Author: Samikhsya Bureau

ଭୁବନେଶ୍ବର: ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଓଡିଶାରେ ଲାଗି ରହିବ ବର୍ଷା। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ବିଭାଗ କହିଛି ଯେ, ଟ୍ରପ ଲାଇନ ପ୍ରଭାବରେ ଏହି ବର୍ଷା ଲାଗି ରହିବ। ଏପରିକି କେତେକ ସ୍ଥାନରେ ପ୍ରବାଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଘଣ୍ଟାକୁ 30 ରୁ 40 କିଲୋମିଟର ବେଗରେ ପବନ ମଧ୍ୟ ପ୍ରବହିତ ହେବ। ଗତ କିଛିଦିନ ଧରି ରାଜ୍ୟରେ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୩ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ପୁରୀଠାରେ ସର୍ବାଧିକ ବର୍ଷା ୭୭.୨ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ, ଭଦ୍ରକ ଚାନ୍ଦବାଲିରେ ୫୬.୪ ମି.ମି ଏବଂ ସୋନପୁରଠାରେ ୩୨.୨ ମି.ମି. ବର୍ଷା ହୋଇଛି। Cabinet Approves ₹24,634 Cr Rail Multitracking Projects

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଚାରିଟି ରେଳ ଲାଇନ୍‌ ସମ୍ପ୍ରସାରଣ ବା ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏସବୁ ପ୍ରକଳ୍ପ ପାଇଁ ଆନୁମାନିକ 24,634 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରକଳ୍ପଗୁଡ଼ିକ ହେଲା:- ୱର୍ଦ୍ଧା-ଭୁସାୱଲ – ତୃତୀୟ ଓ ଚତୁର୍ଥ ଲାଇନ୍ – 314 କିଲୋମିଟର (ମହାରାଷ୍ଟ୍ର) ଗୋନ୍ଦିୟା-ଡଙ୍ଗରଗଡ଼ – ଚତୁର୍ଥ ଲାଇନ-84 କିଲୋମିଟର (ମହାରାଷ୍ଟ୍ର ଏବଂ ଛତିଶଗଡ଼) ଭଦୋଦରା-ରତଲାମ- ତୃତୀୟ ଓ ଚତୁର୍ଥ ଲାଇନ୍ – 259 କିଲୋମିଟର (ଗୁଜରାଟ ଏବଂ ମଧ୍ୟପ୍ରଦେଶ) ଇଟାରସୀ-ଭୋପାଳ – ବୀଣା ଚତୁର୍ଥ ଲାଇନ୍‌- 237 (ମଧ୍ୟପ୍ରଦେଶ) ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର 18ଟି ଜିଲ୍ଲା ଦେଇ ଅତିକ୍ରମ କରିଥିବା ଏହି ଚାରିଟି ରେଳ ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ରେଳ ନେଟୱର୍କରେ ପ୍ରାୟ 894 କିଲୋମିଟର ରେଳଲାଇନ ନିର୍ମାଣ କରିବ। ଅନୁମୋଦିତ ମଲ୍ଟିଟ୍ରାକିଂ…

Read More

ଭୁବନେଶ୍ବର: ବ୍ରହ୍ମପୁରର ବରିଷ୍ଠ ଓକିଲ ପୀତବାସ ପଣ୍ଡା ହତ୍ୟା ବିରୋଧରେ ଆସନ୍ତାକାଲି କଲମ ଛାଡ ଆନ୍ଦୋଳନ ଡାକରା ଦେଲା ଓଡିଶା ରାଜ୍ୟ ବାର କାଉନସିଲ। ଏ ନେଇ କାଉନିସର ଏକ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହିତ ସ୍ବର୍ଗତ ପଣ୍ଡାଙ୍କ ପରିବାରଙ୍କୁ ସହାୟତା ଦାବୀ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି। ପୀତବାସଙ୍କ ହତ୍ୟା ପରେ ଗତକାଲି ବିଳମ୍ବିତ ରାତିରେ ପରିଷଦର ଏକ ଜରୁରୀକାଳୀନ ଭର୍ଚୁଆଲ୍ ବୈଠକ ଡକାଯାଇଥିଲା। ଏଥିରେ ପୀତବାସଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରାଯିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ମଧ୍ୟ ଜ୍ଞାପନ କରାଯାଇଛି। ସ୍ୱର୍ଗତ ପୀତବାସଙ୍କ ଆତ୍ମାର ଶାନ୍ତି ପାଇଁ ମଧ୍ୟ ପରିଷଦ ପ୍ରାର୍ଥନା କରିଛି। ଏହି ହତ୍ୟାକାଣ୍ଡର ପ୍ରତିବାଦ ସ୍ବରୂପ ଅକ୍ଟୋବର 8 ତାରିଖରେ ରାଜ୍ୟବ୍ୟାପୀ “ପେନ୍-ଡାଉନ୍ ଧର୍ମଘଟ” ବା କଲମ ଛାଡ ଆନ୍ଦୋଳନ କରିବାକୁ ପରିଷଦ ଘୋଷଣା କରିଛି। ଏଥିରେ ସାରା ଓଡ଼ିଶାର…

