Author: Samikhsya Bureau

ସୀତାରାମ ଅଗ୍ରୱାଲା ବାଲୁଗାଁ: ବିଦ୍ୟାଭାରତୀ ଏବଂ ଶିକ୍ଷା ବିକାଶ ସମିତିର ଯୋଜନା ଅନୁସାରେ ଖୋର୍ଦ୍ଧା ବିଭାଗର ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଆସିଥିବା ୧୩ ଗୋଟି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ମୋଟ ୨୦୮ ଜଣ ଶିଶୁ ଘୋଷ ବିଦ୍ୟାର୍ଥୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାଲୁଗାଁଠାରେ ଦୁଇ ଦିନିଆ ଶିବିରରେ ଯୋଗଦେଇଛନ୍ତି। ଏମାନେ ନଭେମ୍ବର ୧୩ ଓ ୧୪ ତାରିଖରେ ରେ ପୂର୍ଣ୍ଣ ସମୟ ଉପସ୍ଥିତ ରହିବା ସହ ସେମାନଙ୍କୁ ନେଇ ‘ଶିଶୁ ଦିବସ’ ଉପଲକ୍ଷେ ବାଲୁଗାଁ ନଗରରେ ଏକ ଘୋଷ ପଥ ସଂଚଳନ କରାଯାଇଥିଲା। ଘୋଷ ଶିବିରକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ବାଲୁଗାଁ ନଗରର ଶୁଭେଛୁ ମାନେ ଅତି ଉତ୍ସାହପୂର୍ବକ ସହକାରେ ସହଯୋଗ କରିଥିଲେ। ପଥ ସଂଚଳନ ସମୟରେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶତାଧିକ ଅଭିଭାବକ ତଥା ଶୁଭେଛୁ ଉପସ୍ଥିତ ରହି ଅଭ୍ୟର୍ଥନା ପ୍ରଦାନ କରିଥିଲେ। ସଂଚଳନ ଚିଲିକା କୂଳଠାରୁ ଅଡ଼ିଟୋରିଅମ ହଲ ଏବଂ ପୁନଃ ସରସ୍ବତୀ…

Read More

ସୀତାରାମ ଅଗ୍ରୱାଲା ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଆର୍ତ୍ତବନ୍ଧୁ ନାୟକ ଆଦି ଉପସ୍ଥିତ ଥିଲେ । ଶିବିରରେ ବାଣପୁର ଏନଏସି ଓ ବ୍ଲକର ସମୁଦାୟ 796 ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ତନ୍ମଧ୍ୟରୁ 794 ଗୋଟି ବ୍ୟକ୍ତିଗତ ଓ ଦୁଇ ଗୋଟି ଗୋଷ୍ଠୀ ଅଭିଯୋଗ ଅଟେ । ଏତଦବ୍ୟତୀତ ଜଣେ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ 5 ହଜାର ଟଙ୍କା ଜଲ୍ଲାପାଳ ଅନୁମୋଦନ କରିଥିବା ଜଣାପଡିଛି । ଉକ୍ତ ଶିବିରରେ ବାଣପୁର ଏବିଡିଓ ସୀମାଦ୍ରୀ ପାତ୍ର, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଏନଏସି…

Read More

ସୀତାରାମ ଅଗ୍ରୱାଲା ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର ୪୩ ତମ ବାର୍ଷିକ ଉତ୍ସବ ସୋମବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ପରିସର ମଧ୍ୟରେ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଚାର ବିଭଗୀୟ ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଣପୁର ଜେଏମଏଫସି ସ୍ମାତକୀ ଦାସ ଏବଂ ଚିଲିକା ଜେଏମଏଫସି ବିକାଶ ଗୋଏଲ ଯୋଗଦେଇଥିଲେ। ବାଣପୁର ଓକିଲ ସଂଘର ସଭାପତି ପ୍ରଭାତ କୁମାର ପଟ୍ଟଯୋଶୀ ସଭାପତିତ୍ୱ କରିଥିବା ବେଳେ ସଂଘର ସମ୍ପାଦକ ଜଗନ୍ନାଥ ଭୋଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନେ ପ୍ରଥମେ ବାଣପୁରର ଅଧିଷ୍ଠାତ୍ରୀ ଦେବି ମା’ ଭଗବତୀଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ଉତ୍ସବ କେବଳ ଆଇନଜୀବୀ ସଭ୍ୟମାନଙ୍କ ମଧ୍ୟରେ ସୀମିତ ରହିଥିବାବେଳେ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଯଥା…

Read More

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ଆଜି ତୃତୀୟ ତଥା ଅନ୍ତିମ ସନ୍ଧ୍ୟାର କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ସୂଚନା ,ପ୍ରଯୁକ୍ତି, କ୍ରୀଡା ଏବଂ ଯୁବ ବ୍ୟାପାର ତଥା ଗୃହ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା , ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ସଚିନ୍ ଆର୍ .ଯାଦବ , ସଚିବ, ଭୁବନେଶ୍ୱର ମ୍ୟୁଜିକ ସର୍କଲ ଶ୍ରୀ କ୍ଷୀରୋଦ ପଟ୍ଟନାୟକ , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ତଥା ପଦ୍ମଶ୍ରୀ ଅରୁଣା ମହାନ୍ତି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ କୁମାର ଆଚାର୍ଯ୍ୟ , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଶ୍ରୀ ପ୍ରବୋଧ କୁମାର…

Read More

ଭୁବନେଶ୍ୱର : ‘ଉଡ୍ର’ ଚାରିଟେବୁଲ୍‌ଟ୍ରଷ୍ଟ ପକ୍ଷରୁ “ତାରେଜମିନ୍ ପର୍‌” ଏକ ନିଆରା କାର୍ଯ୍ୟକ୍ରମ ଝାରପଡାସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଗେମ୍‌ ଜୋନ୍‌ଠାରେ ଆୟୋଜନ କରାଯାଇଥିଲା । ‘ଉଡ୍ର’ ଚାରିଟେବୁଲ୍‌ଟ୍ରଷ୍ଟର ସଭ୍ୟ/ସଭ୍ୟାମାନେ ମଧୁରମୟୀ ଆଶ୍ରମର ପିଲାମାନଙ୍କୁ ଏକ ବସ୍‌ ଯୋଗେ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଦିନସାରା ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ସେଠାରେ ଥିବାଗେମ୍‌ଜୋନ୍‌ରେ ପିଲାମାନେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଖେଳ ସାମଗ୍ରୀର ଭରପୁର ମଜା ନେବା ସହିତ ଖୁସି ମନାଇଥିଲେ । ସେଠାରେ ଥିବା ପିଜ୍ଜା ହଟ୍ ଓ ଡୋମିନେଟ୍‌ରେ ପିଲାମାନେ ନିଜ ମନ ପସନ୍ଦର ଖାଦ୍ୟ ଖାଇଥିଲେ । ଏହି ଅବସରରେ ‘ଉଡ୍ର’ ଚାରିଟେବୁଲଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସନାୟକ କହିଥିଲେ “ଖୁସି ବାଂଟିଲେ ଖୁସି ବଢେ” । ‘ଉଡ୍ର’ ଚାରିଟେବୁଲ୍‌ ଟ୍ରଷ୍ଟ ଅନେକ ସମୟରେ ଏହିପରି ସମାଜର ମୁଖ୍ୟ ସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା…

Read More

ଭୁବନେଶ୍ୱର: ଆଜି ଅପରାହ୍ନରେ ନୂଆଦିଲ୍ଲୀ ପ୍ରଗତି ମଇଦାନଠାରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନକୁ ପଂଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତର୍ନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଶୁଭ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ଆବାସିକ କମିଶନର ଶ୍ରୀ ରବିକାନ୍ତ, ସ୍ୱତନ୍ତ୍ର ଆବାସିକ କମିଶନର ଶ୍ରୀମତୀ ଦେବଜାନୀ ଚକ୍ରବର୍ତ୍ତୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ଉପସ୍ଥିତ ଥିଲେ । ଚଳିତ ୪୧ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶାର କଳାବାସ୍ତୁ ଓ କାରିଗରୀର ନିଖୁଣ ଅବତାରଣା କରାଯାଇ ଏଠାରେ ପ୍ରଦର୍ଶିତ କରାଯାଇଛି । ଏଥିରେ ମିଲେଟ୍‌ ମିଶନ ପ୍ରମୁଖତା ସହିତ ପ୍ରଦର୍ଶିତ ହୋଇଛି । ସର୍ବମୋଟ ୨୪ଗୋଟି ଷ୍ଟଲରେ ମିଲେଟ୍‌ ମିଶନ ସମେତ ଓରମାସ, ମିଶନ ଶକ୍ତି, ବୟନିକା, ଉତ୍କଳିକା, କୋରାପୁଟ କଫି, ଟସର ଶିଳ୍ପ, ଜନଜାତି ଅଳଙ୍କାର,…

