Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମଧୁମେହ ରୋଗୀଙ୍କ ପାଇଁ ବିରଳ କଳାବତୀ ଧାନ ଚାଷ କରି ଚର୍ଚ୍ଚାରେ ଭୀମସେନ
ଜାତୀୟ ଖବର

ମଧୁମେହ ରୋଗୀଙ୍କ ପାଇଁ ବିରଳ କଳାବତୀ ଧାନ ଚାଷ କରି ଚର୍ଚ୍ଚାରେ ଭୀମସେନ

November 24, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମଧୁମେହ ରୋଗୀଙ୍କ ପାଇଁ ବିରଳ କଳାବତୀ ଧାନ ଚାଷ କରି ଚର୍ଚ୍ଚାରେ ଭୀମସେନ

କେନ୍ଦ୍ରାପଡା : ସାମ୍ପ୍ରତିକ ସମୟରେ ଚାଷ ବ୍ୟୟବହୁଳ ହୋଇପଡିଥିବାରୁ ଚାଷୀ ଅଧିକ ଅମଳକ୍ଷମ ଫସଲ କିସମ ଏବଂ ଆଧୁନିକ କୃଷି ପ୍ରଣାଳୀ ଅନୁସରଣ କରୁଥିବାବେଳେ କେନ୍ଦ୍ରାପଡା ଜିଲା କୋରୋ ମୀର୍ଜାପୁରର ଅଧିବାସୀ ଭୀମସେନ ରାଉତ ସ୍ୱାସ୍ଥ୍ୟକର ଧାନ କିସମ ଜୈବିକ ଉପାୟରେ ଚାଷକରି ସମ୍ପ୍ରତି ଚର୍ଚ୍ଚାରେ ରହିଛନ୍ତି।

ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡାରେ ଅନ୍ୟ ଚାଷୀମାନଙ୍କ ଭଳି ୫୭ ବର୍ଷ ବୟସ୍କ ଭୀମସେନ ମଧ୍ୟ ପୂର୍ବରୁ ଅଧିକ ଅମଳକ୍ଷମ ଶଙ୍କର ଜାତୀୟ ଧାନ ଚାଷ କରୁଥିଲେ। ଉକ୍ତ ଚାଷ ନିମନ୍ତେ ତାଙ୍କୁ ସାର ବ୍ୟବହାର କରିବା ଆବଶ୍ୟକ ହେଉଥିଲା ଏବଂ ଫସଲ ଅମଳ ସକାଶେ ଅଧିକ ଜଳ ଓ ସମୟ ଲାଗୁଥିଲା।

ତେବେ ସମୟକ୍ରମେ ବିପୁଳ ସ୍ୱାସ୍ଥ୍ୟଗତ ଫାଇଦା ଏବଂ ବଜାରରେ ଉଚ୍ଚ ମୂଲ୍ୟ ସମ୍ପର୍କରେ ଜାଣିବା ପରେ ତାଙ୍କ ମନ ଭିତରେ ସ୍ୱାସ୍ଥ୍ୟକର ଏବଂ କମ୍‍ ସମୟରେ ଅମଳ ହୋଇପାରୁଥିବା ଧାନ କିସମ ଚାଷ କରିବାର ଆଗ୍ରହ ଜାତ ହେଲା। ତାଙ୍କ ଗ୍ରାମର ଅନ୍ୟଜଣେ ବାସିନ୍ଦା ପ୍ରଦୀପ ରାଉତଙ୍କ ନିକଟରୁ ଏ କ୍ଷେତ୍ରରେ ଉତ୍ସାହ ତାଙ୍କୁ ଅଧିକ ପ୍ରେରିତ କରିଥିଲା, ଯିଏ ଏକ କର୍ପୋରେଟ ସଂସ୍ଥାରେ ଉଚ୍ଚ ପଦବୀରେ କାର୍ଯ୍ୟ କରୁଛନ୍ତି।

ସେ ଭୀମସେନଙ୍କୁ କେବଳ ସର୍ବୋତ୍ତମ କୃଷିକାର‌୍ୟ୍ୟ ସମ୍ପର୍କିତ ଜ୍ଞାନ ପ୍ରଦାନରେ ସହାୟତା କଲେନାହିଁ, ତାହାସହିତ ତାଙ୍କୁ କୃଷି ଅଧିକାରୀ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞମାନଙ୍କ ସହିତ ସଂଯୁକ୍ତ କରାଇଲେ। ଏହାପରେ ଭୀମସେନ କଳାବତୀ ଓ ତେଲେଙ୍ଗାନା ସୋନା ନାମରେ ଦୁଇ ପାରମ୍ପରିକ ଧାନ ବିହନ କିସମ ଯୋଗାଡ କଲେ, ଯେଉଁ ଦୁଇ କିସମ ପୋଷକତତ୍ତ୍ୱରେ ଭରପୂର ଏବଂ ସେଥିରେ ସର୍ବନିମ୍ନ ଗ୍ଲାଇସେମିକ୍‍ ଇଣ୍ଡେକ୍ସ ରହିଛି ।

