ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଗତ ୧୧ ବର୍ଷ ମଧ୍ୟରେ ଦେଶର ଦୁଗ୍ଧ କ୍ଷେତ୍ରରେ ୭୦ ପ୍ରତିଶତର ଅଦ୍ଭୁତ ଅଭିବୃଦ୍ଧି ଘଟିଛି। ସେ କହିଛନ୍ତି ଯେ ଏହା ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର। ମନ୍ତ୍ରୀ ଆଜି ରୋହତକ ଆଇଏମଟିରେ ସାବର ଡେରୀର ନବନିର୍ମିତ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ଯେ, ସାବର ଡେରୀ ୩୨୫ କୋଟି ଟଙ୍କା ବିନିଯୋଗରେ ସମଗ୍ର ଦେଶର ସର୍ବବୃହତ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ସମାପ୍ତ କରିଛି। ସେ କହିଛନ୍ତି ଯେ, ଏହା କ୍ଷୀର ଉତ୍ପାଦନ କରୁଥିବା ଚାଷୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ଏବଂ ଏହା ସମଗ୍ର ଏନସିଆର ଅଞ୍ଚଳର ଆବଶ୍ୟକତା ପୂରଣ କରିବ। ସେ କହିଛନ୍ତି ଯେ ପ୍ରତିଦିନ କ୍ଷୀର ସଂଗ୍ରହ ୬୬୦ ଲକ୍ଷ ଲିଟର ଏବଂ ସରକାର ୨୦୨୮-୨୯ ସୁଦ୍ଧା ପ୍ରତିଦିନ କ୍ଷୀର ସଂଗ୍ରହକୁ ଏକ ହଜାର ଲକ୍ଷ ମେଟ୍ରିକ୍ ଟନ୍କୁ…
Author: Samikhsya Bureau
ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢାଖୋଲ କଦମ୍ବ ପଡ଼ିଆ ରେ ଗୁରୁବାର ସଂଧ୍ୟାରେ ୯ ତମ ରାବଣ ପୋଡି ମହୋତ୍ସବ ପାଳନ ହୋଇଯାଇଛି । ଆବାହକ ଗୋବିନ୍ଦ ଅଗ୍ରୱାଲଙ୍କ ନେତୃତ୍ବରେ ରାବଣ ପୋଡି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚେତକ ସରୋଜ ପ୍ରଧାନ , ସମ୍ମାନିତ ଅତିଥି ଭାବେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ, ଆଗାମୀ ଦିନରେ କଳା ସଂସ୍କୃତି ଓ ବିକାଶ କ୍ଷେତ୍ରରେ ଆଗଉଥିବା ରେଢ଼ାଖୋଲ ଏନଏସି ରୁ ମୁନ୍ସିପାଲଟି ହେବାକୁ ଯାଉଛି ବୋଲି ମୁଖ୍ୟଅତିଥି ସରୋଜ ପ୍ରଧାନ କହିଥିଲେ। ରାବଣ ପୋଡି ମହୋତ୍ସବ ର ସଭାପତି ତଥା ଏନଏସି ଅଧ୍ୟକ୍ଷ ଶିବରାମ ସାହୁ , ଉପାଧ୍ୟକ୍ଷା ଅନୁସୟା ପ୍ରଧାନ, ଏନଏସି ନିର୍ବାହୀ ଅଧିକାରୀ ରଞ୍ଜନ ମାର୍ଥା , ତହସିଲଦାର ରାମ ଗୋବିନ୍ଦ ପରିଡ଼ା , ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ ,…
ହୀରାକୁଦ/ସମ୍ବଲପୁର: ଓଡ଼ିଶା ସରକାରଙ୍କ ପକ୍ଷରୁ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ସ୍ଥାପନ କରି ମାଛ ଚାଷ କରାଯିବାର ଆଧୁନିକ ପ୍ରଣାଳି ସ୍ୱାଗତଯୋଗ୍ୟ ପଦକ୍ଷେପ। ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ୩୭ ଏକର ପରିମିତ ଜମିରେ ନିର୍ମାଣ ହୋଇଥିବା ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ଆମ ରାଜ୍ୟର ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ ରତ୍ନଗର୍ଭା ହୀରାକୁଦ ଜଳଭଣ୍ଡାରର ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେବ ବୋଲି ଏହାକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରର ହୀରାକୁଦ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଞ୍ଜାମ ଓ ବାଲେଶ୍ୱର ପରେ ମାଛ ଉତ୍ପାଦନରେ ସମ୍ବଲପୁର ଜିଲ୍ଲା ଅଗ୍ରଣୀ ରହିଛି। ହୀରାକୁଦ ଜିଲ୍ଲା ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ ୫୦୦ କୋଟି ଟଙ୍କା ମୂଲ୍ୟର ମାଛ ଉତ୍ପାଦନ ହେଉଛି, ଯାହା ପ୍ରଶଂସନୀୟ। ଏଠାରେ…
ଭୁବନେଶ୍ୱର: କମ୍ୟୁନିକେସନ୍ସ ଆର୍ଥ ଆଣ୍ଡ ଏନଭାର୍ନମେଣ୍ଟରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରେ ପାର୍ବତ୍ୟ ଅଞ୍ଚଳରେ ଛୋଟ ହ୍ରଦ ବା ଜଳାଶୟ ଦ୍ୱାରା ସୃଷ୍ଟି ହୋଇଥିବା ବିପଦକୁ ଅଣଦେଖା କରାଯାଇଛି, ଯାହାର ଉଦାହରଣ ନେପାଳର ଲିମି ଉପତ୍ୟକାରେ ଏକ ବିନାଶକାରୀ ବନ୍ୟା ଘଟଣା। ୧୫ ମଇ, ୨୦୨୫ରେ, ଉତ୍ତର-ପଶ୍ଚିମ ନେପାଳର ଦୂରବର୍ତ୍ତୀ ତିଲ୍ ଗ୍ରାମ ହଠାତ୍ ଏକ ଭଗ୍ନାବଶେଷ ଦ୍ୱାରା ପ୍ରଭାବିତ ହୋଇଥିଲା, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଭସାଇ ନେଇଥିଲା ଯେଉଁଥିରେ ଏକ ସଦ୍ୟ ନିର୍ମିତ ୧୫ କିଲୋୱାଟ ଜଳବିଦ୍ୟୁତ କେନ୍ଦ୍ର, ସେତୁ, ରାସ୍ତା ଏବଂ ପ୍ରାୟ ୦.୨୫ ବର୍ଗ କିଲୋମିଟର ଚାଷଜମି ଅନ୍ତର୍ଭୁକ୍ତ ଥିଲା। ବନ୍ୟା ନଦୀକୂଳକୁ ମଧ୍ୟ ଅସ୍ଥିର କରିଥିଲା, ଯାହା ଉପତ୍ୟକାରେ ଆହୁରି ବିପଦ ସୃଷ୍ଟି କରିଥିଲା। ଏହି ଅଧ୍ୟୟନରେ ଗୁରୁତ୍ୱ ଦିଆଯାଇଛି ଯେ ବଡ଼ ହିମବାହୀ ହ୍ରଦ ତୁଳନାରେ ଛୋଟ ଉଚ୍ଚ ପର୍ବତ ହ୍ରଦଗୁଡ଼ିକ ପ୍ରାୟତଃ ଅଣଦେଖା କରାଯାଏ, ଯେତେବେଳେ ସେମାନେ ହଠାତ୍ ଜଳଶୂନ୍ୟ ହୋଇଯାଆନ୍ତି…
The Samikhsya Desk: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସଦ୍ୟ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଅଧୀନରେ ଆଜି ୨୫ ଲକ୍ଷ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟେକ ୧୦,୦୦୦ ଟଙ୍କା ଟ୍ରାନ୍ସଫର କରିବେ। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଚଳନ କରାଯାଇଥିବା ଏହି ଯୋଜନାର ଲକ୍ଷ୍ୟ ମହିଳାମାନଙ୍କୁ ଆର୍ଥିକ ଭାବରେ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା । ଗ୍ରାମୀଣ ବିକାଶ ବିଭାଗ ଅନୁଯାୟୀ, ଯେଉଁ ମହିଳାମାନେ ଏହି ଯୋଜନା ଅଧୀନରେ ସଫଳତାର ସହ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ। ରାଜ୍ୟ ସରକାର ପ୍ରତି ଶୁକ୍ରବାର ୧୦,୦୦୦ ଟଙ୍କା ସହାୟତା ରାଶି ହସ୍ତାନ୍ତର ପାଇଁ ଚଳିତ ବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୧୪ ତାରିଖ ସ୍ଥିର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାସ ୨୬ ତାରିଖରେ ଭର୍ଚୁଆଲ୍ ଭାବରେ ଏହି ଯୋଜନା…