Read More

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ଆଜି ଭୁବନେଶ୍ୱରସ୍ଥ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ, ୟୁନିଟ୍‌-୯ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ଯେ ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ପାଇଁ ଏହା ଏକ ସୁନ୍ଦର ପ୍ରୟାସ ଏବଂ ଏହା ହେଉଛି ବିଭାଗର ଏକ ବିକଶିତ କାର୍ଯ୍ୟକ୍ରମ । ଏଭଳି କାର୍ଯ୍ୟକ୍ରମ ରାଜ୍ୟର ଶିଶୁମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ପରିÒୁଟନ ନିମନ୍ତେ ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବ । ଶିଶୁମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢ଼ିତୋଳିଲେ ଦେଶ ପ୍ରଗତି କରିପାରିବ ବୋଲି ସେ ପ୍ରକାଶ କରିଥିଲେ । ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱଥୀ. ଏସ୍‌ କହିଲେ ଯେ ପିଲାମାନଙ୍କୁ ଏକ ଆନନ୍ଦମୟ ପରିବେଶରେ…

Read More

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟଠାରେ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟ ସହଯୋଗରେ ଓଡ଼ିଶା ଗବେଷଣା ସମ୍ମିଳନୀ (Odisha Research Conclave)) ଉଦ୍‌ଘାଟିତ ହୋଇଛି । ଏହି ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଥିଲେ ଯେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନାରେ ପିଏଚ୍‌ଡ଼ି ଗବେଷଣାରତ ତଥା ଯୁବ ଅଧ୍ୟାପକମାନଙ୍କ ଜ୍ଞାନ ପ୍ରଦର୍ଶନ କରିବାର ଏକ ଅପୂର୍ବ ସୁଯୋଗ ପ୍ରଦାନ କରୁଛି । ଏହା ରାଜ୍ୟର ଉଚ୍ଚଶିକ୍ଷାର ରୂପାନ୍ତରୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ବିଶ୍ୱବାତାୟନରେ ପ୍ରତିଷ୍ଠିତ କରିବାରେ ନିଶ୍ଚିତ ଭାବେ ମାଇଲଖୁଣ୍ଟ ହୋଇରହିବ । ପ୍ରୋତ୍ସାହନ ଓ ପ୍ରେରଣା ଜରିଆରେ ଓଡ଼ିଶାର ଯୁବପିଢ଼ି ନିଶ୍ଚିତ ରୂପେ ଗବେଷଣାମନସ୍କ ହୋଇପାରିବେ । ଭାରତୀୟ ରାଷ୍ଟ୍ରୀୟ ବିଜ୍ଞାନ ଏକାଡେମୀ ((INSA)ର ବରିଷ୍ଠ ବୈଜ୍ଞାନିକ ତଥା ପୁଣେଠାରେ ଅବସ୍ଥିତ ଭାରତୀୟ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ ((ISER)ର ପ୍ରଫେସର…

