Author: Samikhsya Bureau

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଇଶାନ୍ କିଶାନ୍ ଗତକାଲି ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଇତିହାସ ସୃଷ୍ଟି କରିଛନ୍ତି। ଏହି ମ୍ୟାଚ୍‌ରେ ସେ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବାବେଳେ ୧୩୧ ବଲରେ ୨୧୦ ରନ ସଂଗ୍ରହ କରିଛନ୍ତି। ତାଙ୍କ ଇନିଂସ ସମୟରେ ସେ ୨୪ ଟି ଚୌକା ଓ ୧୦ ଟି ଛକା ମାରିଛନ୍ତି। ଇଶାନ କିଶନଙ୍କ ଆକ୍ରମଣାତ୍ମକ ଇନିଂସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଭାରତର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଯିଏକି ଦିନିକିଆରେ ଦ୍ୱିଶତକ ହାସଲ କରିଛନ୍ତି। ତାଙ୍କର ଦ୍ୱିଶତକ ପରେ ବିହାରରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଇଶାନ କିଶନ ଗୋଟିଏ ବର୍ଷରେ କେତେ ରୋଜଗାର କରନ୍ତି? ଏହା ବ୍ୟତୀତ, 2022 ମସିହାରେ ତାଙ୍କର ମୋଟ ସମ୍ପତ୍ତି କ’ଣ? ଇଶାନ କିଶନଙ୍କ ମୋଟ ସମ୍ପତ୍ତି: ଇଶାନ କିଶନ ବିହାରର ଔରଙ୍ଗାବାଦ ଜିଲ୍ଲାର ଅଟନ୍ତି। ସେ ପାଟନାରେ ଦୀର୍ଘ ସମୟ ବିତାଇଛନ୍ତି। ସେ ବହୁତ କମ୍…

Read More

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସେ ପ୍ରଣବଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଏହି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏଥିସହିତ ରାଷ୍ଟ୍ରପତି ପ୍ରଣବଙ୍କ କୃତିତ୍ବକୁ ମଧ୍ୟ ଆଜିର ଦିନରେ ସ୍ମରଣ କରିଛନ୍ତି। ଆଜି ହେଉଛି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଜନ୍ମଦିନ। ସେ 1935 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସେ ସାଧାରଣ ପରିବାରରୁ ଆସି ଜାତୀୟ ରାଜନୀତିର ସର୍ବୋଚ୍ଚ ସ୍ତରରେ ପହଁଚିପାରିଥିଲେ। ଶେଷରେ ସେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ପଦରେ ବସିଥିଲେ। ସେ 2020 ମସିହା ଅଗଷ୍ଟ 31 ତାରିଖରେ ପରଲୋକ ଗମନ କରିଥିଲେ।

Read More

ନୂଆଦିଲ୍ଲୀ: ଗୁଗୁଲ୍ ନିକଟରେ ଇଅର ଇନ ସର୍ଚ୍ଚ ରିପୋର୍ଟ-୨୦୨୨ ପ୍ରକାଶ କରିଛି। ଏହି ରିପୋର୍ଟରେ, ବର୍ତ୍ତମାନ ଘଟୁଥିବା ଘଟଣାଗୁଡ଼ିକ ସହିତ ଜଡିତ କିଛି ଲୋକପ୍ରିୟ ସନ୍ଧାନର ବିବରଣୀ ଅଂଶୀଦାର କରାଯାଇଛି। ଏହି ତାଲିକାରେ ଆଉ ଜଣେ ଭାରତୀୟ ପିଏମ ମୋଦୀଙ୍କଠାରୁ ଆଗରେ ଅଛନ୍ତି। ଗୁଗୁଲର ରିପୋର୍ଟ ଅନୁଯାୟୀ, ଏହି ୨୦୨୨ ମସିହାରେ ପିଏମ ମୋଦୀ ଗୁଗୁଲ ସର୍ଚ୍ଚରେ ପଛରେ ପଡିଛନ୍ତି। ଅଧିକାଂଶ କ୍ରୀଡା ଭାରତର ଚଳିତ ବର୍ଷର ଶ୍ରେଷ୍ଠ ୫ ସର୍ଚ୍ଚ ତାଲିକାରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଶୀର୍ଷରେ ରହିଛି। ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ଭାରତୀୟଙ୍କ ମଧ୍ୟରେ ବିଜେପିରୁ ନିଲମ୍ବିତ ନେତା ନୁପୁର ଶର୍ମାଙ୍କୁ ଅନେକ ଥର ସର୍ଚ୍ଚ କରାଯାଇଛି। ୨୦୨୨ ମସିହାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୨ ସର୍ବାଧିକ ସର୍ଚ୍ଚ କରାଯାଇଛି। ଲୋକମାନେ IPL ବିଷୟରେ ସର୍ବାଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିଛନ୍ତି। ଦ୍ୱିତୀୟ ନମ୍ବରରେ, ଲୋକମାନେ CoWIN ଆପ୍ ବିଷୟରେ…

