ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଆପଦ ମିତ୍ର ମାନଙ୍କ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଜଟଣୀ ନିକଟସ୍ଥ ସିଦ୍ଧାର୍ଥ ଭିଲେଜ ଟ୍ରେନିଂ ରିସୋର୍ଟରେ ଏହି ୧୨ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ତିତ ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଆପଦ ମିତ୍ର ମାନଙ୍କୁ ବନ୍ୟା, ବାତ୍ୟା, ସୁନାମି, ଅଗ୍ନିକାଣ୍ତ ଓ ଦୁର୍ଘଟଣା ଜନିତ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ତାଲିମ ପ୍ରଦାନ କରାଯାଇ ଦକ୍ଷତା ବୃଦ୍ଧି କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଆବଶ୍ୟକ ସମୟରେ ସେମାନେ ପ୍ରଶାସନ ଓ ଜନ ସାଧାରଣ ମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବେ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ସଚେତନତା ସୃଷ୍ଟି କରିବା ସହ ମୁକାବିଲା ନିମନ୍ତେ ସହଯୋଗୀ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଯୋଗଦେଇ ଜିଲ୍ଲା ଆପଦକାଳୀନ ଅଧିକାରୀ ଉର୍ମିପ୍ରଭା…
Author: Samikhsya Bureau
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ପାଇକମାଳ ଗ୍ରାମ ନିକଟରେ ସରକାରୀ ଜମିରେ ବେଆଇନ୍ ଘର ନିର୍ମାଣ କରି ରହୁଥିବା ୩ ପରିବାରର ଘରକୁ ପ୍ରଶାସନ ଜେସିବି ମାଧ୍ୟମରେ ଭାଙ୍ଗିଦେଇଥିବା ଜଣା ପଡିଛି। ନାକଟିଦେଉଳ ତହସିଲ୍ଦାର୍ ସୁକାନ୍ତ ନାଏକଙ୍କ ଠାରୁ ପ୍ରକାଶ ଯେ , ନାକଟିଦେଉଳ ତହସିଲ୍ ଅନ୍ତର୍ଗତ ଡଇଁଚା ଗ୍ରାମପଂଚାୟତର ପାଇକମାଳ ଗ୍ରାମ ନିକଟସ୍ଥ କେନ୍ଦୁଛକ ଠାରେ ଥିବା ପ୍ଲଟ୍ ନମ୍ବର ୪୨୯(ପି) ଖାତାନଂ ୫୭ ରେ ଗ୍ରାମର ତାରସିଲା କିସ୍ପଟା. ଆମିତ୍ କିସ୍ପଟା ଓ ପ୍ରଦୀପ୍ କିସ୍ପଟା ବେଆଇନ୍ ଭାବରେ ଘର କରି ଏକ ବର୍ଷ ହେଲା ରହିଆସୁଥିଲେ। ସେମାନଙ୍କୁ ମଧ୍ୟ ପୂର୍ବରୁ ସେଠାରୁ ହଟିଯିବା ପାଇଁ ପ୍ରଶାସନ କହିଥିଲା। ହେଲେ ସେଇ ବ୍ୟକ୍ତି ମାନେ ନ ହଟିବାରୁ ନାକଟିଦେଉଳ ତହସିଲ୍ ଦାରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ପ୍ରଶାସନ, ଅତିରିକ୍ତ ତହସିଲ୍ଦାର୍, ତହସିଲ୍ ଅମିନ ଆଦି ସେଇ ଜବର ଦଖଲକାରୀଙ୍କ ଘରକୁ ଭାଙ୍ଗିଦେଇଥିଲେ। ଏ ସଂପର୍କରେ…
ଖୋର୍ଦ୍ଧା: ରାଜ୍ୟ ଖାଦ୍ୟ କମିଶନର ପ୍ରମୋଦ କୁମାର ମେର୍କପ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ବିଭିନ୍ନ ସରକାରୀ ସାମାଜିକ ଯୋଜନାର ସମୀକ୍ଷା କରିଛନ୍ତି। ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଖାଦ୍ୟ କମିଶନ ସଦସ୍ୟ ସଚିବ ଶିବାନୀ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ଖୋର୍ଦ୍ଧା ବିଡିଓ କ୍ଷୀରାବ୍ଧି ତନୟା ସାହୁ, ଜିଲ୍ଲା ଯୋଗାଣ ଅଧିକାରୀ ସୁଗଡା ମୁର୍ମୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଦୃଢକରିବା, ପେନସନ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସାମିଲ କରିବା ଉପରେ ଗୁରୁତ୍ବ ଦେବାକୁ କମିଶନର ଅଧିକାରୀ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ପାଇଁ ଏକ ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ସଭା ଗୃହରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନାରାଣୀ ପାଢ଼ୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଏବଂ ସମ୍ମାନୀତ ଅତିଥିଭାବେ ଏନଏସି ଉପାଧ୍ୟକ୍ଷ ଭଗବାନ ପ୍ରଧାନ ଯୋଗ ଦେଇଥିଲେ। ଲାଇଫ୍ ଏକାଡେମୀ ଅଫ୍ ଭୋକେସନାଲ ଷ୍ଟଡିଜର କର୍ମକର୍ତ୍ତା ଓ ସାମାଜିକ ସମୀକ୍ଷକ ଲଷ୍ମୀକାନ୍ତ ପାଇକରାୟ,ବିସ୍ଵଭାବିବ ଖୁଣ୍ଟିଆ ଏବଂ ମୁରଲୀଧର ବରାଳ କର୍ମଶାଳାରେ ଯୋଗଦେଇଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ କାଉନସିଲର,ଏନଏସି କର୍ମଚାରୀ, ହିତାଧିକାରୀ,ଏସଏଚଜି ମହିଳା,ଏବଂ ବିଭିନ୍ନ ୱାର୍ଡରୁ ଆସିଥିବା ବାସିନ୍ଦାମାନଙ୍କ ସହ ଆବାସ ଯୋଜନା ସମ୍ପର୍କରେ ସମସ୍ତ ଆଲୋଚନା କରିଥିଲେ। ଏହି ଅବସରରେ ନଥିପତ୍ର ସମୀକ୍ଷା, ଗୋଷ୍ଠିଗତ ଆଲୋଚନା, ମୂଖ୍ୟ ସୂଚନା ସାକ୍ଷାତକାର ସହିତ ଜନ ଶୁଣାଣି ପାଇଁ ୫ଟି ଉପକମିଟି ଗଠନ କରାଯାଇ ସାମାଜିକ ସମୀକ୍ଷା…
ନୂଆଦିଲ୍ଲୀ: ଭାରତର ପ୍ରଥମ ଘରୋଇ ରକେଟର ସଫଳ ଉତ୍କ୍ଷେପଣ ପରେ ସେଠାରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ତାଙ୍କ ପ୍ରତିକ୍ରିୟାରେ କହିଥିଲେ “ଅଭିନନ୍ଦନ ଭାରତ! ଭାରତୀୟ ମହାକାଶ ଯାତ୍ରାରେ ଏକ ନୂତନ ଆରମ୍ଭ! ମହାକାଶ କ୍ଷେତ୍ରକୁ ସରକାରୀ-ଘରୋଇ ଭାଗିଦାରୀ ନିମନ୍ତେ ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ…ଆପଣଙ୍କୁ ଅଶେଷ ଧନ୍ୟବାଦ। ଭାରତୀୟ ଷ୍ଟାର୍ଟ-ଅପ୍ ଆନ୍ଦୋଳନର ଏକ ନୂଆ ମୋଡ… ଇସ୍ରୋର ନଭଶ୍ଚୁମ୍ଭୀ ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରକୁ ୨୦୨୦ରେ ଘରୋଇ ଭାଗିଦାରୀ ପାଇଁ ଖୋଲିବା ପରେ ଇସ୍ରୋର ଯାତ୍ରାରେ ଏହା ଆଉ ଏକ ମାଇଲଖୁଣ୍ଟ। “ସଫଳତାର ସହ ମିଶନ ପ୍ରାରମ୍ଭ ହୋଇଛି ବୋଲି ଇସ୍ରୋ କହିଥିବାବେଳେ ଭାରତର ପ୍ରଥମ ଘରୋଇ ରକେଟ ଆକାଶ ଛୁଇଁ ବିକ୍ରମ-ଏସ୍ ଇତିହାସ ରଚିଛି ବୋଲି ସ୍କାଏରୁଟ୍ ଏରୋସ୍ପେଶ କହିଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ଭାରତର…
