ଖୋରଧା: ମିଶନ ଶକ୍ତି ମେଗା ଋଣ ମେଳା ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ ହଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥିରେ ଖୋରଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଯୋଗଦେଇ ମହିଳା ମାନଙ୍କ ଆର୍ଥିକ ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ। ସାରା ରାଜ୍ୟରେ ସ୍ବୟ ସହାୟକ ଗୋଷ୍ଠୀର ପ୍ରାୟ ୭୦ ଲକ୍ଷ ସଦସ୍ୟା ମାନଙ୍କୁ ନେଇ ମିଶନ ଶକ୍ତି କାର୍ଯ୍ୟ କରୁଛି। ବିଭିନ୍ନ ସାମାଜିକ କ୍ଷେତ୍ରରେ ମହିଳା ମାନଙ୍କ ସଂପୃକ୍ତି ଦ୍ବାରା ଉନ୍ନତି ସାଧିତ ହୋଇ ପାରିବ ବୋଲି ସେ କହିଥିଲେ। ସେହିଭଳି ମାନ୍ୟବର ଜୟଦେବ ବିଧାୟକ ଅରବିନ୍ଦ ଢାଲି ଯୋଗଦେଇ ମିଶନ ଶକ୍ତି ଦ୍ବାରା ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପରିପ୍ରକାଶ କରିବାରେ ସଫଳ ହୋଇପାରିଛନ୍ତି। ସେମାନଙ୍କ ଦ୍ବାରା ହିଁ ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହୋଇ ପାରିବ ବୋଲି ସେ କହିଥିଲେ। ସେହିଭଳି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ଲକ୍ଷ ଓ ନିଷ୍ଠା ରଖି କାର୍ଯ୍ୟ…
Author: Samikhsya Bureau
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଖରିଫ ଋତୁ ନିମନ୍ତେ ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ଆସନ୍ତା ଡିସେମ୍ବର ୩୦ ତାରିଖରୁ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲିବ। ଧାନ ସଂଗ୍ରହ ନିମନ୍ତେ ୧୦ଟି ବ୍ଲକର ୧୩୯ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ୧୪ଟି ଉପକେନ୍ଦ୍ର ମୋଟ ୧୫୩ଟି ସ୍ଥାନରେ କୃଷକ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ। ସେହିଭଳି ଧାନ ବିକ୍ରୟ ନିମନ୍ତେ ଚଳିତ ବର୍ଷ ୪୮ ହଜାର ୪୦୮ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି ଯାହା ଗତବର୍ଷ ତୁଳନାରେ ୧୮୧୩ ଜଣ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୭ ହଜାର ୧୪୭ ଜଣଙ୍କ ପଞ୍ଜିକରଣ ବୈଧ ରହିଛି। ଚଳିତ ଖରିଫ ଋତୁ ନିମନ୍ତେ ୭୮ ହଜାର ୫୯୦ ମେଟ୍ରିକ ଟନ…
ଭୁବନେଶ୍ବର: ବିଏମସି ୫୮ ନମ୍ବର ୱାର୍ଡର କର୍ପୋରେଟର ଆଡ଼ଭୋକେଟ ନମିତା ମହାପାତ୍ରଙ୍କ ଭାଇ ମଳୟ ମହାପାତ୍ରଙ୍କୁ କେତେକ ବ୍ୟକ୍ତି ଆକ୍ରମଣ କରିଛନ୍ତି। ଆଜି ଦିନ ୧୨.୩୦ ସମୟରେ ବ୍ରହ୍ମେଶ୍ୱର ମନ୍ଦିର ନିକଟରେ ଏହି ଆକ୍ରମଣ କରାଯାଇଛି। ମଳୟ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ବାରକୁ ଅବଗତ କରାଯାଇଛି। ଏ ନେଇ ବରଗଡ ଥାନାରେ ଏତଲା ଦିଆଯାଇଛି। ଆକ୍ରମଣ କାରଣ କଣ ତାହା ଜଣାପଡି ନାହିଁ।