Read More

ଯୋଧପୁର: ରାଜସ୍ଥାନର ଯୋଧପୁରରେ ଏକ ବିବାହ ସମାରୋହରେ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଏପର୍ଯ୍ୟନ୍ତ ୧୨ଜଣ ମୃତ୍ୟୁବାରାଁ କରିଛନ୍ତି। ଏମଜି ହସ୍ପିଟାଲର ଅଧୀକ୍ଷକ ରାଜଶ୍ରୀ ବେହେରା କହିଛନ୍ତି ଯେ, ୪୨ ଜଣ ଗୁରୁତର ପୋଡି ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାର ‘ବର୍ନ’ ୱାର୍ଡରେ ଚିକିତ୍ସିତ କରାଯାଉଛି ଏବଂ ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକଙ୍କ ଅବସ୍ଥା ଗୁରୁତର ରହିଛି। ସେ କହିଛନ୍ତି ଯେ, ଜେନେରାଲ ସର୍ଜନ, ପ୍ଲାଷ୍ଟିକ ସର୍ଜନ, ଶିଶୁରୋଗ ବିଶେଷଜ୍ଞ ଏବଂ ଜଣେ ଆନାସ୍ଥେଟିଷ୍ଟଙ୍କ ସମେତ ୨୪ ଡାକ୍ତରଙ୍କ ଏକ ଟିମ୍ ଆହତଙ୍କ ଯତ୍ନ ନେଉଛନ୍ତି। ଶେରଗଡ ସବ-ଡିଭିଜନର ଭୁଙ୍ଗରା ଗ୍ରାମରେ ଗୁରୁବାର ଅପରାହ୍ନରେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହେତୁ ବିସ୍ଫୋରଣ ଘଟିଥିଲା ​​ଏବଂ ଘରେ ନିଆଁ ଲାଗିଯାଇଥିଲା, ଯାହା ପରେ ୫୦ରୁ ଅଧିକ ଲୋକ ଜଳି ଯାଇଥିଲେ। ବର ସୁରେନ୍ଦ୍ର ସିଂ ଏବଂ ତାଙ୍କ ପିତାମାତା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଜଳି ଯାଇଛନ୍ତି। ଦୁଇ ଶିଶୁ ଘଟଣାସ୍ଥଳରେ ମୃତ୍ୟୁବରଣ…

Read More

ନୂଆଦିଲ୍ଲୀ: ଫିଫା ବିଶ୍ୱକପ-୨୦୨୨ର ଅନ୍ତିମ-୪ ଟିମ ସ୍ଥିର ହୋଇଛି। କ୍ୱାର୍ଟର ଫାଇନାଲ ଶେଷ ହୋଇଛି ଏବଂ ବର୍ତ୍ତମାନ ସେମିଫାଇନାଲର ପର୍ଯ୍ୟାୟ ପାଖେଇ ଆସୁଛି। ଇଂଲଣ୍ଡ ଏବଂ ପର୍ତ୍ତୁଗାଲ ପରି ବଡ ଦଳ କ୍ୱାର୍ଟର ଫାଇନାଲରେ ହାରିଯାଇଛନ୍ତି ଏବଂ ସେମାନଙ୍କର ଯାତ୍ରା ଶେଷ ହୋଇଛି। ଆସନ୍ତୁ ଜାଣିବା କେଉଁ ଦଳ ସେମିଫାଇନାଲରେ ପହଞ୍ଚିଛନ୍ତି ଏବଂ କିଏ କାହା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି? କ୍ରୋଏସିଆ, ଆର୍ଜେଣ୍ଟିନା, ମୋରୋକୋ ଏବଂ ଫ୍ରାନ୍ସର ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବ୍ରାଜିଲ ବିପକ୍ଷରେ ଏକ ବଡ଼ ଖେଳ ପ୍ରଦର୍ଶନ କରୁଥିବା କ୍ରୋଏସିଆ ପେନାଲ୍ଟି ସୁଟଆଉଟରେ ମ୍ୟାଚ ଜିତିଥିଲା। ନେଦରଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ଏକ ସୁଟଆଉଟକୁ ଯାଇ ଆର୍ଜେଣ୍ଟିନା ଜିତିଥିଲା। ମୋରୋକୋ ପର୍ତ୍ତୁଗାଲ ବିପକ୍ଷରେ ବହୁତ ଭଲ ପ୍ରଦର୍ଶନ କରିଥିଲା ​​ଏବଂ ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଆଫ୍ରିକୀୟ ଦଳ ଭାବେ ୧-୦ରେ ଜିତିଲା। ଏକ ସଙ୍ଘର୍ଷପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଫ୍ରାନ୍ସ ପୁନର୍ବାର ବିଜୟ ହାସଲ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ‘ଏକତା ପରିଷଦ ଟ୍ରଷ୍ଟ’ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଶାଳିଆ ଡ୍ୟାମ ଠାରେ ବିଶ୍ଵ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଦିବାସୀ ମାଆମାନଙ୍କ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଆଦିବାସୀ ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ହିଂସାରୁ ସୁରକ୍ଷା ପାଇଁ ଆଲୋଚନା କରାଯାଇ ମହିଳା ଅଧିକାର ମାନାବାଧିକାର ଓ ଏହାର ସୁରକ୍ଷାପାଇଁ ସମ୍ବିଧାନକୁ କିପରି ଭାବେ ଘରେ ଘରେ ପହଞ୍ଚିବାର ବ୍ୟବସ୍ଥା କରାଯାଇପାରିବ, ସେ ସମ୍ପର୍କରେ ଚର୍ଚ୍ଚା କରାଯାଇ ଥିଲା। ଗତ ନଭେମ୍ବର ମାସ ୨୫ ତାରିଖ ବିଶ୍ଵ ମହିଳା ହିଂସା ବିରୋଧୀ ଦିବସରୁ ଆରମ୍ଭ କରାଯାଇଥିବା ‘ମହିଳା ହିଂସା ବିରୋଧୀ ଜାଗରଣ’ ଅଭିଯାନ କୁ ଆଜି ମାନାବାଧିକାର ଦିବସରେ ସମାପନ କରାଗଲା, ଯାହା ମହିଳା ସୁରକ୍ଷା ଓ ମାନାବାଧିକାର ସୁରକ୍ଷା ଦିଗରେ ଆଦିବାସୀ ମାଆମାନଙ୍କ ଶକ୍ତି କୁ ମଜଭୁତ କରିବ। ଏହି ସମ୍ମିଳନୀରେ ବରବରା ଅଞ୍ଚଳର ମହିଳା ସଭାପତି ସରସ୍ଵତୀ ପ୍ରଧାନ,…

