Author: Samikhsya Bureau

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ବଳମ୍ ପଞ୍ଚାୟତର ମହୁକୁଦ ଠାରେ ଗ୍ରାମମଙ୍ଗଳ ଯୁଵକ ସଂଘ ଆନୁକୂଲ୍ୟରେ ଵ୍ଲକ୍ ସ୍ତରୀୟ ଶିଶୁମେଳା ଓ ନେହେରୁ ଜୟନ୍ତୀ ପାଳିତ ହୋଇଥିଲା। ବଳମ୍ ଗ୍ରାମ ପଞ୍ଚାୟତ ର ସରପଞ୍ଚ  ଅନୁପମା ଗଡନାୟକ ଙ୍କ ଦ୍ଵାରା ଉଦଘାଟିତ ଏହି ସମାରୋହରେ ୨୦ ଟି ଵିଦ୍ୟାଳୟ ର ୩୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି ଅଵସର ରେ ଗଣିତ ଦୌଡ,ପୁଚି, ମ୍ୟୁଜିକ ଚେୟାର, ଚିତ୍ରାଙ୍କନ, ପ୍ରବନ୍ଧ, ଵକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବକ ସଂଘର ସଭାପତି ସନ୍ତୋଷ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ନାକ୍ଟିଦେଉଳ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ସ୍ବରୂପାରାଣୀ ସାହୁ, ମୁଖ୍ୟବକ୍ତା ଭାବେ ସୁରଜମଲ୍ କଲେଜ୍ ରେଙ୍ଗାଲୀର ଅଧ୍ୟକ୍ଷ କବି ଡ଼ ମନୋଜ କୁମାର୍ ପଣ୍ଡା, ସମ୍ମାନୀତ ଅତିଥି ଭାବରେ ତହସିଲଦାର ସୁକାନ୍ତ କୁମାର୍ ନାୟକ, ଵୈଜ୍ଞାନିକ ଶେଷଦେଵ କିଶାନ୍, ସରପଞ୍ଚ…

Read More

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ବୈଠକରେ ବାଧ୍ୟତାମୂଳକ ଧର୍ମାନ୍ତରଣକୁ ରୋକିବା ପାଇଁ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ବୈଠକରେ ଧର୍ମାନ୍ତରଣ ଆଇନରେ କଡା ସଂଶୋଧନ କରାଯାଇଛି, ଯାହା ଅଧୀନରେ ବର୍ତ୍ତମାନଠାରୁ ବାଧ୍ୟତାମୂଳକ ଧର୍ମାନ୍ତରଣ ଏକ ଜଣାଶୁଣା ଅପରାଧ ହେବ। ଏହା ଅନୁଯାୟୀ ଦଣ୍ଡବିଧାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ନୂତନ ନିୟମରେ ଜବରଦସ୍ତ ଧର୍ମାନ୍ତରଣ ପାଇଁ ୧୦ ବର୍ଷର ଦଣ୍ଡର ବ୍ୟବସ୍ଥା ରହିଛି। ଏହି ପରିପ୍ରେକ୍ଷୀରେ ଧର୍ମାନ୍ତରଣ ଏବଂ ‘ଲଭ ଜିହାଦ୍’ ଉପରେ ପ୍ରତିବନ୍ଧକ ଲଗାଯିବ। ବାଧ୍ୟତାମୂଳକ ଧର୍ମାନ୍ତରଣ ବିରୁଦ୍ଧରେ କଠୋର ନିୟମ: ଆଜି ଅନୁଷ୍ଠିତ ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ବୈଠକରେ ୨୯ ଟି ପ୍ରସ୍ତାବ ଅଣାଯାଇଛି। ଯାହା ଅଧୀନରେ ଉତ୍ତରପ୍ରଦେଶ ତୁଳନାରେ ବର୍ତ୍ତମାନ ଉତ୍ତରାଖଣ୍ଡରେ ଧର୍ମାନ୍ତରଣ ଆଇନ ଅଧିକ କଠୋର ହୋଇଛି। ବାଧ୍ୟତାମୂଳକ ଧର୍ମାନ୍ତରଣ ରାଜ୍ୟରେ ଏକ ଜଣାଶୁଣା ଅପରାଧ ହୋଇଛି। ଯେଉଁଥିରେ ସର୍ବାଧିକ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ହେବ। ଏହାକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ଖୁବ୍…

Read More

ନୂଆଦିଲ୍ଲୀ: ବାଲିଠାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଉଦଯାପନୀ ଦିବସ। ଏହି ଅବସରରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ପଢନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂପୂର୍ଣ୍ଣ ଭାଷଣ… ମହାମହିମଗଣ, ମୁଁ ପୁଣି ଥରେ ନିଜର ବନ୍ଧୁ ରାଷ୍ଟ୍ରପତି ଜୋକୋଭିଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ସେ ଏହି କଠିନ ସମୟରେ ଜି-୨୦ ରାଷ୍ଟ୍ର ସମୂହକୁ କୁଶଳୀ ନେତୃତ୍ବ ପ୍ରଦାନ କରିଛନ୍ତି। ଆହୁରି ଆଜି ମୁଁ ଜି-୨୦ ସମୂହକୁ ବାଲି ଘୋଷଣାନାମାର ଅନୁମୋଦନ ପାଇଁ ଅଭିନନ୍ଦନ ଜଣାଉଛି। ଭାରତ ନିଜ ଜି-୨୦ ଅଧ୍ୟକ୍ଷତା ସମୟରେ ଇଣ୍ଡୋନେସିଆର ପ୍ରଶଂସନୀୟ ପଦକ୍ଷେପକୁ ଆଗକୁ ବଢ଼ାଇବା ଲାଗି ପ୍ରୟାସ କରିବ। ଏହି ପବିତ୍ର ଦ୍ବୀପ ବାଲିରୁ ଆମେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଭାରତ ପାଇଁ ଅତ୍ୟନ୍ତ ଶୁଭ ସଂଯୋଗ। ଭାରତ ଏବଂ ବାଲି ମଧ୍ୟରେ ଅତି ପ୍ରାଚୀନ ସମ୍ପର୍କ ରହିଛି। ମହାମହିମଗଣ, ଭାରତ ଜି-୨୦ର ଦାୟିତ୍ବ ଏଭଳି ଏକ…

Read More

ଭୁବନେଶ୍ୱର: ଚଳିତ ବର୍ଷ ଓଡିଶା ନ୍ୟାୟିକ ସେବା (ଓଡିଶା ଜୁଡିସିଆଲ୍ ସର୍ଭିସ୍‌) ରେ ଟପ୍ପର ହୋଇଥିବା ସୋଆର ଛାତ୍ରୀ ଆଦ୍ୟାଶା ମିଶ୍ରଙ୍କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ ବୁଧବାର ସମ୍ବର୍ଦ୍ଧିତ କରିଛନ୍ତି। ଚଳିତ ବର୍ଷ ଓଜେଏସ୍‌ରେ ଟପ୍ପର ହୋଇଥିବା ଆଦ୍ୟାଶା ହେଉଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ର ଛାତ୍ରୀ। ସେହିପରି ଏହି ପରୀକ୍ଷାରେ ନବମ ସ୍ଥାନ ରଖି କୃତିତ୍ୱ ଅର୍ଜନ କରିଥିବା ସୀତେଶ ମହାନ୍ତି ମଧ୍ୟ ଏସ୍‌ଏନ୍‌ଆଇଏଲ୍ ର ଛାତ୍ର। ଏହି ଦୁଇ ଜଣଙ୍କୁ ପ୍ରଫେସର ନାୟକ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଚଳିତ ବର୍ଷ ଓଜେଏସ୍ ପରୀକ୍ଷାରେ ଏସ୍‌ଏନ୍‌ଆଇଏଲ୍‌ର ସର୍ବମୋଟ୍ ୪ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଆଦ୍ୟାଶା ଓ ସିତେଶ ଙ୍କ ଛଡା ଅନ୍ୟ ଦୁଇଜଣ ଛାତ୍ରୀ ହେଲେ ସମୀକ୍ଷା ସ ଓ ଇପ୍ସିତା ଭୋଇ। ସମୀକ୍ଷା…

Read More

ରେଢ଼ାଖୋଲ: ରେଢାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଏନ୍ ଏସି, ଭୀମ ଭୋଇ କଲ୍ୟାଣ ମଣ୍ଡପ ଠାରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି। ସଂଘ ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଯୁବ ବୈଜ୍ଞାନିକ ଶେଷ କିଷାନ, ମୁଖ୍ୟବକ୍ତା ଭାବରେ ଭୀମଭୋଇ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅଂଜନ କୁମାର ମିଶ୍ର ଯୋଗ ଦେଇଥିଲେ। ଗଣମାଧ୍ୟମ ମୋ’ଜୀବନର ମୋଡ ବଦଳାଇଛି ଯାହା ପାଇଁ ଆଜି ମୁଁ ପରିଚୟ ସୃଷ୍ଟି କରିପାରିଛି ଗଣମାଧ୍ୟମ ଯୋଗୁଁ ଆଜିର ଦିନରେ ବଣର ମଲ୍ଲୀ ଏବେ ବଣରେ ଫୁଟି ମଉଳି ନଯାଇ ଲୋକଚନକୁ ଆସିପାରୁଛି , ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିମାନଙ୍କୁ ଖୋଜି ସାମ୍ନା କୁ ଆଣିପାରୁଛି ଆଜିର ଗଣମାଧ୍ୟମ ବୋଲି ଯୁବ ବୈଜ୍ଞାନିକ ଶେଷ କିସାନ ନିଜର ବକ୍ତବ୍ୟରେ କହିଛନ୍ତି। ସେହିପରି ଦେଶ ଗଠନରେ ଗଣମାଧ୍ୟମର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି , ଆଜିର ମିଡ଼ିଆ ବଜାରରେ ଖବର…

