Tulashi Vivaha 2022: ତୁଳସୀଙ୍କୁ ହିନ୍ଦୁ ଧର୍ମରେ ଅତି ପବିତ୍ର ଗଛ ଭାବେ ବିବେଚନା କରାଯାଏ। ତୁଳସୀ ଦେବୀ ଲକ୍ଷ୍ମୀଙ୍କ ରୂପ ବୋଲି ବିବେଚନା କରାଯାଏ। ତୁଳସୀ ବିବାହ ପ୍ରତିବର୍ଷ କାର୍ତ୍ତିକ ମାସର ଶୁକ୍ଲ ପକ୍ଷର ଏକାଦାଶୀରେ କରାଯାଏ । ଏହି ଦିନକୁ ଦେବ ଉତଥାପନ ଏକାଦାଶୀ ମଧ୍ୟ କୁହାଯାଏ । ମାଙ୍ଗଳିକ ଏବଂ ବିବାହ ପରି ଶୁଭ କାର୍ଯ୍ୟ ଏହି ଦିନଠାରୁ ଆରମ୍ଭ ହୋଇଥାଏ । ଏଥର ଦେବ ଉତଥାପନ ଏକାଦଶୀ ୫ ନଭେମ୍ବର ୨୦୨୨ ରେ ପଡୁଛି। ଏହି ଦିନ ତୁଳସୀ ବିବାହ ବିଧି ଅନୁଯାୟୀ କରିବାର ଏକ ପରମ୍ପରା ଅଛି । ତୁଳସୀ ବିବାହର ଗୁରୁତ୍ୱ କାର୍ତ୍ତିକ ମାସର ଶୁକ୍ଲ ପକ୍ଷର ଏକାଦଶୀ ତାରିଖରେ ଭଗବାନ ବିଷ୍ଣୁ ଚାରି ମାସର ଦୀର୍ଘ ନିଦରୁ ଉଠନ୍ତି। ଯାହା ପରେ ଶୁଭ କାମ ଆରମ୍ଭ ହୁଏ। ଏହି ତାରିଖରେ ମାତା ତୁଳସୀ ଏବଂ ଭଗବାନ ଶାଳଗ୍ରାମଙ୍କୁ ପୂଜା କରିବାର ଏକ…
Author: Samikhsya Bureau
ମେଷ- ଘର ବାହାରେ ପଚରାଉଚରା କରାଯିବ। କାର୍ଯ୍ୟ ସମାପ୍ତ ହେବ। ଆୟ ବୃଦ୍ଧି ପାଇବ। ଏହା ଏକ ମଜାଦାର ଯାତ୍ରା ହେବ। ଖୁସି ହେବେ। ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ। ପରିବାରରେ ସୁଖର ପରିବେଶ ରହିବ । ବ୍ୟବସାୟରୁ ବାହାରକୁ ଯିବାକୁ ପଡିପାରେ। ବୃଷ- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ତୁମେ ଭଲ ଖବର ପାଇବ। ଖୁସି ହେବେ। ବିପଦ କରନ୍ତୁ ନାହିଁ। ଉପକୃତ ହେବେ। ପ୍ରଣାଳୀରେ ବିଶ୍ୱସନୀୟତା ସୃଷ୍ଟି କରନ୍ତୁ। ଆର୍ଥିକ ସୁସଙ୍ଗତତା ରହିବ। ଟଙ୍କା ସଂଗ୍ରହ ହେବ। ବୃତ୍ତି ପକ୍ଷରୁ ଅନେକ ଲାଭ ଅଛି । ନୂତନ ଯୋଜନା ଆରମ୍ଭ ହେବ। ମିଥୁନ- ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ। ବୈଦ୍ଧିକ କାର୍ଯ୍ୟ ସଫଳ ହେବ। ଖୁସି ହେବେ। ରୋଜଗାର ଭଲ କରିବ। ରୋଜଗାରରେ ଅଭିବୃଦ୍ଧି ଏବଂ ଲାଭ ହେବାର ସମ୍ଭାବନା ଅଛି। ଆପଣ ଲାଭଜନକ ଖବର ପାଇବେ। ସାମାଜିକ…
ବରଗଡ଼ : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ବୀମା ରାଶି ପାଇବାରୁ ବଞ୍ଚିତ କରି ବୀମା କମ୍ପାନୀମାନେ ଏଥିପାଇଁ ସମୟ ଗଡ଼ାଇ ଚାଲିଛନ୍ତି । ଏହା ଫଳରେ ଓଡ଼ିଶାର ଗରିବ କ୍ଷତିଗ୍ରସ୍ତ ଚାଷୀମାନେ ୫୦୦ କୋଟି ଟଙ୍କାର ବକେୟା ବୀମା ରାଶି ନ ପାଇ ଘୋର ଦୁର୍ଦ୍ଦଷା