Read More

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଭୁବନେଶ୍ୱର ସ୍ଥିତ ୟୁନିଟ୍-୩ ପ୍ରଦର୍ଶନୀ ପଡିଆ ଠାରେ ଆୟୋଜିତ ୪ର୍ଥ ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର” ର ଦ୍ଵିତୀୟ ଦିବସ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର‌୍ୟ୍ୟକ୍ରମରେ ବକ୍ତାମାନେ ଯୋଗଦେଇ “ ଏକବିଂଶ ଶତାବ୍ଦୀର ଓଡ଼ିଆ ଗଳ୍ପ ଏବଂ ଓଡ଼ିଆ ନାଟକର ଭବିଷ୍ୟତ” ସମ୍ପର୍କରେ ଆଲୋଚନା କରିଥିଲେ। ମଂଚାସୀନ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଅରୁନ କମଲ ଓ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୌରହରି ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡିଆ ଭାଷା ପ୍ରତିଷ୍ଠାନର କାର‌୍ୟ୍ୟକ୍ରମ ସଂଯୋଜକ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ ସ୍ୱାଗତ ଭାଷଣ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ ପାଇଁ ସାପଠାରୁ ଆହୁରି ଏକ ଭୟଙ୍କର ପ୍ରାଣୀ ରହିଛି। ଆପଣ ସାପ ଦେଖିଲେ ଜାଣିପାରିବେ ବା ଚିହ୍ନି ପାରିବେ। ହେଲେ ଏହି ଭୟଙ୍କର ପ୍ରାଣୀକୁ ଚିହ୍ନିବା କାଠିକର ପାଠ। ସେହିପରି ସାପକୁ ଯଦି ଆପଣ ଆଘାତ କରିବେ ସେ ହୁଏତ ଦଂଶନ କରିବ। କିନ୍ତୁ ଏହି ପ୍ରାଣୀକୁ ଆପଣ କିଛି କରନ୍ତୁ ବା ନ କରନ୍ତୁ ଆପଣଙ୍କୁ ଖାଇଦେବ। ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ସେହି ଭୟଙ୍କର ପ୍ରାଣୀଟି ହେଉଛି ଦୁର୍ଜନ ବ୍ୟକ୍ତି। ଚାଣକ୍ୟ ନୀତିରେ ଉଲ୍ଲେଖ ରହିଛି ଯେ ମଣିଷ ପାଇଁ ଏହି ଦୁର୍ଜନ ବ୍ୟକ୍ତି ଭାରି ସାଙ୍ଘାତିକ ତଥା ଭୟଙ୍କର। ସାପକୁ ଆପଣ ଦେଖିଲେ ଜାଣିପାରିବେ ଏହା ଦୁଷ୍ଟ ଜନ୍ତୁ ବୋଲି। ହେଲେ ଏହି ଦୁର୍ଜନ ମଣିଷକୁ ଚିହ୍ନିବା କାଠିକର ପାଠ। କୌଣସି ଆଘାତ କଲେ ସାପ ଦଂଶନ କରେ ଏବଂ ମଣିଷ ହୁଏତ ମୃତ୍ୟୁ ମୁଖରେ ପଡିପାରେ, କିମ୍ବା…

Read More

ନୟାଗଡ଼: ଟ୍ରେଣ୍ଡ୍‌ସ ମ୍ୟାନ୍ ପକ୍ଷରୁ ଓଡ଼ିଶାର ନୟାଗଡ଼ ସହରରେ ନୂଆ ମ୍ୟାନ୍ ଷ୍ଟୋର୍ ଖୋଲାଯାଇଛି। ଏଠାରେ କେବଳ ପୁରୁଷ ଫେସନ୍ ସାମଗ୍ରୀ ଉପଲବ୍ଧ କରାଯାଇଛି। ଭାରତରେ ଟ୍ରେଣ୍ଡ୍‌ସ ପ୍ରକୃତରେ ଫେସନକୁ ସବୁ ଲୋକଙ୍କ ନିକଟରେ ପହଂଚାଇଛି। ଭାରତରେ ମେଟ୍ରୋ ଠାରୁ ଆରମ୍ଭ କରି ମିନି ମେଟ୍ରୋ, ଟାଏର୧, ୨ ସହର ଏବଂ ତାଠାରୁ ଆଗକୁ ଯାଇ ନିଜର ଶାଖାକୁ ବିସ୍ତାର କରିବା ସହିତ ଗ୍ରାହକଙ୍କ ସହିତ ଯୋଡ଼ି ହୋଇଛି। ଟ୍ରେଣ୍ଡ୍‌ସ ମ୍ୟାନ୍ ପୁରୁଷ ଲୋକଙ୍କ ପ୍ରିୟ ଫେସନ୍ ସପିଂ ସ୍ଥାନରେ ପରିଣତ ହୋଇଛି। ନୟାଗଡ଼ରେ ଟ୍ରେଣ୍ଡ୍‌ସ ମ୍ୟାନ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ନୟାଗଡ଼ ସହରର ଗ୍ରାହକମାନେ ଏଠାରୁ ଟ୍ରେଣ୍ଡି ମେନ୍ସ ୱିୟର ଅତି ସ୍ୱତନ୍ତ୍ର ମୂଲ୍ୟରେ କିଣିବା ସହିତ କିଣାକିଣିର ଚମତ୍କାର ଅନୁଭୂତି ପାଇପାରିବେ।…

Read More

ମେଷ- ବ୍ୟବସାୟ ଅଭିବୃଦ୍ଧି ପାଇଁ ବିଦେଶ ଭ୍ରମଣର ଲକ୍ଷଣ ଅଛି, ଯାହା ଶେଷରେ ଲାଭଦାୟକ ହେବ । କମିଶନ ଆଧାରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଲାଭଦାୟକ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ, ଯାହା ତୁମ ମନକୁ ସପ୍ତାହ ସାରା ସତେଜ ରଖିବ । ଭାଗ୍ୟ ସଂଖ୍ୟା: 5 ଭାଗ୍ୟ ରଙ୍ଗ: ସବୁଜ । ବୃଷ- ଲଭ୍ ଲାଇଫରେ ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ । ଆପଣଙ୍କ ଇଚ୍ଛା ପୂରଣ କରିବା ପାଇଁ ଆପଣଙ୍କ ପରିବାର ଆପଣଙ୍କ ସମର୍ଥନରେ ଠିଆ ହେବେ । କିଛି ଲୋକ ଏହି ସପ୍ତାହରେ ଆର୍ଥିକ ସ୍ବାଧୀନ ହେବେ। କୈଣସି ସ୍ୱାସ୍ଥ୍ୟ ସମସ୍ୟା ହେବ ନାହିଁ । ପ୍ରେମ ସଂପର୍କରେ ମଧୁରତା ବୃଦ୍ଧି ହେବାର ସମ୍ଭାବନା ଅଛି । ଭାଗ୍ୟ ସଂଖ୍ୟା:…

