Author: Samikhsya Bureau

ଭୁବନେଶ୍ୱର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନ୍ତର୍ଗତ ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ଵାରା ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ସୁଖ୍ୟାତ ବାନ୍ଧ ଡିଜାଇନର ଡ.ମୁରଲୀଧର ଟାଲିଙ୍କ ଶ୍ରାଦ୍ଧ ଦିବସ ଆଜି ଓଡ଼ିଶା ଲଳିତ କଳା ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏକାଡେମୀର ସଚିବ ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ, ଶିଳ୍ପୀଙ୍କ ପୁତ୍ର ଦେବୀପ୍ରସାଦ ଟାଲି, ଶ୍ୟାମପ୍ରସାଦ ଟାଲି,ପୁତ୍ରବଧୂ ଚଞ୍ଚଳା ଟାଲି ଓ ଅନ୍ୟମାନେ ଶିଳ୍ପୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ଉପସ୍ଥିତ ବ୍ୟକ୍ତି ବିଶେଷ ଶିଳ୍ପୀଙ୍କ ସ୍ମୃତିଚାରଣ କରି ସ୍ୱର୍ଗତ ଟାଲି ଉଭୟ ତୈଳ ଚିତ୍ର ଓ ଜଳରଙ୍ଗ ଚିତ୍ରରେ ଜଣେ ସୁଦକ୍ଷ ବିନ୍ଧାଣୀ ଥିଲେ ବୋଲି ମତପ୍ରକାଶ କରିଥିଲେ।

Read More

ଭୁବନେଶ୍ୱର : ଖାଉଟି ଆନ୍ଦୋଳନ ଯେତେ ବ୍ୟାପକ ହେବ ଓ ଖାଉଟି ସୁରକ୍ଷା ଆଇନ ଯେତେ ଅଧିକ କାର୍ଯ୍ୟକାରୀ ହେବ, ତାହା ଦେଶ ଓ ରାଜ୍ୟ ପାଇଁ ସେତେ ମଙ୍ଗଳକର । ଉପଭୋକ୍ତା ସଶକ୍ତିକରଣ ଏବଂ ଉପଭୋକ୍ତା ଅଧିକାରର ସାର୍ବଜନୀନତା ହିଁ ଆମ ସମୟର ସବୁଠୁ ବଡ ଆବଶ୍ୟକତା । ଏହାକୁ କାର୍ଯ୍ୟକାରୀ କରିବା ଓ ଏ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଜରୁରୀ ବୋଲି ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମତବ୍ୟକ୍ତ କରିଛନ୍ତି । ଆଜି ଜୟଦେବ ଭବନଠାରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଜାତୀୟ ଉପଭୋକ୍ତା ଦିବସ-୨୦୨୨ର ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଲେ ଯେ, ଖାଉଟିମାନଙ୍କ ଅଧିକାରର ସୁରକ୍ଷା ପ୍ରତି ସରକାର ସର୍ବଦା ସଚେତନ ଏବଂ ପ୍ରୟାସରତ । ଏହି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆସନ୍ତା ୨୮ ତାରିଖ ଦିନ ଦିନିକିଆ ଓଡିଶା ଗସ୍ତରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଆସୁଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ନଡ୍ଡା କନ୍ଧମାଳ ଓ ପୁରୀ ଲୋକସଭା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭାର ବାଣପୁର ପଲଟନ ପଡିଆ ଠାରେ ତାଙ୍କର ଏକ କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି। ସେହି ଦିନ ବାଣପୁର ପଲଟନ ପଡିଆ ଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏ ନେଇ ଚିଲିକା ବିଜେପି ଚଳାଚଞ୍ଚଳ ହୋଇଉଠିଛି। ଆଜି ମଧ୍ୟାହ୍ନରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା ପଲଟନ ପଡିଆ ବୁଲି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଶ୍ରୀ ଜଗନ୍ନାଥ ଚେତନାର ବାହକ ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ, ପୁରୀଙ୍କ ଆନୁକୂଲ୍ୟରେ ବାଣପୁରର ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପ୍ରାଙ୍ଗଣରେ ଆଜି ଚାରଣ ପ୍ରବ୍ରଜ୍ୟା -୨୦୨୨ ୩୧ତମ ଲୋକ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥଙ୍କ ଚାରଣ ଚେତନାର ବାର୍ତ୍ତା ପ୍ରତି ଜନପଦର ଦ୍ୱାରେ ଦ୍ୱାରେ ଖାଲିପାଦରେ ପ୍ରଚାର ପ୍ରସାର ପାଇଁ ପ୍ରଭୁଙ୍କ ସହ ପ୍ରବ୍ରଜ୍ୟା କରନ୍ତି। ଉକ୍ତ ପ୍ରବ୍ରଜ୍ୟା ୧୯୯୦ ମସିହା ଠାରୁ ଆରମ୍ଭ ହୋଇ ଆସୁଅଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଡ଼ିସେମ୍ବର ୨୪ ତାରିଖରୁ ଜାନୁୟାରୀ ୧ତାରିଖ ପର୍ଯ୍ୟନ୍ତ ନବଦିନ ବ୍ରତ ନିଷ୍ଠାର ସହକାରେ କରାଯିବ। ଆଜି ପ୍ରଥମ ଦିନରେ ପ୍ରାତଃ କାଳରେ ଶ୍ରୀ ବିଷ୍ଣୁ ସହସ୍ର ନାମ ଓ ହନୁମାନ ଚାଲିଶା, କଳସ ଯାତ୍ରା, ଜଳଯୋଗ ସହ ପୂର୍ବାହ୍ନ ରେ ଭାଗବତ ସଭା ଓ ଶ୍ରୀ ବିଷ୍ଣୁ ଗାୟତ୍ରୀ ଯଜ୍ଞର ଆୟୋଜନ କରାଯାଇଥିଲା। ଅପରାହ୍ନ ୩ଘଟିକା ସମୟରେ ବାଣପୁର ଭଗବତୀ ସାହି…