The Samikhsya Desk: ପ୍ରଖ୍ୟାତ ଗାୟିକା ଆଶା ଭୋଁସଲେଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲା ବଡ ଭରସା। କାରଣ ତାଙ୍କ ସଂଗୀତକୁ କୃତ୍ରିମ ବୁଦ୍ଧିମତ୍ତା ବା AI ପ୍ଲାଟଫର୍ମ ବ୍ୟବହାର କରି କେତେକ କଂପାନୀ ବ୍ୟବସାୟ କରିବାରେ ଲାଗିଛନ୍ତି। ଏପରି ଅନଧିକୃତ ବ୍ୟବହାରରୁ ରକ୍ଷା କରିବା ପାଇଁ ବର୍ତ୍ତମାନ କୋର୍ଟ ପଦକ୍ଷେପ ନେଇଛନ୍ତି। କୋର୍ଟ ପ୍ରସିଦ୍ଧ ଗାୟିକାଙ୍କୁ ଅସ୍ଥାୟୀ ଆଶ୍ୱସ୍ତି ପ୍ରଦାନ କରିଛନ୍ତି, AI କମ୍ପାନୀ, ଅନଲାଇନ୍ ବଜାର ଏବଂ ଡିଜିଟାଲ୍ ବିକ୍ରେତାମାନଙ୍କୁ ତାଙ୍କ ସ୍ୱର କ୍ଲୋନ୍ କରିବା କିମ୍ବା ତାଙ୍କ ଅନୁମତି ବିନା ତାଙ୍କ ପ୍ରତିଛବି, ପ୍ରତିରୂପ ଏବଂ ପରିଚୟର ଅପବ୍ୟବହାର କରିବାକୁ ନିଷେଧ କରିଛନ୍ତି। 90 ବର୍ଷୀୟ ଆଶା, ମାୟକ୍ ଇନକର୍ପୋରେଟେଡ୍-ଏକ AI କମ୍ପାନୀ ସମେତ ଅନେକ ଅପରାଧୀଙ୍କ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ପ୍ରତିରୂପର ଭଏସ୍ କ୍ଲୋନ୍ କରି କଂପାନୀମାନେ ବ୍ୟବସାୟିକ କାର୍ଯ୍ୟ କରୁଛନ୍ତି। ଏଥିରେ କୋର୍ଟ ହସ୍ତକ୍ଷେପ କରି…
ସରିଲା ପୂଜା: ଶେଷ ହେଲା ବହୁ ପ୍ରତିକ୍ଷୀତ ମା ଦୁର୍ଗାଙ୍କ ପୂଜା। କୋଟିକୋଟି ଟଙ୍କା ଖର୍ଚ୍ଚ କରି କରାଯାଇଥିଲା ଏହି ପୂଜା। ହଜାରହଜାର ଭକ୍ତ ମାଙ୍କୁ କଲେ ଦର୍ଶନ। ଆଜି ମା ବିଦାୟ ନେବେ। ଭସାଣୀ ପାଇଁ କଟକ ଭୁବନେଶ୍ବରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶାନ୍ତି ଶୃଙ୍ଖଳାର ସହିତ ଭସାଣୀ ଉତ୍ସବ କରିବା ପାଇଁ କମିଶନରେଟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥର ଭସାଣୀ ଶୋଭାଯାତ୍ରାକୁ ସଂପୂର୍ଣ୍ଣ ଭାବେ ସିସିଟିଭି କ୍ୟାମେରା ମାଧ୍ୟମରେ ନିୟନ୍ତ୍ରଣ କରାଯିବ। ସେଥିପାଇଁ ୫ ଶହରୁ ଅଧିକ କ୍ୟାମେରା ନିୟୋଜିତ କରାଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ଡ୍ରୋନ କ୍ୟାମେରା ମଧ୍ୟ ରଖାଯାଇଛି। ଲମ୍ବା ଶୋଭାଯାତ୍ରା ଯାଉଥିବା ବେଳେ ଉପରୁ ଏହି ଡ୍ରୋନ କ୍ୟାମେରା ମାଧ୍ୟମରେ ପରିସ୍ଥିତି ନିରୀକ୍ଷଣ କରାଯିବ। ଏସବୁ ପାଇଁ ଉଭୟ କଟକ ଓ ଭୁବନେଶ୍ବରରରେ ପୋଲିସ କଣ୍ଟ୍ରୋଲ ରୁମ ସ୍ଥାପନ କରାଯାଇଛି। ଭସାଣୀ ଶୋଭାଯାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ମୋଟ ୧୨୫ ପ୍ଲାଟୁନ…
ଭୁବନେଶ୍ବର: ପୋଲିସ ଏଏସଆଇ ପରୀକ୍ଷା ବାତିଲ ପରେ ବିଜେଡି ରାଜ୍ୟ ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି। ଶଙ୍ଖଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ଗୋଚରରେ ପୋଲିସ ଏସଆଇ ଚାକିରୀ ବିକ୍ରି ହେଉଥିଲା ବୋଲି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଏହି ପରୀକ୍ଷା ପଛରେ ଏକ ବଡ ସ୍କାଣ୍ଡେଲ କାମ କରୁଛି। ରାଜ୍ୟ ସରକାରଙ୍କ ଦମ ଅଛି ତ ପୋଲିସ ଏଏସଆଇ ନିଯୁକ୍ତି ହେରଫେର ଉପରେ ତଦନ୍ତ କରାନ୍ତୁ ବୋଲି ସେ କହିଛନ୍ତି। ବିଜେଡିର ଅଭିଯୋଗ ଅନୁସାରେ ଶ୍ରୀକାକୁଲମ ପୋଲିସ ଆଶାୟୀମାନଙ୍କୁ ଟ୍ରେନିଂ ଦିଆଯାଉଥିଲା। ସେମାନେ 25 ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ଶ୍ରୀକାକୁଲମ ପୋଲିସ ଜାଣିବା ପରେ ଓଡିଶା ପୋଲିସକୁ ତାହା ହସ୍ତାନ୍ତର କରିଥିଲା। ଏହାପରେ ଓଡିଶା ପୋଲିସ ସଜାଗ ହୋଇ ଉଠିଲା। ଅନ୍ୟରାଜ୍ୟର ପୋଲିସ ଏଥିରେ ଥିବାରୁ ଓଡିଶା ପୋଲିସ ବାଧ୍ୟ ହୋଇ ପରୀକ୍ଷା ବାତିଲ କରିବା ସହିତ…
ଭୁବନେଶ୍ବର: ବିଜୁ ଜନତା ଦଳ ତାହାର ଆଇଟି ଓ ସାମାଜିକ ଗଣମାଧ୍ୟମ ଟିମକୁ ନବୀକରଣ କରିଛି। ଏଥିରେ ପୁରୁଣା ଲୋକଙ୍କୁ ବାହାର କରି ନୂଆ ନେତାଙ୍କୁ ସ୍ଥାନିତ କରାଯାଇଛି। ଏଥିରେ ଯେଉଁମାନେ ଅଛନ୍ତି ସେମାନେ ହେଲେ.. ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁବେଳେ ଆଇଟି ଓ ସାମାଜିକ ଗଣମାଧ୍ୟମ ଉପରେ ଗୁରୁତ୍ବ ଦେଇଆସୁଛନ୍ତି। ଏହି ସେଲ ଠିକରେ କାମ କରିପାରିଲା ନାହିଁ ବୋଲି 2024 ନିର୍ବାଚନରେ ବିଜେଡି ହାରିଲା ବୋଲି ନବୀନ କହିଆସୁଛନ୍ତି। ସେଥିପାଇଁ ଦଳ ତାହାର ନୂଆ ଟିମ ଗଠନ କରିଛି।
ନୂଆଦିଲ୍ଲୀ: ଦେଶର ଇଲେକ୍ଟ୍ରୋନିକ୍ସ ଉପକରଣ ଉତ୍ପାଦନ ଯୋଜନାକୁ ଘରୋଇ ଏବଂ ଅନ୍ତର୍ଜାତୀୟ ଶିଳ୍ପପତିଙ୍କଠାରୁ ଏକ ଅଭୂତପୂର୍ବ ସମର୍ଥନ ମିଳିଛି। ଏହି ଯୋଜନାରେ ୧ ଲକ୍ଷ ୧୫ ହଜାର କୋଟିରୁ ଅଧିକ ନିବେଶ ପ୍ରସ୍ତାବ ଆସିଛି। ଏହା ବିଶ୍ୱ ସ୍ତରରେ ଭାରତର ବୃଦ୍ଧି ପାଉଥିବା ପ୍ରତିଷ୍ଠାକୁ ପ୍ରମାଣିତ କରୁଛି । ଏଥିସହିତ ଦେଶକୁ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ପାଇଁ ଦୃଢ଼ ଆଗ୍ରହ ପ୍ରଦର୍ଶନ କରିଥିବା ଏମଏସଏମଇ ସମେତ ଘରୋଇ ଶିଳ୍ପର ବର୍ଦ୍ଧିତ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଏହି ଯୋଜନାରେ ଧାର୍ଯ୍ୟ ନିଯୁକ୍ତି ଲକ୍ଷ୍ୟ ୯୧,୬୦୦ ଠାରୁ ବହୁ ଅଧିକ ୧,୪୨,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ବ୍ୟାପକ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି। ଶିଳ୍ପାନୁଷ୍ଠାନଗୁଡ଼ିକର ଏଭଳି ଉତ୍ସାହଜନକ ସମର୍ଥନରେ ଖୁସି ପ୍ରକାଶ କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟଗୁଡ଼ିକୁ ଏହି ସୁବର୍ଣ୍ଣ ସୁଯୋଗର…
The Samikhsya Desk: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ସତ୍ ଲୋକଙ୍କର ସଜ୍ଞା ନିରୂପଣ କରିଛନ୍ତି। ସେ କହିଛନ୍ତି ଯେ, ଆପଣ କେବେବି ଭାନ୍ତୁ ନାହିଁ ସବୁ ସ୍ଥାନରେ ସତ ଲୋକେ ଥିବେ। ଚାଣକ୍ୟ କେତେକ ଉଦାହରଣ ପ୍ରଦାନ କରିଛନ୍ତି। ମାଣିକ ହେଉଛି ଏକ ମୂଲ୍ୟବାନ ପଥର ଯାହା ପାହାଡରେ ଥାଏ। ହେଲେ ସବୁ ପାହଡରେ ମାଣିକ ମିଳେ ନାହିଁ। ସେହିପରି ମୋତି ହେଉଛି ଏକ ଜୀବଜ ପଦାର୍ଥ। ଏହା ଶାମୁକାରୁ ମିଳିଥାଏ। ହେଲେ ସବୁ ଶାମୁକାରୁ ମୋତି ମିଳି ନ ଥାଏ। ଚନ୍ଦନ କାଠରୁ କେବଳ ଚନ୍ଦନ ବାହାରିବ, ହେଲେ ସବୁ କାଠରୁ ଚନ୍ଦନ ବାହାରିବ ନାହିଁ। ସେଥିପାଇଁ ଯେ କୌଣସି ବ୍ୟକ୍ତି ସତ୍, ଭଦ୍ର, ଶିକ୍ଷିତ, ଜ୍ଞାନୀ, ଚରିତ୍ରବାନ, ଧର୍ମପରାୟଣ, ମାର୍ଜିତ ହୋଇଥିବ ବୋଲି କେବେ ଭାବିବେ ନାହିଁ। Infosys Hires 550 Students from Manipal University Jaipur in a Day
ମେଷ- ଆଜି ଶତ୍ରୁମାନଙ୍କ ପ୍ରତି ସାବଧାନ ରୁହନ୍ତୁ। କୈଣସି ବିଚାରାଧୀନ କାର୍ଯ୍ୟ ଉପରେ ଅଧିକ ଚାପ ନିଅନ୍ତୁ ନାହିଁ, ଏହା ସମାପ୍ତ ହେବ। ଛାତ୍ରମାନଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିବ। କାରବାର ସମୟରେ ସତର୍କ ରହିବାକୁ ପଡିବ। ଗାଡି ଚଳାଇବା ସମୟରେ ସତର୍କତା ବ୍ୟବହାର କରନ୍ତୁ। ଏହାକୁ ବିଚାର ନକରି କାହା ଉପରେ ବିଶ୍ୱାସ କର ନାହିଁ । ବୃଷ- ଆୟ ବୃଦ୍ଧି ପାଇବ। ଛାତ୍ରମାନେ ଅତୁଳନୀୟ ସଫଳତା ପାଇବେ। ପରିବାର ସଦସ୍ୟମାନେ ସହାୟତା ପାଇବେ। ବ୍ୟବସାୟ ପାଇଁ ଭଲ ସମୟ। ଆଜି ସ୍ୱାସ୍ଥ୍ୟ ଭଲ ରହିବ ଚାକିରି ପାଇପାରିବେ। ରିସ୍କ ଏବଂ ଚାପ ନିଅ ନାହିଁ। ନିଜ ଜୀବନସାଥୀଙ୍କ ପ୍ରତି ଭଲ ହୁଅନ୍ତୁ। ମିଥୁନ- ସମୟ ଆପଣଙ୍କ ପାଇଁ ଅନୁକୂଳ ଅଟେ। ଆର୍ଥିକ ବିନିଯୋଗ ବିଷୟରେ ଚିନ୍ତା କରିପାରନ୍ତି। ସମାଜରେ ମାନବିକ ସମ୍ମାନ ବୃଦ୍ଧି ପାଇବ। ଅଜ୍ଞାତ ଲୋକଙ୍କ ଠାରୁ ସାବଧାନ ରୁହନ୍ତୁ। ବ୍ୟବସାୟୀମାନେ ଉପକୃତ ହେବେ। ଛାତ୍ରମାନଙ୍କର…
ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ସିଧା ବିମାନ ସେବା ପୁନଃଆରମ୍ଭ କରିବାକୁ ରାଜି ହୋଇଛନ୍ତି। ଅକ୍ଟୋବର ଶେଷ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଦୁଇ ଦେଶର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ସିଧା ବିମାନ ସେବା ପୁନଃଆରମ୍ଭ କରିବା ଏବଂ ଏକ ସଂଶୋଧିତ ବିମାନ ସେବା ଚୁକ୍ତିନାମା ଉପରେ ବୈଷୟିକ ସ୍ତରୀୟ ଆଲୋଚନା ସଫଳ ହୋଇଛି। ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କକୁ ଧୀରେ ଧୀରେ ସ୍ୱାଭାବିକ କରିବା ପାଇଁ ସରକାରଙ୍କ ଆଭିମୁଖ୍ୟର ଏକ ଅଂଶ ଭାବରେ ଏହି ବର୍ଷ ଆରମ୍ଭରୁ ଏହା କରାଯାଇଛି। ଏହି ଆଲୋଚନା ପରେ, ଶୀତକାଳୀନ ଋତୁର ସମୟସୂଚୀ ଅନୁଯାୟୀ, ଦୁଇ ଦେଶର ନିର୍ଦ୍ଦିଷ୍ଟ ବାହକଙ୍କ ବାଣିଜ୍ୟିକ ନିଷ୍ପତ୍ତି ଏବଂ ସମସ୍ତ କାର୍ଯ୍ୟକ୍ଷମ ମାନଦଣ୍ଡ ପୂରଣ ଉପରେ ଆଧାରିତ, ସିଧାସଳଖ ବିମାନ ସେବା ପୁନଃଆରମ୍ଭ କରିବାର ନିଷ୍ପତ୍ତି ନିଆଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି…
ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡ଼ିକରେ ଲଗାଣ ବର୍ଷା ଲାଗିରହିଛି। ଏହି ବର୍ଷାରେ ଗଜପତି ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହୋଇ ଅନେକ ଅଞ୍ଚଳ ଜଳ ମଗ୍ନ ହେବାର ଆଶଙ୍କା ଦେଖା ଦେଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଜପତି ଜିଲ୍ଲା ପରିସ୍ଥିତି ଉପରେ ନଜର ରଖିବା ସହିତ ସ୍ଥିତି ପରଖିବା ଓ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଜେନା ଙ୍କୁ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାକୁ ପଠାଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାପାଳଙ୍କ ସହିତ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କୁ ତୁରନ୍ତ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଜିଲ୍ଲାର ଅନେକ ସ୍ଥାନରେ ପାହାଡରୁ ମାଟି ଖସି ଯାତାୟତ ବାଧାପ୍ରାପ୍ତ ହୋଇଛି । Infosys Hires 550 Students from…
ଭୁବନେଶ୍ବର: ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ଦର୍ଶନ କରିଛନ୍ତି। ବିଜୟା ଦଶମୀ ଅବସରରେ ସେ ମାଙ୍କ ଆର୍ଶିବାଦ ଭିକ୍ଷା ମଧ୍ୟ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ଦଶହରା ଅବସରରେ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ଜଗତଜନନୀ ମା’ଦୁର୍ଗାଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିବା ସହ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କଲି । ଏହି ଦର୍ଶନ ବେଳେ ସେ ପୂଜା ମଣ୍ଡପର ବିଭିନ୍ନ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ବର ମଧ୍ୟ ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। Gandhi Jayanti: Home Minister Amit Shah Visits Khadi India Showroom
The Samikhsya Desk: ଗୁରୁବାର ଦିନ ବିଜୟାଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁଜରାଟର ଭୁଜ ସାମରିକ ଷ୍ଟେସନରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ପୂଜା କରିଥିଲେ। ସଶସ୍ତ୍ର ବାହିନୀକୁ ସମ୍ବୋଧିତ କରି ସେ ଅପରେସନ ସିନ୍ଦୂରର ସଫଳତାକୁ ପ୍ରଶଂସା କରିଥିଲେ, ଯାହା ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାରେ ଦୁର୍ବଳତାକୁ ପ୍ରକାଶ କରିଥିଲା ଏବଂ ଭାରତର ନିର୍ଣ୍ଣାୟକ ସାମରିକ କ୍ଷମତାକୁ ପ୍ରଦର୍ଶନ କରିଥିଲା। ସେ ପାକିସ୍ତାନକୁ ଏକ କଡ଼ା ଚେତାବନୀ ଦେଇ କହିଥିଲେ ଯେ ସର୍ କ୍ରିକ୍ ସେକ୍ଟରରେ ଯେକୌଣସି ଦୁଃସାହସିକ କାର୍ଯ୍ୟ ଏତେ ଦୃଢ଼ ଜବାବ ଦେବ ଯେ ଏହା “ଇତିହାସ ଏବଂ ଭୂଗୋଳ ଉଭୟକୁ ପରିବର୍ତ୍ତନ କରିବ”। ସେ ୧୯୬୫ ଯୁଦ୍ଧ ସମୟରେ ଲାହୋର ପହଞ୍ଚିବାରେ ଭାରତୀୟ ସେନାର ସାହସକୁ ମନେ ପକାଇ କହିଥିଲେ, “୨୦୨୫ ମସିହାରେ, ପାକିସ୍ତାନକୁ ମନେ ରଖିବା ଉଚିତ ଯେ କରାଚୀକୁ ଯିବା ପାଇଁ ରାସ୍ତା ମଧ୍ୟ କ୍ରିକ୍ ଦେଇ ଯାଇଥାଏ।” ପ୍ରତିରକ୍ଷା ମନ୍ତ୍ରୀ ସେନା,…
