣି କର୍ମିମାନେ ବେଶ ଉତ୍ସାହିତ ହେଲେ, କିନ୍ତୁ ଟିଭିରୁ ଏହି ଭାଷଣ ଶୁଣି ବିରୋଧୀଙ୍କ ମୁଣ୍ଡ ଖରାପ ହୋଇଯାଇଛି। ଆଜି ନବୀନ ହେଲିକାପ୍ଟରରେ ପୁରୀ ସଭା ସ୍ଥଳରେ ପହଁଚିଥିଲେ। ସେଠାରେ ତାଙ୍କୁ ଦଳୀୟ କର୍ମାମାନେ ସ୍ବାଗତ କରି ନେଇଥିଲେ। ପୂର୍ବରୁ ସେହି ମଞ୍ଚରେ ବହୁ ବରିଷ୍ଠ ନେତାମାନେ ଭାଷଣ ଦେଇ ପରିବେଷକୁ ସରଗରମ କରି ରଖିଥିଲେ। ନବୀନ ପହଁଚିବା ପରେ ଏହି ପରିବେଷ ଆହୁରି ସରଗରମ ହୋଇପଡିଲା। ମହେଶ୍ବର ମହାନ୍ତି, ପ୍ରସନ୍ନ ଆଚାର୍ଯ୍ୟ ଦେବୀ ମିଶ୍ର,…

Read More

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ଏକ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳିଛି। ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ କରିଥିବା ବ୍ୟକ୍ତି ବର୍ତ୍ତମାନ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ, ବଲିଉଡ ଅଭିନେତା ଆତ୍ମହତ୍ୟା କରି ମରି ନାହାଁନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଛି। ନିକଟରେ ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ବ୍ୟବଚ୍ଛେଦ ପରିଚାଳନା କରିଥିବା ରୂପକୁମାର ଶାହା ମଧ୍ୟ ସମାନ ଦାବି କରିଛନ୍ତି ଏବଂ କହିଛନ୍ତି ଯେ, ଅଭିନେତାଙ୍କ ଶରୀର ଏବଂ ବେକରେ ଅନେକ ଚିହ୍ନ ରହିଛି। ଜୁନ୍ ୧୪ ତାରିଖ ୨୦୨୦ ରେ ସୁଶାନ୍ତ ସିଂ ରାଜପୁତଙ୍କ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ମୃତଦେହ ମିଳିଥିଲା। ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ସହ ତାଙ୍କ ସମ୍ପତ୍ତି ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ‘ମେରେ ଡ୍ୟାଡି କି ମାରୁତି’ ଏବଂ ‘ଜଲେବୀ’ ଭଳି ଚଳଚ୍ଚିତ୍ରରେ କାମ କରିଥିବା ରିୟାଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ…

Read More

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ରାଜନେତା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ୯୮ତମ ଜନ୍ମବାର୍ଷିକୀ ଅବସରରେ ଏମ୍ସ ଭୁବନେଶ୍ବର ପକ୍ଷରୁ ଗତକାଲି ସୁଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଯୁଗଦ୍ରଷ୍ଟା ଅଟଳ ବିହାରୀଙ୍କୁ ଏମ୍ସ ଭୁବନେଶ୍ବର ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ଏନେଇ ଗତକାଲି ଏମ୍ସ ଭୁବନେଶ୍ବର ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଭାରତରତ୍ନ ଅଟଳ ବିହାରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଏମ୍ସ ଭଳି ଏକ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଅନୁଷ୍ଠାନ ପ୍ରତିଷ୍ଠା ନିମନ୍ତେ ଶ୍ରୀ ବାଜପେୟୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ଶ୍ରୀ ବାଜପେୟୀଙ୍କ ମହାନ ଜୀବନୀ ବାବଦରେ ମତ ରଖିବା ସହିତ ସଚେତନତା, ପ୍ରତିବଦ୍ଧତା, କର୍ତ୍ତବ୍ୟବୋଧତା, ସ୍ବଚ୍ଛତା ଏବଂ ସାଧୁତା ହିଁ ସୁଶାସନ ଦିବସ ପାଳନର ମୌଳିକ ଆଧାର ବୋଲି ଗୁରୁତ୍ୱାରୋପ କରିଥିଲେ। ଅତିରିକ୍ତ ପ୍ରଫେସର (ଆନାଟୋମି) ଡ.…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତା ୨୮ ତାରିଖ ବୁଧବାର ଦିନ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ପୁରୀ ଲୋକସଭାର ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ଉକ୍ତ ସଭାରେ ପୁରୀ ଲୋକସଭାର ସମସ୍ତ ୭ ଗୋଟି ନିର୍ବାଚନମଣ୍ଡଳିରୁ ୧୫ ହଜାରରୁ ଉର୍ଦ୍ଧ୍ଵ ବିଜେପି କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ସ୍ୱଳ୍ପ ଦିନ ମଧ୍ୟରେ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ସ୍ଥାନୀୟ ବିଜେପିର ଆଖିରୁ ନିଦ ହଜିଯାଇଛି। ସ୍ଥାନୀୟ ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଉକ୍ତ କାର୍ଯ୍ୟକ୍ରମର ମଙ୍ଗ ଧରିଥିବା ବେଳେ ପ୍ରତିଦିନ ତୁହାକୁ ତୁହା ମାଳମାଳ ବିଜେପି ନେତାଙ୍କ ପଲଟନ ପଡିଆ ଗସ୍ତ ଜାରି ରହିଛି। ଇତି ମଧ୍ୟରେ ବିଜେପି ପକ୍ଷରୁ ଉଭୟ ବାଣପୁର ଓ ଚିଲିକା ବ୍ଲକ କର୍ମୀଙ୍କ ଆନୁକୂଲ୍ୟରେ ପ୍ରସ୍ତୁତି ବୈଠକ ସରିଥିବା ବେଳେ କାର୍ଯ୍ୟକ୍ରମର ବ୍ଲୁ ପ୍ରିଣ୍ଟ…

Read More