Read More

ଭୁବନେଶ୍ୱର: ରାଜସ୍ଥାନର ଜୟପୁରସ୍ଥିତ ସୀତାପୁର ଶିଳ୍ପାଞ୍ଚଳରେ ରାଜସ୍ଥାନ ସରକାରଙ୍କ ଦ୍ୱାରା ଏକାଦଶ ଅନ୍ତର୍ଜାତୀୟ ଭାରତ ପ୍ରସ୍ତର ମେଳା-୨୦୨୨ (India Stone Mart) ନଭେମ୍ବର ୧୦ରୁ ଆରମ୍ଭ ହୋଇ ୧୩ ତାରିଖରେ ଉଦ୍‌ଯାପିତ ହୋଇଯାଇଛି । ଏହି ମେଳାରେ ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଆଠଜଣ ବିଶିଷ୍ଟ ପ୍ରସ୍ତର ଶିଳ୍ପୀଙ୍କୁ ମନୋନୀତ କରାଯାଇ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ପାଇଁ ପଠାଯାଇଥିଲା । ସରକାରଙ୍କ ତରଫରୁ ସେମାନଙ୍କର ଗସ୍ତ ଖର୍ଚ୍ଚ, ଦୈନିକ ଭତ୍ତା ପ୍ରଦାନ ସହିତ ମାଗଣା ସାମଗ୍ରୀ ପରିବହନ ବ୍ୟବସ୍ଥା ଇତ୍ୟାଦି ସୁବିଧା କରାଯାଇଥିଲା । ଏହି ମେଳାରେ ମୋଟ ୪୨ ଲକ୍ଷ ଟଙ୍କାର ସାମଗ୍ରୀ ବିକି୍ର ସହିତ ପ୍ରାୟ ୭୦ ଲକ୍ଷ ଟଙ୍କାର ବ୍ୟବସାୟିକ ଅନୁସନ୍ଧାନ ହୋଇଥିବା ଜଣାପଡ଼ିଛି । ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ରଙ୍କ ତତ୍ତ୍ୱାବଧାନରେ ସହକାରୀ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ହସ୍ତଶିଳ୍ପ ବିକାଶ ଅଧିକାରୀ…

Read More

ଭୁବନେଶ୍ୱର :  ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରଥମ କରି ଏକ ସଂପୂର୍ଣ୍ଣ ଆପ୍‌ ମାଧ୍ୟମରେ ତାଲିମ ବ୍ୟବସ୍ଥାକୁ ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ ଲୋକାର୍ପଣ କରିଛନ୍ତିି । ଏହି ଅବସରରେ ସମସ୍ତ ଆଇସିଡିଏସ୍‌ କର୍ମକର୍ତ୍ତା ଏବଂ ଅଙ୍ଗନବାଡ଼ି କର୍ମୀ, କାର୍ଯ୍ୟରତ ସୁପରଭାଇଜର ଓ ଶିଶୁ ବିକାଶ ଅଧିକାରୀମାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ କହିଲେ ଯେ, ମୋ ବିଭାଗର ନୂତନ କାର୍ଯ୍ୟକ୍ରମ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । କୋଭିଡ୍‌-୧୯ ସମୟରେ ବିଭିନ୍ନ ଦକ୍ଷତା ବିକାଶ ଶୈଳୀ ମଧ୍ୟରୁ ଡିଜିଟାଲ୍‌ ସାକ୍ଷରତାକୁ ପ୍ରାଧାନ୍ୟ ଦେଇଆସିଛୁ । ଏହି ଆପ୍‌ ମାଧ୍ୟମରେ ସମସ୍ତ ଅଙ୍ଗନବାଡ଼ି କର୍ମୀ, କାର୍ଯ୍ୟରତ ସୁପରଭାଇଜର ଓ ଶିଶୁ ବିକାଶ ଅଧିକାରୀମାନେ ଆଦ୍ୟଶୈଶବ ଯନି ଓ ଅନନ୍ୟ ଶିକ୍ଷା କାର୍ଯ୍ୟକ୍ରମ ‘ଇ-ଅରୁଣିମା’ ସମ୍ବନ୍ଧରେ ଉପାଦେୟ ଶିକ୍ଷା ଓ ତାଲିମ…

