Categories
ଆଜିର ଖବର ଜାତୀୟ ଖବର

ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଷ୍ଟାର୍ଟଅପ୍ ସଂସ୍କୃତିକୁ ସୁଦୃଢ କରିବାକୁ ମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ ଦେଶରେ ଦ୍ରୁତଗତିରେ ବିକଶିତ ହେଉଥିବା ଡିଜିଟାଲ ଭିତ୍ତିଭୂମି ଏବଂ ଏଭିଜିସି (ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଙ୍ଗ ଓ କମିକ୍ସ) କ୍ଷେତ୍ରରେ ଚାଲିଥିବା ପ୍ରଗତି ଭାରତକୁ ବିଶ୍ୱର ପ୍ରମୁଖ ମିଡିଆ (ଗଣମାଧ୍ୟମ) ଓ ଏଣ୍ଟରଟେନମେଣ୍ଟ (ମନୋରଞ୍ଜନ) ର ପୋଷ୍ଟ ପ୍ରଡକ୍ସନ ହବ୍‌ରେ ପରିଣତ କରିବାକୁ ଦକ୍ଷତା ବହନ କରୁଛି।

ପୁଣେ ସ୍ଥିତ ସିମ୍ବାୟୋସିସ୍ ସ୍କିଲ ଓ ପ୍ରଫେସନାଲ ବିଶ୍ୱବିଦ୍ୟାଳୟର “ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ପରିବର୍ତ୍ତନଶୀଳ ଦୃଶ୍ୟପଟ-୨୦୨୨” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ରରେ ମୂଳ ବକ୍ତୃତା ପ୍ରଦାନ କରି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଦେଶରେ ଏବେ ଏଭିଜିସି କ୍ଷେତ୍ରରେ ଏକ ଦୃଢ ଡିଜିଟାଲ ମୂଳଦୁଆ  ତିଆରି ହୋଇଛି । ଦେଶର ଓ ବିଶ୍ୱର ଆବଶ୍ୟକତା ପୂରଣ ପାଇଁ ବିଶ୍ୱସ୍ତରୀୟ ସର୍ଜନାତ୍ମକ ପ୍ରତିଭା ବିକଶିତ କରିବାକୁ ସରକାର ଏଭିଜିସି କ୍ଷେତ୍ର ନିମନ୍ତେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି।

ମନ୍ତ୍ରୀ ଶ୍ରୀ ଠାକୁର ଆହୁରି କହିଛନ୍ତି ଯେ ଦେଶର ମିଡିଆ ଓ ଏଂଟରଟେଂନମେଣ୍ଟ ପରିବେଶ ଏକ ଦ୍ରୁତ ବିକାଶୋନ୍ମୁଖୀ ଉଦ୍ୟୋଗ ଯାହାର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ। ଏହି ଉଦ୍ୟୋଗର ଆକାର ୨୦୨୫ ସୁଦ୍ଧା ବାର୍ଷିକ  ୪ଲକ୍ଷ କୋଟି ଟଙ୍କା ଛୁଇଁବା ଆଶା କରାଯାଉଛି। ଆହୁରି ମଧ୍ୟ ଏହି ଉଦ୍ୟୋଗର ଆକାର ୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାର ବା ୭.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ବୋଲି ସେ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତ ସରକାର ଅଡିଓ-ଭିଜୁଆଲ ସର୍ଭିସ(ଦୃଶ୍ୟ-ଶ୍ରାବ୍ୟ ସେବା)କୁ ୧୨ଟି ଚମ୍ପିଅନ ସେବା କ୍ଷେତ୍ର ମଧ୍ୟରେ ସ୍ଥାନିତ କରିଛନ୍ତି ଏବଂ ଏହି କ୍ଷେତ୍ରରେ ଅଭିବୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବାକୁ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ଓ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।

ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ “ ଆମେ ଉଚ୍ଚମାନର ବିଷୟବସ୍ତୁ (କ୍ୱାଲିଟି କଂଟେଂଟ) ସୃଷ୍ଟିର ଡିଜିଟାଲ ଯୁଗରେ ପାଦ ଦେବାକୁ ଯାଉଥିବାରୁ ରେଡିଓ, ଫିଲ୍ମ ଏବଂ ମନୋରଞ୍ଜନ ଉଦ୍ୟୋଗରେ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭିଡିଓ ଏଡିଟିଙ୍ଗ, କଲର ଗ୍ରେଡିଂ, ଭିଜୁଆଲ ଇଫେକ୍ଟ, ସାଉଣ୍ଡ ଡିଜାଇନ, ରୋଟୋସ୍କେପିଙ୍ଗ ଓ ଥ୍ରୀଡି ମଡେଲିଂ ଆଦି କ୍ଷେତ୍ରରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇସାରିଲାଣି। ଏସବୁ କ୍ଷେତ୍ରରେ ନିର୍ଦ୍ଦିଷ୍ଟ କୌଶଳ ଓ ଦକ୍ଷତାର ଆବଶ୍ୟକତା ରହିଛି। ଅତଏବ ଏହି କ୍ଷେତ୍ରର ଆବଶ୍ୟକତା ପୂରଣ କ୍ଷେତ୍ରରେ ଉଦ୍ୟୋଗ ଓ ଶିକ୍ଷା ତଥା ଗବେଷଣା ଅନୁଷ୍ଠାନମାନେ ଆଗେଇ ଆସିବା ଅପରିହାର୍ଯ୍ୟ। ଏହି କ୍ଷେତ୍ରରେ ଯେଉଁ ନୂଆ ନୂଆ ଟେକ୍‌ନୋଲୋଜି ଟ୍ରେଣ୍ଡ ଆସୁଛି ତା’ସହିତ ଛାତ୍ରଛାତ୍ରୀମାନଙ୍କୁ ଅବଗତ ଓ ଅଭ୍ୟାସ କରିବାକୁ ସରକାର ଘରୋଇ ଉଦ୍ୟୋଗ ସହିତ ସମ୍ଭାବ୍ୟ ଅଂଶୀଦାରୀ ଗଢିବାକୁ ଉଦ୍ୟମ କରୁଛନ୍ତି।

ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଟେକ୍‌ନୋଲୋଜି ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶେଷ ଆଗ୍ରହ ଦେଶର ଯୁବବର୍ଗଙ୍କ ଆଶା ଆକାଂକ୍ଷା ବଢାଇଛି। ସେଥିପାଇଁ ସରକାର ନୂଆ ନୂଆ ସୁବିଧା ସୁଯୋଗ ସୃଷ୍ଟି କରୁଛନ୍ତି। ସ୍କିଲ ଇଣ୍ଡିଆ ମିଶନ ମାଧ୍ୟମରେ ଭାରତ ସରକାର ଦେଶର ଯୁବସମାଜକୁ ସଶକ୍ତ ଓ ସମର୍ଥ କରି ପ୍ରଧାନମନ୍ତ୍ରୀଙ୍କ ଆଶା ଓ ଲକ୍ଷ୍ୟକୁ ପୂରଣ କରୁଛନ୍ତି। ଏହା ଫଳରେ ଯୁବ ସମାଜର ଆଶାରେ ଡେଣା ଲାଗିଛି। ସ୍କିଲ ଇଣ୍ଡିଆ ମିଶନ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ବଜାରର ଆବଶ୍ୟକତାକୁ ବିଚାରକୁ ନେଇ ୪୦କୋଟି ଯୁବକଙ୍କୁ ସମର୍ଥ ଓ ସଶକ୍ତ କରିବାର ଲକ୍ଷ୍ୟ ସରକାର ରଖାଯାଇଛି।

‘୭୫ କ୍ରିଏଟିଭ ମାଇଣ୍ଡସ ଅଫ ଟୁମରୋ’ ପ୍ରୋଜେକ୍ଟ ଯାହା ୨୦୨୧ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲ ଅବସରରେ ଆରମ୍ଭ ହୋଇଥିଲା। ସେ ସମ୍ପର୍କରେ ଶ୍ରୀ ଠାକୁର କହିଛନ୍ତି ଯେ ଏହି ପ୍ରକଳ୍ପର ଅନେକ ପ୍ରତିଭା ମିଡିଆ ଓ ଏଣ୍ଟରଟେନମେଣ୍ଟ କ୍ଷେତ୍ରକୁ ଉଲ୍ଲେଖନୀୟ ସୃଷ୍ଟି ଧର୍ମୀ ଅବଦାନ ଯୋଗାଉଛନ୍ତି। ସେମାନଙ୍କ ମଧ୍ୟରୁ ଆଉ କେତେକ ମଧ୍ୟ ସଫଳତାର ସହିତ ନିଜର ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି।

ଦେଶର କ୍ରମବର୍ଦ୍ଧିନଶୀଳ ଷ୍ଟାର୍ଟଅପ ସଂସ୍କତି ଓ ପରିତନ୍ତ୍ର ସମ୍ପର୍କରେ ସେ କହିଛନ୍ତି ଯେ କୋଭିଡ ମହାମାରୀ କାଳରେ ମଧ୍ୟ ଏ କ୍ଷେତ୍ରରେ ଭାରତର ଉଦ୍ୟମରେ ଭଟ୍ଟା ପଡି ନ ଥିଲା। ଏହି କଠିନ ସମୟରେ ଭାରତରେ ୫୦ଟି ନୂଆ ୟୁନିକର୍ଣ୍ଣ ଗଠିତ ହୋଇଥିଲା। ଏହା ଭାରତୀୟ ଉଦ୍ୟମିତାର  ଉତ୍ସାହର  ପ୍ରମାଣ ବହନ କରେ। ଏଫ୍‌ଟିଆଇଆଇ  ଓ ଏସ୍‌ଆରଏଫଟିଆଇ ଭଳି ପ୍ରମୁଖ ଚଳଚ୍ଚିତ୍ର ଶିକ୍ଷାନୁଷ୍ଠାନ ବା ଫିଲ୍ମ ସ୍କୁଲଗୁଡିକରୁ ବାହାରୁଥିବା ପ୍ରତିଭାମାନେ ଏଭଳି ଅଧିକରୁ ଅଧିକ ଷ୍ଟାର୍ଟଅପ୍ ନିର୍ମାଣ କରିବେ ବୋଲି  ସେ ଆଶାପ୍ରକାଶ କରିଥିଲେ।

ଏକ ଗ୍ଲୋବାଲ କଣ୍ଟେଣ୍ଟ ହବ୍ ଭାବେ ଭାରତ

ଡିଜିଟାଲ ଇଣ୍ଡିଆର ସଫଳତା ମାଧ୍ୟମରେ ଭାରତର କଣ୍ଟେଣ୍ଟ କ୍ରିଏସନ(ବିଷୟବସ୍ତୁ ସୃଷ୍ଟି କରିବା) ଉଦ୍ୟୋଗ ଏକ ବଡ ପ୍ରୋତ୍ସାହନ ପାଇଥିବା ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ “ଉତ୍ତମ ମାନର ବିଷୟବସ୍ତୁ, ସହଜ ପହଂଚ ଓ ଆଗ୍ରହୀ ଶ୍ରୋତା /ଦର୍ଶକଙ୍କ ଉପସ୍ଥିତି ଭାରତକୁ ଏ କ୍ଷେତ୍ରରେ ତାହାର ସଫଳ କାହାଣୀ ବିଶ୍ୱ ସମୁଦାୟକୁ ଶୁଣାଇବାକୁ ପ୍ରସ୍ତୁତ କରିଛି। ଏହା ଭାରତକୁ ବିଶ୍ୱର ଏକ ପ୍ରମୁଖ କଂଟେଂଟ ହବ୍‌ରେ ପରିଣତ କରିବାକୁ ଯାଉଛି । ସେ ଆହୁରି କହିଛନ୍ତି ଯେ ଏହି ପ୍ରୟାସ ପଛରେ ଥିବା ବୈଷୟିକ ଲୋକଶକ୍ତିର ଉଦ୍ୟମକୁ ଉପଯୁକ୍ତଭାବେ ପୁରସ୍କୃତ ଓ ମାନ୍ୟତା ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ସେଥିପାଇଁ ଅଗ୍ରଣୀ ଚରିତ୍ରଙ୍କ ଉପରେ ଦୃଷ୍ଟି କେନ୍ଦ୍ରୀତ କରିବାର ପ୍ରଚଳିତ ଧାରାକୁ ବଦଳାଇବାକୁ ପଡିବ।

ଏହି ଜାତୀୟ ସମ୍ମିଳନୀରେ ଅସ୍କାର ଓ ‘ବାଫଟା’ ପୁରସ୍କାର ବିଜୟୀ ସାଉଣ୍ଡ ଡିଜାଇନର ରେସୁଲ ପୁକୁଟ୍ଟୀ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ସେ କହିଥିଲେ ଯେ ଦେଶର ଶିକ୍ଷାନୁଷ୍ଠାନ ସମୂହ ଛାତ୍ରଛାତ୍ରୀଙ୍କୁ ବାହାର ଦୁନିଆର ସମ୍ମୁଖୀନ ହେବା ପାଇଁ ସେମାନଙ୍କର ଦକ୍ଷତା ବିକାଶ କରିବା ବ୍ୟତୀତ ପ୍ରାଚୀନ ଭାରତୀୟ ପରମ୍ପରାକୁ ଅନୁସରଣ କରି ଶିକ୍ଷାଦାନ କରିବା ଆବଶ୍ୟକ।

