Author: Samikhsya Bureau

ନୂଆଦିଲ୍ଲୀ / ଭୁବନେଶ୍ୱର : ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ତାଙ୍କ ଦାୟୀତ୍ୱ ତୁଲାଇ ନାହାନ୍ତି। ସମ୍ବଲପୁରରେ ଯେଉଁ ପରିସ୍ଥିତି ଉପୁଜିଲା, ତାକୁ ଏଡାଇ ଦିଆଯାଇ ପାରିଥାନ୍ତା। ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେଇଥିଲେ ଏଭଳି ପରିସ୍ଥିତି ହୋଇନଥାନ୍ତା। ରାଜ୍ୟ ସରକାରଙ୍କ ବିଳମ୍ବ ନୀତି କାରଣରୁ ହିଂସା ଉପୁଜିଲା। ଏଭଳି ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୂଜାରୀ କହିଛନ୍ତି ଯେ, ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ଏକ ସ୍ପର୍ଶକତାର ବିଷୟ। ସ୍ଥାୟୀ ବେଂଚ ପ୍ରତିଷ୍ଠା ପ୍ରସଙ୍ଗରେ ବର୍ତମାନ ସୁଦ୍ଧା ପୁର୍ଣ୍ଣାଙ୍ଗ ରିପୋର୍ଟ ଦେଇନାହାନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାର ବହୁବାର ସଂସଦରେ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଚିଠିର ଉତ୍ତର ରାଜ୍ୟ ସରକାର ଦେଲେ ନାହିଁ। ରାଜ୍ୟ ସରକାରଙ୍କ ନୀରବତା…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଉଷା ପାଢୀଙ୍କୁ ମିଳିଛି ନୂଆ ଦାୟିତ୍ବ। ସେହିପରି ଅନ୍ୟ ଦୁଇ ବରିଷ୍ଠ ଆଇଏଏସ ବିଷ୍ଣୁ ସେଠୀ ଏବଂ ହେମନ୍ତ ଶର୍ମାଙ୍କ ଦାୟିତ୍ବକୁ ହାଲକା କରାଯାଇଛି। ବର୍ତ୍ତମାନ ବରିଷ୍ଠ ଆଇଏଏ, ଉଷା ପାଢୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ସେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ବରେ ରହିବେ। ବରିଷ୍ଠ ଆଇଏଏସ ହେମନ୍ତ ଶର୍ମାଙ୍କ ବିଭାଗକୁ ହାଲକା କରାଯାଇଛି। ସେ ବର୍ତ୍ତମାନ କେବଳ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ରହିବେ। ଏଥିସହିତ ପୂର୍ବ ପରି ସେ ଇପିକଲ ଏବଂ ଇଡକୋର ଅଧ୍ୟକ୍ଷ ଭାବେ ଦାୟିତ୍ବରେ ରହିବେ। ସେହିପରି ବରିଷ୍ଠ ଆଇଏଏ, ବିଷ୍ଣୁପଦ ସେଠୀ କେବଳ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ରହିବେ।

