Author: Samikhsya Bureau

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଏକ ଅଜବ ବିଶ୍ବାସ ରହିଛି। ତେବେ ଏହି ବିଶ୍ବାସ ପ୍ରଥମେ ଜଣାପଡି ନ ଥିଲା। ହେଲେ ପରବର୍ତ୍ତି ସମୟରେ ତାହା ଜଣାପଡିଥିଲା। ତାହା ହେଲା ଯେ, ସେ ଯେତେଥର କୋର୍ଟ କିମ୍ବା ଥାନାକୁ ଯାଉଛନ୍ତି ସେ ସେତେଥର ପିନ୍ଧିଥିବା ଚପଲକୁ ଛାଡି ଦେଇ ଖାଲିପାଦରେ ଆସୁଛନ୍ତି। ଏହା ଦ୍ବାରା ତାଙ୍କୁ କୁଆଡେ ଶିଘ୍ର ଜାମିନ ମିଳିବ ବୋଲି ବିଶ୍ବାସ ରହିଛି। ଅର୍ଚ୍ଚନା ଯେତେବେଳେ ପ୍ରଥମେ ଥାନାରେ ହାଜର ହୋଇଥିଲେ ସେତେବେଳେ ସେ ଥାନାରୁ ବାହାରିବା ପରେ ଚପଲ ଛାଡି ଥିଲେ। ସେତେବେଳେ ସେ ଭୁଲରେ ବା ଟେନସନରେ ଚପଲ ପିନ୍ଧିବାକୁ ଭୁଲି ଯାଇଛନ୍ତି ବୋଲି କୁହାଯାଉଥିଲା। ତାପରେ କୋର୍ଟକୁ ଯିବା ପରେ ମଧ୍ୟ ସେହିପରି ଚପଲ ଛାଡିଥିଲେ। ସେତେବେଳେ ସମସ୍ତେ ଭାବିଲେ ଯେ ଧସ୍ତାଧସ୍ତିରେ ତାଙ୍କ ଗୋଡରୁ ଚପଲ ବାହାରିଯାଇଛି। ହେଲେ ପୁଣି ଥରେ ସେ କୋର୍ଟରେ ହାଜର ହୋଇ ଗାଡିରେ ବସିବାକୁ ଯିବା…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର ଉପକଣ୍ଠ ସ୍ଥିତ ୧୦ ଟି ଗ୍ରାମରେ ଗ୍ରାମ ସଂଯୋଗୀକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୭ ନଭେମ୍ବରରୁ ୧୩ ଡିସେମ୍ବର, ଗୋଟିଏ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଚତୁର୍ଥ ବର୍ଷର ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱର ଉପକଣ୍ଠରେ ଥିବା କୁଜିମହଲ, ଶିମିଳିପାଟଣା, ମେଣ୍ଢାଶାଳ, ଛତାବର, ଗିରିଙ୍ଗାପୁଟ, ଦାସପୁର, କାଟେଣି, କଂଟାବାଡ, ଭୋଳା ଓ ଅନ୍ଧାରୁଆ ପ୍ରଭୃତି ଗ୍ରାମକୁ ସାମିଲ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଏହି ଗ୍ରାମଗୁଡ଼ିକୁ ପରିଦର୍ଶନ କରିବା ସହ ଗ୍ରାମର ସାମାଜିକ, ଅର୍ଥନୈତିକ ଓ କୃଷିଭିତିକ ତଥ୍ୟ ଆଧାରରେ ରେଖାଚିତ୍ରମାନ ପ୍ରସ୍ତୁତ କରିଥିଲେ। ଏଥି ସହିତ କୃଷି ଓ କୃଷିଜାତ ଉତ୍ପାଦମାନଙ୍କର ବିକ୍ରୟ ଓ ବଜାରୀକରଣ ବିଷୟରେ ଅଗ୍ରଣୀ କୃଷକମାନଙ୍କ…

