ନୂଆଦିଲ୍ଲୀ: ବିଜେପି ନେତା ତଥା ସାଂସଦ ପ୍ରଜ୍ଞା ସିଂ ଠାକୁର ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ହିନ୍ଦୁ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ବିଷୟରେ ସେ କହିଛନ୍ତି ଯେ, ହିନ୍ଦୁଙ୍କୁ ସେମାନଙ୍କ ଉପରେ ଆକ୍ରମଣ ଏବଂ ସମ୍ମାନର ଉତ୍ତର ଦେବା ଅଧିକାର ରହିଛି। ମଧ୍ୟପ୍ରଦେଶର ଭୋପାଳ ସଂସଦୀୟ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ମଧ୍ୟ ହିନ୍ଦୁ ସମ୍ପ୍ରଦାୟକୁ ଅତି କମରେ ନିଜ ଘରେ ଛୁରୀ ରଖିବାକୁ ପରାମର୍ଶ ଦେଇଛନ୍ତି ଏବଂ କହିଛନ୍ତି ଯେ, ନିଜକୁ ରକ୍ଷା କରିବାର ସମସ୍ତଙ୍କର ଅଧିକାର ଅଛି। ଦକ୍ଷିଣ ଅଞ୍ଚଳରେ ‘ହିନ୍ଦୁ ଜାଗରଣ ବେଦିକା’ର ବାର୍ଷିକ କାର୍ଯ୍ୟକ୍ରମରେ ପ୍ରଜ୍ଞା ଠାକୁର ଏହା କହିଛନ୍ତି। ସେ କହିଛନ୍ତି ଯେ, ‘ସେମାନଙ୍କର ଲଭ ଜିହାଦର ଜିହାଦି ପରମ୍ପରା ଅଛି, ଯଦି ସେମାନେ କିଛି କରିପାରନ୍ତି ନାହିଁ ତେବେ ସେମାନେ ଲଭ ଜିହାଦ କରନ୍ତି। ଯଦିଓ ସେମାନେ ଭଲ ପାଆନ୍ତି, ସେମାନେ ଏଥିରେ ଜିହାଦ୍ କରନ୍ତି। ଆମେ (ହିନ୍ଦୁମାନେ) ମଧ୍ୟ ଭଲପାଉ, ଭଗବାନଙ୍କୁ…
Author: Samikhsya Bureau
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦିଲ୍ଲୀର ଏଆଇଏମ୍ଏସ୍ ହସ୍ପିଟାଲର ଘରୋଇ ୱାର୍ଡରେ ଭର୍ତ୍ତି କରାଯାଇଛି। AIIMS ଉତ୍ସଗୁଡିକ ଉଦ୍ଧୃତ କରି ଏହି ସୂଚନା ଗ୍ରହଣ କରାଯାଇଛି। କେଉଁ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି।
ଗ୍ୱାଲିଅର୍: ସ୍ମୃତି ଉଦ୍ଦେଶ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ସହିତ ଗ୍ୱାଲିଅରରେ ଏକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ଘୋଷଣା କରିଛନ୍ତି। ଦିବଙ୍ଗତ ରାଜନେତାଙ୍କ ୯୮ ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ହୋଇଥିବା ‘ଗ୍ୱାଲିଅର୍ ଗୌରବ ଦିବସ୍’ କାର୍ଯ୍ୟକ୍ରମରେ ଚୌହାନ୍ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ନରେନ୍ଦ୍ର ସିଂ ତୋମାର ମଧ୍ୟ ଅଂଶଗ୍ରହଣ କରିଥିଲେ। ସମାବେଶକୁ ଚୌହାନ କହିଛନ୍ତି ଯେ, ଗ୍ୱାଲିଅରରେ ଏକ ମହାନ ବାଜପେୟୀ ସ୍ମାରକୀ ନିର୍ମାଣ କରାଯିବ, ଯେଉଁଥିରେ ଅଡିଓ ଭିଡିଓ ମାଧ୍ୟମରେ ସ୍ୱର୍ଗତ ନେତାଙ୍କ ଜୀବନ ଏବଂ କାର୍ଯ୍ୟକୁ ଆଲୋକିତ କରିବା ପାଇଁ ଏକ ଇ-ଲାଇବ୍ରେରୀ ଏବଂ ଅନୁସନ୍ଧାନ କେନ୍ଦ୍ର ରହିବ। ଏହି ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୋଖରାନ୍ ଆଣବିକ ପରୀକ୍ଷଣ ପାଇଁ ପୂର୍ବତନ…