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଇଏଫ୍ଏଫ୍ଆଇ, ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ସିନେମା ଦ୍ୱାରା ମିଳିତ ବିଭିନ୍ନ ଦେଶ ଗୁଡିକର ତଥା ସମାଜର ପ୍ରତିନିଧି ମାନଙ୍କ ମଧ୍ୟରେ ଏକ ଉତ୍ସାହଜନକ ସମନ୍ୱୟକୁ ପ୍ରୋତ୍ସାହିତ କରିଥାଏ। ଆଇଏଫ୍ଏଫ୍ଆଇକୁ ଭାରତର ସବୁଠୁ ବଡ ଚଳଚ୍ଚିତ୍ର ମହୋତ୍ସବ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ “ଗୋଆରେ ଏକତ୍ରିତ ଏହି କ୍ଷୁଦ୍ର – ଦୁନିଆ ମଧ୍ୟରେ ପାରସ୍ପରିକ ବାର୍ତ୍ତାଳାପ ଦ୍ୱାରା କଳା ଜଗତକୁ ଗଭୀର ରୂପେ ବୁଝିବା ଏବଂ ନୂତନ କଥା ଶିଖିବା ନିମନ୍ତେ ସୁଯୋଗ ମିଳିବ।” ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ଆଇଏଫ୍ଏଫ୍ଆଇ ଏବଂ ଭାରତୀୟ ସିନେମା ବିଶ୍ୱ ମଞ୍ଚରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। “ବିଭିନ୍ନ ଭାରତୀୟ ଭାଷା ଗୁଡିକରେ ଚଳଚ୍ଚିତ୍ର ଅଧିକ ପରିମାଣରେ ଆନ୍ତର୍ଜାତୀୟ ଦର୍ଶକ ମାନଙ୍କ ନିକଟରେ ପହଞ୍ଚୁଛି ଏବଂ ସାରା ବିଶ୍ୱରେ ଏହାକୁ ପ୍ରଶଂସା କରା…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ‘ଆତଙ୍କବାଦ ଉପରେ ଆର୍ଥିକ କଟକଣା’ର ତୃତୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀର ‘ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଏବଂ ଆତଙ୍କବାଦରେ ବୈଶ୍ୱିକ ଧାରା’ ବିଷୟବସ୍ତୁ ଉପରେ ପ୍ରଥମ ଅଧିବେଶନରେ ଅଧ୍ୟକ୍ଷତା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ତାଙ୍କ ଏହି ଅବସରରେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଆତଙ୍କବାଦ ନିଃସନ୍ଦେହରେ ବିଶ୍ୱ ଶାନ୍ତି ଏବଂ ନିରାପତ୍ତା ପାଇଁ ସବୁଠାରୁ ଗୁରୁତର ବିପଦ। କିନ୍ତୁ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା, ଆତଙ୍କବାଦ ଅପେକ୍ଷା ଅଧିକ ବିପଜ୍ଜନକ, କାରଣ ଆତଙ୍କବାଦର ‘ଅର୍ଥ ଏବଂ ପଦ୍ଧତି’ କୁ ଏହି ପାଣ୍ଠି ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରା ଯାଇଥାଏ। ଏହା ସହିତ, ବିଶ୍ୱର ସମସ୍ତ ଦେଶ ଗୁଡିକର ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବାର କାର୍ଯ୍ୟ ଆତଙ୍କବାଦକୁ ଆର୍ଥିକ ସହାୟତାରୁ ହିଁ ହୋଇଥାଏ। ଅମିତ ଶାହା କହିଥିଲେ ଯେ, ଭାରତ ଆତଙ୍କବାଦର ସମସ୍ତ ରୂପ ଏବଂ ସମସ୍ତ ପ୍ରକାରକୁ ନିନ୍ଦା କରୁଛି।…
ନୂଆଦିଲ୍ଲୀ: ଆତଙ୍କବାଦର ମୁକାବିଲା ଦିଗରେ ମନରେ କୌଣସି ଦ୍ୱିଧା ରଖିବା ଅନୁଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ କଣ୍ଠରେ କହିଛନ୍ତି। ଆତଙ୍କବାଦ ନିଜର ବିଦେଶ ନୀତି ଭାବେ ଗ୍ରହଣ କରୁଥିବା ଦେଶଗୁଡିକୁ ମଧ୍ୟ ସେ ସତର୍କ କରାଇ ଦେଇଛନ୍ତି। ଆଜି (୧୮.