ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଅରୁଣ ଗୋୟଲ ଆଜି ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନିର୍ବାଚନ ଆୟୋଗ (ଇସି) ଏହି ସୂଚନା ଦେଇଛନ୍ତି। ଗୋୟାଲ ପଞ୍ଜାବ କ୍ୟାଡରର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ ନଭେମ୍ବର ୧୮ ତାରିଖରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଅବଶ୍ୟ, ସେ ୬୦ ବର୍ଷ ବୟସ ପରେ ଡିସେମ୍ବର ୩୧ ୨୦୨୨ ରେ ଅବସର ନେବାକୁ ଯାଉଥିଲେ। ଗୋୟଲଙ୍କୁ ଶନିବାର ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହ ନିର୍ବାଚନ ଆୟୋଗର ଅଂଶ ହେବେ। ମେ ୨୦୨୨ରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ସୁଶୀଲ ଚନ୍ଦ୍ର ଅବସର ନେବା ପରେ ନିର୍ବାଚନ ଆୟୋଗରେ ଏକ ପଦବୀ ଖାଲି ପଡ଼ିଥିଲା। ଗୋୟଲଙ୍କୁ ପୂର୍ବରୁ ହେଭି ଇଣ୍ଡଷ୍ଟ୍ରିଜ୍ ସେକ୍ରେଟାରୀ ଭାବରେ ପୋଷ୍ଟ କରାଯାଇଥିଲା। ସେ…
Author: Samikhsya Bureau
Train Accident: କୋରେଇ ରେଳ ଷ୍ଟେସନରେ ଏକ ବଡ ଟ୍ରେନ ଦୁର୍ଘଟଣା ଘଟିଯାଇଛି। ଏଥିରେ ତିନିଜଣ ଯାତ୍ରା ପ୍ରାଣ ହରାଇଛନ୍ତି। ଏହି ମୃତକଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏକ ଟୁଇଟ କରି ରେଳମନ୍ତ୍ରୀ କହିଛନ୍ତି ଯେ, କୋରେଇ ଠାରେ ପଣ୍ୟବାହୀ ଟ୍ରେନ ଦୁର୍ଘଟଣା ଯୋଗୁଁ ମୃତାହତ ହୋଇଥିବା ବ୍ୟକ୍ତିମାନଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରୁଛି। ମୃତ ବ୍ୟକ୍ତି ମାନଙ୍କ ପରିବାର ସଦସ୍ୟ ମାନଙ୍କୁ ପାଞ୍ଚ ଲକ୍ଷ, ଗୁରୁତର ଆହତ ମାନଙ୍କୁ ଏକ ଲକ୍ଷ ଏବଂ ସାମାନ୍ୟ ଆହତ ବ୍ୟକ୍ତି ମାନଙ୍କୁ 25 ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରୁଛି।
ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତୀୟ କ୍ରିକେଟ୍ ଦଳରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଟି-୨୦ ଆନ୍ତର୍ଜାତୀୟରୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଛୁଟି ସ୍ଥିର ହୋଇଛି। ଏହା ସତ୍ତ୍ୱେ ୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ଦିନିକିଆ ଏବଂ ଟେଷ୍ଟ ଟିମ୍ ରେ ଭାରତୀୟ ଦଳର ନେତୃତ୍ଵ ନେବା ପାଇଁ ରୋହିତଙ୍କ ଉପରେ ଚୟନକର୍ତ୍ତାମାନେ ନିର୍ଭର କରିବେ। ଖବର ଅନୁଯାୟୀ, ଶ୍ରୀଲଙ୍କା ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତର ଟି-୨୦ ଅଧିନାୟକ ଭାବରେ ନିଯୁକ୍ତ କରାଯାଇପାରେ।
