Author: Samikhsya Bureau

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୮ ତାରିଖ ପୂର୍ବାହ୍ନ ୯ଟା ୩୦ମିନିଟ୍‌ରେ ନୂଆଦିଲ୍ଲୀସ୍ଥିତ ହୋଟେଲ ତାଜ ପାଲେସ ଠାରେ ଆତଙ୍କବାଦ ମୁକାବିଲା ସଂକ୍ରାନ୍ତ ତୃତୀୟ ମନ୍ତ୍ରିସ୍ତରୀୟ ସମ୍ମିଳନୀ ‘ନୋ ମନି ଫର ଟେରର’ ରେ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିବେ। ନଭେମ୍ବର ୧୮ ଓ ୧୯ରେ ଆୟୋଜିତ ହେଉଥିବା ଏହି ଦୁଇଦିନିଆ ସମ୍ମିଳନୀ ବିଭିନ୍ନ  ଅଂଶଗ୍ରହଣକାରୀ ଦେଶ ଏବଂ ସଂଗଠନକୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ଏକ ମଞ୍ଚ ଯୋଗାଇବ। ବିଶେଷ କରି ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସମସ୍ୟାର ମୁକାବିଲା ପାଇଁ ବର୍ତ୍ତମାନର ଅର୍ନ୍ତଜାତୀୟ ବ୍ୟବସ୍ଥା ଉପରେ ବିଚାରବିମର୍ଶ କରିବା ଏବଂ ଅନ୍ୟାନ୍ୟ ସମସ୍ୟାର ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ  ଗ୍ରହଣ କରିବା ନେଇ ସମ୍ମିଳନୀରେ ଆଲୋଚନା ହେବ। ପୂର୍ବରୁ ୨୦୧୮ ଏପ୍ରିଲରେ ପ୍ୟାରିସ୍  ଏବଂ ୨୦୧୯ ନଭେମ୍ବରରେ ମେଲବୋର୍ଣ୍ଣଠାରେ ଏହି ସମ୍ମିଳନୀର ପ୍ରଥମ ଦୁଇଟି ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଏଥିରେ ହୋଇଥିବା ଆଲୋଚନାକୁ ଆଗକୁ ବଢ଼ାଇବା ଓ ପରବର୍ତ୍ତୀ…

Read More

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ଆଜି ପାଳିତ ହୋଇଯାଇଛି । ପ୍ରତିବର୍ଷ ଯୁନେସ୍କୋ ପକ୍ଷରୁ ବିଶ୍ୱର ମହାନ ଦାର୍ଶନିକ ସକ୍ରେଟିସଙ୍କ ଜନ୍ମଦିନ ଭାବେ ନଭେମ୍ବର ମାସ ତୃତୀୟ ଗୁରୁବାର ଦିନଟିକୁ ବିଶ୍ୱ ଦର୍ଶନ ଦିବସ ଭାବେ ମାନ୍ୟତା ଦିଆଯାଇ ବିଶ୍ୱରେ ଦାର୍ଶନିକ ଓ ସମୀକ୍ଷାତ୍ମକ ଚିନ୍ତନକୁ ସକଳ ବିଦ୍ୟାର ଆଧାର ରୂପେ ଗୃହୀତ କରାଯାଇଛି। ଆଜି ମହାବିଦ୍ୟାଳୟ ଅଧ୍ୟକ୍ଷl ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ଆଲୋଚନା ଚକ୍ରରେ ଯୋଗ ଦେଇ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ରମାକାନ୍ତ ନନ୍ଦ ମାନବ ଜୀବନରେ ଦର୍ଶନର ସ୍ଥାନ ସମ୍ପର୍କରେ ଉଦବୋଧନ ଦେଇଥିଲେ। ସମ୍ପ୍ରତି ବିଶ୍ୱର ବିଭିନ୍ନ ଘଟଣାରେ କିଭଳି ମାନବିକତା ଓ ମାନବୀୟ ମୂଲ୍ୟବୋଧର ସଙ୍କଟ ଦେଖାଦେଇଛି ଓ ସଚେତନ ମନୁଷ୍ୟ ମାନଙ୍କର ଏହା ପ୍ରତି କଣ ଦାୟିତ୍ୱବୋଧ ରହିଛି ଆଲୋଚନା କରିବା ସହ ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ମାନବର…

