Author: Samikhsya Bureau

ଭୁବନେଶ୍ବର: ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏହାକୁ ପଢୁଆଁ ଅଷ୍ଟମୀ ବୋଲି ମଧ୍ୟ କୁହାଯାଏ। ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟ ପରିଚିତ। ଏହି ପର୍ବ ଓଡିଶାର ଏକ ଲୋକପ୍ରିୟ ପର୍ବ ଭାବେ ପରିଚିତ। ଏହାକୁ ପ୍ରଥମାଷ୍ଟମୀ ବୋଲି କାହିଁକି କୁହାଯାଏ ପୂର୍ବେ ବୈଶାଖ ନୁହେଁ ମାର୍ଗଶିର ମାସକୁ ବର୍ଷର ପ୍ରଥମ ମାସ ବୋଲି ବିବେଚନା କରାଯାଉ ଥିଲା। ଏହି ମାସରୁ ବର୍ଷା ଆରମ୍ଭ ହେଉଥିଲା। ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି। ହେଲେ ପରବର୍ତ୍ତି ସମୟରେ ଏହା ବର୍ଷର ପ୍ରଥମ ମାସ ହୋଇ ନ ଥିଲେ ମଧ୍ୟ ଏହାର ଅଷ୍ଟମୀଟି ପ୍ରଥମ ଅଷ୍ଟମୀ ଭାବେ ପରିଚିତ ହୋଇ ଆସୁଛି। ଏହି ଦିନକୁ ଓଡିଆ ଘରେ ପୂଜାପର୍ବ କରାଯାଇଥାଏ। ମୁଖ୍ୟତଃ ଏହା ବର୍ଷର ପ୍ରଥମ ଅଷ୍ଟମୀ ହୋଇଥିବାରୁ ଘରର ପ୍ରଥମ ସନ୍ତାନକୁ…

Read More

ଭୁବନେଶ୍ବର, ଆପଣ ଭଲଭାବରେ ଜାଣିବା ଉଚିତ ଯେ, ସୂର୍ଯ୍ୟ ଦେବ ବାସ୍ତୁ ଶାସ୍ତ୍ରକୁ ପ୍ରଭାବିତ କରନ୍ତି। ତାଙ୍କର ଗତିବିଧି ଅନୁସାରେ ବାସ୍ତୁ ଶାସ୍ତ୍ର ମଧ୍ୟ ଗତି କରେ। ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ସୂର୍ଯ୍ୟଙ୍କ ଅନୁସାରେ ଏକ ଘର ନିର୍ମାଣ କରିବା ଏବଂ ସୂର୍ଯ୍ୟଙ୍କ ଅନୁସାରେ ଆମର ଦୈନିକ କାର୍ଯ୍ୟସୂଚୀ ମଧ୍ୟ ସ୍ଥିର କରିବା ଆବଶ୍ୟକ ରହିଛି। ନିମ୍ନରେ ସୂର୍ଯ୍ୟଙ୍କ ଗତିବିଧି ଅନୁସାରେ କିପରି ଦୈନ୍ୟନ୍ଦିନ ପ୍ରଭାବତି ହୁଏ… 1.  ସୂର୍ଯ୍ୟୋଦୟ ପୂର୍ବରୁ ରାତି 3 ରୁ 6 ପର୍ଯ୍ୟନ୍ତ ହେଉଛି ବ୍ରହ୍ମ ମୁହୂର୍ତ। ଏହି ସମୟରେ ସୂର୍ଯ୍ୟ ଘରର ଉତ୍ତର-ପୂର୍ବ ଭାଗରେ ରୁହନ୍ତି। ଏହି ସମୟରେ ଧ୍ୟାନ ଏବଂ ଅଧ୍ୟୟନ ପାଇଁ ଏହି ସମୟ ଭଲ ଅଟେ। 2. ସକାଳ 6 ରୁ 9 ପର୍ଯ୍ୟନ୍ତ ସୂର୍ଯ୍ୟ ଘରର ପୂର୍ବ ଭାଗରେ ରୁହନ୍ତି, ତେଣୁ ଘରକୁ ଏପରି କରନ୍ତୁ ଯେ ସୂର୍ଯ୍ୟଙ୍କ ପର୍ଯ୍ୟାପ୍ତ ଆଲୋକ ଘରକୁ ଆସିପାରିବ। ଫଳରେ ଘରେ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବିଭିନ୍ନ ପଶୁପକ୍ଷୀମାନଙ୍କ ଠାରୁ ମଧ୍ୟ କିଛି ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି। ସେଥିରେ ସେ କୁକୁଡାଠାରୁ କିପରି ଚାରୋଟି ଗୁଣ ମଣିଷମାନେ ଶିକ୍ଷା କରିବା ଦରକାର ତାହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କୁକୁଡାଠାରୁ ସକାଳୁ ଉଠିବା ମଣିଷମାନେ ଶିଖିବା ଉଚିତ। ଏଥିସହିତ ବିପଦର କିପରି ମୁକାବିଲା କରାଯାଏ ତାହା କୁକୁଡାକୁ ଭଲ ଭାବରେ ଜଣା। ତାହା ମଧ୍ୟ ଶିକ୍ଷା କରିବା ଉଚିତ। ସେହିପରି ଆଉ ଦୁଇଟି ଗୁଣ ହେଲା ଖାଦ୍ୟକୁ ଭାଗ କରି ଖାଇବା ଏବଂ ନିଜ ଖାଦ୍ୟ ସଂଗ୍ରହ କରିବା। କୁକୁଡାମାନେ ଖାଦ୍ୟ ଖାଇବା ବେଳେ ଅନ୍ୟ କୁକୁଡା ସହିତ ଭାଗ କରି ଖାଆନ୍ତି। କଜିଆ କରନ୍ତି ନାହିଁ। ସେହିପରି କୁକୁଡାମାନେ ସାଧାରଣତଃ ନିଜ ଖାଦ୍ୟ ନିଜେ ଖୋଜିବାକୁ ଭଲ ପାଆନ୍ତି। ଏହି ଗୁଣଗୁଡିକ ସାଧାରଣ ମଣିଷ ମଧ୍ୟ ଶିଖିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।

