ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଜଣେ ନୂଆ ନେତାଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ପ୍ରଦାନ କରିଛି। ସେ ହେଲେ ମହେନ୍ଦ୍ର ବଢେଇ। ନିକଟରେ ମହେନ୍ଦ୍ର ସରକାରୀ ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ସେ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ। ମହେନ୍ଦ୍ର ପଦ୍ମପୁର ଅଞ୍ଚଳର ହୋଇଥିବାରୁ ଟିକେଟ ପାଇବାକୁ ଆଶାୟୀ ଥିଲେ। ହେଲେ ଶେଷ ମୂହୁର୍ତ୍ତରେ ବର୍ଷା ସିଂ ବରିହାଙ୍କୁ ଟିକେଟ ମିଳିଥିଲା। ସେଥିପାଇଁ ମହେନ୍ଦ୍ରଙ୍କୁ ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ମହେନ୍ଦ୍ର ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ।
Author: Samikhsya Bureau
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ଶୀତକାଳୀନ ଅଧିବେଶନ। ପ୍ରଥମେ ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲ। ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ସିପିଆଇଏମ ନେତା ଲକ୍ଷଣ ମୁଣ୍ଡା ସମର୍ଥନ କରିଥିଲେ। ଯେଉଁ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ସେମାନେ ହେଲେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ, ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକ ଏବଂ ଅନ୍ୟ ତିନି ସଦସ୍ୟଙ୍କ ଉଦ୍ଧେଶ୍ୟରେ ଶୋକ ପ୍ରସ୍ତାବ ପାରିତ ହୋଇଛି । ସେହିପରି ପୂର୍ବତନ ବିଧାୟକ କପିଳ ନାରାୟଣ ତିୱାରୀ, ଗୋପନାରାୟଣ ଦାସ ଓ ଆଦିକନ୍ଦ ସେଠୀଙ୍କ ବିୟୋଗରେ ମଧ୍ୟ ଶୋକ ପ୍ରସ୍ତାବ…
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ଜଳରାଶିରେ ଜଣେ ବିହାରୀ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ଡବ୍ଲୁ କୁମାର ସାହାଣୀ (୩୨), ଘର ବିହାର କଟିହାର ଜିଲ୍ଲା ବରଗାଁ ଅଂଚଳରେ ବୋଲି ଜଣା ପଡିଛି। ମୃତ ବିହାରୀ ଯୁବକଙ୍କୁ ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଜରିପଡା ଚିଲିକା ସାହିର ମାଛ ମହାଜନ ସୁକାନ୍ତ କୁମାର ପ୍ରଧାନ ଚିଲିକାରେ ମାଛ ମାରିବା ପାଇଁ ବିହାରରୁ ଆଣିଥିଲେ। ଡବ୍ଲୁ କୁମାର ସାହାଣୀ ନିଜ ବାପାଙ୍କ ସହ ଚିଲିକାରେ ମାଛ ମାରି ମାଛଗୁଡ଼ିକୁ ମହାଜନ ସୁକାନ୍ତ ପ୍ରଧାନଙ୍କୁ ଦେଇଥାନ୍ତି। ତେବେ ଗତ କାଲି ରାତିରେ ଡ଼ଙ୍ଗାରେ ଶୋଇଥିବା ବେଳେ ଆଜି ସକାଳେ ତାଙ୍କୁ ମୃତ ଅବସ୍ଥାରେ ଦେଖି ପରିବାରବର୍ଗ ଟାଙ୍ଗୀ ଡାକ୍ତରଖାନା ନେଇଥିଲେ। ଡାକ୍ତର ସେଠାରେ ଡବ୍ଲୁଙ୍କୁ ମୃତ ଘୋଷଣା କରିବା ପରେ ଟାଙ୍ଗୀ ପୋଲିସ ପହଞ୍ଚି ଶବ ଜବତ କରି କେସ ନମ୍ବର ୩୪/୨୨ ରେ ଏକ ଅପମୃତ୍ୟୁ ମାମଲା…