Read More

ଭୁବନେଶ୍ୱର : ବିଜେପି ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ନେଇଥିବା ଭୁଲ ପଦକ୍ଷେପ ସଂକ୍ରାନ୍ତରେ ଗତକାଲି ସନ୍ଧ୍ୟାରେ ବିଜେଡି ସାମ୍ବାଦିକ ସମ୍ମିଳନୀରେ ଯେଉଁ ଅଭିଯୋଗ ଆଣିଥିଲା ତାହା ଆଜି ଧରାପଡିଛି। ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାର ଲେଖିଥିବା ଚିଠିରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର। ଗତକାଲି ବିଜେଡି ତିନୋଟି ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିଥିଲା । ପ୍ରଥମେ, ଏଚ୍‌ଡିଏଫ୍‌ସି ପରି ବୀମା କମ୍ପାନୀକୁ କେନ୍ଦ୍ର ସରକାର ତାଲିକାଭୁକ୍ତ କରନ୍ତି କି ନାହିଁ । ଉତ୍ତର ହେଉଛି କେନ୍ଦ୍ର ଏହା କରେ ବୋଲି ସ୍ବୀକାର କରିଛନ୍ତି। ଦ୍ୱିତୀୟରେ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟଗୁଡିକ ମଧ୍ୟ ଏହି ତଥାକଥିତ ଅନିୟମିତ ବୀମା କମ୍ପାନୀ ଏଚ୍‌ଡିଏଫ୍‍ସିକୁ ସେମାନଙ୍କ ରାଜ୍ୟରେ ବ୍ୟବହାର କରୁଛନ୍ତି କି ନାହିଁ । ଉତ୍ତର ହେଉଛି ଏହି ବିଜେପି ଶାସିତ…

Read More

ଭୁବନେଶ୍ୱର : ଖଣିଜ କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ଯୁବବର୍ଗଙ୍କୁ କୁଶଳୀ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଓଡ଼ିଶା ସରକାର । ଏନେଇ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼େଇ, ଟାଟା ଗ୍ରୁପର ସ୍କିଲ୍‌ କାଉନସିଲ୍‌ ଫର୍‌ ମାଇନିଂ ସେକଫର (ଏସ୍‌.ସି.ଏମ୍‌.ଏସ) ଅଧିକାରୀଙ୍କ ସହ ଗୁରୁବାର ଲୋକସଭା ଭବନରେ ଆଲୋଚନା କରିଛନ୍ତି । ଓଡ଼ିଶାର ଅଧିକାଂଶ ଜିଲ୍ଲା ଖଣି ପ୍ରଭାବିତ ଅଞ୍ଚଳ। ସେଥିପାଇଁ ଜିଲ୍ଲାସ୍ତରରେ ଖଣି ପ୍ରଭାବିତ ଅଞ୍ଚଳରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା ହେଉଛି । ଫଳରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ଟ୍ରେନିଂ ଦେଇ ଦକ୍ଷତା ବୃଦ୍ଧି କରାଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସ୍ୱାସ୍ଥ୍ୟ ଏବଂ ପରିବେଶର ସୁରକ୍ଷାକୁ ଟ୍ରେନିଂ ପ୍ରଦାନର ମୁଖ୍ୟ ଅଂଶ ଭାବେ ଗ୍ରହଣ କରାଯିବ । ଏହା ଦ୍ୱାରା ଖଣି ପ୍ରଭାବିତ ଅଞ୍ଚଳରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହ ପରିବେଶ ସୁରକ୍ଷିତ ରଖା ଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଘଡ଼େଇ…

Read More

ଭୁବନେଶ୍ୱର : ବିଜେପିରୁ ଶ୍ରୀ ପ୍ରଦୀପ ପୁରୋହିତ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ପଦ୍ମପୁର ଉପନିର୍ବାଚନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ସମୟରେ ଦଳର ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ବରଗଡ ସାଂସଦ ସୁରେଶ ପୂଜାରୀ, କେଭି ସିଂହଦେଓ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଜିଲ୍ଲା ସଭାପତି ଅଶ୍ୱିନୀ ଷଡଙ୍ଗୀ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ, ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ । ଚାଷୀ ଆନ୍ଦୋଳନ ଓ ଜିଲ୍ଲା ଗଠନ ଦାବିରେ ଆନ୍ଦୋଳନକାରୀମାନଙ୍କୁ ସମର୍ଥନ ଜଣାଇ ଗତ ୧୪ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରି ନ ଥିଲେ। ଯାହାକୁ ନେଇ ବିଜେଡି ଏହା ଏକ ନାଟକ ବୋଲି ସମାଲୋଚନା କରିଥିଲେ।

