ଆଜି ଓଡିଆ ଚଳଚିତ୍ର ଜଗତ ଜଣେ ବରିଷ୍ଠ ବ୍ୟକ୍ତିତ୍ବଙ୍କୁ ହରାଇଲା

Published: Nov 20, 2022, 5:23 pm IST

ଭୁବନେଶ୍ବର: ବରିଷ୍ଠ କାହାଣୀ ଏବଂ ସଂଳାପ ଲେଖକ, ଚଳଚ୍ଚିତ୍ର ତଥା ଧାରାବାହିକ ନିର୍ଦ୍ଦେଶକ ନନ୍ଦଲାଲ ମହାପାତ୍ରଙ୍କ ହୃଦରୋଗରେ ପରଲୋକ ଘଟିଛି।  ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ହେଲେ ଶେଷରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ସ୍ବର୍ଗତଃ ନନ୍ଦଲାଲ ମହାପାତ୍ରଙ୍କ ଅନବଦ୍ୟ ସୃଷ୍ଟି ମଧ୍ୟରୁ “ଶୀତ ରାତି, କ୍ଲାନ୍ତ ଅପରାହ୍ନ, ମଝି ପାହାଚ, କିଛି ସ୍ମୃତି କିଛି ଅନୁଭୂତି, ପର ଝିଅ ଘର ଭାଙ୍ଗେନା, ନୀରବ ଝଡ଼, ଗାଁ ର ନାଁ ଗାଲୁଆପୁର, ଆଦି ଚଳଚିତ୍ରରେ ସେ କାହାଣୀ ତଥା ସଂଳାପକାର ଥିଲେ। ମୁକ୍ତି ଅପେକ୍ଷାରେ ଥିବା ପ୍ରତୀକ୍ଷା ଚଳଚିତ୍ରରେ ସେ ସଂଳାପ ଲେଖିଛନ୍ତି।

Related posts