ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୁଜରାଟର ଗାନ୍ଧୀନଗରଠାରେ ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନକୁ ଉଦ୍ଘାଟନ କରିଛନ୍ତି। କୌଣସି ଜମାକାରୀ ତାଙ୍କର କଷ୍ଟ ଅର୍ଜିତ ଜମା ପୁଞ୍ଜୀକୁ କିପରି ବ୍ୟାଙ୍କ ବା ଅନ୍ୟ ଆର୍ଥିକ ଅନୁଷ୍ଠାନରୁ ସହଜରେ ଉଠାଇପାରିବେ ସେ ବିଷୟରେ ସଚେତନତା ପ୍ରସାର କରିବା ଏହି ଅଭିଯାନର ଲକ୍ଷ୍ୟ। ଏହି ଅବସରରେ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି, ଏହି ଅଭିଯାନରେ ଏକ ସରଳ କିନ୍ତୁ ଶକ୍ତିଶାଳୀ ବାର୍ତ୍ତା ବହନ କରାଯାଇଛି ଯେ, ନାଗରିକମାନଙ୍କ ଦ୍ୱାରା ସଞ୍ଚିତ ପ୍ରତ୍ୟେକ ଟଙ୍କା ସେମାନଙ୍କୁ କିମ୍ବା ସେମାନଙ୍କ ପରିବାରକୁ ଫେରିବା ଉଚିତ। ଏହା ତାଙ୍କର ସଞ୍ଚିତ ଜମାପୁଞ୍ଜୀ ହେଉ ବା ବୀମା ଆୟ, ଲାଭାଂଶ, ମ୍ୟୁଚୁଆଲ୍ ଫଣ୍ଡ ବାଲାନ୍ସ ଏବଂ ପେନସନ୍, ଏସବୁ କେବଳ କାଗଜପତ୍ରରେ ନ ରହି ସମ୍ପୃକ୍ତ ବ୍ୟକ୍ତି ପାଖକୁ ଫେରିବା ଆବଶ୍ୟକ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। କୌଣସି ସାଧାରଣ ପରିବାରର କଷ୍ଟ…
Author: Samikhsya Bureau
ବସ୍ତର ଦଶହରା: କେନ୍ଦ୍ର ଗୃହ ଏଂବ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଛତିଶଗଡ଼ର ଜଗଦଲପୁରରେ ବସ୍ତର ଦଶହରା ମହୋତ୍ସବକୁ ସମ୍ବୋଧିତ କରିଛନ୍ତି। ନିଜର ଅଭିଭାଷଣ ପୂର୍ବରୁ ଶ୍ରୀ ଶାହ ପ୍ରସିଦ୍ଧ ଦନ୍ତେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ସେଠାରେ ପ୍ରାର୍ଥନା କରିଥିଲେ। ବସ୍ତର ଦଶହରା ଉତ୍ସବରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଇ ଏବଂ ଉପମୁଖ୍ୟମନ୍ତ୍ରୀ ଡକ୍ଟର ବିଜୟ ଶର୍ମାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ୭୫ ଦିନ ଧରି ଚାଲିଥିବା ବସ୍ତର ଦଶହରା, ବିଶ୍ୱର ସର୍ବବୃହତ ଏବଂ ଅନନ୍ୟ ପର୍ବ, କେବଳ ଆଦିବାସୀ ସମ୍ପ୍ରଦାୟ, ବସ୍ତର, ଛତିଶଗଡ଼ କିମ୍ବା ଭାରତ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ, ଦନ୍ତେଶ୍ୱରୀ ମନ୍ଦିରରେ ପ୍ରାର୍ଥନା ସମୟରେ ସେ ୨୦୨୬ ମସିହା ମାର୍ଚ୍ଚ ୩୧…
ରୋଜଗାର ମେଳାର ସଫଳତା: ବିଶ୍ୱ ଆର୍ଥିକ ମଞ୍ଚର ଭବିଷ୍ୟତ ନିଯୁକ୍ତି ରିପୋର୍ଟ ୨୦୨୫ ମୁତାବକ ଭାରତ ଏପରି ଦେଶମାନଙ୍କ ମଧ୍ୟରେ ସାମିଲ ଅଛି ଯେଉଁ ଦେଶଗୁଡ଼ିକ ଆଗାମୀ ବର୍ଷରେ ପ୍ରାୟ ଦୁଇ-ତୃତୀୟାଂଶ ନୂତନ କର୍ମଶକ୍ତି ଯୋଗାଣ କରିବେ। ଭାରତ ନିଜ ଜନସାଂଖ୍ୟିକ ଲାଭାଂଶର ଫାଇଦା ଉଠାଇ ଦେଶରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ନିଜର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରୁଛି । ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ପାଲଟିଥିବା ଭାରତ ଗତ ୬ ବର୍ଷ ମଧ୍ୟରେ ପ୍ରାୟ ୧୭ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ନିଯୁକ୍ତି ୨୦୨୩-୨୪ ରେ ୬୪.୩୩ କୋଟିକୁ ବୃଦ୍ଧି ପାଇଛି, ଯାହା ୨୦୧୭-୧୮ ରେ ୪୭.୫ କୋଟି ଥିଲା। ଛଅ ବର୍ଷ ମଧ୍ୟରେ ୧୬.୮୩ କୋଟି ଲୋକଙ୍କୁ ଅତିରିକ୍ତ ନିଯୁକ୍ତି ମିଳିଛି । ଏହା ଯୁବ-କୈନ୍ଦ୍ରିକ ନୀତି ଏବଂ ବିକଶିତ…
ବାଲୁଗାଁ:-ଶନିବାର ଅପରାହ୍ନରେ ଚିଲିକା କୁଳ ନିକଟରୁ ଏକ ଅଜଣା ମୃତ ଶରୀର ଉଦ୍ଧାର କରିଛି ବାଲୁଗାଁ ଅଗ୍ନିଶମ ବାହିନୀ। ଖବର ମୁତାବକ ବାଲୁଗାଁ ମା କାଳିଜାଇ ମୋଟର ବୋଟ ଆସୋସିଏସନ ଯାତ୍ରୀନିବାସ ପଛ ପାର୍ଶ୍ୱରେ ଏକ ଅଜଣା ବୃଦ୍ଧର ମୃତ ଶରୀର ଅନେକ ସମୟ ଧରି ପଡି ରହିଥିଲା। ଖବରପାଇ ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବୃଦ୍ଧଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। INTACH Odisha Hosts State-Level Heritage Quiz 2025 in Bhubaneswar
ଭୁବନେଶ୍ବର: ଚଳିତ ବର୍ଷ କୁମାର ପୂର୍ଣ୍ଣିମା ନେଇ ଦ୍ବନ୍ଦ ଦେଖାଦେଇଛି। କାରଣ ଏହି ପୂର୍ଣ୍ଣିମା ଚଳିତ ଅକ୍ଟୋବର 6 ତାରିଖରେ ନା 7 ତାରିଖରେ ପଡୁଛି ତାହାକୁ ନେଇ ଦ୍ବନ୍ଦ। ସାଧାରଣତଃ ଆଶ୍ବିନ ମାସ ଶେଷ ଦିନକୁ ଆଶ୍ବିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ବୋଲି କୁହାଯାଇଥାଏ। ଏପରିକୀ ଶାରଦୀୟ ପୂଜା ଏହିମାସରେ ହୋଇଥିବାରୁ ଏହାକୁ କେତେକ ସ୍ଥାନରେ ଶାରଦ ପୂର୍ଣ୍ଣିମା ବୋଲି କହିଥାନ୍ତି। ତେବେ ଚଳିତ ମାସ ଏହି ପୂର୍ଣ୍ଣିମା ତିଥୀକୁ ନେଇ ଦ୍ବନ୍ଦ ଦେଖା ଦେଇଛି। ତାହା ହେଲା ଏହା 6 ତାରିଖ ସୋମବାରରେ ହେବ ନା 7 ତାରିଖ ମଙ୍ଗଳବାରରେ ହେବ। ଓଡିଆ କ୍ୟାଲେଣ୍ଡର ଅନୁସାରେ ଆସନ୍ତା 6 ତାରିଖରେ ହେଉଛି କୁମାର ଉତ୍ସବ। ହେଲେ 7 ତାରିଖରେ ହେଉଛି କୁମାର ପୂର୍ଣ୍ଣିମା। ତେବେ ପଞ୍ଚାଙ୍ଗ ଅନୁସାରେ ଏଥର ପୂର୍ଣ୍ଣିମା ଦୁଇ ଦିନ ରହୁଛି। ଅର୍ଥାତ ଚଳିତ ମାସ 6 ତାରିଖ ଦିନ 12 ଟା 23…
ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣବର୍ମାଙ୍କ ଦୀର୍ଘଦିନର ଇଚ୍ଛାକୁ ପୂରଣ କରିବାକୁ ଦୁଇ ଦଶନ୍ଧି ତଳେ ହୋଇଥିବା ଅତ୍ୟନ୍ତ ସନ୍ତୋଷଜନକ ଜାତୀୟ ପ୍ରୟାସ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲୋକପାତ କରିଛନ୍ତି । ୧୯୩୦ ମସିହାରେ ଶ୍ୟାମଜୀ କୃଷ୍ଣବର୍ମା ପରଲୋକ ଗମନ କରିଥିଲେ । ତାଙ୍କର ଶେଷ ଇଚ୍ଛା ଥିଲା ଦିନେ ତାଙ୍କ ଚିତାଭସ୍ମ ସ୍ୱାଧୀନ ଭାରତକୁ ଫେରିବ । ୨୦୦୩ ଅଗଷ୍ଟ ପର୍ଯ୍ୟନ୍ତ ଦୀର୍ଘ ଦଶନ୍ଧି ଧରି ତାଙ୍କର ଏହି ଇଚ୍ଛା ଅପୂର୍ଣ୍ଣ ରହିଥିଲା, ଯେତେବେଳେ କି ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱିଜରଲାଣ୍ଡର ଜେନେଭାରୁ ତାଙ୍କର ଚିତାଭସ୍ମ ଆଣିବା ଦିଗରେ ଐତିହାସିକ ପଦକ୍ଷେପ ନେଇଥିଲେ । ସେ ଉଲ୍ଲେଖ କରିଛନ୍ତି, ଏହି ପଦକ୍ଷେପ ମା ଭାରତୀଙ୍କ ସାହସୀ ସୁପୁତ୍ରର ସ୍ମୃତିକୁ ସମ୍ମାନ ଦେଇଥିଲା ଏବଂ ନିଜ ସ୍ୱାଧୀନତା ସଂଗ୍ରାମର ଲିଗାସୀକୁ ସଂରକ୍ଷିତ ରଖିବାରେ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲା । ପ୍ରଧାନମନ୍ତ୍ରୀ ଏହି ଆଶା…