Read More

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୨୨ ଡିସେମ୍ବର ୧୫ ତାରିଖରୁ ଆଇଫୋନ୍ ୧୨ ଓ ପରବର୍ତ୍ତୀ ଆଇଫୋନ୍ ମଡେଲଗୁଡ଼ିକ୍‌ରେ ଅସୀମିତ ଡାଟା ସହ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହେବ। ବ୍ୟବହାରକାରୀମାନଙ୍କୁ ଆଇଫୋନ୍‌ର ସଦ୍ୟତମ ଆଇଓଏସ୍ ଏବଂ କ୍ୟାରିୟର ସେଟିଂକୁ ଅପ୍‌ଡେଟ୍ କରିବାକୁ ପଡ଼ିବ। ଜିଓ ଟ୍ରୁ-୫ଜି ସେବା ଆରମ୍ଭ ହୋଇସାରିଥିବା ସହରଗୁଡ଼ିକରେ ଅସୀମିତ ୫ଜି ବ୍ୟବହାର ପାଇଁ ଆଇଫୋନ୍ ଗ୍ରାହକମାନଙ୍କୁ ସକ୍ଷମ କରିବା ଲାଗି କଂପାନି ପକ୍ଷରୁ ସେମାନଙ୍କ ନମ୍ବରରେ ଜିଓ ୱେଲ୍‌କମ୍ ଅଫର ପ୍ରଦାନ କରାଯାଇଛି। ଆଇଫୋନ୍ ୧୨ ମିନି, ଆଇଫୋନ୍ ୧୨, ଆଇଫୋନ୍ ୧୨ ପ୍ରୋ, ଆଇଫୋନ୍ ୧୨ ପ୍ରୋ ମ୍ୟାକ୍ସ, ଆଇଫୋନ୍ ୧୩ ମିନି, ଆଇଫୋନ୍ ୧୩, ଆଇଫୋନ୍ ୧୩ ପ୍ରୋ, ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ, ଆଇଫୋନ୍ ଏସ୍‌ଇ ୨୦୨୨ (ଥାର୍ଡ ଜେନେରେସେନ), ଆଇଫୋନ୍ ୧୪, ଆଇଫୋନ୍ ୧୪ ପ୍ଲସ୍‌, ଆଇଫୋନ୍ ୧୪ ପ୍ରୋ, ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସରେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଅଭିଯୁକ୍ତଙ୍କୁ ପୁରୀରୁ ବାଣପୁର ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡ଼ାମରି ଗ୍ରାମର ଲିପୁ ଜେନା (୨୫)। ସୂଚନା ମୁତାବକ ବାଣପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଚଳିତ ମାସ ୯ ତାରିଖରେ ଅଭିଯୁକ୍ତ ଲିପୁ ଅପହରଣ କରି ନେଇଯାଇଥିଲା। ନାବାଳିକାଙ୍କ ପରିବାରବର୍ଗଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନମ୍ବର ୫୭୦/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।  ତେବେ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତ ଲିପୁଙ୍କ ବିରୁଦ୍ଧରେ ପୋକସୋ ଆକ୍ଟରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିଲେ। ଏହି କାରଣରୁ ସେ ତୃତୀୟ ଦିନିକିଆରେ ଖେଳିପାରିନଥିଲେ। ଏହା ବ୍ୟତୀତ ସେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଖେଳୁ ନାହାଁନ୍ତି। ତେବେ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ବାସ୍ତବରେ ରୋହିତ ଶର୍ମା ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଅଂଶ ହେବେ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ସିରିଜର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୨୨ ତାରିଖରୁ ଖେଳାଯିବ। ରୋହିତ ଶର୍ମା ବର୍ତ୍ତମାନ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଅଛନ୍ତି। ଏଥିସହ ସେ ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଜାତୀୟ କ୍ରିକେଟ୍ ଏକାଡେମୀରେ ରୋହିତ ଶର୍ମା ଅଧିକ ସମୟ ବ୍ୟାଟିଂ କରିନଥିଲେ। ଏହା ପରେ ସେ ଫିଜିଓ ସହିତ ସମୟ ବିତାଇଲେ। ମିଡିଆ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକ୍ଟିଦେଉଳ ଵ୍ଲକ୍ ଅନ୍ତର୍ଗତ ଶିମିଳିପାଳ ପଞ୍ଚାୟତ ଅନ୍ତର୍ଗତ କାଦୋଵାହାଳ ପଞ୍ଚଖଣ୍ଡା ଉଚ୍ଚ ଵିଦ୍ୟାଳୟର ଵାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା। କ୍ରିଡା ଶିକ୍ଷକ ବାସୁଦେଵ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗିତାରେ ଵାଳକ ବିଭାଗରେ କୁଶଧର ସାହୁ ଓ ବାଳିକା ଵିଭାଗ ରେ ପପିତା ପ୍ରଧାନ ଚମ୍ପିୟାନ ଵିବେଚିତ ହୋଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ସାହୁ ଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ଶିମିଳିପାଳ ପଞ୍ଚାୟତର ସରପଞ୍ଚ ସସ୍ମିତା ପ୍ରଧାନ ଯୋଗଦେଇ କୁତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗ୍ରାମୀଣ ମହିଳା ମହାବିଦ୍ୟାଳୟ ଠାରେ ଆଜି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଛି। ଉକ୍ତ କ୍ରୀଡା ଉତ୍ସବକୁ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଅଧ୍ୟକ୍ଷା ରଶ୍ମିତା ମହାନ୍ତି ଉତ୍ସବରେ ସଭାପତିତ୍ବ କରି ଏଠାରୁ ବହୁ ଛାତ୍ରୀ କ୍ରୀଡ଼ାରେ କୃତିତ୍ୱ ଅର୍ଜନ କରିଥିବା ଜଣାଇଥିଲେ। କରୋନା ଲାଗି ଦୀର୍ଘ ଦୁଇବର୍ଷ ପ୍ରତିଯୋଗିତା ବନ୍ଦ ଥିବାରୁ ପିଲାମାନଙ୍କ ଅପେକ୍ଷା ଅଧ୍ୟାପକ ଓ ଅଧ୍ୟପିକା ମାନେ ଅଧିକ ଉତ୍ସାହିତ ଅଛନ୍ତି ବୋଲି ସଭାରେ ମତ ପ୍ରକାଶ କରିଥିଲେ। ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଯଥା ୧୦୦ ଓ ୨୦୦ମିଟର ଦୌଡ଼, ସର୍ଟପୁଟ ସହ ଡିସକସର ବିଭିନ୍ନ ବିଭାଗରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରୀ ଭାଗ ନେଇଥିଲେ। ସମସ୍ତ ପ୍ରତିଯୋଗୀ ନିଜ ନିଜର ସର୍ବୋତ୍ତମ ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ଚେଷ୍ଟା କରିଥିଲେ। ତେବେ ଏହି ଖେଳାଳି ମାନଙ୍କ ମଧ୍ୟରୁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜେପି ନଗର ମଣ୍ଡଳ ପକ୍ଷରୁ ଆଜି ସଂନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶ୍ରୀ ଶ୍ରୀ ରଙ୍କନାଥ ଦେବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ତାରିଖରେ ବିଜେପି ବାଣପୁର ନଗର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ପରିପ୍ରେକ୍ଷୀରେ ଉକ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ। ଭାଜପା ଏକ ରାଜନୈତିକ ଦଳ ନୁହେଁ ବରଂ ଏହା ଏକ ବିଶାଳ ପରିବାର। ଉକ୍ତ ପରିବାରର ପ୍ରତ୍ୟେକ କାର୍ଯ୍ୟକର୍ତା ଦେଶମାତୃକାର ସେବା ଉପଲକ୍ଷେ ଉତ୍ସଗୀକୁର୍ତ୍ତ। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି କିପରି ଚିଲିକାରେ ପୁନଶ୍ଚ ଜନସାଧାରଣଙ୍କ ସେବା କରିବାର ସୁଯୋଗ ପାଇବ ସେ ନେଇ ସମସ୍ତ କାର୍ଯ୍ୟକର୍ତା ଏକ ମନ ହୋଇ ଆଜିଠାରୁ ସଂଗଠନ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ ଶ୍ରୀ ହରିଚନ୍ଦନ। ଚଳିତ ପୌର ନିର୍ବାଚନରେ…

