ଛୁଆ ଜନ୍ମ ନେଇ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଲେ ଏକ ବିବାଦୀୟ କଥା

Published: Nov 28, 2022, 10:55 pm IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡନ୍ତି। ସେହିପରି ଏବେ ଏକ ନୂଆ କଥା କହି ସେ ଜାତୀୟ ରାଜନୀତିରେ ଚର୍ଚ୍ଚାକୁ ଆସିଛନ୍ତି। ଗିରିରାଜ କହିଛନ୍ତି ଯେ, ଯେଉଁମାନେ ଗୋଟିଏରୁ ଅଧିକ ଛୁଆ ଜନ୍ମ କରିବେ ସେମାନଙ୍କୁ ସମସ୍ତ ସରକାରୀ ସୁବିଧାରୁ ବାଦ ଦିଆଯାଉ।

ସେ ଆହୁରି କହିଛନ୍ତି ଯେ, ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏହି ନିୟମକୁ ଲାଗୁ କରାଯାଉ। ଏପରିକି ଗୋଟିଏରୁ ଅଧିକ ଛୁଆ ହେଲେ ପିତାମାତଙ୍କୁ ଭୋଟ ଦେବା ଅଧିକାରରୁ ବଞ୍ଚିତ ମଧ୍ୟ କରାଯାଉ। ବର୍ତ୍ତମାନ ଚୀନରେ ଜନ୍ମ ନିୟନ୍ତ୍ରଣ କଡାକଡି ହେବାରୁ ସେଠାରେ ଜନସଂଖ୍ୟାରେ ସୁଧାର ଆସିବାରେ ଲାଗିଛି ବୋଲି ଗିରିରାଜ କହିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

Related posts