The Samikhsya Desk: ସାରା ଦେଶରେ ଦଶହରା ବହୁ ଧାର୍ମିକ ଉତ୍ସାହ ଏବଂ ଉଲ୍ଲାସର ସହିତ ପାଳନ କରାଯାଉଥିବାରୁ, ପଞ୍ଜାବ ପୋଲିସ ଏହି ପର୍ବକୁ ପାଳନ କରିବା ଏବଂ ନିଶା ଔଷଧ ବିରୋଧରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏକ ଭିନ୍ନ ଉପାୟ ଗ୍ରହଣ କରିଛି। ଜଳନ୍ଧରରେ, ପୋଲିସ କମିଶନରେଟ୍ ସହରର କିଛି ସ୍ଥାନରେ ରାବଣ ଏବଂ କୁମ୍ଭକର୍ଣ୍ଣଙ୍କ ରଙ୍ଗୀନ ପ୍ରତିମା ମଧ୍ୟରେ ଆଉ ଏକ ରାକ୍ଷସ ଅର୍ଥାତ୍ ନିଶା ଦ୍ରବ୍ୟର ପ୍ରତିମା ସ୍ଥାପନ କରିଛି। ଏହାକୁ ‘ନଶେୟାନ୍ ଦା ରାକ୍ଷସ’ ବା ନିଶା ରାକ୍ଷସ ନାମରେ ନାମିତ କରାଯାଇଛି। ଦଶହରା ମାଧ୍ୟମରେ ନିଶା ବିରୁଦ୍ଧରେ ବାର୍ତ୍ତା ପ୍ରସାର କରିବା ପାଇଁ ସନ୍ଧ୍ୟାରେ ଏହାକୁ ପୋଡ଼ି ଦିଆଯିବ। Gandhi Jayanti: Home Minister Amit Shah Visits Khadi India Showroom
ପୋଲିସ ବଳର ବଡ ସଫଳତା: ଆଜି ଛତିଶଗଡ଼ର ବିଜାପୁର ଜିଲ୍ଲାରେ ୨୩ ଜଣ ମହିଳା ସମେତ ୧୦୩ ଜଣ ମାଓବାଦୀ ସୁରକ୍ଷା ବାହିନୀ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୯ ଜଣ ମାଓବାଦୀଙ୍କ ମୁଣ୍ଡରେ ଏକ କୋଟି ଛଅ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ଥିଲା। ସେମାନେ ବହୁ ବର୍ଷ ଧରି ବିଭିନ୍ନ ମାଓ ସଂଗଠନ ସହିତ ଜଡିତ ଥିଲେ। ରାଜ୍ୟ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ, ପ୍ରତ୍ୟେକ ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ପଚାଶ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଥିଲା। ଏହି ବର୍ଷ ଜିଲ୍ଲାରେ ଏପର୍ଯ୍ୟନ୍ତ ଚାରିଶହ ଦଶ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହା ସହିତ, ପୃଥକ ଏନକାଉଣ୍ଟରରେ ଚାରିଶହ ଏକୋଇଶ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ଏବଂ ଏକଶହ ସତାଇଶ ଜଣ ନିହତ ହୋଇଛନ୍ତି। Gandhi Jayanti: Home Minister Amit Shah Visits Khadi India Showroom
ଭୁବନେଶ୍ବର: ଆଜି ପୂର୍ବତଟ ରେଲୱେ ତାହାର ସମଗ୍ର କ୍ଷେତ୍ରରେ ମହାତ୍ମା ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛ ଭାରତ ଦିବସକୁ ଗଭୀର ଶ୍ରଦ୍ଧା, ସମ୍ମାନ ଓ ସାମୁଦାୟିକ ଅଂଶଗ୍ରହଣ ସହିତ ପାଳନ କରିଛି । ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଉତ୍ସବର ନେତୃତ୍ୱ ନେଇଥିଲେ, ବାପୁଙ୍କ ସତ୍ୟ, ଅହିଂସା ଏବଂ ସ୍ୱଚ୍ଛତାର କାଳଜୟୀ ବାର୍ତ୍ତାକୁ ମନେ ପକାଇଥିଲେ। ଏହି ଅବସରରେ ପୂର୍ବତଟ ମୁଖ୍ୟାଳରେ ପ୍ରଭାତ ଫେରି ରାଲି ସହିତ ପାଳନ କରାଯାଇଥିଲା, ଯେଉଁଥିରେ ଅଧିକାରୀ, କର୍ମଚାରୀ ଏବଂ ରେଳ କର୍ମଚାରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ, ଗାନ୍ଧୀଜୀଙ୍କ ଆଦର୍ଶ ଏବଂ ଜନସାଧାରଣଙ୍କ ମଧ୍ୟରେ ସ୍ୱଚ୍ଛତାର ଗୁରୁତ୍ୱ ପ୍ରଚାର କରିଥିଲେ। ଶ୍ରମର ମର୍ଯ୍ୟାଦା ପାଇଁ ବାପୁଙ୍କ ଆହ୍ୱାନ ଅନୁଯାୟୀ, ରେଳ ଷ୍ଟେସନ, କାର୍ଯ୍ୟାଳୟ, କର୍ମଶାଳା, ହସ୍ପିଟାଲ ଏବଂ କଲୋନୀଗୁଡ଼ିକରେ ପରିସରରେ ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି ଅବସରରେ, ପୂର୍ବତଟ ରେଳପଥର…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ଲାଲକିଲ୍ଲାରେ ଦଶହରା ଉତ୍ସବରେ ଅଂଶଗ୍ରହଣ କରି ରାବଣ ବଧ କରିଥିଲେ।ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଯେତେବେଳେ ଆତଙ୍କବାଦର ରାକ୍ଷସ ମାନବଜାତି ଉପରେ ଆକ୍ରମଣ କରେ, ସେତେବେଳେ ଏହାକୁ ଦମନ କରିବା ଜରୁରୀ ହୋଇପଡ଼େ। ସେ ଭାରତୀୟ ସେନା ଦ୍ୱାରା କରାଯାଇଥିବା ‘ଅପରେସନ୍ ସିନ୍ଦୂର’କୁ ଆତଙ୍କବାଦର ରାବଣ ଉପରେ ମାନବଜାତିର ବିଜୟର ପ୍ରତୀକ ଭାବରେ ବର୍ଣ୍ଣନା କରିଥିଲେ।ରାଷ୍ଟ୍ରପତି ମୁର୍ମୁ ଲୋକମାନଙ୍କୁ ନିଜ ଭିତରେ ଥିବା ଦୁଷ୍ଟତାର ରାବଣକୁ ନଷ୍ଟ କରିବାକୁ ବାର୍ତ୍ତା ଦେଇଥିଲେ। ଦ୍ରୌପଦୀ ମୁର୍ମୁ ଏକ ଗୋଲାପୀ ଶାଢ଼ି ପିନ୍ଧି ଧନୁତୀର ଧରି ରାବଣ ଉପରେ ଅଗ୍ନି ସଂଯୋଗ କରିଥିଲେ। ଏହା ପୂର୍ବରୁ ରାଷ୍ଟ୍ରପତି କମଳା ଏବଂ ଲାଲ ପୋଷାକ ପିନ୍ଧି ଧନୁ ଏବଂ ତୀର ସହିତ ରାମ ରୂପରେ ସଜ୍ଜିତ ବ୍ୟକ୍ତି ଉପରେ ତିଳକ ଲଗାଇ ଥିଲେ।। ଅଳ୍ପ ଦୂରରେ ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦର ବଡ଼ ପ୍ରତିମୂର୍ତ୍ତି ଦୃଶ୍ୟମାନ ଅଗ୍ନି ସଂଯୋଗ…
ନୂଆଦିଲ୍ଲୀ: ପଦ୍ମ ବିଭୂଷଣ କଣ୍ଠଶିଳ୍ପୀ ଏବଂ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କର ଆଜି ଉତ୍ତର ପ୍ରଦେଶର ମିର୍ଜାପୁରରେ ଦୀର୍ଘ ଅସୁସ୍ଥତା ପରେ ମୃତ୍ୟୁ ଘଟିଛି। ତାଙ୍କର ବୟସ ୮୯ ବର୍ଷ ହୋଇଥିଲା। ୧୯୩୬ ମସିହାରେ ଆଜମଗଡ଼ରେ ଜନ୍ମଗ୍ରହଣ କରିଥିବା ମିଶ୍ର ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଜଣେ ପ୍ରବୀଣ ଭାବରେ ବଢ଼ି ଖୟାଲ, ଠୁମୁରୀ, ଦାଦ୍ରା, ଚୈତି, କଜରୀ ଏବଂ ଭଜନ ଭଳି ଶୈଳୀରେ ଅପାର ଅବଦାନ ରଖିଥିଲେ। ତାଙ୍କୁ ୨୦୨୦ ମସିହାରେ ପଦ୍ମ ବିଭୂଷଣ ଏବଂ ୨୦୧୦ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ପରିବାରରେ ତିନି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ତାଙ୍କ ପତ୍ନୀ ଏବଂ ତାଙ୍କର ଗୋଟିଏ ଝିଅ ଚାରି ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କ ବିୟୋଗରେ ଶୋକ…