ଭୁବନେଶ୍ୱର: କୋରେଇରେ ଟ୍ରେନ୍ ଦୁର୍ଘଟଣାରେ ତିନି ଜଣ ଯାତ୍ରୀଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ମଧ୍ୟ ଜଣାଇଛନ୍ତି। ଏଥିରେ ମୃତ୍ୟୁ ବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ଦୁଇ ଲକ୍ଷ ଟଙ୍କା ଅନୁକମ୍ଫା ରାଶି ଘୋଷଣା କରିଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଆହତମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଲା ମଲ୍ଲିକଙ୍କୁ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ୟ୍ୟ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୨ରେ ଧାର୍ମିକ ପ୍ରବଚନଦେବା ପାଇଁ ବିବାଦୀୟ ଭାରତୀୟ ଇସଲାମ ପ୍ରଚାରକ ଜାକିର ନାୟକଙ୍କୁ କତାର ନିମନ୍ତ୍ରଣ କରିଛି। ଭାରତରେ ଅର୍ଥ ହେରେଫେର ଏବଂ ବିବାଦୀୟ ଭାଷଣ ଅଭିଯୋଗର ସମ୍ମୁଖୀନ ହୋଇଥିବା ନାୟକ ୨୦୧୭ ମସିହାରୁ ମାଲେସିଆରେ ନିର୍ବାସନରେ ରହୁଛନ୍ତି। ଭାରତ ତାଙ୍କୁ ପଳାତକ ଘୋଷଣା କରିଛି। କତାରର ସରକାରୀ କ୍ରୀଡ଼ା ଚ୍ୟାନେଲ ଅଲକାସର ଉପସ୍ଥାପିକା ଫୈସଲ ଅଲହଜ୍ରି ଟ୍ୱିଟ କରି କହିଛନ୍ତି ଯେ, ବିଶକପ୍ ସମୟରେ ପ୍ରଚାରକ ଶେଖ ଜାକିର ନାୟକ କତାରରେ ଅଛନ୍ତି ଏବଂ ଟୁର୍ଣ୍ଣାମେଣ୍ଟରେ ଅନେକ ଧାର୍ମିକ ବକ୍ତୃତା ପ୍ରଦାନ କରିବେ। ଆମନ୍ତ୍ରିତ ମାନ୍ୟଗଣ୍ୟ ବ୍ୟକ୍ତି ଭାବରେ କତାରରେ ନାୟକଙ୍କ ଉପସ୍ଥିତିକୁ ପୃଷ୍ଟି କରିଛନ୍ତି ଏବଂ ଟ୍ୱିଟ୍ କରି କହିଛନ୍ତି ଯେ, ଆମ ସମୟର ଅନ୍ୟତମ ଲୋକପ୍ରିୟ ଇସଲାମ ବିଦ୍ୱାନ ଡ ଜାକିର ନାୟକ #ଫିଫା ୱାର୍ଲ୍ଡକପ୍ ପାଇଁ #କାତାରରେ ପହଞ୍ଚିଛନ୍ତି। ଜାକିର ନାୟକଙ୍କ ଇସଲାମିକ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଆଇଆରଏଫ୍) କୁ ୨୦୧୬ର ଶେଷ…
ଭୁବନେଶ୍ବର: ଯାଜପୁର ଜିଲ୍ଲାର କୋରେଇ ରେଳ ଷ୍ଟେସନରେ ଆଜି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସକାଳ ପ୍ରାୟ ୬.୪୫ ସମୟରେ ଘଟିଥିଲା, ଯେତେବେଳେ କିଛି ଲୋକ ପ୍ଲାଟଫର୍ମରେ ଏକ ଯାତ୍ରୀବାହୀ ଟ୍ରେନକୁ ଅପେକ୍ଷା କରିଥିଲେ। ଛତ୍ରପୁର ଅଭିମୁଖେ ଯାଉଥିବା ଏହି ଟ୍ରେନ୍ ଟି ଲାଇନଚ୍ୟୁତ ହେବା ଯୋଗୁଁ ଏଏହାର ଆଠଟି କୋଚ୍ ପ୍ଲାଟଫର୍ମ ଏବଂ ୱେଟିଂ ହଲ୍ ଉପରେ ଚଢିଯାଇଥିଲା। ଯାହାଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲାମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏହି ଘଟଣାରେ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି ଏବଂ ଷ୍ଟେସନ ବିଲଡିଂ ନଷ୍ଟ ହୋଇଯାଇଛି। ରେଳ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ତେବେ ଏହାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଟ୍ରେନ୍ ସେବା ଆଂଶିକ ପ୍ରଭାବିତ ହୋଇଛି। ଦୁର୍ଘଟଣା ଯୋଗୁଁ ଉଭୟ ଲାଇନକୁ…
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସରକାରର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ରାଷ୍ଟ୍ରୀୟ ସଚିବ ଉମାଙ୍ଗ ସିଙ୍ଘାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ଜନୈକ ମହିଳା ଅଭିଯୋଗ କରିଛନ୍ତି ଯେ, ନଭେମ୍ବର ୨୦୨୧ରୁ ନଭେମ୍ବର ୧୮ ତାରିଖ ୨୦୨୨ମଧ୍ୟରେ ଉମାଙ୍ଗ ସିଙ୍ଘାର PWD କାର୍ଯ୍ୟାଳୟ ପଛରେ ଥିବା ବିଧାୟକଙ୍କ ବାସଭବନରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ତାଙ୍କ ସହ ମାରପିଟ କରି ଅସଦାଚରଣ ମଧ୍ୟ କରିଥିଲେ। ମହିଳା ଜଣକ ବିଧାୟକଙ୍କୁ ଅପ୍ରାକୃତିକ କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି। ଏହି ସମସ୍ତ ଅଭିଯୋଗ ଆଧାରରେ ନୌଗାଓଁ ପୋଲିସ ଆଇପିସିର ଧାରା ୩୭୬, ୩୭୭ ଏବଂ ୪୯୮ ଅନୁଯାୟୀ ଉମାଙ୍ଗ ସିଙ୍ଘରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଧାର ଏସପି ଆଦିତ୍ୟ ପ୍ରତାପ ସିଂ କହିଛନ୍ତି ଯେ, ନଭେମ୍ବର ୨୧ ତାରିଖରେ ଏକ ମାମଲା ରୁଜୁ ହୋଇଛି। ମାମଲା ପଞ୍ଜିକରଣ କରିବା ପରେ ପୋଲିସ ତଦନ୍ତ କରୁଛି। ପୀଡିତାଙ୍କ ସୂଚନା ଅନୁଯାୟୀ ମାମଲାର ତଦନ୍ତ କରାଯାଉଛି।
ନୂଆଦିଲ୍ଲୀ: ଦ୍ୱିତୀୟ ଟି-୨୦ ରେ ସୂର୍ଯ୍ୟକୁମାର ଯାଦବ ୪୯ ବଲରୁ ଧୂଆଁଧାର ଶତକୀୟ ପାଳି ଖେଳି ପ୍ରଶଂସକଙ୍କୁ ଖୁସି କରିଦେଇଛନ୍ତି। ଟି-୨୦ ଇଣ୍ଟରନ୍ୟାସନାଲରେ ଏହା ସୂର୍ଯ୍ୟଙ୍କର ଦ୍ୱିତୀୟ ଶତକ। ପ୍ରକାଶ ଯେ, ଶତକୀୟ ଇନିଂସ ବ୍ୟତୀତ ସେ ନିଜ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ଟି-୨୦ ରେ ସର୍ବାଧିକ ଛକା ତାଲିକାରେ ଯୁବରାଜ ସିଂଙ୍କୁ ପଛରେ ପକାଇ ଦେଇଛନ୍ତି। ଯୁବରାଜ ତାଙ୍କ ଟି-୨୦ ଆନ୍ତର୍ଜାତୀୟ କ୍ୟାରିୟରରେ ୭୪ ଛକା ମାରିଥିଲେ। କିନ୍ତୁ ବର୍ତ୍ତମାନ ସୂର୍ଯ୍ୟକୁମାର ୭୯ ଟି ଛକା ମାରି ଏହି ରକର୍ଡ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଏହି ସମୟରେ ରୋହିତ ଶର୍ମାଙ୍କ ନାମରେ ଟି-୨୦ ଆନ୍ତର୍ଜାତୀୟରେ ସର୍ବାଧିକ ଛକା ମାରିବାର ରେକର୍ଡ ରହିଛି। ରୋହିତ ଏପର୍ଯ୍ୟନ୍ତ ଟି-୨୦ ଆନ୍ତର୍ଜାତୀୟରେ ମୋଟ ୧୮୨ ଛକା ମାରିଛନ୍ତି। https://twitter.com/Aru_Ro45/status/1594524651463790592 ସୂର୍ଯ୍ୟ ତାଙ୍କ ଇନିଂସରେ ୧୧ ଟି ଚୌକା ଓ ୭ ଟି ଛକା ମାରିଥିଲେ। ୨୧୭ ଷ୍ଟ୍ରାଇକ୍ ରେଟ୍…
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ବଜାରରେ ପ୍ରବଳ ଭିଡ଼ ହେଉଥିବା ବେଳେ ସକ୍ରିୟ ହୋଇଉଠୁଛନ୍ତି ଅମାନିଆ ବାଇକ ଚାଳକ। ଏମାନଙ୍କ ଯୋଗୁଁ ମା’ ଭଗବତୀ ମନ୍ଦିର ଦର୍ଶନ ପାଇଁ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ରବିବାର ଦିନ ଅମାନିଆ ବାଇକ ଚାଳକଙ୍କ ଉପରେ ନଜର ରଖିବା ସହ ସନ୍ଧ୍ୟା ସୁଦ୍ଧା ନଅ ଗୋଟି ବାଇକ ଜବତ କରିଥିଲା। ତତସହିତ ବାଇକ ଚାଳକଙ୍କ ବିରୁଦ୍ଧରେ ନଅ ଗୋଟି ମାମଲା ରୁଜୁ କରାଯାଇଥିବାର ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି। ତେବେ ପୋଲିସର ଏପରି ପଦକ୍ଷେପ ଦ୍ୱାରା ଧିରେ ଧିରେ ଅମାନିଆ ଗାଡି ଚାଳକ ସାବଡ଼ ହେଉଥିବାର ପରିଲକ୍ଷିତ ହୋଇଛି।
ଭୁବନେଶ୍ୱର: ପିଲାମାନେ ଭଲହେଲେ ଏକ ସୁସ୍ଥ ସମାଜ ଗଠନ ସମ୍ଭବପର ହେବ । ତେଣୁ ସେମାନଙ୍କୁ ସୁନାଗରିକ ରୂପେ ଗଢିତୋଳିବା ପାଇଁ ଉଭୟ ପରିବାର ଓ ବିଦ୍ୟାଳୟ ସ୍ତରରେ ପ୍ରୟାସ ଜାରି ରହିବା ସହିତ ଏକ ଅନୁକୂଳ ପରିବେଶ ସୃଷ୍ଟି କରାଯିବା ଉଚିତ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଏକାମ୍ରହାଟ ମୁକ୍ତ ମଞ୍ଚରେ ଆୟୋଜିତ ୩୩ ତମ ପିକକ୍ ଶିଶୁମେଳାର ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିରୁପେ ଯୋଗଦେଇ ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଶ୍ରୀମତି ସଞ୍ଜୁ ପଣ୍ଡା କହିଥିଲେ ଯେ ସମାଜକୁ ଭଲ ବାଟକୁ ଆଣିବାକୁ ହେଲେ ପିଲା ମାନଙ୍କୁ ମୂଳରୁ ନୈତିକ ଶିକ୍ଷା ଦିଆଯିବା ସହିତ ଭଲ ମଣିଷଙ୍କ ଜୀବନାଦର୍ଶ ସମ୍ପର୍କରେ ଅବଗତ କରାଯିବାର ଆବଶ୍ୟକତା ରହିଛି। ଏହି ଅବସରରେ ସ୍ୱାମୀ ବିବେକାନନ୍ଦ ଓ ଶ୍ରବଣ କୁମାରଙ୍କ ତ୍ୟାଗପୂତ ଜୀବନକୁ ଅନୁସରଣ କରିବାକୁ ଶ୍ରୀମତି ପଣ୍ଡା ପିଲାମାନଙ୍କୁ ଉପଦେଶ ଦେଇଥିଲେ। ଶିଶୁମେଳା କମିଟିର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକଙ୍କ…
