Author: Samikhsya Bureau

ମେଷ- ମେଷ ରାଶି ଆଜି ବଜରଙ୍ଗବାଲି ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ, ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆୟର ମାଧ୍ୟମ ବୃଦ୍ଧି ପାଇବ। ଯାତ୍ରା ସୁଖଦ ହେବ। ବିଦେଶ ଭ୍ରମଣ କରିବାକୁ ଚେଷ୍ଟା କରୁଥିବା ଲୋକମାନେ ସଫଳ ହେବେ। ଆଜି ସଂଘର୍ଷପୂର୍ଣ୍ଣ ହେବ। ଦୀର୍ଘ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟ ସମାପ୍ତ ହେବ। ଆତ୍ମବିଶ୍ୱାସ ଦୁର୍ବଳ ହୋଇପାରେ, ଏପରି ପରିସ୍ଥିତିରେ, ଧୈର୍ଯ୍ୟବାନ ହୁଅନ୍ତୁ ଏବଂ ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବୃଷ- ବୃଷ ରାଶିର ଲୋକମାନେ ଚାକିରିରେ ଅତିରିକ୍ତ ଦାୟିତ୍ଵ ପାଇପାରନ୍ତି। ପଦୋନ୍ନତିର ସମ୍ଭାବନା ସୃଷ୍ଟି ହେବ। ଆଜି ଋଣ ନେବା ଠାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ମଜବୁତ ରହିବ। ମାନସିକ ଉତ୍ତେଜନା ଦେଖାଦେବ, ବ୍ୟବସାୟିକ ସହଭାଗୀଙ୍କ ସହିତ ମତଭେଦ ହୋଇପାରେ, ଏପରି ପରିସ୍ଥିତିରେ, କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ମିଥୁନ- ଆଜି ମିଥୁନ ଲୋକଙ୍କ ପାଇଁ ଏକ ସୁନ୍ଦର ଦିନ ହେବ।…

Read More

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚୀନ୍‌ର ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଉଭୟ ଦେଶର ସୈନିକ ଆହତ ହୋଇଥିବା ଖବର ରହିଛି। ଏହି ସଂଘର୍ଷ ଡିସେମ୍ବର ୯ ତାରିଖରେ ତୱାଙ୍ଗ ନିକଟରେ ହୋଇଥିଲା। ଏହି ସମୟ ମଧ୍ୟରେ ଭାରତୀୟ ସୈନିକମାନେ ଚୀନ୍‌କୁ ଉପଯୁକ୍ତ ଜବାବ ଦେଇଛନ୍ତି। ସୂଚନା ଅନୁଯାୟୀ ଏହି ସଂଘର୍ଷରେ ୨୦ ରୁ ଅଧିକ ଚୀନ୍ ସୈନିକ ଆହତ ହୋଇଛନ୍ତି। ଅକ୍ଟୋବର ୨୦୨୧ ରେ, ଅରୁଣାଚଳ ପ୍ରଦେଶର ୟାଙ୍ଗସେରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।

