Author: Samikhsya Bureau

ଭୁବନେଶ୍ୱର : ଓଡିଶାର ଲୋକମାନେ ବିଜେପିର ଚାଷୀ ବିରୋଧୀ ମନୋଭାବ ଦେଖୁଛନ୍ତି। ଓଡିଶାର ଚାଷୀଙ୍କ ପ୍ରକୃତ ଫସଲ ବୀମା ପ୍ରାପ୍ୟ ଦୀର୍ଘ ସମୟ ଧରି ଅଟକି ରହିଥିଲା। ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ସମବାୟମନ୍ତ୍ରୀଙ୍କ ନିୟମିତ ଯୋଗାଯୋଗ ସତ୍ୱେ କେନ୍ଦ୍ର ଚାଷୀଙ୍କ ଫସଲ୍ ବୀମା ଅଟକାଇଥିଲେ ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର। କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାରଙ୍କୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଲେଖାର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ଚାଷୀଙ୍କ ଚାପ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ଯୋଗାଯୋଗ ପରେ ଫସଲ ବୀମା ଅର୍ଥ ମଞ୍ଜୁର କରାଯାଇଛି । ଓଡିଶାର ଫସଲ ବୀମାକୁ ଅଟକାଇବା ନେଇ ବିଜେପି ପ୍ରତି କୃଷକଙ୍କ କ୍ରୋଧ ଦେଖିବାକୁ ମିଳିଛି । ସେହିପରି ୨୦୧୯ ରେ ବିଜେପି କାଳିଆ ଯୋଜନାକୁ ରୋକିବାକୁ ଚେଷ୍ଟା କରିଥିଲା ଯାହା କୃଷକ ସହାୟତା ପାଇଁ ଥିଲା। ଓଡିଶାର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)…

Read More

ଭୁବନେଶ୍ୱର: ସ୍ମାର୍ଟଫୋନ୍ ନିର୍ମାତା ଓପୋ ଇଣ୍ଡିଆର ଅଧିକାଂଶ ୫ଜି ଡିଭାଇସ୍ ଜିଓର ଷ୍ଟାଣ୍ଡ୍‌ଏଲୋନ୍ ଟ୍ରୁ-୫ଜି ନେଟ୍‌ୱର୍କକୁ ସପୋର୍ଟ କରୁଛିବା କଂପାନି ପକ୍ଷରୁ ଘୋଷଣା କରାଯାଇଛି। ଓପୋ ସ୍ମାର୍ଟଫୋନ୍‌ଗୁଡ଼ିକରେ ଜିଓ ଟ୍ରୁ-୫ଜି ସେବା ହାସଲ କରାଯାଇପାରିବ। ଓପୋ ପକ୍ଷରୁ କୁହାଯାଇଛି ଯେ ଜିଓ ସହଯୋଗରେ କଂପାନି ଏଭଳି ଡିଭାଇସ୍ ପ୍ରସ୍ତୁତ କରିଛି ଯାହା ଅଲ୍‌ଟ୍ରା ହାଇ-ସ୍ପିଡ୍ ଏବଂ ଲୋ ଲାଟେନ୍ସିରେ କାର୍ଯ୍ୟ କରି ବ୍ୟବହାରକାରୀଙ୍କୁ ଉଲ୍ଲେଖନୀୟ ଟ୍ରୁ-୫ଜି ଅନୁଭୂତି ପ୍ରଦାନ କରିବ। ଓପୋ ଇଣ୍ଡିଆର ଯେକୌଣସି ନୂଆ ୫ଜି ସ୍ମାର୍ଟଫୋନ୍ ଷ୍ଟାଣ୍ଡ୍‌ଏଲୋନ୍ ୫ଜି ନେଟ୍‌ୱର୍କରେ କାମ କରିବ। ଭାରତରେ ରିଲାଏନ୍ସ ଜିଓ ହେଉଛି ଏକମାତ୍ର ଟେଲିକମ୍ ଅପରେଟର ଯାହା ଷ୍ଟାଣ୍ଡ୍‌ଏଲୋନ୍ ୫ଜି ନେଟ୍‌ୱର୍କର ପରିଚାଳନା କରୁଛି। ଷ୍ଟାଣ୍ଡ୍‌ଏଲୋନ୍ ୫ଜି ନେଟ୍‌ୱର୍କରେ ଚାଲୁଥିବା ଡିଭାଇସ୍ ପାଇଁ ଓପୋ ପକ୍ଷରୁ ସଫ୍‌ଟଓୟାର ଅପ୍‌ଡେଟ୍ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ଓପୋର ରେନୋ ୮, ରେନୋ ୮ ପ୍ରୋ, ରେନୋ ୭, ଏଫ୍‌୨୧ ପ୍ରୋ ୫ଜି, ଏଫ୍‌୧୯ ପ୍ରୋ+,…