Read More

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କାଶୀ ତାମିଲ ସଂଗମମକୁ ସ୍ମରଣୀୟ କରିବା ପାଇଁ କାଶୀ ଠାରୁ ତାମିଲନାଡୁ ମଧ୍ୟରେ ଏକ ନୂଆ ରେଳ ସେବା କାଶୀ ତାମିଲ ସଙ୍ଗମମ ଏକ୍ସପ୍ରେସ ଘୋଷଣା କରିଛନ୍ତି। କାଶୀ ତାମିଲ ସଂଗମମ ଦେଖିବାକୁ ତାମିଲନାଡୁରୁ ଆସିଥିବା ପ୍ରତିନିଧିମାନଙ୍କ ସହ ସେ ଆଲୋଚନା କରିବା ସହ ବାରଣାସୀ ଜଙ୍କସନ ରେଳ ଷ୍ଟେସନର ପୁନଃବିକାଶ ଯୋଜନା ମଧ୍ୟ ସମୀକ୍ଷା କରିଛନ୍ତି। ପ୍ରତିନିଧିମାନଙ୍କ ଅଷ୍ଟମ ବ୍ୟାଚ ସହ ଶ୍ରୀ ବୈଷ୍ଣବ ଆଲୋଚନା କରିଛନ୍ତି। ପ୍ରତିନିଧିମାନେ ନିଜ ଯାତ୍ରା ଅଭିଜ୍ଞତା ଓ ଉନ୍ନତ ଆତିଥେୟତା ସମ୍ପର୍କରେ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସହାୟତା କରିଥିବା ରେଳ ମନ୍ତ୍ରଣାଳୟ ଓ ଆଇଆରସିଟିସି ଟିମକୁ ପ୍ରଶଂସା କରିଛନ୍ତି। ଏପରି ମାନବୀୟ ଆଦାନପ୍ରଦାନ ଦ୍ୱାରା ପରମ୍ପରା, ଜ୍ଞାନ ଓ ସଂସ୍କୃତି ଘନିଷ୍ଠ ହେବ, ପରସ୍ପରର ଐତିହ୍ୟକୁ ବୁଝିବା ସହଜ ହେବ ଏବଂ ଦୁଇ…

Read More

ଭୁବନେଶ୍ବର: ପୂର୍ବତଟ ରେଳପଥର ଭୁବନେଶ୍ବର/କଟକ-ଅନୁଗୁଳ-ସମ୍ବଲପୁର ରେଳ ମାର୍ଗରେ ଅତି ଗୁରୁତ୍ୱପୂର୍ଣ୍ଣ ରେଳ ଲିଙ୍କ କାର୍ଯ୍ୟ ମଧ୍ୟରେ ଥିବା ତାଳଚେର ରୋଡ-ଅନୁଗୁଳ ଦୋହରିକରଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଓଡିଶାରେ ରେଳ ସଂଯୋଗ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏବଂ ଏହି ପ୍ରକଳ୍ପ ସମ୍ପାଦନ ହେବା ପରେ ପୂର୍ବ ଓ ପଶ୍ଚିମ ଓଡିଶା ମଧ୍ୟରେ ରେଳ ଚଳଚଳ ଆହୁରି ସୁଗମ ହୋଇ ପାରିବ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଶୀଘ୍ର ଶେଷ କରି ଟ୍ରେନ ଚଳଚଳ ସୁଗମ କରିବାପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ନିର୍ଦେଶ ଦେବା ସହିତ ନିଜେ ଏହାର ବିକାଶମୂଳକ କରଜ୍ୟକାଳପାକୁ ତଦାରଖ କରୁଛନ୍ତି ଯାହା ଫଳରେ ଏହି ମାର୍ଗରେ ଅଧିକରୁ ଅଧିକ ଟ୍ରେନ ଚଳାଚଳ ସୁବିଧାରେ ହୋଇପାରିବ। ଓଡିଶାରେ ଏହି ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଟ୍ରାଫିକ ସୁବିଧା କାର୍ଯ୍ୟକୁ ଶୀଘ୍ର ସମ୍ପାଦନ ପାଇଁ ବିସ୍ତୃତ ଓ ସଠିକ ଯୋଜନା ସହିତ ସମନ୍ଵୟ ରକ୍ଷାକରି ତ୍ଵରିତ…