Read More

ଭୁବନେଶ୍ୱର : ଐତିହାସିକ ବ୍ୟକ୍ତିତ୍ୱର ପରାକାଷ୍ଠା ଭୁବନେଶ୍ୱର ବାଲିଯାତ୍ରା ପରିବାର ସଦସ୍ୟଙ୍କ ହୃଦୟରେ ସ୍ଥାନିତ ହୋଇଥିଲା। ଅତୀତରେ ବରିମୁଣ୍ଡ ନୌବାଣିଜ୍ୟର କେନ୍ଦ୍ର ରୂପେ ସୁପରିିଚିତ ଥିଲା। ତାହାର ମୁକସାକ୍ଷୀ ରୂପେ ଦଣ୍ଡାୟମାନ ହୋଇଛି ଲକ୍ଷେଶ୍ୱର ମନ୍ଦିର। ତା’ର ନିର୍ମାଣକର୍ତ୍ତା ଜଣେ ସୌଦାଗର। ପୂର୍ବପୁରୁଷର କୀର୍ତ୍ତି ଐତିହାସିକ ପଟିଆବନ୍ଧ ପାଶ୍ୱର୍ରେ ନୂତନ ପିଢୀର କୀର୍ତ୍ତିରାଜ ଭୁବନେଶ୍ୱର ବାଲିଯାତ୍ରା ଭବିଷ୍ୟତରେ ଇତିହାସ ସୃଷ୍ଟି କରିବାକୁ ଯାଉଥିଲା ବେଳେ ପ୍ରଥମ କରି ଐତିହାସିକ ଡ. ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କୁ ‘ଭୁବନେଶ୍ୱର ବାଲିଯାତ୍ରା ସମ୍ମାନ-୨୦୨୨’ ପ୍ରଦାନ କରାଯାଇଛି। ଚାଲିବାରେ କଷ୍ଟ ଅନୁଭବ କରୁଥିବାରୁ ବମିଖାଲସ୍ଥିତ ତାଙ୍କ ବାସଭବନରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିରେ ପୂର୍ବତନ ସଭାପତି ଅଭୟ ବଡ଼ଜେନା, କାର୍ଯ୍ୟକାରୀ କମିଟିର ସଦସ୍ୟ ଅନୁପ ଖୁଣ୍ଟିଆ, ବିନୋଦ ସାହୁ, ବରିଷ୍ଠ ସଦସ୍ୟ ଅକ୍ଷୟ ବେହେରା, ଦୀପକ ତ୍ରିପାଠୀ, ଆର୍ତ୍ତତ୍ରାଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Read More

ଭୁବନେଶ୍ୱର: ଅଗ୍ନିବୀରବାହୁ ନିଯୁକ୍ତି ପାଇଁ ଅନ୍‌ଲାଇନ୍‌ ପରୀକ୍ଷା ଆସନ୍ତା ୨୦୨୩ ଜାନୁଆରୀ ୧୮ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ରେ ପଞ୍ଜୀକରଣକୁ ଅନିବାର୍ଯ୍ୟ କରାଯାଇଛି। ପ୍ରଥମ ଥର ପାଇଁ ଏହି ପରୀକ୍ଷାରେ ମହିଳା ପ୍ରାର୍ଥୀମାନେ ଭାଗନେଇପାରିବେ। ଏଥି ନିମନ୍ତେ ଅନ୍‌ଲାଇନ୍‌ରେ ନାମ ପଂଜୀକରଣ ନଭେମ୍ବର ୭ରୁ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଇଁ ଖୋଲା ରହିବ । ୨୦୦୨ ଜୁନ୍‌ ୨୭ରୁ ୨୦୦୫ ଡିସେମ୍ବର ୨୭ ତାରିଖ ମଧ୍ୟରେ ଜନ୍ମିତ ପ୍ରାର୍ଥୀମାନେ ଏହି ରାଲିରେ ଅଂଶଗ୍ରହଣ କରିପାରିବେ । ଯୁକ୍ତ-୨ ବିଜ୍ଞାନରେ ଗଣିତ, ପଦାର୍ଥ ବିଜ୍ଞାନ ଓ ଇଂରାଜୀରେ ୫୦ ପ୍ରତିଶତ ନମ୍ବର ସହିତ ମୋଟ ୫୦ ପ୍ରତିଶତ ନମ୍ବର ରଖିଥିବା ପ୍ରାର୍ଥୀ ରାଲିରେ ଭାଗ ନେବା ପାଇଁ ଯୋଗ୍ୟ ହୋଇପାରିବେ । https://agnipathvayu.cdac.in େୱବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରି ପ୍ରାର୍ଥୀମାନେ ପଂଜୀକରଣ କରିବା ସହ…

Read More

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି, ୧୯ ନଭେମ୍ବର ବେଳକୁ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳର ମଧ୍ୟଭାଗରେ ଏକ ଅବପାତ ରୂପନେବ। ଏ ନେଇ ଭଉବନେଶ୍ବର ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ପରବର୍ତୀ ୩ଦିନ ଯାଏଁ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବା ସମ୍ଭାବନା ଅଛି। ଏହାଫଳରେ ଆସନ୍ତା ୨୧ ତାରିଖ ବେଳକୁ ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ମାଲକାନଗିରି, କୋରାପୁଟ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

