ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲର ଶେଷ ତାରିଖ। ସେଥିପାଇଁ ବିଜେପି ଏବଂ କଂଗ୍ରେସ ତାହାର ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ଏ ପର୍ଯ୍ୟନ୍ତ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଘୋଷଣା ହୋଇ ନାହିଁ। ଏଥର ବିଜେଡି ବେଶ ଭାବି ଚିନ୍ତି ପ୍ରାର୍ଥୀ ଦେବ ବୋଲି ଜଣାପଡିଛି। ସେଥିପାଇଁ ଏପରି ଡେରି ହେଉଛି ବୋଲି କୁହାଯାଉଛି। ପ୍ରଥମେ ବିଜେପି ତାହାର ପ୍ରାର୍ଥୀ ଭାବେ ପ୍ରଦୀପ ପୁରୋହିତଙ୍କ ନାମ ଘୋଷଣା କରିଛି। ସେହିପରି କଂଗ୍ରେସ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ନାମ ଘୋଷଣା କରିସାରିଛି।ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ହେବ ବୋଲି ଘୋଷଣା ହୋଇଛି। ସେହି ଅନୁସାରେ ନଭେମ୍ବର ୧୭ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୨୧ ତାରିଖରେ ନାମାଙ୍କନ ପ୍ରତ୍ୟାହରର ଶେଷ ତାରିଖ ରହିଛି। ଡିସେମ୍ବର ୫ରେ ଭୋଟିଂ…
Author: Samikhsya Bureau
ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୩ ତାରିଖରେ ପୁଣି ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି ଯୋଗ ଦେବେ ବୋଲି ଜଣାପଡିଛି। ତେବେ ଏ ନେଇ ରାଷ୍ଟ୍ରପତି ଭବନ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ରାଷ୍ଟ୍ରପତି ଭୁବନେଶ୍ୱର ଆସିଥିବା ବେଳେ ତାଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ଓ ପୂର୍ବତନ ଛାତ୍ରୀସଂଘ ସାକ୍ଷାତ କରିଥିଲେ। ଡିସେମ୍ବର ୩ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଷ୍ଟମ ପ୍ରତିଷ୍ଠା ଦିବସ ପାଳନ କରାଯିବ। ସେହିଦିନ ମା’ ରମାଦେବୀଙ୍କ ୧୨୩ ତମ ଜନ୍ମ ଦିବସ ବି ପାଳନ କରାଯିବ। ଏହା ଜାଣିବା ପରେ ରାଷ୍ଟ୍ରପତି ରମାଦେବୀକୁ ଆସିବେ ବୋଲି କୁଳପତି କହିଛନ୍ତି। ୧୯୭୫ ମସିହାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରମାଦେବୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ଥିଲେ। ସେ ସେହି କଲେଜର ଛାତ୍ରୀନିବାସରେ ରହି ପାଠ ପଢୁଥିଲେ। ସେଥିପାଇଁ ରାଷ୍ଟ୍ରପତି ଆସିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି।
ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଦ୍ରୋହ ଆରମ୍ଭ ହୋଇଛି। ଟିକେଟ୍ ନ ପାଇବାରୁ ଅତି କମରେ ଜଣେ ବର୍ତ୍ତମାନର ବିଧାୟକ ଏବଂ ଦଳର ପୂର୍ବତନ ବିଧାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଧମକ ଦେଇଛନ୍ତି। ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଡିସେମ୍ବର ୧ ତାରିଖ ଏବଂ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। କିଛି ଅସନ୍ତୁଷ୍ଟ ଦଳର ନେତା କହିଛନ୍ତି ଯେ, ସେମାନଙ୍କ ସମର୍ଥକଙ୍କ ସହ ପରାମର୍ଶ କରିବା ପରେ ସେମାନେ ପରବର୍ତ୍ତୀ ପଦକ୍ଷେପ ନେବେ। କିନ୍ତୁ ପୂର୍ବତନ ବିଜେପି ବିଧାୟକ ହର୍ଷଦ ବସାବା ଶୁକ୍ରବାର ଦିନ ନନ୍ଦୋଡ (ଅନୁସୂଚିତ ଜନଜାତି ସଂରକ୍ଷିତ) ଆସନରୁ ସ୍ଵାଧୀନ ପ୍ରାର୍ଥୀ ଭାବରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ ଯେ, ହର୍ଷଦ ବସାବା ବିଜେପିର ଗୁଜୁରାଟ ୟୁନିଟର ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି, ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ଏବଂ ୨୦୦୭ ରୁ ୨୦୧୨…
ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବିଛୁପାଲୀ ଏବଂ ଝରତରଭା ମଧ୍ୟରେ ୧୦.୬୫ କିଲୋମିଟର ବିଶିଷ୍ଟ ବ୍ରଡ ଗେଜ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରେଳ ସୁରକ୍ଷା ଅଯୁକ୍ତ (CRS) ୧୦ ନଭେମ୍ବର ୨୦୨୨ ରେ ଏହି ନୂତନ ଭାବରେ ନିର୍ମିତ ରେଳ ଲାଇନର ଯାଞ୍ଚ କରି ଏହାର କାର୍ଯ୍ୟକ୍ଷମ ପାଇଁ ତାଙ୍କ ସମ୍ମତି ପ୍ରଦାନ କରିଛନ୍ତି। ନୂତନ ଭାବରେ ନିର୍ମିତ ରେଳ ଲାଇନର ସୁରକ୍ଷା ଦିଗଗୁଡିକ ଯଥା ରେଳ ଟ୍ରାକ୍, ସିଗନାଲିଂ ସିଷ୍ଟମ୍, ବ୍ରିଜ୍ ୱାର୍କସ୍ ଇତ୍ୟାଦି କାର୍ଯ୍ୟଗୁଡିକ ସିଆରଏସଙ୍କ ଦ୍ୱାରା ଯାଞ୍ଚ କରାଯାଇଅଛି ଏବଂ ନିର୍ମାଣଧୀନ କାର୍ଯ୍ୟ ଚାଲୁରହିଥିବା ୨୮୯ କିଲୋମିଟର ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ୧୦.୬୫ କିଲୋମିଟର ଲାଇନ ପାଇଁ ସମସ୍ତ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ଗୁଡିକ ସଠିକ ଥିବା ଯୋଗୁଁ ଏହି ନୂତନ ଲାଇନ କୁ କାର୍ଯ୍ୟକ୍ଷମ ପାଇଁ ସମ୍ମତି ପ୍ରଦାନ କରାଯାଇଅଛି। ପୂର୍ବତଟ ରେଳପଥର ବରିଷ୍ଠ ରେଳ…
ଭୁବନେଶ୍ବର: ଜୀବନର ଆଇନା ହେଉଛି ସ୍ବପ୍ନ। ସ୍ବପ୍ନ ଶାସ୍ତ୍ର ପୂରାପୂରି ସ୍ବପ୍ନ ଉପରେ ଆଧାରିତ। ଏହି ଶାସ୍ତ୍ରରେ ସ୍ବପ୍ନ ବିଷୟରେ ଲେଖାଯାଇଛି। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ଜୀବଜନ୍ତୁଙ୍କୁ ଦେଖିବା ଶୁଭ ନା ଅଶୁଭ। ମାନ୍ୟତା ଅନୁସାରେ ସ୍ବପ୍ନରେ କିଛି ଜୀବଜନ୍ତୁଙ୍କୁ ଦେଖିଲେ ଖାସ୍ ଯୋଗ ହୋଇଥାଏ। ଗାଈ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ଗାଈ ଦେଖିବା ବହୁତ ଶୁଭ ହୋଇଥାଏ। କୁହାଯାଏ ସ୍ବପ୍ନରେ ଗାଈକୁ ଦେଖିଲେ ଭାଗ୍ୟ ଖୋଲିଥାଏ। ଗାଈ ଅର୍ଥାତ୍ ଗୋମାତାଙ୍କଠାରେ ୩୩ କୋଟି ଦେବୀଦେବତା ବାସ କରିଥା’ନ୍ତି। ଗାଈଙ୍କୁ ସ୍ବପ୍ନରେ ଦେଖିବା ଅର୍ଥ ଈଶ୍ବରଙ୍କ କୃପା ମିଳିଥାଏ। ହାତୀ: ହାତୀକୁ ଐଶ୍ବର୍ଯ୍ୟର ପ୍ରତୀକ ରୂପେ ମନାଯାଏ। ଯଦି ସ୍ବପ୍ନରେ କେହି ହାତୀ ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ। ହାତୀ ସ୍ବପ୍ନରେ ଦେଖିଥିବା ବ୍ୟକ୍ତିଙ୍କୁ ଜୀବନରେ ଉନ୍ନତି ମିଳିଥାଏ। ସୁଖ ସମୃଦ୍ଧି ପ୍ରାପ୍ତ ହୋଇଙଥାଏ। କୁହାଯାଏ ହାତୀ ସ୍ବପ୍ନ ଦେଖିବା ପରେ ମାତା ଲକ୍ଷ୍ମୀଙ୍କୁ ହାତୀର ପ୍ରତିମା…
ଚାଣକ୍ୟ ନୀତି: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେ କେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି, ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ। ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ।…
ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ…
ଭୁବନେଶ୍ୱର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜିଠାରୁ ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମକ୍ରାର କଳାକୃତି, ଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି। ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତବର୍ଷରେ ଥିବା ଶାସ୍ତ୍ରୀୟ ତଥା ପାରମ୍ପରିକ ସଙ୍ଗୀତକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରାଇ ଆଗାମୀ ପିଢିର କଳାକାରମାନଙ୍କୁ ଆମର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ବଢାଇବା ସହିତ ଏହି କଳାର ପ୍ରଚାର ପ୍ରସାର ଦେଶ ତଥା ଦେଶ ବାହାରେ କରାଇବା। ଏହା ବ୍ୟତୀତ ମନ୍ଦିରମାଳିନୀ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ପରି ଏକ ରମଣୀୟ ତଥା କମନୀୟ ସ୍ଥାପତ୍ୟ କଳାପୂର୍ଣ୍ଣ ମନ୍ଦିରକୁ ରାଜ୍ୟବାହାରୁ ତଥା ବିଦେଶରୁ ସଙ୍ଗୀତ ପ୍ରେମୀ ବିଧଗ୍ଧ ଶ୍ରୋତା ଓ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରାଇବା। ଆଜି ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ପ୍ରଖ୍ୟାତ…