ନୂଆଦିଲ୍ଲୀ: ଗାଜାରେ ଶାନ୍ତି ପ୍ରୟାସ ପାଇଁ ନିର୍ଣ୍ଣାୟକ ନେତୃତ୍ୱ ନିମନ୍ତେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନେତୃତ୍ୱକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ଶ୍ରୀ ମୋଦୀ ଆଜି କହିଛନ୍ତି, ବନ୍ଧକଙ୍କ ମୁକ୍ତି ପାଇଁ ସଙ୍କେତ ମାନବୀୟ ଏବଂ କୂଟନୈତିକ ପ୍ରୟାସ ଦିଗରେ ମହତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରଧାନମନ୍ତ୍ରୀ ଏହା ଦୋହରାଇଛନ୍ତି କି, ଭାରତ ଏହି କ୍ଷେତ୍ରରେ ସ୍ଥାୟୀ ଏବଂ ନ୍ୟାୟପୂର୍ଣ୍ଣ ଶାନ୍ତି ପାଇଁ ଯୋଗଦାନ କରୁଥିବା ସମସ୍ତ ପ୍ରୟାସକୁ ସମର୍ଥନ କରିବାକୁ ପ୍ରତିବଦ୍ଧ । ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି; “ଗାଜାରେ ଶାନ୍ତି ପ୍ରୟାସ ଦିଗରେ ନିର୍ଣ୍ଣାୟକ ପ୍ରଗତି ପାଇଁ ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱକୁ ସ୍ୱାଗତ କରୁଛୁ । ବନ୍ଧକଙ୍କ ମୁକ୍ତି ଦିଗରେ ସଙ୍କେତ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ସ୍ଥାୟୀ ଏବଂ ନ୍ୟାୟପୂର୍ଣ୍ଣ ଶାନ୍ତି ପ୍ରତିଷ୍ଠା ଦିଗରେ ସମସ୍ତ ପ୍ରୟାସକୁ ଭାରତ ଦୃଢ଼ତାର ସହ ସମର୍ଥନ ଜାରି ରଖିବ। First Batch of…
ଭୁବନେଶ୍ବର: ଗତକାଲି କଟକରେ ଭସାଣୀ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ମାଡପିଟ ଯୋଗୁଁ କଟକ ଡିସିପି ଶ୍ରୀ ଖିଲାରୀ ରିଷିକେଶ ଆହତ ହୋଇଥିଲେ। ଚିକିତ୍ସା ପରେ ଆଜି ସେ ଡିଜି ଯୋଗେଶ ବାହାଦୂର ଖୁରାନିଆଙ୍କୁ ସାକ୍ଷାତ କରିଛନ୍ତି। ଏ ନେଇ ପୋଲିସ ମୁଖ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଗତକାଲି କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣି ଶୋଭାଯାତ୍ରା ସମୟରେ ଆହତ ହୋଇଥିବା କଟକ ଡିସିପି ଶ୍ରୀ ଖିଲାରୀ ରିଷିକେଶଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସାକ୍ଷାତ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହ ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବାରେ ତାଙ୍କର ଭୁମିକାକୁ ପ୍ରଶଂସା କରିଥିଲେ। First Batch of Automobiles Rake Reached Kashmir Valley by Rail