ଆନିମେସନ,ଭିଏପ୍‌ଏକ୍ସ, ଗେମିଂ ଓ କମିକ୍ସ, ଓଟିଟି, ଟିଭି, ଫିଲ୍ମ ପ୍ରଡକ୍ସନ, ଅଗମେଣ୍ଟଡ୍ ରିୟଲିଟି/ଭର୍ଚୁଆଲ ରିୟଲିଟି, ଇମ୍‌ର୍ସିଭ ମିଡିଆ ସ୍କିଲ  ଆଦି ଉତ୍‌ଥାନମୁଖୀ କ୍ଷେତ୍ର ଓ ତାହାର ସୁଯୋଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ଏଥିରେ ମିଡିଆ ଓ ମନୋରଞ୍ଜନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ ତଥା ସିମ୍ବାୟୋସିସ୍ ସ୍କିଲ ଓ ପ୍ରଫେସନାଲ ୟୁନିଭିରସିଟିର କୁଳାଧିପତି ଡକ୍ଟର ଏସ.ପି. ମଜୁମଦାର,  ଉପକୂଳାଧିପତି ଡଃ ସ୍ୱାତୀ ମଜୁମଦାର ଓ କୁଳପତି ଡଃ ଗୌରୀ ଶିଉରକର ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରେ ରାଜ୍ୟ କଂଗ୍ରେସ କରିବ ସତ୍ୟାଗ୍ରହ, ଜାଣନ୍ତୁ କାହିଁକି

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ପ୍ରତ୍ୟାହାର ଦାବି ରେ କଂଗ୍ରେସ ଦଳ ତରଫରୁ ଆଜି ସାରା ଭାରତ ବର୍ଷରେ ସତ୍ୟାଗ୍ରହ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ତରଫରୁ ଆଜି ଦିନ ୧୦.୩୦ ମିନିଟ ସମୟରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ପାୱାରହାଉସ ଛକ ଏହି ସତ୍ୟାଗ୍ରହ କରାଯିବ।

ଏ ନେଇ ପ୍ରଦେଶ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସଚିନ ସାୱନ୍ତ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକ ଯୋଗଦେଇ ଏହି ଯୋଜନାକୁ କଠୋର ସମାଲୋଚନା କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ପିତାମାତାମାନେ ଏହି ୪ ଟି ଖରାପ ଅଭ୍ୟାସକୁ ଛାଡିବା ଉଚିତ୍, ନଚେତ୍ ପିଲାଟି ମଧ୍ୟ କରିବ ଅନୁସରଣ

ଜୀବନଶୈଳୀ: ପିତାମାତାମାନେ ପ୍ରାୟତଃ ସେମାନଙ୍କ ପିଲାମାନଙ୍କ ସାମ୍ନାରେ ଏପରି କିଛି ଭୁଲ୍ କରନ୍ତି, ଯାହାକୁ ସେମାନେ ମାମୁଲି ମନେ କରନ୍ତି। ସେମାନେ ଭାବନ୍ତି ଯେ, ପିଲାଟି ଛୋଟ ଅଛି, ତାହା କ’ଣ ସେ ବୁଝିପାରିବ? ଏହିପରି ଭାବିବା ହେଉଛି ସେମାନଙ୍କର ସବୁଠାରୁ ବଡ ଭୁଲ। ଆଠ ବର୍ଷ ବୟସ ପର୍ଯ୍ୟନ୍ତ, ଶିଶୁର ଶିକ୍ଷଣ ଶକ୍ତି ବହୁତ ଦ୍ରୁତ ଅଟେ। ଏପରି ପରିସ୍ଥିତିରେ, ସେ ଯାହା ଦେଖନ୍ତି ଏବଂ ଶୁଣନ୍ତି, ତାହା ତାଙ୍କ ମନରେ ବସିଥାଏ। ପରେ ସେ ସେହି ସମାନ କଥାକୁ ଅନୁସରଣ କରିବ। ତେଣୁ, ପିତାମାତାମାନେ ସେମାନଙ୍କର କିଛି ଖରାପ ଅଭ୍ୟାସକୁ ରୋକିବା ଆବଶ୍ୟକ, ଯାହା ଦ୍ଵାରା ପିଲାଟି କୌଣସି ଖରାପ ଅଭ୍ୟାସରେ ଅଭ୍ୟସ୍ତ ନହୁଏ। ତେବେ ଆସନ୍ତୁ ଜାଣିବା ପିତାମାତା ଭାବରେ କେଉଁ ଜିନିଷଗୁଡିକ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ…

ପିତାମାତାମାନେ ଏହି ୪ ଟି ଖରାପ ଅଭ୍ୟାସକୁ ତ୍ୟାଗ କରିବା ଉଚିତ୍…

୧- ଖରାପ ଭାଷା ବ୍ୟବହାର କରନ୍ତୁ ନାହିଁ:

ଯଦି ଆପଣଙ୍କର କିଛି ଯୁକ୍ତିତର୍କ ହେଉଛି, ତେବେ ପରସ୍ପରକୁ ଦୁର୍ବ୍ୟବହାର କରନ୍ତୁ ନାହିଁ। ନଚେତ୍ ପିଲାଟି ମଧ୍ୟ ସେହିଭଳି କହିବା ଆରମ୍ଭ କରିବ। ତେଣୁ ମନେରଖନ୍ତୁ ଅପମାନଜନକ ଭାଷା ବ୍ୟବହାର କରିବା ଉଚିତ ନୁହେଁ। ପିଲାମାନେ ଏହି ସବୁ ଭାଷା ଶୀଘ୍ର ଶିଖନ୍ତି। କୌଣସି ଜିନିଷକୁ ଶାନ୍ତ ଭାବରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ କିମ୍ବା ଏକ ବନ୍ଦ କୋଠରୀରେ ଆଲୋଚନା କରନ୍ତୁ।

୨- ପିଲାମାନଙ୍କ ସାମ୍ନାରେ ମଦ୍ୟପାନ କରନ୍ତୁ ନାହିଁ:

ଯଦି ପିଲାଟି ଛୋଟ, ତାଙ୍କ ସାମ୍ନାରେ ମଦ୍ୟପାନ କରିବା ଆପଣଙ୍କର ମସ୍ତବଡ ଭୁଲ। ଯେତେବେଳେ ସେ ବଡ ହେବ, ଆପଣ ଘରେ ନଥିବା ସମୟରେ ଏହାକୁ ନେବା ପାଇଁ ଚେଷ୍ଟା କରିପାରେ। ସେଥିପାଇଁ ତାଙ୍କ ସାମ୍ନାରେ ପିଅନ୍ତୁ ନାହିଁ କିମ୍ବା ଘରକୁ ମଦ ପିଇ ଆସନ୍ତୁ ନାହିଁ।

୩- ଖାଇବା ସମୟରେ ଫୋନ୍ ବ୍ୟବହାର କରନ୍ତୁ ନାହିଁ:

ଯଦି ଆପଣ ପିଲାଟି ଖାଇବା ସମୟରେ ଫୋନ୍ ବ୍ୟବହାର କରିବାକୁ କିମ୍ବା ଟିଭି ଦେଖିବା ପାଇଁ ବାରଣ କରୁଛନ୍ତି, ତେବେ ଏହାକୁ ନିଜେ ଅନୁସରଣ କରନ୍ତୁ। ନଚେତ୍ ପିଲା ଆପଣଙ୍କୁ ଅଣଦେଖା କରିବା ଆରମ୍ଭ କରିବ। ତା’ପରେ ସେ ଜିଦ୍ ଧରିବା ଆରମ୍ଭ କରିବ ଏବଂ ଆପଣ ଫୋନ୍ କିମ୍ବା ଟିଭିର ରିମୋଟ ତାକୁ ଦେବାକୁ ବାଧ୍ୟ ହେବେ।

୪- କାହାକୁ ଚୁଗୁଲି କରନ୍ତୁ ନାହିଁ:

ପ୍ରାୟତଃ ଯେତେବେଳେ ମହିଳାମାନେ ଏକାଠି ବସନ୍ତି, ସେମାନେ ପଡ଼ୋଶୀ ବିଷୟରେ ଅଭିଯୋଗ କରିବା ଆରମ୍ଭ କରନ୍ତି। କିଛି ଲୋକଙ୍କର ଗାଳିଗୁଲଜ କରିବାର ମଧ୍ୟ ଖରାପ ଅଭ୍ୟାସ ଅଛି। ଏହି ସବୁ ଜିନିଷ ମଧ୍ୟ ପିଲାଙ୍କ ମନରେ ଏକ ଘର ତିଆରି କରିବ। ସେ ଭାବିବେ ଏହା ଏକ ଭଲ ଅଭ୍ୟାସ। ପରେ, ସେ ଏହାକୁ ଉପଭୋଗ କରିବା ଆରମ୍ଭ କରିବେ ଏବଂ ସେ ମଧ୍ୟ ତାଙ୍କ ଜୀବନରେ ଏହାକୁ ଗ୍ରହଣ କରିବା ଆରମ୍ଭ କରିବେ, ଯାହା ତାଙ୍କ ଭବିଷ୍ୟତ ପାଇଁ ଭଲ ନୁହେଁ। ଏପରି ପରିସ୍ଥିତିରେ, ଆପଣ ମଧ୍ୟ ଏହି ଅଭ୍ୟାସକୁ ତ୍ୟାଗ କରିବା ଆବଶ୍ୟକ।

Categories
ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର

ନେତାଜୀ ସୁଭାଷ ଚନ୍ଦ୍ର ବୋଷ: ଭାରତୀୟ ରାଜନୀତି ଓ ଜନଜୀବନର ଅନନ୍ୟ ମହାନାୟକ

ଜ୍ୟୋତି ରଞ୍ଜନ ମହାପାତ୍ର

ସ୍ୱାଧୀନତା ସଂଗ୍ରାମ କାଳରେ ଆମରି ଜାତୀୟକବି ବୀରକିଶୋର ଦାସ ଲେଖିଥିଲେ “ଧଳା ବଦଳରେ କଳା ହେଲେ ଜୋକ, କଟିବ କି କୋଟି ଜନତାଙ୍କ ଦୁଃଖ- ଚାଷୀ ମୂଲିଆଙ୍କ ଖପୁରୀକୁ ଚିରି, ଦିଲ୍ଲୀ ଦରବାର ଗଢ଼ିବା କି?’ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ, “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ’। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆହ୍ୱାନ ଦେଇଥିଲେ, “ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’।

ସେହି ଡାକରା  ଗୁଡ଼ିକ ଆଜିର ଦିନରେ କ୍ରମାନ୍ୱୟରେ ପରିବର୍ତ୍ତିତ ହୋଇଯାଇଛି ‘(୧) ଧଳା ବଦଳରେ କଳା ହେଲେ ଜୋକ, କଟିଲାଣି କୋଟି ଜନତାଙ୍କ ଦୁଃଖ, ଚାଷୀମୂଲିଆଙ୍କ ଖପୁରିକୁ ଚିରି, ଦିଲ୍ଲୀ ଦରବାର ଗଢ଼ିଲେଟି’, (୨) ମିଶୁ ଦେଶ ପାଣ୍ଠି ମୋ ନିଜ ପାଣ୍ଠିରେ, ଚାଲିଯାଏ ମୁଁ ଦେଶବାସୀଙ୍କ ପିଠିରେ’ ଓ (୩) “ମୋତେ ତୁମ ରକ୍ତ ଦିଅ, ମୁଁ ତୁମକୁ ଶାସନ ଶୋଷଣ କରିବି’।

ଏହିଭଳି ଏକ କିମ୍ଭୂତକିମାକାର ପରିସ୍ଥିତିରେ ନେତାଜୀଙ୍କ ପ୍ରଦର୍ଶିତ ସମାଜବାଦ, ଭାଇଚାରା, ସର୍ବଧର୍ମ ସମନ୍ୱୟତା, ଧନୀ ଓ ଦରିଦ୍ରଙ୍କ ଭିତରେ ବିଶେଷ ତାରତମ୍ୟ ନ ରହିବା, ମହିଳା ସଶକ୍ତିକରଣ ଇତ୍ୟାଦି ଅନେକ ତତ୍ତ୍ୱ ଆଜି ସମାଧି ଲଭିବାକୁ ବସିଲାଣି। ଏ ସବୁର ପ୍ରତିଷ୍ଠା ପାଇଁ ସେ ନିଜ ଜୀବନରେ ଯେଉଁ ସବୁ କାର୍ଯ୍ୟପନ୍ଥା ଆପଣେଇଥିଲେ, ସେସବୁର ସମ୍ୟକ ବିବରଣୀ ନିମ୍ନରେ ପ୍ରଦତ୍ତ ଅଛି।