Read More

ନୂଆଦିଲ୍ଲୀ: ସନ୍ଧ୍ୟା ଦେବନାଥନଙ୍କୁ ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଭାରତର ମୁଖ୍ୟ ଭାବରେ ନିଯୁକ୍ତ କରିଛି। ଅଜିତ ମୋହନଙ୍କ ଇସ୍ତଫା ପରେ ସନ୍ଧ୍ୟାଙ୍କୁ ଏହି ଦାୟିତ୍ଵ ଦିଆଯାଇଛି। ସେ ୨୦୧୬ ରେ ମେଟା ରେ ଯୋଗ ଦେଇଥିଲେ। ସେ ସିଙ୍ଗାପୁର ଏବଂ ଭିଏତନାମରେ କମ୍ପାନୀର ବ୍ୟବସାୟ ଏବଂ ଏହାର ଟିମ ଗଠନ ଉପରେ କାର୍ଯ୍ୟ କରିଥିଲେ। ଦକ୍ଷିଣ ପୂର୍ବ ଏସିଆରେ ମେଟାର ଇ-ବାଣିଜ୍ୟ ପ୍ରତିଷ୍ଠା କରିବାରେ ମଧ୍ୟ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ କମ୍ପାନୀ ତାଙ୍କୁ ଏହି ପଦୋନ୍ନତି ଦେଇଛି। ଇଣ୍ଡିଆ ଚାର୍ଟର୍ ପ୍ରସ୍ତୁତ କରିବା ସହିତ ଦେଶର ପ୍ରସିଦ୍ଧ ବ୍ରାଣ୍ଡ, ନିର୍ମାତା, ବିଜ୍ଞାପନଦାତାଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବାର ଦାୟିତ୍ଵ ଏବେ ସନ୍ଧ୍ୟାଙ୍କ ଉପରେ ରହିବ। ୨୨ ବର୍ଷ ଧରି ତାଙ୍କ କ୍ୟାରିଅରରେ ସନ୍ଧ୍ୟା ବ୍ୟାଙ୍କିଙ୍ଗ୍, ପେମେଣ୍ଟ ଏବଂ ଟେକ୍ନୋଲୋଜିରେ ଗ୍ଲୋବାଲ୍ ବିଜନେସ୍ ଲେଡି ଭାବରେ ଉଭା ହୋଇଛନ୍ତି। ଏତେ ସ୍ୱଳ୍ପ…

Read More

ଭୁବନେଶ୍ୱର: ମଧୁମେହ ନିୟନ୍ତ୍ରଣ ତଥା ମଧୁମେହ ସମ୍ବନ୍ଧୀୟ ଜଟିଳତାକୁ ରୋକିବା ପାଇଁ ଉପଯୁକ୍ତ ଚିକିତ୍ସା, ପୁଷ୍ଟିକର ଖାଦ୍ୟ, ନିୟମିତ ବ୍ୟାୟାମ, ଇନସୁଲିନର ସଠିକ୍ ପ୍ରୟୋଗ ଏବଂ କ୍ରମାଗତ ଗ୍ଲୁକୋଜ ମନିଟରିଂ (ସିଜିଏମ୍) ର ବ୍ୟବହାର ହେଉଛି ପ୍ରମୁଖ ମାଧ୍ୟମ। ଆଜି ଏମ୍ସ ଭୁବନେଶ୍ୱର ପକ୍ଷରୁ “ଆସନ୍ତାକାଲିର ସୁରକ୍ଷା ପାଇଁ ଶିକ୍ଷା” ଶୀର୍ଷକ ବିଷୟକୁ ନେଇ ଆୟୋଜିତ ୱାକାଥନ ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ଏପରି ମତ ରଖିଛନ୍ତି। ଏହି ପଦଯାତ୍ରାରେ ଡାକ୍ତର, ମେଡିକାଲ୍ ଏବଂ ନର୍ସିଂ ଛାତ୍ର ତଥା ଅନୁଷ୍ଠାନର ବହୁ ଏନଏସଏସ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ଏମ୍ସରେ ମଧୁମେହ ପାଇଁ ଉତ୍ସର୍ଗୀକୃତ ଏଣ୍ଡୋକ୍ରାଇନୋଲୋଜି ୟୁନିଟ୍ ସହିତ ଅନ୍ୟାନ ସୁବିଧା ଉପଲବ୍ଧ ରହିଛି। ଯଦି କେହି ମଧୁମେହ ରୋଗରେ ଆକ୍ରାନ୍ତ ବୋଲି ସନ୍ଦେହ କରନ୍ତି ତେବେ ସେମାନେ ଏମ୍ସ ଭୁବନେଶ୍ୱରରେ ଥିବା ଏନସିଡି କ୍ଲିନିକରେ ନିଜକୁ ଯାଞ୍ଚ କରିପାରିବେ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବିଶ୍ୱାସ ସୂଚନା…