Read More

ଭୁବନେଶ୍ୱର: ପଦମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଉପସ୍ଥିତ ଥିବା ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଉପନିର୍ବାଚନ ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ନଭେମ୍ବର ୧୦ ତାରିଖରେ ଗେଜେଟ୍‌ ନୋଟିଫିକେସନ୍‌, ୧୭ ନଭେମ୍ବର ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିବସ, ନଭେମ୍ବର ୧୮ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ନଭେମ୍ବର ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ, ଡିସେମ୍ବର ୫ ତାରିଖ ଭୋଟଗ୍ରହଣ ଓ ଡିସେମ୍ବର ୮ ତାରିଖ ଦିନ ଭୋଟଗଣତି କାର୍ଯ୍ୟ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ବୈଠକରେ ଉପସ୍ଥିତ ଥିବା କର୍ମକର୍ତ୍ତାଙ୍କୁ ଜଣାଇଛନ୍ତି । ଏଥର ପଦମ୍‌ପୁର ଉପନିର୍ବାଚନ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରର ଲକ୍ଷ୍ମୀସାଗର କଟକ ରୋଡସ୍ଥିତ ସ୍ବାମୀଜୀ ପବ୍ଲିକ ସ୍କୁଲରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ବ୍ୟବସାୟୀ ସୁବଳ ବେହେରା, ସ୍ଥାନୀୟ କର୍ପୋରେଟର ଭରତ ଲେଙ୍କା, ସମାଜସେବୀ ଉମେଶ ଖଣ୍ଡେଲୱାଲା ଏବଂ ପ୍ରଦୀପ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ଏଥିରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ଶିକ୍ଷକଶିକ୍ଷୟତ୍ରୀ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହାକୁ ସଂଧ୍ୟାରାଣୀ ପାଇକରାୟ ଏବଂ ଅନ୍ୟମାନେ ପରିଚାଳନା କରିଥିଲେ। ଶେଷରେ ସ୍କୁଲ ଅଧ୍ୟକ୍ଷ ସରୋଜ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Read More

ଭୁବନେଶ୍ବର: ଶେଷରେ ବିଜେଡି ତାହାର ପଦ୍ମପୁର ଉପନିର୍ବାଚନ ପାଇଁ ତାହାର ପ୍ରାର୍ଥୀ ଘୋଷଣା କରିଛି। ସେ ହେଉଛନ୍ତି ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ବଡ ଝିଅ ବର୍ଷା ସିଂ ବରିହା। ସେ ପ୍ରାର୍ଥୀ ହେବେ ବୋଲି ପୂର୍ବରୁ ବେଶ୍ ଚର୍ଚ୍ଚା ଚାଲିଥିଲା। ସେ ଉଚ୍ଚ ଶିକ୍ଷିତା ହୋଇଥିବାରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି। ତେବେ ମୁଖ୍ୟକଥା ହେଲା ବର୍ଷା ହେଉଛି ବିଜେପି ନେତା ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଂଜନ ବଳିୟାରସିଂଙ୍କ ବୋହୁ। ବର୍ଷା ରମାରଂଜନଙ୍କ ପୁଅ ସୌରଭ ବଳିଆରସିଂଙ୍କ ପତ୍ନୀ। ବର୍ଷା ଇତିହାସରେ ସ୍ନାତକ କରିଛନ୍ତି। ତେବେ ବୋହୂ ପ୍ରାର୍ଥୀ ହେବା ପରେ ରଂମାରଞ୍ଜନ କଣ କରିବେ ସେ ନେଇ ସେ ଦ୍ବନ୍ଦରେ ପଡିଯାଇଛନ୍ତି। ଏ ନେଇ ରମାରଂଜନଙ୍କୁ ପ୍ରଶ୍ନ କରାଯାଇଥିଲା। ତାଙ୍କର ବୋହୂଙ୍କୁ ବିଜେଡି ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଚାଲିଛି, ଆପଣ କଣ କରିବେ ବୋଲି ପଚରାଯାଇଥିଲା। ତେବେ ଏହାର ଉତ୍ତରରେ ରମାରଂଜନ ଚତୁରତାର…

Read More

ବରଗଡ: ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଏକ ବିରାଟ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଅଫିସକୁ ଯାଇଥିଲେ। ହେଲେ ସେ ସେଠାରେ ସେ ପ୍ରାର୍ଥୀପତ୍ର ଦାଖଲ ନ କରି ଫେରି ଆସିଲେ। ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଉ ମାତ୍ର ଛଅ ମିନିଟ ସମୟ ଥିଲେ ମଧ୍ୟ ସେ ଉପଜିଲ୍ଲାପାଳ ଅଫିସର ଦୁଆର ମୁହଁରୁ ଫେରି ଆସିଲେ। ତେବେ କାରଣରେ କୁହାଯାଇଛି ଯେ, ପଦ୍ମପୁର ଚାଷୀଙ୍କ ସମସ୍ୟାକୁ ସମର୍ଥନ କରି ପ୍ରାର୍ଥୀପତ୍ର ଦାଖଲ କଲେ ନାହିଁ। ଏନେଇ ବିରୋଧୀ ଦଳର ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଚାଷୀଙ୍କ ସମସ୍ୟା ରାଜ୍ୟ ସରକାର ବୁଝୁ ନାହାଁନ୍ତି। ପଦ୍ମପୁରରେ ଚାଷୀମାନେ ଆନ୍ଦୋଳନ କରି ବସି ରହିଛନ୍ତି। ଏହାକୁ ଆମେ ସମର୍ଥନ କରି ପ୍ରାର୍ଥିପତ୍ର ଦାକଳ କଲୁ ନାହିଁ। ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ବିରାଟ ଶୋଭାଯାତ୍ରାରେ ପ୍ରାର୍ଥୀପତ୍ର ଦାଖଲ…