ହାଜିପୁର: ବିହାରର ଦେସରୀ ପୋଲିସ ଷ୍ଟେସନ ଅଞ୍ଚଳର ସୁଲତାନପୁର ଗ୍ରାମରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘାଟିଯାଇଛି। ଗୋଟିଏ ଟ୍ରକର ଚାଳକ ନିୟନ୍ତ୍ରଣ ହରାଇ ଅନେକ ଲୋକଙ୍କ ଉପରକୁ ଗାଡି ଚଢାଇଦେଇଛି। ଯେଉଁଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତେ ରାତ୍ରୀ ଭୋଜନ ପରେ ଘରକୁ ଫେରୁଥିଲେ। ଏଥିସହ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦୁଃଖ ପ୍ରକାଶ କରିଛନ୍ତି। ରବିବାର ରାତି ପ୍ରାୟ ୯ ଟା ବେଳେ ଏହି ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ କେନ୍ଦ୍ର ଏବଂ ବିହାର ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ବୈଶାଳୀ ଅଧୀକ୍ଷକ ମନୀଷ କୁମାର କହିଛନ୍ତି ଯେ, ବିବାହ ସହ ଜଡିତ ଏକ ଶୋଭାଯାତ୍ରା ଚାଲିଥିବା ବେଳେ ଉକ୍ତ ରାସ୍ତାରେ ଉଚ୍ଚ ବେଗରେ ଆସୁଥିବା ଟ୍ରକର ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲା। ଯାହାପରେ ଟ୍ରକଟି ଶୋଭାଯାତ୍ରା ମଧ୍ୟରେ…
ଭୁବନେଶ୍ବର: ପ୍ରତ୍ୟେକ ଶୁଭ କାର୍ଯ୍ୟରେ ନଡ଼ିଆର ବିଶେଷ ଗୁରୁତ୍ୱ ରହିଛି। ମହିଳାମାନଙ୍କୁ ଶାସ୍ତ୍ରରେ କିଛି କାମ କରିବାକୁ ବାରଣ କରାଯାଇଛି, ସେଥିମଧ୍ୟରୁ ଗୋଟିଏ ନଡ଼ିଆ ଭାଙ୍ଗିବା, ଯାହା ମହିଳାଙ୍କ ପାଇଁ ନିଷେଧ। ଜାଣନ୍ତୁ କାହିଁକି… ନଡ଼ିଆକୁ ବହୁତ ପବିତ୍ର ବିବେଚନା କରାଯାଏ। ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବର ନଡ଼ିଆରେ ତ୍ରିଦେବଙ୍କର ବାସସ୍ଥାନ ଭାବରେ ବିବେଚନା କରାଯାଏ। ନଡ଼ିଆରେ ଥିବା ତିନିଟି ଆଖି ଶିବଙ୍କର ତ୍ରିନେତ୍ରର ରୂପ ବୋଲି ବିବେଚନା କରାଯାଏ। ଶାସ୍ତ୍ରରେ, ନଡ଼ିଆ ଭାଙ୍ଗିବା ଏକ ପ୍ରକାର ବଳିଦାନର ପ୍ରତୀକ ଭାବରେ ବିବେଚନା କରାଯାଏ। ମହିଳାମାନେ ଏହାକୁ ଭାଙ୍ଗିବା ପଛରେ ଥିବା ବିଶ୍ୱାସ ହେଉଛି ଯେ, ନଡ଼ିଆ ଏକ ମଞ୍ଜି ଅଟେ ଏବଂ ମହିଳା ମଞ୍ଜି ରୂପରେ ଏକ ସନ୍ତାନକୁ ଜନ୍ମ ଦିଅନ୍ତି। କୁହାଯାଏ ଯେ, ଯଦି ଜଣେ ମହିଳା ନଡ଼ିଆ ଭାଙ୍ଗନ୍ତି, ତେବେ ଏହା ଗର୍ଭାଶୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କ ସହିତ…
ଭୁବନେଶ୍ୱର : ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବିରୋଧରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ଟିମ। ସେମାନଙ୍କର ଅଭିଯୋଗ ହେଲା ଯେ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଅନୁମୋଦିତ ପଦ୍ମପୁର ପବ୍ଲିକ ସ୍କୁଲ ଏବଂ ଜୟଦେବ ଇନ୍ଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପରିସରରେ ଅନୁଷ୍ଠିତ ଏକ ସଭାରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୁଜାରୀ ଯୋଗ ଦେଇଥିଲେ। ଉଭୟ ଶିକ୍ଷାନୁଷ୍ଠାନର ମାଲିକାଣୀ ଶ୍ରୀମତୀ କିରଣ ପଣ୍ଡାଙ୍କ ସ୍ୱାମୀ ତଥା ବରଗଡସ୍ଥିତ ଅଂଚଳ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଶ୍ରୀ କୃଷ୍ଣମୋହନ ପଣ୍ଡାଙ୍କ ଦ୍ୱାରା ଅୟୋଜିତ ଏହି ସଭାରେ ବିଭିନ୍ନ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ। ଜଣେ ସରକାରୀ ବେତନପ୍ରାପ୍ତ ଅଧ୍ୟାପକ ଭାବେ ଶ୍ରୀ ପଣ୍ଡାଙ୍କ ଦଳୀୟ ସଭା ଆୟୋଜନ କରାଇବା ଦଣ୍ଡନୀୟ ଅପରାଧ ଏବଂ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ଅଟେ । ତେଣୁ…
ସୀତାରାମ ଅଗ୍ରୱାଲ ବାଣପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ମା’ ଭଗବତୀ ମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ଶ୍ରୀ ପାଣ୍ଡିଆନ ସକାଳ ୬ ଘଟିକା ୧୦ ମିନିଟ ସମୟରେ ମା’ ଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚିବା କ୍ଷଣି ତାଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପି ସ୍ୱାଗତ ଜଣେଇବା ସହ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ। ମନ୍ଦିର ମଧ୍ୟରେ ମାତ୍ର ୧୫ ମିନିଟ ସମୟ ଅତିବାହିତ କରିଥିଲେ ଶ୍ରୀ ପାଣ୍ଡିଆନ। ଉକ୍ତ ସମୟ ମଧ୍ୟରେ ମନ୍ଦିରର ବିଭିନ୍ନ ଉନ୍ନତି କରଣ ଯୋଜନା ଗୁଡ଼ିକ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉପରେ ଶ୍ରୀ ପାଣ୍ଡିଆନ ମୋହର ମାରିଛନ୍ତି। ପ୍ରମୁଖ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକ ହେଲା: ୧. ମନ୍ଦିର ଜମିର ସୀମା ନିର୍ଦ୍ଧାରଣ ସହ ଜବରଦଖଲ କାରୀଙ୍କୁ ଉଚ୍ଛେଦ। ୨.…
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ମଣିଷ ଯାହା ବି କରୁ ତାହା ସୀମା ଭିତରେ ରହି କରିବା ଉଚିତ। ଯଦି ଅତି ଭଲ କରୁଛି ବୋଲି ଦେଖାଇ ହେବେ ତେବେ ତାହା ବହୁ କ୍ଷତି ହେବ ଏଥିରେ ସନ୍ଦେହ ନାହିଁ। ଅତି ସବୁବେଳେ ଖରାପ ବୋଲି ସେ ବିଭିନ୍ନ ଉଦାହରଣ ଦେଇ କହିଛନ୍ତି। ଚାଣକ୍ୟଙ୍କ ମତରେ ରାବଣ ଅତି ଗର୍ବ କରିବାରୁ ସ୍ବର୍ଣ୍ଣ ଲଙ୍କା ଧ୍ବଂସ ପାଇଗଲା, ଦୁର୍ଯୋଧନ ଅତି ମାନ କରିବାରୁ କୌରବ ଶତ ଭ୍ରାତା ନିହତ ହେଲେ। ବଳି ରାଜା ଅତି ଦାନୀ ହେବାରୁ ପାତାଳଗାମୀ ହେଲେ। ସେଥିପାଇଁ ଅତି ମାତ୍ରାର କାର୍ଯ୍ୟ ସବୁ ବେଳେ ବର୍ଜନୀୟ। ସେଥିପାଇଁ କୁହାଯାଇଛି ଅତିଦର୍ପେ ହତା ଲଙ୍କା, ଅତିମାନେ ଚ କୌରବାଃ ଅତିଦାନାଦ୍ ବଳିର୍ବଧଃ, ଅତି ସର୍ବତ୍ର ବର୍ଜୟତେ
