ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଆଜି ବେ ଓଭାଲରେ ଖେଳାଯିବ, କିନ୍ତୁ ବର୍ଷା ହେବାର ଆଶଙ୍କା ମଧ୍ୟ ରହିଛି। ୱେଲିଙ୍ଗଟନ୍ରେ ପ୍ରଥମ ମ୍ୟାଚ୍ ବର୍ଷା ହେତୁ ବାତିଲ ହୋଇଯାଇଥିଲା ଏବଂ ଏହି ମ୍ୟାଚରେ ଟସ୍ ମଧ୍ୟ ହୋଇପାରି ନଥିଲା। ବେ ଓଭାଲରେ ପାଣିପାଗ ଅବସ୍ଥା ମଧ୍ୟ ବହୁତ ଖରାପ ଏବଂ ଏହି ମ୍ୟାଚ୍ ମଧ୍ୟ ବାତିଲ ହେବାର ବିପଦ ରହିଛି। ଦ୍ୱିତୀୟ ଟି-୨୦ ପାଇଁ ପାଣିପାଗ କିପରି ହେବାକୁ ଯାଉଛି ଆସନ୍ତୁ ଜାଣିବା… ଏହି ସମୟରେ ବେ ଓଭାଲରେ ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଲଗାତାର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମେଘ କ୍ରମାଗତ ଭାବରେ ରହିବ ଏବଂ ପବନର ବେଗ ମଧ୍ୟ ଦ୍ରୁତ ଗତିରେ ଦେଖାଯିବ। ମ୍ୟାଚ୍ ଆରମ୍ଭରେ କମ୍ ବର୍ଷା ହେବାର ଆକଳନ ରହିଛି, କିନ୍ତୁ ମ୍ୟାଚ୍ ଅଗ୍ରଗତି କଲାବେଳେ ବର୍ଷା ହେବାର ଆଶଙ୍କା ମଧ୍ୟ ବଢିବ। ବିଶେଷକରି ଇନିଂସ…
Author: Samikhsya Bureau
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବାସସ୍ଥାନ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏପରି ଚାରୋଟି ସ୍ଥାନ ଅଛି ଯାହାକୁ ବର୍ଜନ କରିବା ଉଚିତ। ଅର୍ଥାତ ସେପରି ସ୍ଥାନରେ ବାସ କରିବା ଅନୁଚିତ। ସେହି ଚାରୋଟି ସ୍ଥାନ ହେଲା, ଯେଉଁ ସ୍ଥାନରେ ରହିଲେ ସମ୍ମାନ ମିଳିବ ନାହିଁ , ଯେଉଁଠି ଜୀବିକା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାରେ ବିଦ୍ୟା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାର ଲୋକେ ବନ୍ଧୁଭାବାପନ୍ନ ନୁହଁନ୍ତି। ଏପରି ସ୍ଥାନକୁ ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି। ଆପଣଙ୍କ ବାସସ୍ଥାନ ଏପରି ହେବା ଉଚିତ ଯେଉଁଠାରେ ସମ୍ମାନର ସହ ବଞ୍ଚି ହେବ। ଯେଉଁଠାରେ ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଥିବ। ଯଦି ନିଜ ପାଖରେ ପଢିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ସେଠାରେ ରହିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଶିକ୍ଷିତ ଏବଂ ଅସଭ୍ୟମାନେ…