କଟକ: କଞ୍ଜ୍ୟୁମର ବାର ଆସୋସିଏସନର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ଓକିଲ ଶିଳଭଦ୍ର ଶାସ୍ତ୍ରୀ। ଆଜି ହୋଇଥିବା ନିର୍ବାଚନରେ ସେ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ବାର ଆସୋସିଏସନ ତରଫରୁ ପ୍ରକାଶ କରାଯାଇଛି। ସେହିପରି ଅନ୍ୟ ପଦପଦବୀ ପାଇଁ ଯେଉଁମାନେ ନିର୍ବାଚତ ହୋଇଛନ୍ତି ସେମାନେ ହେଲେ ସଭାପତି – ଗିରିଜା ପ୍ରସାଦ ଦତ୍ତ ଉପସଭାପତି – ଶିଳଭଦ୍ର ଶାସ୍ତ୍ରୀ ସେକ୍ରେଟାରୀ – ଜ୍ୟୋତି ପଟ୍ଟନାୟକ ଆସିଷ୍ଟାଣ୍ଟ ସେକ୍ରେଟାରୀ -ପ୍ରସ୍ମଜୀତ ସିହ୍ନା ଟ୍ରେଜେରର -ବିଚିତ୍ର ମୋହନ ମହାପାତ୍ର ଶିଳଭଦ୍ର ଏହି ପଦବୀ ପାଇଁ ନିର୍ବାଚିତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ କରାଯାଉଛି।
ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନ ପୂର୍ବରୁ ବିଜେଡି ଖେଳିଲା ମାଷ୍ଟ୍ରର ଷ୍ଟ୍ରୋକ। ପଦ୍ମପୁରକୁ ଏକ ଜିଲ୍ଲା ଘୋଷଣାକୁ ପୂର୍ଣ୍ଣ ସମର୍ଥନ କରିଛି ବିଜୁ ଜନତା ଦଳ। ଏହି ଦାବି ପୂରଣ ପାଇଁ ଗଠିତ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଜି ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଯୁକ୍ତିଯୁକ୍ତ ଦାବିକୁ ଶୁଣିବା ସହିତ ସକରାତ୍ମକ ଆଲୋଚନା କରିଥିବା କହିଛନ୍ତି ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ। ଶ୍ରୀ ସିଂହ କହିଛନ୍ତି ଯେ ପଦ୍ମପୁରକୁ ଜିଲ୍ଲା ଗଠନ ପାଇଁ ଥିବା କ୍ରିୟାନୁଷ୍ଠାନ କମିଟି ତାଙ୍କ ନେତୃତ୍ୱରେ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟିବା ସହିତ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଭୌଗଳିକ ସ୍ଥିତି ଦୃଷ୍ଟିରୁ ପଦ୍ମପୁର ଏକ ବଡ ଅଞ୍ଚଳ। ତେଣୁ ଏଭଳି ଦାବି ପ୍ରତି ବିଜେଡିର ପୂର୍ଣ୍ଣ ସମର୍ଥନ ରହିଛି। ଶ୍ରୀ ସିଂହ କହିଛନ୍ତି ବିଜୁ ପଟ୍ଟନାୟକ ଓଡିଶାର ୧୩ଟି ଜଲ୍ଲାକୁ ୩୦ଟି ଜିଲ୍ଲାରେ…
ଭୁବନେଶ୍ୱର : ୨୦୧୯ ନିର୍ବାଚନରେ ପଦ୍ମପୁରରେ ୧୦,୦୦୦ ଭୋଟ କିଣାଯାଇଥିବା ନେଇ ବିଜେପିର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଯାହା କହିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ପଦ୍ମପୁରବାସୀଙ୍କ ପ୍ରତି ଘୋର ଅପମାନ ବୋଲି କହିଛନ୍ତି ବିଜେଡି ନେତା ରାଜୁ ଘିବେଲା । ଶ୍ରୀ ଘିବେଲା କହିଛନ୍ତି ଯେ ଗତବର୍ଷ ପଦ୍ମପୁରରେ ୧୦ ହଜାର ଭୋଟ୍ କିଣାଯାଇଥିବା ବୋଲି କହିବା ପଦ୍ମପୁରବାସୀଙ୍କ ପାଇଁ ଅପମାନ । କାରଣ ପଦ୍ମପୁରବାସୀ ବିକ୍ରି ହେବାର ଲୋକ ନୁହନ୍ତି । କାହାରି ପଇସାରେ ସେମାନେ ଭୋଟ ଦିଅନ୍ତି ନାହିଁ । ଯଦି ତାଙ୍କ ପାଖରେ ଏହାର କିଛି ପ୍ରମାଣ ଅଛି ତେବେ ଶ୍ରୀ ପୁରୋହିତ ତାହା ପ୍ରଦାନ କରନ୍ତୁ । ଏଠି ସ୍ୱାଭିମାନୀ ଲୋକେ ରୁହନ୍ତି । ଘୋଡାସମ୍ବର ମାଝିର ଲୋକେ କେବେ ବିକ୍ରି ହେବାର ଲୋକ ନୁହନ୍ତି । ପ୍ରଦୀପ ପୁରୋହିତ ଯେଭଳି ବିବୃତ୍ତି ଦେଉଛନ୍ତି ସେଥିରୁ ତାଙ୍କ ମୁଣ୍ଡ କାମ କରୁନଥିବା…