ସୀତାରାମ ଅଗ୍ରୱାଲ ବାଲୁଗାଁ: ସାରା ରାଜ୍ୟରେ ମହିଳାମାନଙ୍କୁ ସ୍ଵତନ୍ତ୍ର ପ୍ରାଧାନ୍ୟ ଦେବା ସହ ସେମାନଙ୍କୁ ସ୍ଵାବଲମ୍ବି କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଧାନ୍ୟ ଦେଇଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଏସଏଚଜି ମହିଳା ଗ୍ରୁପ ମାନଙ୍କୁ ସମସ୍ତ ସ୍ଵିକୃତି ପ୍ରାପ୍ତ ବ୍ୟାଙ୍କମାନଙ୍କୁ ସୁଲଭ ଶୁଦ୍ଧ ହାରରେ ଋଣ ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଏସଏଚଜି ମହିଳା ଗ୍ରୁପକୁ ଋଣ ଦେବରେ ସର୍ବାଗ୍ରେ ରହିଛି ବାଲୁଗାଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ବାଲୁଗାଁ ଶାଖା ପ୍ରବନ୍ଧକ ଅମିତ ମିଶ୍ରଙ୍କୁ ଆଜି ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଋଣ ମେଳା କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି। ଉକ୍ତ ଋଣ ମେଳାରେ ଜିଲ୍ଲାର ପ୍ରତି ବ୍ଲକରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା…
ସୀତାରାମ ଅଗ୍ରୱାଲ ଚିଲିକା: ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆଜି ଓଡ଼ିଶାର ସମସ୍ତ ବ୍ଲକରେ ୩ ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଉଥିବା ବେଳେ ଅନୁରୂପ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସଭାପତି ବିଭୁତି ଭୂଷଣ ସ୍ବାଇଁଙ୍କ ନେତୃତ୍ୱରେ ତିନି ଦଫା ଦାବି ନେଇ ବାଣପୁର ସହରରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବିରାଟ ରାଲି ମା’ ଭଗବତୀ ମନ୍ଦିରରୁ ବାହାରି ସହର ପରିକ୍ରମା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ସଂଘର ସଭାପତି ବିଭୁତି ଭୂଷଣ ସ୍ୱାଇଁ, ସମ୍ପାଦକ ପ୍ରଦୀପ୍ତ କିଶୋର ମହାପାତ୍ର, ସଭ୍ୟ କୈଳାଶ ଚନ୍ଦ୍ର ହୋତା, ବିମଳ ନାୟକ, ନରେଶ ପଣ୍ଡା, ସମୀର ସେଠୀ ଏବଂ ପ୍ରାୟ ତିନିଶହରୁ ଅଧିକ ପ୍ରାଥମିକ ଶିକ୍ଷକ ୬ବର୍ଷର ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ କରି ୬ବର୍ଷର ବର୍ଦ୍ଧିତ ଦରମା ପ୍ରଦାନ…
ଭୁବନେଶ୍ଵର: ୩୩ ତମ ପିକକ୍ ଶିଶୁମେଳା ର ଅଜିଥିଲା ଦ୍ଵିତୀୟ ଦିବସ। ଆଜି ସନ୍ଧ୍ୟା ର ମୁଖ୍ୟ ଆକର୍ଷଣ ଥିଲା ବେବି ଅଫ ଦି ଇୟର ଓ ଆଧୁନିକ ନୃତ୍ୟ ର ପ୍ରତିଯୋଗୀତା। ଆକର୍ଷଣୀୟ ବେଶ ପୋଷାକରେ ସଜ୍ଜିତ ପିଲାମାନଙ୍କର ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ପ୍ରତିଯୋଗୀତାର ବିଚାରକ ଭାବେ ଅଭିଷକ ସାମନ୍ତରାୟ, ଶ୍ରୀମତୀ ପ୍ରତୀକ୍ଷା ସାହୁ, ଶ୍ରୀ ଦିଲ୍ଲୀପ କୁମାର ଜି, ଓ ଶ୍ରୀମତୀ ଅନ୍ନପୂର୍ଣା ମହାନ୍ତି ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଆଜି ସଂଧ୍ୟାରେ ଅତିଥିଭାବେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା, ଓଡିଶା ଶିଶୁ ସୁରକ୍ଷା ଆୟୋଗ ର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ବିଶିଷ୍ଟ ସାମ୍ବାଦିକ ମାଧବାନନ୍ଦ ବେହୁରା ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ପୁରୁଣିମା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ପିକକ୍ ର ଏହି ଉଦ୍ୟମ କୁ ବହୁ ପ୍ରଶଂସା କରିଥିଲେ। ଅନ୍ୟ…