Read More

ଖୋର୍ଦ୍ଧା: ବିଗତ କିଛି ବର୍ଷ ହେଲା ଓଡିଶା ପୋଲିସ୍ ଦ୍ୱାରା ନିଶା କାରବାର ବିଶେଷ ଭାବରେ ଗଞ୍ଜେଇ ଏବଂ ବ୍ରାଉନ୍ ସୁଗାର ବିରୁଦ୍ଧରେ ବ୍ୟାପକ ଅଭିଯାନ ଜାରି ରହିଛି। ଏହି ସମୟରେ ଜବତ ହେଉଥିବା ନିଶା ଜାତୀୟ ଦ୍ରବ୍ୟଗୁଡ଼ିକ ବିଭିନ୍ନ ଥାନା ଏବଂ କୋର୍ଟ ମାଲଖାନାରେ ଠୁଳ ହୋଇ ରହିଛି। ଯାହାକି ଭବିଷ୍ୟତ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ। ସାଧାରଣତଃ ଏନଡ଼ିପିଏସ ମାମଲାଗୁଡିକର ବିଚାର ପାଇଁ ବହୁ ସମୟ ଲାଗୁଥିବାରୁ ଜବତ ନିଶା ଜାତୀୟ ଦ୍ରବ୍ୟ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟୁଛି। ତେବେ ଜବତ ନିଶା ଜାତୀୟ ଦ୍ରବ୍ୟକୁ ନଷ୍ଟ କରିବା ପାଇଁ ଏକାଧିକ କଟକଣା ଥାଏ ଯାହାଦ୍ୱାରା ପୋଲିସକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ପରିପ୍ରେକ୍ଷୀରେ ଉକ୍ତ ସମସ୍ୟାର ସମାଧାନ ପାଇଁ ପୁର୍ବରୁ ଏସଟିଏଫ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏକ ଆବେଦନ କରିଥିଲା। ଏହାକୁ ଗୁରୁତ୍ୱ ଦେଇ ଉଚ୍ଚ ନ୍ୟାୟାଳୟ ଜବତ ନିଶା ଦ୍ରବ୍ୟ ଗୁଡିକୁ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ଅପରାହ୍ନରେ  ଅଚାନକ ବାଲୁଗାଁ ଗସ୍ତରେ ଆସି ବିଭିନ୍ନ ସରକାରୀ ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ପ୍ରଥମେ ବାଲୁଗାଁ ଏନଏସି ଆହାର କେନ୍ଦ୍ରକୁ ଯାଇ ସେଠାରେ ଖାଦ୍ୟର ମାନ ପରଖିଥିଲେ।  ଏହାପରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ସେଠାରେ ବିଭିନ୍ନ ବିଭାଗ ବୁଲିବା ସହ ରୋଗୀଙ୍କୁ ଯୋଗାଯାଉଥିବା ସେବା ବିଷୟରେ ଅନୁଧ୍ୟାନ କରିଥିଲେ ଏବଂ କିଛି ରୋଗୀଙ୍କ ସହ ବାର୍ତାଳାପ ମଧ୍ୟ କରିଥିଲେ। ଏହାପରେ ଜିଲ୍ଲାପାଳ ବାଲୁଗାଁ ଜେଟିକୁ ଯାଇ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ଦେଖିବା ସହ ଲାଇଫ ଜ୍ୟାକେଟ ବାଧ୍ୟତାମୂଳକ ପାଇଁ ଡ଼ଙ୍ଗା ଚାଳକଙ୍କୁ ତାଗିଦ କରିଥିଲେ। ପରିଶେଷରେ ଗଙ୍ଗାଧରପୁର ନିକଟରେ ଚିଲିକା ବ୍ଲକ ପାଇଁ ପ୍ରସ୍ତାବିତ ବସ ଷ୍ଟାଣ୍ଡ ପାଇଁ ସ୍ଥାନ ପରିଦର୍ଶନ କରି ଖୋର୍ଦ୍ଧା ଫେରିଯାଇଥିଲେ ଜିଲ୍ଲାପାଳ। ଉକ୍ତ ଗସ୍ତରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏବଂ ସ୍ଥାନୀୟ ପୋଲିସ…