Read More

ଭୁବନେଶ୍ବର: ଗତ କାଲି ବ୍ରହ୍ମପୁରର ବରିଷ୍ଠ ଆଇନଜୀଵୀ ତଥା ବିଜେପି ନେତା ପୀତବାସ ପଣ୍ଡା ଙ୍କ ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଘଟଣାରେ ସଂପୃକ୍ତ ଅପରାଧୀ ମାନଙ୍କୁ ଖୋଜି ବାହାର କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। ଏଭଳି ଜଘନ୍ୟ ଓ ଅମାନୁଷିକ ଘଟଣାକୁ କୌଣସି ପରିସ୍ଥିତି ରେ ମଧ୍ଯ ବରଦାସ୍ତ କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପଣ୍ଡା ଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Read More

ଭୁବନେଶ୍ବର: ଖୁବ ଶିଘ୍ର ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଏକ ନୂଆ ପରିଚୟ ନେଇ ଆଗକୁ ଆସିବେ। କିଛିଦିନ ତଳେ ବିଜେଡିରୁ ନିଲମ୍ବିତ ହେବା ପରେ ଶ୍ରୀମୟୀ କୁଆଡେ ଯିବେ ସେ ନେଇ ଚର୍ଚ୍ଚା ଜାରୀ ରହିଛି। ତେବେ ବିଜେଡିରୁ ନିଲମ୍ବିତ ହେବା ପରେ ସେ ତାଙ୍କର ସାମାଜିକ ଗଣମାଧ୍ୟମରେ ବେଶ ତୁମ୍ବି ତୋଫାନ କରିବାରେ ଲାଗିଛନ୍ତି। ବିଜେଡିର ଗୋଟିଏ ଗୋଟିଏ ଗଈ ଖୋଳିବାରେ ଲାଗିଛନ୍ତି। ତେବେ ଏହା ଭିତରେ ସେ ଖୁବ ଶିଘ୍ର ନୂଆ ଦଳକୁ ଯିବେ ବୋଲି ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ ସେ ବିଜେପିରେ ସାମିଲ ହେବେ ବୋଲି କଥାବାର୍ତ୍ତା ଚାଲିଛି। ଶ୍ରୀମୟୀଙ୍କ ସହିତ ଯୋଗାଯୋଗରେ ଥିବା କେତେକେ ନେତା ଏ ନେଇ ସ୍ପଷ୍ଟ କରିଛନ୍ତି। ବିଜେପି ତରଫରୁ କୁଆଡେ ତାଙ୍କୁ ଦଳରେ ସାମିଲ ହେବା ପାଇଁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ସେ ବିଜେପିରେ ସାମିଲ ହେଲେ ତାଙ୍କୁ ପୁଣି ଓଟିଡିସି ଅଧ୍ୟକ୍ଷା କରାଯିବ…

Read More

ନୂଆଦିଲ୍ଲୀ: ଆଜି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ଭାରତର ମୁଖ୍ୟ ବିଚାରପତି ବି ଆର ଗଭାଇଙ୍କ ଉପରକୁ ଜଣେ ଓକିଲ ଚପଲ ଫିଙ୍ଗିଛନ୍ତି। ସେ ହେଉଛନ୍ତି ରାକେଶ କିଶୋର। ମୁଖ୍ୟବିଚାରପତି ଏକ ମାମଲାର ଶୁଣାଣି କରୁଥିବା ବେଳେ ସଂପୃକ୍ତ ଓକିଲ କୋର୍ଟ ମଧ୍ୟ ଭାଗକୁ ଆସି ତାଙ୍କ ଗୋଡରୁ ଚପଲ କାଢି ମୁଖ୍ୟ ବିଚାରପତିଙ୍କୁ ଫିଙ୍ଗିବାକୁ ଚେଷ୍ଠା କରିଥିଲେ। ହେଲେ କୋର୍ଟରେ ଥିବା ସୁରକ୍ଷା କର୍ମି ତୁରନ୍ତ ଯାଇ ରାକେଶ କିଶୋରଙ୍କୁ ଜବତ କରିବା ସହିତ କୋର୍ଟ ରୁମରୁ ବାହାରକୁ ଭିଡି ଆଣିଥିଲେ। ଏହାକୁ ନେଇ କୋର୍ଟ ରୁମରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ସେ କୋର୍ଟ ରୁମରେ ‘ସନାତନ ଧର୍ମର ଅପମାନ ହିନ୍ଦୁ କେବେ ସହିପାରିବ ନାହିଁ’ ବୋଲି ପାଟି କରି କହୁଥିଲେ। ତେବେ ସୁପ୍ରିମକୋର୍ଟ ବାର ଆସୋସିଏସନ ତାଙ୍କର ବାର ଲାଇସେନସ ରଦ୍ଦ କରିଥିବାର ଜଣାପଡିଛି। ତେବେ ମୁଖ୍ୟବିଚାରପତି…