କୁମ୍ଭ- ଭାଗ୍ୟ ଆପଣଙ୍କ ସହିତ ରହିପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ। ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ। ଧନୁ- କ୍ରନିକ୍ ରୋଗରେ କିଛି ଆରାମ ମିଳିପାରେ। ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ। ପାରିବାରିକ ସମ୍ପର୍କ ଆନ୍ତରିକ ହେବ। ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ। ଚିନ୍ତା ସମାପ୍ତ ହୋଇପାରିବ। ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ମନୋରଞ୍ଜନ ଜାରି ରହିବ।
କନ୍ୟା- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ। ପରିବାର ସାହାଯ୍ୟ ମିଳିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରନ୍ତୁ। ବିଛା- ପରିବାର ସାହାଯ୍ୟ କରିବେ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ।
ମେଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ। ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ। ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ବୃଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ।
ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ସପ୍ତମ ଦିବସ। ନଭେମ୍ବର ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ବାଣିଜ୍ୟ ମେଳାକୁ ଗତକାଲିଠାରୁ ଦର୍ଶକମାନଙ୍କ ସୁଅ ଛୁଟିଛି। ଗତକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଏହି ମେଳା ଖୋଲାଯିବା ପରେ ଓଡ଼ିଶା ପାଭିଲିୟନ୍କୁ ହଜାର ହଜାର ଦର୍ଶକଙ୍କ ସୁଅ ଛୁଟିଛି। ପାଭିଲିୟନ୍ର ସୁନ୍ଦର ସାଜସଜ୍ଜାରେ ଆକୃଷ୍ଟ ହୋଇ ଦର୍ଶକମାନେ ବହୁସଂଖ୍ୟାରେ ସେଲ୍ଫି ନେବା ପରିଲକ୍ଷିତ ହୋଇଥିଲା। ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ପ୍ରଥମେ ଓଡ଼ିଶା ମଣ୍ଡପକୁ ପରିଭ୍ରମଣ କରିବା ପରେ ନିକଟସ୍ଥ ଅନ୍ୟ କେତେକ ରାଜ୍ୟର ମଣ୍ଡପ ବୁଲି ଦେଖିଥିଲେ। ପରେ ପରେ ଉପସ୍ଥିତ ବିଭାଗୀୟ ପଦାଧିକାରୀମାନଙ୍କ ସହିତ ଆଲୋଚନା ସମୟରେ ଓଡ଼ିଶା ମଣ୍ଡପର ସାଜସଜ୍ଜାକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହିତ ଚଳିତ ବର୍ଷର ଅଭିଜ୍ଞତାକୁ ପାଥେୟ କରି ଆଗାମୀ ବର୍ଷରେ ଏହାଠାରୁ ଉନ୍ନତ…