୧୧. ୨୦୨୨) ନୂଆଦିଲ୍ଲୀଠାରେ ଆତଙ୍କବାଦକୁ ଅର୍ଥ ଯୋଗାଣ ସମ୍ପର୍କୀତ ‘ନୋ ମନି ଫର ଟେରର” (ଏନଏମଏଫଟି)ର ତୃତୀୟ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ସମବେତ ଜନତାଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ଭାରତରେ ଆୟୋଜିତ ହେଉଥିବା ସମ୍ମିଳନୀରେ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବିଶ୍ୱ ଗୁରୁତର ଭାବେ ଏ ବିଷୟ ଚିନ୍ତା କରିବାର ବହୁ ଆଗରୁ ଆମ ଦେଶ ଆତଙ୍କବାଦର କଳା ମୁହଁ ଦେଖି ସାରିଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆତଙ୍କବାଦ ଭିନ୍ନ ଭିନ୍ନ ନାମ ଓ ଆକାରରେ ଭାରତକୁ କ୍ଷତାକ୍ତ କରିଛି।” ହଜାର ହଜାର ଅମୂଲ୍ୟ ଜୀବନ ହାନୀ ସତ୍ୱେ…
ଭୁବନେଶ୍ବର: ପୂର୍ବତଟ ରେଳପଥର ମହା ପ୍ରବନ୍ଧକ ଆର. ଏନ.ସୁନକର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ଏବଂ ଭାରତୀୟ ରେଳବାଇର ସୁପରଭାଇଜର କ୍ୟାଡରର ବେତନ ସଂରଚନାର ପାହ୍ୟା ବୃଦ୍ଧି ବିଷୟରେ ନୀତିଗତ ନିଷ୍ପତ୍ତି ବିଷୟରେ ସବିସ୍ତୃତ ବିବରଣୀ ଦେଇଛନ୍ତି। ମହା ପ୍ରବନ୍ଧକ କହିଛନ୍ତି ଯେ, ଭାରତୀୟ ରେଳବାଇର ନିଷ୍ପତ୍ତି ହେତୁ ପୂର୍ବ ତଟ ରେଳବାଇ ଅଧୀନରେ କାର୍ଯ୍ୟ କରୁଥିବା ୩୫୨୧ ସୁପରଭାଇଜର ଏହାର ଲାଭ ପାଇବେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ରେଳବାଇରେ କାର୍ଯ୍ୟରତ ସୁପରଭାଇଜର କ୍ୟାଡରର ବେତନ ସଂରଚନାର ପାହ୍ୟା ବୃଦ୍ଧି ବିଷୟରେ ଘୋଷଣା କରିଛନ୍ତି। ଭାରତୀୟ ରେଳବାଇରେ କାର୍ଯ୍ୟରତ ବହୁ ସଂଖ୍ୟକ ସୁପରଭାଇଜରଙ୍କ ଏହା ବହୁ ଦିନ ଧରି ଦାବି ରହିଥିଲା। ଭାରତୀୟ ରେଳରେ କାର୍ଯ୍ୟରତ ସୁପରଭାଇଜରଙ୍କ ମନୋବଳ କୁ ବଢାଇବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଏହି ନିଷ୍ପତି ଭାରତୀୟ ରେଳବାଇରେ କାର୍ଯ୍ୟରତ ପାଖାପାଖି ୮୦୦୦୦ ସୁପରଭାଇଜରଙ୍କୁ ଉପକୃତ କରିବ। ଭାରତୀୟ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ପଦ୍ମପୁରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ରାଜ୍ୟ ମୁଖିଆ ସବୁଜ ସଂକେତ ଦେବା ପରେ ଏବେ ଅନ୍ୟ ସବୁ ଉପଖଣ୍ଡରେ ମଧ୍ୟ ଏହି ଦାବୀ ଉଠିଲାଣି। କିଛି ଦିନ ଧରି ନିରବି ଯାଇଥିବା ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବୀ ପୁଣି ଥରେ ଜାଗ୍ରତ ହୋଇଛି।ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗୋଟିଏ ସ୍ୱରରେ ଧର୍ମଗଡ ଜିଲ୍ଲା ଗଠନ ଦାବୀ ଦୋହରାଇଛନ୍ତି। ଦାବୀ ପୁରଣ ନ ହେଲେ ଆଗାମୀ ଦିନ ରେ ଆନ୍ଦୋଳନ କୁ ଆହୁରି ଜୋରଦାର କରାଯିବ ବୋଲି କୁହାଯାଇଛି। ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଧର୍ମଗଡ ଉପଖଣ୍ଡକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ଦାବୀ ହୋଈ ଆସୁଛି। ଧର୍ମଗଡ ଉପଖଣ୍ଡର ଭୌଗଳିକ ସ୍ଥିତି, ଜନସଂଖ୍ୟା ଏଵଂ ଜିଲ୍ଲା ଗଠନ ପାଇଁ ଆବଶ୍ୟକ ଭିତ୍ତି ଭୂମୀକୁ ଦେଖିଲେ ଏହା ନବ ଗଠିତ ନୂଆପଡା ଜିଲ୍ଳା, ଦେବଗଡ ଜିଲ୍ଲା, ବୌଦ୍ଧ…