Read More

ଭୁବନେଶ୍ବର: ଭାରତୀୟ ଷ୍ଟେଟ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ପଞ୍ଜିକରଣ ଶିବିର ଆୟୋଜିତ ହୋଇଯାଇଛି। ପେନସନଭୋଗୀଙ୍କ ଦ୍ବାରା ଜୀବନ ପ୍ରମାଣ ଆପ୍‌ ଦ୍ବାରା ଫେସ ଅଥେଣ୍ଟିକେସନ ଟେକ୍ନୋଲୋଜି ବ୍ୟବହାର କରାଯାଇ ଜୀବନ ପ୍ରମାଣପତ୍ର ବା ଲାଇଫ ସାର୍ଟିଫିକେଟ ଦାଖଲ କରାଯାଇଥିଲା। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ଏବଂ ଏସବିଆଇ ସିପିପିସି ଭୁବନେଶ୍ବର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅନୁସଚିବ ବିଶାଲ କୁମାର, ୟୁଆଇଡିଏଆଇର ଅଧିକାରୀଗଣ, ଭାରତୀୟ ଷ୍ଟେଟ ବ୍ୟାଙ୍କର ଡିଜିଟାଲ ଏବଂ ଟ୍ରାଞ୍ଜାକ୍ସନ ବ୍ୟାଙ୍କିଙ୍ଗ ବିଭାଗ ଡିଜିଏମ ଶ୍ରୀ ଅମରେନ୍ଦ୍ର କୁମାର ଉପସ୍ଥିତ ଥିଲେ। ପେନସନଭୋଗୀଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ ସୁବିଧା ପ୍ରଦାନ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଏହି ନୂଆ ପ୍ରୟାସ ଆରମ୍ଭ କରାଯାଇଛି। ପେନସନଭୋଗୀମାନେ ଜୀବନ ପ୍ରମାଣ ପୋର୍ଟାଲ ଜରିଆରେ ଡିଜିଟାଲ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଫେସ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ ଆଜି ପୂର୍ବାହ୍ନରେ ସାନ ହନ୍ତୁଆଡ଼ ଗ୍ରାମର ହେମନ୍ତ ସ୍ୱାଇଁ (୨୮) ଓଡଗାଁରୁ କାମ ସାରି ନିଜ ବାଇକରେ ଗଣେଶ ପାଇକରାୟଙ୍କ ସହ ଘରକୁ ଫେରୁଥିବା ବେଳେ ଓଡଗାଁ-କୋଳଥଡିହ ମଝି ରାସ୍ତାରେ ଏକ ବୋଲେରୋ ପିକ ଅପ ଗାଡ଼ି ହେମନ୍ତଙ୍କ ବାଇକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକରୁ ଛିଟିକି ତଳେ ପଡିଯାଇଥିବା ବେଳେ ହେମନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତ ଗଣେଶଙ୍କୁ ସ୍ଥାନୀୟ ବ୍ୟକ୍ତି ଉଦ୍ଧାର କରି ବାଣପୁର ମେଡିକାଲ ପଠାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ମୃତ ହେମନ୍ତଙ୍କ ପିତା ରବୀନ୍ଦ୍ର ସ୍ୱାଇଁଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନମ୍ବର ୪୯୦/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ…

Read More

ଭୁବନେଶ୍ବର: ସାରା ରାଜ୍ୟରେ ବର୍ତ୍ତମାନ ଶୀତର ଲହରୀ ଅନୁଭୂତ ହେବାରେ ଲାଗିଛି। ପାଣିପାଗ ବିଭାଗ ଅନୁସାରେ ଗତକାଲି ରାତିରେ ରାଜ୍ୟର ୯ ସ୍ଥାନର ତାପମାତ୍ରା ୧୪ ଡ଼ିଗ୍ରୀ ତଳେ ରହିଥିଲା। ଶିମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହୋଇଥିଲା। ଗତକାଲି ରାତିରେ ବିଭିନ୍ନ ସହରର ତାପମାତ୍ରା ହେଲା ଶିମିଳିଗୁଡା- ୬.୪ ଡିଗ୍ରୀ ସେଣ୍ଟିଗ୍ରେଡ ଜି. ଉଦୟଗିରି- ୮.୦ ଡିଗ୍ରୀ ସେଣ୍ଟିଗ୍ରେଡ ଫୁଲବାଣୀ- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ କୋରାପୁଟ- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ ଦାରିଙ୍ଗବାଡି- ୧୦.୫ ଡିଗ୍ରୀ ସେଣ୍ଟିଗ୍ରେଡ ଭବାନୀପାଟଣା- ୧୨ ଡିଗ୍ରୀ ସେଣ୍ଟିଗ୍ରେଡ ବୌଦ୍ଧ- ୧୨ ଡିଗ୍ରୀ ସେଣ୍ଟିଗ୍ରେଡ ଝାରସୁଗୁଡା- ୧୩.୨ ଡିଗ୍ରୀ ସେଣ୍ଟିଗ୍ରେଡ କେନ୍ଦୁଝର- ୧୩.୪ ଡିଗ୍ରୀ ସେଣ୍ଟିଗ୍ରେଡ ଜି.ଉଦୟଗିରି (କନ୍ଧମାଳ)- ୮.୦ ଡିଗ୍ରୀ ସେଣ୍ଟିଗ୍ରେଡ ଫୁଲବାଣୀ (କନ୍ଧମାଳ)- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ କୋରାପୁଟ- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ ଦାରିଙ୍ଗବାଡି(କନ୍ଧମାଳ)- ୧୦.୫  ଡିଗ୍ରୀ ସେଣ୍ଟିଗ୍ରେଡ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। R