Read More

ଖୋର୍ଦ୍ଧା: ଆଜି ଜାତୀୟ ପ୍ରେସ ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ “ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା” ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମର ସକ୍ରିୟତା ଦ୍ବାରା ଅନେକ ଆବଶ୍ୟକୀୟ ତଥ୍ୟ ହସ୍ତଗତ ହେବା ସହ ସମାଜର ହିତ ସାଧିତ ହୋଇଥାଏ। ତଥ୍ୟ ଭିତ୍ତିକ ଖବର ପ୍ରକାଶନ ଓ ପ୍ରସାରଣ ଅନେକ ସମୟରେ ପ୍ରଶାସନ ଓ ସାଧାରଣ ଜନତାଙ୍କ ନିମନ୍ତେ ଉପାଦେୟ ସାବ୍ୟସ୍ତ ହୋଇଥାଏ। ସାଧାରଣ ଲୋକ ମାନଙ୍କ ବିଭିନ୍ନ ପ୍ରସଙ୍ଗ, ସମସ୍ୟା ଓ ଆବଶ୍ୟକତାକୁ ସରକାର ନିକଟରେ ପହଞ୍ଚାଇବା ଓ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବାରେ ଗଣମାଧ୍ୟମର ସହଯୋଗ ଅତୁଳନୀୟ ବୋଲି ମୁଖ୍ୟଅତିଥି ମତବ୍ୟକ୍ତ କରିଥିଲେ। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନସାଧାରଣ ଓ…

Read More

ଭୁବନେଶ୍ଵର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ପୁରୀ ଗସ୍ତରେ ଯାଇ ପୁରୀ ରେଳ ଷ୍ଟେସନକୁ ନିରୀକ୍ଷଣ କରିବା ସହିତ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ସମୟରେ ଶ୍ରୀ ସୁନକର ଯାତ୍ରୀ ମାନଙ୍କୁ ଦିଆଯାଉଥିବା ମୌଳିକ ସୁବିଧା ତଥା ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି ସୁବିଧା ଗୁଡିକ ଯେପରି ସମସ୍ତ ବର୍ଗର ଯାତ୍ରୀମାନଙ୍କୁ ସହାୟକ ହୋଇପାରିବ ସେଥିପ୍ରତି ଧ୍ୟାନଦେବାକୁ ଶ୍ରୀ ସୁନକର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଯାତ୍ରୀ ମାନଙ୍କ ଆରମଦାୟକ ଯାତ୍ରା ପାଇଁ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ସହିତ ଗରିବ ଓ ସ୍ୱଳ୍ପ ଆୟ ବର୍ଗର ଯାତ୍ରୀଙ୍କୁ ସୁହାଇଲାଭଳି ଯାତ୍ରୀ ପରିସେବା ଉପଲବ୍ଧ କରାଇବାକୁ ସେ କହିଥିଲେ। ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆବଶ୍ୟକ କରୁଥିବା ବିସ୍ତୃତ ଚଳପ୍ରଚଳ ସ୍ଥାନ, କନକୋର୍ସ, ପ୍ଲାଟଫର୍ମ, ଆଲୋକିକରଣ, ଯାତ୍ରୀ ପ୍ରତୀକ୍ଷା କକ୍ଷ, ଶୌଚଳାୟ, ଏସ୍କାଲେଟର, ଲିଫ୍ଟ ଇତ୍ୟାଦି ଗୁଡିକର ଉପଲବ୍ଧି ଉପରେ ପ୍ରଥମିକତା…