ନୂଆଦିଲ୍ଲୀ: କାଶ୍ମୀର ଉପତ୍ୟକାରେ ପ୍ରଥମ ଥର ପାଇଁ ଅଟୋମୋବାଇଲ ରେକ୍ ପାଇ ଭାରତୀୟ ରେଳବାଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି, ଯାହା ଏହି ଅଞ୍ଚଳରେ ସଂଯୋଗୀକରଣକୁ ଉନ୍ନତ କରିବା ଏବଂ ଆର୍ଥିକ ସୁଯୋଗ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୦୩ ଅକ୍ଟୋବର ୨୦୨୫ରେ, ୧୦୦ ରୁ ଅଧିକ ଯାନବାହନ ନେଇ ଟ୍ରେନ୍ ଉପତ୍ୟକାର ଅନନ୍ତନାଗ ଗୁଡ୍ସ ଟର୍ମିନାଲରେ ପହଞ୍ଚିଥିଲା। ଏହି ରେକ୍ ହରିୟାଣାର ମାନେସରରୁ ଆରମ୍ଭ ହୋଇଥିଲା ଏବଂ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ – ପ୍ରତୀକାତ୍ମକ ଚେନାବ ଆର୍ଚ୍ ବ୍ରିଜ୍ – ପାର କରିଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଉଧମପୁର-ଶ୍ରୀନଗର-ବାରାମୁଲା ରେଳ ସଂଯୋଗ (ୟୁ. ଏସ୍. ବି. ଆର୍. ଏଲ୍.) ପ୍ରକଳ୍ପର ପ୍ରତ୍ୟକ୍ଷ ପରିଣାମ ହେଉଛି ଏହି ସଫଳତା। ଏହି ପ୍ରକଳ୍ପ ଶେଷରେ କାଶ୍ମୀର ଉପତ୍ୟକାକୁ ଦେଶର ଅନ୍ୟାନ୍ୟ ଅଂଶ ସହିତ…
ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ସହିତ ଓଡିଶା ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ଉପରାଷ୍ଟ୍ରପତିଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଆଜି ନୂଆଦିଲ୍ଲୀରେ ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ସି ପି ରାଧାକ୍ରିଷ୍ଣନ ଜୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବାର ସୁଯୋଗ ପ୍ରାପ୍ତ ହେଲା । ଏହି ଅବସରରେ ରାଜ୍ୟରେ ଆମ ସରକାରଙ୍କ ବିକାଶମୂଳକ କାର୍ଯ୍ୟ, ଜନକଲ୍ୟାଣ ଯୋଜନା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କଲି। ମାନନୀୟ ଉପରାଷ୍ଟ୍ରପତିଙ୍କୁ ‘ଓଡ଼ିଶା ଭିଜନ୍ ୨୦୩୬ – ୨୦୪୭’ ପ୍ରଦାନ କରି ରାଜ୍ୟର ଦୀର୍ଘମିଆଦୀ ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଲି । ତାଙ୍କର ପ୍ରେରଣା ଓ ମାର୍ଗଦର୍ଶନ ପାଇଁ କୃତଜ୍ଞ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେ ସ୍ବାସ୍ଥ୍ୟମନ୍ତ୍ରୀ ଜେ ପି…
ଭୁବନେଶ୍ବର: କିଛିଦିନର ବ୍ୟବଧାନ ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସାଥିରେ ଅଛନ୍ତି ସଭାପତି ମନମୋହନ ସାମଲ ଏବଂ ପ୍ରଭାରୀ ବିଜୟପାଲ ସିଂ ତୋମାର। ଆଜି ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଭାରୀ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଉପରାଷ୍ଟ୍ରପତିଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ଏ ନେଇ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ସେ ଲେଖିଛନ୍ତି ଯେ, ଆଜି ନୂଆଦିଲ୍ଲୀରେ ଆମ ଦଳର ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ ପି ନଡ୍ଡା ଜୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବାର ସୁଯୋଗ ପ୍ରାପ୍ତ ହେଲା । ଏହି ସାକ୍ଷାତକାର ସମୟରେ ବିଭିନ୍ନ ସାଙ୍ଗଠନିକ ବିଷୟ, ରାଜନୈତିକ ପରିସ୍ଥିତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ମାନନୀୟ…