Read More

ଭୁବନେଶ୍ବର: ଯାତ୍ରୀଙ୍କ ଅନୁକୂଳ ସୁବିଧା ସହିତ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଭାବରେ ଭୁବନେଶ୍ୱର ରେଳ ଷ୍ଟେସନକୁ ପୁନଃ ବିକାଶ କରାଯାଉଛି। ଏହା ଏକ ସାର୍ବଜନୀନ କେନ୍ଦ୍ରିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ନିଜେ ଏହି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ଏବଂ ତଦାରଖ କରୁଛନ୍ତି ଏବଂ ବିଶ୍ୱ ସ୍ତରର ଭିତ୍ତିଭୂମି ସହିତ ଯାତ୍ରୀ ଅନୁକୂଳ ସୁବିଧା ସହିତ ଏହି ପ୍ରକଳ୍ପ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।  ସଠିକ୍ ସମନ୍ୱୟ ସହିତ ନିର୍ମାଣ କାର୍ଯ୍ୟର କାର୍ଯ୍ୟକାରିତା ଉପରେ ସବିଶେଷ ଏବଂ ସଠିକ୍ ଯୋଜନା ପ୍ରତି ଗୁରୁତ୍ୱାରୋପ ଦେବାପାଇଁ ଶ୍ରୀ ସୁନକର ମଧ୍ୟ ଅଧିକାରୀ ମାନଙ୍କୁ କହିଛନ୍ତି। ଏହି ବିକାଶ ପ୍ରକ୍ରିୟାରେ ଅନେକ ସୁବିଧା ପ୍ରଦାନ କରାଯିବାକୁ ଯୋଜନା କରାଯାଇଅଛି।  ନୂତନ ବିଲଡିଂ, ବିସ୍ତୃତ ଚଳପ୍ରଚଳ କ୍ଷେତ୍ର ସହିତ କନକୋର୍ସ, ପ୍ଲାଟଫର୍ମ ଲାଇଟିଙ୍ଗ, ୱେଟିଂ ରୁମ୍, ଏୟାର କନ୍ସୋର୍ସ, ପ୍ଲାଟଫର୍ମ ଏବଂ ପ୍ଲାଟଫର୍ମ ଆଶ୍ରୟସ୍ଥଳର ନବୀକରଣ, ଫୁଡ୍ କୋର୍ଟ ଜୋନ୍…

Read More

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ବେଗୁନିଆ ଥାନା ଅନ୍ତର୍ଗତ ଅସରାଳ ଏବଂ କୋଟସିଂହ ଗ୍ରାମର ଦେଶୀ ମଦ ଭାଟି ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅବକାରୀ ବିଭାଗ ୬ ହଜାର ଲିଟର ଗୁଡ଼ ମିଶ୍ରିତ ପୋଚ ଏବଂ ୩୪୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଦେଇଛି। ଜବତ ଜିନିଷର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୧ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଉକ୍ତ ଚଢ଼ାଉରେ ବେଗୁନିଆ ତହସିଲଦାର ପୃଥ୍ଵୀରାଜ ମଣ୍ଡଳ,ଖୋର୍ଦ୍ଧା ରେଞ୍ଜ ଅବକାରୀ ଇନ୍ସପେକ୍ଟର ଭୈରବ ସାହୁ,ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଏସଆଇ ବି. ମନୋଜ କୁମାର, ବେଗୁନିଆ ଅବକାରୀ ଅଧିକାରୀ ରାଜେନ୍ଦ୍ର ଖେସ ଏବଂ ଖୋର୍ଦ୍ଧା, ଜଟଣୀ ଓ ବେଗୁନିଆ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ୧୬ ନଂ ଜାତୀୟ ରାଜପଥ କୟଥ ପଲା ଛକ ନିଜଟରେ ଭାରସାମ୍ୟ ହରାଇ ଓଲଟିଲା ପଥର ବୋଝେଇ ୪୦୭ ଟ୍ରକ। ଅଳ୍ପକେ ବର୍ତ୍ତିଲେ ଚାଳକ। ଘଟଣା ସ୍ଥଳରୁ ଚାଳକ ଫେରାର ହୋଇଯାଇଥିବା ବେଳେ ରାସ୍ତାରେ ଗାଡି ଚଳା ଚଳ ବନ୍ଦ ରହିଛି। ରାସ୍ତାର ଉଭୟ ପଟରେ ଲମ୍ବି ରହିଛି ଶହ ଶହ ଗାଡି। ପଥର ବୋଝେଇ ୪୦୭ ଟି ଟାଙ୍ଗୀରୁ ବାଲୁଗାଁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବର ପାଇ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ କ୍ଳିଅର କରୁଥିବା ଦେଖାଯାଇଛି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସଭାଗୃହରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଏସପି ସିଦ୍ଧାର୍ଥ କଟାରିଆ, ଏଡିଏମ୍ ମନୋଜ ପାଢ଼ୀ, ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ତହସିଲଦାର ପ୍ରଦୀପ କୁମାର ସାହୁ, ଚିଲିକା ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଆଦି ଉପସ୍ଥିତ ଥିଲେ। ଏଥିରେ ଚିଲିକା ବ୍ଲକ ଅନ୍ତର୍ଗତ ମୋଟ ୧୭ ଟି ପଞ୍ଚାୟତର ବିଭିନ୍ନ ସ୍ଥାନରୁ ବ୍ୟକ୍ତିଗତ, ସାମୁହିକ, ଦିବ୍ୟାଙ୍ଗ ଦରଖାସ୍ତ ଓ ନିବେଦନ ଧରି ଆସିଥିବା ମୋଟ ୩୭୧ ଗୋଟି ମାମଲା ବିଚାର ପାଇଁ ପଞ୍ଜିକରଣ ହୋଇଥିଲା। ଏହି ଅବସରରେ ଚିଲିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ, ସିଡିପିଓ, ଚିଲିକା ଵ୍ଲକ…