ଭୁବନେଶ୍ୱର: ସମାଜରେ ସକାରାତ୍ମକତା ସୃଷ୍ଟି ଓ ଦେଶ ଗଠନ କରିବାରେ ଉଲ୍ଲେଖନୀୟ ଅବଦାନ କ୍ଷେତ୍ରରେ ଚଳିତ ବର୍ଷ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସକାରାତ୍ମକତା ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶାରେ ଅଗ୍ରଣୀ ଭୂମିକା ନେଇଥିବା ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ସକାରାତ୍ମକତା ନେତୃତ୍ୱ ପୁରସ୍କାର ପ୍ରଦାନ କରାଯାଇଛି। ସୋସାଇଟି ଫର୍ ଇନିସିଏଟିଭ୍ସ ଦ୍ୱାରା ଦେଶରେ ସକାରାତ୍ମକତା ଆନ୍ଦୋଳନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଯୋଗ୍ୟ ବିବେଚିତ ହୋଇଥିବା ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା ନିମନ୍ତେ ଏହାର ଦ୍ୱିତୀୟ ଜାତୀୟ ସମ୍ମିଳନୀ ନୂଆଦିଲ୍ଲୀ ସ୍ଥିତ ସିଭିଲ୍ ସର୍ଭିସେସ୍ ଅଫିସର୍ସ ଇନ୍ଷ୍ଟିଚ୍ୟୁଟ୍ ଠାରେ ଶୁକ୍ରବାର ଆୟୋଜିତ ହୋଇଥିଲା। ଏହାକୁ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍ଘାଟନ କରିଥିଲେ। ଏହି ସମାରୋହରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆ ଓ ସମ୍ମମ୍କୁ ଏହି ପୁରସ୍କାର ପ୍ରଦାନ…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୨ ମେ’, ୨୦୨୨ ପୂର୍ବରୁ ପ୍ରଚଳିତ ସ୍ଥିତାବସ୍ଥାର ପୁନଃ ଲାଗୁ କରିଛନ୍ତି। ୫୮%ରୁ କମ୍ ଲୌହ ମାତ୍ରା ଥିବା ଲୁହା ପଥର ଲମ୍ପ୍ସ ଓ ଫାଇନ୍ସ, ଲୁହା ପଥର ପେଲେଟ ଏବଂ ପିଗ୍ ଆଇରନ୍ ସମେତ ନିର୍ଦ୍ଦିଷ୍ଟ ଇସ୍ପାତ ଉତ୍ପାଦରେ ଥିବା ରପ୍ତାନି ଶୁଳ୍କ ପ୍ରତ୍ୟାହାର କରି ନେଇଛନ୍ତି। ଆନ୍ଥ୍ରାସାଇଟ୍/ପିସିଆଇ କୋଇଲା, କୋକିଂ କୋଇଲା, କୋକ୍ ଏବଂ ସେମି କୋକ୍ ଏବଂ ଫେରୋ ନିକେଲ୍ ଉପରୁ ଆମଦାନୀ ଶୁଳ୍କ ରିହାତି ମଧ୍ୟ ପ୍ରତ୍ୟାହାର କରାଯାଇଛି। ୧୯ ନଭେମ୍ବର, ୨୦୨୨ ରୁ ନିମ୍ନୋକ୍ତ ନିୟମ ଗୁଡ଼ିକ ପ୍ରଭାବୀ ହେବ – – ୫୮ ପ୍ରତିଶତରୁ କମ ଏଫଇ ଥିବା ଲୁହା ପଥର ଲମ୍ପ୍ସ ଓ ଫାଇନ୍ସ ଉପରେ କୌଣସି ରପ୍ତାନି ଶୁଳ୍କ ଲାଗୁ ହେବ ନାହିଁ। – ୫୮%ରୁ ଅଧିକ ଏଫଇ ଥିବା ଲୁହା ପଥର ଲମ୍ପ୍ସ ଓ ଫାଇନ୍ସ ଉପରେ ୩୦% କମ ରପ୍ତାନି ଶୁଳ୍କ ଲାଗୁ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶର ଇଟାନଗର ଠାରେ ଡୋନି ପୋଲୋ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି । ଏଥିସହିତ 600 