ଭୁବନେଶ୍ବର: ଆଜି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ ଆବେଦନର ଶୁଣାଣି କରି ଓଡିଶା ଲୋକସେବା ଆୟୋଗ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁଣନିଧି ମଲ୍ଲିକଙ୍କ ରିଟ ପିଟିସନ ୩୦୮୮୪/୨୦୨୨ ର ଶୁଣାଣି କରି ନୀତିଗତ ନିଷ୍ପତ୍ତିରୁ ଦୁରେଇ ମନମୁତାବକ କୌଣସି ବିଷୟକୁ ଗ୍ରହଣ ନ କରିବା ପାଇଁ ଗୃହ ବିଭାଗ ଏବଂ ଓ. ପି. ଏସ. ସିକୁ ଆଦେଶ ଦେଇଛନ୍ତି। ତତସହିତ ଡି.ଏସ.ପିରୁ ଅତିରିକ୍ତ ଏସ.ପିକୁ ପଦୋନ୍ନତି ପାଇଁ ତିନି ବର୍ଷ ଅବଧିରୁ ଛଅ ମାସ କମାଇବା ଵିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି। ପ୍ରକାଶଯୋଗ୍ୟ ଯେ, ଓଡିଶା ଲୋକସେବା ଆୟୋଗର ବିଜ୍ଞପ୍ତି ସଂଖ୍ୟା ୪୯୬୨/ପିଏସସି, ତା ୨୬.୦୬.୨୦୧୮ ରିଖ ଅନୁଯାୟୀ ପଦୋନ୍ନତି ସକାଶେ ଆବଶ୍ୟକ ଅବଧିକୁ କେବଳ ପଚାଶ ପ୍ରତିଶତ କୋହଳ କରାଯାଇପାରିବ। କିନ୍ତୁ ଏ କ୍ଷେତ୍ରରେ ଓଡିଶା ଲୋକସେବା ଆୟୋଗ କିଛି ନିର୍ଦିଷ୍ଟ ଗୋଷ୍ଠୀକୁ ଫାଇଦା ଦେବାକୁ ଯାଇ ସବୁ…
ପଦ୍ମପୁର: ଆଜି ପ୍ରଚାର ବେଳେ ଭୋ ଭୋ ହୋଇ କାନ୍ଦି ପକାଇଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ସେ ମହିଳାମାନଙ୍କୁ ଉଦବୋଧନ ଦେଉଥିବା ବେଳେ ବାପାଙ୍କ କଥା ମନେ ପକାଇ କାନ୍ଦିବାକୁ ଲାଗିଲେ। ଏହା ଦେଖିବା ପରେ ସେଠାରେ ଥିବା ମହିଳାମାନେ ମଧ୍ୟ କାନ୍ଦ କାନ୍ଦ ହୋଇଯାଇଥିଲେ। ଏହାପରେ ସମସ୍ତେ ହୁଳହୁଳି ଦେଇ ବର୍ଷାଙ୍କୁ ସ୍ବାଗତ କରିଥିଲେ। ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନରେ ବର୍ଷା ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି। ତାଙ୍କ ସହିତ ବିଜେଡିର ମଙ୍ଗୁଆଳମାନେ ମଧ୍ୟ ସେଠାରେ ଡେରା ପକାଇ ବର୍ଷାଙ୍କୁ ସହଯୋଗ ଦେବାରେ ଲାଗିଛନ୍ତି।
ଭୁବନେଶ୍ବର: ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ ର ପ୍ରଦର୍ଶନ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି । ବାସ୍ତବ ଜୀବନରେ ମାଲକାନଗିରି ର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସ୍ରୁଷ୍ଟି କରିଛନ୍ତି ତାହା ଏ ଚଳଚ୍ଚିତ୍ରର ବିଷୟ ବସ୍ତୁ। ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସେବା ମନୋଭାବ କୁ ଆହୁରି ମଜବୁତ୍ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। କୋଭିଡ ମହାମାରୀ ସମୟରେ ଯେଭଳି ରାଜ୍ଯ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ଵୟ ରଖି ସେବା ଯୋଗାଇଲେ ସେଭଳି କାମକଲେ ଆମେ ଏକ ସୁସ୍ଥ ଓ ସଚେତନ ସାମାଜ ର ବିକାଶ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ବାସ ପ୍ରକଟ କରିଛନ୍ତି।