ଭୁବନେଶ୍ବର: ପୋଲିସ ଏଏସଆଇ ପରୀକ୍ଷା ମହାଦୁର୍ନିତିର ତଦନ୍ତ କରିବେ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ। ଏ ନେଇ କ୍ରାଇମ ବ୍ରାଞ୍ଚ ତରଫରୁ ସୂଚନା ଦିଆଯାଇଛି। ବ୍ରହ୍ମପୁର ଗୋଳନ୍ଥରା ଥାନାରେ ହୋଇଥିବା ସମସ୍ତ ମାମଲା ତାଙ୍କ ଦ୍ବାରା ପରିଚାଳିତ ହେବ। ଏ ସଂକ୍ରାନ୍ତର ସବୁ ମାମଲାରେ ସେ ତଡନ୍ତ କରିବେ। ତେବେ ଏହି ତଦନ୍ତକୁ ସୁପରଭିଜନ କରିବେ ଏସପି ଅନୀଲ ବେଉରିଆ। ତେବେ ଏହି ଘଟଣାରେ ରାଜନୈତିକ ସଂପୃକ୍ତି ରହିଛି ବୋଲି ସନ୍ଦେହ ସୃଷ୍ଟି ହେଲାଣି। ସେଥିପାଇଁ ତଦନ୍ତ ଦିଗହରା ନ ହେବା ପାଇଁ କ୍ରାଇମବ୍ରାଞ୍ଚ ଚେଷ୍ଠା କରୁଛି। ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ରୢାକେଟ୍ ପଛର ମାଷ୍ଟରମାଇଣ୍ଡ ଏବେ ବି ଫେରାର ଅଛନ୍ତି। କ୍ରାଇମ୍ବ୍ରାଞ୍ଚ ଟିମ୍ ସିଲିକନ୍ ଟେକ୍ ଲ୍ୟାବ୍ର ମାଲିକଙ୍କ ସମେତ ୫ରୁ ଅଧିକଙ୍କୁ ମାରାଥନ ଜେରା କରି ଅନେକ ତଥ୍ୟ ହାତେଇଛି। ସେହିପରି ଭୁବନେଶ୍ବର ଓ…
ଭୁବନେଶ୍ବର: ବିଜେଡିରୁ ନିଲମ୍ବିତ ହେବା ପରେ ଶ୍ରୀମୟୀ ମିଶ୍ର ତାଙ୍କ ସାମାଜିକ ଗଣମାଧ୍ୟମରେ ବେଶ ତୁମ୍ବି ତୁଫାନ କରିବାରେ ଲାଗିଛନ୍ତି। ଏବେ ସେ ତାଙ୍କ ସାମାଜିକ ଗଣମାଧ୍ୟମରେ ଲେଖିଥିବା ଗପକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ଚର୍ଚ୍ଚା। ଏଥିରେ ଶ୍ରୀମୟୀ କାହାକୁ କରିଛନ୍ତି ଟାର୍ଗେଟ ସେ ନେଇ ବେଶ ଆଲୋଚନା ଚାଲିଛି। ତେବେ ଶ୍ରୀମୟୀ ଯେଉଁ ଗପଟି ଲେଖିଛନ୍ତି ତାହା ହେଲା.. କାହାଣୀଟି କାଳ୍ପନିକ ଅନାମ ବାବୁଙ୍କ କାହାଣୀ “ବିବାହିତା ଝିଅ ବାପ ଘରେ ଓ ଘର ଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ।” ଅନାମ ବାବୁ ଜଣେ ଉଚ୍ଚ ଶିକ୍ଷିତ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଥିଲେ। ଗାଁର ମନ୍ଦିର ପାଖରେ ତାଙ୍କର ସୁନ୍ଦର ନିବାସ ଥିଲା। ଜମିଦାର ହିସାବରେ ଆଖପାଖର ସମସ୍ତ ଗାଁରେ ତାଙ୍କର ନାଁ ଥିଲା ଏକ ସମ୍ମାନର ପ୍ରତୀକ। ସଚ୍ଚୋଟତା ଓ ନିଷ୍ଠାରେ ସେ ସମସ୍ତଙ୍କ ମନରେ ସ୍ଥାନ…