ସୁରଟ: ସୁରଟରେ ୭୫ ଲକ୍ଷ ଟଙ୍କା ନଗଦ ଜବତ ମାମଲାରେ ଏକ ବଡ ଖବର ଆସୁଛି। ସିସିଟିଭି ଫୁଟେଜରେ କଂଗ୍ରେସ ନେତା ସନ୍ଦୀପ ନହର ଦେଖିବାକୁ ମିଳିଛନ୍ତି। ଏହି ଭିଡିଓରେ ସେ ପଛକୁ ଚାହିଁ ଦୌଡୁଥିବା ନଜର ଆସିଛନ୍ତି। ଏହି ଘଟଣା ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସୂଚନା ଅନୁଯାୟୀ ଜବତ କାରରୁ ବିଏମ ସନ୍ଦୀପଙ୍କ ଆଧାର କାର୍ଡ ମଧ୍ୟ ଜବତ କରାଯାଇଛି।
ନୂଆଦିଲ୍ଲୀ: ନିର୍ବାଚନ କମିଶନରଙ୍କ ନିଯୁକ୍ତିରେ ଅଧିକ ସ୍ୱଚ୍ଛତା ଆଣିବା ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ନିଯୁକ୍ତିର ଫାଇଲ ଦେଖି କେନ୍ଦ୍ରକୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ମେ ୧୫ ତାରିଖରୁ ଏହି ପଦବୀ ଖାଲି ଥିଲା। ହଠାତ୍ ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏହାର ସମସ୍ତ ପ୍ରକ୍ରିୟା ସମାପ୍ତ ହେଲା। ମେ ୧୫ ତାରିଖରୁ ନଭେମ୍ବର ୧୮ ତାରିଖ ମଧ୍ୟରେ କ’ଣ ହେଲା ବୋଲି କେନ୍ଦ୍ରକୁ କୋର୍ଟ ପ୍ରଶ୍ନ କରିଛନ୍ତି। ” ଅଦାଲତ ଆହୁରି କହିଛନ୍ତି ଯେ, “ଆଇନ ମନ୍ତ୍ରୀ ୪ ଟି ନାମ ପଠାଇଥିଲେ। ଏହି ୪ ଟି ନାମ କାହିଁକି ପଠାଗଲା ତାହା ମଧ୍ୟ ପ୍ରଶ୍ନ। ତା’ପରେ ସେମାନଙ୍କ ମଧ୍ୟରୁ ସବୁଠୁ ଜୁନିଅର ଅଧିକାରୀ କିପରି ମନୋନୀତ ହେଲେ। ଏଥି ସହ ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ, ଏହି ପ୍ରକ୍ରିୟାରେ କୌଣସି ଭୁଲ ହୋଇନାହିଁ। ଏହାପୂର୍ବରୁ ୧୨ ରୁ…
ନୂଆଦିଲ୍ଲୀ: ୟୁଏଇ କର୍ତ୍ତୃପକ୍ଷଙ୍କ ଦ୍ଵାରା ବାଣିଜ୍ୟ ସହଭାଗୀ ଇଣ୍ଡିଗୋ ଏୟାରଲାଇନ୍ସକୁ ଏକ ବଡ ନିର୍ଦ୍ଦେଶ ଦିଆଯାଇଛି। ପାସପୋର୍ଟରେ କେବଳ ନାମ ଥିବା ଯାତ୍ରୀ, ପର୍ଯ୍ୟଟକ, ଭ୍ରମଣ କିମ୍ବା ଅନ୍ୟ କୌଣସି ପ୍ରକାର ଭିସାରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ସୋମବାର ଠାରୁ ୟୁଏଇକୁ ଯିବା ଲାଗି ଅନୁମତି ଦିଆଯିବ ନାହିଁ। ଏହାର ଅର୍ଥ ହେଉଛି ଉଭୟ ପ୍ରଥମ ଏବଂ ଶେଷ ନାମକୁ ସ୍ପଷ୍ଟ ଭାବରେ ଘୋଷଣା କରାଯିବା ଆବଶ୍ୟକ। ଜାରି ବିବୃତ୍ତିରେ କୁହାଯାଇଛି, ୟୁଏଇ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ, ନଭେମ୍ବର ୨୧ ତାରିଖ ୨୦୨୨ ଠାରୁ, ପର୍ଯ୍ୟଟକ, ପରିଦର୍ଶନ କିମ୍ବା ଅନ୍ୟ କୌଣସି ପ୍ରକାରର ଭିସା ଯାତ୍ରା କରୁଥିବା ଯାତ୍ରୀଙ୍କ ପାସପୋର୍ଟରେ ପ୍ରଥମ ନାମ ଥିବା ଯାତ୍ରୀଙ୍କୁ ପ୍ରବେଶ/ପହଞ୍ଚିବାକୁ ୟୁଏଇରେ ଅନୁମତି ଦିଆଯିବ ନାହିଁ। ବିବୃତ୍ତି ଅନୁଯାୟୀ, ୟୁଏଇ କର୍ତ୍ତୃପକ୍ଷ ଏହା ମଧ୍ୟ କହିଛନ୍ତି ଯେ, ପାସପୋର୍ଟରେ ପ୍ରଥମ ନାମ ଥିବା ଏବଂ ଆବାସିକ ଅନୁମତି କିମ୍ବା ସ୍ଥାୟୀ ଭିସା ଥିବା ଯାତ୍ରୀଙ୍କୁ…
ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର କମଲ ହାସନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ। ଏହା ପରେ ତାଙ୍କୁ ନଭେମ୍ବରରେ ଶ୍ରୀ ରାମଚନ୍ଦ୍ର ମେଡିକାଲ (SRMC) ରେ ଭର୍ତ୍ତି କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ ତାଙ୍କୁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଅଭିନେତାଙ୍କ ଅବସ୍ଥା ସୁଧୁରୁଛି। କୁହାଯାଉଛି ଯେ, ବୁଧବାର ଅପରାହ୍ନରେ ହାଇଦ୍ରାବାଦରୁ ଚେନ୍ନାଇରେ ପହଞ୍ଚିଥିବା କମଲ ହାସନ ରାତିରେ ଜ୍ୱରରେ ପୀଡିତ ହୋଇଥିଲେ। ଏହା ପରେ ତାଙ୍କୁ ସହରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆସନ୍ତା କିଛି ଦିନ ପାଇଁ ଡାକ୍ତରମାନେ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଖବର ଅନୁଯାୟୀ, ଏହା ଏକ ନିତ୍ୟ ବ୍ୟବହାର୍ଯ୍ୟ ଚିକିତ୍ସା ଯାଞ୍ଚ ଥିଲା ଏବଂ ଡାକ୍ତରମାନେ କମଲ ହାସନଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ଏବଂ ଗୁରୁବାର ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଆଶା କରାଯାଉଛି।
ବେଜିଂ: ପୁଣିଥରେ ଚାଇନାରେ କରୋନା ଭାଇରସ୍ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଦିନ ଚାଇନାରେ କୋଭିଡ ମାମଲାରେ ଏକ ରେକର୍ଡ ଲମ୍ଫ ରେକର୍ଡ କରାଯାଇଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଗତ ଦିନ ଚାଇନାରେ ୩୧ ହଜାର ୬୫୬ ଟି ନୂଆ କରୋନା ପଜିଟିଭ ମାମଲା ପଞ୍ଜିକୃତ ହୋଇଛି। ଗୋଟିଏ ଦିନରେ ଚାଇନାରେ କୋଭିଡ-୧୯ ମାମଲାରେ ଏହା ହେଉଛି ସବୁଠାରୁ ବଡ ସଂଖ୍ୟା। ଏପ୍ରିଲ୍ ମଧ୍ୟଭାଗରେ ରେକର୍ଡ ହୋଇଥିବା ୨୯ ହଜାର ୩୯୦ ସଂକ୍ରମଣଠାରୁ ଏହି ସଂଖ୍ୟା ଅଧିକ। ଗୋଟିଏ ଦିନ ପୂର୍ବରୁ ଚାଇନାରେ ଏହି ସଂଖ୍ୟା ୨୮ ହଜାର ଥିଲା। ଚାଇନାରେ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ବେଜିଂରେ କରୋନାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳୁଛି। କୋଭିଡ-୧୯ ର ବିପଦକୁ ଦୃଷ୍ଟିରେ ରଖି ଚୀନ୍ ସରକାର ବେଜିଂର ଅନେକ ଜିଲ୍ଲାର ସ୍କୁଲ ବନ୍ଦ କରି ଦେଇଛନ୍ତି। ଅନଲାଇନ୍ ଅଧ୍ୟୟନ…