Read More

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲ ମାନଙ୍କ୍ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷାର ଉତ୍କର୍ଷ ଲାଭ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଓ ପ୍ରଧାନ ଶିକ୍ଷକ, ଶିକ୍ଷକଶିକ୍ଷୟିତ୍ରୀ,ସରପଞ୍ଚ ସ୍କୁଲ ପରିଚାଳନା କମିଟି ତଥା ପୁରାତନ ଛାତ୍ରମାନ ଙ୍କୁ ସେମାନଙ୍କ ଅବଦାନ ପାଇଁ ବର୍ଷକୁ ୧୦୦ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ବ୍ଲକ୍‌, ଜିଲ୍ଲା ଓ ରାଜ୍ୟସ୍ତରରେ ଏହି ପୁରସ୍କାର ପ୍ରଦାନ କରାଯିବ। ୫୦ ହଜାର ଛାତ୍ରଛାତ୍ରୀ, ୧୫୦୦ ପ୍ରଧାନ ଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀ , ସ୍କୁଲ ପରିଚାଳନା କମିଟି ସରପଞ୍ଚ ପୁରାତନ ଛାତ୍ରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଜି ସ୍ଥାନୀୟ ୟୁନିଟ-୯ ସ୍ଥିତ ସରକାରୀ ହାଇସ୍କୁଲରେ ରାଜ୍ୟସ୍ତରୀୟ ଶିଶୁ ଦିବସ ଉତ୍ସବର ଉଦ୍‌ଯାପନୀ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପୁରସ୍କାର ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିରର ଭିତର ହୁଣ୍ଡି ଆଜି ଖୋଲାଯାଇଛି। ବାଣପୁର ତହସିଲଦାର ତଥା ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ ପରିଚାଳନା କମିଟିର ସଭାପତି କୁଞ୍ଜବିହାରୀ ବଡ଼ଜେନା ଙ୍କ ଉପସ୍ଥିତିରେ ବାଣପୁର ମେଡିକାଲ ଅଧିକାରୀ ଡ଼ା ରମାକାନ୍ତ ନାୟକ ମା’ ଙ୍କ ହୁଣ୍ଡିଙ୍କୁ ଖୋଲିଥିଲେ। ଉକ୍ତ ହୁଣ୍ଡିରୁ ସମୁଦାୟ ୧ ଲକ୍ଷ ୫୬ ହଜାର ୭ ଶହ ୧୫ ଟଙ୍କା ଏବଂ ଗୋଟାଏ ହନୁମାନଙ୍କ ରୁପାର ଲକେଟ ମିଳିଥିବାର ତହସିଲଦାର ସୂଚନା ଦେଇଛନ୍ତି। ଉକ୍ତ ସମୟରେ ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳାମୁକୁନ୍ଦ ଦାସ, ସେବାୟତଗଣ ଏବଂ ଏଣ୍ଡାଓମେଣ୍ଟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ତେବେ ହୁଣ୍ଡିରୁ ଆଦାୟ ହୋଇଥିବା ଟଙ୍କା ମା’ଙ୍କ ନୀତିକାନ୍ତିରେ ନିୟୋଜିତ ହେବ ବୋଲି ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳାମୁକୁନ୍ଦ ଦାସ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କୃଷକ ସଂଗଠନର ଅପେକ୍ଷା କ୍ରମେ ପୁଣି ଥରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଭେଟି ଓଡ଼ିଶାର ଚାଷୀଙ୍କ ବୀମାରାଶି ସମେତ ବିଭିନ୍ନ ସମସ୍ୟା ନେଇ ବିସ୍ତୁତ ଆଲୋଚନା କରିବା ସହ ଏ ସଂକ୍ରାନ୍ତୀୟ ଏକ ଚିଠି ପ୍ରଦାନ କରିଛନ୍ତି । ଓଡ଼ିଶା ସମେତ ବରଗଡ଼ ଜିଲ୍ଲା ଓ ପଦ୍ମପୁର ଅଞ୍ଚଳର ଚାଷୀଙ୍କ ବୀମାରାଶି ଏବଂ ରାଜ୍ୟ ସରକାର ଓ ବୀମା କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଫସଲ ଅମଳ ପରୀକ୍ଷା ଓ ଫସଲ ବୀମାରାଶି ତଥା ହିତାଧିକାରୀଙ୍କ ତଥ୍ୟ ବିଷୟରେ କୃଷି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବା ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବା ପରେ କେନ୍ଦ୍ର କୃଷି ମନ୍ତ୍ରୀ ଏହି ସମସ୍ୟାର ସମାଧାନ ପାଇଁ…

Read More

ଭୁବନେଶ୍ୱର: ମହିଳାମାନେ ନିଜେ ସ୍ୱାବଲମ୍ବୀ ହୁଅନ୍ତୁ ଯାହା ଦ୍ୱାରା ଯେକୌଣସି ପ୍ରତିକୁଳ ପରିସ୍ଥିତି ରେ ମଧ୍ୟ ସେମାନେ ଅସହାୟ ହୋଇପଡିବେ ନାହିଁ। ପ୍ରତ୍ୟେକ ମହିଳା ଙ୍କ ନିକଟରେ ରନ୍ଧନର କଳା ରହିଛି। ଶ୍ରଦ୍ଧା , ଭକ୍ତି ଓ ନିଷ୍ଠାର ସହ କାର୍ଯ୍ୟ କଲେ ସେମାନେ ସଫଳ ହୋଇପାରିବେ ବୋଲି କହିଛନ୍ତି ଫୁଡ୍ ଷ୍ଟାର୍ଟ ଅପ୍ “ରୋଜିସ୍ କିଚେନ୍‌” ର ପରିଚାଳନା ନିର୍ଦ୍ଦେଶିକା ସରୋଜା ଚୌଧୁରୀ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ରେ ମହିଳା ମାନଙ୍କ ନିମନ୍ତେ ବୁଧବାର ଆରମ୍ଭ ହୋଇଥିବା ରନ୍ଧନ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଶ୍ରୀମତି ଚୌଧୁରୀ। ଶ୍ରୀମତି ଚୌଧୁରୀ କହିଥିଲେ ଯେ ମହିଳାମାନେ ରନ୍ଧନ ର ପ୍ରଶିକ୍ଷଣ ନେଇ ରୋଜଗାରକ୍ଷମ ହେବା ଆବଶ୍ୟକ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରୀକ୍ଷା ନିରୀକ୍ଷକ ପ୍ରଫେସର ମଞ୍ଜୁଳା ଦାସ କହିଥିଳେ…