ଜିଏସଟି ହ୍ରାସର ପ୍ରଭାବ: କିଛି ଦିନ ପୂର୍ବରୁ ମୋଦୀ ସରକାର ଜିଏସଟି ଟିକସ ଦର ହ୍ରାସ କରିବା ସହ ବିଭିନ୍ନ ଉତ୍ପାଦକୁ ସୁଲଭ କରିଥିବା କାରଣରୁ ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଉପଭୋକ୍ତା ଅର୍ଥବ୍ୟବସ୍ଥାରେ ସର୍ବାଧିକ ବିକ୍ରିର ରେକର୍ଡ ପ୍ରତିଷ୍ଠା ହୋଇଛି। ଏହି ପଦକ୍ଷେପ କେବଳ ଦରଦାମ ହ୍ରାସ କରିନାହିଁ ବରଂ ଉପଭୋକ୍ତାଙ୍କ ଆକାଂକ୍ଷାକୁ ପୂରଣ କରିଛି । ପରିବାରଗୁଡ଼ିକ ସେମାନଙ୍କ ପାଇଁ ବଡ଼ ଗାଡ଼ି କିଣିବାକୁ ସକ୍ଷମ ହୋଇଛନ୍ତି। ଗୃହ ଉପକରଣରେ ଅଧିକ ଟଙ୍କା ଖର୍ଚ୍ଚ କରିପାରିଛନ୍ତି। ସେମାନେ ଜୀବନଶୈଳୀ ଉତ୍ପାଦ କିଣିବାରେ ହାତଖୋଲା ଖର୍ଚ୍ଚ କରିଛନ୍ତି । ଏସବୁ ଫଳରେ ଉପଭୋକ୍ତାଙ୍କ ପାର୍ବଣ କିଣାକିଣି ସବୁ ରେକର୍ଡ ଟପିଛି । ଅଗ୍ରଣୀ କାର୍ ନିର୍ମାତା ମାରୁତି ସୁଜୁକିର ବିକ୍ରି ଚଳିତ ନବରାତ୍ରୀରେ 100% ବୃଦ୍ଧି ପାଇଛି। କମ୍ପାନୀର କାର୍ ବିକ୍ରି ପୂର୍ବବର୍ଷ ତୁଳନାରେ ଦୁଇ ଗୁଣ ବୃଦ୍ଧି ପାଇଛି ଯାହାକି ଗତ ଏକ ଦଶନ୍ଧି ମଧ୍ୟରେ ସର୍ବାଧିକ।…
କୈଳାସଚନ୍ଦ୍ର ଦାଶ ବୌଦ୍ଧ କୀର୍ତ୍ତଯୁକ୍ତ ଧଉଳୀ ଅଞ୍ଚଳ ଯେ ତୋଷାଳୀର ଅଂଗ ଥିଲା ତାହାର ଏକ ଅଭ୍ରାନ୍ତ ପ୍ରମାଣ କୌଶଲ୍ୟାଗଙ୍ଗ । କୌଶଲ୍ୟାଗଙ୍ଗକୁ ନେଇ ଏକ ଜନଶ୍ରୁତି ରହିଛି ଯାହା ମାଦଳାପାଞ୍ଜିର ରାଜଭୋଗରେ ସ୍ଥାନ ପାଇଛି । ଏହା ମଧ୍ୟ ଦେଶଖଂଜା ପୋଥିରେ ଭିନ୍ନ ଭାବରେ ଉପସ୍ଥାପନ କରାଯାଇଛି ।ରାଜଭୋଗରେ ବର୍ଣ୍ଣିତ ପ୍ରସଂଗକୁ ଷ୍ଟାର୍ଲିଂ ଏବଂ କିଟ୍ଟୋ ମଧ୍ୟ ବ୍ୟବହାର କରିଛନ୍ତି । ମୂଳରାଜଭୋଗରେ କୁହାଯାଇଛି:ଗଙ୍ଗେଶ୍ୱର ଦେବ ନିଜ କନ୍ୟା ସହିତ ଦୈହିକ ସମ୍ପର୍କ ରଖିବାରୁ ଏବଂଏହା ପାପ କାର୍ଯ୍ୟ ବୋଲି ବ୍ରାହ୍ମଣମାନେ ମତ ଦେବାରୁ ପ୍ରାୟଶ୍ଚିତ କରିଥିଲେ । ପ୍ରାୟଶ୍ଚିତ ପାଇଁ ରାଜକନ୍ୟା ଦୁଇମାଠିଆ ପାଣି ଘେନି ଚାଲିଚାଲି ଗଲାବେଳେ ଯେଉଁଠାରେ ରୁଧିର ଜାତ ହେ ବସେଠାରେ ଚାରିବାହି ଆୟତନରେ ପୋଖରୀ ଖୋଳାଯିବା ସଂଗସଂଗେ ମଧ୍ୟରେ ଦୀପଦଣ୍ଡି ରହିବ । ତାହାରି ମଧ୍ୟରେ ସେ ରହିବେ ।ରା ଜକନ୍ୟାକୁଏହି ପରି ଚଳାଇଲା ବେଳକୁ ଲୋକମାନେ ଉପହାସ କଲେ ।ତେଣୁ ସଂକୋଚ…
ଭୁବନେଶ୍ବର: ରେଳ ମନ୍ତ୍ରଣାଳୟ ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତରେ ଦୀର୍ଘ ଦୂରତା ରେଳ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଟ୍ରେନ ନମ୍ବର 19022/19021 ବ୍ରହ୍ମପୁର-ସୁରତ (ଉଧନା)-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ସେବାର ନିୟମିତ ସେବାକୁ ଅନୁମୋଦନ କରିଛି। ଏହି ନୂତନ ଟ୍ରେନ୍ ସେବା ଖଣିଜ, ବୟନଶିଳ୍ପ ଏବଂ ବାଣିଜ୍ୟ କେନ୍ଦ୍ରଗୁଡ଼ିକୁ ସଂଯୋଗ କରି, ବ୍ୟବସାୟ ଏବଂ ଶ୍ରମଶକ୍ତିର ଗତିବିଧିକୁ ସମର୍ଥନ କରି ଆର୍ଥିକ ଏବଂ ଶିଳ୍ପ ଗତିଶୀଳତାକୁ ବୃଦ୍ଧି କରିବ। ଟ୍ରେନ ବିବରଣୀ: ଟ୍ରେନ ନମ୍ବର 19022 ବ୍ରହ୍ମପୁର-ସୁରତ (ଉଧନା) ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ 6 ଅକ୍ଟୋବର ଠାରୁ ପ୍ରତି ସୋମବାର ରାତି 11 ଘ. 45 ମିନଟରେ ବ୍ରହ୍ମପୁରରୁ ଛାଡ଼ିବ ଏବଂ ପରଦିନ ସକାଳ 08 ଘ. 45 ମିନଟରେ ଉଧନାରେ ପହଞ୍ଚିବ। ଫେରିବା ବେଳେ ଟ୍ରେନ୍ ନମ୍ବର 19021 ସୁରତ (ଉଧନା)-ବ୍ରହ୍ମପୁର-ଅମୃତ ଭାରତ ସାପ୍ତାହିକ ଏକ୍ସପ୍ରେସ୍ 5 ଅକ୍ଟୋବରରୁ ପ୍ରତି ରବିବାର ସକାଳ 07…