Read More

ଭୁବନେଶ୍ବର: ଭାରତୀୟ ବାୟୁସେନାର 1960 ଦଶକର ବୈମାନିକ ତଥା ଭୁବନେଶ୍ଵର ‘କଳ୍ପନା ଟକିଜ୍’ ପରିବାରର ଜ୍ଯେଷ୍ଠ ପୁରୋଧା ‘ସୂର୍ଯ୍ୟ କୁମାର ନନ୍ଦ’ଙ୍କର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଗତ ତିନି ଅକ୍ଟୋବର ରାତ୍ରିରେ ଦେହାନ୍ତ ହୋଇଯାଇଛି। ସୂର୍ଯ୍ୟ ନନ୍ଦଙ୍କ ଜନ୍ମ 1935 ମସିହାରେ ସେ ସମୟରେ ପ୍ରସିଦ୍ଧ ପୁରୁଣା ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ସନ୍ନିକଟ ସମ୍ଭ୍ରାନ୍ତ ‘ନନ୍ଦ’ ପରିବାରରେ ହୋଇଥିଲା। ବାଲ୍ୟ ଶିକ୍ଷା ପୁରୁଣା ଭୁବନେଶ୍ଵରରୁ ଆରମ୍ଭ କରି ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ପାସ୍ କରିବା ପରେ ସେ ବୈମାନିକ ଭାବେ ଶିକ୍ଷା ନେଇଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ ଭାରତୀୟ ବାୟୁସେନାର ବୈମାନିକ ଭାବେ ଯୋଗ ଦେଇଥିଲେ। ଏକ ଛୋଟ ଦୁର୍ଘଟଣା ପରେ ସେ ବିମାନ ଚାଳନାରୁ ଅବ୍ୟାହତି ନେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କର ପୈତୃକ ବ୍ୟବସାୟ ଭୁବନେଶ୍ୱର ର ପ୍ରଥମ ସିନେମା ହଲ୍ ‘କଳ୍ପନା ଟକିଜ୍’ ପରିଚାଳନା ଦାୟିତ୍ଵ ସୂଚାରୁ ରୂପରେ ତୁଲାଇ ଥିଲେ। ଗତ…

Read More

ଭୁବନେଶ୍ବର: ନୂଆପଡା ବାସୀଙ୍କ ପାଇଁ ମୋ ଦୁଆର ସବୁବେଳେ ଖୋଲା। ସେମାନେ ଯେତେବେଳେ ଚାହିଁବେ, ମୋତେ ଭେଟିପାରିବେ। ସେମାନଙ୍କ କୌଣସି ସମସ୍ୟା ଯଦି ମୋ ନଜରକୁ ଆସେ, ତେବେ ସେ ସବୁକୁ ଗୁରୁତ୍ବ ଦିଆଯାଇ ସମାଧାନ କରିବାକୁ ଉଦ୍ୟମ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୂଆପଡା ଗସ୍ତ କରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୂର ହେଉ କି ପାଖ, ବଡ ହେଉ ବା ଛୋଟ, ରାଜ୍ୟର ସବୁ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ମୋଦୀଜୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ରାଜ୍ୟର ଜନସାଧାରଣଙ୍କ ସେବା ପାଇଁ ସବୁ ସମୟରେ, ସବୁ ମୁହୂର୍ତ୍ତରେ ଉପସ୍ଥିତ ଅଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୂଆପଡା ସହିତ ମୋର ଭାବଗତ ସମ୍ପର୍କ ରହିଛି ଏବଂ ଏହା ବଢି ବଢି ଚାଲିଛି। ଆଗାମୀ ଦିନରେ ଏହି ସମ୍ପର୍କ ଆହୁରି ସୁଦୃଢ…

