Author: Samikhsya Bureau

ନୂଆଦିଲ୍ଲୀ: ଚିରଞ୍ଜିବୀ। ଆଜ୍ଞା ହଁ! ୨୦୨୨ ବର୍ଷ ପାଇଁ ୫୩ତମ ଆଇଏଫଏଫଆଇ ଇଣ୍ଡିଆନ୍ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାର ଅଭିନେତା-ନିର୍ମାତା ମେଗାଷ୍ଟାର ଚିରଞ୍ଜିବୀ କୋନିଡେଲାଙ୍କୁ ସମ୍ମାନିତ କରାଯିବ। ଆଜି ଗୋଆରେ ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଆଇଏଫଏଫଆଇ ର ୫୩ତମ ସଂସ୍କରଣର ଭବ୍ୟ ଉଦଘାଟନୀ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏହି ଘୋଷଣା କରିଛନ୍ତି। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଏକ ଗୌରବଜ୍ଜ୍ବଳ ଚଳଚ୍ଚିତ୍ର କ୍ୟାରିଅରରେ ଚିରଞ୍ଜିବୀ ତେଲୁଗୁ ଭାଷାରେ ୧୫୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏହା ସହିତ ହିନ୍ଦୀ, ତାମିଲ ଏବଂ କନ୍ନଡ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି। ତାଙ୍କୁ ତେଲୁଗୁ ସିନେମାର ଅନ୍ୟତମ ସଫଳ ତଥା ପ୍ରଭାବଶାଳୀ ଅଭିନେତା ଭାବରେ ବିବେଚନା କରାଯାଏ। ସେ ୧୯୮୨ରେ ଇଣ୍ଟିଲୋ ରାମାୟା ଭେଡିଲୋ କ୍ରିଷ୍ଣାୟା ରେ ନିଜର ପ୍ରଦର୍ଶନ ସହିତ ଦର୍ଶକଙ୍କ ହୃଦୟ ଜିଣିଥିଲେ ।…

Read More

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଂଚଳରେ ବେଆଇନ ଭାବରେ ମାଙ୍କଡା ପଥର ଲୁଟ ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି। ମାଫିଆମାନେ ଦିନ ଦ୍ୱିପ୍ରହରେ ଜଂଗଲ ଜମି, ସରକାରୀ ଜମି, ଗୋଚର ଜମି ଓ ଚାଷ ଜମିରେ ମାଙ୍କଡା ପଥର ଖଣି ଖୋଳି ଲୁଟି ଚାଲିଛନ୍ତି। ମାଫିଆମାନେ ସ୍ପଷ୍ଟ ଦିବାଲୋକରେ ଜେସିବି, ଟ୍ରାକ୍ଟର, ଟ୍ରକ, ପଥରକଟା ମେସିନ ଲଗାଇ ମୂଲ୍ୟବାନ ମାଙ୍କଡା ପଥର ଲୁଟି ନେଉଛନ୍ତି। ଯାହାଫଳରେ ସରକାରଙ୍କ କୋଟିକୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଛି। ପ୍ରଶାସନ ପକ୍ଷରୁ ଆଖି ଦୃଷ୍ଟିଆ ଚଢ଼ାଉ କରାନଯିବାରୁ ଖଣି ମାଫିଆ ନିର୍ଭୟରେ ମାଙ୍କଡା ପଥର ଲୁଟି ଚାଲିଛନ୍ତି। ତେବେ ଆଜି ବେଆଇନ ଖଣିରୁ ପଥର ଚୋରାଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଜଙ୍କିଆ ଥାନା ଆଇଆଇସି ଅନିତା ସାହୁଙ୍କ ନେତୃତ୍ୱରେ ଅଚାନକ ସଦଳବଳେ ଟାଙ୍କୋଳ ଓ ଓଳସିଂହ ଡମଣଭୂଇଁ ଅଞ୍ଚଳରେ ଚଢାଉ କରି ୧୩ ଗୋଟି ମାଙ୍କଡା ପଥର ବୋଝେଇ ଗାଡି,…