ନୂଆଦିଲ୍ଲୀ: ଯଦି ଆପଣଙ୍କର ମଧ୍ୟ ଏକ ରାସନ କାର୍ଡ ଅଛି ଏବଂ ସରକାରଙ୍କ ଠାରୁ ରାସନ ନିଅନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ପ୍ରକାଶ ଯେ ହିତାଧିକାରୀମାନେ ରାସନ ଗ୍ରହଣକୁ ଦୃଷ୍ଟିରେ ରଖି ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିୟମ କରିଛନ୍ତି ଏବଂ ଏହାକୁ କଡାକଡି ପାଳନ କରୁଛନ୍ତି। ଏହା ଅଧୀନରେ, ଡିଲରମାନେ ରାସନ ବଣ୍ଟନ ଦୁର୍ନୀତିରୁ ଦୂରେଇ ରହିବେ। ବାସ୍ତବରେ ଗ୍ରାହକଙ୍କ ଠାରୁ ରାସନ ଓଜନରେ ଅନିୟମିତତା ସମ୍ପର୍କରେ ଅନେକ ଅଭିଯୋଗ ଆସିଥିଲା, ଯାହା ପରେ ସରକାର ବର୍ତ୍ତମାନ ରାସନ ଦୋକାନରେ ଇଲେକ୍ଟ୍ରୋନିକ୍ ବିକ୍ରୟ ସ୍ଥଳ ସ୍ଥାପନ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ବର୍ତ୍ତମାନ କୌଣସି ରାସନ ଡିଲର ଇଲେକ୍ଟ୍ରୋନିକ୍ ପଏଣ୍ଟ ବିନା ସରକାରୀ ରାସନ ଦୋକାନରେ ବିକ୍ରୟ କରିପାରିବେ ନାହିଁ। ଏହା ମାଧ୍ୟମରେ ରାସନ ବଣ୍ଟନ ପ୍ରକ୍ରିୟା ସରଳୀକୃତ ହେଉଛି। ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ, କେନ୍ଦ୍ର ସରକାର ଇଲେକ୍ଟ୍ରୋନିକ୍ ପଏଣ୍ଟ ଅଫ୍ ସେଲ (ଇପିଏସ୍)…
ଭୁବନେଶ୍ୱର: ୧୭ ତମ ତିନିଦିନିଆ ‘ଫିକି’ଉଚ୍ଚଶିକ୍ଷା ଶିଖର ସମ୍ମିଳନୀ -୨୦୨୨ ସ୍ଥାନୀୟ ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମ୍ରେ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ଅନୁଷ୍ଠିତ ପ୍ରଦର୍ଶନୀରେ ସୋଆ ସମେତ ଦେଶର ବିଭିନ୍ନ ରାଜ୍ୟରୁ ୪୦ଟି ବିଶ୍ୱବିଦ୍ୟାଳୟ ଭାଗ ନେଇଛନ୍ତି। ଉଚ୍ଚଶିକ୍ଷା ପାଇଁ ବିଶ୍ୱର ଆକର୍ଷଣରେ ଭାରତର ସ୍ଥାନ ଅଗ୍ରଣୀ ଶୀର୍ଷକ ଆଲୋଚନା ଏହି ସମ୍ମିଳନୀର ମୁଖ୍ୟ ବିଷୟ ବସ୍ତୁ ରହିଛି। ପ୍ରଥମ ଦିନର ଆରମ୍ଭରେ ଫିକି ର ଅଧ୍ୟକ୍ଷ ସଞ୍ଜିବ ମେହେତା ସ୍ୱାଗତ ଭାଷଣ ଦେଇଥିଲେ। ଭାରତ ସରକାରଙ୍କ ଶିକ୍ଷା ରାଜ୍ୟମନ୍ତ୍ରୀ ସୁବାସ ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଅଭିଭାଷଣରେ ଶିକ୍ଷା କ୍ଷେତ୍ରରେ ଭାରତର ଭୂମିକାକୁ ବିଶେଷ ଭାବେ ଉପସ୍ଥାପନ କରିଥିଲେ। ସେ କହିଥିଲେ, ଯେ ଭାରତ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱର ଆକର୍ଷଣ ହୋଇଛି। ବିଦେଶରୁ ବହୁ ଛାତ୍ରଛାତ୍ରୀ ଭାରତର ବିଶ୍ୱବିଦ୍ୟାଳୟ ମାନଙ୍କରେ ପାଠ ପଢିବା ପାଇଁ ଆସୁଛନ୍ତି। ଭାରତର ବିଶ୍ୱବିଦ୍ୟାଳୟ ମାନଙ୍କ ଶିକ୍ଷାର ମାନ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ରେ ନବାଗତ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱାଗତ ଓ ଅଭ୍ୟର୍ଥନାର ତ୍ରିଦିବସୀୟ ବିଶେଷ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଚଳିତ ମାସ ୧୭, ୧୮ ଓ ୧୯ ତାରିଖ ତିନି ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନର ଉତ୍ସବରେ ସୋଆର କୁଳାଧିପତି ପ୍ରଫେସର ଡି.