Read More

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ବଳମ୍ ପଞ୍ଚାୟତର ମହୁକୁଦ ଠାରେ ଗ୍ରାମମଙ୍ଗଳ ଯୁଵକ ସଂଘ ଆନୁକୂଲ୍ୟରେ ଵ୍ଲକ୍ ସ୍ତରୀୟ ଶିଶୁମେଳା ଓ ନେହେରୁ ଜୟନ୍ତୀ ପାଳିତ ହୋଇଥିଲା। ବଳମ୍ ଗ୍ରାମ ପଞ୍ଚାୟତ ର ସରପଞ୍ଚ  ଅନୁପମା ଗଡନାୟକ ଙ୍କ ଦ୍ଵାରା ଉଦଘାଟିତ ଏହି ସମାରୋହରେ ୨୦ ଟି ଵିଦ୍ୟାଳୟ ର ୩୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି ଅଵସର ରେ ଗଣିତ ଦୌଡ,ପୁଚି, ମ୍ୟୁଜିକ ଚେୟାର, ଚିତ୍ରାଙ୍କନ, ପ୍ରବନ୍ଧ, ଵକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବକ ସଂଘର ସଭାପତି ସନ୍ତୋଷ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ନାକ୍ଟିଦେଉଳ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ସ୍ବରୂପାରାଣୀ ସାହୁ, ମୁଖ୍ୟବକ୍ତା ଭାବେ ସୁରଜମଲ୍ କଲେଜ୍ ରେଙ୍ଗାଲୀର ଅଧ୍ୟକ୍ଷ କବି ଡ଼ ମନୋଜ କୁମାର୍ ପଣ୍ଡା, ସମ୍ମାନୀତ ଅତିଥି ଭାବରେ ତହସିଲଦାର ସୁକାନ୍ତ କୁମାର୍ ନାୟକ, ଵୈଜ୍ଞାନିକ ଶେଷଦେଵ କିଶାନ୍, ସରପଞ୍ଚ…

Read More

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ବୈଠକରେ ବାଧ୍ୟତାମୂଳକ ଧର୍ମାନ୍ତରଣକୁ ରୋକିବା ପାଇଁ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ବୈଠକରେ ଧର୍ମାନ୍ତରଣ ଆଇନରେ କଡା ସଂଶୋଧନ କରାଯାଇଛି, ଯାହା ଅଧୀନରେ ବର୍ତ୍ତମାନଠାରୁ ବାଧ୍ୟତାମୂଳକ ଧର୍ମାନ୍ତରଣ ଏକ ଜଣାଶୁଣା ଅପରାଧ ହେବ। ଏହା ଅନୁଯାୟୀ ଦଣ୍ଡବିଧାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ନୂତନ ନିୟମରେ ଜବରଦସ୍ତ ଧର୍ମାନ୍ତରଣ ପାଇଁ ୧୦ ବର୍ଷର ଦଣ୍ଡର ବ୍ୟବସ୍ଥା ରହିଛି। ଏହି ପରିପ୍ରେକ୍ଷୀରେ ଧର୍ମାନ୍ତରଣ ଏବଂ ‘ଲଭ ଜିହାଦ୍’ ଉପରେ ପ୍ରତିବନ୍ଧକ ଲଗାଯିବ। ବାଧ୍ୟତାମୂଳକ ଧର୍ମାନ୍ତରଣ ବିରୁଦ୍ଧରେ କଠୋର ନିୟମ: ଆଜି ଅନୁଷ୍ଠିତ ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ବୈଠକରେ ୨୯ ଟି ପ୍ରସ୍ତାବ ଅଣାଯାଇଛି। ଯାହା ଅଧୀନରେ ଉତ୍ତରପ୍ରଦେଶ ତୁଳନାରେ ବର୍ତ୍ତମାନ ଉତ୍ତରାଖଣ୍ଡରେ ଧର୍ମାନ୍ତରଣ ଆଇନ ଅଧିକ କଠୋର ହୋଇଛି। ବାଧ୍ୟତାମୂଳକ ଧର୍ମାନ୍ତରଣ ରାଜ୍ୟରେ ଏକ ଜଣାଶୁଣା ଅପରାଧ ହୋଇଛି। ଯେଉଁଥିରେ ସର୍ବାଧିକ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ହେବ। ଏହାକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ଖୁବ୍…

Read More

ନୂଆଦିଲ୍ଲୀ: ବାଲିଠାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଉଦଯାପନୀ ଦିବସ। ଏହି ଅବସରରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ପଢନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂପୂର୍ଣ୍ଣ ଭାଷଣ… ମହାମହିମଗଣ, ମୁଁ ପୁଣି ଥରେ ନିଜର ବନ୍ଧୁ ରାଷ୍ଟ୍ରପତି ଜୋକୋଭିଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ସେ ଏହି କଠିନ ସମୟରେ ଜି-୨୦ ରାଷ୍ଟ୍ର ସମୂହକୁ କୁଶଳୀ ନେତୃତ୍ବ ପ୍ରଦାନ କରିଛନ୍ତି। ଆହୁରି ଆଜି ମୁଁ ଜି-୨୦ ସମୂହକୁ ବାଲି ଘୋଷଣାନାମାର ଅନୁମୋଦନ ପାଇଁ ଅଭିନନ୍ଦନ ଜଣାଉଛି। ଭାରତ ନିଜ ଜି-୨୦ ଅଧ୍ୟକ୍ଷତା ସମୟରେ ଇଣ୍ଡୋନେସିଆର ପ୍ରଶଂସନୀୟ ପଦକ୍ଷେପକୁ ଆଗକୁ ବଢ଼ାଇବା ଲାଗି ପ୍ରୟାସ କରିବ। ଏହି ପବିତ୍ର ଦ୍ବୀପ ବାଲିରୁ ଆମେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଭାରତ ପାଇଁ ଅତ୍ୟନ୍ତ ଶୁଭ ସଂଯୋଗ। ଭାରତ ଏବଂ ବାଲି ମଧ୍ୟରେ ଅତି ପ୍ରାଚୀନ ସମ୍ପର୍କ ରହିଛି। ମହାମହିମଗଣ, ଭାରତ ଜି-୨୦ର ଦାୟିତ୍ବ ଏଭଳି ଏକ…