Read More

ନୂଆଦିଲ୍ଲୀ: ଅଭିନେତ୍ରୀ ସନ୍ନି ଲିଓନୀ, ତାଙ୍କ ସ୍ୱାମୀ ଡାନିଏଲ ୱେବର ଏବଂ ସେମାନଙ୍କର ଜଣେ କର୍ମଚାରୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଠକେଇ ମାମଲାରେ ଆଜି କେରଳ ହାଇକୋର୍ଟ ଅପରାଧିକ ମାମଲା ସ୍ଥଗିତ ରଖିଛନ୍ତି। ତାଙ୍କ ବିରୋଧରେ ମାମଲା ରଦ୍ଦ କରିବାକୁ ଲିଓନିଙ୍କ ଆବେଦନ ଉପରେ ଜଷ୍ଟିସ ଜିଆଦ ରେହମାନ ଏଏ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏହି ପିଟିସନର ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଅପରାଧିକ ପ୍ରକ୍ରିୟା ସ୍ଥଗିତ ରଖିଛନ୍ତି। ଘଟଣା କଣ ଥିଲା?: କେରଳରେ ଅବସ୍ଥିତ ଏକ ଇଭେଣ୍ଟ ମ୍ୟାନେଜର ଲିଓନି, ତାଙ୍କ ସ୍ୱାମୀ ଏବଂ ସେମାନଙ୍କ କର୍ମଚାରୀଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ। ଅଭିଯୋଗକାରୀ ଅଭିଯୋଗ କରିଥିଲେ ଯେ, ଏହି କାର୍ଯ୍ୟକ୍ରମରେ ଯୋଗଦେବା ଏବଂ ଅଭିନୟ କରିବା ପାଇଁ ଲିଓନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦିଆଯାଇଥିଲା, କିନ୍ତୁ ଅଭିନେତ୍ରୀ ଜଣକ ଯୋଗ ଦେଇନଥିଲେ। ଏହା ପରେ ତାଙ୍କ ବିରୋଧରେ ଧାରା ୪୦୬, ୪୨୦ ଏବଂ ୩୪ ଅନୁଯାୟୀ ଏକ ମାମଲା…

Read More

ଭୁବନେଶ୍ବର: ଆଜି ହେଉଛି ଭାରତର ପ୍ରଖ୍ୟାତ ମିଡିଆମ୍ୟାନ ବା ମିଡିଆ ବାଦଶାହା ରାମୋଜୀ ରାଓଙ୍କ ଜନ୍ମ ଦିନ। ଆଜି ସେ ୮୭ ବର୍ଷ ବୟସରେ ପାଦ ଦେଇଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟି। ସେ ଦେଶରେ ଆଞ୍ଚଳିକ ଭାଷାର ଇଲଟ୍ରୋନିକ ମିଡିଆ ପ୍ରତିଷ୍ଠା କରି ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛିନ୍ତି। ‘ ଇଟିଭି ‘ ଚ୍ୟାନେଲ ହେଉଛି ଦେଶର ଘରେ ଘରେ ପରିଚିତ ହୋଇଥିବା ଏକ ନାମ। ସାରା ଦେଶରେ ଇଟିଭି ଯେପରି ନାମ କମାଇଥିଲା ଠିକ୍ ସେହିପରି ଓଡିଶାରେ ମଧ୍ୟ ‘ଇଟିଭି ଓଡିଆ’ ମିଡିଆ ଜଗତରେ ଏକ ବାଦଶାହା ହୋଇ ପାରିଥିଲା। ୨୦୦୧ ମସିହାରେ ଓଡିଶାରେ ଆରମ୍ଭ ହୋଇଥିଲା ଇଟିଭି ଓଡିଆ ଚ୍ୟାନେଲ। ସେତେବେଳେ ଓଡିଶାରେ ଟେଲିଭିଜନ ମିଡିଆର କୌଣସି ସ୍ଥିତି ନ ଥିଲା। ରାଜ୍ୟରେ ଟେଲିଭିଜନ ହେଉଛି ଏକ ଆକର୍ଷିତ ମନୋରଂଜନର ମାଧ୍ୟମ ବୋଲି ଇଟିଭି ଓଡିଆ ପ୍ରମାଣିତ କରିଥିଲା। ଓଡିଶାରେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ପ୍ରଥମାଷ୍ଟମୀରେ ସାଧାରଣତଃ ଘରର ପ୍ରଥମ ସନ୍ତାନଙ୍କୁ ପୂଜା କରାଯାଇଥାଏ।ଘରର ବଡ଼ ପୁଅ ବା ବଡ଼ ଝିଅ ମାମୁଁ ଘରୁ ଆସିଥିବା ନବବସ୍ତ୍ର ପରିଧାନ କରି ବନ୍ଦାପନା ହୋଇ ବିଭିନ୍ନ ସ୍ଵାଦିଷ୍ଟ ପିଠାପଣା ଖାଇବା ପରମ୍ପରା ଓଡ଼ିଶାର ଏକ ପ୍ରଧାନ ପରମ୍ପରା। ସେହିପରି ମା’ ଭଗବତୀ ମଧ୍ୟ ଏହି ଦିନ ପଢୁଆଁ ହୋଇଥାନ୍ତି। ମା’ ଭଗବତୀଙ୍କ ରିତିନୀତିରେ ଏହି ପ୍ରଥମାଷ୍ଟମୀ ଏକ ମହତ ରଖେ। ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତି ପ୍ରଥମାଷ୍ଟମୀରେ ପଢୁଆଁ ହେଲା ପରି ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀ ମଧ୍ୟ ପ୍ରଥମାଷ୍ଟମୀ ଦିନ ପଢୁଆଁ ହୋଇଥାନ୍ତି। ମା’ଙ୍କ ପିତ୍ରାଳୟରୁ ଆସିଥିବା ନବବସ୍ତ୍ର ପରିଧାନ କରି ନୂଆ ଚାଉଳ, ନୂଆ ବିରି, ନଡ଼ିଆ, ଗୁଡ଼ରେ ପ୍ରସ୍ତୁତ ଏଣ୍ଡୁରି ପିଠା ସହ ନାନାଦି ନୈବେଦ୍ୟ ଗ୍ରହଣ କରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ଦେବୀଙ୍କର ମାନବୀୟ ଲୀଳାର ଆଜିର ଏହି ପରମ୍ପରା ଦେବୀ ଭଗବତୀ ପୀଠରେ…