Read More

ନୂଆଦିଲ୍ଲୀ: ଘୋଷଣା ହେଲା ବିହାର ବିଧାନସଭା ନିର୍ବାଚନ ତାରିଖ। ଆଜି ଭାରତୀୟ ନିର୍ବାଚନ କମିଶନ ଏହି ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ବିହାର ବିଧାନସଭା ନିର୍ବାଚନ ନଭେମ୍ବର 6 ଏବଂ 11 ତାରିଖରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ବିଧାନସଭା ଭୋଟ ଗଣତି ନଭେମ୍ବର 14 ରେ ହେବ ବୋଲି କୁହାଯାଇଛି। ବିହାର ନିର୍ବାଚନ ସମସ୍ତ ନିର୍ବାଚନଠାରୁ ବେଶ ଗୁରୁତ୍ବ ପୂର୍ଣ୍ଣ। ସେଥିପାଇଁ ବିହାର ନିର୍ବାଚନ ପାଇଁ ମୋଟ 8.5 ଲକ୍ଷ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି।

Read More

ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପାଇଁ ବର୍ତ୍ତମାନ ସବୁ ଦଳ ତରଫରୁ ତତ୍ପରତା ପ୍ରକାଶ ପାଇଲାଣି। ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ  ଠିକ କରିସାରିଥିବା କେବଳ ଘୋଷଣା ବାକି ରହିଛି। ହେଲେ ବିଜେପିର କିଏ ପ୍ରାର୍ଥୀ ହେବ ସେ ନେଇ କୌଣସି ନିଷ୍ପତି ହୋଇପାରି ନାହିଁ। ଏହାରି ଭିତରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡା ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଘୋଷଣା କରିବେ ବୋଲି ଜଣାପଡିଛି। ସୂଚନା ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ନୂଆପଡା ମିନି ଷ୍ଟାଡିୟମରେ ଏକ ବଡ ସଭା କରୁଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଲୋକସଭା ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଉଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ 1100 କୋଟି ଟଙ୍କାର 957 ଟି ପ୍ରକଳ୍ପର ଉଦଘାଟନ ତଥା ଭତ୍ତିପ୍ରସ୍ତର ସ୍ଥାପନ କରିବେ।…

Read More

ଭୁବନେଶ୍ବର: କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କଟକ ସହର ହେଉଛି ହଜାର ବର୍ଷର ସହର। ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର । କିନ୍ତୁ, ଗତ କିଛି ଦିନ ଧରି କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି ଏବଂ ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହିଭଳି ବିଶୃଙ୍ଖଳାକାରୀଙ୍କ ଉପରେ ସରକାରଙ୍କ ନଜର ରହିଛି ଏବଂ ସେମାନଙ୍କ ଉପରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସହରର ଐତିହ୍ୟକୁ ଆହୁରି ଉପରକୁ ନେବା ପାଇଁ ସମସ୍ତେ ମିଳିମିଶି ଶାନ୍ତି ଶୃଙ୍ଖଳାର ସହିତ ଆଗକୁ ବଢନ୍ତୁ ଏବଂ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Read More

ଭୁବନେଶ୍ବର: ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକ ଥିଲେ ସେବା ଓ ସଂଗ୍ରାମର ଅନିର୍ବାଣ ଶିଖା । ତାଙ୍କର ତ୍ୟାଗପୂତ ଜୀବନାଦର୍ଶ ଯୁବପିଢିଙ୍କୁ ଅନୁପ୍ରାଣିତ କରିବା ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଶିକ୍ଷାବିତ୍, ସାହିତ୍ୟିକ ତଥା କୃଷକ ଓ ସାମ୍ୟବାଦୀ ଆନ୍ଦୋଳନର ଅନ୍ୟତମ ଆଦ୍ୟ ପୁରୋଧା ପ୍ରାଣନାଥ ପଟ୍ଟନାୟକଙ୍କ ୫୫ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ରାଜ୍ୟ ପ୍ରାଣନାଥ ସ୍ମୃତି ସମିତି ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ସ୍ମୃତି ସମାରୋହରେ ମୁଖ୍ୟ ଅତିଥୁ ରୂପେ ଯୋଗଦେଇ ରାଜ୍ୟପାଳ ପ୍ରାଣନାଥଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ଵାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରାଣନାଥଙ୍କ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରକୁ ମଧ୍ଯ ବିଶେଷ ଅବଦାନ ରହିଥିବାର ସେ ଉଲ୍ଲେଖ କରିଥିଲେ । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି…