Read More

ଭୁବନେଶ୍ବର: ଦେଶକୁ ସୁଦୃଢ଼ କରିବାକୁ ହେଲେ ଆମ ଜନଜାତି ସମୁଦାୟକୁ ସଶକ୍ତ କରିବାକୁ ହେବ। ଏହା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ଭୁବନେଶ୍ବର ଠାରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ ସୋଶଲ ସାଇନ୍ସେସ (କିସ) ସହଯୋଗରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜନଜାତୀୟ ଗୌରବ ଦିବସରେ ୩୦ ହଜାରରୁ ଅଧିକ ଜନଜାତି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମେଘୱାଲ ରାଷ୍ଟ୍ର ନିର୍ମାଣରେ ଜନଜାତି ସମୁଦାୟର ଯୋଗଦାନ ବିଷୟରେ କହିଥିଲେ। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମେଘୱାଲ କହିଥିଲେ ଯେ, ଦେଶର ସ୍ବାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କର ଅମୂଲ୍ୟ ଯୋଗଦାନ ରହିଥିଲା। ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନ ଜାତୀୟ ଗୌରବ ଦିବସ ଭାବେ ପାଳନ କରିବା ଲାଗି ଗତ ବର୍ଷ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ କୃତଜ୍ଞତା ବ୍ୟକ୍ତ କରିଥିଲେ। କେନ୍ଦ୍ର…

Read More

ମେଷ : ଗଣେଶଙ୍କ ଆଶୀର୍ବାଦ ସହିତ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଏବଂ ଉତ୍ସାହ ଦେଖାଯିବ। ଆପଣ ଶରୀର ଏବଂ ମନରେ ସତେଜତା ଏବଂ ସତେଜତା ଅନୁଭବ କରିବେ। ପାରିବାରିକ ପରିବେଶ ଖୁସି ହେବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଆନନ୍ଦ ଜୀବନ ଅତିବାହିତ ହେବ। ମାଆଙ୍କ ପକ୍ଷରୁ ଲାଭ ମିଳିବ। ଯାତ୍ରା ର ଯୋଗ ରହିଛି। ଧନ, ଭଲ ଖାଦ୍ୟ ଏବଂ ଉପହାରର ହାସଲ କରିବେ। ବୃଷ: କ୍ରୋଧ ଏବଂ ନିରାଶାର ଭାବନା ଆପଣଙ୍କ ମନରେ ପ୍ରାଧାନ୍ୟ ଦେବ । ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ସମର୍ଥନ କରିବ ନାହିଁ। ଘର – ପରିବାରର ଚିନ୍ତା ସହିତ, ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ଆଜି ଚିନ୍ତିତ ହେବେ। ଆପଣ କାହା ସହିତ ମତଭେଦ ଏବଂ ଝଗଡା ସୃଷ୍ଟି ହେବ । କାମ ବୃଥା ମନେ ହୁଏ। ଭୁଲ ବୁଝାମଣାରୁ ରକ୍ଷା ପାଇବା ପାଇଁ ଗଣେଶଙ୍କୁ ଧ୍ୟାନ କରନ୍ତୁ। ମିଥୁନ: ପରିବାରରେ ସୁଖ ଏବଂ ଆନନ୍ଦର ପରିବେଶ ରହିବ…

Read More

ଭୁବନେଶ୍ଵର: ଓଡିଶାର ମୁଖ୍ୟମନ୍ତ୍ରୀ ଅକ୍ଟୋବର ୧୫ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କରିଥିଲେ। ଓଡିଶାରେ ଦୀର୍ଘ ଦିନ ଧରି ପ୍ରଚଳିତ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥାର ବିଲୋପ କରିଥିଲେ। କିନ୍ତୁ ରାଜ୍ୟର ବିଭିନ୍ନ ଅଫିସ ଦପ୍ତର ଓ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଅସହାୟ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କ କ୍ଷେତ୍ରରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ମୁଖ୍ୟମନ୍ତ୍ରୀ ଏହି ବର୍ଗର କର୍ମଚାରୀ ମାନଙ୍କୁ ମଧ୍ୟ ସମୟାନୁକ୍ରମେ ଉପଯୁକ୍ତ ନ୍ୟାୟ ଦେବେ ବୋଲି ସେମାନେ ଆଶା ବାନ୍ଧି ବସିଛନ୍ତି। କିନ୍ତୁ ଅଦ୍ୟାବଧି ସରକାରଙ୍କ ତରଫରୁ କିଛି ନିଷ୍ପତ୍ତି ନିଆଯାଇ ନାହିଁ, ଯାହା ଫଳରେ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଏହି ପ୍ରତିବାଦରେ ରାଜ୍ୟ ଓ ସମସ୍ତ ଜିଲ୍ଲାର ପ୍ରତିନିଧି ମାନଙ୍କୁ ନେଇ ତା ୦୮-୧୧-୨୦୨୨ ରେ ଭୁବନେଶ୍ଵର ଠାରେ ଏକ ସଭା ଅନୁଷ୍ଠିତ ହୋଇ ଏଥିରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।…

Read More

ଭୁବନେଶ୍ୱର : ଶିଶୁ ଦିବସ ଅବସରରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍‌-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ର ଆଜି ଥିଲା ଦ୍ୱିତୀୟ ଦିବସ। ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ‘ମିଟ୍‌ ଦ ପର୍ସନାଲିଟି’ ଓ ‘ଛାୟା ବିଧାନସଭା’ କାର୍ଯ୍ୟକ୍ରମ ଦ୍ୱିତୀୟ ଦିବସର ମୁଖ୍ୟ ଆକର୍ଷଣ ସାଜିଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କୁନି କୁନି ପିଲାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ନିକଟରୁ ଦେଖିବାର ଓ ସେମାନଙ୍କ ସହ ଭାବର ଆଦାନପ୍ରଦାନ କରିବାର ସୁଯୋଗ ଦେଇଥିଲା ଏହି ନିଆରା କାର୍ଯ୍ୟକ୍ରମ । ଟେଲିଭିଜନ୍‌ର ବଡ଼ ପରଦାରେ ଦେଖିଥିବା ସଫଳ ବ୍ୟକ୍ତିତ୍ୱମାନଙ୍କର ଜୀବନ କାହାଣୀ ଶୁଣିବା ସହ ମନରେ ଥିବା ବିଭିନ୍ନ ପ୍ରଶ୍ନ ପଚାରିବାର ସୁଯୋଗ ପାଇଥିଲେ ପିଲାମାନେ। ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତା, ଅଭିନେତା, ଉଦ୍ୟୋଗୀ, ଚିତ୍ରଶିଳ୍ପୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ…

Read More

ଖୋର୍ଦ୍ଧା: ଆଜି ଗ୍ରେଡ-ପେ ୪ ହାଜର ୨ ଶହ ଟଙ୍କା ଦାବିରେ ଓଡ଼ିଶା ଅମଲା ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡ଼ିଶା ଅମଲା ସଙ୍ଘର ଶତାଧିକ ସଭ୍ୟ ଏକ ଶୋଭଯାତ୍ରା ମାଧ୍ୟମରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟସରକାରଙ୍କ ନିକଟରେ ବହୁବାର ଦାବି ଜଣାଇବା ସତ୍ତ୍ୱେ କିଛି ସୁଫଳ ମିଳିନଥିବାରୁ ଅମଲା ସଂଘ କ୍ଷୋଭ ପ୍ରକାଶ କରିଛି। ତେଣୁ ରାଜ୍ୟ ସରକାର ସେମାନଙ୍କ ଦାବି ଶୁଣୁନଥିବା ଅଭିଯୋଗ କରିବା ସହ ଆସନ୍ତା ୨୭ ତାରିଖ ଦିନ ଭୁବନେଶ୍ଵରଠାରେ ଏକ ବିରାଟ ରାଲି କରିବାକୁ ଯାଉଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ଶାଖା ତରଫରୁ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Read More