Read More

ନୂଆଦିଲ୍ଲୀ: “ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ସାରା ବିଶ୍ୱର ଚଳଚ୍ଚିତ୍ର ନିର୍ଦ୍ଦେଶକ ମାନଙ୍କ ପ୍ରତିଭା ଓ କୃତି ପ୍ରଦର୍ଶନ ପାଇଁ ଏକ ମଞ୍ଚରେ ପରିଣତ ହୋଇଛି। ଭାରତ ନିଶ୍ଚିତ ଭାବେ ଚଳଚ୍ଚିତ୍ରର ସହ-ନିର୍ମାଣ, ନିର୍ମାଣ ପରବର୍ତ୍ତୀ କାର୍ଯ୍ୟ , ଚଳଚ୍ଚିତ୍ର ସୁଟିଂ ତଥା ଫିଲ୍ମ କ୍ଷେତ୍ରରେ ପ୍ରଯୁକ୍ତି ସହଭାଗୀ ମାନଙ୍କ ପାଇଁ ଏକ କେନ୍ଦ୍ରସ୍ଥଳୀରେ ପରିଣତ ହେବ।’’ ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର। ଆଜି ଗୋଆ ଠାରେ ଆଇଏଫ୍‌ଏଫ୍‌ଆଇ ୫୩ ତମ ସଂସ୍କରଣକୁ ଆରମ୍ଭ କରି ସେ ଏହା କହିଥିଲେ। ଆଇଆଇଏଫ୍‌ଆଇର ୫୩ତମ ସଂସ୍କରଣରେ ପ୍ରଦର୍ଶିତ ହେବାକୁ ଥିବା ପ୍ରଥମ ଫିଲ୍ମ ଅଷ୍ଟ୍ରୀୟ ନିର୍ଦ୍ଦେଶକ ଡାଏଟର୍ ବର୍ଣ୍ଣରଙ୍କ ଚଳଚ୍ଚିତ୍ର ଆଲ୍‌ମା ଏଣ୍ଡ ଓସ୍କାରର ୱାର୍ଲ୍ଡ ପ୍ରିମିୟର ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇ ଦେଇଥିଲେ। ସେ କହିଥିଲେ ଯେ ପ୍ରତି ବର୍ଷ ଏହି ଉତ୍ସବ ଦିନକୁ…

Read More

ପୁରୀ: ଆଜି ପୁରୀ ଠାରୁ ରାତ୍ରୀ ୮ ଘଣ୍ଟା ୪୫ ମିନିଟରେ ୧୮୪୭୭ ପୁରୀ – ଯୋଗନଗରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଛାଡିବାକୁ ଥିଲା। କିନ୍ତୁ ସଂଯୋଗକାରୀ ଟ୍ରେନ ଚଳାଚଳରେ ବିଳମ୍ବ ଯୋଗୁଁ  ଏହି ଟ୍ରେନ ଆସନ୍ତାକାଲି (୨୧ ତାରିଖ) ଭୋର ୫ ଘଟିକାରେ ପୁରୀ ଠାରୁ ଛାଡିବ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ନାରଣଦେଇପୁର ଗ୍ରାମ ଦେବରାଜ ବିଶୋଇଙ୍କ ଝିଅ ବର୍ଷାରାଣୀ ପ୍ରଧାନ ବାଲୁଗାଁ ଥାନା କିମ୍ଭିରୀପଡା ଗ୍ରାମର ଲକ୍ଷ୍ମୀଧର ପ୍ରଧାନଙ୍କ ପୁଅ ଜିତୁ ପ୍ରଧାନଙ୍କୁ ଚଳିତ ବର୍ଷ ଜୁନ ମାସ ୧୯ ତାରିଖରେ ବିବାହ କରିଥିଲେ। ତେବେ ଶାଶୁ ଘରେ କଳହ ଲାଗି ରହିବାରୁ ବର୍ଷା ଦୀର୍ଘମାସ ହେଲା ନିଜ ବାପଘର ନାରଣଦେଇପୁର ଗ୍ରାମରେ ରହୁଥିଲେ। ହେଲେ ଆଜି ସଂନ୍ଧ୍ୟାରେ କୌଣସି କାରଣବଶତଃ ବିଷ ପିଇଦେଇଥିଲେ। ପରିବାରବର୍ଗ ତାଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲ ଆଣିଥିବା ବେଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଡାକ୍ତର ଏ ନେଇ ବାଣପୁର ପୋଲିସକୁ ଖବର ଦେଇଥିବା ବେଳେ ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଦେଇଛି।

Read More

ଭୁବନେଶ୍ୱର: ଡିସେମ୍ବର ୧୫ ତାରିଖରେ ବରଗଡ଼ ଷ୍ଟେସନରୁ ଭାୟା ପଦମପୁର ଦେଇ ନୂଆପଡ଼ା ରୋଡ଼ ଷ୍ଟେସନ୍ ପର୍ଯ୍ୟନ୍ତ ଏକ ନୂତନ ରେଳଲାଇନ୍ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ। ଏ ନେଇ ସେ ବିଧିବଦ୍ଧ ଭାବେ ଟୁଇଟ୍ କରି ସୂଚନା ମଧ୍ୟ ଦେଇଥିଲେ। ଇତିମଧ୍ୟରେ ଏହି ଘୋଷଣାକୁ ଚାରି ବର୍ଷ ପୂରିବାକୁ ଯାଉଛି। ମାତ୍ର ଏ ନେଇ ରାଜ୍ୟ ସରକାର ବାରମ୍ବାର ରେଳ ମନ୍ତ୍ରଣାଳୟକୁ ଜଣାଇ ଆସୁଥିଲେ ହେଁ ଏଯାଏ ଏହି ରେଳଲାଇନ୍ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରିନାହିଁ। ତେଣୁ ରେଳଲାଇନ ମଞ୍ଜୁର ହୋଇଥିବା କଥା କହି ଚାରି ବର୍ଷ ହେଲା କେନ୍ଦ୍ର ସରକାର ପଦମପୁରବାସୀଙ୍କୁ ଭୁଆଁ ବୋଲି ଆସୁଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ରେଳ ମନ୍ତ୍ରଣାଳୟ ନିଜ ପ୍ରତିଶ୍ରୁତି ରକ୍ଷା କରି ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ତୁରନ୍ତ ଏହି ପ୍ରକଳ୍ପ କାର‌୍ୟ୍ୟ ଆରମ୍ଭ କରିବାକୁ ବିଜେଡି…