Read More

ଭୁବନେଶ୍ବର: ଶେଷରେ ବିଜୁ ଜନତା ଦଳ ପଦ୍ମପୁର ଉପନିର୍ବାଚନ ପାଇଁ ତାହାର ପ୍ରାର୍ଥୀ ଘୋଷଣା କରିଛି। ସେ ହେଉଛନ୍ତି ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଝିଅ ବର୍ଷା ବରିହା। ଆଜି ଏ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବର୍ଷା ହେଉଛନ୍ତି ବିଜେପି ନେତା ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିଆୟରସିଂଙ୍କ ବୋହୁ। ସେ ହେଉଛନ୍ତି ରମାରଂଜନଙ୍କ ପୁତ୍ର ସୌରଭ ବଳିଆରସିଂଙ୍କ ଧର୍ମପତ୍ନୀ। ବର୍ଷାଙ୍କୁ ଟିକେଟ ମିଳିବ ବୋଲି ପୂର୍ବରୁ ଚର୍ଚ୍ଚା ଚାଲିଥିଲା।

Read More

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଅଧ୍ୟକ୍ଷତାରେ ହେବାକୁ ଥିବା ୧୭ ତମ ଜି-୨୦ ନେତାଙ୍କ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲି ଗସ୍ତ କରିଛନ୍ତି। ସେ ସେଠାରେ ସେ ୧୪ ନଭେମ୍ବରରୁ ୧୬ ପର୍ଯ୍ୟନ୍ତ ରହିବେ। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବାଲି ସମ୍ମିଳନୀ ସମୟରେ, ମୁଁ ଜି-୨୦ ଦେଶର ର ଅଭିବୃଦ୍ଧି, ଖାଦ୍ୟ ଏବଂ ଶକ୍ତି ନିରାପତ୍ତା, ପରିବେଶ, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ୍ ରୂପାନ୍ତର ଭଳି  ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବି। ଜି -୨୦ ଶିଖର ସମ୍ମିଳନୀରେ ମୁଁ ଅନ୍ୟାନ୍ୟ ଅଂଶଗ୍ରହଣକାରୀ ଦେଶର ନେତାଙ୍କ ସହ ସାକ୍ଷାତ କରିବି ଏବଂ ସେମାନଙ୍କ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ସଂପର୍କରେ ମଧ୍ୟ ସମୀକ୍ଷା କରିବି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ୧୫ ନଭେମ୍ବରରେ ବାଲିରେ ଥିବା ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବି। ସେ କହିଛନ୍ତି ଯେ, ଆମ ଦେଶ ତଥା ନାଗରିକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ…

Read More

ନୂଆଦିଲ୍ଲୀ: ଆଜି ଭାରତର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରଙ୍କୁ ଜନ୍ମ ତିଥୀରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ସୋନିଆ ଗାନ୍ଧୀ। ଆଜି ସକାଳୁ ସେ ନେହୁରଙ୍କ ସମାଧୀପିଠକୁ ଯାଇ ସେଠାରେ ଏହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଏଥିସହିତ ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ନେହୁରଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ସେ ସୋନିଆଙ୍କ ସହିତ ନେହୁରଙ୍କ ସମାଧୀପିଠକୁ ଯାଇ ଏହି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ନେହୁରଙ୍କ ଜନ୍ମତିଥୀରେ ସାରା ଭାରତରେ ଶିଶୁ ଦିବସ ପାଳିତ ହୁଏ।