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ତ୍ରିଦିବସୀୟ ତୃତୀୟ ଆଇଏପିଏସଏମ ଜାତୀୟ ଯୁବ ସମ୍ମିଳନୀ ଉଦଯାପିତ ହୋଯାଇଛି। ଏମ୍ସ ଭୁବନେଶ୍ୱର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଚଳିତ ମାସ ୧୦ ରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମ ଆଜି ସମାପ୍ତ ହୋଇଛି। ଏହି ବିଶେଷ ସମ୍ମିଳନୀରେ ଏମ୍ସ ନୂଆଦିଲ୍ଲୀ, ପିଯିଆଇଏମଇଆର ଚଣ୍ଡିଗଡ, ଜିପମର ପୁଡୁଚେରୀ, ଏମ୍ସ ପାଟନା, ଏମ୍ସ ରାୟପୁର, ଏମ୍ସ ଯୋଧପୁର, ଏମ୍ସ ଭୋପାଳ, ଏମ୍ସ କଲ୍ୟାଣୀ, ଏମ୍ସ ଗୋରଖପୁର, ଏମ୍ସ ବାଥିଣ୍ଡା, ଏମ୍ସ ବିବିନଗର, ଏମ୍ସ ମଙ୍ଗଳାଗିରି ଏବଂ ଏମଜିଆଇଏମଏସ ସେବାଗ୍ରାମ ଭଳି ଜାତୀୟ ପ୍ରତିଷ୍ଠାନର ବିଶେଷଜ୍ଞଙ୍କ ସମେତ ଦେଶର ବିଭିନ୍ନ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରୁ ପାଞ୍ଚଶହରୁ ଅଧିକ ଯୁବ ଚିକିତ୍ସକ ଅଂଶ୍ରହଣ କରିଥଲେ। ଇ ଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେଣ୍ଟିଭ୍ ଆଣ୍ଡ ସୋସିଆଲ୍ ମେଡିସିନ୍ ସହିତ “ନିରନ୍ତର ସ୍ୱାସ୍ଥ୍ୟ ପାଇଁ ସମ୍ପ୍ରଦାୟର ଚିକିତ୍ସକ” ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀରେ ବ୍ୟାପକ ଆଲୋଚନା ହୋଇଥିଲା। ଏହି…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ବର୍ଷ ଆୟୋଜନ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ ସମାରୋହର ନେତୃତ୍ବ ନେବେ। ଶନିବାର ଦିନ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା। ଶ୍ରୀ ମୁଣ୍ଡା କହିଛନ୍ତି ଯେ, ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ ଉଲିହାଟୁ ଗ୍ରାମରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନକୁ ଗସ୍ତ କରିବେ ଏବଂ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହି ଅବସରରେ ରାଷ୍ଟ୍ରପତି ସଡ଼କ ଓ ପରିବହନ ଏବଂ ଶକ୍ତି ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିବେ ଏବଂ ଖୁଣ୍ଟି ଠାରୁ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ଏକଲବ୍ୟ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିବେ। ସେ ଖୁଣ୍ଟି ଏବଂ ଆଖପାଖ ଅଞ୍ଚଳର ଟ୍ରାଇଫେଡ ଏବଂ ଏନଆରଏଲଏମର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୨.