Read More

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଶନିବାର ଦିନ ଏକ ସାଧାରଣ ସଭାରେ ବିଜେପି ଉପରେ ଆକ୍ରମଣ କରିଛନ୍ତି। ଏଥି ସହ ସେ ଲୋକମାନଙ୍କୁ ଚେତାବନୀ ଦେଇଛନ୍ତି ଯେ, କିଛି ନେତା ଧାର୍ମିକ ବିଭେଦ ସୃଷ୍ଟି କରି ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ଫାରୁକ୍ ଅବଦୁଲ୍ଲା ଶୁକ୍ରବାର ଦିନ ଜାତୀୟ ସମ୍ମିଳନୀ ସଭାପତି ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ବିଜେପିକୁ ଟାର୍ଗେଟ କରି ଫାରୁକ ଅବଦୁଲ୍ଲା କହିଛନ୍ତି ଯେ, ନିର୍ବାଚନ ସମୟରେ ସେମାନେ ‘ହିନ୍ଦୁ ବିପଦରେ’ ଶବ୍ଦ ବ୍ୟବହାର କରିବେ, କିନ୍ତୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ, ଏହାର ଶିକାର ନ ହୁଅନ୍ତୁ। ଅବଦୁଲ୍ଲା ଆହୁରି କହିଛନ୍ତି ଯେ, ପ୍ରଭୁ ରାମ କେବଳ ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ନୁହେଁ। ଜମ୍ମୁ କାଶ୍ମୀରର ଅଖନୁର ଜିଲ୍ଲାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଅବଦୁଲ୍ଲା କହିଛନ୍ତି ଯେ, କୌଣସି ଧର୍ମ ଖରାପ ନୁହେଁ, ମଣିଷ ହିଁ…

Read More

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତିରୁ ସାଧାରଣ ଜନତାଙ୍କୁ କୌଣସି ଆଶ୍ଵସ୍ତି ନାହିଁ। ବର୍ତ୍ତମାନ କ୍ଷୀରର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ମଦର ଡାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି ଏବଂ ଫୁଲ୍ କ୍ରିମ୍ କ୍ଷୀର ବର୍ତ୍ତମାନ ଲିଟର ପିଛା ୬୩ ଟଙ୍କା ବଦଳରେ ୬୪ ଟଙ୍କାରେ ଉପଲବ୍ଧ ହେବ। କ୍ଷୀରର ମୂଲ୍ୟ ଲିଟର ପିଛା ୧ ଟଙ୍କାକୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ମଦର ଡାଏରୀ ଟୋକେନାଇଜଡ୍ କ୍ଷୀରର ମୂଲ୍ୟ ବୃଦ୍ଧି କରି ଏହାକୁ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି। ମଦର ଡାଏରୀ ଟୋକେନ୍ କ୍ଷୀରର ମୂଲ୍ୟ ଲିଟର ପିଛା ୪୮ ରୁ ୫୦ ଟଙ୍କାକୁ ବୃଦ୍ଧି କରିଛି। ଯାହାଫଳରେ ବର୍ତ୍ତମାନ ଦୈନନ୍ଦିନ କ୍ଷୀର ଏବଂ ଚା’ ପାଇଁ ମଧ୍ୟ ବହୁତ ଖର୍ଚ୍ଚ କରିବାକୁ ପଡିବ। ଅବଶ୍ୟ, ଏହା ଏକ ଆରାମଦାୟକ ବିଷୟ ଯେ, ଫୁଲ କ୍ରିମ୍ କ୍ଷୀରର ଅଧା ଲିଟର ପ୍ୟାକେଟର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ଯଦି ଆପଣ…