ଜୀବନ ଶୈଳୀ: ଧାର୍ମିକ ବିଶ୍ୱାସ ଅନୁଯାୟୀ ଭଗବାନ ରାମଙ୍କୁ ଶ୍ରୀ ହରି ବିଷ୍ଣୁଙ୍କ ସପ୍ତମ ଅବତାର ବୋଲି କୁହାଯାଏ। ତାଙ୍କୁ ମହାନ, ଆଦର୍ଶ ମଣିଷ, ଶ୍ରେଷ୍ଠ ରାଜାଙ୍କ ସହିତ ମର୍ଯ୍ୟାଦା ପୁରୁଷୋତ୍ତମ ମଧ୍ୟ କୁହାଯାଏ। କିନ୍ତୁ ଆଜି ଲୋକମାନେ ଧର୍ମ, ସଭ୍ୟତା, ସଂସ୍କୃତି, କର୍ମ ଏବଂ ଦାୟିତ୍ଵକୁ ଭୁଲିଯାଉଛନ୍ତି। ଗୁରୁଜନମାନେ ପ୍ରାୟତଃ କୁହନ୍ତି ଯେ, ଜଣେ ବ୍ୟକ୍ତି କେବଳ ନିଜର କାର୍ଯ୍ୟ ଦ୍ୱାରା ନିଜର ପରିଚୟ ସୃଷ୍ଟି କରେ। ଏହି ଗୁଣଗୁଡିକ ହେତୁ, ଶ୍ରୀରାମ ଜୀଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି ମଧ୍ୟ କୁହାଯିବା ଉଚିତ୍। ଆଜିର ପୁରୁଷମାନେ ମଧ୍ୟ ଭଗବାନ ଶ୍ରୀ ରାମଙ୍କ ପରି ଆଦର୍ଶ ହେବା ଆବଶ୍ୟକ। ଭଗବାନ ରାଜ ରାମ ଅନେକ ଗୁଣରେ ସମୃଦ୍ଧ। ଯଦି ଜୀବନରେ ତାଙ୍କ ଚରିତ୍ରର କିଛି ଗୁଣ ଗ୍ରହଣ କରାଯାଏ, ତେବେ ଆପଣଙ୍କୁ ମଧ୍ୟ ଜଣେ ଆଦର୍ଶ ମଣିଷ କୁହାଯାଇପାରେ। ଏହା ମଧ୍ୟ ଆପଣଙ୍କ ଜୀବନକୁ ସଫଳ କରିବ। ଭଗବାନ ରାମଙ୍କର ଏହି…
ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରାମଣ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାର ଏକ ବଡ ନିଷ୍ପତି ଗ୍ରହଣ କରିଛନ୍ତି। ତାହା ହେଲା ଆଜିଠୁ ଆଉ କୋଭିଡ କଟକଣା ଲାଗୁ ହେବ ନାହିଁ। ମାସ୍କ ନ ପିନ୍ଧିଲେ ଯେଉଁ ଜରିମାନା ଆଦୟ ହେଉଥିଲା ତାହା ଆଉ ହେବ ନାହିଁ। ଦୀର୍ଘ ଦୁଇ ବର୍ଷ ଧରି ରାଜ୍ୟରେ କୋଭିଡ ଆଇନ ଲାଗୁ କରାଯାଇଥିଲା। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ରାଜ୍ୟ କରୋନା ସଂକ୍ରାମଣ ହ୍ରାସ ପାଇଥିବାରୁ କୋଭିଡ କଟକଣା ହଟାଇବା ପାଇଁ ବିଚାର ଚାଲିଥିଲା। ଏ ନେଇ ଆଜି ସରକାର ରାଜ୍ୟରୁ ସମସ୍ତ କୋଭିଡ କଟକଣାକୁ ହଟାଇ ଦେଇଛନ୍ତି। ତେବେ ଲୋକମାନେ ସ୍ବଇଚ୍ଛାରେ କରୋନାରୁ ଦୂରେଇ ରହିବା ପାଇଁ ବିଭିନ୍ନ ନିୟମ ପାଳନ କରିପାରିବେ।
ଭୁବନେଶ୍ବର: ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ସୁବିଧାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆରମ୍ଭ କରିଛନ୍ତି ବଡ ପଦକ୍ଷେପ। ଏକାଥରେ ୨୦୦୦ ପଦବୀ ସୃଷ୍ଟି କରିବା ପାଇଁ ନିଷ୍ପତି ନିଆଯାଇଛି। ସେହି ଅନୁସାରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ LTRMO ପଦବୀ ପାଇଁ ନିଯୁକ୍ତି ଦିଆଯିବ। ଏହି ବିଜ୍ଞପ୍ତିରେ ୩୦ ଟି ଜିଲ୍ଲାରେ ୧୫୦୦ ପଦବୀ ସୃଷ୍ଟି କରାଯାଇଛି। ସେହିପରି କେବଳ ରାଉରକେଲା ଆରଜିଏଚ ପାଇଁ ୨୦ଟି ପଦବୀ ସୃଷ୍ଟି କରାଯାଇଛି। ଆଉ ୪୮୦ଟି ସବଡିଭିଜିନାଲ ହସପିଟାଲରେ ଏହି ପଦବୀ ସୃଷ୍ଟି କରାଯାଇଛି। ଖୁବ ଶିଘ୍ର ଏ ନେଇ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇବ ବୋଲି ଜଣାପଡିଛି।