ନୂଆଦିଲ୍ଲୀ: ଆଜି କଂଗ୍ରେସର ପୂର୍ବତନ ସଭାପତି ରାହୁଳ ଗାନ୍ଧୀ ନୂଆଦିଲ୍ଲୀର ବିଭିନ୍ନ ସ୍ମାରକସ୍ଥଳ ବୁଲି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ତେବେ ଏହାକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ତଥା ମିଡିଆରେ ବେଶ ଚର୍ଚ୍ଚା ଚାଲିଛି। ତାହାର କାରଣ ହେଲା ସେ ଏକ ଟି ସାର୍ଟ ପିନ୍ଧି ବୁଲୁଛନ୍ତି। ଆଜି ଦିଲ୍ଲୀରେ ଯେପରି ହାଡଭଙ୍ଗା ଶୀତ ହେଉଛି ସେଥିରେ ସେ କେବଳ ଏକ ଟି ସାର୍ଟ ପିନ୍ଧି ବୁଲିବାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ବିଭିନ୍ନ ସୋସିଆଲ ମିଡିଆରେ ତାଙ୍କର ଏପରି ଶୀତକୁ ମୁକାବିଲା କରିବାକୁ ସାହାସିକତା ବୋଲି ବର୍ଣ୍ଣନା କରିଥିବା ବେଳେ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି। ନିକଟରେ ସେ ଭାରତ ଯୋଡ ଯାତ୍ରା ଶେଷ କରି ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ଇନ୍ଦିରା ଗାନ୍ଧୀ ଏବଂ ଜବାହରଲାଲ ନେହେରୁଙ୍କ ସ୍ମାରକ ସ୍ଥଳ ଭୀର ଭୂମି, ଶକ୍ତିସ୍ଥଳ ଏବଂ ଶାନ୍ତି ବନ ପରିଦର୍ଶନ କରିଥିଲେ। ରାହୁଲ ଗାନ୍ଧୀ ମହାତ୍ମା ଗାନ୍ଧୀଙ୍କ…
ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଆଇସିଆଇସିଆଇ ଭିଡିଓକନ୍ ଋଣ ଦୁର୍ନୀତି ମାମଲାରେ ଭି.ଏନ୍ ଧୁତଙ୍କୁ ଗିରଫ କରିଛି। ଏହି ମାମଲାରେ ସିବିଆଇ ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଆଇସିସିଆଇ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଗିରଫ କରିସାରିଛି। ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଦିଲ୍ଲୀ କାର୍ଯ୍ୟାଳୟରେ ସଂକ୍ଷିପ୍ତ ପଚରାଉଚରା ପରେ ଶୁକ୍ରବାର ଦିନ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଗିରଫ କରିଛି। ଶନିବାର ଦିନ ତାଙ୍କୁ ମୁମ୍ବାଇର ସ୍ପେଶାଲ ଅବକାଶକାଳୀନ କୋର୍ଟର ବିଚାରପତି ଏସଏମ ମେନଜୋଙ୍ଗେଙ୍କ ନିକଟରେ ହାଜର କରାଯାଇଥିଲା ଏବଂ ତାଙ୍କୁ ସିବିଆଇ ହେପାଜତକୁ ପଠାଇ ଦିଆଯାଇଥିଲା। ଅନୁସନ୍ଧାନକାରୀ ସଂସ୍ଥା ଅଭିଯୋଗ କରିଛି ଯେ, ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ, ଆରବିଆଇ ନିର୍ଦ୍ଦେଶାବଳୀ ଏବଂ ବ୍ୟାଙ୍କର ଋଣ ନୀତି ଉଲ୍ଲଂଘନ କରି ଭେନୁଗୋପାଲ ଧୁତ ଦ୍ୱାରା ପ୍ରୋତ୍ସାହିତ ଭିଡିଓକନ୍ ଗ୍ରୁପ୍ କମ୍ପାନୀଗୁଡିକୁ ଆଇସିଆଇସିଆଇ ୩ ହଜାର ୨୫୦ କୋଟି…
ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରିଛି। ଲାଲୁଙ୍କ ବିରୋଧରେ ସିବିଆଇ ତଦନ୍ତ ଆରମ୍ଭ କରିଥିବା ରେଳ ପ୍ରକଳ୍ପରେ ଦୁର୍ନୀତି ସହ ଜଡିତ ଥିବା କୁହାଯାଉଛି। ୨୦୧୮ ରେ ରେଳ ପ୍ରକଳ୍ପ ଆବଣ୍ଟନରେ ଦୁର୍ନୀତି ଅଭିଯୋଗର ସିବିଆଇ ଯାଞ୍ଚ ଆରମ୍ଭ କରିଥିଲା। ମେ ୨୦୨୧ ରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ବିରୋଧରେ ତଦନ୍ତ ବନ୍ଦ ହୋଇଯାଇଥିଲା। ଏହି ମାମଲାରେ ଅଭିଯୁକ୍ତମାନଙ୍କ ମଧ୍ୟରେ ଲାଲୁ ଯାଦବଙ୍କ ବ୍ୟତୀତ ତାଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଝିଅ ଚନ୍ଦା ଯାଦବ ଏବଂ ରାଗିଣୀ ଯାଦବ ଅଛନ୍ତି। ଲାଲୁ ଯାଦବଙ୍କ ବିରୋଧରେ ମାମଲା ପୁନଃ ଅନୁସନ୍ଧାନ କରିବାର ନିଷ୍ପତ୍ତି ସେତେବେଳେ ଆସିଥିଲା, ଯେତେବେଳେ ନୀତୀଶ କୁମାର ବିଜେପି ସହିତ ସମ୍ପର୍କ ଭାଙ୍ଗିଥିଲେ ଏବଂ ଆରଜେଡି ସହିତ ବିହାରରେ ସରକାର ଗଠନ କରିଥିଲେ। ବିଜେପିରୁ ଅଲଗା ହେବାପରେ…
ଗୋପାଳପୁର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଖ୍ରୀଷ୍ଟମାସ ଉପଲକ୍ଷେ ନିର୍ମାଣ କରିଛନ୍ତି ସାଣ୍ଟ କ୍ଲଜ। ପ୍ରତିବର୍ଷ ସେ ଏହି ଖ୍ରୀଷ୍ଟମାସରେ କିଛି ନୂଆ କରି ରେକର୍ଡ କରିଥାନ୍ତି। ଏଥରେ ସେ ମଧ୍ୟ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି। ତାହା ହେଲା ସୁଦର୍ଶନ ଏଥର ବାଲୁକା ସାଣ୍ଟା କ୍ଲଜରେ ସ୍ଥାପନ କରିଛନ୍ତି ଟମାଟ। ଗୋପାଳପୁର ବେଳାଭୂମିରେ ସେ ନିର୍ମାଣ କରିଛନ୍ତି ବାଲୁକା ଟମାଟ କଳା। ସେ ଏହି କଳା ନିର୍ମାଣ ପାଇଁ ବ୍ୟବହାର କରିଛନ୍ତି ଦେଢ ଟନ ଟମାଟ। ସେ ପ୍ରଥମେ ବାଲିରେ ସାଣ୍ଟା କ୍ଲଜ କରିବା ପରେ ସେଥିରେ ନାଲି ପୋଷାକ ପାଇଁ ଟମାଟକୁ ସ୍ଥାପନ କରିଛନ୍ତି। ଯାହା ବେଶ ଆକର୍ଷଣୀୟ ହୋଇପାରିଛି। ପ୍ରାୟ 60 ଫୁଟ ଲମ୍ବା ଏବଂ 27 ଫୁଟ ଉଚ୍ଚତା ବିଶିଷ୍ଠ ଏହି ବାଲୁକା କଳା ନିର୍ମାଣ ପାଇଁ ସୁଦର୍ଶନଙ୍କ ସହିତ ତାଙ୍କର ଛାତ୍ରଛାତ୍ରୀ ସାହାଯ୍ୟ କରିଥିଲେ।
ନୂଆଦିଲ୍ଲୀ: ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିର ତଥା ମଜବୁତ ବିକାଶ ପାଇଁ ଭାରତ ସହ କାର୍ଯ୍ୟ କରିବାକୁ ଚୀନ୍ ପ୍ରସ୍ତୁତ ବୋଲି ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି। ସୀମା ଅଞ୍ଚଳରେ ସ୍ଥିରତା ବଜାୟ ରଖିବାକୁ ଉଭୟ ଦେଶ ରାଜି ହୋଇଛନ୍ତି, ଯେଉଁଠାରେ ୨୦୨୦ ରୁ ବିବାଦ ରହିଆସିଛି। ୨୦୨୨ ମସିହାରେ ଆନ୍ତର୍ଜାତୀୟ ପରିସ୍ଥିତି ଏବଂ ଚୀନ୍ର ବୈଦେଶିକ ସମ୍ପର୍କ ଉପରେ ଏକ ସେମିନାରରେ ୱାଙ୍ଗ କହିଛନ୍ତି ଯେ, କୂଟନୈତିକ ତଥା ସାମରିକ ଚ୍ୟାନେଲ ମାଧ୍ୟମରେ ଚୀନ୍ ଏବଂ ଭାରତ ସମ୍ପର୍କ ବଜାୟ ରଖିଛନ୍ତି। ସୀମାନ୍ତ ଅଞ୍ଚଳରେ ସ୍ଥିରତା ବଜାୟ ରଖିବାକୁ ଉଭୟ ଦେଶ ସହମତ ହୋଇଛନ୍ତି। ସମ୍ପ୍ରତି ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନା (ସିପିସି) କ୍ଷମତାକୁ ଫେରିଛି ଏବଂ ସି ଜିନପିଙ୍ଗ ପୁଣି ଥରେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ୱାଙ୍ଗ ୟି ସେମିନାରରେ କହିଛନ୍ତି ଯେ, ଆମେ ଚୀନ୍-ଭାରତ ସମ୍ପର୍କର ସ୍ଥିର ତଥା ମଜବୁତ ବିକାଶ ଦିଗରେ…