ନୂଆଦିଲ୍ଲୀ: ଶିଖର ଧାୱନଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଦିନିକିଆ ସିରିଜ୍ ପାଇଁ ପ୍ରସ୍ତୁତ। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୨୫ ତାରିଖରୁ ଆରମ୍ଭ ହେବ। ଏହାପୂର୍ବରୁ ଆୟୋଜକ କିୱି ଦଳ ବିପକ୍ଷରେ ଟି-୨୦ ସିରିଜରେ ଭାରତ ୧-୦ ରେ ଜିତିଥିଲା। ଏଭଳି ପରିସ୍ଥିତିରେ ଦଳ ଏହି ଫର୍ମ ବଜାୟ ରଖିବାକୁ ଚାହିଁବ। ତେବେ ଟି-୨୦ ତୁଳନାରେ ଦିନିକିଆ ଦଳରେ ଅନେକ ଖେଳାଳି ବଦଳିଛନ୍ତି। କିନ୍ତୁ ସବୁଠୁ ବଡ ପ୍ରଶ୍ନ ହେଉଛି ଉମ୍ରାନ ମଲିକ ଏବଂ ସଞ୍ଜୁ ସାମସନ ଦିନିକିଆ ସିରିଜରେ ସୁଯୋଗ ପାଇବେ କି ନାହିଁ। ଉଭୟ ଖେଳାଳି ଟି-୨୦ ସିରିଜର କୌଣସି ମ୍ୟାଚ୍ରେ ସୁଯୋଗ ପାଇ ନଥିଲେ। ପ୍ରଥମ ଦିନିକିଆ ବିଷୟରେ କହିବାକୁ ଗଲେ ଅଧିନାୟକ ଧାୱନ ଏବଂ ଶୁବମାନ ଗିଲ ବ୍ୟାଟିଂ ଆରମ୍ଭ କରିବା ନିଶ୍ଚିତ। ଅତୀତରେ ଜିମ୍ବାୱେରେ ଉଭୟ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିଲେ। ବିରାଟ କୋହଲି…
ନୂଆଦିଲ୍ଲୀ: ମାର୍ଗଶିର ମାସ ହେଉଛି ହିନ୍ଦୁ ଧର୍ମର ଏକ ମହତପୂର୍ଣ୍ଣ ମାସ। ଏହାକୁ ମାର୍ଗଶିର କିମ୍ବା ମଗୁଶୀର ମାସ ବୋଲି ମଧ୍ୟ କୁହାଯାଏ । ହିନ୍ଦୁ ଶାସ୍ତ୍ରରେ ଏହା ସବୁଠାରୁ ପବିତ୍ର ମାସ ବୋଲି ବିବେଚନା କରାଯାଏ। ଏହି ମାସରେ ପ୍ରତି ଗୁରୁବାରରେ ମା ଲକ୍ଷ୍ମୀଙ୍କ ପୂଜା ବା ମାଣବସା କରାଯାଇଥାଏ। ଏହା ଏତେ ପବିତ୍ର ମାସ ଯେ ଗୀତା ରେ ସ୍ବୟଂ ଭଗବାନ କହିଛନ୍ତି ଯେ ମାସ ମଧ୍ୟରେ ମୁଁ ନିଜେ ହେଉଛି ମାର୍ଗଶିର ମାସ। ଏହି ମାସରୁ ସତ୍ୟଯୁଗର ଆରମ୍ଭ ହୁଏ ବୋଲି ବିବେଚନା କରାଯାଏ। କାଶ୍ୟପ ଋଷି ଏହି ମାସରେ କାଶ୍ମୀର ରଚନା କରିଥିଲେ। ଜପ, ତପ ଏବଂ ଧ୍ୟାନ ପାଇଁ ମାର୍ଗଶିର ମାସ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହି ମାସରେ, ପବିତ୍ର ନଦୀରେ ଗାଧୋଇବା ବିଶେଷ ଫଳପ୍ରଦ ହୋଇଥାଏ। ମାର୍ଗାଶିର ମାସର ମହତ୍ବ ଏହି ମାସରେ ମଙ୍ଗଳ କାର୍ଯ୍ୟ ବିଶେଷ ଫଳପ୍ରଦ ହୋଇଥାଏ। ଶ୍ରୀକୃଷ୍ଣଙ୍କୁ ପୂଜା…
ଭୁବନେଶ୍ୱର : ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧିନରେ କାର୍ଯ୍ୟରତ ଧନ୍ଦାମୂଳକ ପ୍ରଶିକ୍ଷକ ଏବଂ ସଂଯୋଜକମାନଙ୍କ ପାରିତୋଷିକ ବୃଦ୍ଧି କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୦୬ଟି ମାଧ୍ୟମିକ ବିଦ୍ୟାଳୟ ଏବଂ ୫୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୧ଟି ବିଭାଗ ରହିଛି। ସେଗୁଡିକ ହେଲା କୃଷି, ଖାଦ୍ୟ ପ୍ରକିୟାକରଣ, ମୋଟରଯାନ, ପୋଷାକ, ପର୍ଯ୍ୟଟନ ଓ ଆତିଥ୍ୟ ଶିଳ୍ପ, ସୌନ୍ଦର୍ଯ୍ୟ ଓ ସୁସ୍ଥତା, ନିର୍ମାଣ, ପାଇପ୍ ମିସ୍ତ୍ରୀ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଖୁଚୁରା ବ୍ୟବସାୟ ପରିଚାଳନା, ଇଲେକ୍ଟ୍ରୋନିକ୍ସ ଓ ହାର୍ଡେୱୟାରରେ ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି ବିଦ୍ୟାଳୟଗୁଡ଼ିକରେ ୧୯୨୨ ଜଣ ପ୍ରଶିକ୍ଷକ ଓ ପ୍ରଶିକ୍ଷିକା ଏବଂ ୬୪ ଜଣ ସଂଯୋଜକ ଓ ସଂଯୋଜିକା କାର୍ଯ୍ୟରତ ଅଛନ୍ତି। ଚଳିତ ବର୍ଷ ଉଭୟ ପ୍ରଶିକ୍ଷକ ଓ ପ୍ରଶିକ୍ଷିକା ଓ ସଂଯୋଜକ ଓ ସଂଯୋଜିକାମାନଙ୍କର ପାରିତୋଷିକ ବୃଦ୍ଧି ନିମନ୍ତେ ଦିଆଯାଇଥିବା ପ୍ରସ୍ତାବଟି ସମଗ୍ର ଶିକ୍ଷାର ପିଏବି…