Read More

ନୂଆଦିଲ୍ଲୀ: ରାଜସ୍ଥାନର କରୋଲି ଜିଲ୍ଲା ଅନ୍ତର୍ଗତ କୈଲାଦେବୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର ତାଙ୍କ ପଦର ଅପବ୍ୟବହାର କରି ୧ କୋଟି ୨୨ ଲକ୍ଷ ଟଙ୍କା ଆୟ କରିଥିବା ଅଭିଯୋଗରେ କରୋଲିର ଲାଙ୍ଗ୍ରା ପୋଲିସ ଷ୍ଟେସନ ଦ୍ୱାରା ଗିରଫ କରାଯାଇଛି। ପ୍ରକାଶ ଯେ, କରୋଲି ଜିଲ୍ଲାର କୈଲାଦେବୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାର ତତ୍କାଳୀନ ମ୍ୟାନେଜର ସାନ୍ତୋଷ ମୀନା ତାଙ୍କ ପଦର ଅପବ୍ୟବହାର କରି ଅଧସ୍ତନ ଏଜେଣ୍ଟମାନଙ୍କ ସହ ମିଶି ବିଭିନ୍ନ ଆକାଉଣ୍ଟରୁ ଟଙ୍କା ଉଠାଇ ପ୍ରାୟ ୧ କୋଟି ୨୨ ଲକ୍ଷ ଟଙ୍କା ଠକେଇ କରିଥିଲେ।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୪-୧୨-୨୦୨୨) ଶ୍ରୀ ସ୍ୱାମୀ ନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନର ୭୫ତମ ଅମୃତ ମହୋତ୍ସବରେ ଆଭାସୀ ମାଧ୍ୟମରେ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି। ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ସ୍ୱାମୀ ନାରାୟଣ ଗୁରୁକୁଳ ରାଜକୋଟ ସଂସ୍ଥାନ ସହ ରହିଥିବା ସମସ୍ତଙ୍କୁ ୭୫ ବର୍ଷ ସମାପନ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ସେ ମଧ୍ୟ ଏହି ଯାତ୍ରାରେ ଅଦ୍ଭୁତପୂର୍ବ ଉଦ୍ୟମ ପାଇଁ ଶାସ୍ତ୍ରୀଜୀ ମହାରାଜ ଶ୍ରୀ ଧର୍ମଜୀବାନନ୍ଦଜୀ ସ୍ୱାମୀଙ୍କ ପ୍ରଶଂସା କରିଛନ୍ତି। ଜଣେ ଭଗବାନ ଶ୍ରୀ ସ୍ୱାମୀ ନାରାୟଣଙ୍କ ନାମ ସ୍ମରଣ କରି ନବଚେତନାର ଅଭିଜ୍ଞତା ଅର୍ଜନ କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଅମୃତକାଳରେ ଏହି ଘଟଣା ଏକ ଅଦ୍ଭୁତ ସଂଯୋଗ ବୋଲଇ ପ୍ରଧାନମନ୍ତ୍ରୀ କହିଛନ୍ତି। ଇତିହାସରେ ଏହି ପ୍ରକାର ଅନେକ ସଂଯୋଗବଶତଃ ଭାରତୀୟ ପରମ୍ପରା ଅଧିକ ଶକ୍ତିଶାଳୀ ହୋଇଥିବା ସେ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ଏପରି ସଂଗମ କର୍ତ୍ତବ୍ୟ ଓ କଠିନ ପରିଶ୍ରମ,…