Read More

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ​​ଟିକେଟ୍ ବିକ୍ରି ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁର୍ନୀତି ନିବାରଣ ବ୍ୟୁରୋ ଦ୍ୱାରା ଆମ୍ ଆଦମୀ ପାର୍ଟି ନେତା ଅଖିଳେଶ ତ୍ରିପାଠୀଙ୍କ ଘନିଷ୍ଠ ସହଯୋଗୀ ଓମ୍ ସିଂଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ ଓମ ସିଂଙ୍କ ସହଯୋଗୀ ଶଙ୍କର ପାଣ୍ଡେ ଏବଂ ପ୍ରିନ୍ସ ରଘୁବଂଶୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୋଗ ଅନୁଯାୟୀ, ଟିକେଟ୍ ପାଇଁ ଅଖିଳେଶ ପତି ତ୍ରିପାଠୀ ୯୦ ଲକ୍ଷ ଟଙ୍କା ମାଗିଥିଲେ, ସେଥିମଧ୍ୟରୁ ସେ ଅଖିଳେଶ ପତି ତ୍ରିପାଠୀଙ୍କୁ ୩୫ ଲକ୍ଷ ଟଙ୍କା ଏବଂ ଅଖିଳେଶଙ୍କ ନିର୍ଦ୍ଦେଶରେ ୱଜିରପୁର ବିଧାୟକ ରାଜେଶ ଗୁପ୍ତାଙ୍କୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଦିଲ୍ଲୀର ଦୁର୍ନୀତି ନିବାରଣ ଶାଖା ଆମ୍ ଆଦମୀ ପାର୍ଟି ନେତା ଅଖିଳେଶ ପତି ତ୍ରିପାଠୀଙ୍କ ଘନିଷ୍ଠ ସହଯୋଗୀ ଓମ୍ ସିଂ, ଶଙ୍କର ପାଣ୍ଡେ ଏବଂ ପ୍ରିନ୍ସ ରଘୁବଂଶୀଙ୍କୁ ଗିରଫ କରିଛି। ଅଭିଯୋଗ…