ଭୁବନେଶ୍ବର: ଆଜି କେଉଁଠାରେ କଣ ହେବ, କେତେବେଳେ ହେବ ସେ ନେଇ ଆସନ୍ତୁ ଜାଣିବା ବିଭିନ୍ନ ଘଟଣା ସମୁହ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବ ହାପିଏଷ୍ଟ ମାଇଣ୍ଡ ଟେକନୋଲୋଜି:- ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭୁବନେଶ୍ବରର ଫରଚ୍ୟୁନ ଟାୱାରରେ ଥିବା ହାପିଏଷ୍ଟ ମାଇଣ୍ଡ ଟେକନୋଲୋଜି ଡେଭଲପମେଣ୍ଟ ସେଣ୍ଟରର ଦିନ 11ଟା 30 ରେ ଉଦଘାଟନ କରିବେ। ଓଡିଶା ରାଜ୍ୟ ଦିବସ:- ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟାନ ପାଳନ କରିବ ଓଡିଶା ଦିବସ। ଏହା ଅପରାହ୍ନ 2ଟା 30 ମିନଟରୁ 4ଟା ପର୍ଯ୍ୟନ୍ତ ଚାଲିବ। ଏଥିରେ ଓଡିଶୀ, ଡାଲଖାଇ, ବଜାସାଲ ପରିବେଷଣ ହେବ। ମୁଖ୍ୟଅତିଥୀ ହେବେ ମନ୍ତ୍ରୀ ପ୍ରୀତିରଂଜନ ଘଡାଇ। ଓଡିଶୀ ନୃତ୍ୟ ଉତ୍ସବ:- ଭୁବନେଶ୍ବରର ଭଂଜ କଳା ମଣ୍ଡପରେ ଆଜି ସଂଧ୍ୟା ସାତଟାରେ ନୃତ୍ୟାୟନ ଟ୍ରଷ୍ଟ ତରଫରୁ ଓଡିଶୀ ନୃତ୍ୟ ଉତ୍ସବ ପରିବେଷଣ କରାଯିବ। ଦିଲ୍ଲୀପ ତିର୍କିଙ୍କ ଉପରେ ପ୍ରଦର୍ଶନୀ:- ପ୍ରଖ୍ୟାତ ହକି ଖେଳାଳୀ…
କେନ୍ଦ୍ରାପଡା : ସାମ୍ପ୍ରତିକ ସମୟରେ ଚାଷ ବ୍ୟୟବହୁଳ ହୋଇପଡିଥିବାରୁ ଚାଷୀ ଅଧିକ ଅମଳକ୍ଷମ ଫସଲ କିସମ ଏବଂ ଆଧୁନିକ କୃଷି ପ୍ରଣାଳୀ ଅନୁସରଣ କରୁଥିବାବେଳେ କେନ୍ଦ୍ରାପଡା ଜିଲା କୋରୋ ମୀର୍ଜାପୁରର ଅଧିବାସୀ ଭୀମସେନ ରାଉତ ସ୍ୱାସ୍ଥ୍ୟକର ଧାନ କିସମ ଜୈବିକ ଉପାୟରେ ଚାଷକରି ସମ୍ପ୍ରତି ଚର୍ଚ୍ଚାରେ ରହିଛନ୍ତି। ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡାରେ ଅନ୍ୟ ଚାଷୀମାନଙ୍କ ଭଳି ୫୭ ବର୍ଷ ବୟସ୍କ ଭୀମସେନ ମଧ୍ୟ ପୂର୍ବରୁ ଅଧିକ ଅମଳକ୍ଷମ ଶଙ୍କର ଜାତୀୟ ଧାନ ଚାଷ କରୁଥିଲେ। ଉକ୍ତ ଚାଷ ନିମନ୍ତେ ତାଙ୍କୁ ସାର ବ୍ୟବହାର କରିବା ଆବଶ୍ୟକ ହେଉଥିଲା ଏବଂ ଫସଲ ଅମଳ ସକାଶେ ଅଧିକ ଜଳ ଓ ସମୟ ଲାଗୁଥିଲା। ତେବେ ସମୟକ୍ରମେ ବିପୁଳ ସ୍ୱାସ୍ଥ୍ୟଗତ ଫାଇଦା ଏବଂ ବଜାରରେ ଉଚ୍ଚ ମୂଲ୍ୟ ସମ୍ପର୍କରେ ଜାଣିବା ପରେ ତାଙ୍କ ମନ ଭିତରେ ସ୍ୱାସ୍ଥ୍ୟକର ଏବଂ କମ୍ ସମୟରେ ଅମଳ ହୋଇପାରୁଥିବା ଧାନ କିସମ ଚାଷ କରିବାର ଆଗ୍ରହ ଜାତ ହେଲା। ତାଙ୍କ…