ମେଷ: ଆଜି ଆପଣ ଆପଣଙ୍କର ପ୍ରିୟ ଖାଦ୍ୟର ଆନନ୍ଦ ପାଇବେ। ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ। ବ୍ୟବସାୟରେ ବ୍ୟସ୍ତ ରହିବେ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ପରିବାରର ଚିନ୍ତା ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ପ୍ରଭାବଶାଳୀ ଲୋକଙ୍କୁ ପରିଚିତ କରାଇବା। ଲଜ୍ଜିତ ହୁଅନ୍ତୁ ନାହିଁ। ଏକ ଉପଭୋଗ୍ୟ ଯାତ୍ରା ଆୟୋଜିତ ହୋଇପାରିବ। ବୃଷ: ବିପଦ ଏବଂ ସୁରକ୍ଷା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ। ଶୋକ ଖବର ମିଳିପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ବ୍ୟବସାୟରେ ଅନୁକୂଳ ଲାଭ ହେବ। ଆୟ ରହିବ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। କଠିନ ପରିଶ୍ରମ ଅଧିକ ହେବ। ମିଥୁନ: ଆପଣ ଉତ୍ସାହ ଏବଂ ଖୁସିରେ କାମ କରିବାକୁ ସମର୍ଥ ହେବେ। କୌଣସି ବଡ଼ କାର୍ଯ୍ୟ ହେତୁ ସୁଖ ବୃଦ୍ଧି ପାଇବ। ଉପହାର ଗ୍ରହଣ କରାଯିବ। ବେକାରୀ…
ଭୁବନେଶ୍ୱର: ଚଳିତ ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ତାଲିକା ଅଖିଳ ଭାରତ କଂଗ୍ରେସ କମିଟିଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ଏହି ତାଲିକାରେ ଓଡ଼ିଶା ପ୍ରଭାରୀ ସାଂସଦ ଡ. ଏ ଚେଲ୍ଲା କୁମାର, ଏଆଇସିସି ସଂପାଦକ ଶ୍ରୀ ଜି ରୁଦ୍ର ରାଜୁ, ପିିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ରଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଚିରଞ୍ଜିବ ବିଶ୍ୱାଳ, ଭକ୍ତଚରଣ ଦାସ, ଶରତ ରାଉତ, ସପ୍ତଗିରି ଉଲ୍ଲାକା, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି ଅଛନ୍ତି। ସେହିପରି ରମେଶ ଜେନା,…
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ଥ ଭାଲେରି ପାହାଡ଼ ପାଦ ଦେଶ ବୋରିଆ ସାହି ଜଙ୍ଗଲରୁ ଦୁଇଟି ମୋରମ ବୋଝେଇ ଟିପର ସମେତ ଗୋଟିଏ ଜେସିବି ଗତ କାଲି ବିଳମ୍ବିତ ରାତିରେ ଜବତ କରିଛି ପୋଲିସ। ସୂଚନା ମୁତାବକ ନାଭାଲ୍ ବୁଚୁଡି, ନୂଆଗଡ- ବୋରିଆ ସାହି ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ ମାଫିଆମାନେ ସ୍ଥାନୀୟ ପ୍ରଶାସନକୁ ହାତବାରିସ୍ କରି ବେଧଡକ ମୋରମ ଚାଲାଣ କରୁଥିବାର ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବିଳମ୍ବିତ ରାତିରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଅତିରିକ୍ତ ଥାନା ଅଧିକାରିଣୀ ରଶ୍ମିବାଳା ସେଠି, ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ, ଏଏସଆଇ ତିରୁପତି ନାୟକଙ୍କ ସଦଳବଳେ ମୋରମ ଉତ୍ତୋଳନ ସ୍ଥାନରେ ଅତର୍କିତ ଚଢ଼ାଉ କରି ଦୁଇଟି ଟିପର, ଗୋଟିଏ ଜେସିବି ଜବତ କରିବା ସହ ଚାରି ଜଣ ମୋରମ ମାଫିଆଙ୍କୁ କେଶ ନଂ ୨୪୭/୨୦୨୨ ରେ ଗିରଫ…