ମେଗାୱାଟ କାମେଙ୍ଗ ହାଇଡ୍ରୋ ପାୱାର ଷ୍ଟେସନକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ଫେବୃଆରୀ 2019ରେ ଏହି ବିମାନବନ୍ଦର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଇତିମଧ୍ୟରେ ମହାମାରୀର ଆହ୍ବାନ ସତ୍ତ୍ବେ ବିମାନବନ୍ଦରରେ କାମ ଅଳ୍ପ ସମୟ ମଧ୍ୟରେ ଶେଷ ହୋଇଛି। ଏହି ଅବସରରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ତାଙ୍କର ବାରମ୍ବାର ଅରୁଣାଚଳ ପ୍ରଦେଶ ଗସ୍ତକୁ ମନେ ପକାଇଥିଲେ । ସେ କହିଥିଲେ ଯେ ଏହାର ବୃହତ ପରିମାଣ ଆଜି ଦେଖିବାକୁ ମିଳିଛି । ନିଜ ରାଜ୍ୟର ବିକାଶ ପାଇଁ ଅରୁଣାଚଳବାସୀଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ ଅରୁଣାଚଳବାସୀଙ୍କ ଉତ୍ସାହଜନକ ତଥାପି ଶୃଙ୍ଖଳିତ ଗୁଣକୁ ମଧ୍ୟ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ନିଜେ ଭିତ୍ତିପ୍ରସ୍ତର ସ୍ଥାପନ କରିବା ନିଜେ ହିଁ…
ଭୁବନେଶ୍ୱର : ନିର୍ବାଚନମଣ୍ଡଳୀରେ ଥିବା କୈାଣସି ସରକାରୀ ଅଧିକାରୀ କିିମ୍ବା ସରକାରୀ ଚାକିରୀ କରୁଥିବା ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ଦାୟୀତ୍ୱ ଦେବା ପାଇଁ ବାରଣ କରାଯାଇଛି । ତେଣୁ ଆଗାମୀ ପଦ୍ମପୁର ଉପନିର୍ବାଚନ ପରିଚାଳନା ପରିପ୍ରେକ୍ଷୀରେ ନିର୍ବାଚନମଣ୍ଡଳୀର ସମସ୍ତ “କାର୍ଯ୍ୟରତ କିମ୍ବା ବାସିନ୍ଦା” ସରକାରୀ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ଦାୟୀତ୍ୱରୁ ବାଦ୍ ଦିଆଯାଉ । ସେହିପରି ମତଦାନ ସମୟରେ ମୋବାଇଲ ଫୋନ ବ୍ୟବହାର ଉପରେ ସଂପୂର୍ଣ୍ଣ ରୋକ ଲଗାଯାଉ । ଏଥି ସହ ଆଗାମୀ ପଦ୍ମପୁର ଉପ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ବର୍ତମାନରୁ ବିହୀତ ପଦକ୍ଷେପ ଗ୍ରହଣ କରିବା ଦାବୀରେ ଆଜି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବୀ ଜଣାଇଛନ୍ତି । ଏହି ପ୍ରତିନିଧିଦଳରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ…
ନୂଆଦିଲ୍ଲୀ: ଜଣେ ଆଇଏଏସଙ୍କ ଷ୍ଟାଇଲ ଫଟୋ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସେ ହେଉଛନ୍ତି ଉତ୍ତର ପ୍ରଦେଶ କ୍ୟାଡରର ଯୁବ ଆଇଏଏସ ଅଫିସର ଅଭିଷେକ ସିଂ। ତାଙ୍କୁ ନିର୍ବାଚନ କମିଶନର ଗୁଜୁରାଟ ନିର୍ବାଚନ ପାଇଁ ଅବଜରଭର ଭାବେ ନିଯୁକ୍ତ ଦେଇଥିଲେ। ସେ ନିଜ କାର ସହିତ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟିଂ କରିଥିଲେ। ଫଳରେ ତାଙ୍କୁ ନିର୍ବାଚନ ଦାୟିତ୍ବରୁ ବହିସ୍କାର କଲେ ନିର୍ବାଚନ କମିସନର। ଅଭିଷେକ ଦୁଇଟି ଫଟୋ ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରିଥିଲେ। ଗୋଟିଏ ଫଟୋରେ ସେ ଇଲେକସନ ଅବଜରଭର ଲେଖାଥିବା କାର ସହିତ ନିଜେ କଳା ଚଷମା ଲଗାଇ ଉଠାଇଥିଲେ। ଅନ୍ୟ ଏକ ଫଟୋରେ କାର ସହିତ ଅନ୍ୟ ଅଧିକାରୀ ଏବଂ ସୁରକ୍ଷା କର୍ମୀଙ୍କ ସହ ଥିଲା। ହେଲେ ଏହି ଫଟୋକୁ ନେଇ ବିଭିନ୍ନ ବିବାଦ ଉଠିବାରୁ ନିର୍ବାଚନ କମିଶନର ତୁରନ୍ତ ତାଙ୍କୁ ନିର୍ବାଚନ ଦାୟିତ୍ବରୁ ହଟାଇ ଦେଲେ। ଅଭିଷେକଙ୍କୁ ଗୁଜୁରାଟର ଅହମଦାବାଦ ବିଧାନସଭା…