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ କେଉଁ ସମୟରେ କିଏ ମିତ୍ର ବା ସାଥୀ ହେବ ତାହାର ବର୍ଣ୍ଣନା କରିଛନ୍ତି। ଏ ନେଇ ଚାଣକ୍ୟ କହିଛନ୍ତି ଯେ ପ୍ରବାସରେ ବିଦ୍ୟା ହେବ ଆପଣଙ୍କର ସାଥୀ। ଅର୍ଥାତ ବିଦେଶକୁ ଗଲେ ସେଠାରେ ଆପଣଙ୍କର ପରିଚୟ ବିଦ୍ୟା ହିଁ ହେବ। ତା ମାଧ୍ୟମରେ ଆପଣ ସେଠାରେ କିଛି କରିପାରିବେ। ସେହିପରି ଘରେ ଆପଣଙ୍କର ସାଥୀ ହେଲେ ଧର୍ମପତ୍ନୀ। କାରଣ ପତ୍ନୀଙ୍କ ସହିତ ଆପଣ ନିଃସଙ୍କୋଚରେ କିଛି ଆଲୋଚନା କରିପାରିବେ। ରୋଗ ହେଲେ ଆପଣଙ୍କର ସାଥୀ ହେବ ଔଷଧ। କାରଣ ତା ବିନା ଆପଣଙ୍କର ରୋଗ ଭଲ ହେବାର ସମ୍ଭାବନା ନାହିଁ। ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମୃତ୍ୟୁ ବେଳେ ଆପଣଙ୍କର ସାଥୀ ହେବ କେବଳ ଆପଣଙ୍କର ଧର୍ମକର୍ମ। ଆପଣ ଜୀବନ କାଳ ମଧ୍ୟରେ କେତେ ଧର୍ମ କରିଛନ୍ତି କେତେ ଭଲ କର୍ମ କରିଛନ୍ତି ତାହା ହିଁ ଆପଣଙ୍କର ମୃତ୍ୟୁ ପରେ ରହିବ। ସେଥିପାଇଁ…
ମେଷ: ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ବିଶେଷକରି ମହିଳାମାନେ ଯାନବାହନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ଯତ୍ନବାନ ହେବା ଉଚିତ୍। କାର୍ଯ୍ୟର ଗତି ଧୀର ହେବ । ସବୁବେଳେ ନିଜର ବୁଦ୍ଧି ବ୍ୟବହାର କରନ୍ତୁ। ସଫଳତା ପାଇଁ କଷ୍ଟ କରିବାକୁ ପଡିବ। ନିରାଶା ପ୍ରାଧାନ୍ୟ ବିସ୍ତାର କରିବ। ଆୟରେ ନିଶ୍ଚିତତା ରହିବ। ବ୍ୟବସାୟ ଭଲ କରିବ। ଉପକୃତ ହେବ। ବୃଷ : ଭୟ ହେତୁ କାମ ମନ୍ଥର ହୋଇପାରେ। କୌଣସି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ବୈବାହିକ ପ୍ରସ୍ତାବ ଗ୍ରହଣ କରାଯାଇପାରେ । ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି। ସବୁ ଦିଗରୁ ସଫଳତା ଆସିବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ହେଲେ ବିଭିନ୍ନ କ୍ଷେତ୍ରରେ ଲାଭ ହେବ। ମିଥୁନ : ଜୀବନସାଥୀଙ୍କୁ କହିବା କଷ୍ଟକର ହୋଇପାରେ । ବଡ ସମ୍ପତ୍ତି କାରବାର ବହୁତ ଲାଭ ଦେଇପାରେ ।…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଚଳିତ ବର୍ଷ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର ବୁଧବାର ଠାରୁ ସମ୍ମେଟିଭ-୧ପରୀକ୍ଷା ଆରମ୍ଭ ହୋଇଛି। ଉକ୍ତ ପରୀକ୍ଷା ସରକାର ନୂତନ ଭାବେ ଚଳିତ ବର୍ଷଠାରୁ ଆରମ୍ଭ କରିଛନ୍ତି। ଯାହାକି ପିଲା ମାନକର ଦକ୍ଷତା ସମ୍ପର୍କରେ ସରକାରଙ୍କ ପାଖରେ ତଥ୍ୟ ରହିପାରିବ। କରୋନା ଭଳି ମହାମାରୀ ସମୟରେ ପରୀକ୍ଷା ନ ହୋଇପାରିବାରୁ ପିଲାମାନଙ୍କର ଦକ୍ଷତା ମାପିବା ଶିକ୍ଷା ବିଭାଗ ଦ୍ଵାରା କଷ୍ଟକର ହୋଇପଡିଥିଲା। ତେଣୁ ଉକ୍ତ ପରୀକ୍ଷା ମାଧ୍ୟମରେ ପ୍ରତେକ ଛାତ୍ରଛାତ୍ରୀ ଙ୍କର ଦକ୍ଷତା ସରକାରଙ୍କ ପାଖରେ ମହଜୁଦ ରହିବ ବୋଲି ବିଇଓ କହିଛନ୍ତି। ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକରେ ସମୁଦାୟ ୮ଟି ସେଣ୍ଟର କରାଯିବା ସହ ବ୍ଲକର ସମୁଦାୟ ୧୮୫୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୩୮ଜଣ ପରୀକ୍ଷାରେ ଅଂଶ ଗ୍ରହଣ କରିଥିବା ବେଳେ ୨୧ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶ ଗ୍ରହଣ କରିନଥିଲେ।
ଭୁବନେଶ୍ବର: ଆଜି ଓଡିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏକ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଅଗ୍ନି-୩ ର ସଫଳ ଉତକ୍ଷେପଣ କରାଯାଇଛି। ଏହା ଏକ ପ୍ରଶିକ୍ଷଣ କ୍ଷେପଣାସ୍ତ୍ର ପରୀକ୍ଷା ଥିଲା। ଷ୍ଟ୍ରାଟେଜିକ୍ ଫୋର୍ସେସ କମାଣ୍ଡ ଅଧୀନରେ ନିୟମିତ ୟୁଜର ଟ୍ରେନିଂ ଉତ୍କ୍ଷେପଣର ଏକ ଅଂଶବିଶେଷ ସ୍ବରୂପ ଏହି ସଫଳ ଟେଷ୍ଟ କରାଯାଇଥିଲା। କ୍ଷେପଣାସ୍ତ୍ର ଉତକ୍ଷେପଣକୁ ପୂର୍ବ ନିର୍ଦ୍ଧାରିତ ରେଞ୍ଜରେ କରାଯାଇଥିଲା ଓ ପ୍ରଣାଳୀର ସମସ୍ତ କାର୍ଯ୍ୟକ୍ଷମ ମାନଦଣ୍ଡକୁ ପ୍ରମାଣସିଦ୍ଧ ହୋଇଥିଲା।
ବରଗଡ: ଆଜି ମହାନ ସ୍ଵାଧୀନତା ସଂଗ୍ରାମୀ ଗଜେନ୍ଦ୍ର ପ୍ରସାଦ ଦାସ 94 ବୟସରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତି ହୋଇ ମୃତ୍ୟୁବରଣ କରିଛନ୍ତି। ତାଙ୍କ ଘର ହେଉଛି ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳର। ସେ ସେହି ଅଞ୍ଚଳରେ ଜଣେ ପରିଚିତ ବ୍ୟକ୍ତିତ୍ବ। ସେ ବାଲ୍ୟକାଳରେ ମହାତ୍ମା ଗାନ୍ଧୀଙ୍କ ବିଭିନ୍ନ ପ୍ରଚାର ପତ୍ର ବାଣ୍ଟି ଇଂରେଜ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଗାନ୍ଧୀଙ୍କ ପରଲୋକ ପରେ ସେ ବିନୋବାଭାବେଙ୍କ ଭୂଦାନ ଆନ୍ଦୋଳନରେ ସକ୍ରିୟ ଭୂମିକା ନେଇଥିଲେ। ସେ ଦେଶରେ ହୋଇଥିବା ଦୁଇଟି ଭୂଦାନ ପଦଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ସେ ଶେଷ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳର ଗାନ୍ଧୀବାଦୀ ଅନୁଷ୍ଠାନ ଏବଂ ଭୂଦାନ ଅନୁଷ୍ଠାନ ସହିତ ଜଡିତ ଥିଲେ। ତାଙ୍କ ବିୟୋଗରେ ବରଗଡ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
ବାଣପୁର: ସ୍କୁଲ ଛାତ୍ରୀଙ୍କୁ କମେଣ୍ଟ ମାରି ଗିରଫ ହେଲେ ରୋଡ ରୋମିଓ।ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ। ସୂଚନା ମୁତାବକ ଆଜି ବାଣପୁର ଥାନା କଲେଜ ଛକ ନିକଟରେ ଜଣେ ସ୍କୁଲ ଛାତ୍ରୀଙ୍କୁ କିଶୋର ଜେନା ନାମକ ଜଣେ ରୋଡ ରୋମିଓ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଫଳରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ ହେବାରୁ ଆଇଆଇସି ଜୟ ପ୍ରକାଶ ପରିଡ଼ାଙ୍କ ନିର୍ଦେଶକ୍ରମେ ଅଭିଯୁକ୍ତଙ୍କୁ ସଙ୍ଗେସଙ୍ଗେ ବାନ୍ଧିଥିଲା ପୋଲିସ। ଏ ସଂକ୍ରାନ୍ତରେ ପୋକସୋ ଆକ୍ଟ ରେ କେସ ନମ୍ବର 523/22 ରେ ଏକ ମାମଲା ରୁଜୁ କରାଯାଇ ଆସନ୍ତାକାଲି ଅଭିଯୁକ୍ତଙ୍କୁ ଭୁବନେଶ୍ୱର ପୋକସୋ କୋର୍ଟରେ ହାଜର କରାଯିବା ବୋଲି କହିଛନ୍ତି ଆଇଆଇସି ଶ୍ରୀ ପରିଡ଼ା।