Read More

ଭୁବନେଶ୍ବର: ପ୍ରଥମାଷ୍ଟମୀରେ ସାଧାରଣତଃ ଘରର ପ୍ରଥମ ସନ୍ତାନଙ୍କୁ ପୂଜା କରାଯାଇଥାଏ। ସେହିପରି ଭଗବାନ ହେଲେ ମଧ୍ୟ କଣ ହେଲା ପ୍ରଭୃ ଲିଙ୍ଗରାଜ ମଧ୍ୟ ଏହି ଦିନ ପଢୁଆଁ ହୋଇଥାନ୍ତି। ଲିଙ୍ଗରାଜଙ୍କ ରିତିନୀତିରେ ଏହି ପ୍ରଥମାଷ୍ଟମୀ ଏକ ମହତ ରଖେ। ସେଦିନ ଏକ ସ୍ବତନ୍ତ୍ର ପୂଜା କରାଯାଇଥାଏ। ପ୍ରଥମାଷ୍ଟମୀ ଦିନ ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଁଘର ଯାତ୍ରା ହୋଇଥାଏ। ଲିଙ୍ଗରାଜ ମହାପ୍ରଭୁ ଏହିଦିନ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ତାଙ୍କ ମାମୁଁଘର ରୂପେ ପରିଚିତ କପାଳିମଠକୁ ପଢୁଆଁ ହେବା ପାଇଁ ଯାଆନ୍ତି। ଏହି ମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବ’। ଏ ଦୁହେଁ ଲିଙ୍ଗରାଜଙ୍କର ମାମୁଁ- ମାଇଁ ରୂପେ ପ୍ରଖ୍ୟାତ। ଏହି ମଠ ହତାରେ ଗୋଟିଏ ପୁଷ୍କରିଣୀ ରହିଛି। ତାହା ପାପନାଶିନୀ ରୂପେ ପରିଚିତ। ପ୍ରଥମାଷ୍ଟମୀ ଦିନ ଏହି ପୁଷ୍କରିଣୀର ଜଳ ପାନକଲେ ପାପକ୍ଷୟ ହୁଏ ଓ ବନ୍ଧ୍ୟାନାରୀ ସନ୍ତାନବତୀ ହୁଅନ୍ତି ବୋଲି ପ୍ରବାଦ ଅଛି। ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’। ପୂର୍ବେ…

Read More

ଭୁବନେଶ୍ବର: ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏହାକୁ ପଢୁଆଁ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ। ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟ ପରିଚିତ। ଏହି ପର୍ବ ଓଡିଶାର ଏକ ଲୋକପ୍ରିୟ ପର୍ବ ଭାବେ ପରିଚିତ। ଏହାକୁ ପ୍ରଥମାଷ୍ଟମୀ ବୋଲି କାହିଁକି କୁହାଯାଏ ପୂର୍ବେ ବୈଶାଖ ନୁହେଁ ମାର୍ଗଶିର ମାସକୁ ବର୍ଷର ପ୍ରଥମ ମାସ ବୋଲି ବିବେଚନା କରାଯାଉ ଥିଲା। ଏହି ମାସରୁ ବର୍ଷା ଆରମ୍ଭ ହେଉଥିଲା। ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି। ହେଲେ ପରବର୍ତ୍ତି ସମୟରେ ଏହା ବର୍ଷର ପ୍ରଥମ ମାସ ହୋଇ ନ ଥିଲେ ମଧ୍ୟ ଏହାର ଅଷ୍ଟମୀଟି ପ୍ରଥମ ଅଷ୍ଟମୀ ଭାବେ ପରିଚିତ ହୋଇ ଆସୁଛି। ଏହି ଦିନକୁ ଓଡିଆ ଘରେ ପୂଜାପର୍ବ କରାଯାଇଥାଏ। ମୁଖ୍ୟତଃ ଏହା ବର୍ଷର ପ୍ରଥମ ଅଷ୍ଟମୀ ହୋଇଥିବାରୁ ଘରର ପ୍ରଥମ ସନ୍ତାନକୁ…

Read More

ଭୁବନେଶ୍ବର, ଆପଣ ଭଲଭାବରେ ଜାଣିବା ଉଚିତ ଯେ, ସୂର୍ଯ୍ୟ ଦେବ ବାସ୍ତୁ ଶାସ୍ତ୍ରକୁ ପ୍ରଭାବିତ କରନ୍ତି। ତାଙ୍କର ଗତିବିଧି ଅନୁସାରେ ବାସ୍ତୁ ଶାସ୍ତ୍ର ମଧ୍ୟ ଗତି କରେ। ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ସୂର୍ଯ୍ୟଙ୍କ ଅନୁସାରେ ଏକ ଘର ନିର୍ମାଣ କରିବା ଏବଂ ସୂର୍ଯ୍ୟଙ୍କ ଅନୁସାରେ ଆମର ଦୈନିକ କାର୍ଯ୍ୟସୂଚୀ ମଧ୍ୟ ସ୍ଥିର କରିବା ଆବଶ୍ୟକ ରହିଛି। ନିମ୍ନରେ ସୂର୍ଯ୍ୟଙ୍କ ଗତିବିଧି ଅନୁସାରେ କିପରି ଦୈନ୍ୟନ୍ଦିନ ପ୍ରଭାବତି ହୁଏ… 1.  ସୂର୍ଯ୍ୟୋଦୟ ପୂର୍ବରୁ ରାତି 3 ରୁ 6 ପର୍ଯ୍ୟନ୍ତ ହେଉଛି ବ୍ରହ୍ମ ମୁହୂର୍ତ। ଏହି ସମୟରେ ସୂର୍ଯ୍ୟ ଘରର ଉତ୍ତର-ପୂର୍ବ ଭାଗରେ ରୁହନ୍ତି। ଏହି ସମୟରେ ଧ୍ୟାନ ଏବଂ ଅଧ୍ୟୟନ ପାଇଁ ଏହି ସମୟ ଭଲ ଅଟେ। 2. ସକାଳ 6 ରୁ 9 ପର୍ଯ୍ୟନ୍ତ ସୂର୍ଯ୍ୟ ଘରର ପୂର୍ବ ଭାଗରେ ରୁହନ୍ତି, ତେଣୁ ଘରକୁ ଏପରି କରନ୍ତୁ ଯେ ସୂର୍ଯ୍ୟଙ୍କ ପର୍ଯ୍ୟାପ୍ତ ଆଲୋକ ଘରକୁ ଆସିପାରିବ। ଫଳରେ ଘରେ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବିଭିନ୍ନ ପଶୁପକ୍ଷୀମାନଙ୍କ ଠାରୁ ମଧ୍ୟ କିଛି ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି। ସେଥିରେ ସେ କୁକୁଡାଠାରୁ କିପରି ଚାରୋଟି ଗୁଣ ମଣିଷମାନେ ଶିକ୍ଷା କରିବା ଦରକାର ତାହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କୁକୁଡାଠାରୁ ସକାଳୁ ଉଠିବା ମଣିଷମାନେ ଶିଖିବା ଉଚିତ। ଏଥିସହିତ ବିପଦର କିପରି ମୁକାବିଲା କରାଯାଏ ତାହା କୁକୁଡାକୁ ଭଲ ଭାବରେ ଜଣା। ତାହା ମଧ୍ୟ ଶିକ୍ଷା କରିବା ଉଚିତ। ସେହିପରି ଆଉ ଦୁଇଟି ଗୁଣ ହେଲା ଖାଦ୍ୟକୁ ଭାଗ କରି ଖାଇବା ଏବଂ ନିଜ ଖାଦ୍ୟ ସଂଗ୍ରହ କରିବା। କୁକୁଡାମାନେ ଖାଦ୍ୟ ଖାଇବା ବେଳେ ଅନ୍ୟ କୁକୁଡା ସହିତ ଭାଗ କରି ଖାଆନ୍ତି। କଜିଆ କରନ୍ତି ନାହିଁ। ସେହିପରି କୁକୁଡାମାନେ ସାଧାରଣତଃ ନିଜ ଖାଦ୍ୟ ନିଜେ ଖୋଜିବାକୁ ଭଲ ପାଆନ୍ତି। ଏହି ଗୁଣଗୁଡିକ ସାଧାରଣ ମଣିଷ ମଧ୍ୟ ଶିଖିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।