୧୧.୨ଠ୨୧) ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ ୧ଠ,୫ଠଠ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ କିପରି ବିପ୍ଳବୀ ଭିରତୁ ଆଲୁରୁ ସୀତାରାମରାଜୁଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ଆନ୍ଧ୍ର ପ୍ରଦେଶ ଆସିବାର ସୁଯୋଗ ପାଇଥିବାରୁ ତାହାର ସ୍ମରଣ କରି ତାଙ୍କ ଉଦବୋଧନ ଆମ୍ଭ କରିଥିଲେ। ବାଣିଜ୍ୟ ଓ ବ୍ୟବସାୟର ସମୃଦ୍ଧ ପରମ୍ପରା ନେଇ ବିଶାଖାପାଟଣା ଏକ ସ୍ୱତନ୍ତ୍ର ନଗରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରାଚୀନ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦର ଭାବେ ଏହାର ବାଣିଜ୍ୟ ପଥ ପଶ୍ଚିମ ଏସିଆ ଓ ରୋମ ପର୍ଯ୍ୟନ୍ତ ହଜାର ହଜାର ବର୍ଷ ପୂର୍ବରୁ ରହିଥିଲା ଓ ଏବେ ମଧ୍ୟ ଆଜିକାଲିର ଭାରତୀୟ ବାଣିଜ୍ୟ ଯାତ୍ରାର କେନ୍ଦ୍ରବିନ୍ଦୁ ରହିଛି। ୧ଠ,୫ଠଠ କୋଟି ଟଙ୍କାର ଯେଉଁସବୁ ଶିଳାନ୍ୟାସ ଓ ଉଦଘାଟନ ହେଉଛି ଏହା ଭିତ୍ତିଭୂମି ବିକାଶ, ସହଜ ଜୀବନଧାରା ଆତ୍ମନିର୍ଭର ଭାରତକୁ ଏକ ନୂତନ…
ସୀତାରାମ ଅଗ୍ରୱାଲା ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ସବଡିଭିଜନ ଅଧୀନରେ ଆସୁଥିବା ଚାରି ଗୋଟି ଥାନା ଅଞ୍ଚଳରେ ବ୍ୟାନ ହୋଇଛି ଡିଜେ। ସୂଚନା ଥାଉ କି ବାରମ୍ବାର ପୋଲିସର ଅନୁରୋଧ ସତ୍ବେ ବାଲୁଗାଁ ପୋଲିସ ସବଡିଭିଜନ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ବିଳମ୍ବିତ ରାତ୍ରି ଯାଏଁ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବାର ଅଭିଯୋଗ ହେଉଛି। ନିକଟରେ ମଧ୍ୟ ଏସଡିପିଙ୍କ ନିର୍ଦେଶକ୍ରମେ ଚଳିତ ବର୍ଷ ଗଣେଶ ପୂଜା ଭସାଣି ସମୟରେ ଉଭୟ ବାଣପୁର ଓ ବାଲୁଗାଁ ପୋଲିସ ଏକାଧିକ ଡିଜେ ଗାଡ଼ି ଜବତ କରିଥିଲା। ତଥାପି ଉପଜିଲ୍ଲାପାଳଙ୍କ ବିନା ଅନୁମତି ପତ୍ରରେ ବେଆଇନ ଭାବେ ଉଚ୍ଚ ଶବ୍ଦରେ ଡିଜେ ବଜାଉଛନ୍ତି ଜନସାଧାରଣ ମାନେ। ଯାହାଦ୍ୱାରା ବୟସ ବ୍ୟକ୍ତି, ହୃଦରୋଗୀ, ଛୋଟ ଶିଶୁମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ଥାନା ଅଞ୍ଚଳରୁ ସମାନ ଅଭିଯୋଗ ଆସିବାପରେ ଆଜି ଏସଡିପିଓ ବାଣପୁର, ବାଲୁଗାଁ, ଟାଙ୍ଗୀ ଏବଂ ନିରାକାରପୁର ଥାନାଧିକାରୀଙ୍କୁ…