ସୀତାରାମ ଅଗ୍ରୱାଲା ଟାଙ୍ଗୀ: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ବ୍ରାହ୍ମଣ୍ଡି ଛକ ୧୬ ନମ୍ବର ଜାତୀୟ ରାଜପଥରେ ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଥିବାର ଖବର ପାଇ ଆଜି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ସହଯୋଗରେ ଚଢାଉ କରିଛି ଏସଟିଏଫ। ଚଢାଉ ସମୟରେ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ ଜଣେ ମାଫିଆ ଙ୍କୁ ଗିରଫ କରିଛି ଏସଟିଏଫ। ଗିରଫ ମାଫିଆ ଜଣକ ହେଲେ ବାଲୁଗାଁ ଥାନା ଘୁମୁସରପଦର ଅଞ୍ଚଳର ଜୟକୃଷ୍ଣ ତରାଇ। ଜୀବନ୍ତ ବଜ୍ରକାପ୍ତାର ଓଜନ ୯ କେଜି ୨୦୦ ଗ୍ରାମ୍ ହୋଇଥବା ବେଳେ ଜୀବନ୍ତ ବଜ୍ରକାପ୍ତାକୁ ଊଦ୍ଧାର କରି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗକୁ ହସ୍ତାନ୍ତର କରିଛି ଏସଟିଏଫ। ବର୍ତ୍ତମାନ ନନ୍ଦନ କାନନରେ ଜୀବନ୍ତ ବଜ୍ରକାପ୍ତା ସୁସ୍ଥଥିବା ଜଣା ପଡିଛି। ବଜ୍ରକାପ୍ତାର ଲମ୍ବ ୧୦୭ ସେଣ୍ଟିମିଟର ବୋଲି ଜଣା ପଡିଛି। ଗିରଫ ଅଭିଯୁକ୍ତଙ୍କୁ ନେଇ ଏସଟିଏଫ ଖୋଳ ତାଡ କରୁଥିବା ଜଣା ପଡିଛି।
ଭୁବନେଶ୍ୱର: ଜାମିନରେ ଆସିଥିବା ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପନିର୍ବାଚନରେ ଷ୍ଟାର ପ୍ରଚାରକ। ବିଜେପୁର ଉପନିର୍ବାଚନ ସମୟରେ ଏମାନେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା କହିଛନ୍ତି ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ। ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେପୁର ଉପ-ନିର୍ବାଚନ ସମୟରେ ଦୁଇ ବିଜେପି ନେତା ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ କିଭଳି ମରଣାନ୍ତକ ଆକ୍ରମଣ କରିଥିଲେ ତାହା ସମସ୍ତଙ୍କୁ ଜଣା। ଏଭଳି ଜଘନ୍ୟ ଅପରାଧ ପାଇଁ ସେମାନେ ଜେଲ୍ ଯାଇଥିଲେ । ଜାମିନରେ ଆସି ଏହି ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପ-ନିର୍ବାଚନରେ ବିଜେପିର ଷ୍ଟାର ପ୍ରଚାରକ ସାଜିଛନ୍ତି। ଶୁଣିବାକୁ ମିଳୁଛି ଯେ ସେମାନେ ଏବେ ପଦ୍ମପୁର ଉପନିର୍ବାଚନ ସମୟରେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ଏବଂ ଏଥିପାଇଁ ସେମାନେ…