Read More

ଭୁବନେଶ୍ବର: ଦେଶକୁ ସୁଦୃଢ଼ କରିବାକୁ ହେଲେ ଆମ ଜନଜାତି ସମୁଦାୟକୁ ସଶକ୍ତ କରିବାକୁ ହେବ। ଏହା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ଭୁବନେଶ୍ବର ଠାରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ ସୋଶଲ ସାଇନ୍ସେସ (କିସ) ସହଯୋଗରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜନଜାତୀୟ ଗୌରବ ଦିବସରେ ୩୦ ହଜାରରୁ ଅଧିକ ଜନଜାତି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମେଘୱାଲ ରାଷ୍ଟ୍ର ନିର୍ମାଣରେ ଜନଜାତି ସମୁଦାୟର ଯୋଗଦାନ ବିଷୟରେ କହିଥିଲେ। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମେଘୱାଲ କହିଥିଲେ ଯେ, ଦେଶର ସ୍ବାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କର ଅମୂଲ୍ୟ ଯୋଗଦାନ ରହିଥିଲା। ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନ ଜାତୀୟ ଗୌରବ ଦିବସ ଭାବେ ପାଳନ କରିବା ଲାଗି ଗତ ବର୍ଷ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ କୃତଜ୍ଞତା ବ୍ୟକ୍ତ କରିଥିଲେ। କେନ୍ଦ୍ର…

Read More

ମେଷ : ଗଣେଶଙ୍କ ଆଶୀର୍ବାଦ ସହିତ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଏବଂ ଉତ୍ସାହ ଦେଖାଯିବ। ଆପଣ ଶରୀର ଏବଂ ମନରେ ସତେଜତା ଏବଂ ସତେଜତା ଅନୁଭବ କରିବେ। ପାରିବାରିକ ପରିବେଶ ଖୁସି ହେବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଆନନ୍ଦ ଜୀବନ ଅତିବାହିତ ହେବ। ମାଆଙ୍କ ପକ୍ଷରୁ ଲାଭ ମିଳିବ। ଯାତ୍ରା ର ଯୋଗ ରହିଛି। ଧନ, ଭଲ ଖାଦ୍ୟ ଏବଂ ଉପହାରର ହାସଲ କରିବେ। ବୃଷ: କ୍ରୋଧ ଏବଂ ନିରାଶାର ଭାବନା ଆପଣଙ୍କ ମନରେ ପ୍ରାଧାନ୍ୟ ଦେବ । ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ସମର୍ଥନ କରିବ ନାହିଁ। ଘର – ପରିବାରର ଚିନ୍ତା ସହିତ, ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ଆଜି ଚିନ୍ତିତ ହେବେ। ଆପଣ କାହା ସହିତ ମତଭେଦ ଏବଂ ଝଗଡା ସୃଷ୍ଟି ହେବ । କାମ ବୃଥା ମନେ ହୁଏ। ଭୁଲ ବୁଝାମଣାରୁ ରକ୍ଷା ପାଇବା ପାଇଁ ଗଣେଶଙ୍କୁ ଧ୍ୟାନ କରନ୍ତୁ। ମିଥୁନ: ପରିବାରରେ ସୁଖ ଏବଂ ଆନନ୍ଦର ପରିବେଶ ରହିବ…

