ନୂଆଦିଲ୍ଲୀ: ବାଲିଠାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଯୋଶେଫ ଆର ବାଇଡେନଙ୍କୁ ସାକ୍ଷାତ କରିଛନ୍ତି। ସେମାନେ ଭାରତ-ଯୁକ୍ତରାଷ୍ଟ୍ର ରଣନୈତିକ ଭାଗିଦାରୀ ତଥା ନୂତନ ପ୍ରଯୁକ୍ତିବିଦ୍ୟା, ଆଧୁନିକ କମ୍ପ୍ୟୁଟିଙ୍ଗ୍ ଓ କୃତ୍ରିମ ମେଧା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ। କ୍ୱାଡ୍, ୧୨ୟୁ୨ ଇତ୍ୟାଦିକୁ କେନ୍ଦ୍ର କରି ଉଭୟ ନେତା ଭାରତ-ଯୁକ୍ତରାଷ୍ଟ୍ର ସମ୍ପର୍କ ନେଇ ସନ୍ତୋଷ ପ୍ରକଟ କରିଥିଲେ। ଉଭୟ ନେତା ବୈଶ୍ୱିକ ଓ ଆଞ୍ଚଳିକ ବିକାଶ ବିଷୟ ଉପରେ କଥା ହୋଇଥିଲେ। ଭାରତ-ୟୁଏସ ଭାଗିଦାରିତା ନିରବଚ୍ଛିନ୍ନ ସହଯୋଗ ଯୋଗୁଁ ବୃଦ୍ଧି ପାଉଥିବାରୁ ଶ୍ରୀ ମୋଦୀ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଭାରତର ଜି-୨୦ ଅଧ୍ୟକ୍ଷତା କାଳରେ ଉଭୟ ଦେଶ ଉତ୍ତମ ସମନ୍ୱୟ ରକ୍ଷା କରିବେ ବୋଲି ଶ୍ରୀ ମୋଦୀ ବିଶ୍ୱାସ ପ୍ରକଟ କରିଥିଲେ।
Author: Samikhsya Bureau
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରୁ ଉଦ୍ଧବ ଠାକରେଙ୍କୁ ଏକ ଝଟକା ଲାଗିଛି। ନିର୍ବାଚନ ଆୟୋଗ (ECI) ଙ୍କ ନିଷ୍ପତ୍ତି ବିରୋଧରେ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଶିବସେନାର ନାମ ଏବଂ ନିର୍ବାଚନ ଚିହ୍ନ ଫ୍ରିଜ୍ କରିଥିବା ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଉଦ୍ଧବ ଠାକରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ କହିଛନ୍ତି ଯେ, ନିର୍ବାଚନ ଆୟୋଗ ଶୀଘ୍ର ଚିହ୍ନ ଏବଂ ଦଳ ବଣ୍ଟନ କାର୍ଯ୍ୟ ଶେଷ କରିବା ଉଚିତ। ମହାରାଷ୍ଟ୍ରରେ ଉପ-ନିର୍ବାଚନ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଦଳର ଉଭୟ ଦଳକୁ ଅସ୍ଥାୟୀ ଭାବରେ ଏକ ନୂତନ ନାମ ଏବଂ ନିର୍ବାଚନ ଚିହ୍ନ ପ୍ରଦାନ କରିଥିଲେ। ଉଦ୍ଧବ ଠାକରେ ତାଙ୍କ ପିଟିସନରେ କହିଥିଲେ ଯେ, ସେ ୩୦ ବର୍ଷ ଧରି ଦଳ ଚଳାଉଛନ୍ତି, କିନ୍ତୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ତାଙ୍କ ପିତା ଦେଇଥିବା ନାମ ଏବଂ ନିର୍ବାଚନ ସଙ୍କେତ ବ୍ୟବହାର କରିବାରେ ଅସମର୍ଥ। ସେ କହିଛନ୍ତି ଯେ,…
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ପଟିଆଲା ହାଉସ କୋର୍ଟରୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ତାଙ୍କୁ ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ଡରେ କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି। ଏଥିସହ କୋର୍ଟ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି। କୋର୍ଟଙ୍କ ଅନୁମତି ବିନା ଜ୍ୟାକଲିନ ଦେଶ ଛାଡି ପାରିବେ ନାହିଁ। ମହା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ହେରଫେର ମାମଲାର ଯାଞ୍ଚ ବେଳେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ସାମ୍ନାକୁ ଆସିଥିଲା। ଅଭିନେତ୍ରୀ ତାଙ୍କଠାରୁ ଅନେକ ଦାମୀ ଉପହାର ପାଇଥିଲେ। ଜ୍ୟାକଲିନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ଚାର୍ଜସିଟରେ ଅଭିଯୁକ୍ତ ଭାବେ ନାମିତ କରି କହିଥିଲେ ଯେ ସେ ଠକେଇ ହୋଇଥିବା ଅର୍ଥର ହିତାଧିକାରୀ। ଏହି ମାମଲାରେ ଜ୍ୟାକଲିନ ଏକ ଜାମିନ ଆବେଦନ କରିଥିଲେ, ଯାହାକୁ ଇଡି ବିରୋଧ କରିଥିଲା, ଯାହାର ଅଭିଯୋଗ ହୋଇଥିଲା ଯେ ଜ୍ୟାକଲିନ ତଦନ୍ତରୁ ରକ୍ଷା ପାଇବାଆ ପାଇଁ…
କଟକ: କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ବର ପକ୍ଷରୁ ଏକ ପ୍ରଦର୍ଶନୀ ଷ୍ଟଲ୍ ର ବ୍ୟବସ୍ଥା କରାଯାଇଛି। ଏଥିରେ ଭାରତ ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣକୁ ନେଇ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ବିଷୟବସ୍ତୁକୁ ନେଇ ମଧ୍ୟ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ପ୍ରଦର୍ଶନୀରେ ସାଧାରଣ ଦର୍ଶକଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଯୋଗିତା ଆୟୋଜନ କରାଯାଉଛି। ପ୍ରଦର୍ଶନୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ପ୍ରଚାର ପ୍ରସାର କରାଯାଉଛି। ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ସ୍ଥାନ ଦିଆଯାଇଛି। ସିବିସି ଷ୍ଟଲରେ ଆୟୋଜିତ ହେଉଥିବା ବିଭିନ୍ନ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭା ଦେଖିବାକୁ ସନ୍ଧ୍ୟାରେ ବହୁସଂଖ୍ୟାରେ…
ନୂଆଦିଲ୍ଲୀ: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ଜିଏସଟି ଅଧୀନରେ ପେଟ୍ରୋଲ ଏବଂ ଡିଜେଲ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି। କିନ୍ତୁ ରାଜ୍ୟଗୁଡିକର ସହମତି ଆବଶ୍ୟକ। ଉଲ୍ଲେଖଥାଉ କି, କେନ୍ଦ୍ର ମନ୍ତ୍ରୀଙ୍କ ଏହି ବିବୃତ୍ତିରେ ଅନେକ ଲୋକ ଖୁସି ଅଛନ୍ତି, କାରଣ ଯଦି ପେଟ୍ରୋଲ ଜିଏସଟି ଅଧୀନରେ ଆସେ, ତେବେ ପେଟ୍ରୋଲ ବହୁତ ଶସ୍ତା ହୋଇପାରେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି, ଯଦି ପେଟ୍ରୋଲ-ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ କରାଯାଏ, ତେବେ ପେଟ୍ରୋଲ-ଡିଜେଲ କେତେ ଶସ୍ତା ହେବ? ପ୍ରକାଶ ଥାଉ କି ଯଦି ରାଜ୍ୟମାନେ ମଧ୍ୟ ଏହି ଦିଗରେ ପଦକ୍ଷେପ ନିଅନ୍ତି, ତେବେ ଏହାର ଲାଭ କ’ଣ ହେବ ଏବଂ ବର୍ତ୍ତମାନ ପେଟ୍ରୋଲ ଉପରେ ବ୍ୟବସ୍ଥା କ’ଣ? ଜିଏସଟି ସମ୍ବନ୍ଧରେ ନୀତି ନିର୍ମାତାଙ୍କ ବିବୃତ୍ତି: ଜିଏସଟି ସମ୍ପର୍କିତ ପୂର୍ବ ବୈଠକରେ ବିଜେପି ସାଂସଦ ସୁଶୀଲ ମୋଦୀ ଜିଏସଟି ଅଧୀନରେ ପେଟ୍ରୋଲ ଡିଜେଲ ଆଣିବା ନେଇ…