ମେଷ ରାଶି- ଆପଣଙ୍କ ପାଇଁ ଖୁସି ଖବର। ମାନ ବୃଦ୍ଧି ହେବ। ଖୁସି ହେବ। ମନରେ ଉତ୍ସାହ ରହିବ, ଯେଉଁଥିପାଇଁ କାର୍ଯ୍ୟର ଗତି ବଢିବ। ଆପଣଙ୍କ କାର୍ଯ୍ୟ ସମାଜରେ ପ୍ରଶଂସା ପାଇବେ। ସହଭାଗୀତାରେ ଆପଣ ଯେଉଁ ନିଷ୍ପତ୍ତି ନିଅନ୍ତି ତାହା ଲାଭଦାୟକ ହେବ। ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ। ବୃଷ ରାଶି- ପ୍ରତିଷ୍ଠା ବୃଦ୍ଧି ପାଇବ। ରୋଜଗାର ବୃଦ୍ଧି ପାଇବ। ଯାତ୍ରା ର ଶୁଭ ସମୟ ସହିତ, ଆପଣ କଠିନ କାର୍ଯ୍ୟରେ ସଫଳତା ପାଇବେ। ସମ୍ପର୍କୀୟଙ୍କ ସହିତ ସମ୍ପତ୍ତି ବିବାଦ ହୋଇପାରେ। ବ୍ୟବସାୟ-ଚାକିରିରେ ଲାଭ ହେବ। କ୍ରନିକ ରୋଗ ଦେଖାଦେଇପାରେ। ପ୍ରୟାସ ସଫଳ ହେବ। ମିଥୁନ ରାଶି- ଦୁଃଖ, ଭୟ, ଚିନ୍ତା ଏବଂ ଅସ୍ଥିରତାର ପରିବେଶ ସୃଷ୍ଟି ହୋଇପାରେ। ଆପଣ ଦୁଃଖଦ ଖବର ପାଇପାରିବେ, ଧର୍ଯ୍ୟବାନ ହୁଅନ୍ତୁ। କାହାକୁ ବିଶ୍ୱାସ ନକରି ଆପଣ କାମ କରନ୍ତୁ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହସ୍ତକ୍ଷେପରୁ କ୍ଷତି ହେବାର ସମ୍ଭାବନା ଅଛି। ପରିବାରରେ ଉତ୍ତେଜନା ଦେଖାଦେବ। ବ୍ୟବସାୟ ମଧ୍ୟମ ହେବ।…
ସମ୍ବଲପୁର: ଆଇଆଇଏମ, ସମ୍ବଲପୁର ଧୀରେ ଧୀରେ ବଟ୍ଟବୃକ୍ଷର ରୂପ ନେବା ଆରମ୍ଭ କରିଛି । ବିଶେଷ ଭାବରେ ଏହା ଆଗାମୀ ଦିନରେ ଓଡ଼ିଶା ସମେତ ଭାରତବର୍ଷର ବୌଦ୍ଧିକ ଓ ବ୍ୟବସାୟିକ ଆବଶ୍ୟକତାକୁ ପୂରଣ କରିବ ବୋଲି ଗୁରୁବାର ଦଶହରା ଅବସରରେ ଆଇଆଇଏମ୍, ସମ୍ବଲପୁରର ୧୧ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମରେ ମାଷ୍ଟର ବୁଣାକାରଙ୍କୁ ପ୍ରମାଣ ପତ୍ର ବିତରଣ କରିଥିଲେ । ସେ କହିଛନ୍ତି ଯେ ବର୍ତ୍ତମାନ ଆଇଆଇଏମର ପରିସର ବୃଦ୍ଧି ପାଉଛି । ନିକଟରେ ନୂଆ ଯୁଗର ଆବଶ୍ୟକତାକୁ ଦେଖି ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଦୁଇଟି ନୂତନ ସ୍ନାତକ ପାଠ୍ୟକ୍ରମ ଯଥା ବ୍ୟାଚଲର ଅଫ୍ ସାଇନ୍ସ ଇନ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ପବ୍ଲିକ ପଲିସି ଆଣ୍ଡ୍ ବ୍ୟାଚଲର ଅଫ୍ ସାଇନ୍ସ ଇନ୍ ଡାଟା ସାଇନ୍ସ ଆଣ୍ଡ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆରମ୍ଭ…