ଭୁବନେଶ୍ୱର :  ୬୯ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଦ୍ୱିତୀୟ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ଯୋଗେ ରାଜ୍ୟର ସମବାୟ ଆନ୍ଦୋଳନକୁ ଅଧିକ ସଶକ୍ତ କରିବା ଜରୁରୀ ବୋଲି କହିଛନ୍ତି। ସେ କହିଛନ୍ତି ଯେ କୃଷି ଅର୍ଥନୀତିର ମୁଖ୍ୟ ଆଧାର। କୃଷିର ଉନ୍ନତି ନିମନ୍ତେ ସମବାୟର ଭୂମିକା ମହତ୍ତ୍ୱପୂର୍ଣ୍ଣ। ପ୍ରାଥମିକ କୃଷିଋଣ ସମବାୟ ସମତିକୁ ଅନ୍‌ଲାଇନ୍‌ କରାଯାଇ କୋର ବ୍ୟାଙ୍କିଂ ସହିତ ସଂଯୋଗୀକରଣ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ରାଜ୍ୟରେ ଯୋଗାଇ ଦିଆଯାଇଥିବା କୃଷି ଋଣର ୬୦ ପ୍ରତିଶତ ସମବାୟ ବ୍ୟାଙ୍କ ଓ ସମିତି ଜରିଆରେ ପ୍ରଦାନ କରାଯାଉଛି। କେନ୍ଦ୍ରରେ ଏହା ମାତ୍ର ୧୭ ପ୍ରତିଶତ। ସମବାୟ ଆନ୍ଦୋଳନ ସଶକ୍ତ ହେଲେ ରାଜ୍ୟର ଅର୍ଥନୈତିକ ବିକାଶ ଆଶାନୁରୂପ ହୋଇପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଅର୍ଥନୈତିକ ଉତ୍‌ଥାନ ପାଇଁ ଗୋଷ୍ଠୀ ସହଯୋଗ ଜରୁରୀ। ଏହି ମିଳିତ ସହଯୋଗରୁ ହିଁ ସମବାୟର ସୃଷ୍ଟି। ସମବାୟ ଆର୍ଥିକ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ଦିବା ୯ ଘଣ୍ଟାରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ସମ୍ମୁଖରେ “ବାଲ୍ୟ ବିବାହ” ରୋକିବା ସମ୍ବନ୍ଧୀୟ ଏକ ସଚେତନମୂଳକ ରଥଯାତ୍ରା କରିବା କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲପାଳ ସୁଶାନ୍ତ କୁମାର ପଟେଲ୍ ଯୋଗଦାନ କରି ପତାକା ପ୍ରଦର୍ଶନପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, କଳାହାଣ୍ଡି, କାର୍ଯ୍ୟକ୍ରମ ଅଧିକାରୀ, କଳାହାଣ୍ଡି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, କଳାହାଣ୍ଡି, ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ, ଭବାନୀପାଟଣା, ସହରାଞ୍ଚଳ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି କଳାହାଣ୍ଡି ଜିଲ୍ଲା ମିଶନ ଶକ୍ତି ସଂଯୋଜିକା, କଳାହାଣ୍ଡି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସଭ୍ୟା, ବ୍ଲକ୍ ପ୍ରକଳ୍ପ ସଂଯୋଜିକ। , ଭବାନୀପାଟଣା, ସହରାଞ୍ଚଳ, ମହିଳା ପରିଦର୍ଶିକା ସେକ୍ଟର i,ii, & iii ଏବଂ ଅଙ୍ଗନୱାଡ଼ି କର୍ମୀ ତଥା ବ୍ଲକ୍ ମହାସଂଘର ସଭାନେତ୍ରୀ, ସମ୍ପାଦିକା, କୋଷାଧ୍ୟକ୍ଷଙ୍କ ସହିତ ସ୍ଵୟଂ ସହାୟକ ଦଳର…