Read More

ନୂଆଦିଲ୍ଲୀ: ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହସପିଟାଲରେ ଭର୍ତ୍ତି ହୋଇଥିଲେ। କାରଣ ଥିଲା ତାଙ୍କର ଡାହାଣ ଆଖିର ମୋତିଆ ବନ୍ଦୁ ଅପରେସନ କରାଯାଇଥିଲା। ସେଥିପାଇଁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଆର୍ମି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଆଜି ସକାଳେ ହସପିଟାଲ ଯାଇଥିଲେ, ଅପରେସନ ପରେ ତାଙ୍କୁ ଡିସଚାର୍ଯ୍ୟ କରାଯାଇଛି। ରାଷ୍ଟ୍ରପତିଙ୍କର ଗତ ଅକ୍ଟୋବର16 ତାରିଖରେ ବାମ ଆଖିରେ ଅପରେସନ କରାଯାଇଥିଲା। ଏହାପରେ ଆଜି ଡାହାଣ ଆଖିର ମୋତିଆ ବିନ୍ଦୁ ଅପରେସନ କରାଯାଇଛି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ବଦଳୁଛି ରାଜନୈତିକ ସମୀକରଣ। ନିକଟରେ ପଂଚାୟତ ନିର୍ବାଚନ ସମୟର ଗଣ୍ଡଗୋଳ ପରଠାରୁ ସରକାରୀ ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେଵ ସୁପ୍ରିମକୋର୍ଟଙ୍କ କଟକଣା ଯୋଗୁଁ ନିର୍ବାଚନ ମଣ୍ଡଳୀକୁ ପଶି ପାରୁନାହାନ୍ତି। ତଥାପି ବିଧାୟକଙ୍କ ନିର୍ଦ୍ଦେଶରେ ଦଳର ନେତୃବୃନ୍ଦ ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ଦଳ ତଥା ସରକାରଙ୍କ ଦ୍ୱାରା ଚିଲିକା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାବଦରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ପ୍ରଦାନ କରିଛନ୍ତି। ଆଜି ବାଣପୁର ବିଜୁ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବାଣପୁର ବ୍ଲକରେ ସରକାରଙ୍କ ଦ୍ୱାରା ଉନ୍ନୟନ କାର୍ଯ୍ୟକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହ ଏକ ପ୍ରେସ ଇସ୍ତାହାର ଜାରି କରିଥିଲେ ଗୋପୀନାଥ ମହାରଣା। ଜିଲ୍ଲା ଏମପି ପ୍ରତିନିଧି ମାନସ ରଞ୍ଜନ…

Read More

ମୁମ୍ବାଇ: ବିଶ୍ବର ଅନ୍ୟତମ ଧନୀ ବ୍ୟକ୍ତି ତଥୀ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଝିଅ ଇଶା ଆମ୍ବାନୀ ଏବଂ ଜ୍ବାଇଁ ଆନନ୍ଦ ପିରାମଲଙ୍କୁ ନେଇ ଆସିଛି ବଡ ଖବର। ତାହା ହେଲା ଉଭୟ ଇଷା ଓ ଆନନ୍ଦ ଗତକାଲି ଜାଆଁଳା ଛୁଆର ପିତାମାତା ହୋଇଛନ୍ତି। ଜାଆଁଳାଙ୍କ ମଧ୍ୟରୁ ଜଣେ ପୁଅ ଏବଂ ଆଉ ଜଣେ ଝିଅ। ତେବେ ଉଭୟଙ୍କ ନାମ କରଣ ମଧ୍ୟ କରାଯାଇଛି। ପୁଅର ନାମ କ୍ରିଷ୍ଣା ରଖାଯାଇଥିବା ବେଳେ ଝିଅର ନାମ ଆଦୀୟା ରଖାଯାଇଛି। ଦୁଇ ଛୁଆ ଏବଂ ମା ଇଷାଙ୍କ ସ୍ବାସ୍ଥ୍ୟ ଭଲ ଅଛି ବୋଲି ଆମ୍ବାନୀ ପରିବାର ତରଫରୁ କୁହାଯାଇଛି। ଇଶା ଏବଂ ଆନନ୍ଦ ଗତ 2018 ଡିସେମ୍ବର 12 ତାରିଖରେ ବିବାହ କରିଥିଲେ।

Read More

ଭୁବନେଶ୍ବର: ବରିଷ୍ଠ କାହାଣୀ ଏବଂ ସଂଳାପ ଲେଖକ, ଚଳଚ୍ଚିତ୍ର ତଥା ଧାରାବାହିକ ନିର୍ଦ୍ଦେଶକ ନନ୍ଦଲାଲ ମହାପାତ୍ରଙ୍କ ହୃଦରୋଗରେ ପରଲୋକ ଘଟିଛି।  ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ହେଲେ ଶେଷରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ସ୍ବର୍ଗତଃ ନନ୍ଦଲାଲ ମହାପାତ୍ରଙ୍କ ଅନବଦ୍ୟ ସୃଷ୍ଟି ମଧ୍ୟରୁ “ଶୀତ ରାତି, କ୍ଲାନ୍ତ ଅପରାହ୍ନ, ମଝି ପାହାଚ, କିଛି ସ୍ମୃତି କିଛି ଅନୁଭୂତି, ପର ଝିଅ ଘର ଭାଙ୍ଗେନା, ନୀରବ ଝଡ଼, ଗାଁ ର ନାଁ ଗାଲୁଆପୁର, ଆଦି ଚଳଚିତ୍ରରେ ସେ କାହାଣୀ ତଥା ସଂଳାପକାର ଥିଲେ। ମୁକ୍ତି ଅପେକ୍ଷାରେ ଥିବା ପ୍ରତୀକ୍ଷା ଚଳଚିତ୍ରରେ ସେ ସଂଳାପ ଲେଖିଛନ୍ତି।