ଭୁବନେଶ୍ବର: ଚଳିତ ବର୍ଷର ବହୁ ପ୍ରତିକ୍ଷୀତ ସୁପରହିଟ ମେଗା ଓଡ଼ିଆ ଚଳଚ୍ଚିତ୍ର “ଦିଲ୍ ମୋର ମାନେନା” ଆସନ୍ତା ନଭେମ୍ବର ୨୦ (ରବିବାର) ସନ୍ଧ୍ୟା ୬:୩୦ ମିନିଟ ସମୟରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ‘ଜୀ ସାର୍ଥକ’ରେ ୱାର୍ଲ୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି। ଓଲିଉଡ୍ ର ସୁପରିଚିତ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଚୁଲବୁଲି ନାୟିକା ଶିବାନୀ ଏବଂ ହ୍ୟାଣ୍ଡସମ ଅଭିନେତା ସ୍ଵରାଜଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଓଡ଼ିଆ ଦର୍ଶକଙ୍କୁ ବେଶ ବାନ୍ଧି ରଖିବ ବୋଲି ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି। ବସନ୍ତରାଜ ସାମଲ ଏହି ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଥିବା ବେଳେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହାକୁ ସଙ୍ଗୀତର ରୂପ ଦେଇଛନ୍ତି ଏବଂ ମାଷ୍ଟର ମୁରଲୀ ଏହାର ନୃତ୍ୟ ସଂଯୋଜନା କରିଛନ୍ତି। ଏକ ବଳିଷ୍ଠ ପ୍ରେମ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଅନେକ ବାଧା ବିଘ୍ନ ସତ୍ତ୍ୱେ ପ୍ରେମ କିପରି ଭାବରେ ସମସ୍ତଙ୍କର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଭିଡିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ ଜନଜାତୀୟ ଗୌରବ ଦିବସର ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ, ଭଗବାନ ବିର୍ସା ମୁଣ୍ଡା ଏବଂ କୋଟି କୋଟି ଜନଜାତୀୟ ମହାନାୟକଙ୍କ ସ୍ବପ୍ନକୁ ସାକାର କରିବା ଲାଗି ଦେଶ ‘‘ପଞ୍ଚ ପ୍ରାଣ’’ର ଶକ୍ତିକୁ ନେଇ ଆଗକୁ ବଢ଼ୁଅଛି। ଜନଜାତୀୟ ଗୌରବ ଦିବସ ଜରିଆରେ ଦେଶ ନିଜ ଆଦିବାସୀ ପରମ୍ପରାକୁ ନେଇ ଗର୍ବ କରୁଛି ଏବଂ ଏହି ପଞ୍ଚ ପ୍ରାଣର ଊର୍ଜା ବଳରେ ଆଦିବାସୀ ସମୁଦାୟର ବିକାଶ ପାଇଁ ସଂକଳ୍ପ ନେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ୧୫ ନଭେମ୍ବର ହେଉଛି ଆଦିବାସୀ ପରମ୍ପରାର ଉତ୍ସବକୁ ପାଳନ କରିବାର ଏକ ଦିନ କାରଣ ଭଗବାନ ବିର୍ସା ମୁଣ୍ଡା କେବଳ ଆମ ସ୍ବାଧୀନତା ସଂଗ୍ରାମର ମହାନାୟକ ନଥିଲେ ବରଂ ଆମ ଆଧ୍ୟାତ୍ମିକତା ଏବଂ ସାଂସ୍କୃତିକ ଊର୍ଜାର…
ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ଚୟନ କମିଟିର ସୁପାରିଶ୍ କ୍ରମେ ଶ୍ରୀ ଗୌରବ ଦ୍ୱିବେଦୀଙ୍କୁ ଦାୟିତ୍ୱ ଗ୍ରହଣ କରିବା ଠାରୁ ପାଞ୍ଚ ବର୍ଷ ପର୍ୟ୍ୟନ୍ତ ପ୍ରସାର ଭାରତୀର ସିଇଓ ବା ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ କରିଛନ୍ତି। ଶ୍ରୀ ଦ୍ୱିବେଦୀ ଭାରତୀୟ ପ୍ରଶାସନିକ ସେବା, ୧୯୯୫ ବ୍ୟାଚର ଛତିଶଗଡ କ୍ୟାଡରର ଜଣେ ଅଧିକାରୀ।
ଭୁବନେଶ୍ବର: ବେଶ କିଛିଦିନ ଧରି ରାଜ୍ୟର ରାତିର ତାପମାତ୍ର ହ୍ରାସ ପାଇବାରେ ଲାଗିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ରାଜ୍ୟର ଜି.ଉଦୟଗିର ଏବଂ ଶିମିଳିଗୁଡା ରେ ୧୦ ଡ଼ିଗ୍ରୀ ତଳେ ପାରଦ ରହିଛି। ଜି.ଉଦୟଗିରି ରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୨ଡ଼ିଗ୍ରୀ ରହିଥିଲା। ସେହିପରି ୨୦ ସ୍ଥାନର ପାରଦ ୧୫ ଡ଼ିଗ୍ରୀ ତଳେ ରହିଥିବାର ଜଣାପଡିଛି। ଆଗାମୀ ୩ ରୁ ୪ ଦିନ ରାତ୍ରି ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ନାହିଁ ହେଲେ ଥଣ୍ଟା ଅନୁଭୂତ ହେବ। ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ବାୟୁ ପ୍ରବେଶ ଯୋଗୁଁ ଏପରି ହେଉଛି ବୋଲି କୁହାଯାଇଛି।
ନୂଆଦିଲ୍ଲୀ: କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ଓ ଦୁଗ୍ଧ ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ.ମୁରୁଗାନ ପିଆଇବିର ବୈଦ୍ୟୁତିକ କାର୍ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦର୍ଶନରୁ ପ୍ରେରଣା ନେଇ ଭାରତ ସରକାର ଦେଶରେ ବୈଦ୍ୟୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଏହାକୁ ମୁଖ୍ୟ ସ୍ରୋତରେ ବ୍ୟବହାର କରିବା ପାଇଁ ଅନେକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି ଯେ ବୈଦ୍ୟୁତିକ କାରଗୁଡିକର ଚାହିଦାକୁ ଆହୁରି ବୃଦ୍ଧି ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୨୩ ସୁଦ୍ଧା କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ବିଭାଗ ଦ୍ୱାରା ଖରିଦ ହେଉଥିବା କିମ୍ବା ଭଡାରେ ଆସୁଥିବା କାର ମଧ୍ୟରୁ ଅତିକମରେ ଏକ ତୃତୀୟାଂଶ ବୈଦ୍ୟୁତିକ କାର ହେବ। ସେହି ଲକ୍ଷ୍ୟ ଅନୁଯାୟୀ ଆଜି ୧୪ ଟି କାର ବଦଳାଇଥିବାରୁ ସେ ପତ୍ର ସୂଚନା କାର୍ଯ୍ୟାଳୟକୁ…