ଭୁବନେଶ୍ବର: ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଇନ୍ଦିରା ସ୍ମୃତି ସମିତିର ମିଳିତ ଆନୁକୂଲ୍ୟରେ ଆଜି ସ୍ବର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ତଥା ଜାତୀୟ ସଂହତି ଦିବସ ପାଳନ କରାଯାଇଛି। ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିମାନେ ଶ୍ରୀମତୀ ଇନ୍ଦିରା ଜଣେ ଦୂରଦର୍ଶୀ ନେତ୍ରୀ ଥିଲେ ବୋଲି ଅବିହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ। ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ, ଶ୍ରୀ ସୁରେଶ କୁମାର ରାଉତରାୟ ଏବଂ ପୂର୍ବତନ ବିଧାୟକ ଶ୍ରୀ ଭୁଜବଳ ମାଝୀଙ୍କ ସମେତ ବିଶିଷ୍ଟ ଅତିଥିମାନେ ଯୋଗଦାନ କରିଥିଲେ।
ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଆଜି ୩୪ ଜଣ ସହକାରୀ ଉଦ୍ୟାନ କୃଷି ଅଧିକାରୀ ରାଜ୍ୟ ସରକାରରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ମହିଳା ଅଛନ୍ତି। ଲୋକ ସେବା ଭବନରେ ସମ୍ମିଳନୀ କେନ୍ଦ୍ରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସମସ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂତନ ଅଧିକାରୀମାନଙ୍କୁ ତ୍ରୁଣମୂଳ ସ୍ତରରେ ଥିବା ଲୋକ ଏବଂ ସରକାରଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି। ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି, “ଆପଣଙ୍କୁ ଆରାମ-ଜୋନରୁ ବାହାରକୁ ଆସିବାକୁ ପଡ଼ିବ, ଏବଂ ଆଦିବାସୀ ଅଞ୍ଚଳ, ଅପହଞ୍ଚ ପାହାଡ଼ିଆ ଅଞ୍ଚଳ ଉପରେ ଥିବା ଲୋକଙ୍କ ସହ ଯୋଗାଯୋଗ କରିବାକୁ ପଡିବ। ଚାଷରେ ଲୋକମାନେ ସମ୍ମୁଖୀନ ହେଉଥିବା ଆହ୍ବାନର ମୁକାବିଲା କରିବାକୁ ପ୍ରସ୍ତୁତ ରୁହନ୍ତୁ। ଉଦ୍ୟାନ କୃଷକ କ୍ୟାରିୟର ଭାବରେ, ଆସନ୍ତା…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ସହକାରୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଟିମ୍ ୱାଟସ୍ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କୁ ସାକ୍ଷାତ କରିଛନ୍ତି। ଅତିଥିମାନଙ୍କ ମଧ୍ୟରେ ଉଚ୍ଚାୟୁକ୍ତ ବେରୀ ଓ’ ଫାରେଲ ଏଓ, ସହାୟକ ମନ୍ତ୍ରୀ ଲୁଇସା ବୋକନର, ଅଷ୍ଟ୍ରେଲୀୟ ଉଚ୍ଚାୟୁକ୍ତର ଦ୍ବିତୀୟ ସଚିବ (ରାଜନୈତିକ) ଜ୍ୟାକ୍ ଟେଲର ଉପସ୍ଥିତ ଥିଲେ।
ଭୁବନେଶ୍ବର: ଭାରତ ସରକାରଙ୍କ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଜୀବନ ପ୍ରମାଣ ଆପ୍ ଜରିଆରେ ପେନସନଭୋଗୀଙ୍କ ପାଇଁ ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ମାଧ୍ୟମରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ ହେଉଛି। ଏହି କ୍ରମରେ ଭୁବନେଶ୍ବର ପ୍ରଶାସନିକ କାର୍ଯ୍ୟାଳୟ ମାର୍ଗଦର୍ଶନରେ କଟକସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଏକ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅନୁ ସଚିବ ବିଶାଲ କୁମାର, ଏଏସଓ ଅଂଶୁଲ ଶର୍ମା, ୟୁଆଇଡିଏଆଇର ଉପନିର୍ଦ୍ଦେଶକ ଟି. ଚୈତନ୍ୟ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ। ଜୀବନ ପ୍ରମାଣନ ଆପ୍ ଜରିଆରେ ଫେସ ଅଥେଣ୍ଟିକେସନ ଟେକ୍ନୋଲୋଜି ମାଧ୍ୟମରେ ପେନସନଭୋଗୀମାନଙ୍କୁ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଏହି ନୂଆ ପ୍ରୟାସ ଆରମ୍ଭ କରାଯାଇଛି। କଟକସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଜିଏମ ସନ୍ତୋଷ କୁମାର ବେହେରା ନୋଡାଲ ଅଧିକାରୀ ଭାବେ…
ବାରଣାସୀ: ‘କାଶୀ ତାମିଲ ସଙ୍ଗମମ’ ବାସ୍ତବରେ ଭାରତର ବିବିଧତା ଏବଂ ବିଶେଷତାର ଉତ୍ସବ। ଏଥିପାଇଁ ଏହି କାର୍ଯ୍ୟକ୍ରମ ନିଜ ନିଜ ମଧ୍ୟରେ ବିଶେଷ ଏବଂ ଅଦ୍ୱିତୀୟ ବୋଲି ଶନିବାର ଉତ୍ତରପ୍ରଦେଶର ବାରଣାସୀ ଠାରେ ଏକ ମାସ ବ୍ୟାପୀ କାର୍ଯ୍ୟକ୍ରମ ‘କାଶୀ ତାମିଲ ସଙ୍ଗମମ’କୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆମର ଦେଶରେ ସଙ୍ଗମ ଗୁଡ଼ିକର ବଡ ମହିମା ଓ ବଡ଼ ମହତ୍ୱ ରହିଛି। ନଦୀ ଏବଂ ଧାରାର ମିଳନ କାରଣରୁ ବିଚାର-ବିଚାରଧାରା, ଜ୍ଞାନ-ବିଜ୍ଞାନ ଏବଂ ସମାଜ-ସଂସ୍କୃତିର ସବୁ ସଙ୍ଗମକୁ ଆମେ ପାଳନ କରିଛୁ। ଆଉ ଏକ ସମ୍ପୂର୍ଣ୍ଣ ଭାରତକୁ ନିଜ ମାଧ୍ୟମରେ ଏକାଠୀ କରିଥିବା ଆମର ସାଂସ୍କୃତିକ ରାଜଧାନୀ ହେଉଛି କାଶୀ। ସେହିପରି ଭାରତର ପ୍ରାଚୀନ ଏବଂ ଗୌରବର କେନ୍ଦ୍ର ହେଉଛି ତାମିଲନାଡୁ ଓ ତାମିଲ ସଂସ୍କୃତି। ଏହି ସଙ୍ଗମ ମଧ୍ୟ ଗଙ୍ଗା ଯମୁନା ଭଳି ପବିତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମହାନ…
ଖୋରଧା: ମିଶନ ଶକ୍ତି ମେଗା ଋଣ ମେଳା ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ ହଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥିରେ ଖୋରଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଯୋଗଦେଇ ମହିଳା ମାନଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ। ସାରା