Read More

ଭୁବନେଶ୍ୱର: ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “କାଶୀ ତାମିଲ୍ ସଙ୍ଗମମ କାର୍ଯ୍ୟକ୍ରମ” ମାଧ୍ୟମରେ ଭାରତୀୟ ସଂସ୍କୃତିର ଏକତାକୁ ପୁନର୍ଜୀବିତ କରିଛନ୍ତି ବୋଲି ଶୁକ୍ରବାର ବାଣରାସୀ ଠାରେ ଏହି କାର୍ଯ୍ୟକ୍ରମର ଉଦଯାପନ ସମାରୋହରେ ଯୋଗଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି। ଗୃହ ମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ଯେ କାଶୀ ତାମିଲ ସଙ୍ଗମମ ଭଳି ଉତ୍ସବ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଆୟୋଜନ କରିବାର ଆବଶ୍ୟକତା ଥିଲା। ମାତ୍ର ଅନେକ ବର୍ଷ ପର୍ଯ୍ୟନ୍ତ ଏପରି ହେଲା ନାହିଁ। ଆମ ସଂସ୍କୃତିର ଏକତା, ଐତିହ୍ୟର ବିବିଧତା ଏବଂ ଭିନ୍ନ ଭିନ୍ନ ସଂସ୍କୃତିରେ ଭାରତୀୟତା ଆତ୍ମାର ଏକୀକରଣକୁ ପୁନର୍ଜୀବିତ କରିବାର ଆବଶ୍ୟକତା ଥିଲା। ଆଜାଦୀ କା ଅମୃତ ମହୋତ୍ସବ ସମୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ଆମ ସମସ୍ତଙ୍କ ପାଇଁ ଆନନ୍ଦର ବିଷୟ ବୋଲି ଶ୍ରୀ ଶାହ କହିବା ସହ ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଧିନସ୍ଥ ୨ନମ୍ବର ୱାର୍ଡ ଦାଶରଥିପୁର ଗ୍ରାମର ଠାକୁରାଣୀଙ୍କ ଜାଗାକୁ କିଛି ମୁଷ୍ଟିମେୟ ଲୋକଙ୍କ ଅନଧିକାର ମାଡିବସିବା ଅଭିଯୋଗକୁ ନେଇ ଆଜି ଅପରାହ୍ନରେ ଗ୍ରାମବାସୀଙ୍କ ବାଣପୁର ତହସିଲଦାର ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ମୁତାବକ ଦାସରଥୀପୁର ଗ୍ରାମର ବୁଢ଼ୀ ଠକୁରାଣୀ କେଉଁ ଆବହମାନ କାଳରୁ ପୂଜା ପାଉଥିବା ସ୍ଥଳେ ଉକ୍ତ ଜାଗା ଠାକୁରାଣୀ ଓ ଗ୍ରାମର ମାରଫତଦାରଙ୍କ ନାମରେ ଅଛି। କିନ୍ତୁ କିଛି ବ୍ୟକ୍ତି ଠାକୁରାଣୀଙ୍କ ଜାଗାକୁ ଅନଧିକାର କବଜା କରିବା ପାଇଁ ମସୁଧା କରୁଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ମାନେ ଉପରୋକ୍ତ ବ୍ୟକ୍ତିମାନଙ୍କୁ ବିରୋଧ କଲେ ସେମାନେ ଗ୍ରାମବାସୀଙ୍କୁ ବିଭିନ୍ନ ଧମକ ଚମକ ଦେଉଥିବାର ମଧ୍ୟ ଗ୍ରାମବାସୀ ମାନେ ଦାବିପତ୍ରରେ ପ୍ରକାଶ କରିଛନ୍ତି। ତେଣୁ ଆଜି ଅପରାହ୍ଣରେ ଗ୍ରାମର ସମସ୍ତ ମହିଳା ଓ ପୁରୁଷ ଏକତ୍ର ହୋଇ ଠାକୁରାଣୀଙ୍କ ଜାଗାର ସ୍ଥିତାବସ୍ଥା…

Read More

ଭୁବନେଶ୍ବର: ‘ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ର ଟ୍ରଫି ଆଜି ନୂଆଦିଲ୍ଲୀରେ ପହଞ୍ଚିଛି। ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ହକି ପ୍ରଶଂସକଙ୍କ ସମ୍ମୁଖରେ ବିଶ୍ୱକପ୍‌ ଟ୍ରଫିକୁ ଅନାବରଣ କରିଥିଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର। ଏହି ଅବସରରେ ୧୯୭୫ ବିଶ୍ୱକପ ବିଜେତା ହକି ଦଳର ସଦସ୍ୟ ଅଜିତ ପାଲ ସିଂ, ଅଶୋକ ଧ୍ୟାନଚାନ୍ଦ, ବ୍ରିଗେଡିୟର ଏଚଜେଏସ ଚିମନୀ, ପୂର୍ବତନ ଅଲିମ୍ପିୟାନ ହରବିନ୍ଦର ସିଂ, ପଦ୍ମଶ୍ରୀ ଜାଫର ଇକବାଲ, ବିନିତ କୁମାର (ଦିଲ୍ଲୀ ହକି ଉପସଭାପତି) ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଠାକୁର କହିଥିଲେ ଯେ ଭାରତର ବିଭିନ୍ନ ସହରକୁ ବିଶ୍ୱକପ ହକିର ଟ୍ରଫି ନିଆଯିବା ଦ୍ବାରା ‘ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ର ପ୍ରଚାରପ୍ରସାର ହୋଇପାରିବ। ବିଶ୍ୱକପ ଟ୍ରଫି ଓଡ଼ିଶା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ ଆଦି ସହର ବୁଲିବା ପରେ ଏବେ ଦିଲ୍ଲୀରେ ଆସି ପହଞ୍ଚିଛି।…

Read More

ନୂଆଦିଲ୍ଲୀ: ଡିସେମ୍ବର ୧୪, ୨୦୨୨ ରେ ଗୋଟିଏ ଦିନରେ ୬,୪୯,୭୩୦ ମେଟ୍ରିକ ଟନ୍ ପଣ୍ୟ କାରବାର କରି ପାରାଦୀପ ବନ୍ଦର ଆଉ ଏକ ବିରାଟ ସଫଳତା ହାସଲ କରିଛି। ବନ୍ଦର ଅଧ୍ୟକ୍ଷ ପି.ଏଲ. ହାରନାଧ ଏଥିପାଇଁ ବନ୍ଦର କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏଭଳି ବିରାଟ ସଫଳତା ପାଇଁ ଏଥିସହ ସଂଶ୍ଳିଷ୍ଟ ସମସ୍ତ ଅଂଶୀଦାରଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବନ୍ଦରର ଉତ୍ତର ପାର୍ଶ୍ଵରେ ଖନନ ପରେ ପାରାଦୀପ ବନ୍ଦରରେ ଏମ.ଭି ଗୋଲେଡେନ ବାର୍ଣ୍ଣେଟ ୧୬. ୨୦ ମିଟର ବଡ ଜାହାଜ ୧, ୪୬, ୫୫୪ ଟନ୍ କୋକିଂ କୋଲ ପରିବହନ କରି  ଲଙ୍ଗର ପକାଇବାରେ ସମର୍ଥ ହୋଇଛି। ବନ୍ଦର ୧୨୫ ଏମଏମ୍‌ଟି ପଣ୍ୟ କାରବାର ଚଳିତ ଆର୍ଥିକ ବର୍ଷରେ କରିଥିବା ବେଳେ, ଅଧିକ ପଣ୍ୟକାରବାର ସାମର୍ଥ୍ୟ ସୃଷ୍ଟି ଲାଗି ବନ୍ଦର ବିକାଶ ପାଇଁ ହାତ ବଢାଇବାକୁ ଏହା ଅଂଶୀଦାରମାନଙ୍କୁ ନିବେଦନ କରିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ପବିତ୍ର ଧନୁ ସଂକ୍ରାନ୍ତିରୁ ଧନୁ ରାଶିରେ ସୂର୍ଯ୍ୟଙ୍କ ଚଳନ ଆରମ୍ଭ। ଦକ୍ଷିଣାୟନ ଗତି। ଧନୁରୁ ମକର ପର୍ଯ୍ୟନ୍ତ ମା’ଙ୍କ ପାଖରେ ଲାଗି ହୁଏ ଧନୁ ମୁଆଁ। ଏହା ଓଡ଼ିଶାର କୃଷିଭିତ୍ତିକ ପର୍ବ। ଚାଷି ଭାଇଙ୍କର ଧାନ ଅମଳର ସମୟ। ନିଜ ଜମିରୁ ଆଦାୟ ଶସ୍ୟ ଧାନ ଫସଲରେ ମୁଆଁ ତିଆରି କରି ଦେବା ଦେବୀଙ୍କୁ ଅର୍ପଣ କରିବାର ପର୍ବ। ପ୍ରତି ଓଡ଼ିଆଙ୍କ ଘରେ ମନ୍ଦିରରେ ମୁଆଁ ଭୋଗ। ମା’ ଭାଗବତୀଙ୍କ ପୀଠରେ ମଧ୍ୟ ଲାଗି ହେଲା ନୁଆଁ ଧାନରୁ ପ୍ରସ୍ତୁତ ଲିଆ, ଗୁଡ଼, ନଡ଼ିଆ ଗୁଆଘିଅ, କାଜୁମସଲାରେ ଶୁଦ୍ଧ ପୂତ ଭାବରେ ପ୍ରସ୍ତୁତ ମୁଆଁ। ମା’ଙ୍କ ଜମିରୁ ଅମଳ ନୂଆଁ ଧାନର ଲିଆରୁ ମଧୁବୈଶ୍ୟ ସେ ବାୟତମାନଙ୍କ ଦ୍ଵାରା ଏହି ମୁଆଁ ପ୍ରସ୍ତୁତ ହୋଇ ଲାଗି ହେବାର ପରମ୍ପରା ଥିବାବେଳେ ତାହା କାଳକ୍ରମେ ବନ୍ଦ ହୋଇଯାଇଥିବାରୁ ଏଣ୍ଡ।ଓମେଣ୍ଟ ତରଫରୁ ଏହାକୁ ପ୍ରସ୍ତୁତ କରାଯାଇ ମା’ଙ୍କ ପାଖରେ ଲାଗି…