Read More

ଭୁବନେଶ୍ବର: କଟକରେ ଆଜି ରାତି 10ଟାରୁ ଲାଗୁ ହେଲା କର୍ଫ୍ୟୁ। ଏ ନେଇ କଟକ ଭୁବନେଶ୍ବର କମିଶନରେଟ ପୋଲିସ ତରଫରୁ ସୂଚନା ଦିଆଯାଇଛି। ଏହି କର୍ଫ୍ୟୁ ଆସନ୍ତା 36 ଘଣ୍ଟା ପାଇଁ ଲାଗୁ ହେଲା ବୋଲି କହିଛନ୍ତି ପୋଲିସ କମିଶନର ଦେବଦତ୍ତ ସିଂ। କଟକ ଭସାଣୀ ବେଳେ ଯେଉଁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା ତାହା ଧିରେଧିରେ ଉତ୍ତେଜନା ଆଡକୁ ଗତି କରୁଥିବାରୁ ପୋଲିସ ତରଫରୁ ଏହି ବଡ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ପୋଲିସ ସୂଚନା ଅନୁସାରେ କଟକର ଦରଘା ବଜାର, ଲାଲବାଗ, ମର୍କତ ନଗର, ମଙ୍ଗଳାବାଗ, ପୁରୀଘାଟ, ବିଡାନାସୀ, ସିଡିଏ ଫେଜ-2, ଦରଘାବଜାର, ମାଲଗୋଦାମ, କ୍ୟାଣ୍ଟନମେଣ୍ଟ, ଜଗତପୁର, ବୟାଳିଶମୌଜା, ବାଦମବାଡି, ସଦରଥାନା ପ୍ରଭୃତି ଅଞ୍ଚଳରେ ଏହି କର୍ଫ୍ୟୁ ଲାଗୁ କରାଯାଇଛି। ଏହି ଅଞ୍ଚଳରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରିଦିଆଯାଇଛି। ତେବେ ଏହି କର୍ଫ୍ୟୁ ସମୟରେ ଜରୁରୀ ସେବାକୁ ବନ୍ଦ କରାଯାଇ ନାହିଁ ବୋଲି ପୋଲିସ ତରଫରୁ କୁହାଯାଇଛି। ସେହିପରି…

Read More

ଭୁବନେଶ୍ୱର: ରିଲାଏନ୍ସ ଜିଓ ଏହାର “୨ଜି-ମୁକ୍ତ ଭାରତ” ଅଭିଯାନର ଅଂଶ ଭାବରେ ଓଡ଼ିଶାରେ ଗ୍ରାହକମାନଙ୍କୁ ୨ଜି ରୁ ୪ଜି କୁ ଅପଗ୍ରେଡ୍ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏହି ଦୀପାବଳିରେ, ଜିଓ ଭାରତ ମୋବାଇଲ୍ ଫୋନ୍ ମାତ୍ର ୬୯୯ ଟଙ୍କାରୁ ଆରମ୍ଭ ହୋଇ ବେଶ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି। କମ୍ପାନୀ ରାଜ୍ୟର ୯୦ ଲକ୍ଷରୁ ଅଧିକ ଗ୍ରାହକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ଯେଉଁମାନେ ଏପର୍ଯ୍ୟନ୍ତ ୨ଜି ନେଟୱାର୍କ ବ୍ୟବହାର କରୁଛନ୍ତି। ଜିଓ କେବଳ ଅତ୍ୟାଧୁନିକ ୪ଜି ପ୍ରଯୁକ୍ତି ବ୍ୟବହାର କରି ଡିଜିଟାଲ୍ ଇଣ୍ଡିଆର ରୋଡମ୍ୟାପ୍ କୁ ଆଗକୁ ବଢ଼ାଉଛି। ଓଡିଶାରେ ଜିଓ ଭାରତ ଫୋନ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରୁଛି କାରଣ ଏହାର ମାସିକ ରିଚାର୍ଜ ସବୁଠାରୁ ଶସ୍ତା ରହିଛି। ଗ୍ରାହକମାନଙ୍କୁ ୨୮-ଦିନର ବୈଧତା ରହିଥିବା ପ୍ଲାନ ପାଇଁ କେବଳ ୧୨୩ ଟଙ୍କା ଦେବାକୁ ପଡିବ। ଏହି ସୁଲଭ ପ୍ଲାନରେ ଦୈନିକ ଅଧ ଜିବି…