ମଧ୍ୟରେ କାଳ କାଟୁଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଏହାର ପ୍ରତିବାଦରେ ଆସନ୍ତାକାଲି ବିଜେଡ଼ି ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଭୁବନେଶ୍ୱରସ୍ଥିତ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ଏବଂ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରାଜ୍ୟ ମହିଳା ବିଜେଡ଼ିର ସଭାପତି ସ୍ନେହାଙ୍ଗିନୀ ଛୁରିଆ ଏବଂ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୋରବି ଠାରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ ଓ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଶୀଘ୍ର ଟିମ ପଠାଇବାକୁ ଶ୍ରୀ ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି; “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନଙ୍କ ସହ ମୋରବି ଠାରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଶୀଘ୍ର ଟିମ ପଠାଇବାକୁ ସେ କହିଛନ୍ତି । ନିକଟରୁ ଓ ଲଗାତର ସ୍ଥିତି ନୀରିକ୍ଷଣ ପାଇଁ ସେ କହିବା ସହିତ ପ୍ରଭାବିତମାନଙ୍କୁ ଯଥାସମ୍ଭଭ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ।”
ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ମିଳିତ ସହଯୋଗରେ କୋଲକାତା ସ୍ଥିତ ଆଇ.ସି.ସି.ଆର. ଅବନୀନ୍ଦ୍ରନାଥ ଟାଗୋର ଆର୍ଟ ଗ୍ୟାଲେରୀରେ ଆୟୋଜିତ ହୋଇଛି ଓଡ଼ିଶାର ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ। ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ରୂପେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦଘାଟନ କରି ଏହି ପ୍ରଦର୍ଶନୀ ଦ୍ୱାରା ଓଡ଼ିଶା ଓ କଲିକତାର ଆଧୁନିକ ଶିଳ୍ପୀମାନଙ୍କ ଭାବର ଆଦାନ ପ୍ରଦାନ ଆହୁରି ବଳିଷ୍ଠ ହେବ ବୋଲି ମତ ପ୍ରକାଶ କରିଥିଲେ। ଏହି ପ୍ରଦର୍ଶନୀରେ ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ଓଡିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗଦେଇଥିଲେ । ଆଇ.ସି.ସି.ଆର. କ୍ଷେତ୍ର…