Read More

ଭୁବନେଶ୍ୱର: ନଦୀରେ ବିଭିନ୍ନ ପ୍ରଜାତିର ମାଛ ଯାଆଁଳ ଛାଡ଼ିବା ଦ୍ୱାରା ନଦୀରେ ଜୈବବିବିଧତାର ସୁରକ୍ଷା ସହ ପ୍ରାକୃତିକ ପ୍ରଜନନ ମାଧ୍ୟମରେ ନଦୀଗୁଡ଼ିକରେ ମାଛ ବଂଶ ବୃଦ୍ଧି କରାଯାଇପାରିବ। ଉନ୍ନତ ଆଙ୍ଗୁଳିକା ଯାଆଁଳ ନିୟମିତ ନଦୀରେ ଛାଡ଼ିବା ଦ୍ୱାରା ମାଛ ଉତ୍ପାଦନ ଓ ଉତ୍ପାଦନ ହାର ବୃଦ୍ଧି ପାଇବ। ଏହା ଦ୍ୱାରା ମତ୍ସ୍ୟଜୀବୀଙ୍କ ଆର୍ଥିକ ବିକାଶ ଓ ନୂତନ ନିଯୁକ୍ତି ସୃଷ୍ଟି କରାଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି ମହାନଦୀର ମୁଣ୍ଡଳୀ ନିକଟସ୍ଥ କଟକିଆ ସାହି ଗ୍ରାମ ପଞ୍ଚାୟତ ନିକଟରେ ମତ୍ସ୍ୟସଂପଦର ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ନଦୀରେ ଉନ୍ନତ ମାଛ ଯାଆଁଳ ଛଡ଼ାଯିବା କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ମହାନଦୀରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ୮୦ ମିଲିମିଟରରୁ ୧୦୦ ମିଲିମିଟର ବିଶିଷ୍ଟ ଉନ୍ନତ ମାନର ରୋହି,…

Read More

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ କେନ୍ଦ୍ର ସାହିତ୍ୟ ଏକାଡେମୀର ଏକ “ମୌଖିକ ଓ ଜନଜାତି ସାହିତ୍ୟ କେନ୍ଦ୍ର” ( Centre for Oral & Tribal Literature ) ସର୍ବସାଧାରଣଙ୍କ ନିମନ୍ତେ ପ୍ରତିଷ୍ଠିତ ହେବାପାଇଁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଏବଂ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଅଛି। ଏହି କେନ୍ଦ୍ର ମାଧ୍ୟମରେ ବିଶେଷ କରି ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳରେ ଜନଜାତି ସାହିତ୍ୟର ପ୍ରଚାର, ପ୍ରସାର ତଥା ଗବେଷଣା ପାଇଁ ସୁଯୋଗ ସୃଷ୍ଟି ହେବ। ଆଗ୍ରହୀ ସାହିତ୍ୟିକ ଓ ଗବେଷକମାନେ ଏହି କେନ୍ଦ୍ରର ସଦୁପଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହି କାର‌୍ୟ୍ୟକ୍ରମରେ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଓ ରାଜ୍ୟ ସଂଗ୍ରହାଳୟ ଅଧିକ୍ଷକ ଡଃ. ଭାଗ୍ୟଲିପି ମଲ୍ଲ ଏବଂ କେନ୍ଦ୍ର…

Read More

ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଲାଗି ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରୁଛନ୍ତିି। ସ୍କୁଲ ଶିକ୍ଷାକ୍ଷେତ୍ରରେ ଉତ୍କର୍ଷ ଆଣିବା ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସରକାରୀ ସ୍କୁଲର ଭିତ୍ତିଭୂମି ବିକାଶ ସହ ରେକର୍ଡ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଏବେ ସରକାରୀ ବିଦ୍ୟାଳୟ ପ୍ରତି ଥିବା ଲୋକଙ୍କର ନକରାତ୍ମକ ଚିନ୍ତାଧାରାକୁ ବଦଳାଇବାର ସମୟ ଆସିଛି। କେବଳ ଶିକ୍ଷକ, ଶିକ୍ଷୟିତ୍ରୀ ନୁହଁନ୍ତି, ବ୍ଲକ୍‌ ଏବଂ ଜିଲ୍ଲା ଶିକ୍ଷାଧିକାରୀମାନେ ଏ ଦିଗରେ ସଚେତନ ହେବା ଜରୁରୀ ହୋଇପଡ଼ିଛି। ପିଲାମାନଙ୍କ ଭବିଷ୍ୟତ ଗଠନରେ କୌଣସି ପ୍ରକାର ଅବହେଳା କଲେ ତାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଆଜି କୃଷି ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଇଁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମରେ ଅଭିଭାଷଣ…

