ବାଣପୁର : ସ୍କୁଲ ଛାତ୍ରୀଙ୍କୁ କମେଣ୍ଟ ମାରି ଗିରଫ ହେଲେ ରୋଡ ରୋମିଓ

Published: Nov 23, 2022, 10:59 pm IST

ବାଣପୁର: ସ୍କୁଲ ଛାତ୍ରୀଙ୍କୁ କମେଣ୍ଟ ମାରି ଗିରଫ ହେଲେ ରୋଡ ରୋମିଓ।ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ। ସୂଚନା ମୁତାବକ ଆଜି ବାଣପୁର ଥାନା କଲେଜ ଛକ ନିକଟରେ ଜଣେ ସ୍କୁଲ ଛାତ୍ରୀଙ୍କୁ କିଶୋର ଜେନା ନାମକ ଜଣେ ରୋଡ ରୋମିଓ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ।

ଫଳରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ ହେବାରୁ ଆଇଆଇସି ଜୟ ପ୍ରକାଶ ପରିଡ଼ାଙ୍କ ନିର୍ଦେଶକ୍ରମେ ଅଭିଯୁକ୍ତଙ୍କୁ ସଙ୍ଗେସଙ୍ଗେ ବାନ୍ଧିଥିଲା ପୋଲିସ। ଏ ସଂକ୍ରାନ୍ତରେ ପୋକସୋ ଆକ୍ଟ ରେ କେସ ନମ୍ବର 523/22 ରେ ଏକ ମାମଲା ରୁଜୁ କରାଯାଇ ଆସନ୍ତାକାଲି ଅଭିଯୁକ୍ତଙ୍କୁ ଭୁବନେଶ୍ୱର ପୋକସୋ କୋର୍ଟରେ ହାଜର କରାଯିବା ବୋଲି କହିଛନ୍ତି ଆଇଆଇସି ଶ୍ରୀ ପରିଡ଼ା।

Related posts