Read More

ଭୁବନେଶ୍ଵର: ଆଇକନିକ ସ୍ଵାଧୀନତା ସଂଗ୍ରାମୀ, ଆଦିବାସୀ ନେତା ଧର୍ତୀ ଆବା ଭଗବାନ ବୀର୍ସା ମୁଣ୍ଡାଙ୍କ ଜନ୍ମଦିବସକୁ ସ୍ମରଣୀୟ କରିବା ପାଇଁ ଆଜି ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟାଳୟ ସହିତ ଏହାର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଓ ସମ୍ବଲପୁର ଏବଂ ବିଭିନ୍ନ ରେଳ ଷ୍ଟେସନ ମାନଙ୍କରେ ଜନଜାତୀୟ ଗୌରବ ଦିବସ ପାଳନ କରାଯାଇଅଛି। ଏହି ଦିବସକୁ ଆହୁରି ସ୍ମରଣୀୟ କରିବା ପାଇଁ ମୁଖ୍ୟାଳୟ ସହିତ ରେଳମଣ୍ଡଳ ମାନଙ୍କରେ ରେଳ କର୍ମଚାରୀ ମାନଙ୍କ ମଧ୍ୟରେ କୁଇଜ, ପ୍ରବନ୍ଧ ଓ ବକୃତା ପ୍ରତିଯୋଗୀତା ଆୟୋଜନ କରାଯାଇଥିବାବେଳେ ବିଭିନ୍ନ କ୍ରିଡା ଆୟୋଜନ କରଯାଇଥିଲା ଏହି ଅବସରରେ ସଚେତନତା ପାଇଁ ମୁଖ୍ୟାଳୟ, ରେଳମଣ୍ଡଳ ଓ ଗୁରୁତ୍ବପୂର୍ଣ ଷ୍ଟେସନ ମାନଙ୍କରେ ବ୍ୟାନର ଲଗାଯାଇଥିବା ସହିତ ଷ୍ଟେସନ ମାନଙ୍କରେ ଯାତ୍ରୀ ସୂଚନା ଘୋଷଣା ମଧ୍ୟରେ ଜନଜାତୀୟ ଗୌରବ ଦିବସ ସମ୍ବନ୍ଧରେ ଅଡିଓ ବଜାଇ ଯାତ୍ରୀମାନଙ୍କୁ ସଚେତନତା କରଯାଇଥିଲା। ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ କର୍ମଚାରୀ ମାନଙ୍କ…

Read More

ଭୁବନେଶ୍ୱର: ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ସବୁକ୍ଷେତ୍ରକୁ ଋଣ ପ୍ରଦାନ ବୃଦ୍ଧି କରିବାକୁ ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ପ୍ରଦୀପ କୁମାର ଜେନା ଆଜି ଅନୁଷ୍ଠିତ ୧୬୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ଉନ୍ନୟନ କମିଶନର ଶ୍ରୀ ଜେନା କହିଲେ ଯେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ସବୁ ଅଞ୍ଚଳରେ ବ୍ୟାଙ୍କିଂ ସୁବିଧା ଉପଲବ୍ଧ ନଥିବାରୁ ସାଧାରଣ ବ୍ୟାଙ୍କିଂ ସୁବିଧାରୁ କେତେକ ଅଞ୍ଚଳର ଜନସାଧାରଣ ବଞ୍ଚିତ ହେଉଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ୪୦ ପ୍ରତିଶତରୁ କମ୍‌ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ରହିଛି। ଜାତୀୟ ସ୍ତରରେ ଏକ ଲକ୍ଷ ଜନସଂଖ୍ୟାର ୧୮.୧୨ ପ୍ରତିଶତ ସ୍ଥାୟୀ ବ୍ୟାଙ୍କ ଥିବାବେଳେ ଆମ ରାଜ୍ୟରେ ଏହା ୧୩.୦୬ ପ୍ରତିଶତ ରହିଛି। ଏହି ବ୍ୟବଧାନକୁ ଖୁବ୍‌ଶୀଘ୍ର ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ ଉନ୍ନୟନ କମିଶନର ଶ୍ରୀ ଜେନା ସବୁ ବ୍ୟାଙ୍କଗୁଡ଼ିକର ନିୟନ୍ତ୍ରଣ ମୁଖ୍ୟମାନଙ୍କୁ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମେନ ରୋଡ଼ ଦିଗନ୍ତିକା ହୋଟେଲ ମହଲାରେ ପୁର୍ବରୁ ଅବସ୍ଥିତ ଥିବା ଏଚଡିଏଫସି ବ୍ୟାଙ୍କ ଟି ନିକଟସ୍ଥ ରିଲାଏନ୍ସ ଟ୍ରେଣ୍ଡ ମହଲାକୁ ଆଜି ସ୍ଥାନାନ୍ତରିତ ହୋଇ ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କମୋଡର ଏନ ପି ପ୍ରଦୀପ ଓ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟ ପ୍ରମୁଖ ଅତିଥି ଭାବେ ଜୋନାଲ ମୁଖ୍ୟ ଦୀପକ ସିଂ, କ୍ଲଷ୍ଟର ମୁଖ୍ୟ ଅନିଷ ବିଶ୍ୱାଳ, ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଶାଖା ପରିଚାଳକ ଉତ୍କଳ ରାଉତ, ସହ-ପରିଚାଳକ ଅମୂଲ୍ୟ ନାୟକଙ୍କ ସମେତ ବ୍ୟାଙ୍କ କର୍ମଚାରୀ, ବିଭିନ୍ନ ଫାଇନାନ୍ସ କମ୍ପାନୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଗାମି ଦିନରେ ଜନସାଧାରଣଙ୍କୁ ଉପଯୁକ୍ତ ସେବା ଦିଗରେ ବିଶେଷ ଦୃଷ୍ଟି ସହ…