ଭୁବନେଶ୍ବର: ଭାରତର ରାଷ୍ଟ୍ରୀୟ ଗ୍ରୀଡ୍ ଅପରେଟର ‘ପାୱାର ସିଷ୍ଟମ୍ ଅପରେସନ କର୍ପୋରେସନ ଲିମିଟେଡ୍ (ପୋସୋକୋ)’ ର ନାମକୁ ପରିବର୍ତ୍ତନ କରାଯାଇ ‘ଗ୍ରୀଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଲିମିଟେଡ୍’ କରାଯାଇଛି। ଭାରତୀୟ ବିଦ୍ୟୁତ୍ ଗ୍ରୀଡ୍ର ଅଖଣ୍ଡତା, ନିର୍ଭରଯୋଗ୍ୟତା, ମିତବ୍ୟୟିତା, ନମନୀୟତା ଏବଂ ପରିପୋଷଣୀୟ କାର୍ଯ୍ୟକଳାପକୁ ସୁନିଶ୍ଚିତ କରିବା ନିମନ୍ତେ ଗ୍ରୀଡ୍ ପରିଚାଳକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିଫଳିତ କରିବା ଉଦ୍ଦେଶ୍ୟରେ ନାମରେ ପରିବର୍ତ୍ତନ କରାଯାଇଛି। ‘ଗ୍ରୀଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଲିମିଟେଡ୍’ ନାମ ପରିବର୍ତ୍ତନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଯେହେତୁ ଏହା ଲୋକ ମାନଙ୍କୁ ସେମାନେ ବ୍ୟବହାର କରୁଥିବା ଶକ୍ତି ସହିତ ଯୋଡ଼ୁଥିବା ଭାରତର ଶକ୍ତି ବ୍ୟବସ୍ଥାର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛି। ଏହା ସାରା ଦେଶରେ ରାଷ୍ଟ୍ରୀୟ ଏବଂ ଆଞ୍ଚଳିକ ସ୍ତର ଗୁଡ଼ିକରେ ଗ୍ରୀଡ୍ ପରିଚାଳକ ମାନଙ୍କ ଦ୍ୱାରା ସମ୍ପାଦନ କରା ଯାଉଥିବା କାର୍ଯ୍ୟ ଗୁଡ଼ିକୁ ବର୍ଣ୍ଣନା କରିଥାଏ,’ ବୋଲି କହିଛନ୍ତି ଗ୍ରୀଡ୍ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଲିମିଟେଡ୍ର…
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକ୍ରମେ ମହାନ ଜନଜାତି ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ଏହି କ୍ରମରେ ଭୁବନେଶ୍ବରସ୍ଥିତ କିସ୍ ବିଶ୍ବବିଦ୍ୟାଳୟ ପରିସରରେ ଜନଜାତୀୟ ଗୌରବ ଦିବସ ଆୟୋଜନ କରାଯିବ। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ସଂସଦୀୟ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ଏହାଛଡ଼ା ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସମାରୋହରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ, ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ରାଜ୍ୟ ଆଇନ, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଜନଜାତି…
ନୂଆଦିଲ୍ଲୀ: ମିଜୋରାମର ହନଥିଆଲ ଜିଲ୍ଲାର ପାହାଡ ଉପରେ ଏକ ପଥର ଖଣି ଭୁଶୁଡ଼ି ପଡିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣେ ମାଟି ତଳେ ପୋତି ହୋଇ ରହିଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେହି ସମୟରେ ଏବିସିଆଇ ଇନ୍ଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡର ଶ୍ରମିକମାନେ ଖଣିରେ କାମ କରୁଥିଲେ।