ରାଜ୍ୟରେ ସ୍ବୟ ସହାୟକ ଗୋଷ୍ଠୀର ପ୍ରାୟ ୭୦ ଲକ୍ଷ ସଦସ୍ୟା ମାନଙ୍କୁ ନେଇ ମିଶନ ଶକ୍ତି କାର୍ଯ୍ୟ କରୁଛି। ବିଭିନ୍ନ ସାମାଜିକ କ୍ଷେତ୍ରରେ ମହିଳା ମାନଙ୍କ ସଂପୃକ୍ତି ଦ୍ବାରା ଉନ୍ନତି ସାଧିତ ହୋଇ ପାରିବ ବୋଲି ସେ କହିଥିଲେ। ସେହିଭଳି ମାନ୍ୟବର ଜୟଦେବ ବିଧାୟକ ଅରବିନ୍ଦ ଢାଲି ଯୋଗଦେଇ ମିଶନ ଶକ୍ତି ଦ୍ବାରା ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପରିପ୍ରକାଶ କରିବାରେ ସଫଳ ହୋଇପାରିଛନ୍ତି। ସେମାନଙ୍କ ଦ୍ବାରା ହିଁ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହୋଇ ପାରିବ ବୋଲି ସେ କହିଥିଲେ। ସେହିଭଳି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ଲକ୍ଷ ଓ ନିଷ୍ଠା ରଖି କାର୍ଯ୍ୟ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଖରିଫ ଋତୁ ନିମନ୍ତେ ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ଆସନ୍ତା ଡିସେମ୍ବର ୩୦ ତାରିଖରୁ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ। ଧାନ ସଂଗ୍ରହ ନିମନ୍ତେ ୧୦ଟି ବ୍ଲକର ୧୩୯ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ୧୪ଟି ଉପକେନ୍ଦ୍ର ମୋଟ ୧୫୩ଟି ସ୍ଥାନରେ କୃଷକ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ। ସେହିଭଳି ଧାନ ବିକ୍ରୟ ନିମନ୍ତେ ଚଳିତ ବର୍ଷ ୪୮ ହଜାର ୪୦୮ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି ଯାହା ଗତବର୍ଷ ତୁଳନାରେ ୧୮୧୩ ଜଣ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୭ ହଜାର ୧୪୭ ଜଣଙ୍କ ପଞ୍ଜିକରଣ ବୈଧ ରହିଛି। ଚଳିତ ଖରିଫ ଋତୁ ନିମନ୍ତେ ୭୮ ହଜାର ୫୯୦ ମେଟ୍ରିକ ଟନ…
ଭୁବନେଶ୍ବର: ବିଏମସି ୫୮ ନମ୍ବର ୱାର୍ଡର କର୍ପୋରେଟର ଆଡ଼ଭୋକେଟ ନମିତା ମହାପାତ୍ରଙ୍କ ଭାଇ ମଳୟ ମହାପାତ୍ରଙ୍କୁ କେତେକ ବ୍ୟକ୍ତି ଆକ୍ରମଣ କରିଛନ୍ତି। ଆଜି ଦିନ ୧୨.୩୦ ସମୟରେ ବ୍ରହ୍ମେଶ୍ୱର ମନ୍ଦିର ନିକଟରେ ଏହି ଆକ୍ରମଣ କରାଯାଇଛି। ମଳୟ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ବାରକୁ ଅବଗତ କରାଯାଇଛି। ଏ ନେଇ ବରଗଡ ଥାନାରେ ଏତଲା ଦିଆଯାଇଛି। ଆକ୍ରମଣ କାରଣ କଣ ତାହା ଜଣାପଡି ନାହିଁ।