Read More

ଭୁବନେଶ୍ୱର : ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମୋହନ ଜେନା(୬୫)ବର୍ଷରେ ପରଲୋକ ହୋଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସ୍ୱର୍ଗତଃ ଜେନାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି। ଓଡିଶା ଆଜି ଜଣେ ଦକ୍ଷ ଓ ପ୍ରଭାବୀ ରାଜନୀତିଜ୍ଞଙ୍କୁ ହରାଇଛି। ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ସ୍ୱର୍ଗତଃ ମୋହନ ଜେନାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଗୋଟିଏ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କ ନିଷ୍ଠା, ଦକ୍ଷତା ଓ ବିଚକ୍ଷଣ ବୁଦ୍ଧି ନିଶ୍ଚିତ ଭାବେ ନୂତନ ପିଢୀକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମହାନ୍ତି ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି।

Read More

ଭୁବନେଶ୍ବର: ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ କଲ୍ୟାଣ ପାଇଁ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି। ମୋହନ ଜେନା ଯାଜପୁରରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ ସେ ବିଜେଡି ଟିକେଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥିସହିତ ସେ ସଂସଦର ବିଭିନ୍ନ କମିଟିରେ ସଦସ୍ୟ ରହି ଦକ୍ଷତାରେ ସହ କାମ କରିଥିଲେ। ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜେପିରେ ଯୋଗ ଦେଇଥିଲେ।

Read More

ଭୁବନେଶ୍ୱର : ନିଖିଳ ଓଡ଼ିଶା ଆଇନଜୀବୀ ମହାସଂଘର ନିଷ୍ପତି କ୍ରମେ ଆଜି ସାରା ରାଜ୍ୟରେ ଓକିଲମାନେ ଦିନିକିଆ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଭୁବନେଶ୍ୱର କୋର୍ଟ ସମ୍ମୁଖରେ ଶତାଧିକ ଆଇନଜୀବୀ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ଜନସାଧାରଙ୍କ ଦାବି ପାଇଁ ଓକିଲଙ୍କ ମୌଳିକ ଅଧିକାର ରକ୍ଷା ପାଇଁ ଏହି ଆନ୍ଦୋଳନ କରାଯାଇଥିଲା। କୋର୍ଟ କାର୍ଯ୍ୟରେ କେହି ବାଧା ସୃଷ୍ଟି ନକରି କିମ୍ବା ହସ୍ତକ୍ଷେପ ନକରି ଓକିଲମାନେ କୋର୍ଟ କାର୍ଯ୍ୟରୁ ଆଜି ନିବୃତି ରହିଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ, ହାଇକୋର୍ଟ ପକ୍ଷରୁ ରେଜିଷ୍ଟାର ଜେନେରାଲଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟାପାଠ ଆଧାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଆଇନଜୀବୀମାନଙ୍କ ବିରୁଦ୍ଧରେ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଏକ ତରଫା। ଏଥି ପାଇଁ ଓକିଲମାନଙ୍କ ପକ୍ଷରୁ କୌଣସି ଯୁକ୍ତି ଉପସ୍ଥାପନା ଓ ମତବ୍ୟକ୍ତ କରିବାକୁ ସୁଯୋଗ ଦିଆନଯାଇ ଓକିଲମାନଙ୍କ ବିରୁଦ୍ଧରେ ଏପରି ନିର୍ଦେଶ…