ସୀତାରାମ ଅଗ୍ରୱାଲ ବାଣପୁର: ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ କଳାକାରମାନଙ୍କୁ ପ୍ରାଧାନ୍ୟ ଦେଇ ସେମାନଙ୍କ ସହାୟତା ପାଇଁ କଳାକାର ଭତ୍ତା ର ବ୍ୟବସ୍ତା କରିଥିବା ବେଳେ ଆଜି ପୂର୍ବାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରେ ବ୍ଲକର ୧୭ ଗୋଟି ପଞ୍ଚାୟତ ଓ ଏନଏସିର ମିଳିତ କଳାକାର ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଣପୁର ଏନଏସିର ୬୩ଜଣ କଳାକାରଙ୍କ ସହ ସମୁଦାୟ ୪୪୭ଜଣ କଳାକାର ଉର୍ଣ୍ଣତମାନର କଳା ପ୍ରଦର୍ଶନ କରି ବିଚାରପତିଙ୍କ ସମ୍ମୁଖରେ ନିଜ ନିଜର ପ୍ରତିଭା ଉପସ୍ଥାପନ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଣପୁର ଅତିରିକ୍ତ ବ୍ଲକ ଅଧିକାରୀ ସୀମାଦ୍ରୀ ପାତ୍ର,ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ , ବାଣପୁର ଏନ ଏ ସି ଅଧକ୍ଷ ମିଟୁ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଚୟନ ପ୍ରକ୍ରିୟାର ବିଚାରପତି ଭାବେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଜିଲ୍ଲା ଉପସଭାପତି ରାମଚନ୍ଦ୍ର କର, ସଭ୍ୟ ଦିଲୀପ କୁମାର ପଣ୍ଡା, ଭିକାରୀ ଚରଣ…
ପଦ୍ମପୁର: ଏବେ ପଦ୍ମପୁର ଉପନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେଣୁ ଏହି ଉପ-ନିର୍ବାଚନରେ ପ୍ରଚାର କରିବା ପାଇଁ ବିଜେପି ଆଜି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ସେମାନେ ହେଲେ…… ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା, ବିଷେଶ୍ୱର ଟୁଡୁ, ଜୟନାରାୟଣ ମିଶ୍ର, ବୈଜୟନ୍ତ ପଣ୍ଡା, ସୁନୀଲ ବଂଶଲ, ଡି ପୁରନ୍ଦେଶ୍ୱୀରୀ, ବୀଜୟପାଲ ସିଂ ତୋମାର, ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କେଭି ସିଂଦେଓ, ଗରିଧାରୀ ଗମାଙ୍ଗ, ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର, ସଙ୍ଗୀତା ସିଂଦେଓ, ନିତେଶ ଗଙ୍ଗ ଦେବ, ଚୁନିଲାଲ ସାହୁ, ସୁରମା ପାଢୀ, ନାଉରୀ ନାୟକ, ରବିନାରାୟଣ ନାୟକ, ମାନସ କୁମାର ମହାନ୍ତି, ପୃଥୀରାଜ ରହିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ମୋହନ ଚରଣ ମାଝୀ, ସୁବାଷ ପାଣିଗ୍ରାହୀ,…