Read More

ମୁମ୍ବାଇ: ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି। ସୂଚନାନୁସାରେ, ଚା’ ବିରତି ସମୟରେ ତୁନିଶା ଶୌଚାଳୟକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରି ନଥିଲେ, ତା’ପରେ କବାଟ ଭାଙ୍ଗିବାକୁ ପଡିଥିଲା। ତାପରେ ତୁନିଶାଙ୍କୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ଆତ୍ମହତ୍ୟାର କାରଣ ଜଣାପଡିନାହିଁ।

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ୨୦୨୨ ନିମନ୍ତେ ଆଇଆଇଟି ଖଡଗପୁର ପକ୍ଷରୁ ଶନିବାର ସମ୍ମାନ ଜନକ ବିଶିଷ୍ଟ ପୂର୍ବତନ ଛାତ୍ର ସମ୍ମାନରେ ସମ୍ମାନିତ କରାଯାଇଛି। ଡିସେମ୍ବର ୨୪ ତାରିଖ ଦିନ ଆୟୋଜିତ ହୋଇଥିବା ଆଇଆଇଟି ଖଡଗପୁରର ୬୮ ତମ ସମାବର୍ତନ ଉତ୍ସବରେ ପ୍ରଫେସର ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ଅନୁପସ୍ଥିତିରେ ସୋଆ ର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରଫେସର ନାୟକଙ୍କ ନିମନ୍ତେ ଏହି ସମ୍ମାନ ଗ୍ରହଣ କରିଥିଲେ। “ଆପଣ ଶିକ୍ଷାଗ୍ରହଣ କରିଥିବା ଅନୁଷ୍ଠାନ ଆପଣଙ୍କ ବୃତିଗତ ସଫଳତା, ଶିକ୍ଷା, ଗବେଷଣା, ଶିଳ୍ପ, ସାମାଜିକ ଏବଂ ଆନୁଷ୍ଠାନିକ ସ୍ତରରେ ଆପଣଙ୍କର ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରି ନିଜକୁ ଗର୍ବିତ ଅନୁଭବ କରୁଛି” ବୋଲି ପ୍ରଫେସର ନାୟକଙ୍କୁ ଆଇଆଇଟି ଖଡଗପୁର ପକ୍ଷରୁ ଏକ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଶିକ୍ଷକରୁ ଶିକ୍ଷା ଉଦ୍ୟୋଗୀ ହୋଇଥିବା ପ୍ରଫେସର…

Read More

ନୂଆଦିଲ୍ଲୀ: ଚୀନ୍ ପରେ ବର୍ତ୍ତମାନ କରୋନା ସଂକ୍ରମଣ ଅନ୍ୟ ଦେଶରେ ମଧ୍ୟ ଦେଖାଯାଉଛି। ଚୀନ୍ ସହିତ ଦକ୍ଷିଣ କୋରିଆ, ଜାପାନ, ଆମେରିକା ଏବଂ ବ୍ରାଜିଲ ମଧ୍ୟ କରୋନାର ନୂତନ ଭାରିଏଣ୍ଟ ବିସ୍ତାର କରୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କୋଭିଡ-୧୯ ରେସପନ୍ସ ଦଳର ଏପିଡେମୋଲୋଜିଷ୍ଟ ଦାବି କରିଛନ୍ତି ଯେ, ସାରା ବିଶ୍ୱରେ ପ୍ରତି ସପ୍ତାହରେ ଆଠ ହଜାରରୁ ଦଶ ହଜାର ଲୋକ କରୋନାରେ ମୃତ୍ୟୁ ବରଣ କରୁଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଚୀନ୍ ପରେ ଜାପାନରେ କରୋନାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳୁଛି। କରୋନା ୱାର୍ଲ୍ଡୋମିଟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୭୩ ହଜାର ନୂତନ ମାମଲା ଆସିଛି। ଏଥିସହିତ ୩୧୫ ଜଣଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଅଗଷ୍ଟ ୨୫ ତାରିଖ ପରେ ଏହା ପ୍ରଥମ ଥର ଯେ ଗୋଟିଏ ଦିନରେ ଏତେଗୁଡ଼ିଏ ମାମଲା ଆସିଛି। ଜାପାନରେ ଏହା କରୋନାର ଅଷ୍ଟମ ତରଙ୍ଗ: ଜାପାନ…