ପି.ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କୁ ଭବିଷ୍ୟତର ଗଠନମୂଳକ କାର୍ଯ୍ୟପନ୍ଥା ଓ ନୈତିକ ତଥା ବୌଦ୍ଧିକ ସ୍ତରରେ ଉନ୍ନତି ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପି.କେ ନନ୍ଦ ଯୋଗ ଦେଇ ସମଗ୍ର ଭାରତବର୍ଷରେ ସୋଆ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିପାରିଛି ବୋଲି ନବାଗତ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ସହ ସେମାନେ ଶିକ୍ଷା ମନସ୍କ ହେବାପାଇଁ ଉପଦେଶ ଦେଇଥିଲେ। ସେହିପରି ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନଙ୍କୁ ମଧ୍ୟ ସନ୍ତାନମାନଙ୍କ ସହ ଯୋଡି ହୋଇ…
ବରେଲି (ୟୁପି): ଘୃଣା ଭାଷଣ ଦେଇ ତିନି ବର୍ଷ କାରାଦଣ୍ଡ ହେତୁ ବିଧାନସଭା ସଦସ୍ୟତା ହରାଇଥିବା ବରିଷ୍ଠ ସମାଜବାଦୀ ପାର୍ଟି (ଏସପି) ନେତା ଆଜମ ଖାନ ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନିର୍ବାଚନ ଆୟୋଗ ତାଙ୍କଠାରୁ ଭୋଟ୍ ଦେବାର ଅଧିକାର ଛଡ଼ାଇ ନେଇଛନ୍ତି ଏବଂ ଭୋଟର ତାଲିକାରୁ ତାଙ୍କ ନାମ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକସଭାର ଆଇନର ଧାରା ୧୬ ଅନୁଯାୟୀ ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି। ରାମପୁର ସଦର ଆସନ ଉପ-ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଆକାଶ ସକ୍ସେନା ଲୋକସଭାର ଆଇନର ବିଭିନ୍ନ ବ୍ୟବସ୍ଥା ଦର୍ଶାଇ ଆଜାମଙ୍କ ଭୋଟ୍ ଅଧିକାର ଛଡ଼ାଇ ନେବାକୁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଥିଲେ। ରାମପୁର ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଦ୍ଵାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ, ଅଭିଯୋଗକାରୀ ଆକାଶ ସକ୍ସେନାଙ୍କ ଆବେଦନ ସହିତ କୋର୍ଟ ଆଦେଶର ନକଲ ଏବଂ ଲୋକ ପ୍ରତିନିଧିତ୍ଵର ଅଧିନିୟମ…
ନୂଆଦିଲ୍ଲୀ: ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ସନ୍ତାନ ନୀତି ଆଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଏହା ଏକ ପ୍ରସଙ୍ଗ ଯେଉଁଥିରେ ଆମେ ହସ୍ତକ୍ଷେପ କରିବା ଉଚିତ୍? ଜନସଂଖ୍ୟା ବୃଦ୍ଧି ଏପରି ଏକ ମାମଲା ଜିନିଷ ନୁହେଁ, ଯାହା ଗୋଟିଏ ଦିନରେ ବନ୍ଦ ହୋଇଯିବ। ଆମେ ଧୀରେ ଧୀରେ ସ୍ଥିରତା ଆଡକୁ ଗତି କରୁଛୁ। ଏହା ସରକାରଙ୍କ କ୍ଷେତ୍ରରେ ଆସେ। ଆପଣ କାହିଁକି ଭାବୁଛନ୍ତି କୋର୍ଟ ସବୁ ଜିନିଷରେ ଜଡିତ ହେବା ଉଚିତ୍। ଏହା ସରକାରଙ୍କ କାମ ଏବଂ ସରକାର ମଧ୍ୟ ଏହା କରୁଛନ୍ତି। ଆବେଦନକାରୀ ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ବିଭିନ୍ନ ତଥ୍ୟ ଏବଂ ଯୁକ୍ତି ସହିତ କୋର୍ଟକୁ ଜଣାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରି ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି।