Read More

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ, ସାଲିସ୍‌ବିହୀନ ରାଜନେତା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଡା. ଦାମୋଦର ରାଉତଙ୍କ ୮୧ତମ ଜନ୍ମ ଦିବସ ମଙ୍ଗଳବାର ଦିନ ସକାଳେ ପାଳନ ହୋଇଛି। ଫରେଷ୍ଟ ପାର୍କସ୍ଥିତ ନିଜ ସରକାରୀ ବାସଭବନରେ ଅତ୍ୟନ୍ତ ନିରାଡ଼ମ୍ବର ଭାବରେ ଡା. ରାଉତଙ୍କର ଜନ୍ମ ଦିବସ ବନ୍ଧୁ, ସହୋଦର, ସହକର୍ମୀ ଓ ରାଜନେତାମାନଙ୍କ ଗହଣରେ ପାଳିତ ହୋଇଯାଇଛି। ବନ୍ଧୁମାନଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଡା. ରାଉତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ନିରାଡ଼ମ୍ବର ଓ ସୁସ୍ଥ ଜୀବନ କାମନା କରିଥିଲେ । ଏହି ଅବସରରେ କେକ୍ କଟାଯିବା ସହ ମିଠା ଓ ପିଠା ଉପସ୍ଥିତ ଶୁଭେଚ୍ଛୁ ମାନଙ୍କୁ ବଣ୍ଟନ କରାଯାଇଥିଲା। ଏଥିସହ ଡା. ରାଉତଙ୍କ କର୍ମମୟ ଜୀବନ ଉପରେ ଏକ ପୁସ୍ତକ ‘ଦାମୋଦର’ ପ୍ରକାଶ ପାଇଥିଲା। ଏହି ଜନ୍ମୋତ୍ସବ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଦେବାଶିଷ…

Read More

ଭୁବନେଶ୍ୱର : କୃଷକମାନଙ୍କର ସର୍ବାଙ୍ଗୀନ ବିକାଶ ଓ ଆୟ ବୃଦ୍ଧି ଦିଗରେ ଉଦ୍ୟାନ କୃଷିର ପ୍ରମୁଖ ଭୂମିକା ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟାନ କୃଷିକୁ ପ୍ରାଥମିକତା ଦିଆଯାଉଛି। ଚାଷୀମାନେ ଉପଯୁକ୍ତ ଜ୍ଞାନକୌଶଳ ବ୍ୟବହାର କଲେ ଉଦ୍ୟାନ କୃଷିରୁ ଅଧିକ ଲାଭବାନ ହୋଇପାରିବେ। ରାଜ୍ୟର ଜଳବାୟୁ ଓ ମୃତ୍ତିକା ଦୃଷ୍ଟିରୁ ଉଦ୍ୟାନ କୃଷିର ବ୍ୟାପକ ସୁଯୋଗ ରହିଥିବାବେଳେ ଚାଷୀମାନଙ୍କ ମଧ୍ୟରେ ଉଦ୍ୟାନ କୃଷିକୁ ଅଧିକ ଲୋକପି୍ରୟ କରାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି କୃଷି ଭବନଠାରେ ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶାଳୟର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଓ ବ୍ୟୟବରାଦିର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ କୃଷି ଓ ଆନୁଷଙ୍ଗିକ କୃଷିର ଉପଯୁକ୍ତ ସମନ୍ୱୟରେ ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ଼ ହୋଇପାରିବ । ରାଜ୍ୟ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି। ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।

Read More

ମେଷ: – ଆଜି, ଆପଣ କଠିନ ପରିଶ୍ରମର ଫଳ ପାଇବେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ବ୍ୟବସାୟରେ ପୁଞ୍ଜି ବିନିଯୋଗ ହେବ। ଚାକିରିରେ ଲାଭର ଏକ ସ୍ଥିତି ହେବ। ଅସୁସ୍ଥ ହୋଇପାରନ୍ତି। ଦୟାକରି ଭୋକିଲା ବ୍ୟକ୍ତିଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ। ବୃଷ: – ଆଜି ସୁଖ ସହିତ ଦିନଟି ଆରମ୍ଭ ହେବ। ପିଲାଙ୍କ ପାଖରୁ ଭଲ ଖବର ଆସିବ। ଯେକୈଣସି ଉତ୍ସବରେ ଯୋଗ ଦେଇ ପାରନ୍ତି । ସମ୍ପତ୍ତି ବିବାଦ ଅପରିବର୍ତ୍ତିତ ରହିବ। ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିରକ୍ତ କରିପାରେ। ସତର୍କ ରୁହନ୍ତୁ। ମିଥୁନ: ଆପଣଙ୍କର ମାନସିକତା ଦିନକୁ ଦିନ ନକାରାତ୍ମକ ହୋଇଯାଉଛି। ଠିକ୍ ସମୟରେ ସତର୍କ ରୁହନ୍ତୁ। ତନ୍ତ-ମନ୍ତ୍ର ପ୍ରତି ଆଗ୍ରହୀ ହେବେ। ସାଙ୍ଗମାନଙ୍କ ସାହାଯ୍ୟରେ କାର୍ଯ୍ୟ ସମାପ୍ତ ହେବ। ରାଜନୀତିରେ ତୁମର ସ୍ଥିତି ବୃଦ୍ଧି ପାଇପାରେ, କଠିନ ପରିଶ୍ରମ କରାଯିବ। କର୍କଟ: – ଆଜି, ଆପଣ ଆପଣଙ୍କର କ୍ୟାରିୟର ପ୍ରତି ସଚ୍ଚୋଟ ଭାବରେ କାମ କରୁନାହଁ। ବ୍ୟବସାୟ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇପାରେ।…