Read More

ନୂଆଦିଲ୍ଲୀ : ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ଏଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ତଥା ଆର୍ଥିକ ସମ୍ବଳ ସମେତ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ କେନ୍ଦ୍ରକୁ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ସମସ୍ତ କାର୍ଯ୍ୟ ପାଇଁ ‘ବ୍ଲାଙ୍କ୍‍ ଚେକ୍‍’ ଦେବା ସତ୍ତ୍ୱେ କେନ୍ଦ୍ର କାହିଁକି ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶ କ୍ରମେ ଏଥିପାଇଁ ସ୍ଥାନ ଚିହ୍ନଟ ନିମନ୍ତେ ଆଗଭର ହେଉନାହିଁ ତାହା ଆଶ୍ଚର୍ଯ୍ୟଜନକ ବୋଲି ଡକ୍ଟର ପାତ୍ର କହିଛନ୍ତି। ଭାରତୀୟ ସମ୍ବିଧାନର କେନ୍ଦ୍ର ତାଲିକାର ଏଣ୍ଟ୍ରି-୭୮ ଅଧୀନରେ ନିଜର କ୍ଷମତାକୁ ବ୍ୟବହାର କରି କେନ୍ଦ୍ର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିପାରିବ। ଯେତେବେଳେ ବି ନିର୍ବାଚନ ଆସେ ସେତେବେଳେ ପଶ୍ଚିମ ଓଡିଶାରେ ହାଇକୋର୍ଟର ବେଞ୍ଚ ସ୍ଥାପନକୁ ନେଇ…

Read More

ଭୁବନେଶ୍ବର: 17 ରୁ 26 ଡିସେମ୍ବର 2022 ମଧ୍ୟରେ ପାରାଦୀପ ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କଟକ-ପାରାଦୀପ ରେଳ ସେକ୍ସନରେ ଟ୍ରେନ ସେବା ପ୍ରଭାବିତ ହେବ। ଟ୍ରେନ ବାତିଲ: 18 ଏବଂ 25 ଡିସେମ୍ବର 2022 ରେ ବିଶାଖାପାଟନମ୍ ରୁ ଛାଡିବାକୁଥିବା 22810 ବିଶାଖାପାଟନମ୍-ପାରାଦୀପ ଏକ୍ସପ୍ରେସ। 19 ଏବଂ 26 ଡିସେମ୍ବର 2022 ରେ ପାରାଦୀପରୁ ଛାଡିବାକୁଥିବା 22809 ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ। ଉଭୟ ପାର୍ଶ୍ବରୁ 17 ରୁ 26 ଡିସେମ୍ବର 2022 ମଧ୍ୟରେ ବାତିଲ ହେବାକୁଥିବା ଟ୍ରେନ: 18414/18413 ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ। 08445/08446 କଟକ-ପାରାଦୀପ-କଟକ ମେମୂ। 08407/08408 କଟକ-ପାରାଦୀପ-କଟକ ପାସେଞ୍ଜର ସ୍ପେଶାଲ।

Read More

ନୂଆଦିଲ୍ଲୀ: ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଭାରତ (ବିଏଚ) ସିରିଜର ପଞ୍ଜୀକରଣ ଚିହ୍ନ ସମ୍ବନ୍ଧୀୟ ନିୟମରେ ସଂଶୋଧନକୁ ବିଜ୍ଞପିତ କରିବା ଲାଗି ୧୪ ଡିସେମ୍ବର ୨୦୨୨ରେ. ଏକ ବିଜ୍ଞପ୍ତି ଜି.ଏସ.ଆର. ୮୭୯ (ଇ) ଜାରି କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଜି.ଏସ.ଆର. ୫୯୪(ଇ), ତାରିଖ ୨୬ ଅଗଷ୍ଟ ୨୦୨୧ ଜରିଆରେ ବିଏଚ ସିରିଜ ଚିହ୍ନକୁ ପ୍ରଚଳନ କରାଯାଇଥିଲା। ଏହି ନିୟମଗୁଡ଼ିକୁ କାର୍ଯ୍ୟକାରୀ କରିବା ସମୟରେ ବିଏଚ ସିରିଜ ଇକୋସିଷ୍ଟମକୁ ମଜବୁତ କରିବା ଲାଗି ଅନେକ ପରାମର୍ଶ ଓ ପ୍ରସ୍ତାବ ମିଳିଥିଲା। ବିଏଚ ସିରିଜ କାର୍ଯ୍ୟକାରିତାର ପରିଧିକୁ ଆହୁରି ବଢ଼ାଇବା ଏବଂ ସେଥିରେ ସୁଧାର ଆଣିବାର ପ୍ରୟାସ କ୍ରମେ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମ ପାଇଁ ପ୍ରସ୍ତାବ ଦିଆଯାଇଛି ଯାହାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ହେଲା: ୧- ବିଏଚ ସିରିଜ ପଞ୍ଜୀକରଣ ଚିହ୍ନ ଥିବା ଗାଡ଼ିର ମାଲିକାନା ଅନ୍ୟମାନଙ୍କୁ ହସ୍ତାନ୍ତର କରାଯାଇପାରିବ । ବିଏଚ ସିରିଜ ପାଇଁ ଯୋଗ୍ୟ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କୁ…