ଭୁବନେଶ୍ବର: କିଛି ମାସର ଆଶ୍ଵସ୍ତି ପରେ ପୁଣିଥରେ କରୋନାର ବିପତ୍ତି ମାଡି ଆସୁଛି। ତଥାପି ନୂତନ ବର୍ଷରେ ନୂତନ ସମ୍ଭାବନାକୁ ନେଇ ଆମେ ଆଗକୁ ବଢୁଛେ। ଆସନ୍ତା ବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ଏହା ହିଁ ଆମେ କାମନା କରୁଛୁ। ଆସନ୍ତା ବର୍ଷ ଉତ୍ତମ ସ୍ବାସ୍ଥ୍ୟ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି, ପରିବାରରେ ସୁଖ-ଶାନ୍ତି ରହୁ ଏହାର କାମନା କରୁଛେ। ତେବେ ଆମେ ବାସ୍ତୁର କିଛି ସହଜ ଉପାୟ କରିବା ଦ୍ବାରା ଆସନ୍ତା ବର୍ଷ ଆମର ସୁଖ ଓ ସମୃଦ୍ଧିର ବର୍ଷ ହୋଇପାରିବ। ଏନେଇ କେତୋଟି ଛୋଟ ଉପାୟ। ନୂତନ ବର୍ଷର ପ୍ରାରମ୍ଭରେ ନିଜ ଘରର ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ। ଘରର ମୁଖ୍ୟ ଦ୍ବାରରେ ସ୍ବାତ୍ତ୍ବିକ ଚିହ୍ନ ବନାନ୍ତୁ। ନୂତନ ବର୍ଷ ପ୍ରାରମ୍ଭରେ ଘରର ଅଗଣାରେ କିଛି ଗଛ ଲଗାନ୍ତୁ। ଘରେ ତୁଳସୀ ଗଛ ବା ମନି ପ୍ଲାଣ୍ଟ ଲଗାନ୍ତୁ। ଯାହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି…
ଉପେନ୍ଦ୍ର ବଳିୟାରସିଂହ ପରୀକ୍ଷିତ ହସ୍ତିନାପୁରର ରାଜା ଥିଲେ। ସେ ଅର୍ଜୁନଙ୍କ ପୌତ୍ର ଏବଂ ଅଭିମନ୍ୟୁଙ୍କ ପୁତ୍ର ଥିଲେ। କଳିଯୁଗର ପ୍ରଭାବରେ ସେ ଥରେ ଜଙ୍ଗଲକୁ ଯିବା ସମୟରେ ଜଣେ ଋଷିଙ୍କ ବେକରେ ମୃତ ସର୍ପଟିଏ ପକାଇଦେଇଥିଲେ। ସେହି ଋଷିଙ୍କ ପୁତ୍ର ଏହା ଦେଖି ଅତ୍ୟନ୍ତ କ୍ରୋଧିତ ହୋଇ ପରୀକ୍ଷିତଙ୍କୁ ଅଭିଶାପ ଦେଲେ, ‘ତୁମର ସାତ ଦିନ ଭିତରେ ତକ୍ଷକ ସର୍ପ ଦଂଶନରେ ମୃତ୍ୟୁ ହେଉ। ଋଷି ଧ୍ୟାନରୁ ଉଠି ଏସବୁ ଶୁଣି ମନ ଦୁଃଖ କଲେ। ପୁତ୍ରକୁ ତିରସ୍କାର କରି ସେ ମହାରାଜଙ୍କୁ ସନ୍ଦେଶ ଦେଲେ, ତୁମର ସାତ ଦିନ ଭିତରେ ମୃତ୍ୟୁ ହେବ। ଏସବୁ ଶୁଣି ପରୀକ୍ଷିତ ରାଜ୍ୟ ତ୍ୟାଗ କରି ଗଙ୍ଗାନଦୀ କୂଳରେ ତପସ୍ୟା କରୁଥିବା ମୁନି ଋଷିମାନଙ୍କୁ ସାତ ଦିନ ଭିତରେ କିପରି ଉଦ୍ଧାର ହେବେ ଜିଜ୍ଞାସା କଲେ। କିନ୍ତୁ କେହି ହେଲେ କୌଣସି ସିଦ୍ଧାନ୍ତ ଦେଇପାରିଲେ ନାହିଁ। ଶେଷରେ ବ୍ୟାସଦେବଙ୍କ ପୁତ୍ର ଶୁକ ଦେବଜୀ ପହଞ୍ଚି…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ଜଣେ ବ୍ୟକ୍ତିର ଜୀବନ କ୍ରିୟାଶୀଳ ଅଟେ। କଠିନ ପରିଶ୍ରମ ବିନା ସଫଳତା ପାଇବା ସମ୍ଭବ ନୁହେଁ। ସର୍ଟକଟ୍ ମାଧ୍ୟମରେ ହାସଲ ହୋଇଥିବା ସଫଳତାର ଆୟୁ ମଧ୍ୟ ସ୍ୱଳ୍ପ ଅଟେ। ଚାଣକ୍ୟଙ୍କ ଅନୁଯାୟୀ କଠିନ ପରିଶ୍ରମର ବିକଳ୍ପ ନାହିଁ। ଯଦି ଆପଣ ସଫଳତା ସହିତ ସମାଜରେ ଶାନ୍ତି, ସମ୍ମାନ ପାଇବାକୁ ଚାହୁଁଛନ୍ତି, ତେବେ କିଛି ଜିନିଷ ଅନୁସରଣ କରିବା ଆବଶ୍ୟକ। କଠିନ ପରିଶ୍ରମ ହେଉଛି ସଫଳତାର ମୁଖ୍ୟ ଚାବି। ଚାଣକ୍ୟ କହିଛନ୍ତି ଯେ, ଅନେକ ସମୟରେ ବଡ଼ ଏବଂ ଭଲ ସୁଯୋଗ ସଫଳତାର ସୂତ୍ରରେ ଲୁଚି ରହିଥାଏ କିନ୍ତୁ ଆମେ ଏହାକୁ ଚିହ୍ନି ପାରିନଥାଉ। ଯଦି ଆପଣ ସ୍ୱପ୍ନ ପୂରଣ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ଯେତେବେଳେ ଜଣେ ବ୍ୟକ୍ତି ଲକ୍ଷ୍ୟ ହାସଲ କରିବା ଦିଗରେ ଗତି କରେ, ବେଳେବେଳେ ଏପରି ପରିସ୍ଥିତି ମଧ୍ୟ ଆସିଥାଏ, ଯାହା ଆମର…
ଭୁବନେଶ୍ବର: ବିଜୁ ଜନତା ଦଳ ଗଠନର ୨୫ ବର୍ଷ ବିତିଯାଇଛି। ଭାରତୀୟ ରାଜନୀତିରେ ବିଜେଡି ବୋଧହୁଏ ଏକମାତ୍ର ରାଜନୈତିକ ଦଳ ଯିଏ ନିଜର ପ୍ରତିଷ୍ଠା ସମୟରୁ କ୍ଷମତାରେ ରହି ଆସିଛି। ଦିନୁ ଦିନ ବିଜେଡ଼ିର କ୍ଷମତା ନିରଙ୍କୁଶ ହୋଇଛି ଓ ଆଜିର ତାରିଖରେ ବିଜେଡି ନିର୍ବିକଳ୍ପ ମନେ ହେଉଛି। ସଫଳତାର ଏହି ଦୀର୍ଘ ରାସ୍ତା ବିଜେଡ଼ିକୁ କଣ ଦେଇଛି ଓ ପ୍ରତିବଦଳରେ ଓଡିଶା ବିଜେଡ଼ିଠୁ କଣ ପାଇଛି, ତାର ସମୀକ୍ଷା ଆଜି ଜରୁରୀ। ଏକଥା ସତ ଯେ ୧୯୯୯ ମହାବାତ୍ୟା ପରେ ଓଡିଶାର ଯେଉଁ ଭୟଙ୍କର ସ୍ଥିତି ରହିଥିଲା, ସେଥିରୁ ଓଡିଶା ମୁକୁଳି ପାରିଛି ଓ ଏକଦା ପ୍ରାକୃତିକ ଦୁର୍ବିପାକ ସମୟରେ ଅସହାୟ ଲାଗୁଥିବା ଓଡିଶା ଆଜି ଯେ କୌଣସି ସଙ୍କଟର ମୁକାବିଲା ଲାଗି ନିଜର ସାମର୍ଥ୍ୟ ପ୍ରମାଣିତ କରିଛି। ଅର୍ଥନୈତିକ ଦୃଷ୍ଟିରୁ ଓଡିଶା ଅନେକ ନୂଆ ସମ୍ଭାବନା ସୃଷ୍ଟି କରିଛି, ଯଦିଓ ଏହି କ୍ଷେତ୍ରରେ ଆହୁରି ଅନେକ କିଛି ବାକି…
ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…
ଭୁବନେଶ୍ବର: ଆଜି ସଂଧ୍ୟାବେଳେ ଭୁବନେଶ୍ବରର ବରମୁଣ୍ଡାସ୍ଥିତ ଗାଡି ସୋ ରୁମ ନିକଟରେ ନିଆଁ ଲାଗିଛି। ତେବେ ଏହି ନିଆଁ ଏତେ ଜୋରରେ ଜଳିଥିଲା ଯେ ପାଖଆଖର ସମସ୍ତ ଦୋକାନ ବନ୍ଦ କରି ବାହାରକୁ ଚାଲିଆସିଥିଲେ। ନିଆଁକୁ ଦେଖି ଗାଡି ସୋ ରୁମର ବିଦ୍ୟୁତ ସରବରାହ ବନ୍ଦ କରିଦିଆଯାଇଥିଲା। ଘଟଣାରୁ ଜଣାପଡିଛି ଯେ, ଫାୟାର ଷ୍ଟେସନ ଛକ ସାମନାରେ ଥିବା ପିଜିଏଲ ହୋଣ୍ଡା ସୋ ରୁମ ନିକଟରେ ଓଲଡିଂ କାମ ହେଉଥିଲା। ସେଥିରୁ ନିଆଁ ଲାଗି ସୋ ରୁମ ଭିତରକୁ ପଶିବାକୁ ଯାଉଥିଲା। ତେବେ ଅଗ୍ନିଶମ କର୍ମଚାରୀ ପହଁଚି ନିଆଁକୁ ଆୟତ କରିଥିଲେ। ନଚେତ ଜନଗହଳି ପୂର୍ଣ୍ଣ ସେହି ସ୍ଥାନ ତଥା 16 ନମ୍ବର ଜାତୀୟ ରାଜପଥରେ ଏକ ବଡ ଦୁର୍ଘଟଣା ଘଟିଥାଆନ୍ତା।