Read More

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌) ଟିମ୍ ଦ୍ୱାରା ଜୀବନ ପ୍ରତି ବିପଦ ଥିବା ଦୁଇ ଜଣ ରୋଗୀଙ୍କର ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର କରାଯାଇଛି। ଏହି ଜୀବନ ପ୍ରତି ବିପଦ ଥିବା ଭଳି ବ୍ୟାଧିରେ ମୃତ୍ୟୁ ହାର ଖୁବ୍ ଅଧିକ। ତେଣୁ ଏଭଳି ରୋଗୀମାନଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି ଏବଂ ଅଧିକାଂଶ ରୋଗୀ ଚିକିତ୍ସା ନିମନ୍ତେ ରାଜ୍ୟ ବାହାରକୁ ଯାଉଥିବାରୁ ବିଳମ୍ବ ହେତୁ ସେମାନଙ୍କର ମୃତ୍ୟୁ ଘଟୁଛି ବୋଲି ବୁଧବାର ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଟିଭିଏସ୍ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ ସୂଚନା ଦେଇଛନ୍ତି। ଆଓର୍ଟିକ୍ ରୁଟ ରିପ୍ଲେସମେଂଟ ଓ ଆର୍ଚ୍ଚ ରିପ୍ଲେସ୍‌ମେଂଟ ଭଳି ଜଟିଳ ହୃଦ ଅସ୍ତ୍ରୋପଚାର ଭାରତର ମାତ୍ର ଅଳ୍ପ କେତୋଟି ସ୍ୱାସ୍ଥ୍ୟାନୁଷ୍ଠାନରେ ଉପଲବ୍ଧ ହେଉଥିବା…

Read More

ଭୁବନେଶ୍ୱର: ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ ଅବସରରେ, ଭୁବନେଶ୍ୱରରେ ଆୟୋଜିତ ଏକ ରୋଡ ସୋ ରାଲିକୁ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ। ମନ୍ତ୍ରୀ ଶ୍ରୀ ଦେବ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଯଦି ବର୍ତ୍ତମାନ ଭଳି ଉଚ୍ଚ ହାରରେ ବିଜୁଳି ଚାହିଦା ବୃଦ୍ଧି ପାଏ ତେବେ ଭବିଷ୍ୟତରେ ବିଜୁଳି ଅଭାବ ଦେଖାଦେବ। ଯେଉଁ ଜିନିଷ ଉପରେ ଆମେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ସେହି ଜିନିଷର ସଂରକ୍ଷଣ କରିବା, ତାହାକୁ ସଂରକ୍ଷିତ କରିବା ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ସମସ୍ତଙ୍କର କର୍ତ୍ତବ୍ୟ। ନିଆଁ, ପାଣି ଓ ପବନ ବ୍ୟତୀତ ବିଜୁଳି ଜୀବନର ଚତୁର୍ଥ ଆବଶ୍ୟକତା ପାଲଟିଛି । ତେଣୁ ଶକ୍ତି ସଂରକ୍ଷଣ ପାଇଁ ଆମେ ସବୁ ପ୍ରକାର ପଦକ୍ଷେପ ନେବା ନିହାତି ଆବଶ୍ୟକ । ସମଗ୍ର ଓଡିଶାରେ ଶକ୍ତି ସଞ୍ଚୟ…