Read More

ନୂଆଦିଲ୍ଲୀ: ବିବାହ ପଞ୍ଚମି ଦିନ ରାମ-ସୀତା ବିବାହ କରିଥିଲେ। ଏଥର ନଭେମ୍ବର ୨୮ ତାରିଖରେ ବିବାହ ପଞ୍ଚମି। ହିନ୍ଦୁ ଧର୍ମରେ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ, କିନ୍ତୁ ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ବିବାହ ଏବଂ ବିବାହର ଶୁଭ କାର୍ଯ୍ୟ କରାଯାଏ ନାହିଁ। କୁହାଯାଏ ବିବାହ ପରେ ସୀତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏଥିମଧ୍ୟରୁ ଗୋଟିଏ ନିର୍ବାସନ ଥିଲା, ଯେଉଁଥିରେ ରାବଣ ସୀତାଙ୍କୁ ଅପହରଣ କରିଥିଲା। ଯେତେବେଳେ ହନୁମାନ ଜୀ ସୀତାଙ୍କ ସନ୍ଧାନରେ ଲଙ୍କାରେ ପହଞ୍ଚିଥିଲେ, ଦେବୀ ତାଙ୍କୁ ଶ୍ରୀ ରାମଙ୍କ ନିକଟକୁ ଯିବାକୁ ମନା କରିଦେଇଥିଲେ। ଧାର୍ମିକ ବିଶ୍ୱାସ ଅନୁଯାୟୀ ସୀତା ମନା କରିବାର ଅନେକ କାରଣ ଥିଲା। ଆସନ୍ତୁ ଜାଣିବା…. ଦେବୀ ସୀତା ହନୁମାନଙ୍କ ସହ ଲଙ୍କାକୁ କାହିଁକି ଗଲେ ନାହିଁ?: ୧- ଧର୍ମର ପାଳନ ହେତୁ: ଯେତେବେଳେ ହନୁମାନ ଜୀ ସୀତାଙ୍କୁ ଶ୍ରୀରାମଙ୍କ ପାଖକୁ ନେବା ପାଇଁ ଅଶୋକ…

Read More

ନୂଆଦିଲ୍ଲୀ: ମନୋରଞ୍ଜନ ଜଗତରୁ ଖରାପ ଖବର ଆସିଛି। ବଙ୍ଗୀୟ ଅଭିନେତ୍ରୀ ଆଣ୍ଡ୍ରିଲା ଶର୍ମାଙ୍କ ଦେହାନ୍ତ ହୋଇଛି। ବ୍ରେନ ଷ୍ଟ୍ରୋକ ଯୋଗୁଁ କୋଲକାତା ଡାକ୍ତରଖାନାରେ ଚିକିତ୍ସା ସମୟରେ ଆଣ୍ଡ୍ରିଲା ଶର୍ମାଙ୍କର ମୃତ୍ୟୁ ହୋଇଛି। ଗତ କିଛି ଦିନ ହେବ ଆଣ୍ଡ୍ରିଲା ଶର୍ମା କୋମାରେ ଥିଲେ। ତାଙ୍କର ସମସ୍ତ ପ୍ରଶଂସକ ଏବଂ ଇଣ୍ଡଷ୍ଟ୍ରି ସାଙ୍ଗମାନେ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଥିଲେ, କିନ୍ତୁ ରବିବାର ଦିନ ଆଣ୍ଡ୍ରିଲାଙ୍କ ମୃତ୍ୟୁ ଖବର ସେମାନଙ୍କୁ ଝଟକା ଦେଇଛି। ସ୍ୱଳ୍ପ ଜୀବନରେ ଆଣ୍ଡ୍ରିଲା କର୍କଟ ଭଳି ଏକ ଗୁରୁତର ରୋଗକୁ ପରାସ୍ତ କରିଥିଲେ, କିନ୍ତୁ ନଭେମ୍ବର ୧ ତାରିଖରେ ଆଣ୍ଡ୍ରିଲା ଶର୍ମାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା। ଏହା ପରେ ଆଣ୍ଡ୍ରିଲା ଶର୍ମାଙ୍କ ଅବସ୍ଥା ବିଗିଡି ଯାଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପରେ, ନଭେମ୍ବର ୧୪ ତାରିଖରେ, ଆଣ୍ଡ୍ରିଲା ଡାକ୍ତରଖାନାରେ ଏକାସାଙ୍ଗରେ ଅନେକ ହୃଦ୍‌ଘାତର ଶିକାର ହୋଇଥିଲେ, ଏହି କାରଣରୁ ଆଣ୍ଡ୍ରିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି…