Read More

ଭୁବନେଶ୍ୱର: ଚଳିତ ବର୍ଷ ଓଡିଶା ନ୍ୟାୟିକ ସେବା (ଓଡିଶା ଜୁଡିସିଆଲ୍ ସର୍ଭିସ୍‌) ରେ ଟପ୍ପର ହୋଇଥିବା ସୋଆର ଛାତ୍ରୀ ଆଦ୍ୟାଶା ମିଶ୍ରଙ୍କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ ବୁଧବାର ସମ୍ବର୍ଦ୍ଧିତ କରିଛନ୍ତି। ଚଳିତ ବର୍ଷ ଓଜେଏସ୍‌ରେ ଟପ୍ପର ହୋଇଥିବା ଆଦ୍ୟାଶା ହେଉଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ର ଛାତ୍ରୀ। ସେହିପରି ଏହି ପରୀକ୍ଷାରେ ନବମ ସ୍ଥାନ ରଖି କୃତିତ୍ୱ ଅର୍ଜନ କରିଥିବା ସୀତେଶ ମହାନ୍ତି ମଧ୍ୟ ଏସ୍‌ଏନ୍‌ଆଇଏଲ୍ ର ଛାତ୍ର। ଏହି ଦୁଇ ଜଣଙ୍କୁ ପ୍ରଫେସର ନାୟକ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଚଳିତ ବର୍ଷ ଓଜେଏସ୍ ପରୀକ୍ଷାରେ ଏସ୍‌ଏନ୍‌ଆଇଏଲ୍‌ର ସର୍ବମୋଟ୍ ୪ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଆଦ୍ୟାଶା ଓ ସିତେଶ ଙ୍କ ଛଡା ଅନ୍ୟ ଦୁଇଜଣ ଛାତ୍ରୀ ହେଲେ ସମୀକ୍ଷା ସ ଓ ଇପ୍ସିତା ଭୋଇ। ସମୀକ୍ଷା…

Read More

ରେଢ଼ାଖୋଲ: ରେଢାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଏନ୍ ଏସି, ଭୀମ ଭୋଇ କଲ୍ୟାଣ ମଣ୍ଡପ ଠାରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି। ସଂଘ ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଯୁବ ବୈଜ୍ଞାନିକ ଶେଷ କିଷାନ, ମୁଖ୍ୟବକ୍ତା ଭାବରେ ଭୀମଭୋଇ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅଂଜନ କୁମାର ମିଶ୍ର ଯୋଗ ଦେଇଥିଲେ। ଗଣମାଧ୍ୟମ ମୋ’ଜୀବନର ମୋଡ ବଦଳାଇଛି ଯାହା ପାଇଁ ଆଜି ମୁଁ ପରିଚୟ ସୃଷ୍ଟି କରିପାରିଛି ଗଣମାଧ୍ୟମ ଯୋଗୁଁ ଆଜିର ଦିନରେ ବଣର ମଲ୍ଲୀ ଏବେ ବଣରେ ଫୁଟି ମଉଳି ନଯାଇ ଲୋକଚନକୁ ଆସିପାରୁଛି , ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିମାନଙ୍କୁ ଖୋଜି ସାମ୍ନା କୁ ଆଣିପାରୁଛି ଆଜିର ଗଣମାଧ୍ୟମ ବୋଲି ଯୁବ ବୈଜ୍ଞାନିକ ଶେଷ କିସାନ ନିଜର ବକ୍ତବ୍ୟରେ କହିଛନ୍ତି। ସେହିପରି ଦେଶ ଗଠନରେ ଗଣମାଧ୍ୟମର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି , ଆଜିର ମିଡ଼ିଆ ବଜାରରେ ଖବର…