Himachal Pradesh Election22: ଆଜି ସକାଳୁ ଚାଲିଛି ହିମାଚଳ ପ୍ରଦେଶ ବିଧାନସଭା ପାଇଁ ମତଦାନ। ସକାଳ ସାତଟାରୁ ଏହି ଭୋଟ ପ୍ରଦାନ ଆରମ୍ଭ ହୋଇଛି। ଏହି ପର୍ବରେ ସାମିଲ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ସେ ହିମାଚଳ ପ୍ରଦେଶର ବିଜୟପୁର ବାସିନ୍ଦା ହୋଇଥିବାରୁ ସେହିଠାରେ ସେ ଭୋଟ ଦେଇଛନ୍ତି। ନଡ୍ଡା ପୁରା ପରିବାର ସହିତ ବୁଥକୁ ଯାଇ ନିଜର ମତଦାନ କରିଛନ୍ତି। ଏକ ଟୁଇଟ କରି ସେ କହିଛନ୍ତି ଯେ, ଗଣତନ୍ତ୍ରର ମହାନ ପର୍ବରେ ଆଜି ହିମାଚଳ ପ୍ରଦେଶର ବିଜୟପୁରରେ ମୋ ପରିବାର ସହିତ ସମୃଦ୍ଧ ଦେବଭୂମିକୁ ଭୋଟ୍ ଦେଇଛି। ମୁଁ ମୋର ସମସ୍ତ ଭାଇ, ଭଉଣୀ, ଯୁବକ ବନ୍ଧୁ ଏବଂ ହିମାଚଳ ପ୍ରଦେଶର ମାଆମାନଙ୍କୁ ଅନୁରୋଧ କରୁଛି ଯେ ସର୍ବାଧିକ ସଂଖ୍ୟାରେ ଭୋଟ୍ ଦିଅନ୍ତୁ ଏବଂ ଉତ୍ତମ ଶାସନ, ରାଜ୍ୟର ବିକାଶମୂଳକ ସରକାର ଚୟନ କରନ୍ତୁ।
Himachal Pradesh Election22: ଆଜି ସକାଳୁ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ। ରାଜ୍ୟରେ 68 ଟି ଆସନ ପାଇଁ ଏହି ମତଦାନ ଅନୁଷ୍ଠିତ ହେଉଛି। ଏଥିରେ ମୋଟ 412 ଜଣ ପ୍ରାର୍ଥୀ ଏଥର ନିଜ ଭାଗ୍ୟ ଚେଷ୍ଟା କରୁଛନ୍ତି। ଭୋଟ ଦେବା ପାଇଁ ଭୋଟରଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଉଛି। ମତଦାନ କେନ୍ଦ୍ରରେ ବହୁ ସଂଖ୍ୟାରେ ଲୋକେ ଧାଡି ବାନ୍ଧି ଛିଡା ହୋଇଥିବାର ଦେଖିବାକୁ ମିଳୁଛି। ଏଥି ସହିତ ଅନେକ ବୁଥରେ ଭୋଟରଙ୍କୁ ମଧ୍ୟ ଏକ ସ୍ୱତନ୍ତ୍ର ଢଙ୍ଗରେ ସ୍ୱାଗତ କରାଯାଉଛି।
ପୁରୀ: ଆଜି ସକାଳେ 5ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ପୁରୀ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି। ପ୍ରଥମେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବେଢା ପରିକ୍ରମା କରିଥିଲେ । ଏହାପରେ ସେ ଶ୍ରୀଜଗନ୍ନାଥ ବଲ୍ଳଭ ପାର୍କିଙ୍ଗ କାର୍ଯ୍ୟ ଓ ଶ୍ରୀ ସେତୁ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଏହି କାର୍ଯ୍ୟର ଅଗ୍ରଗତି ନେଇ ନିର୍ମାଣ କାରୀ ସଂସ୍ଥାର ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତା ରଥଯାତ୍ରା ସୁଦ୍ଧା କାର୍ଯ୍ୟ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅନୁଧ୍ୟାନ ସମୟରେ ପୁରୀ ଜିଲ୍ଲାପାଳ ଓ ବିଭିନ୍ନ ଅଧିକରୀ ଉପସ୍ଥିତ ଥିବା ସୂଚନା ।