ଭୁବନେଶ୍ବର: ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଅନୁଷ୍ଠିତ ହେବାକୁ ଯାଉଛି। ଏହି ବାର୍ଷିକ ଚଳଚ୍ଚିତ୍ର ମହୋତ୍ସବରେ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବେ। ଏଥିରେ କଳା, ଚଳଚ୍ଚିତ୍ର ଏବଂ ସଂସ୍କୃତିର ସମାହାର ଦେଖିବାକୁ ମିଳିବ । ଚଳିତ ବର୍ଷ ଏହି ମହୋତ୍ସବରେ ୭୯ଟି ଦେଶର ୨୮୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ‘ଇଣ୍ଡିଆନ ପାନୋରାମା’ରେ ୨୫ଟି ଫିଚର ଏବଂ ୨୦ଟି ଅଣଫିଚର ଫିଲ୍ମ ପ୍ରଦର୍ଶିତ ହେବ । ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ୧୮୩ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ସତ୍ୟଜିତ ରାୟ ଜୀବନବ୍ୟାପୀ ସାଧନା ପୁରସ୍କାର ସ୍ପେନୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ କାର୍ଲୋସ ସୌରାଙ୍କୁ ଦିଆଯିବ । ଫ୍ରାନ୍ସକୁ ଏଥର ‘ସ୍ପଟ୍ଲାଇଟ୍’ ରାଷ୍ଟ୍ର ଭାବେ ସାମିଲ କରାଯାଇଛି ଏବଂ କଣ୍ଟ୍ରି ଫୋକସ ପ୍ୟାକେଜରେ ୮ଟି ଫରାସୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ମହୋତ୍ସବର ଉଦଘାଟନୀ ଚଳଚ୍ଚିତ୍ର ଭାବେ ଅଷ୍ଟ୍ରୀୟ ଚଳଚ୍ଚିତ୍ର ଆଲମା…
ଭୁବନେଶ୍ବର: କଟକର ବୃନ୍ଦାବନ ହଲ୍ ରେ ଶିଶୁ ଦିବସ ଅଵସରରେ ଦମନ୍ ଟିମ୍ ସହ ଫିଲ୍ମ “ଦମନ” ଦେଖିଲେ KIIS ଶିକ୍ଷା ନିକେତନର ଛାତ୍ରଛାତ୍ରୀମାନେ। ନାୟିକା ନାହିଁ, ଖଳନାୟକ ବି ନାହିଁ, ଆଇଟମ ଗୀତ ବି ନାହିଁ ଆଉ ଦକ୍ଷିଣୀ ନାୟକ ଷ୍ଟାଇଲର ଧୂଳି ଉଡ଼ା ଫାଇଟ ବି ନାହିଁ। ଫିଲ୍ମର ଚରିତ୍ର ମାତ୍ର ଦୁଇ ଜଣ, ଜଣେ ଡାକ୍ତର ଆଉ ଜଣେ ଫାର୍ମାସିଷ୍ଟ। ସାଙ୍ଗରେ ଜଣେ ସେବିକା…। ତଥାପି ସବୁ ଦିନ ହାଉସଫୁଲ କେବଳ ଓଡ଼ିଶାରେ ନୁହେଁ, ବାହାର ରାଜ୍ୟରେ ବି ଓଡ଼ିଆ ଫିଲ୍ମ “ଦମନ” କୁ ବିପୁଳ ସମର୍ଥନ ମିଳିଛି। ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏହା ଏକ ଇତିହାସ। ଆଉ ଏହି ଖୁସିରେ ସାମିଲ ହୋଇଛି କିସ୍ ଶିକ୍ଷା ନିକେତନ। ଆଜି ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା, ଲାଇନ୍ ପ୍ରଡ୍ୟୁସର ବିଜୟ ପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ ଓ ସୋମେଶ ଶତପଥୀ, କ୍ରିଏଟିଭ୍ ହେଡ୍ ପ୍ରଣୟ…
ଭୁବନେଶ୍ୱର: ପାରସ୍ପରିକ ସହଭାଗିତା ନିମନ୍ତେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ କମଭିଭା ଟେକ୍ନିନୋଲୋଜିସ୍ ମଧ୍ୟରେ ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଡିଜିଟାଲ ପେମେଂଟ, ରିଅଲ୍ ଟାଇମ୍ ମାର୍କେଟିଂ ଏବଂ ଆନାଲିଟିକ୍ସ ଓ ଡିଜିଟାଲ୍ ସଲ୍ୟୁସନ୍ କ୍ଷେତ୍ରରେ ବ୍ୟବହାରକାରୀ ମାନଙ୍କୁ ଅଧିକ ଅଭିଜ୍ଞ କରାଇବା ଲକ୍ଷ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିବା ସୋଆର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି। ଏହି ଅବସରରେ ସୋଆ ପକ୍ଷରୁ ପ୍ରଫେସର ନନ୍ଦ ଏବଂ କମଭିଭା ଟେକ୍ନୋଲୋଜିସ୍ ପକ୍ଷରୁ ମାନବ ସମ୍ବଳ ମୁଖ୍ୟ ଶ୍ରୀମତି ବୈଷ୍ଣବୀ ଶୁକ୍ଳା ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ୍ ଏବଂ କମଭିଭା ଟେକ୍ନୋଲୋଜିସ୍ର ସିଇଓ ମନୋଜରଂଜନ ମହାପାତ୍ର ଉପସ୍ଥିତ ଥିଲେ। ଏହି ବୁଝାମଣା ଦ୍ୱାରା ଛାତ୍ରଛାତ୍ରୀ ମାନେ ଆଧୁନିକ ଡିଜିଟାଲ ଟେକ୍ନୋଲୋଜିସ୍ ସହ ଜଡିତ ହୋଇପାରିବେ…