ଭୁବନେଶ୍ବର: ଦୁଲୁକୁଚି କଳିଙ୍ଗ ଉତ୍ସବ ୨୦୨୨। ଭୁବନେଶ୍ୱର ରେଳ ଅଡିଟୋରିୟମରେ ଦୁଇ ଦିନିଆ କଳିଙ୍ଗ ଉତ୍ସବରେ ଆଦିବାସୀ ଗୀତ ଏବଂ ସାହିତ୍ୟ ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦୁଇ ବ୍ୟକ୍ତିଙ୍କ ଆଲୋଚନା ଅଧିବେଶନ କରାଯାଇଛି। ଗଡବା, ଓରାମ, ସାନ୍ତାଳି, ଏବଂ ଭୁମିଜ ଭଳି ଆଦିବାସୀ ଗୋଷ୍ଠୀମାନଙ୍କ ନୃତ୍ୟ ପରିବେଷଣ ହୋଇଥିଲା। ଆଦିବାସୀ କଳା, ହସ୍ତଶିଳ୍ପ ଏବଂ ସ୍ୱଦେଶୀ ଉତ୍ପାଦନ ର ୧୨ ଟି ଷ୍ଟଲ୍ ଏହି ଉତ୍ସବ ରେ ରହିଛି। ଭାରତ ସରକାରଙ୍କ “ଆଜାଦି କା ଅମୃତ ମହୋତ୍ସବ” କାର୍ଯ୍ୟକ୍ରମ ଅଧୀନରେ ଏହି ଉତ୍ସବରେ ପ୍ରାୟ ୩୦୦ ବିଦ୍ୟାଳୟ ଏବଂ ଭୁବନେଶ୍ୱରର ୨୦ ରୁ ଅଧିକ ମହାବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ମାଟିର ଆଦିବାସୀ ସଂସ୍କୃତିକୁ ପୁନର୍ଜୀବିତ କରିବା ଏବଂ ଏହାକୁ ରାଜ୍ୟର ପରିଚୟର କେନ୍ଦ୍ରବିନ୍ଦୁ ଭାବରେ ସ୍ଥାନିତ କରିବା, ଅନୁସୂଚିତ ଜାତି ସମ୍ପ୍ରଦାୟକୁ ସମର୍ଥନ କରିବା ତଥା ଆଦିବାସୀ କଳା କୁ ଲୋକଲୋଚନକୁ ଆଣିବା କଳିଙ୍ଗ ଉତ୍ସବର ଲକ୍ଷ୍ୟ। କଳିଙ୍ଗ…
ବାଣପୁର: ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ବାଲୁଗାଁସ୍ଥିତ ‘ଶାଳିଆ ପ୍ରେସ କ୍ଲବ’ ର ବାର୍ଷିକ ଆଲୋଚନା ଚକ୍ର ଆଜି ବାଣପୁରସ୍ଥିତ ମା’ ବିରଜାଈ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅଜିତ କୁମାର ସାହୁଙ୍କ ସଭାପତିତ୍ୱରେ ସମ୍ପାଦକ ସୁଧୀର କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂଘ ଦ୍ୱାରା ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥ ଏବଂ ଅଞ୍ଚଳର ଉନ୍ନତି ପାଇଁ ‘ଶାଳିଆ ପ୍ରେସ କ୍ଲବ’ ସର୍ବଦା ବଦ୍ଧପରିକର ବୋଲି ସଂଘ ସଭାପତି ଶ୍ରୀ ସାହୁ ମତ ରଖିଥିଲେ। ତତସହିତ ଅବହେଳିତ, ନିଷ୍ପେସିତ ଏବଂ ପ୍ରଶାସନିକ ଅବହେଳାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କିପରି ନ୍ୟାୟ ପ୍ରଦାନ କରାଯାଇପାରିବ ସେ ଦିଗରେ ସଂଘ ଅହରହ ଚେଷ୍ଟିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା। ପରିଶେଷରେ ଆଗାମୀ ବର୍ଷରେ କ୍ଲବ ପକ୍ଷରୁ…
ଭୁବନେଶ୍ୱର: ଆଜି ଓଡ଼ିଶାରେ ପହଂଚିଥିବା ପୁରୁଷ ହକି ବିଶ୍ୱକପ ଟ୍ରଫିକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରରେ ଶହ ଶହ ଛାତ୍ରଛାତ୍ରୀ ସଂଗୀତ ଓ ନୃତ୍ୟ ମାଧ୍ୟମରେ ଭବ୍ୟ ସ୍ୱାଗତ ଜଣାଇଛନ୍ତି। ୱାର୍ଲଡ୍ କପ୍ ଟ୍ରଫି ବହନ କରିଥିବା ଗାଡିଟିକୁ ବାଦ୍ୟ ଓ ଆତସବାଜି ଦ୍ୱାରା ସ୍ୱାଗତ କରାଯିବା ସହ ସୋଆ କ୍ୟାମ୍ପସ୍ ର ନୂତନ ଷ୍ଟାଡିୟମ୍ ରେ ଏକ ସୁସଜ୍ଜିତ ପୋଡିୟମ୍ ରେ ଦୀର୍ଘ ୧ଘଂଟା ଧରି ରଖାଯାଇଥିଲା। ଏହି ସମୟ ମଧ୍ୟରେ ସୋଆର ବିଭିନ୍ନ ଅନୁଷ୍ଠାନ ର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସଂଗୀତ ଓ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା। ଦେଶବ୍ୟାପୀ ପ୍ରଦର୍ଶିତ ହେବା ପରେ ଟ୍ରଫିଟି ରବିବାର ଦିନ ସକାଳେ ଭୁବନେଶ୍ୱର ପଂହଚିଥିଲା ଏବଂ ସହର ର ବିଭିନ୍ନ ସ୍ଥାନ ବୁଲିବା ପରେ ସୋଆ ର ନୂତନ ଷ୍ଟାଡିୟମ୍ କୁ ଅଣାଯାଇଥିଲା। ଏଠାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ବରିଷ୍ଠ କର୍ମକର୍ତ୍ତା,ଫ୍ୟାକ୍ଟଲି ଓ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ…
ଭୁବନେଶ୍ୱର : ବିଶିଷ୍ଟ ରାଜନୈତିଜ୍ଞ, ପ୍ରବାଦ ପୁରୁଷ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଏକ ମହାନ ବ୍ୟକ୍ତିତ୍ୱ ଏବଂ କୋଟି କୋଟି କାର୍ଯ୍ୟକର୍ତାଙ୍କ ପ୍ରେରଣାର ସ୍ରୋତ ଥିଲେ। ୧୯୯୯ ମସିହା ମହାବାତ୍ୟା ପରେ ଓଡିଶାକୁ ପୁଣି ଥରେ ଗଢି ତୋଳିବା ପାଇଁ ସ୍ୱର୍ଗତଃ ବାଜପେୟୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ପରବର୍ତୀ ସମୟରେ ପାରାଦୀପ ରିଫାଇନାରୀ, ଇଷ୍ଟକୋଷ୍ଟ ରେଲୱେ ଜୋନ୍, ଏମ୍ସ ମେଡିକାଲର ପ୍ରତିଷ୍ଠା, ସ୍ୱର୍ଣ୍ଣ ଚର୍ତୁଭୂଜ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମାଚଂଳର ଚେହେରା ବଦଳାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ବହୁତ ବଡ ଭୂମିକା ଥିଲା । ଓଡିଶା ବିକାଶରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ମହାନ୍ତି କହିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ। ବିଶିଷ୍ଟ ରାଷ୍ଟ୍ରବାଦୀ କବି, ବ୍ୟଙ୍ଗ ଲେଖକ ତଥା କାର୍ଟୁନିଷ୍ଟ ଯୋଗେଶ ଚନ୍ଦ୍ର ଦାସଙ୍କୁ “ଅଟଳ କବିତା ସମ୍ମାନ -୨୦୨୨”ରେ ସମ୍ମାନୀତ କରାଯାଇଛି…
ଭୁବନେଶ୍ୱର : ବଡଦିନ ଅବସରରେ “ଉଡ୍ର” ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ “ବଡଦିନ ବଡ ସ୍ୱପ୍ନ” ଏକ ନିଆରା କାର୍ଯ୍ୟକ୍ରମ ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ଓଡିଶା ବଧିର ଆସୋସିଏସନ୍ ଠାରେ ଆୟୋଜନ କରାଯାଇଥିଲା । “ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟର ସଭ୍ୟ/ସଭ୍ୟାମାନେ ସେଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ସେଠାରେ ମ୍ୟାଜିକ୍ସିଆନ୍ ଜେ.