Read More

ବାଲୁଗାଁ: ଉତ୍କଳ ବିଶ୍ୱବିଦ୍ୟାଳୟର ଆର୍ଥିକ ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଅୟୋଜିତ ହୋଇଥିବା ସାତଦିନିଆ ପୂଜା ସ୍ୱତନ୍ତ୍ର ଶିବିରର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ନିର୍ଦ୍ଦେଶନା ତଥା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼କ୍ଟର କୈଳାଶ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ତତ୍ତ୍ୱାବଧାନରେ “ବୃକ୍ଷରୋପଣ ଓ ଚିଲିକା ସୁରକ୍ଷା” ପ୍ରସଙ୍ଗକୁ ନେଇ ଆୟୋଜିତ ହୋଇଛି ଶିବିର। ଉକ୍ତ ଶିବିରର ବିଭିନ୍ନ ଦିବସରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ, ରେଞ୍ଜ ଅଫିସର ରଶ୍ମିତା ଜେନା,ଫରେଷ୍ଟର ନାରାୟଣ ଆଲତିଆ , ସମାଜସେବୀ ଶ୍ରୀ ସୋମ , ଅନନ୍ୟା ଷଡ଼ଙ୍ଗୀ, ତ୍ରିବିକ୍ରମ ପଣ୍ଡା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସ୍ବେଛାସେବୀ ବିକ୍ରମ ବିଷୋୟୀ, ରାଜ୍ୟ ପୁରସ୍କାର ପ୍ରାପ୍ତ ସମାଜସେବୀ ବବୁଲ ରଣସିଂହ, ପୋଷ୍ୟଗ୍ରାମ ଶାନ୍ତି ନଗର ଓ ଗୋପବନ୍ଧୁ ନଗରର…

Read More

ଖୋର୍ଦ୍ଧା: ଟାଙ୍ଗୀ ରତ୍ନମାଳୀ କଲ୍ୟାଣ ମଣ୍ଡପ ପରିସରରେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ,ଟାଙ୍ଗୀ ଆନୁକୁଲ୍ୟରେ ଅନୁଷ୍ଠିତ ତୃତୀୟ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ। ସମାଜରେ ପ୍ରଥମ ସମ୍ମାନର ପାତ୍ର ହେଉଛନ୍ତି ବରିଷ୍ଠ ନାଗରିକମାନେ।ସେମାନଙ୍କ ପ୍ରତି ଶ୍ରଦ୍ଧା,ସମ୍ମାନ ପ୍ରଦାନ କରିବା ଏବଂ ସେମାନଙ୍କ ସୁଖଦ ଜୀବନ ପାଇଁ ଆମ ମାନଙ୍କର ଦାୟିତ୍ଵ ରହିଛି।ବରିଷ୍ଠ ନାଗରିକ ମାନଙ୍କର ଜ୍ଞାନ, ଅଭିଜ୍ଞତା,ବଳିଷ୍ଠ ଉପଦେଶ ଓ ଦିଗଦର୍ଶନ ଆମ ସମାଜକୁ ଅଧିକ ସମୃଦ୍ଧ କରିଥାଏ।ବରିଷ୍ଠ ନାଗରିକ ମାନେ ଆମ ସମାଜର ଅମୁଲ୍ୟ ରତ୍ନ।ସମାଜ ଗଠନରେ ସେମାନଙ୍କର ଅବଦାନ ସର୍ବଦା ସ୍ମରଣୀୟ।ବିଭିନ୍ନ ସ୍ଥାନରେ ଭଦ୍ର ଓ ସଚେତନ ବ୍ୟକ୍ତିମାନେ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ କରିଥାନ୍ତି।ଏବେ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ମଧ୍ୟସ୍ଥତା ଭଳି ପଦକ୍ଷେପଗୁଡ଼ିକ ସାମାଜିକ ଜୀବନକୁ ଅଧିକ ସହଜ କରୁଛି।ଆମେ ସମସ୍ତେ…