Read More

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଚଳିତ ବର୍ଷ ଭୁବନେଶ୍ୱର ଓ ରାଉରକେଲାର ୯୦ଟି ବିଦ୍ୟାଳୟରେ ଅଲିମ୍ପିକ୍‌ ମୂଲ୍ୟବୋଧ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଅଛି। ଏହି ଅବସରରେ ଗତ ମଙ୍ଗଳବାର ଦିନ ବିଶିଷ୍ଟ ଅଲିମ୍ପିଆନ୍‌-ତଥା-ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ଟ୍ରଷ୍ଟର ଫାଉଣ୍ଡର ତଥା ବିଶିଷ୍ଟ କ୍ରୀଡ଼ାବିତ୍‌ ଅଭିନବ ବିନ୍ଦ୍ରା ଓ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ଭୁବନେଶ୍ୱର ଲକ୍ଷ୍ମୀସାଗରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଅଲିମ୍ପିକ୍‌ ମୂଲ୍ୟବୋଧ ସମ୍ପର୍କିତ ଶିକ୍ଷା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ଉଭୟ ଅତିଥି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଅଲିମ୍ପିକ୍‌ ମୂଲ୍ୟବୋଧ ସମ୍ପର୍କିତ ଫଟୋ ପ୍ରଦର୍ଶନୀ ଓ ବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍‌ ମ୍ୟାଚ୍‌ ବୁଲି ଦେଖିବା ସହିତ ଛାତ୍ରଛାତ୍ରୀମାନଙ୍କ ସହ ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ସମ୍ପର୍କରେ ଆଲେଚନା କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀ…

Read More

ଭୁବନେଶ୍ବର: ବେଗୁନିଆ ତହସିଲଦାର ତଥା ଉପ ନିବନ୍ଧକ ପୃଥ୍ୱୀରାଜ ମଣ୍ଡଳ ଆଜି ଭିଜିଲାନ୍ସ ପଞ୍ଝାରେ ପଡିଯାଇଛନ୍ତି। ଲାଞ୍ଚ ନେବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ବେଗୁନିଆ ତହସିଲଦାର ଧରା ପଡିଛନ୍ତି। ଜମିର କିସମ ପରିବର୍ତ୍ତନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୃଥ୍ୱୀରାଜ ମଣ୍ଡଳ ଧରାପଡିଛନ୍ତି। ନିଜ କଳିଙ୍ଗନଗର ସ୍ଥିତ ବାସଭବନ ଆଗରୁ ଜମି କିସମ ପରିବର୍ତ୍ତନ ପାଇଁ ତହସିଲଦାର ରଙ୍ଗ ବୋଳା ୪୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେଠାରେ ପୂର୍ବରୁ ଜାଲ ବିଛାଇ ଛକି ରହିଥିବା ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଥିଲେ। ପରେ ତହସିଲଦାରଙ୍କୁ ଧରି ବେଗୁନିଆ ତହସିଲ କାର୍ଯ୍ୟାଳୟର ବିଭନ୍ନ କାଗଜପତ୍ର ଭିଜିଲାନ୍ସ ଟିମ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଞ୍ଚ କରୁଥିବା ଜଣାପଡିଛି। କେସ ନମ୍ବର ୯/୨୨ରେ ମାମଲା ରୁଜୁ କରି ଭିଜିଲାନ୍ସ ଟିମ ଅଧିକ ଖୋଲତାଡ଼ କରୁଛି।

Read More

ରଣପୁର/ଓଡଗାଁ: ନୟାଗଡ ଜିଲ୍ଲାର ଓଡଗାଁ ବ୍ଲକ ଅନ୍ତର୍ଗତ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପ୍ରସ୍ତୁତି ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସହ ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ, ଓଡଗାଁ ବ୍ଲକ ଶିକ୍ଷା ଅଧିକାରିଣୀ ଗୀତାଞ୍ଜଳି ସାହୁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ମାନସ କୁମାର ମିଶ୍ର, ବ୍ଲକ ଚେୟାରମ୍ୟାନ ଲୋକନାଥ ସାହୁ, ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବିଭିନ୍ନ କମିଟି ଗଠନ କରଯାଇଥିଲା। ଆସନ୍ତା ୨୦ ତାରିଖରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା କରାଯିବା ପାଇଁ ସ୍ଥିର କରାଯାଇଛି। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଶିକ୍ଷକ ସଂଘର ସଭାପତି, ସମ୍ପାଦକ ଓ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ।