ତା ୨୧.୧୦.୧୯୪୩ରିଖରେ ସିଙ୍ଗାପୁରଠାରେ ଦେଶର ପ୍ରଥମ ସ୍ୱାଧୀନ ସରକାର ଗଠନ କରି ନେତାଜୀ ନିଜେ ରାଷ୍ଟ୍ରମୁଖ୍ୟ ହୋଇ ଗୃହ ଓ ବୈଦେଶିକ ବିଭାଗକୁ ନିଜ ହାତରେ ରଖିଥିଲେ ତଥା ସୈନ୍ୟବାହିନୀର ସୁପ୍ରିମ କମାଣ୍ଡର ହୋଇଥିଲେ। ଶ୍ରୀ ରାସବିହାରୀ ବୋଷ ସେହି ମନ୍ତ୍ରୀମଣ୍ଡଳର ପ୍ରମୁଖ ପରାମର୍ଶଦାତା ଥିଲେ। ମହିଳା ସଶକ୍ତିକରଣ ବିଭାଗ ମନ୍ତ୍ରୀ ଥିଲେ ଶ୍ରୀମତୀ ଲକ୍ଷ୍ମୀ ସେହେଗଲ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଥିଲେ ଏସ୍.ଏ. ଆୟାର ଓ ଅର୍ଥମନ୍ତ୍ରୀ ଥିଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏ.ସି. ଚାଟାର୍ଜୀ। ଏ.ଏମ୍. ସହାୟଙ୍କୁ ମନ୍ତ୍ରୀପଦ ତୁଳନୀୟ ସମ୍ପାଦକ ପଦ ମିଳିଥିଲା। ଏ.ଏନ୍. ସରକାର ଥିଲେ ଆଇନ୍ ପରାମର୍ଶଦାତା। ସର୍ବଶ୍ରୀ କରିମ୍ ଗନି, ଦେବନାଥ ଦାସ, ଡ଼ି.ଏମ୍. ଖାନ୍, ଏ. ୟେଲେପ୍ପା, ଜେ. ଥିଭି, ସର୍ଦ୍ଦାର ଇଶାର ସିଂ ପ୍ରମୁଖ ଏହି ସରକାରର ପରାମର୍ଶଦାତା ଥିଲେ। ସୈନ୍ୟବାହିନୀର ଲେଫ୍ଟନାଣ୍ଟ କର୍ଣ୍ଣେଲ ସର୍ବଶ୍ରୀ ଅଜିଜ୍ ଅହମ୍ମଦ, ଏସ୍.ଏନ୍. ଭଗତ, ଗୁଲ୍ଜାର ସିଂ, ଏମ୍.ଜେ. କିଆନି, ଏ. ଲୋଗନାଥନ, ଇଶାନ କ୍ୱାଦିର, ସାହାନୱାଜ ଓ କର୍ଣ୍ଣେଲ ଜେ.କେ. ଭୋଁସଲେ ପ୍ରମୁଖ ଏହି ସରକାରରେ ବିଭିନ୍ନ ପଦପଦବୀରେ ରହିଥିଲେ।

ଏହି ସରକାର “ଆଜାଦ ହିନ୍ଦ୍ ଫୌଜ’ ନାମକ ନିଜର ସୈନ୍ୟବାହିନୀ, ‘ଆଜଦ୍ ହିନ୍ଦ ରେଡ଼ିଓ’ ନାମକ ନିଜର ରେଡ଼ିଓ ଷ୍ଟେସନ, ମୁଦ୍ରା, ଡ଼ାକଘର,  “ଆଜାଦ୍ ହିନ୍ଦ୍ ବ୍ୟାଙ୍କ’ ନାମକ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ। ଯେଉଁ ରାଷ୍ଟ୍ରମାନେ ଏହି ସରକାରଙ୍କୁ ସ୍ୱୀକୃତି ପ୍ରଦାନ କରିଥିଲେ ସେଗୁଡ଼ିକ ଥିଲେ ଜର୍ମାନୀ, କ୍ରୋଏସିଆ, ·ଇନା, ମାଞ୍ଚୁକୁଓ, ଫିଲିପାଇନ୍ସ, ବର୍ମା, ଇଟାଲୀ, ଜାପାନ ଓ ଇରିଶଯୁକ୍ତ ରାଜ୍ୟ ସମୂହ। ଏହିସବୁ ଦେଶରେ ନେତାଜୀଙ୍କ ସରକାରର ରାଷ୍ଟ୍ରଦୂତମାନେ ନିଯୁକ୍ତି ପାଇଥିଲେ।

ନେତାଜୀ ଯୁବଶକ୍ତି ପ୍ରସଙ୍ଗରେ ଆହ୍ୱାନ ଦେଇ କହିଥିଲେ, ‘ବନ୍ଧୁଗଣ! ଯୁବଶକ୍ତିର ଜାଗରଣରେ ସାହାଯ୍ୟ କର। ଯୁବ ଆନ୍ଦୋଳନ ପାଇଁ ସଙ୍ଗଠନ ଗଢ଼ିଉଠୁ। ଆତ୍ମସଚେତନ ଯୁବଶକ୍ତି କେବେଳ କାର୍ଯ୍ୟ କରିବ ନୁହେଁ, ସ୍ୱପ୍ନ ମଧ୍ୟ ଦେଖିବ। କେବଳ ଧ୍ୱଂସ କରିବ ନାହିଁ, ନିର୍ମାଣ ମଧ୍ୟ କରିବ। ଆମେ ସବୁ ବିଫଳ ହୋଇଯିବା କିନ୍ତୁ ଯୁବଶକ୍ତି ବିଫଳ ହେବନାହିଁ। ଆମମାନଙ୍କ ପାଇଁ ସେମାନେ ଏକ ନବଭାରତ ନିର୍ମାଣ କରିବାରେ ସଫଳ ହେବେ। ସମସ୍ତ ବ୍ୟର୍ଥତା, ସମସ୍ତ ପରୀକ୍ଷା ଓ ଅତୀତର ତିକ୍ତ ଅଭିଜ୍ଞତାରୁ, ଯୁବଶକ୍ତି ସଫଳତା ଦିଗରେ କାର୍ଯ୍ୟ କରିଯିବ। ଯଦି ସାମ୍ପ୍ରଦାୟିକତା ଓ ଅନ୍ଧବିଶ୍ୱାସକୁ ଆମେ ଦୂର କରିବାକୁ ଚାହୁଁ, ତାହାହେଲେ ଯୁବକମାନଙ୍କ ଭିତରେ ହିଁ ଆମକୁ କାର୍ଯ୍ୟ କରିବାକୁ ହେବ।’ ନେତାଜୀଙ୍କ ଆହ୍ୱାନ ଥିଲା “ଯେଉଁ ଦେଶର ସରକାର ବା ଶାସନ ସାଧାରଣ ଜନତାଙ୍କୁ ତାଙ୍କ ଅଧିକାରରୁ ବଞ୍ôଚତ କରୁଛି, ସେହି ଦେଶର ଯୁବକ-ଛାତ୍ରମାନଙ୍କ ଦାୟିତ୍ୱ ନୁହେଁ, କର୍ତ୍ତବ୍ୟ ହୋଇଯାଉଛି କି, ସେଭଳି ଏକ ସରକାର ବା ଶାସନକୁ ବଦଳାଇ ଦେବେ, ନଚେତ୍ ଶାସନ ଗାଦିରୁ କାଢିଦେବେ’।

ନେତାଜୀ ଯୋଜନା କମିଟି (ବର୍ତ୍ତମାନର ନାମ ନୀତି ଆୟୋଗ)ର ପ୍ରତିଷ୍ଠାତା ଥିଲେ ଓ ତା ୧୭-୧୨-୧୯୩୮ରିଖରେ ମୁମ୍ବାଇରେ ଏହାକୁ ଗଠନ କରିଥିଲେ। ଏଥିରେ ଭି.ବି. ଗିରି, ଜେ.ବି. କୃପାଳିନୀ, ବିଶ୍ୱେଶ୍ୱରାୟ, ମେଘନାଦ ସାହା ସଦସ୍ୟବୃନ୍ଦ ଓ ନେହେରୁ ଅଧ୍ୟକ୍ଷ ଭାବେ ସଭାପତି ନେତାଜୀ ସୁଭାଷ ବୋଷଙ୍କ ଦ୍ୱାରା ମନୋନୀତ ହୋଇଥିଲେ।

ନେତାଜୀ ଜାତୀୟ କଂଗ୍ରେସର ସଭାପତି ରୂପେ ତା ୧୯-୧୨-୧୯୩୮ ଓ ୨୯-୦୧-୧୯୩୯ରିଖରେ ମହାତ୍ମା ଗାନ୍ଧୀଙ୍କର ବ୍ୟକ୍ତିଗତ ପ୍ରାର୍ଥୀକୁ ହରାଇ ବିଜୟଲାଭ କରିଥିଲେ ଓ ପରେ ସେଥିରୁ ଇସ୍ତଫା ଦେଇଥିଲେ।

ନେତାଜୀ ମହିଳା ସଶକ୍ତିକରଣର ପୃଷ୍ଠପୋଷକ ଥିଲେ। ଯାହାଙ୍କ ନେତୃତ୍ୱରେ ସମ୍ଭବତଃ ବିଶ୍ୱର ପ୍ରଥମ ମହିଳା ସେନାବାହିନୀ ଭାବରେ ଗଠିତ ହୋଇଥିଲା ଝାନ୍ସୀ ରାଣୀ ରେଜିମେଣ୍ଟ। ଯେଉଁ ମହିଳା ସେନାବାହିନୀର କ୍ୟାପଟେନ୍ (ଡାକ୍ତରାଣୀ) ଲକ୍ଷ୍ମୀ ସ୍ୱାମୀନାଥନ ସେହେଗଲଙ୍କ ଠାରୁ ସୁଦୂର ଅଗମ୍ୟ କୋରାପୁଟର ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ପର୍ଯ୍ୟନ୍ତ ମହିଳାମାନେ ନେତୃତ୍ୱ ନେଉଥିଲେ।

ନେତାଜୀ ଥିଲେ ସାମ୍ପ୍ରଦାୟିକ ଐକ୍ୟର ପ୍ରବକ୍ତା। ତାଙ୍କର ବିଶ୍ୱସ୍ତ ସହଯୋଗୀ ଥିଲେ କର୍ଣ୍ଣେଲ ହବିବୁର ରହମନ, ମୋଇରାଙ୍ଗ ବିଜୟର ନାୟକ ସଉକତ ଅଲ୍ଳୀ ମଲ୍ଲିକ (ତା ୧୪-୦୪-୧୯୪୪)। ନେତାଜୀଙ୍କ ଡ୍ରାଇଭର ଥିଲେ ନିଜାମୁଦ୍ଦିନ ଓ ରୋଷେଇଆ ଥିଲେ ଶେଖ ରମଜାନ କୁରେସୀ। ନେତାଜୀଙ୍କ ଗଠିତ ପ୍ରଥମ ଆଇ.ଏନ୍.ଏ.ର ସଦସ୍ୟଗଣ ଥିଲେ ଫଉଜା ସିଂହ (ପଞ୍ଜାବୀ), ସତ୍ୟଚନ୍ଦ୍ର ବର୍ଦ୍ଧନ (ତ୍ରିପୁରା), କେ ଅନନ୍ତନ ଆୟାର (କେରଳୀ ବ୍ରାହ୍ମଣ), ଓକମ୍ କାଦର (କେରଳୀ ମୁସଲମାନ) ଯେଉଁମାନଙ୍କୁ ସେପ୍ଟେମ୍ବର ୧୦-୧୯୪୩ରେ ମାଡ୍ରାସ ଜେଲରେ ବ୍ରିଟିଶ ଫାଶୀ ଦେଇଥିଲା। ବୋନ ଫିସ ପେରେରା (କେରଳୀ ଖ୍ରଷ୍ଟିୟାନ୍) ନାବାଳକ ହୋଇଥିବାରୁ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା। ଆଣ୍ଡାମାନ ଓ ନିକୋବାର ଆଇଲାଣ୍ଡକୁ ନେତାଜୀ ସହୀଦ ଓ ସ୍ୱରାଜ ନାମରେ ନାମକରଣ କରିଥିଲେ ତା ୨୯-୧୨-୧୯୪୩ରିଖରେ।

ନେତାଜୀ କଂଗ୍ରେସର ସଭାପତି ଥିବା ସମୟରେ ଆଚାର୍ଯ୍ୟ ଜେବି କୃପାଲିନୀ ସାଧାରଣ ସମ୍ପାଦକ ଓ ଯମୁନାଲାଲ ବଜାଜ କୋଷାଧ୍ୟକ୍ଷ ଥିଲେ।

ମହାତ୍ମା ଗାନ୍ଧୀଙ୍କୁ “ଜାତିର ପିତା’ ବୋଲି ନେତାଜୀ ହିଁ ପ୍ରଥମେ ଅଭିହିତ-ସମ୍ବୋଧନ କରିଥିଲେ। ନେତାଜୀ କଟକର ରେଭେନ୍ସା କଲିଜିଏଟ୍ ସ୍କୁଲର ଛାତ୍ର ଥିବା ବେଳେ ଶହୀଦ ଖୁଦିରାମ ବୋଷଙ୍କୁ ଫାଶୀର ପ୍ରତିବାଦରେ ଛାତ୍ରାବାସରେ ସମୂହ ଅନଶନ କରି ଗୋରା ହାକିମଙ୍କଠାରୁ ବେତ୍ରାଘାତ ଦଣ୍ଡ ପାଇଥିଲେ।