ନୂଆଦିଲ୍ଲୀ: ଆସନ୍ତା ୨୪ ମାସ ମଧ୍ୟରେ ଭାରତର ଟି-୨୦ ଦଳରେ ଏକ ବଡ଼ ପରିବର୍ତ୍ତନ ହେବ। କାରଣ ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିଚନ୍ଦ୍ରନ ଅଶ୍ୱିନ୍ ଙ୍କ ପରି ବରିଷ୍ଠ ଖେଳାଳିମାନେ ଧୀରେ ଧୀରେ ପର୍ଯ୍ୟାୟକ୍ରମେ ବାହାର ହୋଇଯିବେ। ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ର ସୂତ୍ର ଗୁରୁବାର ଦିନ ଏହି ସୂଚନା ଦେଇଛି। ଏଥିରୁ ଜଣାପଡୁଛି ଯେ, ଅଶ୍ୱିନ୍ ଏବଂ ଦୀନେଶ କାର୍ତ୍ତିକ ଛୋଟ ଫର୍ମାଟରେ ଭାରତ ପାଇଁ ଶେଷ ମ୍ୟାଚ୍ ଖେଳିଛନ୍ତି। କିନ୍ତୁ ଟି-୨୦ ଆନ୍ତର୍ଜାତୀୟ ଭବିଷ୍ୟତ ବିଷୟରେ ବିସିସିଆଇ କୋହଲି ଏବଂ ରୋହିତଙ୍କ ଉପରେ ନିଷ୍ପତ୍ତି ଛାଡିଦେଇଛି। ଟି-୨୦ ବିଶ୍ୱକପ ସେମିଫାଇନାଲରେ ଦଳର ନୈରାଶ୍ୟନଜନକ ପରାଜୟ ପରେ ରୋହିତଙ୍କୁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ସାନ୍ତ୍ୱନା ଦେଇଥିଲେ ଏବଂ ପରେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ସମ୍ମୁଖୀନ ହୋଇଥିଲେ। ପରବର୍ତ୍ତୀ ଟି-୨୦ ବିଶ୍ୱକପକୁ ଆଉ ଦୁଇ ବର୍ଷ ବାକି ଅଛି ଏବଂ ବିଶ୍ଵାସ କରାଯାଏ ଯେ, ହାର୍ଦ୍ଦିକ…
ଭୁବନେଶ୍ବର: ପଦ୍ମପୁର ନିର୍ବାଚନ ପାଖେଇ ଆସିଥିବାରୁ ବର୍ତ୍ତମାନ ସବୁ ରାଜନୈତିକ ଦଳ ତତ୍ପରତା ପ୍ରକାଶ କରିଛନ୍ତି। ଏହି ଭିତରେ ବିଜେଡି କରିଛି ଏକ ନୂଆ ଘୋଷଣା। ସେହି ଅନୁସାରେ ଦଳ ପଦ୍ମପୁରର ନେତା ରାଜୁ ଘିବେଲାଙ୍କୁ ରାଜ୍ୟ ସଂପାଦକ ଭାବେ ଘୋଷଣା କରିଛି। ଆଜି ଏ ନେଇ ଦଳ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜୁ ଘିବେଲା ନିକଟରେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ। ସେ ଏବଂ ତାଙ୍କର ବହୁ ସମର୍ଥକ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଦଳରେ ମିଶାଇଥିଲେ। ଏହାପରେ ଚର୍ଚ୍ଚା ଚାଲିଲା ଯେ ସେ ପଦ୍ମପୁର ବିଧାୟକ ଟିକେଟ ପାଇପାରନ୍ତି।
ନୂଆଦିଲ୍ଲୀ: ଗୁଜୁରାଟ ନିର୍ବାଚନକୁ ନେଇ ଆତଙ୍କବାଦ ବିରୋଧୀ ସ୍କ୍ବାଡ (ଏଟିଏସ) ର ବଡ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ରାଜ୍ୟର ୧୩ ଟି ଜିଲ୍ଲାର ୧୦୦ ରୁ ଅଧିକ ସ୍ଥାନରେ ଏଟିଏସ୍ ଚଢାଉ ଜାରି ରହିଛି। ଗତ ରାତି ଠାରୁ ଏହି ଚଢାଉ ଜାରି ରହିଛି। ସୂଚନାନୁସାରେ, ଗୁଜୁରାଟ ଏଟିଏସ୍ ଜିଏସ୍ଟି ବିଭାଗ ସହ ମିଳିତ ଅପରେସନ୍ ଚଳାଉଛି ଏବଂ ସୁରଟ, ଅହମ୍ମଦାବାଦ, ଜାମନଗର, ଭରୁଚ ଏବଂ ଭାବନଗର ଭଳି ଜିଲ୍ଲାରେ ଏପର୍ଯ୍ୟନ୍ତ ୧୫୦ ଟି ସ୍ଥାନରେ ଚଢାଉ କରାଯାଇଛି। ଆନ୍ତର୍ଜାତୀୟ ମାର୍ଗରେ ଟିକସ ଫାଙ୍କିବା ଏବଂ ଅର୍ଥ କାରବାର ସମ୍ପର୍କରେ ଏହି ଚଢାଉ କରାଯାଉଛି।