Read More

ସୀତାରାମ ଅଗ୍ରୱାଲ ଚିଲିକା: ନିର୍ବାଚିତ ସମିତି ସଭ୍ୟାଙ୍କୁ ଜାତିଆଣ ଆକ୍ଷେପ ମାହାଙ୍ଗା ପଡିଛି। ଏହି ମାମଲାରେ ଯୋଗାଣ ସହାୟକ ବନ୍ଧା ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଅଭିଯୋଗ ମୁତାବକ ଚିଲିକା ବ୍ଲକ ହାଟବରଡ଼ି ପଞ୍ଚାୟତର ଯୋଗାଣ ସହାୟକ ସଞ୍ଜୟ ଜେନା ଉକ୍ତ ପଞ୍ଚାୟତର ସମିତି ସଭ୍ୟା ମିନତୀ ବେହେରାଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ତେବେ ପିଡ଼ିଏସ ସାମଗ୍ରୀରେ ହେରଫେର ହେଉଥିବା ଜଣାପଡିବାରୁ ମିନତୀ ପୁର୍ବରୁ ଏହାର ଦୃଢ଼ ପ୍ରତିବାଦ କରିଥିଲେ। ସଞ୍ଜୟ ଆକ୍ରୋଶମୂଳକ ଭାବେ ତାଙ୍କୁ ଦୁର୍ବ୍ୟବହାର ଏବଂ ଜାତିଆଣ ଆକ୍ଷେପ କରିଥିବା ମିନତୀ ଏତଲାରେ ଦର୍ଶାଇଛନ୍ତି। ସେହିପରି ଭାବେ ବିଗତଦିନରେ ସଞ୍ଜୟ ମିନତୀଙ୍କ ସ୍ୱାମୀ ଶୁକଦେବ ବେହେରାଙ୍କ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ସହ ଗ୍ରାମର ଜଣେ ଦିବ୍ୟାଙ୍ଗ ଓ ନାବାଳିକାଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ ଶୁକଦେବଙ୍କ ବିରୋଧରେ ଅପପ୍ରଚାର କରିଥିଲେ।  ସଞ୍ଜୟ ପୁର୍ବରୁ…

Read More

ଭୁବନେଶ୍ୱର: ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପଡା ଗ୍ରାମରୁ ନୂତନ ଗ୍ରାମ, ନୂଆ ରାଜସ୍ୱ ନିରକ୍ଷକଙ୍କ କାର୍ଯ୍ୟାଳୟ ଓ ମୋ ସରକାରର ଅନ୍ତର୍ଗତ ସମସ୍ତ ସେବା ପ୍ରଦାନ ସମ୍ବନ୍ଧରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସମସ୍ତ ଡିଭିଜନର ଡିଭିଜନର ରାଜସ୍ୱ ଆୟୁକ୍ତ, ବିଭାଗର ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳମାନେ ଯୋଗ ଦେଇଥିଲେ। ଏହି ବୈଠକରେ ବିଭାଗୀୟ ଅଧିକାରୀ ପଡା ଗ୍ରାମରୁ ନୂତନ ଗ୍ରାମ ସୃଷ୍ଟି ପାଇଁ ନିର୍ଗମନ ହୋଇଥିବା ବିଭିନ୍ନ ବିଜ୍ଞପ୍ତି ଉପରେ ଆଲୋକପାତ କରିଥିଲେ। ୨୦୨୧ ମସିହାରେ ହୋଇଥିବା ବିଜ୍ଞପ୍ତିରେ ପଡା ଗ୍ରାମରେ ୨୫୦ ରୁ କମ ଲୋକ ଥିଲେ ମଧ୍ୟ ରାଜସ୍ୱ ଗ୍ରାମ ଓ ପଡା ଗ୍ରାମ ମଧ୍ୟରେ ଗମନାଗମନରେ କୌଣସି ପ୍ରାକୃତିକ ପ୍ରତିବନ୍ଧକ ଥିଲେ, ପଡା…

Read More

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଔଷଧ କାରବାର ଉପରେ ଚଢ଼ଉ ଓ ଧରପଗଡ ଜୋରଦାର କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଔଷଧ ଉପରେ କଡ଼ା ନଜର ରଖିବା ସହ ସମସ୍ତ ସମ୍ବେଦନଶୀଳ ଓ ସନ୍ଦେହାତ୍ମକ ଗୋଦାମ ଉପରେ ସଘନ ଚଢ଼ାଉ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଔଷଧ ଗୋଦାମ ସହ ଖୁଚୁରା ବ୍ୟବସାୟ କେନ୍ଦ୍ର ଓ ଦୋକାନ ମାନଙ୍କରେ ମଧ୍ୟ ଚଢ଼ାଉ ଜାରି ରହିଛି। ଇତି ମଧ୍ୟରେ କଟକରେ ୬ ଟି, କେନ୍ଦ୍ରାପଡାରେ ୧ ଟି, ଝାରସୁଗୁଡାରେ ୨ ଟି,ଏବଂ ସୁନ୍ଦରଗଡ, ବରଗଡ ଓ ସମ୍ବଲପୁରରେ ୧ ଟି ଲେଖାଏଁ ଯାଗାରୁ ନକଲି ଔଷଧ ଧରାଯାଇ ଆଇନଗତ ମକଦ୍ଦମା ରୁଜୁ କରାଯାଇଛି। ଦୋକାନମାନଙ୍କରେ ଥିବା ପ୍ରତି ଔଷଧ ଷ୍ଟ୍ରିପ୍କୁ ଯାଞ୍ଚ କରାଯାଉଛି। ଲଗାତର ଭାବେ ଚଢ଼ାଉ ଜାରି ରଖି ନକଲି କାରବାର…

Read More

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ନିକଟରେ ଥିବା କୃଷ୍ଣ ଦ୍ବିପାୟନ ବେଦ ପାଠଶାଳାରେ ବେଦ ଜ୍ଞାନ ସପ୍ତାହ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି। ଏହି ଉଦଘାଟନି କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ତିରୁପତି ଜାତୀୟ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡାଃ ସତ୍ୟ ନାରାୟଣ ଆଚାର୍ଯ୍ୟ, ରଣପୁର ତହସିଲଦାର ପ୍ରଭାକର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ମହର୍ଷି ସନ୍ଦୀପନୀ ରାଷ୍ଟ୍ରୀୟ ବେଦ ପ୍ରତିଷ୍ଠାନ ଉଜ୍ଜୟନୀ ଶିକ୍ଷା ମନ୍ତ୍ରଣାଳୟର ପ୍ରଫେସର ଡାଃ ସତ୍ୟ ନାରାୟଣ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅଖିଳ ବେଦ ଶାସ୍ତ୍ର ଧର୍ମ ସମ୍ପର୍କରେ ବୁଝାଇଥିଲେ। ସୁଧାକର ପଣ୍ଡା, ଡାଃ କଳ୍ପନା ରଥ, ପ୍ରଫେସର ପ୍ରମୋଦ କୁମାର ନନ୍ଦ, ଡାଃ. ନୀଳାଚଳ ମିଶ୍ର, ପ୍ରଫେସର ବିଜୟ କୁମାର ଜେନା ପ୍ରମୁଖ ବେଦ ପାଠ ଚକ୍ର ଉପରେ ଏହି ପାଠଶାଳାର ପ୍ରତିଷ୍ଠାତା ଅଶୋକ କୁମାର ମହାପାତ୍ର, ସନ୍ତୋଷ କୁମାର…

Read More

ରଣପୁର: ସେତୁ ବ୍ରିଟିଶ ଅମଳର। ଶହେ ବର୍ଷ ହେବ ସେମିତି ଭାର ସମ୍ଭାଳି ଆସୁଛି। ବେଳକୁ ବେଳ ଭାର ବଢ଼ିଚାଲିଛି ସିନା, ସେତୁର ମରାମତି ହେଉନି। ଫଳରେ ତାହା ଏବେ ମରଣଯନ୍ତା ପାଲଟିଛି। କେତେବେଳେ ବି ବଡ଼ ଅଘଟଣ ଘଟିପାରେ। ଏ କଥା ସ୍ଥାନୀୟ ପ୍ରଶାସନ ଜାଣିଥିଲେ ସୁଦ୍ଧା ପଦକ୍ଷେପ ଶୂନ। ସେପଟେ ୬ ବର୍ଷ ହେବ ଭିତ୍ତିପ୍ରସ୍ତର ସ୍ଥାପନରେ ରହିଯାଇଛି ନୂତନ ସେତୁର ନିର୍ମାଣ କାମ। ରଣପୁର ବ୍ଲକ ଚମ୍ପତ୍ତିପୁର ଗାଁ ଦେଇ ବହିଯାଇଛି ମଲାଗୁଣି ନଦୀ। ଆଉ ବ୍ରିଟିଶ ଅମଳରୁ ନଦୀ ଛାତିରେ ଛିଡ଼ା ହୋଇଛି ଏହି ସେତୁ। ଶହେ ବର୍ଷର ସେତୁଟିର ତଳ ଫାଟି ଆଁ କରିଛି।  ମାଙ୍କଡ଼ା ପଥରରେ ନିର୍ମିତ ପିଲାରରୁ ପଲସ୍ତରା ଛାଡ଼ି ଯାଇଛି। ସେତୁ ଉପରେ ଭାରିଯାନ ଚଢିବା ମାତ୍ରେ ତାହା ଦୋହଲୁଛି। ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ଚୁପ ବସିଛି ସ୍ଥାନୀୟ ପ୍ରଶାସନ। ତେବେ ସେତୁଟି ରଣପୁରକୁ…

Read More

ଭୁବନେଶ୍ବର: ଶେଷରେ ଜାମିନ ପାଇଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦେଶକ ନିରଞ୍ଜନ ସେଠୀ। ଏକ ହତ୍ୟାକାଣ୍ଡ ଘଟଣାରେ ଭଦ୍ରକ ଜେଲରେ ଅଛନ୍ତି ନିରଞ୍ଜନ। ପୂର୍ବରୁ ତଳ କୋର୍ଟ ଦ୍ୱାରା ଜାମିନ ନାକଚ ହୋଇଥିଲେ ହେଁ ହାଇକୋର୍ଟ ଦ୍ୱାରା ଜାମିନ ମିଳିଛି। ତେବେ ଏ ପର୍ଯ୍ୟନ୍ତ ଜାମିନ ନିର୍ଦ୍ଦେଶ ଜେଲକୁ ଆସି ନ ଥିବାରୁ ସେ ମୁକୁଳି ପାରି ନାହାଁନ୍ତି। କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ସେ ଗତ ମାର୍ଚ୍ଚ ମାସରେ ଗିରଫ ହୋଇଥିଲେ। ଏଥି ସହିତ ସେତେବେଳେ ରାଜ କମ୍ୟୁନିକେସନର ମାଲିକ ରଂଜନ ଦାସ ମଧ୍ୟ ଗିରଫ ହୋଇଥିଲେ। ଏହି ହତ୍ୟାକାଣ୍ଡର ମୁଖ୍ୟ ବୋଲି କୁହାଯାଉଥିବା ଶର୍ମିଷ୍ଠା ରାଉତ ମଧ୍ୟ ଗିରଫ ହୋଇଛନ୍ତି।

Read More

ରଣପୁର: ତୁରନ୍ତ ଧାନ ମଣ୍ଡି ଖୋଲିବା ଦାବୀରେ ଆଜି ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ), ସି.ପି.ଆଇ.ଏମ. ରଣପୁର ଆଞ୍ଚଳିକ କମିଟି ତରଫରୁ ଧାରଣା ଦିଆଯାଇଛି। ରଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସି ପି ଆଇ (ଏମ) ପକ୍ଷରୁ  ଧାରଣା ଦିଆଯାଇଛି। ରଣପୁର ଆଞ୍ଚଳିକ କମିଟିର ସମ୍ପାଦକ ନିତ୍ୟାନନ୍ଦ ପରିଡା, ସୁରେଶ ସ୍ବାଇଁ, କ୍ଷେତମୁଳିଆ ନେତା ଦୁଃଶାସନ ଜେନା, ଗଦାଧର ପ୍ରଧାନ, ସଂଯୁକ୍ତା ସେଠୀ, ସୁଶୀଲ ମହାନ୍ତି, ରଜତ ଜେନା, ନିରଞ୍ଜନ ରାଉତ, କୁଳମଣି ପଲେଇ ଓ ସବ୍ୟସାଚୀ ସେନାପତି ପ୍ରମ୍ମୁଖ ବକ୍ତବ୍ୟ ଦେଇ ସରକାରଙ୍କ ମଣ୍ଡି ଖୋଲି ଧାନ କିଣିବାରେ ଅହେତୁକ ବିଳମ୍ବ ଏବଂ ପ୍ରଶାସନ ନୀରବତାକୁ ତୀବ୍ର ସମାଲୋଚନା କରିଥିଲେ। ଚଳିତ ବର୍ଷ ଧାନ ଫସଲ ଅମଳ କରି ନିଜର ଆବଶ୍ୟକ ଖର୍ଚ୍ଚ ପାଇଁ ଚାଷୀ ଅଭାବୀ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ତେଣୁ ପାର୍ଟି ତରଫରୁ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ରଣପୁର ଅଞ୍ଚଳରେ ତୁରନ୍ତ…

Read More

ଭୁବନେଶ୍ବର: ଆଜି ଏସଟିଏଫ ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ବେଲପାଳ ଛକରୁ ଜଣେ ବନ୍ୟଜନ୍ତୁ ଶିକାରୀକୁ ଗିରଫ କରି ବେଆଇନ ବାଘ ଛାଲ ଜବତ କରିଛି। ସୂଚନା ମୁତାବକ ଆଜି ସକାଳେ ବେଲପାଳ ଛକରେ ବେଆଇନ ବାଘ ଛାଲ ଡ଼ିଲ ହେଉଥିବାର ଖବର ପାଇଥିଲା ଏସଟିଏଫ। ବିଳମ୍ବ ନକରି ବାରିପଦା ବନଖଣ୍ଡର ଅଧିକାରୀମାନଙ୍କ ସହାୟତାରେ ଉକ୍ତ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ଦେବାଶିଷ ପାତ୍ର(21) ଙ୍କୁ ଗିରଫ କରିଛି ଏସଟିଏଫ। ତାଙ୍କ ନିକଟରୁ ଏକ ବାଘ ଛାଲ ଜବତ ହୋଇଥିବା ବେଳେ ଏସଟିଏଫ କେସ ନମ୍ବର 31/22 ରେ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଅପରପକ୍ଷେ ଜବତ ବାଘଛାଲକୁ ଅଧିକ ପରୀକ୍ଷଣ ନିମନ୍ତେ ଦେହେରାଦୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ଅନୁଷ୍ଠାନ କୁ ପଠାଯିବ ବୋଲି ଏସଟିଏଫ କହିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ର ନୂତନ ଅଧ୍ୟକ୍ଷ ଭାବେ ଆଜି ଦାଇତ୍ୱ ଗ୍ରହଣ କରିଛନ୍ତି ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ବିନାୟକ ହୋତା । ଶ୍ରୀ ହୋତା ଆଜି ମଧ୍ୟାହ୍ନରେ ଅସ୍ଥାୟୀ ଅଧ୍ୟକ୍ଷ ଡ଼ା. ଏସପିଏନଏସ ବର୍ମାଙ୍କ ନିକଟରୁ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ବିଜୟା ବନ୍ଦନା ରାଉତରାୟଙ୍କ ଉପସ୍ଥିତିରେ ନୂତନ ଦାଇତ୍ୱ ଭାର ଗ୍ରହଣ କରିଥିଲେ । ଏହାପରେ ନୂତନ ଅଧ୍ୟକ୍ଷ ମହାବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋଦାବରୀଶ ମିଶ୍ର, ଗଣେଶ ଏବଂ ସରସ୍ବତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଉକ୍ତ ସଭାଟି ମହାବିଦ୍ୟାଳୟ ନୂତନ ପାଠ୍ୟ ଗୃହ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ତେବେ ଗୋଦାବରୀଶ ମହାବିଦ୍ୟାଳୟ ଓଡିଶାର ଏକ ସୁନାମଧନ୍ୟ ମହାବିଦ୍ୟାଳୟ ହୋଇଥିବା ବେଳେ ବର୍ତ୍ତମାନ ଏହା ବିଭିନ୍ନ…

Read More

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ଗାଇଗୋରୁଙ୍କର ଏକ ଚର୍ମ ରୋଗ ବ୍ୟାପିବାରେ ଲାଗିଛି। ଏହାକୁ ଲମ୍ପି ବା Lumpy Skin Disease ବୋଲି କୁହାଯାଉଛି। ଏହି ରୋଗ ହେଲେ ଗାଇଗୋରୁଙ୍କ ଦେହ ସାରା ଫୁଲାଫୁଲା ହୋଇଯାଉଛି। ଯାହା ବଡ ସାଙ୍ଗାତିକ ବୋଲି କୁହାଯାଉଛି। ଗାଈଗୋରୁଙ୍କ ଏହି ଚର୍ମବିଣ୍ଡି ରୋଗ ନିରାକରଣ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ୩୧୪ଟି ଭ୍ରାମ୍ୟମାଣ ୟୁନିଟ୍, ୫୪୧ଟି ପ୍ରାଣୀଚିକିତ୍ସା କେନ୍ଦ୍ର ଏବଂ ୩୨୩୯ ପ୍ରାଣୀ ସମ୍ପଦ ସହାୟକ କେନ୍ଦ୍ର ମାଧ୍ୟମରେ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ପରାମର୍ଶ ପାଇଁ: ୧୫୫୩୩୩ କିମ୍ବା ୧୯୬୨ ନିଶୁଳ୍କ ନମ୍ବର ଡାଏଲ୍ କରନ୍ତୁ ବୋଲି କୁହାଯାଇଛି।

Read More