Read More

ନୂଆଦିଲ୍ଲୀ: ବିଗତ ଦଶ (୧୦) ବର୍ଷ ମଧ୍ୟରେ ଆଧାର ସଂଖ୍ୟା ବ୍ୟକ୍ତିର ପରିଚୟ ପ୍ରମାଣ ଭାବରେ ଉଭା ହୋଇଛି। ବିଭିନ୍ନ ସରକାରୀ ଯୋଜନା ଏବଂ ସେବାଗୁଡିକର ଲାଭ ପାଇବା ପାଇଁ ଆଧାର ନମ୍ବର ବ୍ୟବହାର କରାଯାଉଛି। ଏହି ଯୋଜନା ଏବଂ ସେବାଗୁଡିକର ଲାଭ ପାଇବା ପାଇଁ ସାଧାରଣ ଜନତାଙ୍କୁ ଆଧାର ତଥ୍ୟକୁ ଅତ୍ୟାଧୁନିକ ବ୍ୟକ୍ତିଗତ ବିବରଣୀ ସହିତ ଅପଡେଟ୍ ରଖିବାକୁ ପଡିବ ଯାହାଦ୍ୱାରା ଆଧାର ପ୍ରମାଣୀକରଣ/ଯାଞ୍ଜରେ କୌଣସି ଅସୁବିଧା ହେବ ନାହିଁ। ବିଗତ ଦଶ ବର୍ଷରେ ଯେଉଁମାନେ ଆଧାର ଅପଟେଡ କରାଇନାହାନ୍ତି, ନିକଟସ୍ଥ ଆଧାର ପଞ୍ଜୀକରଣ କେନ୍ଦ୍ରରେ ଆଧାର ନମ୍ବର ଅପଡେଟ କରିପାରିବେ। ଏଥିପାଇ ସର୍ବନିମ୍ନ ମୂଲ୍ୟ ୫୦ଟଙ୍କା ରହିଛି। UIDAI ଅଧୀନରେ ନମ୍ବର ଧାରକମାନଙ୍କୁ ନିର୍ଦ୍ଦିଷ୍ଟ ଫି ସହିତ ଡକ୍ୟୁମେଣ୍ଟ ଅପଡେଟ ସୁବିଧା ଯୋଗାଇ ଦିଆଯାଉଛି, ଯାହା ମାଧ୍ୟମରେ ଆଧାର ନମ୍ବର ଧାରକ ବ୍ୟକ୍ତିଗତ ପରିଚୟ (POI) ଏବଂ ପ୍ରୁଫ ଅଫ ଠିକଣା (POA) ଡକ୍ୟୁମେଣ୍ଟକୁ ଅପଡେଟ କରିପାରିବେ। ଏହି…

Read More

ନୂଆଦିଲ୍ଲୀ: ଗଣମାଧ୍ୟମରେ କିଛି ଏପରି ଖବର ପ୍ରକାଶ ପାଇଛି, ଯେଉଁଥିରେ ଦାବି କରାଯାଉଛି ଯେ, ସ୍ବଦେଶୀ କୋଭିଡ୍-୧୯ ଟୀକା – କୋଭାକ୍ସିନର ନିର୍ମାତା ଭାରତ ବାୟୋଟେକ୍ ରାଜନୈତିକ ଚାପ କାରଣରୁ ‘‘କିଛି ନିର୍ଦ୍ଦିଷ୍ଟ ପ୍ରକ୍ରିୟାର ପାଳନ କରିନାହିଁ’’ ଏବଂ ଏହାର କ୍ଳିନିକାଲ୍ ପରୀକ୍ଷଣ ‘ତରବରିଆ’ ଭାବରେ କରିଛି। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଟୀକା ପାଇଁ ତିନିଟି ସୋପାନରେ କ୍ଳିନିକାଲ୍ ପରୀକ୍ଷଣ କରାଯାଇଛି, ସେଥିରେ ଅନେକ ଅନିୟମିତତା କରାଯାଇଛି। ମିଡିଆର ଏହି ରିପୋର୍ଟ ସମ୍ପୂର୍ଣ୍ଣ ଭାବରେ ଭ୍ରମାତ୍ମକ, ମିଛ ଓ ତ୍ରୁଟିପୂର୍ଣ୍ଣ ସୂଚନା ଉପରେ ଆଧାରିତ। ଏହା ସ୍ପଷ୍ଟ କରିଦିଆଯାଉଛି ଯେ, କେନ୍ଦ୍ର ସରକାର ଓ ରାଷ୍ଟ୍ରୀୟ ନିୟାମକ, କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ (ସିଡିଏସସିଓ) ଜରୁରିକାଳୀନ ଉପଯୋଗ ପାଇଁ କୋଭିଡ୍-୧୯ ର ଭାକ୍ସିନକୁ ଅଧିକୃତ କରିବା ସମ୍ବନ୍ଧରେ ବୈଜ୍ଞାନିକ ତଥ୍ୟ ତଥା ନିର୍ଦ୍ଧାରିତ ନିୟମର ପାଳନ କରିଛି। ସିଡିଏସସିଓର ବିଷୟ ବିଶେଷଜ୍ଞ କମିଟି (ଏସଇସି) ବୈଠକ…