ଭୁବନେଶ୍ବର: ଓଲିଉଡ଼ ପ୍ରଯୋଜକଙ୍କ ନୀରବ ପଦଯାତ୍ରା ଆଜି ୧୧ ଦିନରେ ପହଞ୍ଚିଥିବା ବେଳେ ଆଜି ସିନେ କଳାକାରଙ୍କ ବ୍ୟତୀତ ସିନେପ୍ରେମୀ ଦର୍ଶକଙ୍କର ସହଯୋଗ ମଧ୍ୟ ବଢିବାରେ ଲାଗିଛି। କିଛି ପ୍ରଯୋଜକ ଅଣଓଡ଼ିଆ ସିନେମାକୁ କପି କରି ସିନେମା ନିର୍ମାଣ କରି ଓଲିଉଡ଼ ର ଅସ୍ଥିତ୍ୱ ନଷ୍ଟ କରୁଛନ୍ତି, ଏହାର ଏକମାତ୍ର କାରଣ। ଓଡ଼ିଆ ଘରର ସତ୍ୟ ଓ ମୌଳିକ କାହାଣୀକୁ ବାଦ୍ ଦେଇ ଏକ କପିପେଷ୍ଟ ସିନେମା କରି ବାଃ ବାଃ ନେବାକୁ ଅନେକ ଚେଷ୍ଟା କରୁଥିଲେ, ଯାହା ଫଳରେ ଦର୍ଶକ ପ୍ରେକ୍ଷାଳୟ ବିମୁଖ ହେଉଛନ୍ତି। ଆମ ଦୈନନ୍ଦିନ ଜୀବନରେ ଘଟୁଥିବା ସତ୍ୟ ଓ ମୌଳିକ ଘଟଣାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ନୀରବ ପଦଯାତ୍ରାରେ ସାମିଲ ହୋଇ ପୁରୁଣା ଦିନକୁ ଫେରେଇ ଆଣିବାର ସହଯୋଗ କରୁଛନ୍ତି। ଆଜିର ପଦଯାତ୍ରାରେ ପ୍ରଯୋଜକ ଶ୍ରୀଧର ମାର୍ଥା, ସଚ୍ଚିକାନ୍ତ ଜେନା, ସଞ୍ଜୟ ପାତ୍ର, ନିର୍ଦ୍ଦେଶକ ବିନି ପଟ୍ଟନାୟକ, ବାବୁ ବାବୁ, ସାମ୍ବାଦିକ ଗୁରୁପଦ…
ନୂଆଦିଲ୍ଲୀ: ଆଜି ଗୁଜରାଟର ମୋର୍ବିରେ ସ୍ୱିଙ୍ଗ୍ ବ୍ରିଜ୍ ଭାଙ୍ଗିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ତିନି ଦିନ ପୂର୍ବେ ମାଚ୍ଚୁ ନଦୀ ଉପରେ ନୂତନ ଭାବେ ନିର୍ମିତ କେବୁଲ ବ୍ରିଜ ଖୋଲା ଯାଇଥିଲା। ସନ୍ଧ୍ୟା ୭ ଟାରେ ଏହି ଦୁର୍ଘଟଣା ଘଟିଥିଲା, ସେତେବେଳେ ବ୍ରିଜ ଉପରେ ୫୦୦ ଲୋକ ଉପସ୍ଥିତ ଥିଲେ। ସମସ୍ତେ ଛଟ ପର୍ବ ପାଳନ କରୁଥିଲେ। ଏହି ଦୁର୍ଘଟଣାରେ ପ୍ରାୟ ୪୦୦ ଲୋକ ଜଳ ସ୍ରୋତରେ ବୁଡ଼ିଯିବାର ଭୟ ରହିଛି। ଆହତମାନଙ୍କୁ ଡାକ୍ତରଖାନା ନେବାକୁ ଅନେକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ମୋର୍ବିରେ ହୋଇଥିବା ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ଦଳ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତିକୁ ଅତି ନିକଟରୁ ଏବଂ ନିରନ୍ତର ନଜର…
ନୂଆଦିଲ୍ଲୀ: ଆଜି ଖେଳାଯାଇଥିବା ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟ ମ୍ୟାଚରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପାଞ୍ଚଟି ୱିକେଟ୍ ରେ ଜିତିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ଏହା ହେଉଛି ପ୍ରଥମ ପରାଜୟ। ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ମାତ୍ର ୧୩୩ ରନ୍ ସ୍କୋର କରିପାରିଥିଲା। ଭାରତର ପରାଜୟର ପାଞ୍ଚଟି ମୁଖ୍ୟ କାରଣ କ’ଣ ଥିଲା? ଟପ୍ ଅର୍ଡର ବିଫଳ: ଏହି ମ୍ୟାଚରେ ଭାରତୀୟ ଦଳର ଟପ୍ ଅର୍ଡର ଖରାପ ପ୍ରଦର୍ଶନ କରିଥିଲା। ରୋହିତ ଶର୍ମା, ବିରାଟ କୋହଲି ଏବଂ କେ.ଏଲ୍ ରାହୁଲ ସମସ୍ତେ ଭଲ ଆରମ୍ଭ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ବଡ଼ ଇନିଂସ ଖେଳିପାରିନଥିଲେ। ଭାରତୀୟ ଦଳ ଟପ୍ ଅର୍ଡର ଉପରେ ଅଧିକ ନିର୍ଭର କରେ ଏବଂ ଯଦି ଏହିପରି ତିନୋଟି ବଡ ୱିକେଟ୍ ଶୀଘ୍ର ଖସିଯାଏ, ତେବେ ମଧ୍ୟମ ଅର୍ଡରରେ ଚାପ ନିଶ୍ଚିତ ବଢିବ। ଦକ୍ଷିଣ ଆଫ୍ରିକାର…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିଶ୍ଵ ମିତବ୍ୟୟିତା ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସଞ୍ଚୟ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ବିବେକାନନ୍ଦ ମହାନନ୍ଦଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଡି ଆଇ ପି ଆର୍ ଓ ମନୋଜ ବେହେରା, ବି ଡି ଓ ଭବାନୀପାଟଣା ପ୍ରିତା କୁମାର, ଡି ଏସ୍ ଡ ବ୍ଲୁ ଓ ଜ୍ୟୋସ୍ନା ରାଣୀ ପାତ୍ର, ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ, ଅଙ୍ଗନବାଡ଼ି କର୍ମୀ, ଏନ୍ ସି ସି ଏବଂ ସ୍କାଉଟ୍ ଛାତ୍ରୀ, ବରିଷ୍ଠ ନାଗରିକ ଗଣ ଉପସ୍ଥିତ ଥିଲେ ଓ ସଞ୍ଚୟ ରଥ ସହିତ ସମସ୍ତେ ଶୋଭାଯାତ୍ରା ରେ ଯାଇ ସଚେତନତା ପ୍ରଚାର କରିଥିଲେ। ଜିଲ୍ଲାପାଳ ନିଜ ଅର୍ଥର ମିତବ୍ୟୟୀ ବିନିଯୋଗ ଉପରେ ଗୁରୁତ୍ବ ଦେଇ ସ୍ଵୀକୃତିପ୍ରାପ୍ତ ବିଭିନ୍ନ…
ରେଢାଖୋଲ: ରେଢାଖୋଲ ଗ୍ରାମାଂଚଳରୁ ନିୟମିତ ପ୍ରକାଶ ପାଉଥିବା ସାହିତ୍ୟ ସଂସ୍କୃତି ଧର୍ମୀ ଫିଚର ପତ୍ରିକା ‘ସୁଚିତ୍ରା’ ର ବାର୍ଷିକ ଉତ୍ସବ ନଭେମ୍ବର ୨୭ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ଏ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଡଇଁଚା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ପତ୍ରିକାର ଉପଦେଷ୍ଟା ଡଃ ଦୀପେନ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପତ୍ରିକାର ମୁଖ୍ୟ ସଂପାଦକ ସଂଗ୍ରାମ କେଶରୀ ପୃଷ୍ଟି, ସଂପାଦକ କନ୍ଦର୍ପ ବେହେରା, ସଂପାଦନା ମୁଖ୍ୟ ସନ୍ତୋଷ କୁମାର ରଥ, ସହ ସଂପାଦିକା ଆର୍.