Read More

ନୂଆଦିଲ୍ଲୀ: ସିମେନ୍ସ, ଇଣ୍ଡିଆକୁ ଭାରତୀୟ ରେଳ 9000 ଏଚପି ଇଲେକ୍ଟ୍ରିକ୍ ମାଲ ପରିବହନ ଲୋକୋମୋଟିଭ୍ ଉତ୍ପାଦନ ଏବଂ ରକ୍ଷଣାବେକ୍ଷଣ ପାଇଁ ଲେଟର ଅଫ୍ ଆୱାର୍ଡ (ଏଲଓଏ) ପ୍ରଦାନ କରିଛି। ଦାହୋଦ ରେଳ କାରଖାନା 11 ବର୍ଷ ମଧ୍ୟରେ 1200 ଉଚ୍ଚ ହର୍ଷ ପାୱାର (9000 ଏଚପି) ବୈଦ୍ୟୁତିକ ଲୋକୋମୋଟିଭ୍ ଉତ୍ପାଦନ କରିବ। ଏହା 1200 ଲୋକୋମୋଟିଭ୍ ଉତ୍ପାଦନ କରିବା ସହିତ 35 ବର୍ଷ ପାଇଁ ଏହି ଲୋକୋମୋଟିଭ୍ ର ରକ୍ଷଣାବେକ୍ଷଣ କାର୍ଯ୍ୟ କରିବ। ଟିକସ ଏବଂ ମୂଲ୍ୟ ପରିବର୍ତ୍ତନକୁ ବାଦ ଦେଇ କଣ୍ଟ୍ରାକ୍ଟ ଏବଂ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ଆଇଏନଆର 26000 କୋଟି (ପ୍ରାୟ 3.2 ବିଲିୟନ ୟୁଏସ ଡ଼ଲାର୍) ଅଟେ। ଏଲଓଏ ସ୍ବାକ୍ଷରିତ ହେବାର 30 ଦିନ ମଧ୍ୟରେ ସିମେନ୍ସ ଇଣ୍ଡିଆ ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହେବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ପ୍ରୋଟୋଟାଇପ୍ ଲୋକୋମୋଟିଭ୍ ବିତରଣ କରାଯିବ। ଦୁଇ ବର୍ଷ ମଧ୍ୟରେ ଏହି ଲୋକୋମୋଟିଭ୍ ଉତ୍ପାଦନ ପାଇଁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର, ଚିଲିକା, ରଣପୁର ଓ ଟାଙ୍ଗୀ ଖଣ୍ଡର ଦୁଇ ଦିନ ବ୍ୟାପି ଘୋଷ ଅଭ୍ୟାସବର୍ଗ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ଶତାଧିକ ସ୍ୱୟଂସେବକଙ୍କ ଦ୍ୱାରା ଏକ ପଥ ସଂଚଳନ ସ୍ଥାନୀୟ ଶିଶୁମନ୍ଦିର ଠାରୁ ବାହାରି ପଲଟନ ପଡିଆଠାରେ ସମାପ୍ତ ହୋଇଥିଲା। ଏହାପରେ ପଲଟନ ପଡିଆର ଛାୟା ମଣ୍ଡପରେ ଏକ ଉଦବୋଧନୀ ସଭା ଅନୁଷ୍ଠିତ ହୋଇଥିଲା। ବାଣପୁର ଖଣ୍ଡ ସଂଘଚାଳକ ସତ୍ୟନାରାୟଣ ଷଡ଼ଙ୍ଗୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ମହାଲେଖାଗାର ଅବସରପ୍ରାପ୍ତ ବରିଷ୍ଠ ନିରୀକ୍ଷକ ପ୍ରଶାନ୍ତ ମହାପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୁରୀ ବିଭାଗ ପର୍ଯ୍ୟାବରଣ ସଂଯୋଜକ ନିରଞ୍ଜନ ସାହୁ ଯୋଗଦେଇଥିଲେ। ପଥ ସଂଚଳନ ସମୟରେ ବାଣପୁର ପୋଲିସ ଏବଂ ମେଡିକାଲ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ମିଳିଥିଲା।