ଭୁବନେଶ୍ବର: ପଦ୍ମପୁର ଉପ-ନିର୍ବାଚନ ପାଇଁ ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବ୍ୟତୀତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ କେଶରୀ ଦେବ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ସୁଶାନ୍ତ ସିଂହ, ରାଜେନ୍ଦ୍ର ଢ଼ୋଲକିଆ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ଶ୍ରୀମୟୀ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ସମୀର ରଂଜନ ଦାଶ, ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଡକ୍ଟର ଅରୁଣ ସାହୁ, ରବୀନ୍ଦ୍ର କୁମାର ଜେନା, ସୁଧୀର ସାମଲ, ସାରଦା ନାୟକ, ନବ ଦାସ, ପୁଷ୍ପେନ୍ଦ୍ର ସିଂଦେଓ, କଳିକେଶ ନାରାୟଣ ସିଂଦେଓ, ଟୁକୁନି ସାହୁ, ରୀତା ସାହୁ, ମନୋହର ରନ୍ଧାରୀ, ବିଭୂତି ବଳବନ୍ତରାୟ, ଦେବେଶ ଆଚାର୍ଯ୍ୟ, ରମେଶ ମାଝି, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ରସାରଥୀ ବେହେରା, ପ୍ରଦୀପ ମାଝି, ବିକ୍ରମ ପଣ୍ଡା, ଅଳକା ମହାନ୍ତି, ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ବ୍ରଜ କିଶୋର…
ନୂଆଦିଲ୍ଲୀ: ବ୍ରିଟେନ ପରେ ଫ୍ରାନ୍ସ ମଧ୍ୟ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ଗଠନ ପାଇଁ ଭାରତ, ଜର୍ମାନୀ, ଜାପାନ ଏବଂ ବ୍ରାଜିଲ ପାଇଁ ଫ୍ରାନ୍ସ ନିଜର ସମର୍ଥନକୁ ଦୋହରାଇଛି। ଜାତିସଂଘର ଫ୍ରାନ୍ସର ଉପ ପ୍ରତିନିଧୀ ନଥାଲି ବ୍ରଡହର୍ଷ୍ଟ ଏଷ୍ଟିଭଲ ଶୁକ୍ରବାର ଦିନ ସୁରକ୍ଷା ପରିଷଦ ସଂସ୍କାର ଉପରେ UNSC ର ବାର୍ଷିକ ବିତର୍କକୁ ସମ୍ବୋଧିତ କରି କହିଛନ୍ତି ଯେ, ସ୍ଥାୟୀ ଆସନ ପାଇଁ ଜର୍ମାନୀ, ବ୍ରାଜିଲ, ଭାରତ ଏବଂ ଜାପାନର ସ୍ଥାୟୀ ସଦସ୍ୟ ଭାବରେ ଫ୍ରାନ୍ସ ବିଚାର କରୁଛି। ସେ କହିଛନ୍ତି ଯେ, ସ୍ଥାୟୀ ସଦସ୍ୟ ପରିଷଦ ଆଫ୍ରିକା ଦେଶ ଠାରୁ ଫ୍ରାନ୍ସ ଅଧିକ ପ୍ରତିନିଧିତ୍ୱ ଚାହୁଁଛି, କାରଣ ଭୌଗଳିକ ପ୍ରତିନିଧିତ୍ୱ ନିଶ୍ଚିତ କରିବାକୁ ଅନେକ ସିଟ୍ ଭାଗ କରାଯିବା ଉଚିତ୍। ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତାର ଗମ୍ଭୀରତାକୁ ଦୋହରାଇ ଫ୍ରାନ୍ସ କହିଛି…
ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ କରିଛି। ଏହି ନିର୍ବାଚନକୁ ନେଇ ହାର୍ଦ୍ଦିକ ପଟେଲ ବହୁତ ଉତ୍ସାହିତ ଅଛନ୍ତି। ଏଥି ସହିତ ସେ ଭିରମଗାମରେ ଜିତିବେ ବୋଲି ମଧ୍ୟ ଦାବି କରିଛନ୍ତି। ପଟେଲ ତାଙ୍କର ପୂର୍ବତନ ପାର୍ଟି କଂଗ୍ରେସକୁ କଟାକ୍ଷ କରିଛନ୍ତି। ପଟେଲ କହିଛନ୍ତି ଯେ, ଭରତ ଯୋଡ ଯାତ୍ରା କରିବା ପରିବର୍ତ୍ତେ ରାହୁଲ ଗାନ୍ଧୀ କଂଗ୍ରେସ ଯୋଡ ଯାତ୍ରା କରିବା ଉଚିତ୍। ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ରାହୁଲ ଗାନ୍ଧୀ ନିର୍ବାଚନ ପରେ କିମ୍ବା ନିର୍ବାଚନ ପୂର୍ବରୁ ଆସନ୍ତି ତେବେ ଗୁଜୁରାଟର ଲୋକମାନେ ତାଙ୍କୁ ମନୋରଞ୍ଜନ କରିବେ ନାହିଁ। ‘ଗୁଜୁରାଟର ଲୋକଙ୍କୁ କଂଗ୍ରେସ ସର୍ବଦା ଅପମାନିତ କରିଛି’: ହାର୍ଦ୍ଦିକ ପଟେଲ କହିଛନ୍ତି ଯେ ମୁଁ କଂଗ୍ରେସରେ ଥିଲି, ମୁଁ ଜାଣେ ଯେ ଗୁଜୁରାଟର ଲୋକଙ୍କୁ କଂଗ୍ରେସ ସର୍ବଦା ଅପମାନିତ କରିଛି। ଏଥିସହ ସେମାନେ ଗୁଜୁରାଟର ଗର୍ବ ଏବଂ ପରିଚୟ…