Read More

ଭୁବନେଶ୍ବର: ଭାରତୀୟ ଷ୍ଟେଟ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ପଞ୍ଜିକରଣ ଶିବିର ଆୟୋଜିତ ହୋଇଯାଇଛି। ପେନସନଭୋଗୀଙ୍କ ଦ୍ବାରା ଜୀବନ ପ୍ରମାଣ ଆପ୍‌ ଦ୍ବାରା ଫେସ ଅଥେଣ୍ଟିକେସନ ଟେକ୍ନୋଲୋଜି ବ୍ୟବହାର କରାଯାଇ ଜୀବନ ପ୍ରମାଣପତ୍ର ବା ଲାଇଫ ସାର୍ଟିଫିକେଟ ଦାଖଲ କରାଯାଇଥିଲା। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ଏବଂ ଏସବିଆଇ ସିପିପିସି ଭୁବନେଶ୍ବର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅନୁସଚିବ ବିଶାଲ କୁମାର, ୟୁଆଇଡିଏଆଇର ଅଧିକାରୀଗଣ, ଭାରତୀୟ ଷ୍ଟେଟ ବ୍ୟାଙ୍କର ଡିଜିଟାଲ ଏବଂ ଟ୍ରାଞ୍ଜାକ୍ସନ ବ୍ୟାଙ୍କିଙ୍ଗ ବିଭାଗ ଡିଜିଏମ ଶ୍ରୀ ଅମରେନ୍ଦ୍ର କୁମାର ଉପସ୍ଥିତ ଥିଲେ। ପେନସନଭୋଗୀଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ ସୁବିଧା ପ୍ରଦାନ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଏହି ନୂଆ ପ୍ରୟାସ ଆରମ୍ଭ କରାଯାଇଛି। ପେନସନଭୋଗୀମାନେ ଜୀବନ ପ୍ରମାଣ ପୋର୍ଟାଲ ଜରିଆରେ ଡିଜିଟାଲ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଫେସ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ ଆଜି ପୂର୍ବାହ୍ନରେ ସାନ ହନ୍ତୁଆଡ଼ ଗ୍ରାମର ହେମନ୍ତ ସ୍ୱାଇଁ (୨୮) ଓଡଗାଁରୁ କାମ ସାରି ନିଜ ବାଇକରେ ଗଣେଶ ପାଇକରାୟଙ୍କ ସହ ଘରକୁ ଫେରୁଥିବା ବେଳେ ଓଡଗାଁ-କୋଳଥଡିହ ମଝି ରାସ୍ତାରେ ଏକ ବୋଲେରୋ ପିକ ଅପ ଗାଡ଼ି ହେମନ୍ତଙ୍କ ବାଇକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକରୁ ଛିଟିକି ତଳେ ପଡିଯାଇଥିବା ବେଳେ ହେମନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତ ଗଣେଶଙ୍କୁ ସ୍ଥାନୀୟ ବ୍ୟକ୍ତି ଉଦ୍ଧାର କରି ବାଣପୁର ମେଡିକାଲ ପଠାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ମୃତ ହେମନ୍ତଙ୍କ ପିତା ରବୀନ୍ଦ୍ର ସ୍ୱାଇଁଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନମ୍ବର ୪୯୦/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ…

Read More

ଭୁବନେଶ୍ବର: ସାରା ରାଜ୍ୟରେ ବର୍ତ୍ତମାନ ଶୀତର ଲହରୀ ଅନୁଭୂତ ହେବାରେ ଲାଗିଛି। ପାଣିପାଗ ବିଭାଗ ଅନୁସାରେ ଗତକାଲି ରାତିରେ ରାଜ୍ୟର ୯ ସ୍ଥାନର ତାପମାତ୍ରା ୧୪ ଡ଼ିଗ୍ରୀ ତଳେ ରହିଥିଲା। ଶିମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହୋଇଥିଲା। ଗତକାଲି ରାତିରେ ବିଭିନ୍ନ ସହରର ତାପମାତ୍ରା ହେଲା ଶିମିଳିଗୁଡା- ୬.୪ ଡିଗ୍ରୀ ସେଣ୍ଟିଗ୍ରେଡ ଜି. ଉଦୟଗିରି- ୮.୦ ଡିଗ୍ରୀ ସେଣ୍ଟିଗ୍ରେଡ ଫୁଲବାଣୀ- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ କୋରାପୁଟ- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ ଦାରିଙ୍ଗବାଡି- ୧୦.୫ ଡିଗ୍ରୀ ସେଣ୍ଟିଗ୍ରେଡ ଭବାନୀପାଟଣା- ୧୨ ଡିଗ୍ରୀ ସେଣ୍ଟିଗ୍ରେଡ ବୌଦ୍ଧ- ୧୨ ଡିଗ୍ରୀ ସେଣ୍ଟିଗ୍ରେଡ ଝାରସୁଗୁଡା- ୧୩.୨ ଡିଗ୍ରୀ ସେଣ୍ଟିଗ୍ରେଡ କେନ୍ଦୁଝର- ୧୩.୪ ଡିଗ୍ରୀ ସେଣ୍ଟିଗ୍ରେଡ ଜି.ଉଦୟଗିରି (କନ୍ଧମାଳ)- ୮.୦ ଡିଗ୍ରୀ ସେଣ୍ଟିଗ୍ରେଡ ଫୁଲବାଣୀ (କନ୍ଧମାଳ)- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ କୋରାପୁଟ- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ ଦାରିଙ୍ଗବାଡି(କନ୍ଧମାଳ)- ୧୦.୫  ଡିଗ୍ରୀ ସେଣ୍ଟିଗ୍ରେଡ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। R