Read More

ଭୁବନେଶ୍ବର, ଭାରତର ଅନେକ ଲୋକ ଏକ କପ୍ ଚା ସହିତ ଦିନ ଆରମ୍ଭ କରନ୍ତି। ଆମେ ସକାଳେ ଏକ କପ୍ ଚା ସହିତ ସମ୍ପୂର୍ଣ୍ଣ ସତେଜ ଅନୁଭବ କରୁ। କିନ୍ତୁ ଯଦି ଆମେ ଏହି ଚା’ରେ ସାମାନ୍ୟ ପରିବର୍ତ୍ତନ ଆଣିବା, ତେବେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇପାରିବ। ଚା ’କେବଳ ସାଧାରଣ ଚା’ ଭାବରେ ବ୍ୟବହାର କରିବା ପରିବର୍ତ୍ତେ ଲେମ୍ବୁ ଚା’ ବ୍ୟବହାର କରାଯାଇପାରିବା। ଲେମ୍ବୁ ଚା ’ସ୍ୱାଦରେ ଭଲ ହେବା ସହିତ ଶରୀରକୁ ବହୁତ ଲାଭ ଦେଇଥାଏ। ଲେମ୍ବୁ ଚା ଅଧିକ ପରିମାଣରେ ପଲିଫେନୋଲ ଏବଂ ଭିଟାମିନ୍ ସି  ମିଳିଥାଏ। ଯେଉଁ କାରଣରୁ ଲେମ୍ବୁ ଚା ମଧ୍ୟ ଶରୀରରେ କର୍କଟ କୋଷ ଗଠନକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଏ। ଯାହା ଦ୍ବାରା ଲେମ୍ବୁ ଚା ପିଇବା ଦ୍ୱାରା କର୍କଟ ରୋଗକୁ ମଧ୍ୟ ଏଡାଯାଇପାରିବ। ଲେମ୍ବୁ ଶରୀରରେ ଥିବା ବିଷାକ୍ତ ପଦାର୍ଥରୁ ମୁକ୍ତି ପାଇବାରେ ମଧ୍ୟ ବହୁତ ସାହାଯ୍ୟ…

Read More

କୋଲକାତା: ଅଭିନେତା ଅମିତାଭ ବଚ୍ଚନଙ୍କ କୋଲକାତାରେ ଦେଇଥିବା ବିବୃତ୍ତି – “ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠିଛି” – ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଟ୍ୱିଟରରେ ବିତର୍କ ସୃଷ୍ଟି କରିଛି। ଉଭୟ ଦଳ ପରସ୍ପରକୁ ଦୋଷାରୋପ କରୁଛନ୍ତି। ବିଜେପି ନେତାମାନେ ଶାହରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ’ ବିରୋଧରେ ବୟକଟ ଘୋଷଣା କରିବା ପରେ ଏହି ବିତର୍କ ଆରମ୍ଭ ହୋଇଛି। କୋଲକାତା ଚଳଚ୍ଚିତ୍ର ମହୋତ୍ସବରେ ଶାହରୁଖ ଖାନ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମଞ୍ଚରେ ଥିଲେ। ଶୁକ୍ରବାର ଦିନ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲଭିଆଙ୍କ ଉପରେ ତୃଣମୂଳ ସାଂସଦ ନୁସରତ ଜହାନ ପୁଣି ଥରେ ପାଲଟା ଆକ୍ରମଣ କରିଛନ୍ତି। ଜହାନ ଟୁଇଟ୍ କରି କହିଛନ୍ତି ଯେ, ଏକ ଅତ୍ୟାଚାର ଶାସନର ସଙ୍କେତ ହେଉଛି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବା, ସାମ୍ବାଦିକମାନଙ୍କୁ ଅଟକାଇବା ଏବଂ ସତ୍ୟ କହିବା ପାଇଁ ସାଧାରଣ ଲୋକଙ୍କୁ ଦଣ୍ଡ ଦେବା। ଏଥି ସହ…

Read More