ନୂଆଦିଲ୍ଲୀ: ଚୟନ କମିଟି ହଟାଇବା ପରେ ବିସିସିଆଇ ଆଉ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛି। ଟି -୨୦ ଦଳରେ ଜଣେ ନୂତନ ଅଧିନାୟକ ଆଣିବା ସହିତ ଦଳ ପାଇଁ ଅଲଗା ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହେବାର ଆଲୋଚନା ହେଉଛି। ସମ୍ପ୍ରତି ରାହୁଲ ଦ୍ରାବିଡ଼ ଭାରତୀୟ ଦଳକୁ ତିନୋଟି ଫର୍ମାଟରେ ପ୍ରଶିକ୍ଷଣ ଦେଉଛନ୍ତି, କିନ୍ତୁ ଖୁବ୍ ଶୀଘ୍ର ଏହା ଦେଖିବାକୁ ମିଳିବ ଯେ, ଦ୍ରାବିଡଙ୍କ କାର୍ଯ୍ୟ କେବଳ ଟେଷ୍ଟ ଏବଂ ଦିନିକିଆରେ ସୀମିତ ରହିବ। କ୍ରମାଗତ ଦୁଇଟି ଟି-୨୦ ବିଶ୍ୱକପରେ ନିରାଶ ହେବା ପରେ ବର୍ତ୍ତମାନ ବୋର୍ଡ ଏହି ଫର୍ମାଟକୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ଚଳାଇବାକୁ ଚିନ୍ତା କରୁଛି। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, “ଆମେ ଲଗାତାର ହାରିବା ସହ୍ୟ କରିପାରିବୁ ନାହିଁ ଏବଂ ବର୍ତ୍ତମାନ ଆମେ କୌଣସି ସୁଯୋଗ ନେବାକୁ ଚାହୁଁନାହୁଁ। ଆମେ ରୋହିତ ଶର୍ମାଙ୍କ ସହ ଆଲୋଚନା କରୁଛୁ ଏବଂ ସେ ଟି-୨୦ ଫର୍ମାଟରେ ନୂତନ ଅଧିନାୟକ…
ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଡିଆ ଚଳଚିତ୍ର ଜଗତରେ ଦମନ ଏକ ନୂଆ ଇତିହାସ କରିଛି। ଏହି ଚଳଚିତ୍ରଟି ଏକ ବାସ୍ତବ ବିଷୟ ଉପରେ ପର୍ଯ୍ୟବେସିତ। ଏହାର ଚିତ୍ରରୂପ ବେଶ ଆକର୍ଷଣୀୟ ହୋଇଥିବାରୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି। ସେଥିପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚଳଚିତ୍ର ଉପରୁ ଟ୍ୟାକ୍ସ ଛାଡ କରିଛନ୍ତି। ଏହି ଘୋଷଣା ପରେ ଅଭିନେତା ବାବୁସାନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ, ଦମନ ଚଳଚିତ୍ରରୁ ରାଜ୍ୟ ସରକାର ଟ୍ୟାକ୍ସ ଛାଡ କରିଥିବାରୁ ଧନ୍ୟବାଦ। ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନେକ ଅନେକ ଧନ୍ୟବାଦ।
ନୂଆଦିଲ୍ଲୀ: ସବୁଠୁ ବଡ ଫୁଟବଲ ପ୍ରତିଯୋଗୀତା ଫିଫା ବିଶ୍ୱକପକୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଏହି ସମୟରେ କତାରରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ ଉପରେ ସମସ୍ତଙ୍କ ନଜର ରହିଛି। ୩୨ ଦେଶ ମଧ୍ୟରେ ପ୍ରତିଯୋଗିତା ନଭେମ୍ବର ୨୦ ରୁ ଆରମ୍ଭ ହେବ, ଯେଉଁଥିରେ ସମସ୍ତ ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ପୋଲାଣ୍ଡର ଜାତୀୟ ଦଳ ମଧ୍ୟ କତାରରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଯାଇଛନ୍ତି। https://twitter.com/LaczyNasPilka/status/1593703791907446786?t=wZXa2nwTDvr4AYoYFK66og&s=08 