Read More

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ କରାଯିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱାରୋପ କରିଛି। ଏଥି ନିମନ୍ତେ ବିଭିନ୍ନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ର୍ରୀ ରୋହିତ ପୂଜାରୀଙ୍କ ଉପସ୍ଥିତିରେ ମିନିଷ୍ଟର କାଉନ୍‌ସିଲ୍‌ର (ଶିକ୍ଷା ଓ ଗବେଷଣା) ଅଷ୍ଟ୍ରେଲିଆ ମି. ମାଥୁ୍ୟ ଜନ୍‌ଷ୍ଟନ, ଡାଇକିନ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଇୟାନ୍‌ ମାର୍ଟିନ୍‌ ଏବଂ ମି. ଡାନିୟେଲ୍‌ ସିମ୍‌ (ଡେପୁଟି କନ୍‌ସୁଲେଟ୍‌ ଜେନେରାଲ୍‌), ଅଷ୍ଟ୍ରେଲିଆନ୍‌ କନ୍‌ସୁଲେଟ୍‌ ଜେନେରାଲ୍‌, କୋଲକାତାଙ୍କ ମିଳିତ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ସୃଜନଶୀଳତାର ବିକାଶ ନିମନ୍ତେ ସହଯୋଗର ନକ୍ସା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ନିକଟରେ ଉପସ୍ଥାପିତ କରିଥିଲେ। ଅଷ୍ଟ୍ରେଲିଆର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକର ଉଚ୍ଚଶିକ୍ଷାର ସମ୍ପୂର୍ଣ୍ଣ ଚିତ୍ର ତଥା ବିଶ୍ୱରେ ଗବେଷଣା କ୍ଷେତ୍ରରେ ଉପଲବ୍ଧି କରିଥିବା ପ୍ରସିଦ୍ଧିର ତଥ୍ୟ ଶିକ୍ଷାବିତ୍‌ମାନେ ଅବଗତ ହୋଇଥିଲେ। ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନେ ଦକ୍ଷ ହେବା ଜରୁରୀ। ଚାକିରି…

Read More

ଭୁବନେଶ୍ୱର: ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ସେ ଯାଜପୁରରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ ସେ ବିଜେଡି ଟିକେଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥିସହିତ ସେ ସଂସଦର ବିଭିନ୍ନ କମିଟିରେ ସଦସ୍ୟ ରହି ଦକ୍ଷତାରେ ସହ କାମ କରିଥିଲେ। ହେଲେ ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜେପିରେ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପିର ଅନ୍ୟତମ ଶୀର୍ଷ ନେତା ଅରୁଣ ସିଂହଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଥିଲେ।

Read More

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ୧-ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ ବିଧାୟିକା ଭାବେ ଶପଥ ଗ୍ରହଣ କରାଇଛନ୍ତି। ପ୍ରକାଶଯୋଗ୍ୟ ଯେ ବରଗଡ଼ ଜିଲ୍ଲାର ୧-ପଦମ୍‌ପୁର ନିର୍ବାଚନ ମଣ୍ଡଳୀର ଆସୀନ ସଦସ୍ୟ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ଯୋଗୁଁ ଏହି ବିଧାନସଭା ଆସନଟି ଖାଲି ରହିଥିଲା। ଚଳିତ ମାସ ୫ ତାରିଖ ଦିନ ଏହି ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ଶ୍ରୀମତୀ ବର୍ଷା ସିଂ ବରିହା ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ…