ଆଜିର ଭାରତବର୍ଷ, ଏହାର ଶାସକ ଓ ପ୍ରଶାସକଙ୍କ ଜରିଆରେ ସମାଜର ଏକ ଭାଗ ଧନୀଙ୍କ ହାତରେ ଦେଶର ସବୁ ସମ୍ପତ୍ତିର ୯୯ ଭାଗ ଟେକିଦେବାକୁ ଉଦ୍ୟମରତ। “ମୁଁ ହିନ୍ଦୁ, ସେ ମୁସଲିମ୍, ସେ ଖ୍ରୀଷ୍ଟିୟାନ୍” ଧ୍ୱନି ଜରିଆରେ ସମାଜକୁ ଖଣ୍ଡଖଣ୍ଡ କରିବାକୁ ଶାସକ ଓ ପ୍ରଶାସକମାନେ ଶତତ ଚେଷ୍ଟିତ ଓ ସଫଳକାମ ହେଉଛନ୍ତି। ଏଭଳି ଏକ ପରିସ୍ଥିତିରେ ନେତାଜୀଙ୍କ ପ୍ରଦର୍ଶିତ ମାର୍ଗ “ସାଧାରଣ ଜନତାଙ୍କ ହାତରେ ଶାସନର ଡ଼ୋରୀ’ ଯେ ଦେଶକୁ ରକ୍ଷା କରି ଏକ ସମତାଭିତ୍ତିକ ସମାଜ ପ୍ରତିଷ୍ଠାରେ ସହାୟକ ହୋଇପାରିବ, ଏଥିରେ ସନ୍ଦେହ ନାହିଁ। ସର୍ବୋପରି ଆମ ଦେଶରେ ଦେଶପ୍ରେମର ସର୍ବୋଚ୍ଚ ନିଦର୍ଶନ ନେତାଜୀ ସୁଭାଷଙ୍କ ଜନ୍ମଜୟନ୍ତୀକୁ ଦେଶପ୍ରେମ ଦିବସ ଭାବରେ ଆଜିର ଯୁବପିଢୀ ଓ ସାଧାରଣ ଜନତା ପାଳନ କରି ତାଙ୍କ ପଥର ପଥିକ ହୋଇପାରିଲେ  ତାହା ହିଁ ହେବ ନେତାଜୀଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ।

(ଶ୍ରୀ ମହାପାତ୍ର ନେତାଜୀଙ୍କ ପ୍ରତିଷ୍ଠିତ “ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍”ର ଓଡ଼ିଶା ରାଜ୍ୟ ସମ୍ପାଦକ)

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଆଜି ଏହି ଦୁଇଟି ରାଶିକୁ ମିଳିବ ଭଲ ଖବର, ବୃଦ୍ଧି ହେବ ଆୟ

ନୂଆଦିଲ୍ଲୀ, ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ତୁମେ ଭଲ ଖବର ପାଇବ। ଖୁସି ହେବେ। ବିପଦ କରନ୍ତୁ ନାହିଁ। ଉପକୃତ ହେବେ। ପ୍ରଣାଳୀରେ ବିଶ୍ୱସନୀୟତା ସୃଷ୍ଟି କରନ୍ତୁ। ଆର୍ଥିକ ସୁସଙ୍ଗତତା ରହିବ। ଏହି ଦୁଇଟି ରାଶି ହେଲା ମେଷ ଓ ବୃଷ। ଆୟ ବୃଦ୍ଧି ପାଇବ। ଏହା ଏକ ମଜାଦାର ଯାତ୍ରା ହେବ। ଖୁସି ହେବେ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ। ପରିବାରରେ ସୁଖର ପରିବେଶ ରହିବ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଆଜି ଜୁନ୍ ୨୭ ତାରିଖ ସୋମବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

ମେଷ- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ତୁମେ ଭଲ ଖବର ପାଇବ। ଖୁସି ହେବେ। ବିପଦ କରନ୍ତୁ ନାହିଁ। ଉପକୃତ ହେବେ। ପ୍ରଣାଳୀରେ ବିଶ୍ୱସନୀୟତା ସୃଷ୍ଟି କରନ୍ତୁ। ଆର୍ଥିକ ସୁସଙ୍ଗତତା ରହିବ। ଟଙ୍କା ସଂଗ୍ରହ ହେବ। ବୃତ୍ତି ପକ୍ଷରୁ ଅନେକ ଲାଭ ଅଛି। ନୂତନ ଯୋଜନା ଆରମ୍ଭ ହେବ।

ବୃଷ- ଘର ବାହାରେ ପଚରାଉଚରା କରାଯିବ। କାର୍ଯ୍ୟ ସମାପ୍ତ ହେବ। ଆୟ ବୃଦ୍ଧି ପାଇବ। ଏହା ଏକ ମଜାଦାର ଯାତ୍ରା ହେବ। ଖୁସି ହେବେ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ। ପରିବାରରେ ସୁଖର ପରିବେଶ ରହିବ। ବ୍ୟବସାୟରୁ ବାହାରକୁ ଯିବାକୁ ପଡିପାରେ।

ମିଥୁନ- ଶୋକ ଖବର ମିଳିପାରେ। କାର୍ଯ୍ୟରେ ମନ ଦେବେ ନାହିଁ। ବିବାଦରୁ ଦୂରେଇ ରୁହନ୍ତୁ। କଠିନ ପରିଶ୍ରମ ଅଧିକ ହେବ। ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ, ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ହେବ ନାହିଁ । ବ୍ୟବସାୟିକ ଚିନ୍ତା ହେବ। ପିଲାମାନଙ୍କର ଆଚରଣ ଅସୁବିଧା ସୃଷ୍ଟି କରିବ।

କର୍କଟ  ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ। ବୈଦ୍ଧିକ କାର୍ଯ୍ୟ ସଫଳ ହେବ। ଖୁସି ହେବେ। ରୋଜଗାର ଭଲ କରିବ। ରୋଜଗାରରେ ଅଭିବୃଦ୍ଧି ଏବଂ ଲାଭ ହେବାର ସମ୍ଭାବନା ଅଛି। ଆପଣ ଲାଭଜନକ ଖବର ପାଇବେ। ସାମାଜିକ ଏବଂ ରାଜ୍ୟ ଖ୍ୟାତି ବୃଦ୍ଧି ପାଇବ। ବ୍ୟବସାୟ ଭଲ କରିବ।

ସିଂହ- ସମ୍ପତ୍ତି କାରବାର ବଡ଼ ଲାଭ ଦେଇପାରେ। ପ୍ରଗତିର ରାସ୍ତା ପକ୍କା ହେବ। ସୁଖ ରହିବେ। ବ୍ୟବସାୟ ଅସୁବିଧାର ସମ୍ମୁଖୀନ ହୋଇପାରେ। କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ପଢିବାକୁ ଆଗ୍ରହ ବୃଦ୍ଧି ପାଇବ।

କନ୍ୟା-  ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ବଢିବ । ଯାତ୍ରା ଚିତ୍ତାକର୍ଷକ ହେବ । ବିନିଯୋଗ ଶୁଭ ହେବ। ବାହ୍ୟ ସାହାଯ୍ୟରେ କାର୍ଯ୍ୟ କରାଯିବ । ଭଗବାନଙ୍କ ପ୍ରତି ଆଗ୍ରହ ବୃଦ୍ଧି ପାଇବ। କାର୍ଯ୍ୟର ସୁସଙ୍ଗତତା ରହିବ। ଆପଣ ବୃତ୍ତିଗତ ଉନ୍ନତିର ଲାଭ ପାଇବେ। ପାରସ୍ପରିକ ସମ୍ପର୍କକୁ ଗୁରୁତ୍ୱ ଦିଅନ୍ତୁ । ପୁଞ୍ଜି ସଂଗ୍ରହ ବିଷୟରେ ଆଲୋଚନା ହେବ।

ତୂଳା- ଘର ବାହାରେ ସୁଖ ମିଳିବ। ବିବାହ ଶିଘ୍ର ହେବ। ବ୍ୟବସାୟ ଭଲ କରିବ । ଉପକୃତ ହେବେ। ବ୍ୟବସାୟ ଭଲ କରିବ। କାର୍ଯ୍ୟରେ ବିଳମ୍ବ ଚିନ୍ତା ସୃଷ୍ଟି କରିବ । ମାନସିକ ବିଭ୍ରାଟ ହେବ। ପାରିବାରିକ ଜୀବନ ସନ୍ତୋଷଜନକ ହେବ।

ବିଛା- ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ । ଶୀଘ୍ର କ୍ଷତି ଘଟାଇବ । ଅନ୍ୟମାନଙ୍କ ଉପରେ ବିଶ୍ୱାସ ଆଘାତ କରିବ । କାର୍ଯ୍ୟ ବାଧାପ୍ରାପ୍ତ ହେବ । ପତ୍ନୀଙ୍କଠାରୁ ନିଶ୍ଚିତତା ପାଇବେ। ଆପଣଙ୍କର ନିଜ ନିଷ୍ପତ୍ତି ଲାଭଦାୟକ ହେବ । ମାନସିକ ସନ୍ତୁଷ୍ଟି, ସୁଖ ରହିବ । ନୂତନ ଚିନ୍ତାଧାରା, ଯୋଜନା ଉପରେ ଆଲୋଚନା ହେବ। ଅନ୍ୟମାନଙ୍କୁ ନକଲ କରନ୍ତୁ ନାହିଁ।

ଧନୁ  ବୟସ୍କ ଲୋକମାନେ ସାହାଯ୍ୟ କରିବେ । ବନ୍ଦ ହୋଇଥିବା କାର୍ଯ୍ୟଗୁଡ଼ିକ ଗତିଶୀଳ ହେବ। ଆଜିର ଦିନଟି ଭଲ ରହିବ। ରୋଜଗାର ବୃଦ୍ଧି ପାଇବ । ସତର୍କତାର ସହିତ କାର୍ଯ୍ୟ କରନ୍ତୁ। ପିଲାମାନଙ୍କର ଆଚରଣ ସାମାଜିକ ସ୍ଥିତି ହରାଇପାରେ । ଆଜି ବ୍ୟବସାୟରେ ନୂତନ ଚୁକ୍ତି କରନ୍ତୁ ନାହିଁ । ଆର୍ଥିକ ଦୃଷ୍ଟିରୁ ଚାପଗ୍ରସ୍ତ ହେବ ।

ମକର  ଅଟକି ରହିଥିବା ଟଙ୍କା ମିଳିପାରିବ। ବିନିଯୋଗ ଶୁଭ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ। ଖୁସି ହେବ। ନିଜର ପ୍ରୟାସ ସଫଳ ହେବ। ସମାଜ ସମ୍ମାନ ଦେବ। ଠିକ୍ ସମୟରେ କାର୍ଯ୍ୟ ସମାପ୍ତ ହେବ। ଆତ୍ମବିଶ୍ୱାସ ବଢିବ । ବ୍ୟବସାୟ ଲାଭଜନକ ହେବ, ନୂତନ ଯୋଜନା ପ୍ରସ୍ତୁତ ହେବ।

କୁମ୍ଭ- ନିଜ ଜିନିଷଗୁଡିକ ସୁରକ୍ଷିତ ରଖନ୍ତୁ। ବିପଦ ପୂର୍ଣ୍ଣ କାମ କରନ୍ତୁ ନାହିଁ । ନୂତନ ସମ୍ପର୍କ ପ୍ରତି ସତର୍କ ରୁହନ୍ତୁ । ବିରୋଧୀମାନେ ସକ୍ରିୟ ହେବେ। ବ୍ୟବସାୟିକ କ୍ଷେତ୍ର ବିକାଶ ଏବଂ ବିସ୍ତାର ହେବ। ଉପହାର ମିଳିପାରେ। ପିଲାମାନଙ୍କର ଚିନ୍ତା ଦୂର ହେବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେବ। ଟେନସନ ରହିବେ। ଅନ୍ୟମାନଙ୍କ ଝଗଡାରେ ପଶନ୍ତୁ ନାହିଁ।

ମୀନ- ଅପ୍ରତ୍ୟାଶିତ ଲାଭ ହେବ। ଭ୍ରମଣ କରିବେ। ବାଣିଜ୍ୟିକ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଏକ ମନୋରମ ଯାତ୍ରାରେ ଯାଇପାରନ୍ତି । ପଢିବାକୁ ଆଗ୍ରହ ବୃଦ୍ଧି ପାଇବ । ଅନ୍ୟମାନଙ୍କ ସହିତ ଜଡିତ ହୁଅନ୍ତୁ ନାହିଁ । ଆର୍ଥିକ ଅବସ୍ଥା ଭଲ ହେବ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ବୟସ୍କ ଲୋକମାନେ ସାହାଯ୍ୟ କରିବେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରୋମ ଛାଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାରତୀୟ ରାଷ୍ଟ୍ରଦୂତ ଦେଲେ ବିଦାୟ ସମ୍ବର୍ଦ୍ଧନା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟର ରୋମ ଛାଡିଛନ୍ତି। ଆଜି ଅପରାହ୍ନ ୩ଟା ୨୫ରେ ସେ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ସାଥୀରେ ଥିବା ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିୟାନ ଏବଂ ଭି ଭି ଯାଦବ ମଧ୍ୟ ତାଙ୍କ ସହିତ ଦୁବାଇ ଆସୁଛନ୍ତି। ସେମାନେ ରୋମ ଛାଡିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ ଇଟାଲୀରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନୀନା ମାଲହୋତ୍ରା।

ନବୀନ ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ୱାରା ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ସେ ଯୋଗ ଦେବେ। ସେଠାରେ ନବୀନ ପଟ୍ଟନାୟକ ମଧ୍ୟ ପୂର୍ବ ଏବଂ ଦୁବାଇର ବିଭିନ୍ନ ଅଞ୍ଚଳର କେତେକ ନିବେଶକଙ୍କୁ ଭେଟିବେ। ସେଠାରେ ନିବେଶକମାନଙ୍କୁ ଓଡିଶାରେ ପୁଞ୍ଜି ବିନିଯୋଗ କରିବାକୁ ଆମନ୍ତ୍ରଣ କରିବେ। କେତେକ ଶିଳ୍ପପତିଙ୍କ ସହିତ ୱାନ ଟୁ ୱାନ ଭେଟିବା କାର୍ଯ୍ୟକ୍ରମ ରହିଛି।