Read More

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ଚାଲିଥିବା ବିବାଦକୁ ନେଇ ରାହୁଲ ଗାନ୍ଧୀଙ୍କ ଉଦ୍ୟମ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ରାଜନୈତିକ ବିବାଦ ଜାରି ରହିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଭୁପେନ୍ଦ୍ର ଯାଦବ କଂଗ୍ରେସର ବରିଷ୍ଠ ଦୁଇ ନେତାଙ୍କ ମଧ୍ୟରେ ଚାଲିଥିବା ସର୍ବୋଚ୍ଚ ଯୁଦ୍ଧକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଆମେ କାହିଁକି ସଚିନ ପାଇଲଟଙ୍କୁ ବିଜେପିକୁ ଆଣିବୁ? ବାସ୍ତବରେ, ଏକ ସାକ୍ଷାତକାରରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ଯେତେବେଳେ ଏହି ପ୍ରଶ୍ନ ପଚାରାଗଲା, ସେତେବେଳେ ସେ ଉତ୍ତର ଦେଲେ ଯେ, ଆମେ କାହିଁକି ସଚିନ ପାଇଲଟଙ୍କୁ ଆମ ଦଳକୁ ଆଣିବୁ? ଏହା ପରେ ଯେତେବେଳେ ଭୁପେନ୍ଦ୍ର ଯାଦବଙ୍କୁ ପଚରାଯାଇଥିଲା ଯେ ପାଇଲଟଙ୍କ ଦୀର୍ଘ ଦିନ ଧରି ବିଜେପିରେ ଯୋଗଦେବା କଥା ଚର୍ଚ୍ଚା ହେଉଛି। ଏହା ଉପରେ ସେ…

Read More

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଢାକାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଏହି ମ୍ୟାଚ ଜିତିବା ପାଇଁ ଭାରତୀୟ ଦଳ ଆଗରେ ୧୪୫ ରନ୍ ର ଲକ୍ଷ୍ୟ ରହିଛି। ଏହାର ଜବାବରେ ତୃତୀୟ ଦିନର ଖେଳ ଶେଷ ଶେଷ ସୁଦ୍ଧା ଭାରତୀୟ ଦଳ ଚାରି ୱିକେଟ୍ ହରାଇ ୪୫ ରନ୍ ସଂଗ୍ରହ କରିଛନ୍ତି। ଅକ୍ସର ପଟେଲ ୨୬ ରନ ଏବଂ ଜୟଦେବ ଉନାଦକଟ ୩ ରନ କରି କ୍ରିଜରେ ଅଛନ୍ତି। ଆସନ୍ତୁ ଜାଣିବା ତୃତୀୟ ଦିନର ଖେଳ କିପରି ଥିଲା। ଯେତେବେଳେ ବାଂଲାଦେଶ ଦଳ ଦ୍ୱିତୀୟ ଇନିଂସ ଖେଳିବାକୁ ଆସିଥିଲା, ସେତେବେଳେ ସେମାନେ ପ୍ରଥମ ସେଶନରେ ଚାରିଟି ୱିକେଟ୍ ହରାଇଥିଲେ। ଦ୍ୱିତୀୟ ଦିନରେ କୌଣସି କ୍ଷତି ନକରି ସାତ ରନ୍ ସଂଗ୍ରହ କରିଥିବା ବାଂଲାଦେଶୀ ଦଳ ନଜମୁଲ ହାସନ ଶାନ୍ତୋ, ମୋମିନୁଲ ହକ, ଶାକିବ ଅଲ ହାସନ ଏବଂ ମୁଶଫିକୁର ରହୀମଙ୍କ ରୂପରେ ଚାରିଟି…

Read More

ଭୁବନେଶ୍ଵର: ଡିଏଭି ପୋଖରୀପୁଟର ବାର୍ଷିକ ଉତ୍ସବ “କାଭିସ୍” ଉଦ୍‌ଯାପିତ ହୋଇଯାଇଛି। ପାରମ୍ପରିକ ରୀତିରେ ବେଦମନ୍ତ୍ର ପାଠ ସହ ଡିଏଭି ଗାନପୂର୍ବକ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା। ସାମୂହିକ ସଙ୍ଗୀତ ଗାନ ପରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ଅତିଥିମାନଙ୍କର ସ୍ଵାଗତ ପରିଚୟ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିରୂପେ ଜାତୀୟ ଆଇନ୍ ବିଶ୍ଵବିଦ୍ୟାଳୟ, ଓଡ଼ିଶାର କୁଳପତି ପ୍ରଫେସର ବେଦ୍ କୁମାରୀ ଯୋଗଦାନ କରି ‘ସାମୂହିକ ସହଯୋଗ ଓ ଉଦ୍ୟମ ସଫଳତାର ମହାମନ୍ତ୍ର’ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ତଥା ସହ ଆଞ୍ଚଳିକ ଅଧିକାରୀ ଡ. ସୁଜାତା ଚଳିତ ବର୍ଷର ବିବିଧ କାର୍ଯ୍ୟକ୍ରମ ତଥା କୃତିତ୍ବ ସମ୍ବନ୍ଧୀୟ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ, ଦଶମ ଶ୍ରେଣୀର କୃତିତ୍ବଧାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜର କର୍ମ ନିପୁଣତା ପାଇଁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ସାଂସ୍କୃତିକ ବିଭାଗର ସହ-ସଂଯୋଜିକା…