Read More

ଭୁବନେଶ୍ୱର: ରାଜ୍ୟ ସରକାର କାରାଗାର ସଂସ୍କାର ଉପରେ ଗୁରୁତ୍ୱ ଦେଉଛନ୍ତି । କାରାବାସ ଏକ ସୁଧାର କେନ୍ଦ୍ର ଭାବେ ଆଶ୍ରମରେ ରୂପାନ୍ତରିତ ହେଉ ବୋଲି ଆଜି ଭୁବନେଶ୍ୱର ଝାରପଡାସ୍ଥିତ ସ୍ୱତନ୍ତ୍ର କାରାଗାରରେ ‘କାରା ପ୍ରତିଷ୍ଠା ଦିବସ’ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାରାଗାର ମହାନିର୍ଦ୍ଦେଶକ ତଥା ନିର୍ଦ୍ଦେଶକ, ସଂସ୍କାର ସେବା ସଂସ୍ଥା, ଓଡିଶା , ଡକ୍ଟର ମନୋଜ କୁମାର ଛାବ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଛନ୍ତି । ଶ୍ରୀଯୁକ୍ତ ଶୁଭକାନ୍ତ ମିଶ୍ର, ଉପକାରା ମହା ନିର୍ଦ୍ଦେଶକ(ମୁଖ୍ୟାଳୟ) ଏବଂ ଏଡିଜି ଶ୍ରୀ ଦିପ୍ରେଶ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାରାଗାରର ଅନ୍ତେବାସୀମାନଙ୍କୁ ତାଙ୍କର ବହୁମୂଲ୍ୟ ଉପଦେଶ ପ୍ରଦାନ କରିଥିଲେ । କାଗାଗାର ପ୍ରତିଷ୍ଠା ଦିବସ ଉପଲକ୍ଷେ ଚଳିତ ବର୍ଷ ଉଲ୍କେଖନୀୟ କାର‌୍ୟ୍ୟ ପାଇଁ କାରା ବିଭାଗର ବିଭିନ୍ନ କାରାଗାରରେ କାର‌୍ୟ୍ୟରତ ମନୋନୀତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ କାରା ମହାନିର୍ଦ୍ଦେଶକ ଡଃ. ଛାବ୍ରା, ମହାନିର୍ଦ୍ଦେଶକ ପଦକ(ଡିଜି ଡିକ୍ସ) ପ୍ରଦାନ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ପରିସରରେ ୮ ତମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ଉଦଘାଟିତ ହୋଇଯାଇଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ଉକ୍ତ ମହୋତ୍ସବ ପାଳିତ ହେବାକୁ ଥିବା ବେଳେ ଆଜି ପାରମ୍ପରିକ ଭାବେ ଉଦଘାଟିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂମାନିତ ଅତିଥି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ଓଟିଡିସି ଅଧ୍ୟକ୍ଷ ଲେନୀନ ମହାନ୍ତି, ପଦ୍ମ ଭୂଷିତ ରାଜୀବ ସେଠି, ପୁପିଲ ହୋଟେଲ ରିସର୍ଟ ସିଇଓ ସୁବ୍ରତ ଦାସ ପ୍ରମୁଖ ଯୋଗଦେଇଥିଲେ। ଦର୍ଶକଙ୍କ ମନ ମୋହିବା ପାଇଁ ଦୀର୍ଘ ପାଞ୍ଚ ଦିନ ବ୍ୟାପି ମହୋତ୍ସବରେ ଦେଶ ବିଦେଶରୁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ସାନ୍ଧ୍ୟ ଅଧିବେଶନରେ ରାଜସ୍ଥାନୀ ଫୋଳ୍କ…

Read More

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନରେ ବିଜୟ ପରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ନିଜ ପିତାଙ୍କୁ ହରାଇଥିବା ଓଡିଆ ଆଦିବାସୀ ମହିଳା ବର୍ଷା ସିଂହ ବରିହାଙ୍କ ବିରୋଧରେ ଓଡ଼ିଶା ବିଜେପି ନେତାମାନେ କିପରି ଅପମାନିତ, ଅଶୋଭନୀୟ ଏବଂ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରେ କୁହାଯାଇଛି ଯେ “ନମ୍ରତାର ସହିତ ମୁଁ ରାଜ୍ୟ ବିଜେପି ନେତାମାନଙ୍କୁ ନିବେଦନ କରିବାକୁ ଚାହେଁ ଯେ ସାଧାରଣ ଜୀବନରେ ପ୍ରବେଶ କରୁଥିବା ମହିଳାଙ୍କୁ ଅସମ୍ମାନ କରାନଯାଉ, କାରଣ ଏଭଳି ଆଚରଣକୁ ବର୍ତ୍ତମାନ କିମ୍ବା ଭବିଷ୍ୟତରେ ଓଡ଼ିଶାବାସୀ ଆଦୌ ପ୍ରଶଂସା କରିବେ ନାହିଁ।” ବରିଷ୍ଠ ବିଜେପି ନେତା ଶ୍ରୀ ରମା ରଞ୍ଜନ ବଳିଆରସିଂ ଏବଂ ଅନ୍ୟମାନଙ୍କ ଲୁହ ଓଡିଶାର ଲୋକ ବିଶେଷକରି ମହିଳାମାନଙ୍କର ଭାବନାକୁ ସ୍ପଷ୍ଟ ଭାବେ ସୂଚିତ କରୁଛି…

Read More

ଖୋର୍ଦ୍ଧା: ଆଜି ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଖୋର୍ଦ୍ଧା ସଦର ଥାନା ପୋଲିସ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ କରିଛି। ସୂଚନା ମୁତାବକ ସଦର ଥାନା କୁରାଢ଼ମଲ ଅଞ୍ଚଳ ବାଉତି ମନ୍ଦିର ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପୋଲିସ ପାଇଥିଲା। ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଓ ସଦର ଆଇଆଇସି ବିଦିତା ନାୟକଙ୍କ ତତ୍ୱାବଧାନରେ ଏସଆଇ ବିଜୟ ଜେନାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଅଭିଯୁକ୍ତ ପ୍ରଦୀପ୍ତ ବଳିୟାରସିଂହ (୩୪) ଓରଫ ଫକୀର ଗିରଫ ହୋଇଥିବା ବେଳେ ସହଯୋଗୀ ବକୁନା ଫେରାର ହୋଇଯାଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୧୧.୫୭ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୫ ହଜାର ଟଙ୍କା), ଦୁଇ ଗୋଟି ବାଇକ, ଗୋଟିଏ ମୋବାଇଲ ଏବଂ…