ସେ ୩୦ ତାରିଖ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ି ରାତି ୮ଟା ୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସେ ରାତି ୯ ଟା ୩୦ମିନିଟରେ ଭୁବନେଶ୍ୱର ଅଭିମୁଖେ ବାହାରିବେ। ଭୁବନେଶ୍ବରରେ ସେ ସାଢ଼େ ୧୧ଟାରେ ପହଂଚିବେ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।

ରୋମ ରହଣି ସମୟରେ ନବୀନ WFP ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଡେଭିଡ ବିସ୍ଲି ବରିଷ୍ଠ ନେତୃତ୍ୱଙ୍କୁ ସାକ୍ଷାତ କରିଥିଲେ। ସେଠାରେ ସେ ଓଡିଶାର ସହଭାଗୀତା ଏବଂ ଭବିଷ୍ୟତର ପ୍ରକଳ୍ପଗୁଡିକ ଉପରେ ସେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହିତ  ମୁଖ୍ୟମନ୍ତ୍ରୀ ଭାଟିକାନରେ ପୋପ୍ ଫ୍ରାନ୍ସିସଙ୍କୁ ମଧ୍ୟ ଭେଟିଥିଲେ। ଶେଷରେ ୟୁରୋପରେ ଥିବା ପ୍ରବାସୀ ଓଡିଆଙ୍କ ସହିତ ମଧ୍ୟ ସେ କିଛି ସମୟ ଆଲୋଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରେଢାଖୋଲ ମେଡିକାଲରେ ଜନ୍ମ ହେଲା ଅଜବ ଶିଶୁ ପୁତ୍ର: ଚିକିତ୍ସା ପାଇଁ ପରିବାର ଲୋକ କଲେ ଗୁହାରୀ

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ଏକ ଅଜବ ଶିଶୁ ପୁତ୍ର ଜନ୍ମନେଇଛି। ଏହି ଶିଶୁପୁତ୍ରଟି ହାତ ଗୋଡର ପାପୁଲି ଫାଡି ହୋଇ ଜନ୍ମ ହୋଇଛି। ଆଜି ରେଢାଖୋଲ ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଏହି ଅଜବ ଶିଶୁପୁତ୍ରଟି ଅସ୍ତ୍ରୋପ୍ରଚାର ହୋଇ ଜନ୍ମ ହୋଇଛି। ସେ ସମ୍ପୁର୍ଣ୍ଣ ସୁସ୍ଥ ରହିଥିବା ବେଳେ ଅନ୍ୟ ସବୁ ଅଙ୍ଗ ଠିକ୍ ଥିବା ଜଣା ପଡ଼ିଛି।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ, ଶିମିଳିପାଳ ପଞ୍ଚାୟତ, ଚରଡପଶି ଗାଁ ର ଭରତ ପୋଢ ଓ ଦିପ୍ତିମୟୀ ପୋଡଙ୍କ ପ୍ରଥମ ଗର୍ଭରୁ ଆଜି ରବିବାର ଦିନ ଜନ୍ମ ହୋଇଥିଲା ଏହିଶିଶୁ ପୁତ୍ରଟି। ଶିଶୁର ହାତ ଓ ପାଦର ପାପୁଲି ଗୁଡିକ ମଝିରୁ ଫାଡି ହୋଇ ରହିଥିବା ପ୍ରଥମେ ଡାକ୍ତର ଦେଖିଥିଲେ। ଯାହାକୁ ନେଇ ବାପା ମାଁ ଏବଂ ପରିବାର ଚିନ୍ତାରେ ରହିଛନ୍ତି।

ସରକାରୀ ସ୍ତରରେ କିଭଳି ଶିଶୁର ପ୍ଲାଷ୍ଟିକ ସର୍ଜରୀ କରାଯାଇ ଚିକିତ୍ସା କରାଯାଇପାରିବ ତାକୁ ନେଇ ଗୁହାରୀ କରିଛନ୍ତି ପରିବାର ଲୋକେ। ଏଭଳି ଶିଶୁ ଜନ୍ମ ନେବା ରେଢ଼ାଖୋଲରେ ପ୍ରଥମ ଘଟଣା। ଶିଶୁଟି ବର୍ତ୍ତମାନ ସୁସ୍ଥ ଥିବା ମେଡ଼ିକାଲ୍ ସୂତ୍ରରୁ ପ୍ରକାଶ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କଣ କହିଲେ

ଭୁବନେଶ୍ବର: ଆଜି ବିଦେଶରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କ ସହିତ କଥା ହୋଇଛନ୍ତି। ଏଥିରେ ନବୀନ ଦ୍ରୌପଦୀଙ୍କୁ ଜିତିବେ ବୋଲି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଆପଣଙ୍କ ପ୍ରାର୍ଥୀତ୍ବ ଓଡିଶା ପାଇଁ ଏକ ଗର୍ବର ବିଷୟ। ଓଡିଶାର ସବୁ ଭୋଟ ଯେପରି ଆପଣଙ୍କ ସପକ୍ଷରେ ଯିବ ସେ ନେଇ ଆମେ ଏକାଠି ଚେଷ୍ଠା କରିବା ବୋଲି ନବୀନ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତାକାଲି ଅଗ୍ନିପଥ ଯୋଜନାକୁ ବିରୋଧ କରି ଓଡିଶା କଂଗ୍ରେସ କରିବ ସତ୍ୟାଗ୍ରହ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ପ୍ରତ୍ୟାହାର ଦାବି ରେ କଂଗ୍ରେସ ଦଳ ତରଫରୁ ସାରା ଭାରତ ବର୍ଷରେ ସତ୍ୟାଗ୍ରହ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୂବନେଶ୍ବର ଜିଲ୍ଲା କଂଗ୍ରେସ ତରଫରୁ ଆସନ୍ତାକାଲି  ସୋମବାର ଦିନ ୧୦.୩୦ ମିନିଟ ସମୟରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ପାୱାରହାଉସ ଛକ ଏହି ସତ୍ୟାଗ୍ରହ କରାଯିବ।

ଆଜି ପ୍ରଦେଶ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସଚିନ ସାୱନ୍ତ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକ ଯୋଗଦେଇ ଏହି ଯୋଜନାକୁ କଠୋର ସମାଲୋଚନା କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅଗ୍ନିପଥ ଯୋଜନାକୁ ମୋଦି ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ; କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ସାୱନ୍ତ

ଭୁବନେଶ୍ୱର: ଦେଶର ସେନାବାହିନିକୁ ଯୋଜନାବଦ୍ଧ ଭାବରେ ଦୁର୍ବଳ କରିବାର ମୋଦି ସରକାରଙ୍କ ପ୍ରଚେଷ୍ଟାକୁ କଦାପି ବରଦାସ୍ତ କରାଯିବ ନାହିଁ। ଦେଶର ସେନା ଓ ଯୁବବର୍ଗଙ୍କ ଭବିଷ୍ୟତକୁ ଅଗ୍ନିପଥ ଯୋଜନା ମାଧ୍ୟମରେ ଅନ୍ଧକାରଗର୍ଭକୁ ଠେଲି ଦେବାର ଅପଚେଷ୍ଟା ବିରୋଧରେ ଆଜି ପ୍ରଦେଶ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସଚିନ ସାୱନ୍ତ, ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଗଣମାଧ୍ୟମ ବିଭାଗ ଆବାହକ ସତ୍ୟପ୍ରକାଶ ନାୟକଙ୍କ ଉପସ୍ଥିତିରେ କଠୋର ସମାଲୋଚନା କରିଥିଲେ।

ସେ କହିଥିଲେ ଯେ ଅଗ୍ନିପଥ ଯୋଜନା ଦେଶର ଯୁବବର୍ଗଙ୍କ ଭବିଷ୍ୟତ ପ୍ରତି ଧୋକା ଏବଂ ବିଶ୍ୱାସଘାତ ସଦୃଶ । ଭାରତଭଳି ଦେଶ ଆଜି ୫୦ ବର୍ଷର ରେକର୍ଡ ତୋଡ ଉତ୍କଟ ବେକାରୀ ସମସ୍ୟା ଦେଇ ଗତି କରୁଥିବା ବେଳେ, ସେନାବାହିନୀରେ ନିଯୁକ୍ତି ଅପେକ୍ଷାରେ ଥିବା ଏ ଦେଶର ଏକ କୋଟିରୁ ଉର୍ଦ୍ଧ୍ୱ ଯୁବକ ଆଜି ମୋଦି ସରକାରଙ୍କ ଅଗ୍ନିପଥ ଯୋଜନା ଯୋଗୁ ପ୍ରତାରିତ ଏବଂ ହତାଶ ହୋଇଛନ୍ତି।

ଅଗ୍ନିପଥ ଯୋଜନା ମାଧ୍ୟମରେ ୪ବର୍ଷିୟା ଠିକା ନିଯୁକ୍ତିରେ ଜଣେ ଯୁବକକୁ ତାର ଯୌବନ ଅବସ୍ଥାରେ ଚାକରିରୁ ଅବସର ନେଇ ପୂର୍ବତନ କର୍ମଚାରି ହେବାର ଅଦ୍‌ଭୁତ ପୂର୍ବ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଆଜି ଦେଶର ସେନା କର୍ମଚାରୀଙ୍କର ହାରାହାରି ବୟସ ୩୦ବର୍ଷ ହୋଇଥିବା ବେଳେ ୪ ବର୍ଷ କାର୍ଯ୍ୟପରେ ଅବସର ନେବା କାହା ସ୍ୱାର୍ଥରେ ।

ସେନାରେ ଜଣେ ସ୍ଥାୟୀ କର୍ମଚାରୀ ଜୀବନଯାକ ମେଡିକାଲ, କ୍ୟାଂଟିନ, ପେନସନ ଭଳି ସୁବିଧା ପାଉଥିବା ବେଳେ ୪ ବର୍ଷିଆ ଅଗ୍ନିବୀର ଏ ସୁଯୋଗରୁ ବଂଚିତ ହୋଇଛନ୍ତି । କଂଗ୍ରେସ ପାଇଁ ଦେଶର ସେନାବାହିନୀରେ କାର୍ଯ୍ୟକରୁଥିବା ସୈନିକ ମାନଙ୍କର ଦରମା ଓ ପେନସନ ଆଦୌ ଦେଶର ରାଜକୋଷ ଉପରେ ବୋଝ ନୁହେଁ । ମୋଦି ସରକାରଙ୍କର, ସେନାବାହିନୀରେ ଖର୍ଚ୍ଚକାଟ କରିବାକୁ ଯାଇ ସ୍ଥାୟୀ ନିଯୁକ୍ତିକୁ ବନ୍ଦ କରିବାର ପ୍ରକ୍ରିୟାକୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଘୋର ବିରୋଧ କରାଯାଇଛି ।

ଦେଶର ସେନାବାହିନୀର ବଜେଟ ୧୭-୧୮ ମସିହାରେ ୧୭.୮% ଥିଲା ବେଳେ ୨୦-୨୧ ବେଳକୁ ୧୩.୦୨ ପ୍ରତିଶତକୁ ଖସିଆସିବା ମୋଦି ସରକାରଙ୍କର ଅପରିଣାମିଦର୍ଶି ନିଷ୍ପତି ଓ ସେନାବାହିନୀକୁ ଦୁର୍ବଳ କରିବାର ମାନସିକତାକୁ ପ୍ରତିଫଳିତ କରୁଛି । ଆସନ୍ତା କାଲି ସତ୍ୟାଗ୍ରହ ମାଧ୍ୟମରେ ଦେଶର ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଗ୍ନିପଥ ଯୋଜନା ବିରୋଧରେ କଂଗ୍ରେସ ପ୍ରଦର୍ଶନ କରିବ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ମୁଖ୍ୟ ଅଭିଷେକ ମହାନନ୍ଦ, ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଓ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏସଟିଏଫକୁ ବଡ଼ ସଫଳତା: ଖୋର୍ଦ୍ଧାରୁ ଏକ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ, ୪ ଗିରଫ

ଖୋର୍ଦ୍ଧା: ଆଜି ଏସଟିଏଫ କୁ ମିଳିଛି ବଡ଼ ସଫଳତା। ଖୋର୍ଦ୍ଧାରୁ ଏକ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ।

ସୂଚନା ମୁତାବକ ଭୁବନେଶ୍ୱର ଏସଟିଏଫର ଟିମ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ବରୁଣେଇ ରୋଡ଼ରେ ଚଢ଼ାଉ କରିଥିଲା। ଚଢ଼ାଉରେ ଚାରି ଜଣ ବ୍ରାଉନ ସୁଗାର ବେପାରି ଗିରଫ ହେବା ସହ ସେମାନଙ୍କ ନିକଟରୁ ୧ କିଲୋ ୩୦ ଗ୍ରାମ ବ୍ରାଉନ ସୁଗାର ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ଏସଟିଏଫ।

ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ରାକେଶ କୁମାର ବାରିକ, ବିରଞ୍ଚିନାରାୟଣ ସାହୁ, ଜଗବନ୍ଧୁ ବିଶ୍ୱାଳ ଏବଂ ସନ୍ତୋଷ ରାଉତରାୟ।

ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୨୧ (ଗ)/୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ଏସଟିଏଫ କେଶ ନମ୍ବର ୧୬/୨୨ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି।