Read More

ଭୁବନେଶ୍ୱର: ଏକ ୮ ବର୍ଷର ବାଳକର ନାକରୁ ଟେନିସ୍ ବଲ୍ ଆକାରର ଟ୍ୟୁମରକୁ ନାକ ବାଟେ ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ସର୍ଜିକାଲ ଟିମ୍। ଯାଜପୁର ଅଂଚଳର ଆୟୁଷ କୁମାର ସାହୁ ନାମକ ବାଳକଟି ଦୀର୍ଘ ୬ ମାସ ଧରି ନାକ ବନ୍ଦ ହୋଇଯିବା, ପାଟି ବାଟେ ନିଃଶ୍ୱାସ ନେବା, ନାକରୁ ରକ୍ତ ସ୍ରାବ ହେବା ଏବଂ ମୁଣ୍ଡ ବିନ୍ଧା ହେବା ଭଳି ସମସ୍ୟା ନେଇ ହସ୍ପିଟାଲ୍‌କୁ ଆସିଥିଲେ। ଯଦିଓ ବାଳକଟିର ପରିବାର ସଦସ୍ୟ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ହସ୍ପିଟାଲ୍‌ରେ ଏହି ସମସ୍ୟା ନେଇ ପରାମର୍ଶ କରିଥିଲେ କିନ୍ତୁ ରୋଗର ଉପଯୁକ୍ତ ପରୀକ୍ଷଣ କରାଯାଇ ପାରି ନଥିଲା। ସମ୍ମମ୍‌ର ଇଏନ୍‌ଟି ଆଣ୍ଡ ସ୍କଲ ବେସ୍ ସର୍ଜରୀ ବିଭାଗର ମୁଖ୍ୟ ତଥା ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁ ବାଳକଟିର ଚିକିତ୍ସା ଆରମ୍ଭ କରିବା ସହ ତା’ର ବିଭିନ୍ନ ରେଡିଓଲୋଜି ସମ୍ପର୍କିତ ପରୀକ୍ଷା ନିରୀକ୍ଷା…

Read More

ଭୁବନେଶ୍ବର: ଆସନ୍ତାମାସ ଜାନୁୟାରୀ 13 ତାରିଖରେ ହେବ ପୁରୁଷ ହକି ବିଶ୍ବ କପ୍। ଏହି ବିଶ୍ବ ମହାକୁମ୍ଭ ଉଭୟ ରାଉରକେଲା ଏବଂ ଭୁବନେଶ୍ବରରେ ଆୟୋଜିତ ହେବ। ସେଥିପାଇଁ ଉଭୟ ସହରକୁ ସଜେଇ ଦିଆଯାଉଛି। କାନ୍ଥ ପାଚେରୀ ସବୁ ବିଭିନ୍ନ ଚିତ୍ରରେ ଚିତ୍ରିତ କରାଯାଉଛି। ସେହିପରି ଲୋକଙ୍କ ମଧ୍ୟରେ ଏହି ଆଗ୍ରହ ମଧ୍ୟ ସୃଷ୍ଟି ହେବାରେ ଲାଗିଛି। ଭୁବନେଶ୍ବରର ବିଭିନ୍ନ ଗଳିକନ୍ଦିରେ ଦେଖିବାକୁ ମିଳିଛି ଏହି ଖେଳପ୍ରତି ଆଗ୍ରହ। ପିଲାମାନେ ହକି ଷ୍ଟିକ ଧରି ଖେଳୁ ଥିବା ବେଳେ ମହିଳାମାନେ ବିଭିନ୍ନ ଚିତା ତଥା ଝୋଟି ଆଙ୍କିବାରେ ବ୍ୟସ୍ତ ରହିଛନ୍ତି। ଭୁବନେଶ୍ବରର ବିଭିନ୍ନ ୱାର୍ଡର ମହିଳାମାନେ ହକିକୁ ନେଇ ଭିନ୍ନ ଭିନ୍ନ ଥିମରେ ଏହି ଚିତ୍ର ଅଙ୍କନ କରିଛନ୍ତି।