Read More

ଭୁବନେଶ୍ୱର: ୫ଜି ଷ୍ଟାଣ୍ଡ୍‌-ଏଲୋନ୍ ପ୍ରଯୁକ୍ତି ପାଇଁ ରିଲାଏନ୍ସ ଜିଓ ଏବଂ ସ୍ମାର୍ଟଫୋନ୍ ନିର୍ମାତା ୱାନ୍‌ପ୍ଲସ୍ ପରସ୍ପର ସହ ହାତ ମିଳାଇଛନ୍ତି। ନିକଟରେ ଉନ୍ମୋଚିତ ହୋଇଥିବା ୱାନ୍‌ପ୍ଲସ୍‌ର ୱାନ୍‌ପ୍ଲସ୍ ୧୦ ସିରିଜ୍ ସ୍ମାର୍ଟଫୋନ୍ ସମେତ ୱାନପ୍ଲସ୍ ୯ଆର୍‌, ୱାନ୍‌ପ୍ଲସ୍ ୮, ନର୍ଡ, ନର୍ଡ ୨ଟି, ନର୍ଡ୨, ନର୍ଡ ସିଇ, ନର୍ଡ ସିଇ୨ ଏବଂ ନର୍ଡ ସିଇ୨ ଲାଇଟ୍ ବ୍ୟବହାରକାରୀମାନେ ଜିଓର ୫ଜି ଷ୍ଟାଣ୍ଡ୍‌-ଏଲୋନ୍ ପ୍ରଯୁକ୍ତିକୁ ବ୍ୟବହାର କରିପାରିବେ। ସେହିଭଳି ଖୁବ୍‌ଶୀଘ୍ର ୱାନ୍‌ପ୍ଲସ୍ ୯ ପ୍ରୋ, ୱାନ୍‌ପ୍ଲସ ୯ ଏବଂ ୱାନ୍‌ପ୍ଲସ ୯ଆର୍‌ଟି ମଧ୍ୟ ଜିଓର ଟ୍ରୁ-୫ଜି ନେଟ୍‌ୱର୍କକୁ ସପୋର୍ଟ କରିବ। ଜିଓ ପକ୍ଷରୁ ୱାନ୍‌ପ୍ଲସ୍‌ର ବ୍ୟବହାରକାରୀମାନଙ୍କ ଲାଗି ଏକ ସ୍ୱତନ୍ତ୍ର “ୱାନ୍‌ପ୍ଲସ୍ ଆନିଭର୍ସରି ଅଫର’ର ଶୁଭାରମ୍ଭ କରାଯାଇଛି। ଏହି ଅଫରରେ ଗ୍ରାହକମାନଙ୍କୁ ୧୦,୮୦୦ ଟଙ୍କା ପର‌୍ୟ୍ୟନ୍ତ କ୍ୟାସ୍‌ବ୍ୟାକ୍ ମିଳିବ। ଏହି ଅଫର ଡିସେମ୍ବର ୧୩ରୁ ୧୮ ପର୍ଯ୍ୟନ୍ତ ବୈଧ ରହିବ। ପ୍ରଥମ ୧୦୦୦ ଜଣ ଗ୍ରାହକଙ୍କୁ ୧୪୯୯ ଟଙ୍କାର ରେଡ୍ କେବଲ୍ କେୟାର…