Read More

ଭୁବନେଶ୍ୱର: ଆଜି ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ମହାନ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡା ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଜନଜାତି ଗବେଷକ ତଥା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡ. ଅଖିଳ ବିହାରୀ ଓତା ଯୋଗଦେଇ ବିର୍ସା ମୁଣ୍ଡାଙ୍କ ସଂଗ୍ରାମର କାହାଣୀ କହିଥିଲେ। ଆଜି ସକାଳେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଏବଂ ବିଶିଷ୍ଠ ବ୍ୟକ୍ତିମାନେ ମୈତ୍ରୀ ବିହାରସ୍ଥିତ ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସୂଚନା ଓ ଲୋକସଂପର୍କ ବିଭାଗ…

Read More

ଭୁବନେଶ୍ଵର: ଟ୍ରେନରେ କ୍ୟାଟରିଙ୍ଗ ସେବାରେ ଉନ୍ନତି ଆଣିବା ପାଇଁ ଏକ ପଦକ୍ଷେପ ଭାବରେ ମେନୁକୁ ଅନ୍ତର୍ଭୁକ୍ତ ଓ ମୂଲ୍ୟାୟନ କରିବା ପାଇଁ ଆଇଆରସିଟିସିରେ ନମନୀୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ଦ୍ଵାରା ଆଞ୍ଚଳିକ ରୋଷେଇ/ପାକ ପ୍ରଣାଳୀ, ଋତୁକାଳୀନ ସୁସ୍ଵାଦ ଖାଦ୍ୟ, ପର୍ବ ସମୟରେ ଆବଶ୍ୟକତା, ବିଭିନ୍ନ ଗୋଷ୍ଠୀର ପସନ୍ଦ ଅନୁଯାୟୀ ଖାଦ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ କରାଯାଏ। ଯାତ୍ରୀମାନଙ୍କ ପାଇଁ ଯେପରିକି ମଧୁମେହ ଖାଦ୍ୟ, ଶିଶୁ ଖାଦ୍ୟ, ମିଲେଟ୍ ଆଧାରିତ ସ୍ଥାନୀୟ ଉତ୍ପାଦ ଇତ୍ୟାଦି ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଗୁଡିକର ବିକଳ୍ପ ଅନ୍ତର୍ଭୁକ୍ତ କରାଯାଇ ପାରିବ। ସେହି ଅନୁଯାୟୀ, ରେଳ ମନ୍ତ୍ରାଳୟ ନିର୍ଦ୍ଧିଷ୍ଟ ସର୍ତରେ ଏହାକୁ ଅନୁମୋଦନ କରିଛି ଯାହା ଦ୍ଵାରା ଖାଦ୍ୟର ଗୁଣବତ୍ତା ଓ ସ୍ବଚ୍ଛତା ସହିତ ସ୍ଥାନୀୟ ତଥା ଋତୁକାଳୀନ ଖାଦ୍ୟ ଏବଂ ନିର୍ଦ୍ଧିଷ୍ଟ ବର୍ଗର ଲୋକଙ୍କ ପାଇଁ ଖାଦ୍ୟ ଉପରେ ପ୍ରାଧ୍ୟାନ୍ୟ ଦିଆଯିବ। ଯେଉଁ ଟ୍ରେନ ଗୁଡିକରେ ଯାତ୍ରୀ ଭଡା ସହିତ କ୍ୟାଟରିଙ୍ଗ ଦେୟ ଅନ୍ତର୍ଭୁକ୍ତ କରାଯାଇଅଛି…