Read More

ନୂଆଦିଲ୍ଲୀ: ବର୍ତ୍ତମାନ ଚାଇନାରେ କରୋନା ଯେପରି ଭାବେ ହଇଚଇ ସୃଷ୍ଟି କରୁଛି ତାହା ଦେଖି ଭାରତର ମୁଣ୍ଡ ବିନ୍ଧା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ଭାରତୀୟ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ଚୀନ୍, ଜାପାନ, ଦକ୍ଷିଣ କୋରିଆ, ହଂକଂ ଏବଂ ଥାଇଲ୍ୟାଣ୍ଡରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ RT-PCR ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ବିମାନବନ୍ଦରରେ ପହଞ୍ଚିବା ପରେ ଯଦି ଏହି ଦେଶଗୁଡିକର କୌଣସି ଯାତ୍ରୀଙ୍କ କୋଭିଡ-୧୯ ର ଲକ୍ଷଣ ଦେଖାଯାଏ କିମ୍ବା ପଜିଟିଭ୍ ପରୀକ୍ଷା କରାଯାଏ, ତେବେ ତାଙ୍କୁ କ୍ଵାରେଣ୍ଟିନରେ ରଖାଯିବ। ଭାରତରେ କୋଭିଡ ର ୨୦୧ ଟି ନୂଆ ମାମଲା ଆସିବା ସହିତ ଦେଶରେ ମୋଟ ସଂକ୍ରମଣ ମାମଲା ୪ କୋଟି ୪୬ ଲକ୍ଷ ୭୬ ହଜାର ୮୭୯ ରେ ପହଞ୍ଚିଥିବାବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩ ହଜାର ୩୯୭ କୁ ବୃଦ୍ଧି ପାଇଛି। ଆଜି ସକାଳ ୮ ଟା ପର୍ଯ୍ୟନ୍ତ ଅପଡେଟ ହୋଇଥିବା…

Read More

ନୂଆଦିଲ୍ଲୀ: ୧୭ ତମ ଲୋକସଭାର ଦଶମ ଅଧିବେଶନ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯାଇଛି। ଶୀତ ଅଧିବେଶନରେ ଲୋକସଭାର ପ୍ରକ୍ରିୟା ନିର୍ଦ୍ଧାରିତ ସମୟର ୬ ଦିନ ପୂର୍ବରୁ ଶେଷ ହୋଇଛି। ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ, ସଂସଦର ଶୀତକାଳୀନ ଅଧିବେଶନରେ ୧୩ ଟି ବୈଠକରେ ୬୮ ଘଣ୍ଟା ୪୨ ମିନିଟ୍ କାର୍ଯ୍ୟ କରାଯାଇଛି। ଲୋକସଭା ବାଚସ୍ପତି ବିର୍ଲା ଏହା ମଧ୍ୟ କହିଛନ୍ତି ଯେ, ଏହି ସମୟ ମଧ୍ୟରେ ପ୍ରାୟ ୯୭ ପ୍ରତିଶତ କାର୍ଯ୍ୟ ହୋଇଥିଲା। ଏହି ସମୟରେ ୯ ଟି ବିଲ୍ ଆଗତ କରାଯାଇଥିଲା ଏବଂ ୭ ଟି ବିଲ୍ ପାରିତ ହୋଇଥିଲା। ସଂସଦରେ କେଉଁ ବିଲ୍ ପାରିତ ହେଲା?: ଶୀତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରାଯାଇଥିଲା। ସେଥିମଧ୍ୟରୁ ୭ ଟି ବିଲ୍ ପାରିତ ହୋଇଛି। ‘ସାମୁଦ୍ରିକ ଡକାୟତି ବିରୋଧୀ ବିଲ୍ ୨୦୨୨’, ‘ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ (ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ…

Read More

ଭୁବନେଶ୍ୱର: ପୁଣି ଥରେ କରୋନା ଫେରୁଛି। ଏହି ଖବର ଚାରିଆଡେ ପ୍ରସାର ହେବା ପରେ ସମସ୍ତେ ଭୟଭୀତ ହୋଇପଡିଛନ୍ତି। ସେଦିନର କରୋନାର ସ୍ଥିତି ଅନେକ ମନେ ପକାଇ ଆତଙ୍କିତ ହୋଇପଡୁଛନ୍ତି। ହେଲେ ବର୍ତ୍ତମାନର ଯାହା ସ୍ଥିତି ଏଥିରେ କିଛି ଆତଙ୍କିତ ହେବାର ନାହିଁ। ଏହିପରି ସୂଚନା ଦେଇଛି ଓଡିଶା ସ୍ବାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଏହି ଭାରିଏଣ୍ଟଟି ଦୁଇ ବର୍ଷ ହେଲାଣି ଅଛି। ଯେହେତୁ ଏହା ଚାଇନାରେ ବଢୁଛି ତେଣୁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ଏହାର ସଂକ୍ରମଣ କ୍ଷମତା ଅଧିକ ଅଛି । କିନ୍ତୁ ଏହାର ଲୋକଙ୍କୁ ବେଶୀ କ୍ଷତି କରିପାରିବ ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଗତ ୪ଟି ଲହର ପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି। ତେଣୁ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ। ୩ ମାସରୁ ଅଧିକ ହେଲାଣି ରାଜ୍ୟରେ…