Read More

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ ଚୋରି ହୋଇଥିବା ମିକ୍ସଚର ମେସିନ କୁ ତିନି ଦିନ ପରେ ଉଦ୍ଧାର କରିବା ସହ ଚୋରି କରିଥିବା ଜଣେ ଚଳଚିତ୍ର ପ୍ରଯୋଜକ ଓ ଚୋରି ମିକ୍ସଚର ମେସିନ କୁ କମ ମୂଲ୍ୟ ରେ କିଣିଥିବା ଜଣେ କବାଡି ବାଲା ଙ୍କୁ ଗିରଫ କରିଛି ପୋଲିସ। ଗତକାଲି ଏ ସମ୍ପର୍କରେ ଖଲ୍ଲିକୋଟ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଆଇଆଇସି ଜଗନ୍ନାଥ ମଲ୍ଲିକ ସମସ୍ତ ସୂଚନା ଦେଇଛନ୍ତି। ଖଲ୍ଲିକୋଟ କରଣ ସାହିରେ ଚାଲିଥିବା ରାସ୍ତା କାମ ରେ ବ୍ୟବହୃତ ହେଉଥିବା ଏକ ମିକ୍ସଚର ମେସିନ ବନ କାର୍ଯ୍ୟାଳୟ ସମ୍ମୁଖରେ ରହିଥିଲା। ଗତ ୬ ତାରିଖ ରାତିରେ କୌଣସି ଦୁର୍ବୁତ୍ତ ଏହାକୁ ଚୋରି କରି ନେଇଥିଲେ। ସିସିଟିଭି ଫୁଟେଜ ରେ ଏକ ମହେନ୍ଦ୍ରା ପିକଅପ ମିକ୍ସଚର ମେସିନ କୁ ଟାଣି ନେଉଥିବା ଦେଖାଯାଇଥିଲା। ତା ପର ଦିନ ଅର୍ଥାତ ୭…

Read More

ଭୁବନେଶ୍ୱର: ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଆଜି ଶପଥ ନେବେ। ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇବେ। ଏହି ଅବସରରେ ବରଗଡ ଜିଲ୍ଲାର ବିଜେଡିର ବରିଷ୍ଠ ସଦସ୍ୟ ଉପସ୍ଥିତ ରହିବେ। ନିକଟରେ ବର୍ଷା ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଚସ୍ପତିଙ୍କୁ ସାକ୍ଷାତ କରିଛନ୍ତି। ବାଚସ୍ପତିଙ୍କ ସାକ୍ଷାତ ବେଳେ ସେ ଆଜି ଶପଥ ନେବେ ବୋଲି କୁହାଯାଇଥିଲା।

Read More

ଅହମ୍ମଦାବାଦ: ଭାରତୀୟ ଜନତା ପାର୍ଟି (ବିଜେପି) ର ରେକର୍ଡ ବିଜୟ ପରେ ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଲଗାତାର ଦ୍ୱିତୀୟ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଭୁପେନ୍ଦ୍ର ପଟେଲ ଶପଥ ଗ୍ରହଣ କରିବେ। ଆଜି ଅପରାହ୍ନ ୨ ଟାରେ ଗାନ୍ଧିନଗରର ହେଲିପ୍ୟାଡ ପଡିଆରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବହୁ କେନ୍ଦ୍ର ମନ୍ତ୍ରୀ ଯୋଗଦେବେ।

Read More

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିବେ। ସମ୍ଭବତଃ ଆସନ୍ତା ଜାନୁୟାରୀ ମାସରେ କିମ୍ବା ଶୀତ ଅଧିବେସନ ପରେ ପରେ ଏହି ଅଦଳବଦଳ ହେବ। ଏ ନେଇ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ସାଧାରଣ ନିର୍ବାଚନ ହେବାକୁ ଆଉ ମାତ୍ର ବର୍ଷେ ସମୟ ରହିଲା। ଏହା ଭିତରେ କେନ୍ଦ୍ର ସରକାରଙ୍କୁ ସୁଦୃଢ କରିବାକୁ ପଡିବ। ସେ ନେଇ ମୋଦୀଶାହା ଅଙ୍କକଷା ଆରମ୍ଭ କରି ସାରିଲେଣି ବୋଲି କୁହାଯାଉଛି। ନିକଟରେ ବିଜେପି ଗୁଜୁରାଟରେ ଏକ ବଡ ବିଜୟ କରିଥିବା ବେଳେ ହିମାଚଳ ପ୍ରଦେଶରେ ହାରିଯାଇଛି। କେନ୍ଦ୍ରରେ ସରକାରରେ ଥାଇ ହିମାଚଳରେ ହାରିବା ଉଭୟ ମୋଦୀଶାହାଙ୍କର ହଜମ ହୋଇ ନାହିଁ। ସେହିପରି ଦିଲ୍ଲୀ ମ୍ୟୁନିସପାଲ କରପୋର୍ରେସନରେ ମଧ୍ୟ ଦଳ ହାରିଯାଇଛି। ଏହାକୁ ନେଇ ଦଳ ଭିତରେ ବର୍ତ୍ତମାନ ବେଶ ଆଲୋଚନା ହେବାରେ ଲାଗିଛି। ସେଥିପାଇଁ ଏବେଠାରୁ ସରକାର ଏବଂ ଦଳକୁ ମଧ୍ୟ ଯଦି ଠିକ ଭାବେ…