Read More

ଭୁବନେଶ୍ଵର: ଓଡିଶାର ମୁଖ୍ୟମନ୍ତ୍ରୀ ଅକ୍ଟୋବର ୧୫ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କରିଥିଲେ। ଓଡିଶାରେ ଦୀର୍ଘ ଦିନ ଧରି ପ୍ରଚଳିତ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାର ବିଲୋପ କରିଥିଲେ। କିନ୍ତୁ ରାଜ୍ୟର ବିଭିନ୍ନ ଅଫିସ ଦପ୍ତର ଓ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଅସହାୟ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ କ୍ଷେତ୍ରରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ମୁଖ୍ୟମନ୍ତ୍ରୀ ଏହି ବର୍ଗର କର୍ମଚାରୀ ମାନଙ୍କୁ ମଧ୍ୟ ସମୟାନୁକ୍ରମେ ଉପଯୁକ୍ତ ନ୍ୟାୟ ଦେବେ ବୋଲି ସେମାନେ ଆଶା ବାନ୍ଧି ବସିଛନ୍ତି। କିନ୍ତୁ ଅଦ୍ୟାବଧି ସରକାରଙ୍କ ତରଫରୁ କିଛି ନିଷ୍ପତ୍ତି ନିଆଯାଇ ନାହିଁ, ଯାହା ଫଳରେ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଏହି ପ୍ରତିବାଦରେ ରାଜ୍ୟ ଓ ସମସ୍ତ ଜିଲ୍ଲାର ପ୍ରତିନିଧି ମାନଙ୍କୁ ନେଇ ତା ୦୮-୧୧-୨୦୨୨ ରେ ଭୁବନେଶ୍ଵର ଠାରେ ଏକ ସଭା ଅନୁଷ୍ଠିତ ହୋଇ ଏଥିରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।…

Read More

ଭୁବନେଶ୍ୱର : ଶିଶୁ ଦିବସ ଅବସରରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ର ଆଜି ଥିଲା ଦ୍ୱିତୀୟ ଦିବସ। ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ‘ମିଟ୍‌ ଦ ପର୍ସନାଲିଟି’ ଓ ‘ଛାୟା ବିଧାନସଭା’ କାର୍ଯ୍ୟକ୍ରମ ଦ୍ୱିତୀୟ ଦିବସର ମୁଖ୍ୟ ଆକର୍ଷଣ ସାଜିଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କୁନି କୁନି ପିଲାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ନିକଟରୁ ଦେଖିବାର ଓ ସେମାନଙ୍କ ସହ ଭାବର ଆଦାନପ୍ରଦାନ କରିବାର ସୁଯୋଗ ଦେଇଥିଲା ଏହି ନିଆରା କାର୍ଯ୍ୟକ୍ରମ । ଟେଲିଭିଜନ୍‌ର ବଡ଼ ପରଦାରେ ଦେଖିଥିବା ସଫଳ ବ୍ୟକ୍ତିତ୍ୱମାନଙ୍କର ଜୀବନ କାହାଣୀ ଶୁଣିବା ସହ ମନରେ ଥିବା ବିଭିନ୍ନ ପ୍ରଶ୍ନ ପଚାରିବାର ସୁଯୋଗ ପାଇଥିଲେ ପିଲାମାନେ। ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତା, ଅଭିନେତା, ଉଦ୍ୟୋଗୀ, ଚିତ୍ରଶିଳ୍ପୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ…

Read More

ଖୋର୍ଦ୍ଧା: ଆଜି ଗ୍ରେଡ-ପେ ୪ ହାଜର ୨ ଶହ ଟଙ୍କା ଦାବିରେ ଓଡ଼ିଶା ଅମଲା ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡ଼ିଶା ଅମଲା ସଙ୍ଘର ଶତାଧିକ ସଭ୍ୟ ଏକ ଶୋଭଯାତ୍ରା ମାଧ୍ୟମରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟସରକାରଙ୍କ ନିକଟରେ ବହୁବାର ଦାବି ଜଣାଇବା ସତ୍ତ୍ୱେ କିଛି ସୁଫଳ ମିଳିନଥିବାରୁ ଅମଲା ସଂଘ କ୍ଷୋଭ ପ୍ରକାଶ କରିଛି। ତେଣୁ ରାଜ୍ୟ ସରକାର ସେମାନଙ୍କ ଦାବି ଶୁଣୁନଥିବା ଅଭିଯୋଗ କରିବା ସହ ଆସନ୍ତା ୨୭ ତାରିଖ ଦିନ ଭୁବନେଶ୍ଵରଠାରେ ଏକ ବିରାଟ ରାଲି କରିବାକୁ ଯାଉଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ଶାଖା ତରଫରୁ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Read More