Read More

କଟକ:  ଆଜି ଭିଜିଲାନସ ଆରଡବ୍ଲୁଏସଏସ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢାଉ କରିଛି। ଆୟ ବର୍ହିଃଭୂତ ସଂପତ୍ତି ଠୁଳ ମାମଲାରେ ଏହା ଚଢାଉ କରାଯାଇଛି। ସେ ହେଉଛନ୍ତି ମୟୁରଭଂଜ ଜିଲ୍ଲା ଉଦଲା ସବଡିଭିଜନର ଆରଡବ୍ଲୁଏସଏସର ଆରଡବ୍ଲୁଏସଏସ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ତାଙ୍କ ନାମ ହେଉଛି ରବିନାରାୟଣ ପଣ୍ଡା। ଏହି ଚଢାଉରେ ଜଣେ ଆଡସିନାଲ ଏସପି, ଆଠ ଜଣ ଡେପୁଟି ଏସପି, ପାଞ୍ଚ ଜଣ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର, 11ଜଣ ASI ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।ଏକକାଳିନ ତାଙ୍କର ଭୁବନେଶ୍ୱର, କେନ୍ଦ୍ରାପଡା ଏବଂ ଉଦଲାରେ ଚଢାଉ ଚାଲିଛି। ସେଗୁଡିକ ହେଲା 1) ଖାରବେଳ କମ୍ପ୍ଲେକ୍ସ, ଆଇଗିଣିଆ, ଖଣ୍ଡଗିରି, ଭୁବନେଶ୍ୱରେ ଥିବା ତିନି ମହଲା କୋଠା 2)ଭୁବନେଶ୍ବର ପାତ୍ରପଡାରେ ଥିବା ଟାୱାର ବ୍ଲୁ ହିଲ ଆପାର୍ଟମେଣ୍ଟର ଡି ବ୍ଲକର 4ର୍ଥ ମହଲାରେ ଥିବା 401 ଫ୍ଲାଟ। 3) ଭୁବନେଶ୍ବର ଖଣ୍ଡଗିରି ସପିଂ ପ୍ଲାଜାରେ ଅବସ୍ଥିତ SPS ନିର୍ମାଣଧିନ ଦୋକାନ ନଂ…

Read More

ନୂଆଦିଲ୍ଲୀ: ଆଇସିସି ଟୁର୍ଣ୍ଣାମେଣ୍ଟର ଟି-୨୦ ୱାର୍ଲ୍ଡ-୨୦୨୨ ଟିମ୍ ଘୋଷଣା କରିଛି। ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ଟାଇଟଲ ଜିତିଛି, ଇଂଲଣ୍ଡ ଟାଇଟଲ ଜିତିବା ପରେ ଆଇସିସି ଟୁର୍ଣ୍ଣାମେଣ୍ଟର ଦଳ ଘୋଷଣା କରିଛି ଯେଉଁଥିରେ ଇଂଲଣ୍ଡର ୪ ଖେଳାଳି ସାମିଲ ହୋଇଥିବାବେଳେ ୨ ଖେଳାଳି ଭାରତରୁ ଏହା ବ୍ୟତୀତ ପାକିସ୍ତାନର ୨ ଖେଳାଳିଙ୍କୁ ଏହି ଦଳରେ ସାମିଲ କରାଯାଇଛି। ଏହି ଦଳରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜିମ୍ବାୱେର ସିକନ୍ଦର ରଜା ମଧ୍ୟ ତାଙ୍କ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଆଇସିସି ଦ୍ୱାରା ଘୋଷିତ ଟୁର୍ଣ୍ଣାମେଣ୍ଟ ଟିମ୍ ରେ ଓପନର ଭାବେ ଆଲେକ୍ସ ହେଲ୍ସ ଏବଂ ଜୋସ୍ ବଟଲର୍ ନିଜର ସ୍ଥାନ ହାସଲ କରିବାରେ ସଫଳ ହୋଇଥିବାବେଳେ ବିରାଟ କୋହଲିଙ୍କୁ ଆଇସିସି ତୃତୀୟ ସ୍ଥାନରେ ରଖିଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଆଇସିସି ଚତୁର୍ଥ ନମ୍ବରରେ ରଖିଛି। ପ୍ରକାଶ ଯେ, ବିରାଟ କୋହଲି ମଧ୍ୟ ଟି-୨୦ ବିଶ୍ୱକପ ୨୦୨୨ ରେ ସର୍ବାଧିକ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ସ୍ୱାମୀର ନିର୍ଯ୍ୟାତନା ସହି ନ ପାରି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ। ନିର୍ଯ୍ୟାତନା ଦେବା ଅଭିଯୋଗରେ ସ୍ୱାମୀଙ୍କୁ ଗିରଫ କରାଯାଇଛି। ମହିଳାଙ୍କ ଶବ ଜବତ କରି ପୋଲିସ୍ ତଦନ୍ତ କରୁଛି। ଘଟଣା ହେଉଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ବଡପାରୀ ପଥର ଚକଡା ସାହିର। ଅଭିଯୋଗ ମୁତାବକ ପ୍ରଶାନ୍ତ ଧଳ (୫୫) ନିଜ ପତ୍ନୀ ଜୟନ୍ତୀ ଧଳ (୫୦)ଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଗତ କାଲି ସ୍ୱାମୀ ଓ ପତ୍ନୀଙ୍କ ମଧ୍ୟ୍ୟରେ ଝଗଡା ଚରମ ସୀମାରେ ପହଂଚିଥିଲା। ସ୍ୱାମୀ ପ୍ରଶାନ୍ତ ଧଳ ନିଜର ଏକ ମାତ୍ର ଝିଅକୁ ଧରି ନୟାଗଡ କୌଣସି କାର୍ଯ୍ୟରେ ଯାଇଥିଲେ। ସ୍ୱାମୀ ଘରେ ନଥିବା ବେଳେ ପତ୍ନୀ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ମହିଳାଙ୍କ ବାପ ଘର ଲୋଜେ ଥାନାରେ ଅଭିଯୋଗ କରିଵା ପରେ ପୋଲିସ୍ ତଦନ୍ତ କରି ସ୍ୱାମୀ ପ୍ରଶାନ୍ତଙ୍କୁ ଗିରଫ କରିଛି ଏବଂ…