ସୂଚନା ଥାଉକି ୨୦୨୦ ମସିହାଠାରୁ ଏସଟିଏଫ ନିଶା ଦ୍ରବ୍ୟ ସମ୍ବନ୍ଧୀୟ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ଜାରି ରଖିଛି। ଏବଂ ଅଦ୍ୟାବଧି ୫୫ କିଲୋ ବ୍ରାଉନ ସୁଗାର, ୨୦୨ ଗ୍ରାମ କୋକିନ, ୧୧୧ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଏବଂ ୭୫୦ ଗ୍ରାମ ଅଫିମ ସମେତ ୧୫୬ ରୁ ଉର୍ଦ୍ଧ୍ଵ ନିଶା ବେପାରୀଙ୍କୁ ଗିରଫ କରିଛି।

Categories
ବିଶେଷ ଖବର

ସାତୋଟି ବିଧାନସଭା ଏବଂ ତିନୋଟି ଲୋକସଭା ଆସନରେ ଉପ-ନିର୍ବାଚନର ଫଳାଫଳ, ଜାଣନ୍ତୁ କିଏ କେଉଁଠୁ ଜିତିଲା

ନୂଆଦିଲ୍ଲୀ: ସାତଟି ବିଧାନସଭା ଆସନ ଏବଂ ତିନିଟି ଲୋକସଭା ଆସନର ଉପ-ନିର୍ବାଚନର ଫଳାଫଳ ଘୋଷଣା କରିଛି ନିର୍ବାଚନ ଆୟୋଗ। ତିନିଟି ଲୋକସଭା ଆସନ ମଧ୍ୟରୁ ବିଜେପି ୨ ଟିରେ ଜିତିଥିବା ବେଳେ ଶିରୋମଣି ଅକାଳୀ ଦଳ (ଅମୃତସର) ଗୋଟିଏ ଆସନ ପାଇଛି। ଏହା ବ୍ୟତୀତ ସାତୋଟି ବିଧାନସଭା ଆସନ ମଧ୍ୟରୁ ବିଜେପିର ତିନୋଟି, କଂଗ୍ରେସ ଦୁଇଟି, ଆପ ଗୋଟିଏ ସିଟ୍ ଏବଂ ୱାଇଏସଆର କଂଗ୍ରେସ ୧ ଟି ଆସନରେ ବିଜୟ ଲାଭ କରିଛି।

ଆପଣଙ୍କୁ କହିରଖୁଛୁ ଯେ ଚାରିଟି ରାଜ୍ୟର ସାତୋଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତ୍ରିପୁରାର ଚାରୋଟି ବିଧାନସଭା, ଆନ୍ଧ୍ରପ୍ରଦେଶ, ଝାଡଡଖଣ୍ଡ ଏବଂ ଦିଲ୍ଲୀରେ ଗୋଟିଏରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଆସିଛି। ଏହି ଆସନଗୁଡ଼ିକ ଉପରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆନ୍ଧ୍ରପ୍ରଦେଶର ଆତ୍ମାକୁର, ଝାଡଖଣ୍ଡର ମାଣ୍ଡର, ଦିଲ୍ଲୀର ରାଜେନ୍ଦ୍ର ନଗର, ତ୍ରିପୁରାର ଅଗରତାଲା, ଜୁବାଡ଼ାଜଗର, ସୁରମା ଏବଂ ବାରଦୋଲି ଟାଉନ୍ ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ଦୁଇଟି ରାଜ୍ୟରେ ତିନିଟି ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିମଧ୍ୟରେ ୟୁପିରେ ଆଜମଗଡ ଏବଂ ରାମପୁର ଏବଂ ପଞ୍ଜାବର ସାଙ୍ଗରୁର ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଆନ୍ଧ୍ରପ୍ରଦେଶରେ ଶାସକ ଦଳର ବିଜୟ:

ନିର୍ବାଚନ ଫଳାଫଳ ବିଷୟରେ କହିବାକୁ ଗଲେ ଶାସକ YSRCP ଆନ୍ଧ୍ରପ୍ରଦେଶର ଆତ୍ମାକୁର ବିଧାନସଭା ଆସନରେ ବିଜୟୀ ହୋଇଛି। YSRCP ପ୍ରାର୍ଥୀ ମେକାପତି ବିକ୍ରମ ରେଡ୍ଡୀ ୮୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଛନ୍ତି। ରେଡ୍ଡୀ ବିଜେପିର ଜି ଭାରତ କୁମାରଙ୍କୁ ପରାସ୍ତ କରିଛନ୍ତି। ଫେବୃଆରୀରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଏମ ଗୌତମ ରେଡ୍ଡୀଙ୍କ ମୃତ୍ୟୁ ହେତୁ ଏହି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ତ୍ରିପୁରାର ତିନୋଟି ଆସନରେ ପଦ୍ମ ଫୁଲ ଫୁଟିଲା:

ତ୍ରିପୁରାରେ ଚାରିଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନରେ ​​ବିଜେପି ତିନୋଟି ଏବଂ କଂଗ୍ରେସ ଗୋଟିଏ ଆସନ ଜିତିଛି। ଟାଉନ ବାରାଦୋଲି ଆସନରୁ ବିଧାନସଭା ଉପ-ନିର୍ବାଚନରେ ​​ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଜିତିଛନ୍ତି। ବିପ୍ଲାବ ଦେ ଦେଢ ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। କଂଗ୍ରେସ ପ୍ରାର୍ଥୀ ସୁଦୀପ ରୟ ବର୍ମନ ଅଗରତାଲା ଆସନରୁ ବିଜୟୀ ହୋଇଛନ୍ତି। ସେ ବିଜେପିର ଅଶୋକ ସିହ୍ନାଙ୍କୁ ପରାସ୍ତ କରିଛନ୍ତି। ୨୦୧୮ ବିଧାନସଭା ନିର୍ବାଚନରେ ​​ଦଳର ସମ୍ପୂର୍ଣ୍ଣ ପରାଜୟ ପରେ ରୟ ବର୍ମନ ବିଧାନସଭାରେ ଏକାକୀ କଂଗ୍ରେସ ବିଧାୟକ ହୋଇଛନ୍ତି।

ବିଜେପି ପ୍ରାର୍ଥୀ ମଲିନା ଦେବନାଥ ତ୍ରିପୁରାର ଜୁବରାଜନଗର ଆସନ ଜିତିଛନ୍ତି। ସେ ସିପିଆଇ (ଏମ୍) ର ଶୈଳେନ୍ଦ୍ର ଚନ୍ଦ୍ର ନାଥଙ୍କୁ ପରାସ୍ତ କରିଛନ୍ତି। ଏହି ଆସନକୁ ଏକ CPI (M) ଦୁର୍ଗ ଭାବରେ ବିବେଚନା କରାଯାଉଛି। ବିଜେପିର ସ୍ଵପ୍ନ ଦାସ ସୁରମା ସିଟରେ ଟିପିଆର ମୋଥାର ବାବୁରାମ ସତ୍ୟନାମୀଙ୍କୁ ପରାସ୍ତ କରିଛନ୍ତି। ଯୁବରାଜନଗରରେ ସିପିଆଇ (ଏମ୍) ବିଧାୟକ ରମେନ୍ଦ୍ର ଚନ୍ଦ୍ର ଦେବନାଥଙ୍କ ମୃତ୍ୟୁ ପରେ ବାଇପୋଲ୍ ଅନୁଷ୍ଠିତ ହୋଇଥିଲା ଏବଂ ସୋରମାଠାରେ ବିଜେପି ବିଧାୟକ ଆଶିଷ ଦାସ ତାଙ୍କ ଦଳ ବିରୁଦ୍ଧରେ ବିଦ୍ରୋହ କରିଥିଲେ, ଯାହା ପରେ ସେ ଅଯୋଗ୍ୟ ହୋଇଥିଲେ।

ଦିଲ୍ଲୀର ରାଜେନ୍ଦ୍ର ନଗର ବିଧାନସଭା ଆସନରେ ଶାସକ ଆମ୍ ଆଦମୀ ପାର୍ଟିର ଦୁର୍ଗେଶ ପାଠକ ନିର୍ବାଚନରେ ​​ବିଜୟୀ ହୋଇଛନ୍ତି। ଦୁର୍ଗେଶ ପାଠକ ବିଜେପି ପ୍ରାର୍ଥୀ ରାଜେଶ ଭାଟିଆଙ୍କୁ ପରାସ୍ତ କରିଛନ୍ତି। ଆମ୍ ଆଦମୀ ପାର୍ଟି ତୃତୀୟ ଥର ପାଇଁ ଏହି ସିଟ୍ ଦଖଲ କରିଛି। ପୂର୍ବତନ ବିଧାୟକ ରାଘବ ଚଡ୍ଡା ପଞ୍ଜାବରୁ ରାଜ୍ୟସଭା ସାଂସଦ ହେବା ପରେ ଏହି ଆସନ ଖାଲି ପଡିଥିଲା, ପରେ ଏହି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

କଂଗ୍ରେସର ଶିଳ୍ପୀ ନେହା ତିର୍କି ଝାଡଖଣ୍ଡରେ ମାଣ୍ଡାର ବିଧାନସଭା ଆସନ ଜିତିଛନ୍ତି। ସେ ବିଜେପିର ଗଙ୍ଗୋତ୍ରି କୁଜୁରଙ୍କୁ ପରାସ୍ତ କରିଛନ୍ତି। ମାର୍ଚ୍ଚ ମାସରେ ଆଯ ବହିର୍ଭୂତ ସମ୍ପତ୍ତି ମାମଲାରେ ଶିଳ୍ପୀଙ୍କ ପିତା ତଥା ବିଧାୟକ ବନ୍ଧୁ ତିର୍କିଙ୍କୁ ତିନି ବର୍ଷ ଦଣ୍ଡିତ କରାଯାଇଥିଲା ଏବଂ ତାଙ୍କର ବିଧାନସଭା ସଦସ୍ୟତା ସମାପ୍ତ ହୋଇଥିଲା। ଯାହା ପରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ତାଙ୍କ ଝିଅ ପିତାଙ୍କ ଉତ୍ତରାଧିକାରୀକୁ ଆଗେଇ ନେଇ ବିଜୟ ଲାଭ କରିଥିଲେ।

ପଞ୍ଜାବର ସାଙ୍ଗୁରର ଲୋକସଭା ଆସନରେ ଉପ-ନିର୍ବାଚନର ଫଳାଫଳ ଆମ୍ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଦେଇଛି। ଉପ-ନିର୍ବାଚନରେ ​​ଶିରୋମଣି ଅକାଳୀ ଦଳ (ଅମୃତସର) ପ୍ରାର୍ଥୀ ସିମରଞ୍ଜିତ ସିଂ ମନ ଜିତିଛନ୍ତି। ତିନି ମାସ ପୂର୍ବେ ରାଜ୍ୟରେ ସରକାର ଗଠନ କରିବା ପରେ ମଧ୍ୟ ଭଗବାନ୍ ମନ୍ ନିଜର ଗଡ଼କୁ ବଞ୍ଚାଇବାରେ ବିଫଳ ହୋଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ​​ଭଗବନ୍ତ ମନ ଏହି ଆସନ ଜିତିଥିଲେ। ବିଧାନସଭା ନିର୍ବାଚନରେ ​​ବିଧାୟକ ଭାବରେ ନିର୍ବାଚିତ ହେବା ପରେ ଭଗବନ୍ତ ମନ ଏହି ଆସନରୁ ଇସ୍ତଫା ଦେଇଥିଲେ, ପରେ ଏଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ବିଜେପିର ଭୋଜପୁରୀ ସୁପରଷ୍ଟାର ଦୀନେଶ ଲାଲ ଯାଦବ (ନିରୁହୁଆ) ଉତ୍ତରପ୍ରଦେଶର ଆଜାମଗଡ ଲୋକସଭା ଆସନରେ ବିପୁଳ ବ୍ୟବଧାନରେ ଜିତିଛନ୍ତି। ନିରୁହୁ ଏସପି ପ୍ରାର୍ଥୀ ଧର୍ମେନ୍ଦ୍ର ଯାଦବଙ୍କୁ ପରାସ୍ତ କରିଛନ୍ତି। ଏଥି ସହିତ ଉତ୍ତରପ୍ରଦେଶର ରାମପୁର ଲୋକସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ମଧ୍ୟ ଜିତିଛନ୍ତି। ଏଠାରେ ବିଜେପିର ଘନଶ୍ୟାମ ଲୋଧି ସମାଜବାଦୀ ପାର୍ଟିର ଅସୀମ ରାଜାଙ୍କୁ ପରାସ୍ତ କରିଛନ୍ତି। ଘନଶ୍ୟାମ ଲୋଧି ଏହା ପୂର୍ବରୁ ଦୁଇଥର MLC ରହିଆସିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସଞ୍ଜୟ ରାଉତଙ୍କ ବିବାଦୀୟ ବୟାନ: ବିରୋଧୀ ବିଧାୟକଙ୍କ ବିରୋଧରେ କହିଲେ ଏଭଳି କଥା

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, “ସେଠାରେ ଥିବା ୪୦ ଜଣ ଲୋକ ଜୀବନ୍ତ ଶବ ଅଟନ୍ତି। ସେମାନଙ୍କର ଶରୀର ଏଠାକୁ ଆସିବ। ସେମାନଙ୍କର ଆତ୍ମା ​​ମରିଯାଇଛି। ଯେତେବେଳେ ଏହି ୪୦ ଜଣ ଲୋକ ଓହ୍ଲାଇବେ, ସେମାନେ ନିଜ ମନରେ ଜୀବିତ ରହିବେ ନାହିଁ। ସେମାନେ ଜାଣନ୍ତି ଯେ ଏବେ ଯେଉଁ ନିଆଁ ଲାଗିଛି, ତାହାର ପରିଣାମ କଣ ହେବ?