Read More

ନୂଆଦିଲ୍ଲୀ: ଅଭିନେତ୍ରୀ ସନ୍ନି ଲିଓନୀ, ତାଙ୍କ ସ୍ୱାମୀ ଡାନିଏଲ ୱେବର ଏବଂ ସେମାନଙ୍କର ଜଣେ କର୍ମଚାରୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଠକେଇ ମାମଲାରେ ଆଜି କେରଳ ହାଇକୋର୍ଟ ଅପରାଧିକ ମାମଲା ସ୍ଥଗିତ ରଖିଛନ୍ତି। ତାଙ୍କ ବିରୋଧରେ ମାମଲା ରଦ୍ଦ କରିବାକୁ ଲିଓନିଙ୍କ ଆବେଦନ ଉପରେ ଜଷ୍ଟିସ ଜିଆଦ ରେହମାନ ଏଏ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏହି ପିଟିସନର ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଅପରାଧିକ ପ୍ରକ୍ରିୟା ସ୍ଥଗିତ ରଖିଛନ୍ତି। ଘଟଣା କଣ ଥିଲା?: କେରଳରେ ଅବସ୍ଥିତ ଏକ ଇଭେଣ୍ଟ ମ୍ୟାନେଜର ଲିଓନି, ତାଙ୍କ ସ୍ୱାମୀ ଏବଂ ସେମାନଙ୍କ କର୍ମଚାରୀଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ। ଅଭିଯୋଗକାରୀ ଅଭିଯୋଗ କରିଥିଲେ ଯେ, ଏହି କାର୍ଯ୍ୟକ୍ରମରେ ଯୋଗଦେବା ଏବଂ ଅଭିନୟ କରିବା ପାଇଁ ଲିଓନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦିଆଯାଇଥିଲା, କିନ୍ତୁ ଅଭିନେତ୍ରୀ ଜଣକ ଯୋଗ ଦେଇନଥିଲେ। ଏହା ପରେ ତାଙ୍କ ବିରୋଧରେ ଧାରା ୪୦୬, ୪୨୦ ଏବଂ ୩୪ ଅନୁଯାୟୀ ଏକ ମାମଲା…

Read More

ଭୁବନେଶ୍ବର: ଆଜି ହେଉଛି ଭାରତର ପ୍ରଖ୍ୟାତ ମିଡିଆମ୍ୟାନ ବା ମିଡିଆ ବାଦଶାହା ରାମୋଜୀ ରାଓଙ୍କ ଜନ୍ମ ଦିନ। ଆଜି ସେ ୮୭ ବର୍ଷ ବୟସରେ ପାଦ ଦେଇଛନ୍ତି। ତାଙ୍କର ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟି। ସେ ଦେଶରେ ଆଞ୍ଚଳିକ ଭାଷାର ଇଲଟ୍ରୋନିକ ମିଡିଆ ପ୍ରତିଷ୍ଠା କରି ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛିନ୍ତି। ‘ ଇଟିଭି ‘ ଚ୍ୟାନେଲ ହେଉଛି ଦେଶର ଘରେ ଘରେ ପରିଚିତ ହୋଇଥିବା ଏକ ନାମ। ସାରା ଦେଶରେ ଇଟିଭି ଯେପରି ନାମ କମାଇଥିଲା ଠିକ୍ ସେହିପରି ଓଡିଶାରେ ମଧ୍ୟ ‘ଇଟିଭି ଓଡିଆ’ ମିଡିଆ ଜଗତରେ ଏକ ବାଦଶାହା ହୋଇ ପାରିଥିଲା। ୨୦୦୧ ମସିହାରେ ଓଡିଶାରେ ଆରମ୍ଭ ହୋଇଥିଲା ଇଟିଭି ଓଡିଆ ଚ୍ୟାନେଲ। ସେତେବେଳେ ଓଡିଶାରେ ଟେଲିଭିଜନ ମିଡିଆର କୌଣସି ସ୍ଥିତି ନ ଥିଲା। ରାଜ୍ୟରେ ଟେଲିଭିଜନ ହେଉଛି ଏକ ଆକର୍ଷିତ ମନୋରଂଜନର ମାଧ୍ୟମ ବୋଲି ଇଟିଭି ଓଡିଆ ପ୍ରମାଣିତ କରିଥିଲା। ଓଡିଶାରେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ପ୍ରଥମାଷ୍ଟମୀରେ ସାଧାରଣତଃ ଘରର ପ୍ରଥମ ସନ୍ତାନଙ୍କୁ ପୂଜା କରାଯାଇଥାଏ।ଘରର ବଡ଼ ପୁଅ ବା ବଡ଼ ଝିଅ ମାମୁଁ ଘରୁ ଆସିଥିବା ନବବସ୍ତ୍ର ପରିଧାନ କରି ବନ୍ଦାପନା ହୋଇ ବିଭିନ୍ନ ସ୍ଵାଦିଷ୍ଟ ପିଠାପଣା ଖାଇବା ପରମ୍ପରା ଓଡ଼ିଶାର ଏକ ପ୍ରଧାନ ପରମ୍ପରା। ସେହିପରି ମା’ ଭଗବତୀ ମଧ୍ୟ ଏହି ଦିନ ପଢୁଆଁ ହୋଇଥାନ୍ତି। ମା’ ଭଗବତୀଙ୍କ ରିତିନୀତିରେ ଏହି ପ୍ରଥମାଷ୍ଟମୀ ଏକ ମହତ ରଖେ। ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତି ପ୍ରଥମାଷ୍ଟମୀରେ ପଢୁଆଁ ହେଲା ପରି ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀ ମଧ୍ୟ ପ୍ରଥମାଷ୍ଟମୀ ଦିନ ପଢୁଆଁ ହୋଇଥାନ୍ତି। ମା’ଙ୍କ ପିତ୍ରାଳୟରୁ ଆସିଥିବା ନବବସ୍ତ୍ର ପରିଧାନ କରି ନୂଆ ଚାଉଳ, ନୂଆ ବିରି, ନଡ଼ିଆ, ଗୁଡ଼ରେ ପ୍ରସ୍ତୁତ ଏଣ୍ଡୁରି ପିଠା ସହ ନାନାଦି ନୈବେଦ୍ୟ ଗ୍ରହଣ କରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ଦେବୀଙ୍କର ମାନବୀୟ ଲୀଳାର ଆଜିର ଏହି ପରମ୍ପରା ଦେବୀ ଭଗବତୀ ପୀଠରେ…