Read More

ଜୀବନ ଶୈଳୀ: ଅଙ୍କ ଜ୍ୟୋତିଷରେ ପ୍ରତ୍ୟେକ ସଂଖ୍ୟାର ମହତ୍ଵ ରହିଛି। ଏହି ତାରିଖଗୁଡ଼ିକରେ ଜନ୍ମିତ ଲୋକମାନଙ୍କର ନିଜସ୍ୱ ବୈଶିଷ୍ଟ୍ୟ ଥାଏ। ଏଥି ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସଂଖ୍ୟା ୧୪, ଯାହାର ମୂଳାଙ୍କ ୫ ଅଟେ। ଏହି ମୂଳାଙ୍କର ପ୍ରଭୁ ହେଉଛି ବୁଧ, ଯାହାକି ଜ୍ଞାନ ଏବଂ ବୁଦ୍ଧିର ପ୍ରତୀକ। ଏହି ମୂଳାଙ୍କର ଲୋକମାନେ ବହୁତ ବୁଦ୍ଧିମାନ, ସାହସୀ ଏବଂ ପରିଶ୍ରମୀ ଅଟନ୍ତି। ସେମାନେ ଆହ୍ଵାନକୁ ଏକ ସୁଯୋଗ ଭାବରେ ଗ୍ରହଣ କରନ୍ତି ଏବଂ ଏଥିରେ ସଫଳତା ହାସଲ କରିବା ପରେ ହିଁ ସେମାନଙ୍କର ଆଶ୍ଵସ୍ତି ନିଅନ୍ତି। ଅନେକ ମହାନ ବ୍ୟକ୍ତିଙ୍କ ଜନ୍ମଦିନ ମଧ୍ୟ ନଭେମ୍ବର ୧୪ ତାରିଖରେ ପଡେ। ଆସନ୍ତୁ ଜାଣିବା ଏହି ଦିନ ଜନ୍ମ ହୋଇଥିବା ଲୋକଙ୍କ ବ୍ୟକ୍ତିତ୍ୱ ଏବଂ ପ୍ରକୃତି କ’ଣ? ନଭେମ୍ବର ୧୪ ରେ ଜନ୍ମ ହୋଇଥିବା ଲୋକଙ୍କ ପ୍ରକୃତି: ନଭେମ୍ବର ୧୪ ତାରିଖରେ ଜନ୍ମ ହୋଇଥିବା ଲୋକମାନେ ପୂର୍ଣ୍ଣ ଉତ୍ସର୍ଗ ସହିତ ଯେକୌଣସି କାର୍ଯ୍ୟ…

Read More