Read More

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୧୯୨ ରନର ଲକ୍ଷ୍ୟ ଦେଇଛି। ଏହି ସମୟରେ ସୂର୍ଯ୍ୟକୁମାର ଯାଦବ ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡର ବୋଲରମାନେ ସୂର୍ଯ୍ୟଙ୍କ ବ୍ୟାଟିଂ ଆଗରେ ସମ୍ପୂର୍ଣ୍ଣ ବିଫଳ ପ୍ରମାଣିତ ହୋଇଛନ୍ତି। ସେ ମାତ୍ର ୫୧ ବଲ ସମ୍ମୁଖୀନ ହୋଇ ଅପରାଜିତ ୧୧୧ ରନ୍ କରିଛନ୍ତି। ସୂର୍ଯ୍ୟକୁମାରଙ୍କ ଇନିଂସରେ ୧୧ ଟି ଚୌକା ଓ ୭ ଛକା ଅନ୍ତର୍ଭୁକ୍ତ। ନ୍ୟୁଜିଲ୍ୟାଣ୍ଡ ପାଇଁ ଶେଷ ଓଭରରେ ଟିମ ସାଉଥୀ ୩ ୱିକେଟ୍ ନେଇଥିଲେ। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆର ଭଲ ଆରମ୍ଭ ହୋଇନଥିଲା। ଓପନର୍ ଋଷଭ ପନ୍ତ ମାତ୍ର ୬ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ଏହା ପରେ ଇଶାନ କିଶନ ସୂର୍ଯ୍ୟକୁମାର ଯାଦବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ…

Read More

ନୂଆଦିଲ୍ଲୀ: ଗୁଜୁରାଟରେ ବିଧାନସଭା ନିର୍ବାଚନକୁ ନେଇ ଅନେକ ଉତ୍ସାହ ରହିଛି। ୨୭ ବର୍ଷ ଧରି ରାଜ୍ୟରେ ସରକାର ଚଳାଉଥିବା ବିଜେପିର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ଦଳ ପୁଣି ଥରେ ରାଜ୍ୟରେ ପଦ୍ମ ଫୁଟେଇବା ପାଇଁ ପୂର୍ଣ୍ଣ ବଳ ପ୍ରୟୋଗ କରୁଛି। କିନ୍ତୁ ବିଦ୍ରୋହୀ ନେତାମାନେ ପୁରା ଖେଳକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ବିଦ୍ରୋହୀଙ୍କ ବିରୋଧରେ ଏବେ ବିଜେପି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁଜରାଟ ବିଜେପି ରାଜ୍ୟ ସଭାପତି ସିଆର ପାଟିଲ ଦଳ ବିରୋଧରେ ବିଦ୍ରୋହ କରିଥିବା ୭ ନେତାଙ୍କୁ ନିଲମ୍ବିତ କରିଛନ୍ତି। ଦଳରୁ ଟିକେଟ୍ ନ ପାଇ ଏହି ନେତାମାନେ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଦଳରୁ ନିଲମ୍ବିତ ହୋଇଥିବା ନେତାଙ୍କ ମଧ୍ୟରେ ମଧୁ ଶ୍ରୀବାସ୍ତବ, ଅରବିନ୍ଦ ଲାଦାନି, ଦୀନୁ ପଟେଲ, ହର୍ଷଦ ବସବା ଏବଂ ଧୱଲ ସିଂ ଝାଲାଙ୍କ ସହିତ ୭ ଜଣ ନେତାଙ୍କ ନାମ ରହିଛି। ରାଜ୍ୟ ସଭାପତି ତାଙ୍କୁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ୫ଟି ସଚିବ ଭିକେ ପାଣ୍ଡିଆନ କୁଆଡେ ବାଣପୁର ଗସ୍ତରେ ଆସୁଛନ୍ତି ବୋଲି ଚିଲିକା ନିର୍ବାଚନ ମଣ୍ଡଳୀରେ ଚାଲିଛି ଚର୍ଚ୍ଚା। ସେଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରଶାସନ ଏପରି ପ୍ରସ୍ତୁତି ଦେଖି ସମସ୍ତେ ଅନୁମାନ କରିଛନ୍ତି ଯେ ୫ଟି ସଚିବ ବାଣପୁର ଆସୁଥିବାରୁ ଯୁଦ୍ଧ କାଳୀନ ଭିତ୍ତିରେ ଏପରି କାମ ହେଉଛି। ସୂଚନା ଥାଉକି ୫ଟି ସଚିବ ଭିକେ ପାଣ୍ଡିଆନ ରାଜ୍ୟର ପ୍ରମୁଖ ମନ୍ଦିର ଗୁଡ଼ିକ ପରିଦର୍ଶନ କରି ତାକୁ ନୂତନ ରୂପରେଖ ଦେଉଥିବା ବେଳେ ଆଜି ପର୍ଯ୍ୟନ୍ତ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀ ପିଠ ଏଥିରୁ ବଞ୍ଚିତ ହୋଇଛି। ଏଯାବତ ୫ଟି ସଚିବଙ୍କ ଶୁଭ ଦୃଷ୍ଟି ଉକ୍ତ ମନ୍ଦିର ଉପରେ ପଡ଼ିନଥିବା ବେଳେ ଭକ୍ତ, ବୁଦ୍ଧିଜୀବୀ ଓ ସେବାୟତଙ୍କ ମନରେ ଏ ନେଇ କ୍ଷୋଭ ପ୍ରକାଶ ପାଇଛି। ବିଭିନ୍ନ ଗଣମାଧ୍ୟମ ମଧ୍ୟ ଏ ନେଇ ଏକାଧିକ ଖବର ପରିବେଷଣ…