ବିଦ୍ରୋହୀ ଗୋଷ୍ଠୀ ବିରୁଦ୍ଧରେ ରାଉତ କ୍ରମାଗତ ଭାବରେ ଅତ୍ୟଧିକ ଆକ୍ରମଣାତ୍ମକ ବିବୃତ୍ତି ଦେଉଛନ୍ତି। ଏହାପୂର୍ବରୁ ସେ କହିଥିଲେ, ‘ଆମେ ସଂଯମତା ବଜାୟ ରଖିଛୁ, ଅନ୍ୟଥା ହଜାର ହଜାର ଶିବ ସୈନିକ୍ ଆମର ଗୋଟିଏ ସଂକେତକୁ ଅପେକ୍ଷା କରିଛନ୍ତି।’ ସେ କହିଛନ୍ତି, ‘ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଲୋକମାନେ ଶିବସେନା ଉପରେ ଭରସା କରିବେ। ଗତକାଲି ଉଦ୍ଧବ ଜୀ କହିଛନ୍ତି ଯେ ଯେଉଁମାନେ ବାହାରକୁ ଯାଇଛନ୍ତି ସେମାନେ ଶିବସେନା ନାମ ବ୍ୟବହାର କରନ୍ତୁ ନାହିଁ ଏବଂ ପିତାଙ୍କ ନାମ ବ୍ୟବହାର କରନ୍ତୁ ନାହିଁ ଏବଂ ଭୋଟ୍ ମାଗନ୍ତୁ ନାହିଁ।

ଏହାପୂର୍ବରୁ ଶୁକ୍ରବାର ଦିନ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ କହିଛନ୍ତି, “ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ପରିସ୍ଥିତି କେବଳ ରାଜନୈତିକ ଲଢେଇ ନୁହେଁ, ଆଇନଗତ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଛି। ଆସାମରେ ଅନେକ ଦଳର ବିଧାୟକ ବାସ କରୁଛନ୍ତି, ସେମାନଙ୍କ ବିରୋଧରେ ଆମର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।” ପ୍ରାୟ ୧୬ ଜଣ ବିଧାୟକଙ୍କ ନିକଟକୁ ବିଜ୍ଞପ୍ତି ପଠାଯାଇଛି। “

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ ମ୍ୟାଚ୍ ଖେଳିବେ ଉମ୍ରାନ୍, ଆୟର୍ଲାଣ୍ଡ ବିପକ୍ଷ ଏକାଦଶରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଡବଲିନରେ ଖେଳାଯିବାକୁ ଥିବା ଆୟର୍ଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଖେଳାଳି ଏକାଦଶରେ ଉମ୍ରାନ ମଲିକଙ୍କୁ ଟିମ୍ ଇଣ୍ଡିଆ ସାମିଲ କରିଛି। ଉମରନ୍ ତାଙ୍କର ଟି -୨୦ ଆନ୍ତର୍ଜାତୀୟ ଡେବ୍ୟୁ ମ୍ୟାଚ୍ ଖେଳିବେ। ସେ ଜଣେ ଦ୍ରୁତ ବୋଲର ଏବଂ ଆଇପିଏଲ୍ ୨୦୨୨ ସମୟରେ ସେ ନିଜ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଜମ୍ମୁ କାଶ୍ମୀରର ଉମ୍ରାନ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦଳ ପରିଚାଳନା ତାଙ୍କୁ ଏକାଦଶ ଖେଳିବାରେ ଅନ୍ତର୍ଭୁକ୍ତ କରିଛନ୍ତି। ତାଙ୍କର ରେକର୍ଡ ଏପର୍ଯ୍ୟନ୍ତ ଭଲ ରହିଛି।

ପ୍ରକାଶ ଥାଉ କି ଆୟର୍ଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ ରାତି ୯ ଟା ରେ ଖେଳାଯିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଶ୍ୱଶୁରର କଟୁରୀ ମାଡରେ ବୋହୁ ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପାରିବାରିକ କଳହ ହେଲା କାଳ। ସାମାନ୍ୟ ଯୁକ୍ତିତର୍କରୁ ବୋହୁକୁ ହାଣିଲା ଶ୍ୱଶୁର।
ଶ୍ୱଶୁରର କଟୁରୀ ମାଡରେ ବୋହୁ ଗୁରୁତର। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଝରିଆ ଗ୍ରାମର ଆରତ ସୁବୁଦ୍ଧି ନିଜ ବୋହୁଙ୍କୁ ହାଣି ଦେଇଥିବା ନେଇ ହୋଇଛି ଅଭିଯୋଗ। ଶ୍ୱଶୁର ଏକ କଟୁରୀରେ ବୋହୁଙ୍କୁ ହାଣିଥିବା ଅଭିଯୋଗ ହୋଇଛି। ଘରେ ପୁଅ ନଥିବା ସମୟରେ କିଛି ପାରିବାରିକ ସମସ୍ୟାକୁ ନେଇ ବୋହୁ ମୀନତି ଓ ଶ୍ୱଶୁର ଆରତଙ୍କ ମଧ୍ୟ୍ୟରେ ହୋଇଥିଲା କଥା କଟା କଟି। ଏଥିରେ ଉଗ୍ର ହୋଇ ବୋହୁଙ୍କୁ ଶ୍ୱଶୁର ଆରତ ସୁବୁଦ୍ଧି କଟୁରୀରେ ଆକ୍ରମଣ କରିଥିଲେ।

ଫଳରେ ବୋହୁ ମୀନତି ସୁବୁଦ୍ଧି (୩୫) ଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି

ଦୀପ ଜାଳିବାବେଳେ ଏହି ନିୟମଗୁଡିକ ଅନୁସରଣ କରନ୍ତୁ, ସୁଖ ସମୃଦ୍ଧି ସହିତ ବୃଦ୍ଧି ପାଇବ ଧନ

ଜୀବନଶୈଳୀ: ସନାତନ ଧର୍ମରେ ଘରର ସୁଖ, ଶାନ୍ତି ଏବଂ ସମୃଦ୍ଧତା ପାଇଁ ଦୀପ ଜାଳିବାର ଏକ ବିଶେଷ ଗୁରୁତ୍ୱ ରହିଛି। କୌଣସି ଧାର୍ମିକ ରୀତିନୀତି କିମ୍ବା ପୂଜାପାଠ ସମୟରେ ଅଗ୍ନି ଦେବଙ୍କୁ ପୂଜା କରାଯାଏ ଏବଂ ପ୍ରଭୁଙ୍କ ସମ୍ମୁଖରେ ଏକ ଦୀପ ଜଳାଯାଏ। ଏହା ହିନ୍ଦୁ ଧର୍ମର ବିଶ୍ୱାସ ଏବଂ ଆସ୍ଥାର ପ୍ରତୀକ।

ଦୀପ ଜାଳିବା ଦ୍ୱାରା ଅନ୍ଧକାର ଦୂର ହୁଏ। ଏଥି ସହିତ, ଏହାର ବୈଜ୍ଞାନିକ ଗୁରୁତ୍ୱ ମଧ୍ୟ ଅଛି। ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଦୀପ ଜଳାଯାଏ ଯାହା ପରିବେଶକୁ ଶୁଦ୍ଧ କରିଥାଏ ଏବଂ ଆମର ଅନ୍ତଃ କରଣକୁ ମଧ୍ୟ ପ୍ରଫୁଲ୍ଲିତ କରିଥାଏ। ସକାଳ ଓ ସନ୍ଧ୍ୟାରେ ଦୀପ ଜାଳିବା ପାଇଁ ଏକ ବିଧାନ ରହିଛି।

ଦୀପ ଜାଳିବା ପାଇଁ ନିୟମ :

ଦୀପ ଜାଳିବାବେଳେ ଏହା ସହିତ ଜଡିତ କିଛି ନିୟମକୁ ଧ୍ୟାନରେ ରଖିବା ଉଚିତ।

– ଯଦି ଆପଣ ଏକ ମାଟି ଦୀପ ଜାଳୁଛନ୍ତି, ତେବେ ସେହି ଦୀପ ଭାଙ୍ଗିବା ଉଚିତ୍ ନୁହେଁ। ଭଙ୍ଗା ଦୀପ ଜାଳିବା ମନର ଆତ୍ମବିଶ୍ୱାସକୁ ଦୁର୍ବଳ କରିଥାଏ।

– ଯଦି ଆପଣ ଭଗବାନଙ୍କ ସାମ୍ନାରେ ଏକ ଦୀପ ଜାଳୁଛନ୍ତି। ତେଣୁ ମନେରଖନ୍ତୁ ଯେ, ଯଦି ଆପଣ ଘିଅ ଦୀପ ଜାଳିବାକୁ ଚାହାଁନ୍ତି, ତେବେ ଏହାକୁ ବାମ ପାର୍ଶ୍ୱରେ ରଖିବା ଉଚିତ। ଯଦି ତେଲ ଦୀପ ଜଳାଯାଏ, ତେବେ ଏହାକୁ ଡାହାଣ ପାର୍ଶ୍ୱରେ ରଖିବା ଉଚିତ୍। ଏହି କାରଣରୁ ଭଗବାନ ପ୍ରସନ୍ନ ହୁଅନ୍ତି ଏବଂ ଘରେ ସୁଖ ଏବଂ ସମୃଦ୍ଧତା ରହିଥାଏ।

– ଯଦି ଆପଣ କୌଣସି ସାଧନାର ସଂକଳ୍ପ ନେଇଛନ୍ତି, ତେବେ ଆପଣଙ୍କୁ ଏକ ଅଟାର ଦୀପ ଜାଳିବା ଉଚିତ୍।

– ନ୍ୟାୟର ଭଗବାନ ଶନି ଦେବ ମହାରାଜଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ଦୋଷରୁ ରକ୍ଷା ପାଇବା ପାଇଁ ରାଶି ତେଲର ଏକ ଦୀପ ଜଳାଇବା ଉଚିତ୍।

– ଦୀପ ଜାଳିବା ପାଇଁ ସଠିକ୍ ସମୟ ହେଉଛି ସକାଳ ୫:୦୦ ରୁ ୧୦.୦୦ ଏବଂ ସନ୍ଧ୍ୟା ୫.୦୦ ରୁ ୭.୦୦ ପର୍ଯ୍ୟନ୍ତ ଦୀପ ଜାଳିବା ଶୁଭ ଅଟେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ବାସ୍ତୁଶାସ୍ତ୍ର: ଘରର ଏହି ୫ ଟି ଜିନିଷକୁ ସର୍ବଦା ଧ୍ୟାନ ଦିଅନ୍ତୁ, ନଚେତ ଲାଗିରହିବ ଦାରିଦ୍ର୍ୟତା

ବାସ୍ତୁଶାସ୍ତ୍ର: ଯେକୌଣସି ବ୍ୟକ୍ତି ଘର ନିର୍ମାଣ କରିବା ପୂର୍ବରୁ ଭୂମୀ ପରୀକ୍ଷା କରନ୍ତି। ଏହା ପରେ, ଭିତ୍ତିପ୍ରସ୍ତର ପୂଜା ହୁଏ। ଶୋଇବା ଘର, ରୋଷେଇ ଘର, ପୂଜାପାଠ ସ୍ଥାନ ଇତ୍ୟାଦି ଘରେ ନିର୍ମିତ ଗୃହରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆଣିଥାଏ। ବାସ୍ତୁ ଅନୁସାରେ ଜିନିଷ ରଖିବା ଦ୍ୱାରା ଘରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଘରର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଏବଂ ଦାରିଦ୍ର୍ୟରୁ ରକ୍ଷା ପାଇବା ପାଇଁ ବସ୍ତୁ ଶାସ୍ତ୍ରରେ କିଛି ପଦକ୍ଷେପ ନିଆଯାଇଛି। ଯାହାକୁ ଅନୁସରଣ କରିବା ଦ୍ଵାରା ମାତା ଲକ୍ଷ୍ମୀ ଘରେ ରୁହନ୍ତି। ସମସ୍ତ ସମସ୍ୟା ଏବଂ ସମସ୍ୟାର ସମାଧାନ ହୁଏ।

ଆର୍ଥିକ ସମୃଦ୍ଧତା ପାଇଁ ଏହି ପଦକ୍ଷେପଗୁଡିକ କରନ୍ତୁ:

ଘରେ କେବେବି ପ୍ଲାଷ୍ଟିକ୍ ଉଦ୍ଭିଦ ଏବଂ ଫୁଲ ରଖନ୍ତୁ ନାହିଁ। ଏହା ଦ୍ଵାରା ନକାରାତ୍ମକ ଶକ୍ତି ଘରେ ବ୍ୟାପିଥାଏ ଏବଂ ଦାରିଦ୍ର୍ୟ ବଢିଥାଏ।

ଘରର ମୁଖ୍ୟ ଦ୍ୱାରକୁ ପରିଷ୍କାର ରଖିବାରେ ମାତା ଲକ୍ଷ୍ମୀ ଖୁସି ହୁଅନ୍ତି। ଏହା ଘରର ଅର୍ଥନୈତିକ ସମୃଦ୍ଧତାକୁ ବଢାଇଥାଏ। ଘରୁ ଅସନ୍ତୋଷର ପରିବେଶ ଦୂର ହୋଇଥାଏ। ପରିବାର ସଦସ୍ୟ ଖୁସିରେ ରୁହନ୍ତି।