Read More

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ​​ଟିକେଟ୍ ବିକ୍ରି ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁର୍ନୀତି ନିବାରଣ ବ୍ୟୁରୋ ଦ୍ୱାରା ଆମ୍ ଆଦମୀ ପାର୍ଟି ନେତା ଅଖିଳେଶ ତ୍ରିପାଠୀଙ୍କ ଘନିଷ୍ଠ ସହଯୋଗୀ ଓମ୍ ସିଂଙ୍କୁ ଗିରଫ କରାଯାଇଛି। ଏହା ବ୍ୟତୀତ ଓମ ସିଂଙ୍କ ସହଯୋଗୀ ଶଙ୍କର ପାଣ୍ଡେ ଏବଂ ପ୍ରିନ୍ସ ରଘୁବଂଶୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୋଗ ଅନୁଯାୟୀ, ଟିକେଟ୍ ପାଇଁ ଅଖିଳେଶ ପତି ତ୍ରିପାଠୀ ୯୦ ଲକ୍ଷ ଟଙ୍କା ମାଗିଥିଲେ, ସେଥିମଧ୍ୟରୁ ସେ ଅଖିଳେଶ ପତି ତ୍ରିପାଠୀଙ୍କୁ ୩୫ ଲକ୍ଷ ଟଙ୍କା ଏବଂ ଅଖିଳେଶଙ୍କ ନିର୍ଦ୍ଦେଶରେ ୱଜିରପୁର ବିଧାୟକ ରାଜେଶ ଗୁପ୍ତାଙ୍କୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଦିଲ୍ଲୀର ଦୁର୍ନୀତି ନିବାରଣ ଶାଖା ଆମ୍ ଆଦମୀ ପାର୍ଟି ନେତା ଅଖିଳେଶ ପତି ତ୍ରିପାଠୀଙ୍କ ଘନିଷ୍ଠ ସହଯୋଗୀ ଓମ୍ ସିଂ, ଶଙ୍କର ପାଣ୍ଡେ ଏବଂ ପ୍ରିନ୍ସ ରଘୁବଂଶୀଙ୍କୁ ଗିରଫ କରିଛି। ଅଭିଯୋଗ…

Read More

ଭୁବନେଶ୍ବର: ପ୍ରଥମାଷ୍ଟମୀରେ ସାଧାରଣତଃ ଘରର ପ୍ରଥମ ସନ୍ତାନଙ୍କୁ ପୂଜା କରାଯାଇଥାଏ। ସେହିପରି ଭଗବାନ ହେଲେ ମଧ୍ୟ କଣ ହେଲା ପ୍ରଭୃ ଲିଙ୍ଗରାଜ ମଧ୍ୟ ଏହି ଦିନ ପଢୁଆଁ ହୋଇଥାନ୍ତି। ଲିଙ୍ଗରାଜଙ୍କ ରିତିନୀତିରେ ଏହି ପ୍ରଥମାଷ୍ଟମୀ ଏକ ମହତ ରଖେ। ସେଦିନ ଏକ ସ୍ବତନ୍ତ୍ର ପୂଜା କରାଯାଇଥାଏ। ପ୍ରଥମାଷ୍ଟମୀ ଦିନ ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଁଘର ଯାତ୍ରା ହୋଇଥାଏ। ଲିଙ୍ଗରାଜ ମହାପ୍ରଭୁ ଏହିଦିନ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ତାଙ୍କ ମାମୁଁଘର ରୂପେ ପରିଚିତ କପାଳିମଠକୁ ପଢୁଆଁ ହେବା ପାଇଁ ଯାଆନ୍ତି। ଏହି ମଠର ଆରାଧ୍ୟ ଦେବତା ‘ବରୁଣେଶ୍ୱର’ ଓ ‘ବନଦେବ’। ଏ ଦୁହେଁ ଲିଙ୍ଗରାଜଙ୍କର ମାମୁଁ- ମାଇଁ ରୂପେ ପ୍ରଖ୍ୟାତ। ଏହି ମଠ ହତାରେ ଗୋଟିଏ ପୁଷ୍କରିଣୀ ରହିଛି। ତାହା ପାପନାଶିନୀ ରୂପେ ପରିଚିତ। ପ୍ରଥମାଷ୍ଟମୀ ଦିନ ଏହି ପୁଷ୍କରିଣୀର ଜଳ ପାନକଲେ ପାପକ୍ଷୟ ହୁଏ ଓ ବନ୍ଧ୍ୟାନାରୀ ସନ୍ତାନବତୀ ହୁଅନ୍ତି ବୋଲି ପ୍ରବାଦ ଅଛି। ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’। ପୂର୍ବେ…

Read More