Read More

ନୂଆଦିଲ୍ଲୀ: ଆଜି ଏକ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଛି। ପଶ୍ଚିମବଙ୍ଗର ସିଲିଗୁଡିରେ ନିତିନ ଗଡକରୀ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ଶର୍କରା ସ୍ତର ହ୍ରାସ ହେତୁ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ଏହା ପରେ ଡାକ୍ତରଖାନାର ଡାକ୍ତରଙ୍କ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମଗ୍ର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଧିକାରୀମାନଙ୍କୁ କହିଥିଲେ। ଏହା ପରେ ନିତିନ ଗଡକରୀଙ୍କୁ ସେହି ସ୍ଥାନରୁ ବାହାର କରାଯାଇଥିଲା। ସୂଚନାନୁସାରେ, ବର୍ତ୍ତମାନ ସେ ବରସାନାସ୍ଥିତ ରାଜୁ ବିଷ୍ଟ ବାସଭବନକୁ ଯାଇ ବିଶ୍ରାମ ନେବେ। କେନ୍ଦ୍ର ମନ୍ତ୍ରୀଙ୍କ ଚିକିତ୍ସା ପାଇଁ ମାଟିଗଡା ସ୍ଥିତ ତାଙ୍କ ବାସଭବନରେ ବ୍ୟବସ୍ଥା କରାଯିବ। ତାଙ୍କ ସହିତ ଜଣେ ଡାକ୍ତର ମଧ୍ୟ ଅଛନ୍ତି।

Read More

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ କୋର୍ଟରୁ ଏକ ବଡ଼ ଧରଣର ଝଟକା ଲାଗିଛି। ମନି ଲଣ୍ଡରିଂ ମାମଲାରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଆଜି ଅର୍ଥ ହେରଫେର ମାମଲାରେ ଜୈନ ଏବଂ ଅନ୍ୟ ଦୁଇଜଣଙ୍କ ଜାମିନ ଆବେଦନକୁ ରାଉସ୍ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି। ତାଙ୍କ ସହ ବୈଭବ ଏବଂ ଅଙ୍କୁଷ ଜୈନ ମଧ୍ୟ ଅଭିଯୁକ୍ତ ଅଛନ୍ତି। ସେମାନଙ୍କ ଜାମିନ ଆବେଦନକୁ ମଧ୍ୟ ଖାରଜ କରାଯାଇଛି। ମନି ଲଣ୍ଡରିଂ ଆକ୍ଟ ଅଧିନିୟମ ଅନୁଯାୟୀ ଜେନଙ୍କୁ ମେ ୩୦ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଜାମିନ ନ ପାଇ ସତ୍ୟେନ୍ଦ୍ର ଜେନାଙ୍କ ଅସୁବିଧା ବଢିବାରେ ଲାଗିଛି। ଜୈନ ବର୍ତ୍ତମାନ ତିହାର ଜେଲରେ ରହିଛନ୍ତି ଏବଂ ତାଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଛି। ଆଜି ଅପରାହ୍ନ ୨ ଟାରେ କୋର୍ଟ ଏହି ରାୟ ଦେଇଛନ୍ତି।

Read More

ପଦ୍ମପୁର: ଆଜି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କର ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେ ବରଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଏହି ନାମାଙ୍କନ ଦାଖଲ କରିଛନ୍ତି। ସେ ଆଜି ସକାଳୁ ପ୍ରଥମେ ତାଙ୍କ ପରଲୋକଗତ ବାପା ବିଜୟ ସିଂ ବରିହାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସେ ମାଣ୍ଡୋସିଲ ନିକଟ ବୁଢ଼ାରଜା ମନ୍ଦିର ଠାରେ ପୂଜା କରିଛନ୍ତି । ବର୍ଷାଙ୍କ ସହିତ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଜେପୁର ବିଧାୟିକା ତଥା ମନ୍ତ୍ରୀ ରୀତା ସାହୁ, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ। ଚାଷୀ ସମସ୍ୟାକୁ ସମର୍ଥନ କରି ଆଜି ପର୍ଯ୍ୟନ୍ତ କେହି ହେଲେ ପ୍ରାର୍ଥୀ ପତ୍ର ଦାଖଲ କରି ନ ଥିଲେ।