ବାଣପୁର: ଦୀର୍ଘ ସତର ଦିନ ଧରି ଛଅ ଭଉଣୀଙ୍କୁ ସାଥିରେ ନେଇ ମହାସମାରୋହରେ ପାଳିତ ହୋଇଥିବା ମା’ଭଗବତୀଙ୍କ ଶାରଦୀୟ ପର୍ବ ଶେଷରେ ପବିତ୍ର ବିଜୟ ଦଶମୀ (ଦଶହରା)ର ମଧ୍ୟରାତ୍ରରେ ଶେଷ ହୋଇଛି । ବର୍ଷର ବିଭିନ୍ନ ପର୍ବରେ ଚାରିଦିଗର ଭଉଣୀମାନଙ୍କୁ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି କାହାଠାରୁ ଆଜ୍ଞାମାଳ ତ କିଏ ସ୍ୱଦେହରେ ଏବଂ କିଏ ଚଳନ୍ତି ପ୍ରତିମା ଭାବରେ ଆଶ୍ୱିନ କୃଷ୍ଣ ଅଷ୍ଟମୀ ଠାରୁ ମା’ଙ୍କ ଶାରଦୀୟ ପର୍ବରେ ଯୋଗଦେଇ ଏକତ୍ର ପୂଜା ପାଇ ଆସୁଥିଲେ । ପ୍ରଥମ ସାତ ଦିନ ଭିତର ପର୍ବ ମନ୍ଦିର ବେଢ଼ା ଭିତରେ ପର୍ବଗୃହରେ ପାଳିତ ହୋଇଥିଲା । ଅମାବାସ୍ୟା ଦିନ ମା’ବିରିଜାଇଙ୍କ ସହ ଛ ଭଉଣୀଙ୍କର ଭେଟଘାଟ ହୋଇସାରିବା ପରେ ସମସ୍ତଙ୍କୁ ସାତବଖରା ଘରକୁ ନିଆଯାଇଥିଲା। ସେଠାରେ ଶେଷ ଦଶ ଦିନ ବାହାର ପର୍ବ ଭାବରେ ପାଳନ କରାଯାଇ ମା’ମାନେ ଭକ୍ତମାନଙ୍କୁ ଦର୍ଶନ ଦେଉଥିଲ। ପ୍ରତିଦିନ ଅବକାଶ, ଅଙ୍ଗରାଗ ମାଜଣା, ମହାପ୍ରସାଦ ସେବନ,…
ନୂଆଦିଲ୍ଲୀ: ଅକ୍ଟୋବର ମାସ ଆସିଲେ ମନରେ ଛନକା ପଶେ ଯେ, ବାତ୍ୟା ହେବ। ସତକୁ ସତ ଏକ ବାତ୍ୟା ଦାନା ବାନ୍ଧୁଛି ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି। ସୂଚନା ଅନୁସାରେ ଆରବ ସାଗରରେ ଏହି ବାତ୍ୟା ସୃଷ୍ଟି ହେବ। ଯାହାର ନାମ ଶକ୍ତି ରଖାଯାଇଛି। ବର୍ତ୍ତମାନ ଆରବ ସାଗରର ଉତ୍ତରପୂର୍ବ ଦିଗରେ ଏକ ଅବପାତ ସୃଷ୍ଟି ହୋଇଛି। ଏହା ଭୀଷଣ ରୂପ ଧାରଣ କରି ଆସନ୍ତା 24 ଘଣ୍ଟାରେ ବାତ୍ୟା ଶକ୍ତିରେ ପରିଣତ ହେବ। ପାଣପାଗ ବିଭାଗ ଅନୁସାରେ ବର୍ତ୍ତମାନ ଅବପାତ ଦ୍ବାରିକା ଏବଂ ପୋରବନ୍ଦରର ପଶ୍ଚିମ ଦିଗରେ ଘନିଭୂତ ହୋଇଛି। ଏହା ପରବର୍ତ୍ତି ସମୟରେ ଆରବ ସାଗରର ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଫଳରେ ଏହା ଭାରତ ମୁହାଁ ହେବ ନାହିଁ ବୋଲି ଆଶଙ୍କା କରାଯାଇଛି। ଯଦି ଏହା ବାତ୍ୟା ରୂପ ନିଏ ତେବେ ଏହା ଆରବ ସାଗରରେ ଚଳିତ ବର୍ଷର ପ୍ରଥମ ବାତ୍ୟା ହେବ। https://twitter.com/Indiametdept/status/1974054478770012192…
The Samikhsya Desk: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଏ। ଏହି ଯୋଜନା ଅଧୀନରେ, ମୁଖ୍ୟମନ୍ତ୍ରୀ ଆଜି ୨୫ ଲକ୍ଷ ମହିଳା ହିତାଧିକାରୀଙ୍କ ମଧ୍ୟରେ ୨,୫୦୦ କୋଟି ଟଙ୍କା ଜାରି କରିଛନ୍ତି। ଏହି ଯୋଜନା ଅଧୀନରେ, ପ୍ରାରମ୍ଭିକ ଭାବରେ ୧୦,୦୦୦ ଟଙ୍କା ପ୍ରଦାନ କରାଯାଉଛି। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଯଦି ମହିଳା ହିତାଧିକାରୀମାନେ ସଫଳତାର ସହିତ ଆତ୍ମନିଯୁକ୍ତି କିମ୍ବା ଛୋଟ ବ୍ୟବସାୟ ପରିଚାଳନା କରନ୍ତି, ତେବେ ସେମାନେ ₹୨ ଲକ୍ଷ ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ପାଇଁ ଯୋଗ୍ୟ ହେବେ। ଗ୍ରାମାଞ୍ଚଳରେ ଜୀବିକା ଦିଦି ଭାବରେ ପରିଚିତ ୧.୪୦ କୋଟିରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ବିଶାଳ ନେଟୱାର୍କକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସରକାର ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏହି ଯୋଜନା…