ଘର ନିକଟରେ କଣ୍ଟା ଗଛ ଲଗାଇବା ଉଚିତ୍ ନୁହେଁ। ଏହି କାରଣରୁ ଘରର ପରିବେଶ ପ୍ରଦୂଷିତ ହୁଏ। ଝଗଡା ଆରମ୍ଭ ହୁଏ। ଯଥାସମ୍ଭବ ସବୁବେଳେ ଆପଣଙ୍କ ଘର ଚାରିପାଖରେ ସବୁଜ ରଖନ୍ତୁ। ଏହା କଲେ ଘରର ପରିବେଶ ସୁଖଦ ରହିଥାଏ।

ଘରର ଆଲମୀରାକୁ ଦକ୍ଷିଣ କାନ୍ଥ ପାଖରେ ରଖନ୍ତୁ। ଆଲମୀରାର ମୁହଁ ଉତ୍ତର ଆଡକୁ ଖୋଲା ଯାଇପାରିବ ଏବଂ ଉତ୍ତର କାନ୍ଥରେ ଏକ ଦର୍ପଣ ରଖାଯାଉ, ଯେପରି ଆଲମୀରାର କବାଟ ଖୋଲିଲେ ଦର୍ପଣରେ ପ୍ରତିଫଳନ ହେବ। ଏହା ଦ୍ଵାରା ଘରେ ପ୍ରଗତି ହୁଏ।

ଘରର ଆର୍ଥିକ ସ୍ଵତନ୍ତ୍ରତା ପାଇଁ ଘରର ସ୍ଵଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଘରର ଝରକା ଓ କବାଟ ସଫା ରଖନ୍ତୁ। କୌଣସି କୋଣରେ ବୁଢିଆଣୀ ଜାଲ ରହିବା ଉଚିତ୍ ନୁହେଁ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

ସ୍ୱାସ୍ଥ୍ୟଟିପ୍ସ: ମଧୁମେହ ରୋଗୀଙ୍କ ପାଇଁ ପଣସ ଖାଇବା ଉପକାରୀ ବୋଲି ବିବେଚନା କରାଯାଏ। ମଧୁମେହକୁ ରୋକିବା ଏବଂ ଏହାର ଲକ୍ଷଣ ପରିଚାଳନା କରିବାରେ ଏହା ସାହାଯ୍ୟ କରେ ବୋଲି କୁହାଯାଏ। ପଣସ ମଞ୍ଜିରେ ପ୍ରୋଟିନ ଭରପୂର ଏବଂ ଏହାର ଅଧିକ ହାଇ ସଲ୍ୟୁବଲ ଫାଇବର ସାମଗ୍ରୀ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ପଣସ ମଞ୍ଜି ଖାଇବା ଉପକାରୀ ବୋଲି ବିବେଚନା କରାଯାଏ ଏବଂ ଏହା ଅନେକ ଖାଦ୍ୟରେ ମଧ୍ୟ ବ୍ୟବହାର କରାଯାଇପାରେ। ଏଥିରେ ପ୍ରୋଟିନ୍ ଭରପୂର ଅଟେ। ଏହାକୁ ଭଜା କରି ମଧ୍ୟ ଖାଇ ପାରିବେ। ଏହା ଆପଣଙ୍କ ପାଇଁ ଏକ ସୁସ୍ଥ ହାଇ ଫାଇବର ଜଳଖିଆ ହେବ। ଏହା ବ୍ୟତୀତ ଆପଣ ପଣସ ତରକାରୀ ଖାଇପାରିବେ। ଏଥି ସହିତ, ଏହାର ପତ୍ରର ବ୍ୟବହାର ମଧ୍ୟ ଲାଭଦାୟକ ହେବ।

ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟକାରୀ:

ପାଚିଲା ପଣସ ଅପେକ୍ଷା କଞ୍ଚା ପଣସରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି, ଯାହା ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ। କମ୍ ଅମ୍ଳତା ସ୍ତର ହେତୁ କଞ୍ଚା ପଣସ ହେଉଛି ଏପରି ଏକ ଫଳ ଯାହାକୁ ଆପଣ ନିୟମିତ କାର୍ବୋହାଇଡ୍ରେଟ୍ ଗ୍ରହଣ ପାଇଁ ବଦଳାଇ ପାରିବେ।

ଯଦି ଆପଣ ରନ୍ଧା ହୋଇଥିବା ଚାଉଳର ଏକ ପାତ୍ର ବଦଳରେ କଞ୍ଚା ପଣସ ଖାଉଛନ୍ତି, ତେବେ ଏହାର ଅଧିକ ଦ୍ରବୀଭୂତ ଫାଇବର ପଦାର୍ଥ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ଏବଂ ମଧୁମେହର ଆଶଙ୍କା ମଧ୍ୟ ହ୍ରାସ କରିଥାଏ।

କଞ୍ଚା ପଣସର କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି, ଯାହା ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ପ୍ରାକୃତିକ ଶର୍କର ଏବଂ ଫାଇବର ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରରେ ଗ୍ଲୁକୋଜ ଏବଂ ଇନସୁଲିନକୁ ମୁକ୍ତ କରିବା ଏବଂ ଇନସୁଲିନ ସମ୍ବେଦନଶୀଳତାକୁ ସୁଦୃଦୃଢ କରି ମଧୁମେହର ଲକ୍ଷଣକୁ ରୋକିବା ଏବଂ ପରିଚାଳନା କରିବାରେ ସାହାଯ୍ୟ କରିଥାଏ।

ଅପଚ ସମସ୍ୟାରୁ ମୁକ୍ତି:

ଏହା ବ୍ୟତୀତ ଅପଚ ସମସ୍ୟାରେ ପଣସ ମଞ୍ଜି ପାଉଡର ତୁରନ୍ତ ଆରାମ ପ୍ରଦାନ କରିଥାଏ। ଏଥିପାଇଁ ପ୍ରଥମେ ପଣସର ମଞ୍ଜିକୁ ସୂର୍ଯ୍ୟକିରଣରେ ଶୁଖାଇ ସେଥିରେ ପାଉଡର ତିଆରି କରନ୍ତୁ। ଏହି ପାଉଡରକୁ ଗଚ୍ଛିତ ରଖନ୍ତୁ। ଅପଚ ସମସ୍ୟାରେ, ଏହା ଏକ ଶୀଘ୍ର ଘରୋଇ ଉପଚାର ଭଳି କାର୍ଯ୍ୟ କରିବ। କୋଷ୍ଠକାଠିନ୍ୟ ସମସ୍ୟାରେ ପଣସ ମଞ୍ଜି ମଧ୍ୟ ସିଧାସଳଖ ଖାଇ ପାରିବେ କାରଣ ଏହା ଡାଏଟାରୀ ଫାଇବରରେ ଭରପୂର ଅଟେ। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଏହି ସବୁ ସମସ୍ୟାର ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ମଧୁମେହର କାରଣ ହୋଇପାରେ।

ଯଦି ଆପଣ ଜଣେ ମଧୁମେହ ରୋଗୀ ଏବଂ ନିୟମିତ ଔଷଧ ସହିତ ଆପଣଙ୍କ ଖାଦ୍ୟରେ କଞ୍ଚା ପଣସ ଅନ୍ତର୍ଭୁକ୍ତ କରନ୍ତି, ତେବେ ଏହାକୁ କେବଳ ଡାକ୍ତରଙ୍କ ପରାମର୍ଶରେ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

ଏକ ଭାରତ ଶ୍ରେଷ୍ଠ ଭାରତ ଅଧୀନରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ: ମହାରାଷ୍ଟ୍ର ଯିବେ ୨୫ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ମହାରାଷ୍ଟ୍ର ଏବଂ ଓଡ଼ିଶା ଏହି କାର୍ଯ୍ୟକ୍ରମ ଅଧୀନରେ ସହଯୋଗୀ ରାଜ୍ୟ ଭାବେ ପରସ୍ପର ସହ ସମ୍ପର୍କ ସ୍ଥାପନ କରୁଛନ୍ତି।  ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ଗୁଣୁପୁରସ୍ଥିତ ଜିଆଇଇଟି ବିଶ୍ବବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ ୨ ଜଣ ଶିକ୍ଷକ ମହାରାଷ୍ଟ୍ର ଗସ୍ତ କରିବେ। ସେମାନଙ୍କୁ ମୁମ୍ବାଇର ଠାକୁର କଲେଜ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ପକ୍ଷରୁ ଆତିଥେୟ ପ୍ରଦାନ କରାଯିବ। ଏହି ଛାତ୍ର ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟ ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆପୋସ ସମ୍ପର୍କ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପରସ୍ପରର ଜୀବନଶୈଳୀ, ସଂସ୍କୃତି ପରମ୍ପରା, ଶିକ୍ଷା ପଦ୍ଧତି ଆଦି ବିଷୟରେ ମତବିନିମୟ କରିବା ଲାଗି ସେମାନଙ୍କୁ ସୁଯୋଗ ମିଳିବ। ଚଳିତ ବର୍ଷ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମୋଟ ୭୫୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଯୋଗ୍ୟ ଯେ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାର ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୧ ଅକ୍ଟୋବର, ୨୦୧୫ରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୦ତମ ଜୟନ୍ତୀ ଅବସରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମର ଘୋଷଣା କରିଥିଲେ। ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଅବଧାରଣା ମାଧ୍ୟମରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ବଢ଼ାଇବା ଲାଗି ଦେଶବ୍ୟାପୀ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ଐତିହାସିକ, ସାଂସ୍କୃତିକ ସମ୍ପର୍କକୁ ଉଜାଗର କରିବା ଲାଗି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରୟାସ କରାଯାଉଛି।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଭାଷା ଶିଖିବା, ସଂସ୍କୃତି, ପରମ୍ପରା, ସଂଗୀତ, ପର୍ଯ୍ୟଟନ, ଖାଦ୍ୟପେୟ, କ୍ରୀଡ଼ା ଏବଂ ସର୍ବୋତ୍ତମ ପଦ୍ଧତିକୁ ବାଣ୍ଟିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନକୁ ପ୍ରୋତ୍ସାହନ ଦିଆଯାଉଛି।

Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବରେ ଆପ୍ ର ପରାଜୟ, ସମାଜବାଦୀ ପାର୍ଟି ଠାରୁ ରାମପୁର ସିଟ୍ ଛଡ଼ାଇ ନେଲା ବିଜେପି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଏବଂ ପଞ୍ଜାବର ଦୁଇଟି ରାଜ୍ୟରେ ମୋଟ ତିନିଟି ଲୋକସଭା ଆସନ (ଆଜମଗଡ, ରାମପୁର ଏବଂ ସଙ୍ଗୁରର) ବ୍ୟତୀତ ଅନ୍ୟ ଚାରିଟି ରାଜ୍ୟରେ ସାତୋଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନ ପାଇଁ ଭୋଟ୍ ଗଣନା ଚାଲିଛି। ଏହି ସମୟରେ, ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଦୁର୍ଗେଶ ପାଠକ ୧୧,୫୫୫ ଭୋଟରେ ଦିଲ୍ଲୀର ରାଜୀନ୍ଦର ନଗର ବିଧାନସଭା ଆସନରୁ ନିର୍ବାଚନରେ ​​ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ନିର୍ବାଚନରେ ​​ବିଜୟୀ ହୋଇଛନ୍ତି। ତ୍ରିପୁରା ସହର ବାରାଡୋୱାଲିରୁ ଭାଗ୍ୟ ପରୀକ୍ଷା କରୁଥିବା ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ ରହିବାକୁ ଏହି ନିର୍ବାଚନରେ ​​ଜିତିବା ଆବଶ୍ୟକ ଥିଲା। ତ୍ରିପୁରାର ଅଗରତାଲା ଠାରୁ କଂଗ୍ରେସର ସୁଦୀପ ରୟ ବର୍ମନ ମଧ୍ୟ ଜିତିଛନ୍ତି।

ଉତ୍ତରପ୍ରଦେଶର ଉଭୟ ଲୋକସଭା ଆସନରେ ବିଜେପି ଏବଂ ଏସପିଙ୍କ ମଧ୍ୟରେ କଡା ଲଢେଇ ଚାଲିଛି। ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ରାମପୁରରେ ବିଜେପିର ଘନଶ୍ୟାମ ଲୋଧି ୨୭ ହଜାର ୩୬୫ ଭୋଟରେ ଆଗୁଆ ଥିବାବେଳେ ଆଜମଗଡର ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ଭାଇ ଧର୍ମେନ୍ଦ୍ର ଯାଦବ ପ୍ରାୟ ୫ ହଜାର ଭୋଟରେ ବିଜେପିର ଦୀନେଶ ଲାଲ ଯାଦବଙ୍କ ଠାରୁ ପଛରେ ଅଛନ୍ତି।

ପଞ୍ଜାବର ସଙ୍ଗୁରର ଲୋକସଭା ଆସନରେ ଆପ ପ୍ରାର୍ଥୀ ଗୁରୁମେଲ ସିଂଙ୍କୁ ଶିରୋମଣି ଅକାଲୀ ଦଳ (ଅମୃତସର) ପ୍ରାର୍ଥୀ ସିମରଞ୍ଜିତ ସିଂ ମନ୍ ପରାସ୍ତ କରିଛନ୍ତି।