ଭୁବନେଶ୍ୱର: ମାଲେରିଆ ନିରାକରଣ ଉପରେ ପର୍ଯ୍ୟବସିତ “ଦମନ” ଚଳଚିତ୍ର ଖୁବ୍ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କରମୁକ୍ତ କରିଛନ୍ତି। ବିଭିନ୍ନ ଅଞ୍ଚଳରେ କଷ୍ଟକର ସ୍ଥିତିରେ କାର୍ୟ୍ୟକରୁଥିବା ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କୁ ଏହା ଉତ୍ସାହିତ କରିବ। ଚଳଚିତ୍ରର, କାହାଣୀ,ଚରିତ୍ର ଓ ଅଭିନୟ ଦୃଷ୍ଟିରୁ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି ଓ ଏହା ହିନ୍ଦୀ ଭାଷାରେ ଡବିଂହେବାକୁ ଯାଉଛି। ଫଳରେ ଏହା ଭାରତର ବିଭିନ୍ନ ପ୍ରଦେଶରେ ଲୋକପ୍ରିୟତା ହାସଲ କରିବ। ବିଭିନ୍ନ ଦୁର୍ଗମ ଅଂଚଳରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହଆଗାମୀ ଦିନରେ ଏହାକୁ ସବୁ ଜିଲ୍ଲାରେ ପ୍ରଦର୍ଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି । ଆଜି ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ ରାଜ୍ୟପ୍ରଦର୍ଶିତ “ଦମନ” ଚଳଚିତ୍ର ଦେଖିବା ଅବସରରେ ମୁଖ୍ୟ ଶାସନ ସଚିବ ଏହା…
ନୂଆଦିଲ୍ଲୀ: ଚିରଞ୍ଜିବୀ। ଆଜ୍ଞା ହଁ! ୨୦୨୨ ବର୍ଷ ପାଇଁ ୫୩ତମ ଆଇଏଫଏଫଆଇ ଇଣ୍ଡିଆନ୍ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାର ଅଭିନେତା-ନିର୍ମାତା ମେଗାଷ୍ଟାର ଚିରଞ୍ଜିବୀ କୋନିଡେଲାଙ୍କୁ ସମ୍ମାନିତ କରାଯିବ। ଆଜି ଗୋଆରେ ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଆଇଏଫଏଫଆଇ ର ୫୩ତମ ସଂସ୍କରଣର ଭବ୍ୟ ଉଦଘାଟନୀ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏହି ଘୋଷଣା କରିଛନ୍ତି। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଏକ ଗୌରବଜ୍ଜ୍ବଳ ଚଳଚ୍ଚିତ୍ର କ୍ୟାରିଅରରେ ଚିରଞ୍ଜିବୀ ତେଲୁଗୁ ଭାଷାରେ ୧୫୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏହା ସହିତ ହିନ୍ଦୀ, ତାମିଲ ଏବଂ କନ୍ନଡ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି। ତାଙ୍କୁ ତେଲୁଗୁ ସିନେମାର ଅନ୍ୟତମ ସଫଳ ତଥା ପ୍ରଭାବଶାଳୀ ଅଭିନେତା ଭାବରେ ବିବେଚନା କରାଯାଏ। ସେ ୧୯୮୨ରେ ଇଣ୍ଟିଲୋ ରାମାୟା ଭେଡିଲୋ କ୍ରିଷ୍ଣାୟା ରେ ନିଜର ପ୍ରଦର୍ଶନ ସହିତ ଦର୍ଶକଙ୍କ ହୃଦୟ ଜିଣିଥିଲେ ।…