ପୁଷ୍ପାଞଳି, ଗୀତାରାଣୀ ସାହୁ ପ୍ରମୁଖ ଯୋଗଦେଇ ଉତ୍ସବ ସଂପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ସୁଚିତ୍ରା ର ସ୍ୱନକ୍ଷତ୍ର ସଂଖ୍ୟା ଉନ୍ମୋଚନ ସହିତ ବିଭିନ୍ନ ବିଭାଗର ପ୍ରତିଭା ମାନଙ୍କୁ ‘ସୁଚିତ୍ରା ସମ୍ମାନ’ ପ୍ରଦାନ ସଂପର୍କରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଚଳିତ ବର୍ଷ ପାଇଁ ବିଶିଷ୍ଟ ପ୍ରାବନ୍ଧିକ ଚନ୍ଦ୍ର ଶେଖର ହୋତାଙ୍କୁ ‘ସୁଚିତ୍ରା ପ୍ରବନ୍ଧ ସମ୍ମାନ’, ରାଜୀବ…
ଦିଲ୍ଲୀ: ଏହି ଦୀପାବଳି ଭାରତର ଅନେକ ସହର ପାଇଁ ଭିନ୍ନ ଥିଲା। ଦୀପାବଳି ସାଧାରଣତଃ ଆମର ଚାରି ପାଖରେ ଶୁଣା ଯାଉଥିବା ବାଣର ଶବ୍ଦ ପରିବର୍ତେ ‘ହମେ ଗର୍ବ ହେ’ ସଂଗୀତ ଏବଂ ହରା ଗିଲା ଶୁଖା ନୀଲା ଉଚ୍ଚାରଣ ସହିତ ସଡ଼କରେ ଏବଂ ସହରର ଗଳିରେ ଠେଲାଗାଡ଼ି ଓ ଭ୍ରାମ୍ୟମାଣ ଭ୍ୟାନ୍ ଦୁଆରକୁ ଦୁଆର ଯାଇ ଅଲଗା କରି ରଖା ଯାଇଥିବା ବର୍ଜ୍ୟବସ୍ତୁ ସଂଗ୍ରହ କରିଥିଲା। ଭାରତର ପ୍ରାୟ ୪୫,୦୦୦ ବିଦ୍ୟାଳୟର ୭୫ ଲକ୍ଷରୁ ଅଧିକ ବିଦ୍ୟାର୍ଥୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ (ଏମ୍ଓଏଚୟୁଏ) ଦ୍ୱାରା ଆରମ୍ଭ ହୋଇଥିବା ଉତ୍ସରେ ଓଦା ଏବଂ ଶୁଖିଲା ବର୍ଜ୍ୟ ବସ୍ତୁକୁ ପୃଥକ କରିବା ଉପରେ ଏହା ଏକ ବ୍ୟାପକ ସଚେତନତା ଅଭିଯାନ। ଏହା ଅଳିଆ – ମୁକ୍ତ ସହରର ଲକ୍ଷ୍ୟ ହାସଲ କରିବା ପାଇଁ ଏକ ପଦକ୍ଷେପ ଥିଲା। ଏଥି ସହିତ, ନାଗରିକ, ସମ୍ପ୍ରଦାୟ ଗୋଷ୍ଠୀ,…
ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍-୧ସ୍ଥିତ ଦୈନିକହାଟ ପାଖରେ ଥିବା ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଅଲ ଓଡ଼ିଶା ତାଲିମ ପ୍ରାପ୍ତ ଚକ୍ଷୁ ସହାୟକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ପାସ ଆଉଟ ହୋଇ ପଞ୍ଜିକୃତ ନମ୍ବର ପାଇଥିବା ଚକ୍ଷୁ ସହାୟକମାନେ ଏକାଠି ହୋଇ ସେମାନଙ୍କସ ସ୍ଥାୟୀ ନିଯୁକ୍ତି, ଖାଲିଥିବା ପଦବୀରେ ନିଯୁକ୍ତି ପାଇଁ ସରକାରଙ୍କୁ ଜଣାଇବା ପାଇଁ ଆଲୋଚନା କରିଥିଲେ । ଆମେ ସବୁ ତାଲିମପ୍ରାପ୍ତ ଫାର୍ମିଂ ଆସିଷ୍ଟାଣ୍ଡ, ଡିଏମ୍ଇଟି ଅଧୀନରେ ତାଲିମ ନେଇ ବିଭିନ୍ନ ମେଡ଼ିକାଲ କଜେଲରୁ ପାସ ଆଉଟ ହୋଇସାରିଛୁ । ହେଲେ ଦୁଃଖ ଓ ପରିତାପର ବିଷୟ ସରକାର ଆମକୁ କୌଣସି ଜାଗାରେ ନିଯୁକ୍ତି ