Author: Samikhsya Bureau

ଭୁବନେଶ୍ବର: ଡିସେମ୍ବର 25 ତାରିଖରେ ହେଉଛି ଖ୍ରୀଷ୍ଟମାସ। ଏହି ଦିନ ପ୍ରଭୃ ଯୀଶୁଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଥିଲେ। ଏହି ପର୍ବଟି ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କର ଏକ ବଡ ପର୍ବ। ତେବେ ଏହିଦିନ ସବୁ ଧର୍ମର ଲୋକେ ନିଜର ବନ୍ଧୁଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଥାନ୍ତି। ତେବେ ଜାଣନ୍ତୁ ଏହି ପବିତ୍ର ଦିବସରେ ନିଜ ବନ୍ଧୁଙ୍କୁ କିପରି ଇଂରାଜୀରେ ଭଲ ଶୁଭେଚ୍ଛା ବାର୍ତ୍ତା ଦେବେ 1. Merry Christmas & Happy New Year. May God bless you all with good health and lots of positivity in life. 2. Hope you have a wonderful Christmas eve with your loved ones and start the new year with positive thoughts. Merry Christmas and a prosperous new year. 3. Merry Christmas and Happy New Year to you…

Read More

ବିଜନ କୁମାର ମହାପାତ୍ର ୧୯୪୫ ଅଗଷ୍ଟରେ ସାମ୍ରାଜ୍ୟବାଦୀ ଜାପାନର ହିରୋସୀମା ଓ ନାଗାସାକି ସହର ଉପରେ ତିନିଦିନ ବ୍ୟବଧାନରେ ପରମାଣୁ ବୋମା ପକାଇଥିଲା ଆମେରିକା। ଏହି ଦୁଇ ପରମାଣୁ ବୋମା ଯାହାର ନାମ ଥିଲା ‘ଲିଟିଲ ବୟ’ ଓ ‘ଫ୍ୟାଟ ମ୍ୟାନ୍‌’ ହିରୋସୀମା ଓ ନାଗାସାକିରେ ରଚିଥିଲେ ମୃତ୍ୟୁର ତାଣ୍ଡବ ଲୀଳା। ଅଗଷ୍ଟ ୬, ୧୯୪୫ରେ ହିରୋସୀମାରେ ପଡିଥିବା ବିଶ୍ୱର ପ୍ରଥମ ପରମାଣୁ ବୋମାରେ ପ୍ରାଣ ହରାଇଥିଲେ ୧ ଲକ୍ଷ ୩୦ ହଜାରରୁ ଅଧିକ ଲୋକ। ତିନି ଦିନ ପରେ ଅଗଷ୍ଟ ୯ ତାରିଖରେ ନାଗାସାକି ସହରରେ ଆମେରିକା ନିକ୍ଷେପ କରିଥିବା ଦ୍ୱିତୀୟ ପରମାଣୁ ବୋମାରେ ୭୦ ହଜାର ଲୋକଙ୍କ ଜୀବନ ଯାଇଥିଲା। ପରମାଣୁ ବୋମାର ଭୀଷଣ ଭୟାବହତା ଓ ଅନ୍ୟ ପ୍ରତିକୂଳ କାରଣ ଯୋଗୁଁ ଯୁଦ୍ଧ ବିରତି ଓ ଆତ୍ମ ସମର୍ପଣ ପାଇଁ ଘୋଷଣା କରିଥିଲା ଜାପାନ। ୧୯୪୫ ମେ ମାସରେ ନାଜି ଜର୍ମାନୀକୁ ସୋଭିଏତ ସଂଘ ଓ ମିତ୍ର…

Read More

ଭୁବନେଶ୍ବର: ଆଉ କିଛି ଦିନ ପରେ ଆସିବ ଖ୍ରୀଷ୍ଟମାସ। ସେଥିପାଇଁ ସାରା ବିଶ୍ବାରେ ଥିବା ଖ୍ରୀଷ୍ଟୀୟାନ ଭାଇଭଉଣୀମାନେ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଏହି ପର୍ବ ପ୍ରତିବର୍ଷ ଡିସେମ୍ବର 25 ତାରିଖରେ ପାଳନ ହୋଇଥାଏ। ଏହିଦିନ ପ୍ରଭୃ ଯୀଶୁ ଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ତାଙ୍କର ଜନ୍ନ ଦିନକୁ ଖ୍ରୀଷ୍ଟିୟାନ ସଂପ୍ରଦାୟ ବେଶ ଧୂମଧାମରେ ପାଳନ କରିଥାନ୍ତି। ଏହିଦିନ ଅନେକ ଶାନ୍ତାକ୍ଲଜ ବେଶ ଧାରଣ କରି ପିଲାମାନଙ୍କୁ ମିଠା ବାଣ୍ଟିଥାନ୍ତି। ଏପରିକି କେତେକ ଏହିଦିନ ଶାନ୍ତାକ୍ଲଜର ଟୋପି, ଧାଡି ଏବଂ ପୋଷାକ ପିନ୍ଧିଥାନ୍ତି। ତାହାକୁ ନଜରରେ ରଖି ଭୁବନେଶ୍ବରରେ ବର୍ତ୍ତମାନ ରାସ୍ତାଘାଟରେ ଏହାର ବିକ୍ରି ଆରମ୍ଭ ହୋଇଗଲାଣି। ବାହାରୁ ବ୍ୟବସାୟୀମାନେ ଆସି ଭଳିକି ଭଳି ସାନ୍ତା ପୋଷାକ ଓ ଟୋପି ବିକ୍ରି କରୁଥିବାର ଦେଖିବାକୁ ମିଳିଛି।

Read More

ଭୁବନେଶ୍ଵର: ଗଣ୍ଡମୁଣ୍ଡାସ୍ଥିତ କଳାଭୂମି ଠାରେ ଉଦଘାଟିତ ହୋଇଛି ୧୫ ଦିନିଆ ଆନ୍ତର୍ଜାତୀୟ ଭାସ୍କର୍ଯ୍ୟ କଳା ସିମ୍ପୋଜିୟମ ଓ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଖଣି ନିଗମ, ଭୁବନେଶ୍ଵର ମହାନଗର ନିଗମ ଓ ଭୁବନେଶ୍ଵର ଉନ୍ନୟନ ନିଗମ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ପ୍ରଥମ ଥର ପାଇଁ ଭୁବନେଶ୍ଵରରେ ଏପରି ଶିବିର ଆୟୋଜନ କରାଯାଇଛି। ଏହି ସିମ୍ପୋଜିୟମକୁ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀଯୁକ୍ତ ଆର ବାଲକ୍ରୀଷ୍ଣନନ୍ ଶୁଭ ଉଦଘାଟନ କରି ପ୍ରତ୍ୟେକ ଶିଳ୍ପୀଙ୍କୁ ସ୍ଵାଗତ କରିଥିଲେ ଓ ଉଦଘାଟନ ଉତ୍ସବ ଅବସରରେ ବିଶିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ୟାମ ସୁନ୍ଦର ପଟ୍ଟନାୟକ,ବି.ଏମ୍.ସି ଅତିରିକ୍ତ କମିଶନର ଶ୍ରୀଯୁକ୍ତ ମୟୂର ସୂର୍ଯ୍ୟବଂଶୀ,ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ଵିନୀ ସାହୁ ପ୍ରମୁଖ ସମ୍ମାନିତ…

Read More

ପାଟନା: ଛପରାରେ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆଜି ସକାଳ ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୯ କୁ ବୃଦ୍ଧି ପାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୧୨୩ ଜଣଙ୍କୁ ଅଟକ ରଖାଯାଇଥିବା ଖବର ରହିଛି। ଏଥି ସହିତ ଅନେକ ମୃତଦେହର ପୋଷ୍ଟମର୍ଟମ ମଧ୍ୟ କରାଯାଇଛି। ବର୍ତ୍ତମାନ ଏହି ସମଗ୍ର ଘଟଣାର ଅନୁସନ୍ଧାନ ପାଇଁ ଏସଆଇଟି ଗଠନ କରାଯାଇଛି। ସୋନପୁର ଅତିରିକ୍ତ ପୋଲିସ ଅଧୀକ୍ଷକ ଅଞ୍ଜାନୀ କୁମାରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ଏଏସପି ବ୍ୟତୀତ ୩୧ ଜଣ ପୋଲିସ କର୍ମଚାରୀ ଏବଂ ତିନି ଜଣ ଡିଏସପିଙ୍କୁ ଏସଆଇଟିରେ ରଖାଯାଇଛି। ପୂରା ଘଟଣାର ତଦନ୍ତ ଚାଲିଛି ବୋଲି ଛପରା ଏସପି ସାନ୍ତୋଷ କୁମାର କହିଛନ୍ତି।

Read More

ଭୁବନେଶ୍ବର: ଗତି କିଛିଦିନ ଧରି ରାତିର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ରାଜ୍ୟରୁ ଶୀତ ଗାୟବ ହୋଇଯାଇଛି। ଏହି ତାପମାତ୍ରା ବୃଦ୍ଧି ଏକ ଅସ୍ବାଭାବିକ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଗତକାଲି ରାତିରେ ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ବିଭିନ୍ନ ସହରର ତାପମାତ୍ରା ହେଲା ଟିଟଲାଗଡ: ୨୦°C (+୭.୧°C) ଫୁଲବାଣୀ:୧୫.୫°C (+୬.୨°C) ସମ୍ବଲପୁର: ୧୭.୮°C (+୫.୪°C) ଭବାନୀପାଟଣା:୧୭.୬°C(+୪.୩°C) ଚାନ୍ଦବାଲି: ୧୮.୨°C(+୩.୬°C) ପୁରୀ:୨୧.୨°C(+୩.୩°C) ଭୁବନେଶ୍ୱର:୧୭.୯°C (+୨.୪°C) କଟକ:୧୭.୫°C(+୨.୯°C)

Read More

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଆତଙ୍କବାଦକୁ ନେଇ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନ ଉପରେ ବର୍ଷିଛନ୍ତି। ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ହିନା ରବାନୀଙ୍କୁ ଆକ୍ରମଣ କରି ଜୟଶଙ୍କର କହିଛନ୍ତି ଯେ, ସେ ଭୁଲିଯିବା ଉଚିତ ନୁହେଁ ଯେ ସମଗ୍ର ବିଶ୍ୱ ପାକିସ୍ତାନକୁ ଆତଙ୍କବାଦର କେନ୍ଦ୍ର ଭାବରେ ଦେଖୁଛି। ନିକଟରେ ହିନା ରବାନୀ ଭାରତକୁ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରିଛନ୍ତି। ରବାନୀଙ୍କ ଅଭିଯୋଗକୁ ଜୟଶଙ୍କର କଡା ଜବାବ ଦେଇଛନ୍ତି। ଯେତେବେଳେ ହିନା ରବାନୀଙ୍କ ଅଭିଯୋଗ ଉପରେ ସାମ୍ବାଦିକମାନେ ଭାରତର ବୈଦେଶିକ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ, ଜୟଶଙ୍କର କହିଥିଲେ ଯେ, ଆମେରିକାର ପୂର୍ବତନ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନଙ୍କ ମନ୍ତବ୍ୟକୁ ରବାନୀ ମନେ ରଖିବା ଉଚିତ। ପ୍ରକାଶ ଯେ, ଆତଙ୍କବାଦୀ ହାଫିଜ ସଇଦର ବାସଭବନରେ ହୋଇଥିବା ବିସ୍ଫୋରଣ ପାଇଁ ହିନା ରବାନୀ ଭାରତକୁ ଦାୟୀ କରିଥିଲେ। ସେ କହିଥିଲେ ଯେ, ଭାରତ ଯେପରି ଭାବେ ଆତଙ୍କବାଦ ବ୍ୟବହାର କରିଛି, ଅନ୍ୟ…

Read More

ନୂଆଦିଲ୍ଲୀ: ମନ୍ତ୍ରୀମାନଙ୍କୁ ନେଇ ଗଠିତ କମିଟି ଗୁଟଖା-ପାନ ଉପରେ ୩୮ ପ୍ରତିଶତ ‘ନିର୍ଦ୍ଦିଷ୍ଟ ଟିକସ ଭିତ୍ତିକ ଶୁଳ୍କ’ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାକୁ ଅନୁମୋଦନ କରାଗଲେ ସରକାର ଗୁଟଖା ଏବଂ ପାନ ମସାଲା ବିକ୍ରୟରୁ ଅଧିକ ରାଜସ୍ୱ ପାଇବେ। ଏହି ଟ୍ୟାକ୍ସ ଏହି ଜିନିଷଗୁଡ଼ିକର ଖୁଚୁରା ମୂଲ୍ୟ ସହିତ ସଂଯୁକ୍ତ ହେବ। ବର୍ତ୍ତମାନ, ଏହି ଜିନିଷଗୁଡ଼ିକ ଉପରେ ୨୮ ପ୍ରତିଶତ ଜିଏସ୍ଟି ଆଦାୟ କରାଯାଉଛି ଏବଂ ସେଗୁଡିକର ମୂଲ୍ୟ ଅନୁଯାୟୀ କ୍ଷତିପୂରଣ ଶୁଳ୍କ ଆଦାୟ କରାଯାଉଛି। ବାସ୍ତବରେ, ମନ୍ତ୍ରୀମାନଙ୍କୁ ନେଇ ଗଠିତ କମିଟିକୁ ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ପରିଷଦ ଏହି ଟିକସ ଛାଡ ସାମଗ୍ରୀ ଉପରେ କ୍ଷମତା ଭିତ୍ତିକ ଟିକସ ଲାଗୁ କରିବା ପାଇଁ ବିଚାର କରିବାକୁ କହିଥିଲେ। ଏହା ପରେ ଓଡ଼ିଶାର ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କ ନେତୃତ୍ୱରେ ମନ୍ତ୍ରୀ କମିଟି ଏହାର ରିପୋର୍ଟ ଦାଖଲ କରି ୩୮ ପ୍ରତିଶତ ଟ୍ୟାକ୍ସ ଲାଗୁ କରିବାକୁ କହିଛନ୍ତି। ବିଜନେସ୍…

Read More

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିଷୟରେ ଆଲୋଚନା କରାଯାଏ, କିନ୍ତୁ ବିହାରରେ ମଧ୍ୟ ପ୍ରଦୂଷଣ ଏକ ଭୟଙ୍କର ରୂପ ନେଉଛି। ପ୍ରାୟତଃ ବିହାରର ଅନେକ ସହର ଶ୍ରେଷ୍ଠ ୧୦ରେ ରହିଥା’ନ୍ତି, କିନ୍ତୁ ଆଜି ଏହାର ପରିମାଣ ହେଉଛି ଦେଶର ବାୟୁ ପ୍ରଦୂଷିତ ୧୦ ଟି ସହର ମଧ୍ୟରୁ ୯ ଟି ବିହାରର ସହର। ଏହି କାରଣରୁ, ଏହି ସହରଗୁଡିକର ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। AQI ସୂଚକାଙ୍କ ଅନୁଯାୟୀ, ପୁର୍ନିଆ ଦେଶର ବାୟୁ ପ୍ରଦୂଷିତ ସହର ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି। ଏଠାରେ ବାୟୁ ପ୍ରଦୂଷଣ ଗୁରୁତର ଅବସ୍ଥାରେ ରହିଛି। ଦରଭଙ୍ଗା ଦ୍ୱିତୀୟ ନମ୍ବରରେ ଅଛି। ଅରରିଆ ତୃତୀୟ ସ୍ଥାନରେ ଅଛି। ଅନ୍ୟପକ୍ଷରେ ବେତିୟା, କଟିହାର, ସହରସା, ମୁଜାଫରପୁର ଯଥାକ୍ରମେ ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ସ୍ଥାନରେ ଦେଶର ସର୍ବାଧିକ ପ୍ରଦୂଷିତ ସହର ଅଟେ। ତ୍ରିପୁରାର ଅଗରତାଲା ଅଷ୍ଟମ ସ୍ଥାନରେ ଅଛି। ଅନ୍ୟପକ୍ଷରେ,…

Read More

ନୂଆଦିଲ୍ଲୀ: ବର୍ତ୍ତମାନର ବିଶ୍ୱ ପରିସ୍ଥିତି ଏବଂ ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଅନ୍ୟ ଦେଶ ତୁଳନାରେ ଭାରତରେ ପେଟ୍ରୋଲ ମୂଲ୍ୟ ସର୍ବନିମ୍ନ ଅଟେ। ୨୦୨୧-୨୨ ଅବଧିରେ ଭାରତରେ ପେଟ୍ରୋଲର ମୂଲ୍ୟ ମାତ୍ର ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ଅବଶ୍ୟ, ଏହି ସମୟ ମଧ୍ୟରେ ଆନ୍ତର୍ଜାତୀୟ ସ୍ତରରେ ମୂଲ୍ୟରେ ବହୁତ ବୃଦ୍ଧି ଘଟିଥିଲା। ଗୁରୁବାର ପ୍ରଶ୍ନ କାଳରେ ସେ କହିଛନ୍ତି ଯେ, କେନ୍ଦ୍ର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ କରିବା ପାଇଁ କେତେକ ରାଜ୍ୟ ଭାଟ୍ ହ୍ରାସ କରିଛନ୍ତି। କିନ୍ତୁ ପଶ୍ଚିମବଙ୍ଗ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ ଏବଂ ଝାଡଖଣ୍ଡ ଟିକସ ହ୍ରାସ କରି କରିନାହାନ୍ତି। ସେ କହିଛନ୍ତି ଯେ, ମୂଲ୍ୟକୁ ଯଥାର୍ଥ ସ୍ତରରେ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ନଭେମ୍ବର ୨୦୨୧ ଏବଂ ମେ ୨୦୨୨ ରେ…

Read More

ଭୁବନେଶ୍ବର: ଆଜି ହେଉଛି ଧନୁ ସଂକ୍ରାନ୍ତି। ଆଜି ସୂର୍ଯ୍ୟ ଦେବ ବୃଷ ରାଶିରୁ ବାହାରି ଧନୁ ରାଶିରେ ପ୍ରବେଶ କରିବେ। ଏହି ଚଳନ ଯୋଗୁଁ ପାଞ୍ଚୋଟି ରାଶି ପ୍ରଭାବିତ ହେବ ବୋଲି ଜଣାପଡିଛି। ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କଲେ ତାହା ଭଲ ନୁହେଁ ବୋଲି ବିବେଚନା କରାଯାଏ। ହେଲେ ଏହି ସମୟରେ ପାଞ୍ଚୋଟି ରାଶିର ଭଗ୍ୟ ଚମକିବ। ପାରିବାରିକ ବିବାଦର ସମାଧାନ ହେବ, ବ୍ୟବସାୟୀମାନେ ବ୍ୟବସାୟରେ ଉପକୃତ ହେବେ। ସମାଜରେ ପ୍ରତିଷ୍ଠା ମିଳିବ। ସ୍ୱାସ୍ଥ୍ୟର ଅସ୍ଥିରତା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ।  ଆତ୍ମ ନିୟନ୍ତ୍ରଣରେ ବୃଦ୍ଧି ହେବାର ଲାଭ ପାଇବେ। ଏହି ରାଶିଗୁଡିକ ହେଲା ତୂଳା, ସିଂହ, କର୍କଟ, ମକର ଏବଂ କୁମ୍ଭ ରାଶି। ଏମାନଙ୍କର ଡବଲ୍ ବେଗରେ ଯେକୈଣସି କାର୍ଯ୍ୟ ସମାପ୍ତ କରିବାର କ୍ଷମତା ରହିବ। ମନ ଖୁସି ହେବ। ଏକ ନୂତନ କାର୍ଯ୍ୟ ରୂପରେଖ ପ୍ରସ୍ତୁତ ହେବ।  ବ୍ୟବସାୟରେ ସ୍ଥିରତା ରହିବା ସହିତ ଶାରୀରିକ ରୋଗ…

Read More

ପୁରୀ: ଆଜି ପୌଷ ମାସ ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ପହିଲି ଭୋଗ ନୀତି ପାଇଁ ଆଜି ଶୀମନ୍ଦିରରେ ଭୋର ୩ଟାରୁ ଦ୍ୱାର ଫିଟାଯାଇ ନୀତି ଆରମ୍ଭ ହୋଇଛି। ବଲ୍ଭବ ସହିତ ବିରି ଓ ଗହମରେ ଗୃତପାକ ହୋଇଥିବା ବ୍ୟଞ୍ଜନ ଓ ପିଠା ଆଦିକୁ ପଞ୍ଚ ଉପଚାରରେ ଲାଗି କରାଯାଏ। ଏହି ପହିଲି ଭୋଗରେ କାକରା, ଆରିଷା ଭଳି ଅନେକ ପ୍ରକାର ପିଠା ଭୋଗ କରାଯାଇଥାଏ। ଏହି ଧନୁମାସରେ ମୁଆଁ ଭୋଗ ମଧ୍ୟ କରାଯାଇଥାଏ। ଏହି ପହିଲି ଭୋଗ ନୀତି ପ୍ରାୟ ଏକ ମାସ ଚାଲିବା ପରେ ଆସନ୍ତା ମାସ ମକର ସଂକ୍ରାନ୍ତିରେ ଶେଷ ହେବ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡାସ୍ଥିତ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁବାର ଦିନ ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ଗମ୍ଭାରୀମୁଣ୍ଡା, ନାଚୁଣି ଓଡ଼ଗାଁ ଭୀମପୁର ସମେତ ୧୯ ଗୋଟି ଉଚ୍ଚ ବିଦ୍ୟାଳୟର ସମୁଦାୟ ୩୦୦ ଛାତ୍ରଛାତ୍ରୀ ଭାଗନେଇଥିଲେ। ବାଣପୁର କ୍ରୀଡା ସଂଗଠନ ସଭାପତି ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବରେ ପତାକା ଦେଖାଇ ଉକ୍ତ ପ୍ରତିଯୋଗିତାର ଉଦଘାଟନ କରିଥିବା ବେଳେ ସମ୍ପାଦକ ତଥା ଗୋଦାବରୀଶ ବିଦ୍ୟାପୀଠର କ୍ରୀଡ଼ାଶିକ୍ଷକ ସୌମ୍ୟକାନ୍ତ ସାହୁ ଏହାକୁ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଉପସ୍ଥିତ ରହି ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ଯଥା କବାଡି, ଭଳିବଲ, ଫୁଟବଲ, ଚେସ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ କୃତି ପ୍ରତିଯୋଗୀ…

Read More

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ପରିବାରଙ୍କୁ ଜୀବିକାର ବ୍ୟାପକ ସୁଯୋଗ ଦେବା ସହ ଅଧିକ ଆୟ ପାଇଁ କାର୍ଯ୍ୟକାରୀ ହେଉଛି “ମିଶନ ଜୀବିକା” କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଚାଲିଥିବା ଏହି କାର୍ଯ୍ୟକ୍ରମ ଅଧୀନରେ ଚିନାବାଦାମ ଭଳି ଅର୍ଥକାରୀ ଚାଷ କରି ଆଦିବାସୀ ପରିବାର ବିଶେଷ ଲାଭବାନ ହୋଇପାରୁଛନ୍ତି। “ମିଶନ ଜୀବିକା” ଅଧୀନରେ ୨୦୨୨-୨୩ ଆର୍ଥିକ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଓ କୁତ୍ରା ବ୍ଲକରେ ଥିବା ୧୩ଟି ଗାଁରେ ଚିନାବାଦାମ ଚାଷ କରାଯାଉଛି। ୬ ଶହରୁ ଅଧିକ ଏକର ଜମିରେ ମୋଟ ୮୫୨ ଜଣ ଆଦିବାସୀ ଶ୍ରେଣୀର ଚାଷୀ ଏହି ଚାଷ କରୁଛନ୍ତି । ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ହିତାଧିକାରୀମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। “ଆଇଟିଡିଏ, ସୁନ୍ଦରଗଡ଼ ପକ୍ଷରୁ “ମିଶନ ଜୀବିକା” ଅଧୀନରେ ଚିନାବାଦାମ…

Read More

ଭୁବନେଶ୍ୱର: କୋଲ ଇଣ୍ଡିଆ ଲିମିଟେଡ୍‌ର ପ୍ରଥମ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ସ (ଆଇଆର) କନ୍‌କ୍ଲେଭ-୨୦୨୨ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। “ବ୍ୟବସାୟ ସକ୍ଷମ ଆଇଆର ପରିବେଶ ସୃଷ୍ଟି” ଥିମ୍‌କୁ ନେଇ ଆୟୋଜିତ ଏହି ଦୁଇ ଦିନିଆ କନ୍‌କ୍ଲେଭକୁ କୋଲ ଇଣ୍ଡିଆ ଲିମିଟେଡ୍‌ର ନିର୍ଦ୍ଦେଶକ (ପର୍ସନାଲ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ସ (ଆଇଆର) ବିନୟ ରଞ୍ଜନ ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କେଶବ ରାଓ, ନିର୍ଦ୍ଦେଶକ (ପର୍ସନାଲ) ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମସିଏଲ୍‌)-ସମ୍ବଲପୁର, ଏଚ୍ ଏନ୍ ମିଶ୍ର, ନିର୍ଦ୍ଦେଶକ (ପର୍ସନାଲ), ସେଣ୍ଟ୍ରାଲ କୋଲଫିଲ୍ଡ ଲିମିଟେଡ୍ (ସିସିଏଲ୍‌)-ରାଞ୍ଚି, ମନୀଷ କୁମାର, ନିର୍ଦ୍ଦେଶକ (ପର୍ସନାଲ), ଉତ୍ତରାଞ୍ଚଳ କୋଲଫିଲ୍ଡ ଲିମିଟେଡ୍ (ଏନ୍‌ସିଏଲ୍‌), ଆହୁତି ଏ, ନିର୍ଦ୍ଦେଶକ (ପର୍ସନାଲ), ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡ୍ (ଇସିଏଲ୍‌), ଅଜୟ ଚୌଧୁରୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପର୍ସନାଲ), କୋଲ ଇଣ୍ଡିଆ ଉପସ୍ଥିତ ଥିଲେ। ଏହି କନ୍‌କ୍ଲେଭକୁ ଉଦ୍‌ଘାଟନ କରି ବିନୟ ରଞ୍ଜନ, ନିର୍ଦ୍ଦେଶକ (ପର୍ସନାଲ ଆଣ୍ଡ ଆଇଆର) କହିଛନ୍ତି, ଏହି ଦୁଇଦିନିଆ କନ୍‌କ୍ଲେଭ୍ କୋଇଲା କମ୍ପାନୀର ଏଚ୍‌ଆର୍ ପ୍ରଫେସନାଲମାନଙ୍କୁ ସେମାନଙ୍କର…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ ପାଇଁ ସାପଠାରୁ ଆହୁରି ଏକ ଭୟଙ୍କର ପ୍ରାଣୀ ରହିଛି। ଆପଣ ସାପ ଦେଖିଲେ ଜାଣିପାରିବେ ବା ଚିହ୍ନି ପାରିବେ। ହେଲେ ଏହି ଭୟଙ୍କର ପ୍ରାଣୀକୁ ଚିହ୍ନିବା କାଠିକର ପାଠ। ସେହିପରି ସାପକୁ ଯଦି ଆପଣ ଆଘାତ କରିବେ ସେ ହୁଏତ ଦଂଶନ କରିବ। କିନ୍ତୁ ଏହି ପ୍ରାଣୀକୁ ଆପଣ କିଛି କରନ୍ତୁ ବା ନ କରନ୍ତୁ ଆପଣଙ୍କୁ ଖାଇଦେବ। ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ସେହି ଭୟଙ୍କର ପ୍ରାଣୀଟି ହେଉଛି ଦୁର୍ଜନ ବ୍ୟକ୍ତି। ଚାଣକ୍ୟ ନୀତିରେ ଉଲ୍ଲେଖ ରହିଛି ଯେ ମଣିଷ ପାଇଁ ଏହି ଦୁର୍ଜନ ବ୍ୟକ୍ତି ଭାରି ସାଙ୍ଘାତିକ ତଥା ଭୟଙ୍କର। ସାପକୁ ଆପଣ ଦେଖିଲେ ଜାଣିପାରିବେ ଏହା ଦୁଷ୍ଟ ଜନ୍ତୁ ବୋଲି। ହେଲେ ଏହି ଦୁର୍ଜନ ମଣିଷକୁ ଚିହ୍ନିବା କାଠିକର ପାଠ। କୌଣସି ଆଘାତ କଲେ ସାପ ଦଂଶନ କରେ ଏବଂ ମଣିଷ ହୁଏତ ମୃତ୍ୟୁ ମୁଖରେ ପଡିପାରେ, କିମ୍ବା…

Read More

ମେଷ: – ଆଜି ଏହି ରାଶିର ଲୋକଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିପାରନ୍ତି ଏବଂ ଅଧିକ ପରିଶ୍ରମ ସତ୍ତ୍ବେ ଫଳାଫଳ କମ୍ ହେବ । ଆପଣ ନିଜ ପିଲାଙ୍କ ବିଷୟରେ ଚିନ୍ତିତ ହୋଇପାରନ୍ତି । ବୃଷ: – ଦିନର ଆରମ୍ଭରେ, ଆପଣଙ୍କର ମାନସିକ ସମସ୍ୟା ହୋଇପାରେ । ଅସ୍ଥିରତାର ପରିଣାମ ସ୍ୱରୂପ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି । ଛାତ୍ରମାନେ ପଢିବା ଏବଂ ଲେଖିବାରେ କମ୍ ସମୟ ନେବେ । ମିଥୁନ: – ଆଜି ଏକ ମଧ୍ୟମ ଦିନ ହେବ ।  କୌଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ପତି ଏବଂ…

Read More

ଭୁବନେଶ୍ୱର/ପୁରୀ:  ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରି ସେଠାରେ ନିର୍ମାଣାଧୀନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ସ୍ମାରକୀସ୍ଥଳ ପରିଦର୍ଶନ କରିଥିଲେ । ସ୍ମାରକୀ ଭିତରେ ନିର୍ମାଣାଧୀନ ମନ୍ଦିର, ସପିଙ୍ଗ କେନ୍ଦ୍ର, ପାର୍କିଂସ୍ଥଳୀ, ଉତ୍କଳମଣି ଗୋପବନ୍ଧୁଙ୍କ ପୈତୃକ ଘର, ଗ୍ରାମରାସ୍ତା, ପ୍ରାକୃତିକ ଭୂଚିତ୍ର ଓ ଉଦ୍ୟାନ କାର‌୍ୟ୍ୟ ଏବଂ ସଂଗ୍ରହାଳୟ ଘର ସହିତ ଅନ୍ୟାନ୍ୟ କାର‌୍ୟ୍ୟଅଗ୍ରଗତି ସମୀକ୍ଷା କରିଥିଲେ । ସ୍ମାରକୀର ସମସ୍ତ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ନେବା ନିମନ୍ତେ ଊପସ୍ଥିତ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ପୁରୀ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୨୧୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଜଗତସିଂହପୁର, ରଘୁନାଥପୁର, ତିର୍ତ୍ତୋଲ ଓ ବାଲିକୁଦାରେ ୪ଟି ମିଶନ ଶକ୍ତି ଭବନ ଉଦ୍‌ଘାଟନ କରିଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଏହାବ୍ୟତୀତ ୪୩ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ମଧ୍ୟ ରଖିଛନ୍ତି । ଏହାଦ୍ବାରା ଜିଲ୍ଲାର ୧୨ ଲକ୍ଷ ଲୋକ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ବଜାୟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ . ଏଥି ପାଇଁ ଆମେ କାମ କରୁଛୁ ଓ ଏହା ଆଗକୁ ମଧ୍ୟ ଜାରି ରହିବ। ଜଗତସିଂହପୁର ମା ଶାରଳା ଓ ଙ୍କ ପୀଠ ମାତୃ ପୀଠଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ…

Read More

ନୂଆଦିଲ୍ଲୀ: ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ପ୍ରଥମ ଜି୨୦ ବିକାଶ କାର୍ଯ୍ୟ ଗୋଷ୍ଠୀ (ଡିଡବ୍ଲ୍ୟୁଜି)ର ବୈଠକ ମୁମ୍ବାଇ ଠାରେ ଉଦଯାପିତ ହୋଇଯାଇଛି। ଏଠାରେ ବିଭିନ୍ନ ପ୍ରମୁଖ ବିଶ୍ବ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବିକାଶ ପାଇଁ ତଥ୍ୟର ଉପଯୋଗ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ପାଇଁ ମିଳିତ ପ୍ରୟାସ ଆଦି ବିଷୟ ଉପରେ ବିଚାରବିମର୍ଶ କରାଯାଇଥିଲା। ଚାରି ଦିନିଆ ବୈଠକରେ ସମସ୍ତ ପାଞ୍ଚଟି ଅଧିବେଶନ ସମାପନ ହୋଇଯାଇଛି। ତୃତୀୟ ଅଧିବେଶନରେ ‘ବିକାଶ ପାଇଁ ତଥ୍ୟ’ ଉପରେ ଆଲୋଚନା କରାଯାଇଥିଲା। ଭାରତର ବିକାଶ କାର୍ଯ୍ୟଗୋଷ୍ଠୀର ସହଅଧ୍ୟକ୍ଷ ଯୁଗ୍ମ ସଚିବ ନାଗରାଜ ନାଇଡ଼ୁ ଓ ଇନାମ ଗମ୍ଭୀର ଏହି ବୈଠକରେ କହିଥିଲେ ଯେ, ୨୦୩୦ ଏଜେଣ୍ଡର ଲକ୍ଷ୍ୟ ହାସଲ ନିମନ୍ତେ ବିଶ୍ବସ୍ତରୀୟ ପ୍ରୟାସକୁ ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି। ଏହାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ସେ ନେଇ ଉଭୟ ଆଲୋକପାତ କରିଥିଲେ। ଏସଡିଜି ଲକ୍ଷ୍ୟ ହାସଲ ଦିଗରେ ରାଷ୍ଟ୍ରମାନେ ଅଗ୍ରସର ହେଉଥିବା କାରଣରୁ ଜରୁରି ସମାଜ ଆଧାରିତ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଅଲ୍ଟ୍ରାସାଉଣ୍ଡର ବ୍ୟବହାର ନେଇ ଗୁରୁବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଭୁବନେଶ୍ୱରରେ ଶୁକ୍ରବାର ଠାରୁ ୩ ଦିନିଆ ଆଇଏପି ଇନ୍‌ଟେନ୍‌ସିଭ୍ କେୟାର ଚାପ୍ଟର (ପେଡିକ୍ରିଟିକନ୍ ୨୦୨୨) ର ୨୪ତମ ଜାତୀୟ ସମ୍ମିଳନୀ ଆୟୋଜିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ “ପଏଂଟ ଅଫ୍ କେୟାର ଅଲ୍‌ଟ୍ରାସାଉଣ୍ଡ” ଓ “ଏବିଜି ଫ୍ଲୁଇଡ୍ ଇଲେକ୍ଟ୍ରୋଲାଇଟ୍‌” ଶୀର୍ଷକ ଦୁଇଟି ସମ୍ମିଳନୀ ପୂବ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ଦେଶ ବିଦେଶରୁ ପ୍ରାୟ ୮୦ ଜଣ ପ୍ରତିନିଧି ଭାଗ ନେଇଥିଲେ। “ଅଲ୍‌ଟ୍ରାସାଉଣ୍ଡର ” ଶୀର୍ଷକ କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ସିନିୟର କନ୍‌ସଲଟାଂଟ ଡାକ୍ତର ଧୀରେନ୍…

Read More