ସୀତାରାମ ଅଗ୍ରୱାଲ ବାଲୁଗାଁ: ସାରା ରାଜ୍ୟରେ ମହିଳାମାନଙ୍କୁ ସ୍ଵତନ୍ତ୍ର ପ୍ରାଧାନ୍ୟ ଦେବା ସହ ସେମାନଙ୍କୁ ସ୍ଵାବଲମ୍ବି କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଧାନ୍ୟ ଦେଇଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଏସଏଚଜି ମହିଳା ଗ୍ରୁପ ମାନଙ୍କୁ ସମସ୍ତ ସ୍ଵିକୃତି ପ୍ରାପ୍ତ ବ୍ୟାଙ୍କମାନଙ୍କୁ ସୁଲଭ ଶୁଦ୍ଧ ହାରରେ ଋଣ ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଏସଏଚଜି ମହିଳା ଗ୍ରୁପକୁ ଋଣ ଦେବରେ ସର୍ବାଗ୍ରେ ରହିଛି ବାଲୁଗାଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ବାଲୁଗାଁ ଶାଖା ପ୍ରବନ୍ଧକ ଅମିତ ମିଶ୍ରଙ୍କୁ ଆଜି ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଋଣ ମେଳା କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି। ଉକ୍ତ ଋଣ ମେଳାରେ ଜିଲ୍ଲାର ପ୍ରତି ବ୍ଲକରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା…
ସୀତାରାମ ଅଗ୍ରୱାଲ ଚିଲିକା: ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆଜି ଓଡ଼ିଶାର ସମସ୍ତ ବ୍ଲକରେ ୩ ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଉଥିବା ବେଳେ ଅନୁରୂପ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସଭାପତି ବିଭୁତି ଭୂଷଣ ସ୍ବାଇଁଙ୍କ ନେତୃତ୍ୱରେ ତିନି ଦଫା ଦାବି ନେଇ ବାଣପୁର ସହରରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବିରାଟ ରାଲି ମା’ ଭଗବତୀ ମନ୍ଦିରରୁ ବାହାରି ସହର ପରିକ୍ରମା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ସଂଘର ସଭାପତି ବିଭୁତି ଭୂଷଣ ସ୍ୱାଇଁ, ସମ୍ପାଦକ ପ୍ରଦୀପ୍ତ କିଶୋର ମହାପାତ୍ର, ସଭ୍ୟ କୈଳାଶ ଚନ୍ଦ୍ର ହୋତା, ବିମଳ ନାୟକ, ନରେଶ ପଣ୍ଡା, ସମୀର ସେଠୀ ଏବଂ ପ୍ରାୟ ତିନିଶହରୁ ଅଧିକ ପ୍ରାଥମିକ ଶିକ୍ଷକ ୬ବର୍ଷର ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ କରି ୬ବର୍ଷର ବର୍ଦ୍ଧିତ ଦରମା ପ୍ରଦାନ…
ଭୁବନେଶ୍ଵର: ୩୩ ତମ ପିକକ୍ ଶିଶୁମେଳା ର ଅଜିଥିଲା ଦ୍ଵିତୀୟ ଦିବସ। ଆଜି ସନ୍ଧ୍ୟା ର ମୁଖ୍ୟ ଆକର୍ଷଣ ଥିଲା ବେବି ଅଫ ଦି ଇୟର ଓ ଆଧୁନିକ ନୃତ୍ୟ ର ପ୍ରତିଯୋଗୀତା। ଆକର୍ଷଣୀୟ ବେଶ ପୋଷାକରେ ସଜ୍ଜିତ ପିଲାମାନଙ୍କର ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ପ୍ରତିଯୋଗୀତାର ବିଚାରକ ଭାବେ ଅଭିଷକ ସାମନ୍ତରାୟ, ଶ୍ରୀମତୀ ପ୍ରତୀକ୍ଷା ସାହୁ, ଶ୍ରୀ ଦିଲ୍ଲୀପ କୁମାର ଜି, ଓ ଶ୍ରୀମତୀ ଅନ୍ନପୂର୍ଣା ମହାନ୍ତି ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଆଜି ସଂଧ୍ୟାରେ ଅତିଥିଭାବେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା, ଓଡିଶା