ପ୍ରାରମ୍ଭରେ ଭୀମସେନ ପାଖକୁ ପାଖ ଲାଗିଥିବା ଦୁଇଟି ଜମିରେ ଏହି ଦୁଇ କିସମ ବିହନ ବୁଣିଥିଲେ, ଯାହାର ଆକାର ପ୍ରାୟ ୧ ଏକର ହେବ। ତାଙ୍କ ଜମିରେ ଚାଷ କରାଯାଇଥିବା ତେଲେଙ୍ଗାନା ସୋନା ଧାନ ଫସଲ ୧୦୦ ଦିନରୁ କମ୍‍ ସମୟ ମଧ୍ୟରେ ଏବେ ଅମଳ ଅବସ୍ଥାକୁ ଆସିଯାଇଥିବାବେଳେ କଳାବତୀ ଧାନ କ୍ରମଶ ପାକଳ ହେଉଛି ଏବଂ ଶସ୍ୟ ତଥା ଫସଲର କଳା ରଙ୍ଗକୁ ଦେଖି ସ୍ଥାନୀୟ ଚାଷୀଙ୍କ ପକ୍ଷରୁ ଏ ସମ୍ପର୍କରେ ଅଧିକ ଜାଣିବାକୁ ଆଗହ ପ୍ରକାଶ ପାଉଛି ।

ତାଙ୍କ ଗ୍ରାମର ଅନେକ ଲୋକ ଓ ନିକଟବର୍ତ୍ତୀ ଗ୍ରାମର ଚାଷୀମାନେ କଳାବତୀ ଧାନ ଫସଲ ଦେଖିବାକୁ ତାଙ୍କ ଜମିକୁ ଆସୁଛନ୍ତି। ଏହି ଫସଲ ନିକଟବର୍ତ୍ତୀ ଜମିରେ ହୋଇଥିବା ଫସଲ ଠାରୁ ଭିନ୍ନ ବାରିହୋଇପଡୁଛି। ଭୀମସେନଙ୍କ ଏଭଳି ପ୍ରୟାସ କୃଷି ବିଭାଗର ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ ମଧ୍ୟ କରିଛି ଏବଂ କୃଷି ବିଜ୍ଞାନ କେନ୍ଦ୍ରର କିଛି ଅଧିକାରୀ ତାଙ୍କ କ୍ଷେତ ପରିଦର୍ଶନ କରି ପାରମ୍ପରିକ ଧାନ କିସମକୁ ଜୈବିକ ଉପାୟରେ ଚାଷକରି ଏକ ସୁସ୍ଥ ସମାଜ ଗଠନ ଦିଗରେ ଭୀମସେନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ବଜାରରେ ଏହି ଶସ୍ୟର ଉଚ୍ଚ ମୂଲ୍ୟ ରହିଥିବା ଜାଣିବାପରେ କେନ୍ଦ୍ରାପଡାର ଅନେକ ଚାଷୀ ସମ୍ପ୍ରତି ଏହି କିସମ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିବା ଭୀମସେନ ଆନନ୍ଦର ସହିତ କହିଛନ୍ତି।

ଏଠାରେ ଉଲ୍ଳେଖଯୋଗ୍ୟ ଯେ ଔଷଧୀୟ ଗୁଣ ଥିବା କଳାରଙ୍ଗର ଚାଉଳ କଳାବତୀ ଭିଟାମିନ୍‍ ବି ଏବଂ ଇ, ନିଆସିନ୍‍, କ୍ୟାଲସିୟମ, ମ୍ୟାଗ୍‍ନେସିୟମ, ଲୌହ ଓ ଦସ୍ତା ଭଳି ଖଣିଜ ତତ୍ୱରେ ଭରପୂର। ରନ୍ଧା ଯାଇଥିବା କଳାବତୀ ଧାନର ଚାଉଳ କର୍କଟ ଓ ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ। ଏହା ରକ୍ତ ବିଶୋଧକ ଭାବରେ କାମ କରିଥାଏ ଏବଂ ଚକ୍ଷୁ ଓ ତ୍ୱଚା ପାଇଁ ମଧ୍ୟ ସହାୟକ ହେଉଛି। ଶରୀରରେ ଥିବା ଟକ୍ସିନକୁ ଏହା ନଷ୍ଟ କରିବା ସହିତ ଯକୃତ ଓ ବୃକକ୍‍କୁ ସୁସ୍ଥ ରଖିଥାଏ।

ଏହା ମଧ୍ୟ ଚର୍ବି ଅଂଶ ହ୍ରାସକରେ ଏବଂ ପାଚନ କ୍ରିୟାରେ ବୃଦ୍ଧି ଘଟାଇଥାଏ। ଅନ୍ୟପକ୍ଷରେ ତେଲେଙ୍ଗାନା ସୋନା ଏକ ନୂତନ ଦୈନନ୍ଦିନ ଖାଇବାଯୋଗ୍ୟ ଚାଉଳ କିସମ। ଏହା ରକ୍ତଚାପ ସ୍ତର ନିୟନ୍ତ୍ରଣ କରିଥାଏ। ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ ବିବେଚିତ ହେଉଥିବା ତେଲେଙ୍ଗାନା ସୋନା କିସମ ମୁଖ୍ୟତଃ ଭାତ ପ୍ରତି ବିମୁଖ ହେଉଥିବା ମଧୁମେହ ରୋଗୀଙ୍କ ଖାଦ୍ୟ ଭାବରେ ବ୍ୟବହାର ହେବାକୁ ବିକଶିତ କରାଯାଇଛି। ଅନ୍ୟ ଚାଉଳ କିସମ ତୁଳନାରେ ତେଲେଙ୍ଗାନା ସୋନା କିସମ ଚାଉଳରେ ମାତ୍ର ୫୧ ପ୍ରତିଶତ ଗ୍ଲକୋଜ ରହିଛି, ଯାହା ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ ବିବେଚିତ ହେଉଛି।

ଡାଇବେଟିସ ରୋଗୀ ମଧୁମେହ ରୋଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.