ରଣଜୀ ଟ୍ରଫିରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ପୋରକ ପାଳି, ଟି-୨୦ ଶୈଳୀରେ କଲେ ଚୌକା ଛକା ବର୍ଷା

Published: Dec 21, 2022, 12:38 pm IST

ମୁମ୍ବାଇ: ଦୁଇ ବର୍ଷ ପରେ ରଣଜୀ ଟ୍ରଫିରେ ଖେଳୁଥିବା ସୂର୍ଯ୍ୟକୁମାର ଯାଦବ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମଧ୍ୟ ଫର୍ମ ଜାରି ରଖିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇରେ ଖେଳାଯାଇଥିବା ମ୍ୟାଚରେ ସୂର୍ଯ୍ୟ ଏକ ଚମତ୍କାର ୯୦ ରନର ପାଳି ଖେଳିଛନ୍ତି। ୯୦ ରନ୍ ର ବିସ୍ପୋରକ ଇନିଂସ ଖେଳି ଟେଷ୍ଟ କ୍ରିକେଟରେ ସୂର୍ଯ୍ୟ ନିଜର ଦାବି ଉପସ୍ଥାପନ କରିଛନ୍ତି। ପ୍ରକାଶ ଯେ, ଟି-୨୦ ଏବଂ ଦିନିକିଆରେ ସୂର୍ଯ୍ୟଙ୍କ ଆକ୍ରମଣାତ୍ମକ ଖେଳ ବିଶ୍ୱ କ୍ରିକେଟକୁ ଆଶ୍ଚର୍ଯ୍ୟ କରିଛି, କିନ୍ତୁ ବର୍ତ୍ତମାନ ରଣଜୀ ଟ୍ରଫିରେ ୯୦ ରନ୍ ସଂଗ୍ରହ କରି ସେ ଟେଷ୍ଟରେ ସଫଳ ହେବା ସହିତ ଛୋଟ ଫର୍ମାଟରେ ମଧ୍ୟ ସଫଳ ହୋଇପାରିବେ ବୋଲି ଦର୍ଶାଇଛନ୍ତି।

ପ୍ରଥମ ଇନିଂସରେ ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇ ପାଇଁ ଖେଳୁଥିବା ସୂର୍ଯ୍ୟ ୮୦ ବଲରୁ ୯୦ ରନ୍ ସଂଗ୍ରହ କରି ୧୫ ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଅର୍ଥାତ୍ ୯୦ ରନର ଇନିଂସରେ ସୂର୍ଯ୍ୟ ସୀମାରୁ ୬୬ ରନ୍ ସ୍କୋର କରିଥିଲେ। ସୂର୍ଯ୍ୟଙ୍କ ଆକ୍ରମଣାତ୍ମକ ଇନିଂସ ପ୍ରଶଂସକଙ୍କ ହୃଦୟ ଜିତିଛି। ସୋସିଆଲ ମିଡିଆରେ ପ୍ରଶଂସକମାନେ ସୂର୍ଯ୍ୟଙ୍କୁ ମଧ୍ୟ ଟେଷ୍ଟରେ ସାମିଲ କରିବାକୁ ଓକିଲାତି କରୁଥିବା ଦେଖିବାକୁ ମିଳିଛି।

Related posts