ଶିଶୁ ସୁରକ୍ଷା ଆୟୋଗ ର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ବିଶିଷ୍ଟ ସାମ୍ବାଦିକ ମାଧବାନନ୍ଦ ବେହୁରା ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ପୁରୁଣିମା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ପିକକ୍ ର ଏହି ଉଦ୍ୟମ କୁ ବହୁ ପ୍ରଶଂସା କରିଥିଲେ। ଅନ୍ୟ…
ଭୁବନେଶ୍ୱର: ସମାଜରେ ସକାରାତ୍ମକତା ସୃଷ୍ଟି ଓ ଦେଶ ଗଠନ କରିବାରେ ଉଲ୍ଲେଖନୀୟ ଅବଦାନ କ୍ଷେତ୍ରରେ ଚଳିତ ବର୍ଷ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସକାରାତ୍ମକତା ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାରେ ଅଗ୍ରଣୀ ଭୂମିକା ନେଇଥିବା ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ସକାରାତ୍ମକତା ନେତୃତ୍ୱ ପୁରସ୍କାର ପ୍ରଦାନ କରାଯାଇଛି। ସୋସାଇଟି ଫର୍ ଇନିସିଏଟିଭ୍ସ ଦ୍ୱାରା ଦେଶରେ ସକାରାତ୍ମକତା ଆନ୍ଦୋଳନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଯୋଗ୍ୟ ବିବେଚିତ ହୋଇଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ନିମନ୍ତେ ଏହାର ଦ୍ୱିତୀୟ ଜାତୀୟ ସମ୍ମିଳନୀ ନୂଆଦିଲ୍ଲୀ ସ୍ଥିତ ସିଭିଲ୍ ସର୍ଭିସେସ୍ ଅଫିସର୍ସ ଇନ୍ଷ୍ଟିଚ୍ୟୁଟ୍ ଠାରେ ଶୁକ୍ରବାର ଆୟୋଜିତ ହୋଇଥିଲା। ଏହାକୁ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍ଘାଟନ କରିଥିଲେ। ଏହି ସମାରୋହରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆ ଓ ସମ୍ମମ୍କୁ ଏହି ପୁରସ୍କାର ପ୍ରଦାନ…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୨ ମେ’, ୨୦୨୨ ପୂର୍ବରୁ ପ୍ରଚଳିତ ସ୍ଥିତାବସ୍ଥାର ପୁନଃ ଲାଗୁ କରିଛନ୍ତି। ୫୮%ରୁ କମ୍ ଲୌହ ମାତ୍ରା ଥିବା ଲୁହା ପଥର ଲମ୍ପ୍ସ ଓ ଫାଇନ୍ସ, ଲୁହା ପଥର ପେଲେଟ ଏବଂ ପିଗ୍ ଆଇରନ୍ ସମେତ ନିର୍ଦ୍ଦିଷ୍ଟ ଇସ୍ପାତ ଉତ୍ପାଦରେ ଥିବା ରପ୍ତାନି ଶୁଳ୍କ ପ୍ରତ୍ୟାହାର କରି ନେଇଛନ୍ତି। ଆନ୍ଥ୍ରାସାଇଟ୍/ପିସିଆଇ କୋଇଲା, କୋକିଂ କୋଇଲା, କୋକ୍ ଏବଂ ସେମି କୋକ୍ ଏବଂ ଫେରୋ ନିକେଲ୍ ଉପରୁ ଆମଦାନୀ ଶୁଳ୍କ ରିହାତି ମଧ୍ୟ ପ୍ରତ୍ୟାହାର କରାଯାଇଛି। ୧୯ ନଭେମ୍ବର, ୨୦୨୨ ରୁ ନିମ୍ନୋକ୍ତ ନିୟମ ଗୁଡ଼ିକ ପ୍ରଭାବୀ ହେବ – – ୫୮ ପ୍ରତିଶତରୁ କମ ଏଫଇ ଥିବା ଲୁହା ପଥର ଲମ୍ପ୍ସ ଓ ଫାଇନ୍ସ ଉପରେ କୌଣସି ରପ୍ତାନି ଶୁଳ୍କ ଲାଗୁ ହେବ ନାହିଁ। – ୫୮%ରୁ ଅଧିକ ଏଫଇ ଥିବା ଲୁହା ପଥର ଲମ୍ପ୍ସ ଓ ଫାଇନ୍ସ ଉପରେ ୩୦% କମ ରପ୍ତାନି ଶୁଳ୍କ ଲାଗୁ…