Read More

The Samikhsya Desk: ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ ଏବଂ ବିଆରଏସ ବିଧାୟକ ଟି ହରିଶ ରାଓ କହିଛନ୍ତି ଯେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିବା ହାଇଦ୍ରାବାଦର ଜଣେ ଭାରତୀୟ ଛାତ୍ରଙ୍କୁ ଟେକ୍ସାସରେ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଘଟଣା ଘଟିବା ସମୟରେ ପୀଡିତ ଚନ୍ଦ୍ରଶେଖର ପୋଲ ଟେକ୍ସାସର ଡେଣ୍ଟନର ଏକ ପେଟ୍ରୋଲ ପମ୍ପରେ ପାର୍ଟ ଟାଇମ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି। ପୀଡିତା ଅଧିକ ଅଧ୍ୟୟନ ପାଇଁ ଡାଲାସ ଯିବା ପୂର୍ବରୁ ଡେଣ୍ଟାଲ ସର୍ଜରୀ (ବିଡିଏସ୍)ରେ ତାଙ୍କର ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ହରିଶ ରାଓ କହିଛନ୍ତି ଯେ ସେ ଏବଂ ଅନ୍ୟ ଦଳର ନେତାମାନେ ପୀଡିତାଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ହାଇଦ୍ରାବାଦରେ ତାଙ୍କ ଘରେ ଭେଟିଥିଲେ। ସେ ରେବନ୍ତ ରେଡ୍ଡିଙ୍କ ନେତୃତ୍ୱାଧୀନ ତେଲେଙ୍ଗାନା ସରକାରଙ୍କୁ ଶେଷ ସଂସ୍କାର ପାଇଁ ପୀଡିତାଙ୍କ ମୃତଦେହ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ। ପୀଡିତା ପୂର୍ବରୁ ଆମେରିକୀୟ ଏକ୍ସପ୍ରେସରେ 2021 ରୁ 2023…

Read More

ସମ୍ବାଦ ସ୍ୱନକ୍ଷତ୍ର ଦିବସରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ସେ ସମ୍ବାଦ ର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବେଶ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଗଣମାଧ୍ୟମ ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସରକାରଙ୍କୁ ଆଇନା ଦେଖାଇବା, ଲୋକଙ୍କ ସାଧାରଣ ସମସ୍ୟାକୁ ତଥ୍ୟ ସହିତ ସରକାରଙ୍କ ନଜରକୁ ଆଣିବା ହେଉଛି ତାଙ୍କର ମୁଖ୍ୟ ଦାୟିତ୍ବ। ସୌମ୍ୟବାବୁ ଯେଉଁ ଦଳର ସମର୍ଥକ କିମ୍ବା ସଭ୍ୟ ଥାଆନ୍ତୁ ନା କାହିଁକି, ସରକାରଙ୍କୁ ପ୍ରଶ୍ନ ପଚାରିବାରେ କୌଣସି କାର୍ପଣ୍ୟତା କରିନାହାନ୍ତି। ସରକାରଙ୍କୁ ଲୋକଙ୍କ ସ୍ବାର୍ଥକୁ ନେଇ ଓଡିଆଙ୍କ ସ୍ବାର୍ଥକୁ ନେଇ ତେରେଛା ବାଣ ମାରିବାରେ କେବେହେଲେ ସୌମ୍ୟବାବୁ ସଙ୍କୋଚ କରି ନାହାନ୍ତି। ଏହା ହେଉଛି ପ୍ରକୃତ ସାମ୍ବାଦିକତା। ମୁଁ ଅନ୍ୟ କାହା କହିପାରିବି ନାହିଁ, କିନ୍ତୁ ଗୋଟିଏ ସ୍ତମ୍ଭ ବାହାରୁ ଥିଲା ସ୍ବର୍ଗୀୟ ମହତାବ ବାବୁଙ୍କ ‘ଗାଁ ମଜଲିସ’। ୨୦୦୦ ଦଶକରେ ଆରମ୍ଭ ହୋଇଥିଲା ‘ପ୍ରଥମ ପୃଷ୍ଠା ସମ୍ପାଦକୀୟ’, ଯାହାର ନାଁ ଥିଲା,…

Read More

କୌଶଳ ଦୀକ୍ଷାନ୍ତ ସମାରୋହ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଦକ୍ଷତା ସମାବର୍ତ୍ତନ ସମାରୋହରେ ୬୨ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଯୁବ-କୈନ୍ଦ୍ରିକ ପଦକ୍ଷେପ ଆରମ୍ଭ କରିଛନ୍ତି। ଦେଶବ୍ୟାପୀ ଲକ୍ଷ ଲକ୍ଷ ଆଇଟିଆଇ ଛାତ୍ରଛାତ୍ରୀ, ବିହାରର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯେ, କିଛି ବର୍ଷ ପୂର୍ବେ ସରକାର ଆଇଟିଆଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଧରଣର ସମାବର୍ତ୍ତନ ସମାରୋହ ଆୟୋଜନ କରିବାର ଏକ ନୂତନ ପରମ୍ପରା ଆରମ୍ଭ କରିଥିଲେ। ସେ କହିଥିଲେ ଯେ ଆଜି ସେହି ପରମ୍ପରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜିର ସମାରୋହ ଭାରତ ଦକ୍ଷତା ବିକାଶକୁ ଦେଇଥିବା ପ୍ରାଥମିକତାର ପ୍ରତୀକ । ସେ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଦେଶବ୍ୟାପୀ ଯୁବପିଢ଼ିଙ୍କ ପାଇଁ ଦୁଇଟି ପ୍ରମୁଖ ପଦକ୍ଷେପ ଆରମ୍ଭ କରିବାର ଘୋଷଣା କରିଥିଲେ। ଶ୍ରୀ ମୋଦୀ ଘୋଷଣା କରିଥିଲେ…