Read More

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟରେ କିମ୍ବା କଲେଜରେ ଶିକ୍ଷା ଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନିଶ୍ଚିତ ଭବିଷ୍ୟତକୁ ସାମ୍ନା କରିବା ନିମନ୍ତେ ନିଜର ଜ୍ଞାନକୁ ବୃଦ୍ଧି କରିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିହାତି ଆବଶ୍ୟକ ବୋଲି ଶନିବାର କେପିଏମ୍‌ଜିର ସିନିୟର ଆସୋସିଏଟ୍ ଡାଇରେକ୍ଟର ସାହିଲ ନାୟାର୍ କହିଛନ୍ତି। ଆମେ ବର୍ତ୍ତମାନ ଏଭଳି ଏକ ଯୁଗ ଦେଇ ଗତି କରୁଛୁ ଯାହାର ନୂଆ ନାମ ହେଉଛି ଅଘଟଣ ଏବଂ ଏକ ଆଶଙ୍କାମୟ ଭବିଷ୍ୟତ ଆଡ଼କୁ ଆମେ ଯାଉଛୁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅଡିଟୋରିୟମ୍‌ରେ ସୋଆ ପକ୍ଷରୁ ଆୟୋଜିତ ବାର୍ଷିକ ବିଜନେସ୍ କନ୍‌କ୍ଲେଭ୍ “ସ୍କେଲର୍ଜ ୨୦୨୨”ରେ ବକ୍ତବ୍ୟ ରଖି ଏହା କହିଛନ୍ତି ଶ୍ରୀ ନାୟାର। ପ୍ରତ୍ୟେକ ଦିନ ଦେଶରେ ନୂଆ ନୂଆ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଆରମ୍ଭ ହେଉଥିବା ବେଳେ ଏଥିରୁ ବାହାରୁ ଥିବା ଛାତ୍ରଛାତ୍ରୀମାନେ କର୍ମ ନିଯୁକ୍ତି ପାଇପାରୁ ନାହାନ୍ତି। ଚାହିଦା ଓ ଯୋଗାଣ ମଧ୍ୟରେ ତାଳମେଳ ନ ରହିବା ଫଳରେ ଛାତ୍ରଛାତ୍ରୀମାନେ ଉପଯୁକ୍ତ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଅପରାହ୍ନରୁ ଧାରଣାରତ ଅଛନ୍ତି ଦାମିଆ ବରବରା ଅଞ୍ଚଳର କିଛି ଆଦିବାସୀ ଗ୍ରାମବାସୀ। ସେମାନଙ୍କ ଅଭିଯୋଗ ହେଲା ଯେ, ବନବିଭାଗର କର୍ମଚାରୀ ମାନେ ଦାମିଆ ବରବରା ଅଞ୍ଚଳର ଦେବରାଜ ଶବର ନାମକ ବ୍ୟକ୍ତିଙ୍କୁ ଗତକାଲି ଠାରୁ ଅଟକ ରଖିଛନ୍ତି। ଉକ୍ତ ଅଟକ ବେଆଇନ ଏବଂ କଣ ପାଇଁ ତାଙ୍କୁ ଅଟକ ରଖାଯାଇଛି ବୋଲି ଦେବରାଜଙ୍କ ପତ୍ନୀ ସୁମତି ଶବର ବନବିଭାଗକୁ ପ୍ରଶ୍ନ କରିବା ସହ ତାଙ୍କ ସ୍ୱାମୀଙ୍କୁ ଯଥାଶୀଘ୍ର ଅଟକମୁକ୍ତ କରାଯାଉ ବୋଲି ଦାବି କରିଛନ୍ତି। ତେବେ ଏ ନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତିଙ୍କୁ ଯୋଗାଯୋଗ କରାଯିବାରୁ ଦେବରାଜ ଚୁଲିଝିଙ୍କା ସରଂକ୍ଷିତ ଜଙ୍ଗଲ ଅଞ୍ଚଳରୁ ବେଆଇନ ଭାବେ କାଠ କାଟିବା ସହ ସରକାରୀ ଜଙ୍ଗଲ ଅବରୋଧ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି ଏବଂ ବର୍ତ୍ତମାନ ଉକ୍ତ ପ୍ରକ୍ରିୟା ଜାରି ରହିଥିବାର କହିଛନ୍ତି।