କେ. ସାହୁଙ୍କ “ମାୟାଜାଲ” ମ୍ୟାଜିକ୍ ସୋ ଦେଖାଇଥିଲେ । ଓଡିଶା ବଧିର ଆସୋସିଏସନ୍ର ସମସ୍ତ ପିଲା ଏବଂ ସଭ୍ୟ/ସଭ୍ୟାମାନେ ମ୍ୟାଜିକ୍ ସୋ’ର ଭରପୁର ମଜା ନେବା ସହିତ ଖୁସି ମନାଇଥିଲେ । ବଡଦିନରେ ବଡ ସ୍ୱପ୍ନ ମଧ୍ୟ ଦେଖିଥିଲେ । ଓଡିଆ ସିନେଜଗତର କଳାକାର ମାନଙ୍କୁ ପାଖରେ ପାଇ ଖୁସି ହୋଇଥିଲେ । କେକ୍ କାଟି ବଡଦିନ ପାଳନ କରିବା ସହିତ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ଶୁଭ ମନାସୀ ଥିଲେ ଏବଂ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ଅନେକ ସମୟରେ ଏହିପରି ସମାଜର ମୁଖ୍ୟସ୍ରୋତରେ…
ରଣପୁର: ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅଧିନସ୍ଥ ରାଙ୍କଦେଉଳି ପଞ୍ଚାୟତ ଖଳିପାଟଣା ଗ୍ରାମରେ ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ରାଜନୈତିକ ଦଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଛି। ଏହି ସଂଘର୍ଷରେ ୫ ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଜଣାପଡିଛି। ସେମାନେ ହେଲେ ଖଳିପାଟଣା ଗ୍ରାମର ରବିନ୍ଦ୍ର ସାହୁ, ପ୍ରଶାନ୍ତ ପରିଡା, ଶଙ୍କର୍ଷଣ ସାହୁ, ସୁଶାନ୍ତ ପରିଡା, ପ୍ରଦ୍ୟୁମ୍ନ ସାହୁ। ସୂଚନା ଅନୁସାରେ ଉକ୍ତ ଗ୍ରାମରେ ପୂର୍ବରୁ ରାଜନୈତିକ ବିବାଦ ରହିଥିଲା। ଯାହାକୁ ନେଇ ଗତକାଲି ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହି ଯୁକ୍ତିତର୍କ ଉଗ୍ରରୂପ ନେଇଥିଲା। ଏହି ସଂଘର୍ଷରେ ୫ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏହି ଘଟଣାର ତଦନ୍ତ ଜାରି…
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ର ଛୋଟ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ଯୋଡିହୋଇଛନ୍ତି। ଦଳ ୧୭.୫ କୋଟିରେ ଗ୍ରୀନ୍ କୁ କିଣିଛି। ଏହି ଦଳରେ ଗ୍ରୀନ୍ ସାମିଲ ସହିତ ନିକଟରେ ଅବସରପ୍ରାପ୍ତ କିରନ୍ ପୋଲାର୍ଡଙ୍କ ଖାଲି ପଦବୀ ମଧ୍ୟ ପୂରଣ କରିଛନ୍ତି। ପୂର୍ବତନ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଇରଫାନ୍ ପଠାନ୍ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ବିଶ୍ଳେଷଣ କରିଛନ୍ତି। ଏହି ସମୟରେ ସେ ମୁମ୍ବାଇ ଇଣ୍ଡିଆନ୍ସର ଅଭାବକୁ ମଧ୍ୟ ବର୍ଣ୍ଣନା କରିଛନ୍ତି। ଷ୍ଟାର ସ୍ପୋର୍ଟସ ସହ ବାର୍ତ୍ତାଳାପ ସମୟରେ ଇରଫାନ ପଠାନ କହିଛନ୍ତି ଯେ, ‘କ୍ୟାମେରନ୍ ଗ୍ରୀନ୍ ଏକ ଭଲ କ୍ରୟ। ମୁଁ ସେହି ଦଳକୁ ଏହି ମାମଲାରେ ଗୋଟିଏ ଅଙ୍କ କମ୍ ଦେଉଛି। କାରଣ ଯେତେବେଳେ ଆପଣ ଏକାଦଶ ଖେଳିବାକୁ ଚେଷ୍ଟା କରିବେ, ସେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଜଣେ ଖେଳାଳିଙ୍କୁ ହରାଇବ। ଓପନିଂ ପାଇଁ କ୍ୟାମେରନ୍ ଗ୍ରୀନ୍ ଙ୍କୁ ଦଳ ଓହ୍ଲାଇପାରେ ଏବଂ ତା’ପରେ…