Read More

ପାଟନା: ବିହାର ସରକାରର ଶିଳ୍ପ ମନ୍ତ୍ରୀ ସମୀର ମହାସେଠଙ୍କ ବାସଭବନ ସମେତ ଅନେକ ସ୍ଥାନରେ ଆୟକର ବିଭାଗର ଚଢାଉ କରାଯାଇଛି। ଆଜି ପୂର୍ବାହ୍ନରେ ଆୟକର ବିଭାଗ ଟିମ୍ ରାଜଧାନୀ ପାଟଲିପୁତ୍ର ଗୋସାଇ ଟୋଲା ସ୍ଥିତ ତାଙ୍କ ବାସଭବନ ଶିବ ଶକ୍ତି, ସୋନ ଭବନ ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଚଢାଉ କରିଥିଲେ। ଏହି ଚଢାଉରେ ଇନକମ ଟ୍ୟାକ୍ସ ଦଳ କେଉଁ ତଥ୍ୟ ପାଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହା ବ୍ୟତୀତ ଆୟକର ବିଭାଗ ସାକାର ନିର୍ମାଣକାରୀ କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରୁଛି। ଆଜି ସକାଳେ ଆୟକର ବିଭାଗ ମଧ୍ୟ ସୋନ ଭବନରେ ଅବସ୍ଥିତ କାର୍ଯ୍ୟାଳୟକୁ ଯାଇଥିଲା। ଡାକ ବଙ୍ଗଳା ସ୍କୋୟାରରେ ଅବସ୍ଥିତ ହେରା ପାନ୍ନା ଦୋକାନ ନିକଟରେ ସାକାର କନଷ୍ଟ୍ରକସନ କମ୍ପାନୀର ଅନ୍ୟ ଏକ କାର୍ଯ୍ୟାଳୟରେ ଏହି ଚଢାଉ କରାଯାଇଥିଲା। ଏପର୍ଯ୍ୟନ୍ତ ଆୟକର ବିଭାଗର ଅଧିକାରୀଙ୍କଠାରୁ କୌଣସି ବିବୃତ୍ତି ଆସିନାହିଁ। ଏହି ଚଢାଉ ସମ୍ପର୍କରେ ଆରଜେଡି ମୁଖପାତ୍ର ଶକ୍ତି ଯାଦବ…

Read More

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବୈଦ୍ୟୁତିକ କାରର ବିକ୍ରୟ ଗ୍ରାଫ୍ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବୈଦ୍ୟୁତିକ କାରଗୁଡିକର ଚାହିଦା ଏବଂ ଏହାର ଭବିଷ୍ୟତକୁ ଦେଖି କମ୍ପାନୀଗୁଡିକ ବୈଦ୍ୟୁତିକ କାର ତିଆରି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ନିକଟରେ ମୁମ୍ବାଇ ସ୍ଥିତ ଷ୍ଟାର୍ଟଅପ୍ PMV ଇଲେକ୍ଟ୍ରିକ୍ 4.79 ଲକ୍ଷ ଟଙ୍କା ମୂଲ୍ୟରେ EaS-E ନାମକ ଏକ ମାଇକ୍ରୋ ଇଲେକ୍ଟ୍ରିକ୍ କାର୍ ଲଞ୍ଚ କରିଛି। ଯାହା ଟାଟାର ସବୁଠାରୁ ସୁଲଭ ମୂଲ୍ୟରେ ଲଞ୍ଚ ହୋଇଥିବା କାର ଟାଟା ଟିଆଗୋ ଇଲେକ୍ଟ୍ରିକ୍କୁ ମଧ୍ୟ ପଛକୁ ପକାଇ ଦେଇଛି। ନୂତନ ମାଇକ୍ରୋ ଇଲେକ୍ଟ୍ରିକ୍ ଏବଂ ଟାଟା ଟିଆଗୋ ବିଷୟରେ ସୂଚନା ଦେବାକୁ ଯାଉଛୁ। ଯାହାଫଳରେ ଯଦି ଆପଣ ଏକ ଇଲେକ୍ଟ୍ରିକ୍ କାର୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏକ ଉତ୍ତମ ଏବଂ ଅର୍ଥନୈତିକ ବିକଳ୍ପ ବାଛିବାରେ ସକ୍ଷମ ହୋଇପାରିବେ। PMV ଇଲେକ୍ଟ୍ରିକ୍ କାର୍ ର ବୈଶିଷ୍ଟ୍ୟ: ଏହି ମାଇକ୍ରୋ ଇଲେକ୍ଟ୍ରିକ୍ କାରରେ, ଆପଣ କ୍ରୁଜ୍ କଣ୍ଟ୍ରୋଲ୍, ରିମୋଟ୍…