Read More

ଭୁବନେଶ୍ୱର: କଟକ ଜିଲ୍ଳା ବାଙ୍କି ତହସିଲର ବାଁରା ଗ୍ରାମ ନିକଟବର୍ତୀ ଅଂଳଚରେ ୨୫.୬୦୦ ଏକର ଜମି ରାଜ୍ୟ ସରକାର ୨୦୨୧ ମସିହା ସେପ୍ଟେମ୍ବର ମାସ ୧୩ ତାରିଖ ଦିନ ପଞ୍ଜାବର ଶ୍ରୀଯୁକ୍ତ ସିଙ୍ଗଲା ନାମକ ଜୈନିକ ବ୍ୟବସାୟୀଙ୍କ କଟକ ଆଗ୍ରାଭେଟ ନାମକ କମ୍ପାନୀକୁ ୬୭ଲକ୍ଷ ୨୧ ହଜାର ୨ଶହ ୨ଟଙ୍କାରେ ୯୦ ବର୍ଷ ପାଇଁ ଇଡକୋ ଦ୍ୱାରା ଜମି ଯୋଗା ଯାଇଅଛି। କିଛି ନିହତ ସ୍ୱାର୍ଥ ଉଦ୍ଦେଶ୍ୟରେ ଏ ଜମିକୁ ହସ୍ତାନ୍ତର କରାଯାଇଅଛି ବୋଲି ଆଜି ପ୍ରଦେଶ କଂଗ୍ରେସ କାର‌୍ୟ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବାଙ୍କିର ପୂର୍ବତନ ବିଧାୟକ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ଉପସଭାପତି ଡ. ଦେବାଶିଷ ପଟ୍ଟନାୟକଙ୍କୁ ଗଣମାଧ୍ୟମ ସାମନାରେ ବିଶୋଦଗାର କରିଛନ୍ତି । ସେ କହିଛନ୍ତି ଯେ, ଏଠାରେ କଟକ ଆଗ୍ରାଭେଟ ଏକ ଇଥାନଲ କାରଖାନା ବସାଇବ। ଏହି କାରଖାନାରୁ ୧୨୫ କେଏଲପିଡି ଇଥାନଲ ଉତ୍ପାଦିତ ହେବ ବୋଲି କୁହାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା…

Read More

ଭୁବନେଶ୍ବର : ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର ପୀଡ଼ିତ ଚାଷୀଙ୍କୁ ୨୦୦ କୋଟି ଟଙ୍କାର ଇନ୍‌ପୁଟ୍‌ ସହାୟତା ରାଶି ପ୍ରଦାନ କରାଯିବ। ଆଜି ଏ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ସମସ୍ତ ଅର୍ଥ ରାଜ୍ୟ ସରକାର ନିଜ ରାଜକୋଷରୁ ପ୍ରଦାନ କରିବେ। ମିଳିଥିବା ରିପୋର୍ଟ ଅନୁଯାୟୀ, ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ୍‌ ଏବଂ ୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨, ୬୩,୫୬୦ ହେକ୍ଟର ଚାଷଜମିରେ ୩୩ ପ୍ରତିଶତ ବା ତା’ଠାରୁ ଅଧିକ ଫସଲହାନି ହୋଇଛି। ଅଥଚ ଏ ପର୍ଯ୍ୟନ୍ତ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳର ବହୁସଂଖ୍ୟକ ଚାଷୀ ଫସଲ ବୀମା ରାଶି ପାଇପାରି ନାହାନ୍ତି। ଏ ସଂପର୍କରେ ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ବୈଷୟିକ ଉପଦେଷ୍ଟା କମିଟିକୁ ଜଣାଇବା ସହ ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏହି ପରିପ୍ରେକ୍ଷୀରେ ପରିସ୍ଥିତିର…

Read More

ଭୁବନେଶ୍ୱର : ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଚାଷୀଙ୍କୁ ବକେୟା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ତୁରନ୍ତ ପ୍ରଦାନ ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଯେଉଁ ଟୁଇଟ୍ କରିଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, ଏଯାଏ ଏହା କେନ୍ଦ୍ର ସରକାର ହିଁ ଦେଇ ନ ଥିଲେ। ତେଣୁ ଏବେ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀ ବୀମା କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଉଛନ୍ତି। କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଟୁଇଟ୍ର ଜବାବ ଦେଇ ଟୁଇଟରରେ ଏଭଳି ମନ୍ତବ୍ୟ ଦେଇଛନ୍ତି, ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର। ଡ.ପାତ୍ର କହିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟ ୨୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଆଉ…