Read More

ଭୁବନେଶ୍ବର: ଝିଲିକ ମୋସନ୍ ପିକ୍ଚର୍ସର ତୃତୀୟ ଅବଦାନ “ତୋର ମୋର କଟି” ଚଳଚ୍ଚିତ୍ରର ଅଡିଓ ଲୋକାର୍ପିତ ଉତ୍ସବ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ଝିଲିକ ଭଟ୍ଟାଚାର୍ଯ୍ୟ ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ରର ବିରାଟ ପରିବର୍ତ୍ତନ ପାଇଁ ସଂକଳ୍ପବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ। ଲୋକାର୍ପଣ ଉତ୍ସବରେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ସିଦ୍ଧାନ୍ତ ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ସିନେ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଚଳଚ୍ଚିତ୍ରର ସଂଳାପକାର ଦୀପକ ଜେନା ଥିବା ବେଳେ ନିର୍ଦ୍ଦେଶନା ଭାର ନେଇଛନ୍ତି ଯୁବ ନିର୍ଦ୍ଦେଶକ ରମେଶ ରାଉତ। ପ୍ରଚାର ପ୍ରସାର ଦାୟୀତ୍ୱରେ ଅଛନ୍ତି ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ଗୀତ ଗୁଡିକ ଗୀତିକାର ନିର୍ମଳ ନାୟକ ଏବଂ ଅରୁଣ ମନ୍ତ୍ରୀ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଦିପ୍ତୀରେଖା ପାଢ଼ୀ, ସବିଶେଷ, ଆଶୁତୋଷ,…

Read More

ନୂଆଦିଲ୍ଲୀ: ମହିଳା କ୍ରିକେଟ୍ ରେ ଭାରତ ସୁପର ଓଭରରେ ଅଷ୍ଟ୍ରେଲିଆ ଉପରେ ରୋମାଞ୍ଚକର ବିଜୟ ପଞ୍ଜିକରଣ କରିଛି। ଭାରତୀୟ ମହିଳା ଦଳ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରୁଥିବାବେଳେ ଅଷ୍ଟ୍ରେଲିଆ ୧୮୭ ରନ୍ ସଂଗ୍ରହ କରିଥିଲା। ଭାରତ ୨୦ ଓଭରରେ ସ୍କୋରକୁ ସମାନ କରିଥିଲା। ଏହା ପରେ ସୁପର ଓଭରରେ ସ୍ମୃତି ମଣ୍ଢାନା ଏବଂ ରେଣୁକା ସିଂଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ବିଜୟ ଲାଭ କରିଥିଲା। ସ୍ମୃତିଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଭାବେ ପୁରସ୍କୃତ କରାଯାଇଥିଲା। ବିଜୟ ପରେ ସେ ତାଙ୍କ ଇନିଂସରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଭାବରେ ମନୋନୀତ ହେବା ପରେ ମନ୍ଧାନା କହିଛନ୍ତି ଯେ, ମୁଁ ଭାବୁଛି ଭାରତୀୟ ଦଳର ସମସ୍ତେ ଖେଳାଳି ଲକ୍ଷ୍ୟ ହାସଲ କରିବାକୁ ଉପଭୋଗ କରନ୍ତି। ତଥାପି, ଆମକୁ ମୋଟ ସ୍କୋର ସେଟିଂ ଉପରେ କାର୍ଯ୍ୟ କରିବାକୁ ପଡିବ।…

Read More