Read More

ଭୁବନେଶ୍ବର: ଗତକାଲି ରାତିରେ ସାତୋଟି ସହରର ତାପମାତ୍ର ୧୦ଡ଼ିଗ୍ରୀ କିମ୍ବା ଏହା ତଳେ ରହିଥିଲା। ଶନିବାରରେ ସେମିଳିଗୁଡା ଏବଂ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ପ୍ରବାହିତ ହୋଇଥିଲା। ଏହି ଦୁଇଟି ସହରର ତାପମାତ୍ରା ୮ ଡ଼ିଗ୍ରୀ  ଥିଲା। ଅନ୍ୟାନ୍ୟ ସହର ତାପମାତ୍ରା ହେଲା ୧- ଜି. ଉଦୟଗିରି (କନ୍ଧମାଳ): ୮ ଡ଼ିଗ୍ରୀ ୨- ସେମିଳିଗୁଡା(କୋରାପୁଟ) : ୮ ଡ଼ିଗ୍ରୀ ୩- କିରେଇ(ସୁନ୍ଦରଗଡ): ୯.୫ଡ଼ିଗ୍ରୀ ୪-ଫୁଲବାଣୀ (କନ୍ଧମାଳ) : ୯.୬ ଡ଼ିଗ୍ରୀ ୫ -ଦାରିଙ୍ଗବାଡି (କନ୍ଧମାଳ): ୧୦ଡ଼ିଗ୍ରୀ ୬ – କୋରାପୁଟ: ୧୦ ଡ଼ିଗ୍ରୀ ୭- କେନ୍ଦୁଝର: ୧୦ ଡ଼ିଗ୍ରୀ ୮ – ଭବାନୀପାଟଣା (କଳାହାଣ୍ଡି): ୧୦.୬ ଡ଼ିଗ୍ରୀ ୯ – ଝାରସୁଗୁଡା: ୧୦.୮ ଡ଼ିଗ୍ରୀ ୧୦ – ଚିପିଲିମା (ସମ୍ବଲପୁର): ୧୦.୮ ଡ଼ିଗ୍ରୀ ୧୧- ସୁନ୍ଦରଗଡ : ୧୨.୫ ଡ଼ିଗ୍ରୀ ୧୨- ଦେବଗଡ: ୧୨.୫ ଡ଼ିଗ୍ରୀ

Read More

ପାଟନା: ପାଟନା ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ ନିର୍ବାଚନର ଫଳାଫଳ ଆସିଛି। ଏଥର ପାଟନାରେ ଅନୁଷ୍ଠିତ ଛାତ୍ର ସଂଗଠନ ନିର୍ବାଚନରେ ​​ଜେଡିୟୁ ପ୍ରାର୍ଥୀମାନେ ୫ ଟି ମୁଖ୍ୟ ପଦବୀ ମଧ୍ୟରୁ ୪ ଟି ଜିତିଛନ୍ତି। ସଭାପତି ପଦ ପାଇଁ ଛାତ୍ର ଜେଡିୟୁର ଆନନ୍ଦ ମୋହନ ଜିତିଛନ୍ତି। ଉପସଭାପତି ପଦରେ ଜେଡିୟୁ ଛାତ୍ର ବିକ୍ରମଦିତ୍ୟ ସିଂ ଜିତିଛନ୍ତି। ଅନ୍ୟପକ୍ଷରେ ଜେଡିୟୁର ସାନ୍ଧ୍ୟା କୁମାରୀ ଯୁଗ୍ମ ସଚିବ ପଦ ଜିତିଛନ୍ତି। ଛାତ୍ର ଜେଡିୟୁ ରବିକାନ୍ତ କୋଷାଧ୍ୟକ୍ଷ ପଦ ଜିତିଛନ୍ତି। ତେବେ ଏବିଭିପିର ବିପୁଲ ସାଧାରଣ ସମ୍ପାଦକ ପଦ ଜିତିଛନ୍ତି। ଦଳର ବରିଷ୍ଠ ନେତା ଲଲନ ସିଂ ମଧ୍ୟ ଟୁଇଟ୍ କରି ନିର୍ବାଚନରେ ​​ଜେଡିୟୁଙ୍କ ଏହି ଚମତ୍କାର ପ୍ରଦର୍ଶନ ଉପରେ ବିଜୟ ପଞ୍ଜିକୃତ କରିଥିବା ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Read More