Read More

ରାଞ୍ଚି: ବେଆଇନ ଖଣି ମାମଲାରେ ଆଜି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଞ୍ଚିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହେବେ। ପଚରାଉଚରା ପାଇଁ ଇଡି ହେମନ୍ତ ସୋରେନଙ୍କୁ ଡାକିଛି। ସେପଟେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ର କର୍ମୀମାନେ ଇଡି କାର୍ଯ୍ୟାଳୟ ବାହାରେ ବିରୋଧ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇଡି କାର୍ଯ୍ୟାଳୟ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ନଭେମ୍ବର ୩ ତାରିଖରେ ଇଡିରେ ହାଜର ହେବା ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଡକାଯାଇଥିଲା। ସେହି ସମୟରେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନିଜକୁ ସ୍ଥାପନା ଦୀପଶ ପର୍ଯ୍ୟନ୍ତ ବ୍ୟସ୍ତ ରହିବାକୁ କହିଥିଲେ। ଏହା ପରେ, ଜେରା ପାଇଁ ନଭେମ୍ବର ୧୭ ତାରିଖକୁ ଇଡି ସମୟ ଦେଇଥିଲା।

Read More

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ସୁବିଧା ପାଇଁ ସରକାର କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି। ପ୍ରାୟତଃ ଗ୍ରାହକମାନେ ଅଭିଯୋଗ କରନ୍ତି ଯେ, ସେମାନଙ୍କ ଘରୋଇ ଗ୍ୟାସ ସିଲିଣ୍ଡରରେ ଗ୍ୟାସର ପରିମାଣ ୧ ରୁ ୨ କିଲୋଗ୍ରାମ କମ୍ ରହୁଛି। ଏଭଳି ପରିସ୍ଥିତିରେ, ଅନେକ ଥର ଅଭିଯୋଗ କରିବା ପରେ ମଧ୍ୟ ଗ୍ରାହକମାନେ ଏହାକୁ ଚିହ୍ନିବାରେ ସକ୍ଷମ ନୁହଁନ୍ତି। ଏହି କାରଣରୁ ଯେଉଁମାନେ ଗ୍ୟାସ ଚୋରି କରୁଛନ୍ତି, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ, କିନ୍ତୁ ବର୍ତ୍ତମାନ ଏଭଳି ଲୋକଙ୍କୁ ଧରିବା ପାଇଁ ସରକାର କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ବର୍ତ୍ତମାନ ଏଲପିଜି ସିଲିଣ୍ଡରଗୁଡ଼ିକୁ QR କୋଡ୍ ଦ୍ଵାରା ସଜାଇବାକୁ ଯାଉଛନ୍ତି। ଏହା ସହିତ ଗ୍ରାହକମାନେ ଅନେକ ସୁବିଧା ପାଇବେ। ଆସନ୍ତୁ ଏହି ବିଷୟରେ ଜାଣିବା… LPG ସିଲିଣ୍ଡରରେ QR କୋଡ୍ ସଂସ୍ଥାପିତ ହେବ: ଏହି ପ୍ରସଙ୍ଗରେ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ…

Read More

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କ୍ରୀଡାପ୍ରେମୀଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ଫିଫା ବିଶ୍ୱକପ-୨୦୨୨ କିଛି ଦିନ ମଧ୍ୟରେ ଆରମ୍ଭ ହେବ। ୨୯ ଦିନ ଧରି ଟୁର୍ଣ୍ଣାମେଣ୍ଟରେ ରୋମାଞ୍ଚ, ଖୁସି, ଉତ୍ସାହ ଏବଂ ନିରାଶ ଦେଖାଯିବ। ନଭେମ୍ବର ୨୦ ତାରିଖରୁ ଡିସେମ୍ବର ୧୮ ତାରିଖ ମଧ୍ୟରେ କତାରରେ ଫିଫା ବିଶ୍ୱକପ୍ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ମିଡିଲ ଇଷ୍ଟର କୌଣସି ଏକ ଦେଶ ବିଶ୍ୱକପ୍ ଆୟୋଜନ କରିଛି। ଆୟୋଜକ ହୋଇ କତାର ମଧ୍ୟ ପ୍ରଥମ ଥର ପାଇଁ ବିଶ୍ୱକପରେ ଖେଳିବ। ଟୁର୍ଣ୍ଣାମେଣ୍ଟରେ ଜଡିତ ୩୨ ଟିମ ମଧ୍ୟରେ ସେ କେବଳ ଏକମାତ୍ର ଦେଶ, ଯିଏକି ବିଶ୍ୱକପ ଖେଳି ନାହିଁ। କତାରର ୮ ଟି ଷ୍ଟାଡିୟମରେ ୬୪ ଟି ମ୍ୟାଚ୍ ଖେଳାଯିବ। ଏଥର ଖେଳିବାକୁ ଯାଉଥିବା ୩୨ ଟିମ ମଧ୍ୟରୁ କେବଳ ୭ ଟି ଦଳ ଏପର୍ଯ୍ୟନ୍ତ ଅତି କମରେ ଗୋଟିଏ ଲେଖାଏଁ ବିଶ୍ୱକପ ଟାଇଟଲ ଜିତିଛନ୍ତି। କ୍ରମାଗତ ଦ୍ୱିତୀୟ ବିଶ୍ୱକପ ପାଇଁ…

Read More

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ। ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ…

Read More