Read More

ନୂଆଦିଲ୍ଲୀ: ବରିଷ୍ଠ ଧାବିକା ପି.ଟି ଉଷା ଆଜି ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ର ପ୍ରଥମ ମହିଳା ସଭାପତି ଭାବରେ ନିର୍ବାଚିତ ହୋଇ ଭାରତୀୟ କ୍ରୀଡ଼ା ପ୍ରଶାସନର ଏକ ନୂତନ ଯୁଗ ଆରମ୍ଭ କରିଛନ୍ତି। ଏସିଆନ୍ ଗେମ୍ସରେ ଏକାଧିକ ପଦକ ଜିତିଥିବା ଏବଂ ୧୯୮୪ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ ଗେମ୍ସରେ ୪୦୦ ମିଟର ଦୌଡରେ ଚତୁର୍ଥ ସ୍ଥାନ ହାସଲ କରିଥିବା ୫୮ ବର୍ଷିୟା ଉଷାଙ୍କୁ ନିର୍ବାଚନ ପରେ ଶୀର୍ଷ ପଦବୀକୁ ମନୋନୀତ କରାଯାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ନାଗେଶ୍ୱରା ରାଓଙ୍କ ତତ୍ତ୍ୱାବଧାନରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉଷାଙ୍କୁ ସଭାପତି ଭାବେ ନିର୍ବାଚିତ ହେବା ସହିତ IOA ରେ ଦଳଗତ ରାଜନୀତି ଯୋଗୁଁ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟ ଶେଷ ହୋଇଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଚଳିତ ମାସରେ ନିର୍ବାଚନ ନକଲେ IOA କୁ ସ୍ଥଗିତ ରଖିବାକୁ ଧମକ ଦେଇଥିଲା। ଡିସେମ୍ବର ୨୦୨୧ରେ ଏହି ନିର୍ବାଚନ…

Read More

ମୁମ୍ବାଇ/ଭୁବନେଶ୍ୱର: ମୁମ୍ବାଇ ସହରର ଜିଓ ୱାର୍ଲଡ୍ ସେଂଟର ପରିସରରେ ନିର୍ମାଣ କରାଯାଉଥିବା “ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟର (ଏନ୍‌ଏମ୍‌ଏସିସି) ର ୱେବସାଇଟ୍‌କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଏହି କେନ୍ଦ୍ର ନିଜ ବାସ୍ତବ ସ୍ୱରୂପ ଲାଭ କରିବ ଏବଂ ତାହାକୁ ଦର୍ଶକମାନଙ୍କ ଲାଗି ଖୋଲାଯିବ। ୱେବସାଇଟ୍ ଉନ୍ମୋଚନ ଅବସରରେ ଏକ ଭିଡିଓ ଜାରି କରି କଳା ପ୍ରତି ମା’ ନୀତା ଅମ୍ବାନିଙ୍କ ସମର୍ପଣ ଭାବକୁ ଇଶା ଅମ୍ବାନି ସଲାମ କରିଛନ୍ତି। ସେ କହିଛନ୍ତି ଯେ ଗତ ୫୦ ବର୍ଷ ଧରି ନୀତା ଅମ୍ବାନି ଦୈନିକ ନୃତ୍ୟ ସାଧନା କରୁଛନ୍ତି। ଜଣେ ମହିଳା ଉଦ୍ୟୋଗୀ, କ୍ରୀଡ଼ାପ୍ରେମୀ, ଲିଡର୍ ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ହେବା ପୂର୍ବରୁ ମା’ ଜଣେ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଥିଲେ ବୋଲି ସେ କହିଛନ୍ତି। ଏକ ଭିଡିଓ ବାର୍ତାରେ ନୀତା ଅମ୍ବାନି କହିଛନ୍ତି ଯେ, “ମୁଁ ଆଜି ଯାହାବି କିଛି ହୋଇଛି ନୃତ୍ୟ ପାଇଁ…

Read More

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ନନ୍ଦନକାନନ ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପର୍ଯ୍ୟଟକମାନଙ୍କ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଉନ୍ନତି ମୂଳକ କାର୍ଯକୁ ତ୍ବରାନ୍ବିତ କରିବାକୁ ଅଧିକାରୀ ମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଥମେ ଚୁଡଙ୍ଗ ସଂରକ୍ଷିତ ଓ କୃଷ୍ଣନଗର ପ୍ରସ୍ତାବିତ ଜଙ୍ଗଲ ଅଞ୍ଚଳ ବୁଲି ଦେଖିଛନ୍ତି। ଉଭୟ ଜଙ୍ଗଲର ୬୦୪ ହେକ୍ଟର ଜମିରେ ନନ୍ଦନକାନନର ସଂପ୍ରସାରିତ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଅଞ୍ଚଳରେ ବାଘ,ସିଂହ, ଭାଲୁ ଓ ତୃଣଭୋଜୀ ଜୀବଜନ୍ତୁ ମାନଙ୍କ ପାଇଁ ସଫାରି ନିର୍ମାଣ ହେବ। ସଫାରି ମଧ୍ୟରେ ପର୍ଯ୍ୟଟକ ମାନଙ୍କ ବୁଲିବା ବ୍ୟବସ୍ଥା, ପ୍ରାଣୀ ଚିକିତ୍ସାକେନ୍ଦ୍ର ମଧ୍ୟ ରହିବ। ଏହି ସଂକ୍ରାନ୍ତୀୟ କାର୍ଯ୍ୟକୁ ତ୍ବାରନ୍ବିତ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ପରେ ବଟାନିକାଲ ଗାର୍ଡେନ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ରୋପୱେକୁ…

Read More