Read More

ଭୁବନେଶ୍ୱର : ଓଡିଶା ଚାଷୀଙ୍କ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟବାସୀ ବିଜେପିର ନାଟକବାଜି, ମିଥ୍ୟା ପ୍ରଚାର ଏବଂ ନକଲି କାରବାରକୁ ଦେଖୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର । ଶ୍ରୀମତୀ ମିଶ୍ର କହିଛନ୍ତି ଗତକାଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦମପୁରରେ ତାଙ୍କ ଅଭିଭାଷଣରେ ଅଭିଯୋଗ କରିଥିଲେ ଯେ ଓଡ଼ିଶା ସରକାର କାହିଁକି ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀରେ ବୀମା କମ୍ପାନୀ ଭାବରେ ଏଚଡିଏଫ୍‍ସିକୁ ମନୋନୀତ କରିଛନ୍ତି ? ବୋଧହୁଏ ସେ ଜାଣି ନାହାଁନ୍ତି ଯେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ମହାରାଷ୍ଟ୍ର ଭଳି ନିଜ ଦଳ-ବିଜେପି ଶାସିତ ରାଜ୍ୟ ମଧ୍ୟ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ଏକ କାର୍ଯ୍ୟକାରୀ କମ୍ପାନୀ ଭାବରେ ଏଚଡିଏଫ୍‍ସିକୁ ବାଛିଛନ୍ତି । ଏହି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଅନ୍ୟାୟ କରିଥିବା ସେ କହିବାକୁ ଚାହୁଁଛନ୍ତି କି ବୋଲି…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମିଳିତ ସହଯୋଗରେ ମଙ୍ଗଳବାର ଏକ ରକ୍ତଦାନ ଶିବିର ସୋଆ କ୍ୟାମ୍ପସ୍‌- ୨ରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ବ୍ଲଡ୍ ବ୍ୟାଙ୍କ ଏବଂ ସମ୍ ହସ୍ପିଟାଲ୍ ର ବ୍ଲଡ୍ ବ୍ୟାଙ୍କ ପକ୍ଷରୁ ଏହି ରକ୍ତଦାନ ଶିବିର ପରିଚାଳନା କରାଯାଇଥିଲା। ଏହି ରକ୍ତଦାନ ଶିବିରକୁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ପ୍ରଫେସର ବସନ୍ତ କୁମାର ପତି ଏବଂ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଉଦ୍‌ଘାଟନ କରିଥିଲେ। ଏଚ୍‌ଡିଏଫ୍ ସି ବ୍ୟାଙ୍କ ପକ୍ଷରୁ ପ୍ରବନ୍ଧକ ଆର୍‌. ନିଗମ ମିଶ୍ର, ଚିନ୍ମୟ ପ୍ରଧାନ, ପ୍ରିୟବ୍ରତ ସ୍ୱାଇଁ, ଉପ- ପ୍ରବନ୍ଧକ ସଂଘମିତ୍ରା ମହାରଣା, କାର୍ଯ୍ୟକାରୀ କମିଟିର ସହ ସଭାପତି ଅକ୍ଷୟ ମିଶ୍ର ଓ ସମ୍ବିତ୍ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସୋଆର ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କ ଠାରୁ ପ୍ରାୟ ୧୦୦ ୟୁନିଟ୍ ର ବ୍ଲଡ୍ ସଂଗ୍ରହ କରାଯାଇଛି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଅପରାହ୍ନରେ ଅଖିଳ ଭାରତୀୟ ଏନସିସି ନୌଚାଳନା ପ୍ରତିଯୋଗିତା ଶିବିର ଆଇଏନଏସ ଚିଲିକା ଠାରେ ଉଦଯାପିତ ହୋଇଯାଇଛି। ଚଳିତ ମାସ ୯ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ଏକ ସପ୍ତାହ ଧରି ପ୍ରତିଯୋଗିତା ଚାଲିଥିବାବେଳେ ଆଜି ବହୁ ଆଡମ୍ବରରେ ଏହା ଉଦଯାପିତ ହୋଇଯାଇଛି। ଏହି ଶିବିରରେ ଜାତୀୟ ସ୍ତରରେ ଥିବା ସମସ୍ତ ୧୭ ଗୋଟି ଏନସିସି ନିର୍ଦ୍ଦେଶାଳୟରୁ ୧୦୨ ଜଣ ବାଳକ ଓ ବାଳିକା ଭାଗ ନେଇଥିଲେ। ଅନ୍ତର୍ଜାତୀୟ ସ୍ତରର ସମସ୍ତ ନିୟମାବଳୀକୁ ପାଳନ କରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚିଲିକା ଜଳରାଶିରେ କାଳିଜାଇ ନିକଟରେ ସର୍ବମୋଟ ୩୦ଟି ନୌକା ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଉଭୟ ବାଳକ ଓ ବାଳିକା ବର୍ଗର କ୍ୟାଡେଟମାନଙ୍କ ମଧ୍ୟରୁ ସର୍ବୋତ୍ତମ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ବାଳିକା ବର୍ଗରେ ବିହାର ଓ ଝାଡ଼ଖଣ୍ଡ ନିର୍ଦ୍ଦେଶାଳୟ ପ୍ରଥମ ସ୍ଥାନ, ଓଡିଶା ନିର୍ଦ୍ଦେଶାଳୟ ଦ୍ୱିତୀୟ ସ୍ଥାନ ଅଧିଗ୍ରହଣ କରିଥିବା…

Read More