ମୁମ୍ବାଇ: ମୁମ୍ବାଇ-ପୁଣେ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପୁଣେରୁ ମୁମ୍ବାଇକୁ ଆସୁଥିବା ଏର୍ଟିଗା ଗାଡି ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଯାହାଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଏର୍ଟିଗା ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଖୋପୋଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଚାରିଜଣ ଆହତଙ୍କୁ ଏମଜିଏମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ନୂଆଦିଲ୍ଲୀ: ISRO ଏବଂ ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ସ୍କାଇରୁଟ୍ ବେସରକାରୀ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି। ଦେଶର ପ୍ରଥମ ଘରୋଇ କ୍ଷେତ୍ରରେ ମିଶନ ସଫଳତାର ସହ ଉତକ୍ଷେପଣ ହୋଇଛି। ସ୍କାଏରୁଟ୍ ଏରୋସ୍ପେସ୍ ଦ୍ୱାରା ନିର୍ମିତ ବିକ୍ରମ ଏସ୍ ରକେଟ୍ ଦ୍ୱାରା ଏହି ମିଶନ୍ ଉତକ୍ଷେପଣ କରାଯାଇଛି। ଏହି ମିଶନରେ ତିନୋଟି ପେଲୋଡ୍ ଥିଲା ଏବଂ ଏହା ସବ ଅର୍ବିଟାଲ ମିଶନ ଥିଲା। ଅର୍ଥାତ୍ ଭୂପୃଷ୍ଠରୁ ୧୦୧ କିଲୋମିଟର ଦୂରରେ ପହଞ୍ଚିବା ପରେ ମିଶନ ସମୁଦ୍ରରେ ପଡିଥିଲା। ସମଗ୍ର ମିଶନର ଅବଧି ମାତ୍ର ୩୦୦ ସେକେଣ୍ଡ ଥିଲା।
ନୂଆଦିଲ୍ଲୀ: ପଞ୍ଜାବୀ ଅଭିନେତ୍ରୀ ଦଲଜିତ୍ କୌରଙ୍କ ଗୁରୁବାର ଦିନ ପଞ୍ଜାବର ଲୁଧିଆନା ଜିଲ୍ଲାରେ ଦେହାନ୍ତ ହୋଇଛି। ସେ ଅନେକ ସୁପରହିଟ୍ ପଞ୍ଜାବୀ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଏବଂ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ତାଙ୍କୁ ଗଣନା କରାଯାଇଛି। ଦଲଜିତ କୌର ସକାଳେ ତାଙ୍କ ସମ୍ପର୍କୀୟଙ୍କ ଘରେ ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକାଙ୍କ ସମେତ ତାଙ୍କ ପ୍ରଶଂସକମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ୬୯ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଥିବା ପଞ୍ଜାବୀ ଅଭିନେତ୍ରୀ ଦଲଜିତ କୌର ଗୁରୁତର ରୋଗରେ ପୀଡିତ ଥିଲେ। ତାଙ୍କ ସମ୍ପର୍କୀୟ ହରିନ୍ଦର ସିଂ ଖଙ୍ଗୁରାଙ୍କ ଅନୁଯାୟୀ କୌର ଗତ ତିନି ବର୍ଷ ଧରି ମସ୍ତିଷ୍କ ଟ୍ୟୁମରରେ ପୀଡିତ ଥିଲେ ଏବଂ ଗତ ଏକ ବର୍ଷ କୋମାରେ ଥିଲେ। ଅଭିନୟ ଜଗତ ବ୍ୟତୀତ ଦଲଜିତ୍ କବାଡି ଏବଂ ହକିର ଜଣେ ଖେଳାଳି ମଧ୍ୟ ଥିଲେ।