Read More

ମେଷ:– ଆଜି ଆପଣ ଖାଦ୍ୟର ବିଶେଷ ଯତ୍ନ ନେବାକୁ ପଡିବ, ନଚେତ୍ ସ୍ୱାସ୍ଥ୍ୟ ଖରାପ ହୋଇପାରେ। କ୍ରୋଧର ପରିମାଣ ଅଧିକ ହେବ, ତେଣୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଏହା ସହିତ, ଆପଣ ମଧ୍ୟ ବକ୍ତବ୍ୟରେ ସଂଯମ ରଖନ୍ତୁ। ଅନୈତିକ କାର୍ଯ୍ୟରୁ ଦୂରରେ ରୁହନ୍ତୁ। ସରକାର ବିରୋଧୀ ପ୍ରବୃତ୍ତି ହେତୁ ସମସ୍ୟା ସୃଷ୍ଟି ନ କରିବାକୁ ଧ୍ୟାନ ଦିଅନ୍ତୁ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ବୃଷ:– ଆଜି ଆପଣ କ୍ରୋଧ ଉପରେ ସଂଯମତା କରିବା ଆବଶ୍ୟକ, ନଚେତ୍  ଏକ ବୃଥା ବିବାଦରେ ଫସିଯିବେ। ପେଟ ସମ୍ବନ୍ଧୀୟ ରୋଗର ସମସ୍ୟା ହେବ। କାର୍ଯ୍ୟରେ ସଫଳତାର ଅଭାବ ହେତୁ ନିରାଶ ହେବାର ସମ୍ଭାବନା ମଧ୍ୟ ଅଛି। ସାହିତ୍ୟ କିମ୍ବା ଅନ୍ୟ କୌଣସି ସୃଜନଶୀଳ କଳା ପ୍ରତି ଆଗ୍ରହୀ ହେବେ। ପିଲାମାନଙ୍କ ପାଇଁ ଚିନ୍ତା ଯୋଗୁଁ, ମନରେ ଚିନ୍ତା ହେବ। ସମ୍ଭବ ହେଲେ ସ୍ଥାନାନ୍ତରଣକୁ ଏଡାଇ ଦିଅନ୍ତୁ। ମିଥୁନ:– ଆଜି ଆପଣଙ୍କ ମନରୁ ନକାରାତ୍ମକ ଚିନ୍ତାଧାରା…

Read More

ଖଦି କାରିଗର ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଖଦି କାରିଗରମାନଙ୍କୁ ମେସିନ୍ ଏବଂ ଟୁଲକିଟ୍ ବଣ୍ଟନ କରିଥିଲେ, ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ  କାର୍ଯ୍ୟକ୍ରମ (PMEGP) ଅଧୀନରେ ହିତାଧିକାରୀମାନଙ୍କୁ ଅନଲାଇନ ମାଧ୍ୟମରେ ମାର୍ଜିନ୍ ମନି ସବସିଡି ପ୍ରଦାନ, ନୂତନ ୟୁନିଟ୍ ଉଦଘାଟନ କରିଥିଲେ ଏବଂ ଦେଶର ବିଭିନ୍ନ ସ୍ଥାନରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲେ। ହରିୟାଣା ମୁଖ୍ୟମନ୍ତ୍ରୀ ଶ୍ରୀ ନାୟବ ସୈନି, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଏବଂ ଯୋଜନା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓ ଇନ୍ଦ୍ରଜିତ ସିଂହ, କେନ୍ଦ୍ର ସମବାୟ  ରାଷ୍ଟ୍ରମନ୍ତ୍ରୀ ଶ୍ରୀ କ୍ରିଷନ ପାଲ ଗୁର୍ଜର ଏବଂ ଖଦି ଓ  ଗ୍ରାମୋଦ୍ୟୋଗ ଆୟୋଗ (KVIC) ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ମଧ୍ୟ ଏହି ଅବସରରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଦୀପ ପ୍ରଜ୍ୱଳନ ଏବଂ ” ଖଦି…

Read More