ସୁନ୍ଦରଗଡ଼: ମିଶନ ଶକ୍ତି ଅଧୀନରେ ପରିଚାଳିତ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ବିକାଶର ଏକ ନୂଆ ଉଚ୍ଚତାକୁ ନେବା ଲାଗି ବିଶେଷ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଆଗାମୀ ଦିନରେ ‘ଏସଏଚଜି’ରୁ ‘ଏସଏମଇ’ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ମିଶନ ଶକ୍ତିର ମା’ମାନଙ୍କୁ ପ୍ରସ୍ତୁତ କରାଯାଉଛି। ଏହି ଲକ୍ଷ୍ୟ ନେଇ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨’ ପୂର୍ବରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ‘ନିବେଶକ ସମ୍ମିଳନୀ’ କରାଯାଉଛି। ସୋମବାର ଦିନ ସୁନ୍ଦରଗଡ଼ଠାରେ ଏହି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସୁନ୍ଦରଗଡ଼ସ୍ଥିତ ବିକାଶ ଭବନଠାରେ ମିଶନ ଶକ୍ତି ବିଭାଗ ଏବଂ ଫିକି ଆନୁକୂଲ୍ୟରେ ଏହି ଜିଲ୍ଲାସ୍ତରୀୟ ନିବେଶକ ସମ୍ମିଳନୀ କରାଯାଇଥିଲା। ଏଥିରେ ବିଭାଗୀୟ ସଚିବ ସୁଜାତା ଆର୍ କାର୍ତ୍ତିକେୟନ୍ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଜିଲ୍ଲାର ଏସଏଚଜି ମହିଳାମାନଙ୍କ ଭିତରେ ‘ଉଦ୍ୟୋଗୀ’ ମନୋଭାବ ବଢ଼ାଇବା ଲାଗି କ୍ଷେତ୍ର ପ୍ରସ୍ତୁତ କରିବା ଉପରେ…
ମେଷ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। କିଛି ସମସ୍ୟା କିମ୍ବା ଟେନସନ ଆପଣଙ୍କ ପାଖରେ ରହିବ, କିନ୍ତୁ ପ୍ରୟାସ ସହିତ ସବୁକିଛି ଠିକ୍ ହୋଇଯିବ । ପିତା କିମ୍ବା ଧର୍ମ ଗୁରୁଙ୍କୁ ସମର୍ଥନ ମିଳିବ। ପଡୋଶୀ କିମ୍ବା ରାଜନୈତିକ ବ୍ୟକ୍ତିଙ୍କ କାରଣରୁ ଟେନସନ ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ସଚେତନ ରୁହନ୍ତୁ ଏବଂ ଖାଦ୍ୟର ଯତ୍ନ ନିଅନ୍ତୁ। ପୁରୁଣା ସାଙ୍ଗମାନଙ୍କୁ ଭେଟି ପାରିବେ । ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ବୃଷ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଅର୍ଥପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସଫଳ ହେବ। ପାରିବାରିକ ଜୀବନ ଖୁସି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବୁଲିବା ପାଇଁ କୌଣସି ସ୍ଥାନକୁ ଯାଇପାରନ୍ତି । ଯଦି ଆପଣଙ୍କ ଶକ୍ତିକୁ ସୃଜନଶୀଳ କାର୍ଯ୍ୟରେ ଲଗାଇବ, ଏହା ଭଲ ହେବ, ଭଲ ଫଳାଫଳ ବାହାରକୁ ଆସିବ। ଏକ ପ୍ରାକୃତିକ ପରିବେଷ ପାହାଡ ଅଞ୍ଚଳକୁ ଯାତ୍ରା ଯୋଜନା ଅଛି…
ଭୁବନେଶ୍ବର: ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ପରିଚାଳିତ ଫୁଲୱାରୀ ବିଦ୍ୟାଳୟ ଠାରେ ଆଜି ଶିଶୁ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇକୋରୋର ସଭାପତି ରାଧା ସୁନକର ସଂଗଠନର ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ପିଲାମାନଙ୍କୁ ଉପହାର ବଣ୍ଟନ କରିଥିଲେ। ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ପ୍ରଯୁକ୍ତି (ଆଇଟି) ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ କୋଲକାତାରେ ଏକ କର୍ମଶାଳା ଆୟୋଜନ କରାଯାଇଛି। ଏହି ଦିନିକିଆ କର୍ମଶାଳାରେ ରିଲାଏନ୍ସ ଜିଓ ପକ୍ଷରୁ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସ୍ମାର୍ଟ ଅଫିସ ଭଳି କ୍ଷେତ୍ର ସହ ସମ୍ପର୍କିତ ବହୁ ନୂଆ ୫ଜି ସମାଧାନକୁ ପ୍ରଦର୍ଶିତ କରାଯାଇଛି। ରିଲାଏନ୍ସ ଜିଓ ପକ୍ଷରୁ କୋଲକାତାରେ ଏକ ୫ଜି ଏକ୍ସପେରିଏନ୍ସ ସେଂଟର ସ୍ଥାପନ କରାଯାଇଛି । ସେଠାରେ ଟ୍ରୁ-୫ଜି ସମ୍ପର୍କିତ ସମସ୍ତ ସୂଚନା ପ୍ରଦାନ କରାଯାଉଛି। ୫ଜିର ନୂଆ ବ୍ୟବହାରକୁ ଯେଭଳି ରାଜ୍ୟ ସରକାରଙ୍କ ଅଧିକାରୀମାନେ ଦେଖିପାରିବେ ଏବଂ ତାହାକୁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରିବେ ସେଥିପାଇଁ ଏହି କର୍ମଶାଳାକୁ ବେଶ ଗୁରୁତ୍ୱ ପ୍ରଦାନ କରାଯାଉଛି। ସାରା ପଶ୍ଚିମବଙ୍ଗରେ କଂପାନି ଏହାର ଟ୍ରୁ-୫ଜି ସେବାକୁ ପର୍ଯ୍ୟାୟକ୍ରମେ ଶୁଭାରମ୍ଭ କରୁଛି। ପଶ୍ଚିମବଙ୍ଗର ସିଲିଗୁଡ଼ି ସହରରେ ରିଲାଏନ୍ସ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ…
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ମୁତାବକ ଆଜି ଟାଉନ ଥାନା ଅନ୍ତର୍ଗତ ପାନବରଜ ଅଞ୍ଚଳର ଏକ ପଡିଆରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପୋଲିସ ପାଇଥିଲା । ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶ କ୍ରମେ ଏବଂ ଏସଡିପିଓ ଦିଲ୍ଲୀପ ଦାସ ଓ ଟାଉନ ଥାନା ଆଇଆଇସି ତାରିକ ଅହମଦଙ୍କ ତତ୍ୱାବଧାନରେ ଏସଆଇ ପଦ୍ମଲୋଚନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ୧୦ ଗ୍ରାମ ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ଜବତ କରାଯାଇଥିଲା। ଏଥିସହିତ ଦୁଇଟି ବାଇକ ଜବତ ହୋଇଥିବା ବେଳେ ପାଞ୍ଚ ଜଣ ଅଭିଯୁକ୍ତ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଟାଉନ ଥାନା ଅଞ୍ଚଳର ସନ୍ତୋଷ…