ନୂଆଦିଲ୍ଲୀ: କେନ୍ଦ୍ରୀୟରେ ଥିବା ତିନି ଜଣ ବରିଷ୍ଠ ଓଡିଆ ଆଇଏଏସଙ୍କ ପଦନ୍ନୋତି ହୋଇ ନୂଆ ବିଭାଗରେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ପ୍ରମୋଦ କୁମାର ମେହେର୍ଦ୍ଦା, ସଂଜୀବ କୁମାର ମିଶ୍ର ଏବଂ ସଂଜୟ ରସ୍ତୋଗୀ। ବରିଷ୍ଠ ଆଇଏଏସ ପ୍ରମୋଦ କୁମାର ମେହେର୍ଦ୍ଦା ଏବେ ‘ନ୍ୟାସନାଲ ଫୁଡ ସିକ୍ୟୁରିଟି ମିଶନ’ର ନୂଆ ପରିଚାଳନା ନିର୍ଦେଶକ ଭାବରେ କାର୍ଯ୍ୟ ସମ୍ପାଦନା କରିବେ। ସେ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦନ୍ନୋତି ହୋଇଛି। ସେ ପୂର୍ବରୁ କେନ୍ଦ୍ର ପାହ୍ୟାର ଯୁଗ୍ନ ସଚିବ ଥିଲେ। ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ଅଧୀନରେ ଉକ୍ତ ଏନଏଫସିଏମ ପଦବୀଟି ଅତିରିକ୍ତ ଶାସନ ସଚିବ ପାହ୍ୟା କରାଯାଇଛି। ସେହିପରି ବରିଷ୍ଠ ଆଇଏଏସ ସଂଜୀବ କୁମାର ମିଶ୍ର ପରସୋନେଲ ଓ ଟ୍ରେନିଂ ମନ୍ତ୍ରଣାଳୟ ଅଧିନସ୍ଥ ନ୍ୟାସନାଲ ରିକ୍ରୁଟମେଣ୍ଟ ଏଜେନ୍ସିର ସେକ୍ରେଟାରୀ ଓ ଏକ୍ସାମିନର ଭାବେ ନିଯୁକ୍ତି ପାଇଛନ୍ତି। ଏହି ପଦବୀ ବି ଅତିରିକ୍ତ ଶାସନ ସଚିବ ପାହ୍ୟା କରାଯାଇଛି। ଅନ୍ୟତମ ଓଡିଶା କ୍ୟାଡର…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଟାଉନ୍ ହଲ୍ ଠାରେ କଳାହାଣ୍ଡି ଜିଲ୍ଲପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ପ୍ରଥମ ଥର ପାଇଁ ବ୍ଲକ ସ୍ତର ରେ ବିଭିନ୍ନ ବିଭାଗୀୟ ସ୍କିମର ସଫଳ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ଉପସ୍ଥିତ ରହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ପ୍ରୋଜେକ୍ଟର ସ୍ଲାଇଡ୍ ମାଧ୍ୟମରେ କୃଷି, ଉଦ୍ୟାନ, ଜଳଛାୟା ଓ କଫି ଉନ୍ନୟନ, ପ୍ରାଣୀ ସମ୍ପଦ, ଜୀବିକା ମିଶନ୍, ମିଶନ ଶକ୍ତି, ଶିଳ୍ପ, କର୍ମ ନିୟୋଜନ ଓ ଦକ୍ଷତା ବିକାଶ, ମଙ୍ଗଳ, ଓରମାସ୍, ମନରେଗା, ଆଦିବାସୀ ଉନ୍ନୟନ, ଶ୍ରମ, ଦକ୍ଷତା, ସଂସ୍କୃତି, କ୍ରୀଡା, ଶିଶୁ ସୁରକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ବିଭାଗ ର ବିଭିନ୍ନ ଜନ ଶିବିର, କଲ୍ୟାଣକାରୀ ସ୍କିମ ରେ ଲୋକଙ୍କ ସହଭାଗିତା, ହିତାଧିକାରୀଙ୍କ ଲାଭ ଓ ଅଧିକ ରୁ ଅଧିକ ଜନ ସଚେତନତା ଆଣିବା…

Read More