Read More

ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ଦ୍ୱାରା ଖୁବ ଶୀଘ୍ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ଚଳିତ ବର୍ଷ ସିବିଏସ୍ଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରାୟ ୩୪ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଛନ୍ତି। ଛାତ୍ରଛାତ୍ରୀମାନେ କାର୍ଯ୍ୟସୂଚୀ ରିଲିଜ୍ ହେବା ପରେ ସିବିଏସ୍ଇ ବୋର୍ଡର ଅଫିସିଆଲ୍ ୱେବସାଇଟରୁ ବୋର୍ଡ ପରୀକ୍ଷା ତାରିଖ ସିଟ୍ ଡାଉନଲୋଡ୍ କରିବାକୁ ସମର୍ଥ ହେବେ। ରିପୋର୍ଟ ଅନୁଯାୟୀ, ସିବିଏସଇ ବୋର୍ଡ ଯେକୌଣସି ସମୟରେ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ତାରିଖ ତାରିଖ ପ୍ରକାଶ କରିପାରନ୍ତି। ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୧ରୁ ଆରମ୍ଭ ହେବ। ଏହା ବ୍ୟତୀତ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ। ତେବେ, ସିବିଏସ୍ଇ ଦ୍ଵାରା ତାରିଖ ଜାରି କରାଯାଇ ନାହିଁ। ଏଥର ସିବିଏସ୍ଇ ବୋର୍ଡ ଗୋଟିଏ ଅବଧିରେ ପରୀକ୍ଷା କରିବ। ଇଣ୍ଟର୍ନାଲ…

Read More

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ଇନ୍ଦ୍ରେଶ କୁମାର ତାଙ୍କ ବିବୃତ୍ତି ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଶୁକ୍ରବାର ଦିନ ମୁସଲିମ୍ ରାଷ୍ଟ୍ରୀୟ ମଞ୍ଚ (MRM) ର ୨୧ ତମ ସ୍ଥାପନା ଦିବସ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ବଲୁଚିସ୍ତାନ ଏବଂ ସିନ୍ଧ ଭଳି ଅଂଶ ପାକିସ୍ତାନରୁ ଅଲଗା ହୋଇପାରେ। ସେଠାରେ ଥିବା ଲୋକମାନେ ପାକିସ୍ତାନଠାରୁ ଅଲଗା ହେବା କଥା କହୁଛନ୍ତି ଏବଂ ଏଥିପାଇଁ ନିରନ୍ତର ଆନ୍ଦୋଳନ କରୁଛନ୍ତି। ମୁସଲିମ ରାଷ୍ଟ୍ରିୟ ମଞ୍ଚର କାର୍ଯ୍ୟକ୍ରମରେ ଇନ୍ଦ୍ରେଶ କୁମାର ରଙ୍ଗ ପିଓକେକୁ ଟାର୍ଗେଟ କରିକହିଛନ୍ତି ଯେ, ଯେତେବେଳେ ପାକିସ୍ତାନ ଭିତରେ ଝଗଡ଼ା ହେବାର ସ୍ଲୋଗାନ ଦିଆଯାଏ, ସେତେବେଳେ କାଶ୍ମୀର ବିନା ପାକିସ୍ତାନ ଅସମ୍ପୂର୍ଣ୍ଣ ବୋଲି ସ୍ଲୋଗାନ ଦିଆଯାଏ। ସେ କହିଛନ୍ତି ଯେ, ଲାହୋର-କରାଚି ବିନା ଭାରତ ଅସମ୍ପୂର୍ଣ୍ଣ ବୋଲି କହିବା ଆମର ଭାରତୀୟମାନଙ୍କର କର୍ତ୍ତବ୍ୟ ଏବଂ ବର୍ତ୍ତମାନ ମସଜିଦ, ମଦ୍ରାସା ଏବଂ ସମାବେଶରେ ଏହା କହିବାରେ ଅସୁବିଧା…

Read More