ଯେତେବେଳେ ଦଳର ସଦସ୍ୟମାନେ ପୋଲାଣ୍ଡରୁ କତାର ଅଭିମୁଖେ ଯାତ୍ରା କଲେ, ସେମାନଙ୍କୁ ସୁରକ୍ଷିତ ଭାବେ ପୋଲାଣ୍ଡ ସୀମାରୁ ବାହାର କରିବା ପାଇଁ ଏଫ-୧୬ ଫାଇଟର୍ ଜେଟ୍ସର ସାହାଯ୍ୟ ନିଆଯାଇଥିଲା। ପୋଲାଣ୍ଡ ଜାତୀୟ ଦଳକୁ ମଧ୍ୟ-ପୂର୍ବ ପଥରେ ଯାଉଥିବା ଏଫ-୧୬ ଜେଟର କଡା ସୁରକ୍ଷା ବଳୟରେ ଦେଶର ସୀମା ବାହାରେ ଛାଡି ଦିଆଯାଇଥିଲା। ଏହି ଭିଡିଓ ପୋଲାଣ୍ଡର ନ୍ୟାସନାଲ ଫୁଟବଲ ଦଳର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ…
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଶୀତ ଅଧିବେଶନରେ ୨୩ ଦିନ ମଧ୍ୟରେ ୧୭ ଟି ସଭା ହେବ। ତେବେ ସଦସ୍ୟଙ୍କ ଦେହାନ୍ତକୁ ଦୃଷ୍ଟିରେ ରଖି ଆସନ୍ତା ଶୀତ ଅଧିବେଶନର ପ୍ରଥମ ଦିନ ସ୍ଥଗିତ ହେବାର ସମ୍ଭାବନା ରହିଛି। ସମାଜବାଦୀ ପାର୍ଟିର ଆବାହକ ମୁଲାୟମ ସିଂ ଯାଦବଙ୍କୁ ମଧ୍ୟ ସାଂସଦଙ୍କ ମଧ୍ୟରେ ସାମିଲ କରାଯାଇଛି, ଯେଉଁମାନେ ନିକଟରେ ଦେହାନ୍ତ କରିଛନ୍ତି। ଯେହେତୁ କୋଭିଡଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି, ଲୋକସଭା ଏବଂ ରାଜ୍ୟସଭା ସଚିବାଳୟର ଅଧିକାଂଶ ସଦସ୍ୟ ଏବଂ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଟିକା ଦିଆଯାଇଛି। ସେଥିପାଇଁ ଶୀତ ଅଧିବେଶନ କିଛି ପ୍ରମୁଖ କୋଭିଡ୍ ପ୍ରତିବନ୍ଧକ ସହିତ ଅନୁଷ୍ଠିତ ହେବାର ସମ୍ଭାବନା ଅଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ ପ୍ରଥମ ଥର ପାଇଁ ରାଜ୍ୟସଭା…
ନୂଆଦିଲ୍ଲୀ: କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ତାମିଲନାଡ଼ୁର ତ୍ରିଚି ଏବଂ ରାଜସ୍ଥାନରେ ସାର ଅଭାବ ଦେଖା ଦେଇଛି। ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହା ସ୍ପଷ୍ଟ କରାଯାଉଛି ଯେ ଦେଶରେ ରବି ଋତୁ 2022-23 ର ଆବଶ୍ୟକତାକୁ ପୂରଣ କରିବା ପାଇଁ ସାର ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ରହିଛି। ଭାରତ ସରକାର ସମସ୍ତ ରାଜ୍ୟର ଆବଶ୍ୟକତା ଅନୁସାରେ ସାର ପଠାଉଛି। ଏହା ପରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଏହା ଦାୟିତ୍ବ ଯେ ସେ ନିଜ ରାଜ୍ୟ ଭିତରେ ଏବଂ ଜିଲ୍ଲା ମଧ୍ୟରେ ବିତରଣ ମାଧ୍ୟମରେ ସାର ଉପଲବ୍ଧତାକୁ ସୁନିଶ୍ଚିତ କରିବେ। ଦେଶରେ ସାର ଉପଲବ୍ଧତାର ପରିସଂଖ୍ୟାନ ନିମ୍ନରେ ଦିଆଗଲା : ୟୁରିଆ: ରବି ଋତୁ 2022-23 ସମୟରେ ସମ୍ପୂର୍ଣ୍ଣ ଭାରତରେ ୟୁରିଆର ଆନୁମାନିକ ଆବଶ୍ୟକତା 180.18 ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) । 16.11.2022 ସୁଦ୍ଧା ଏହାର ଆନୁପାତିକ ଆବଶ୍ୟକତା 57.40 ଲକ୍ଷ ମେଟ୍ରିକ ଟନ୍। ଏଥିପାଇଁ ସାର ବିଭାଗ …

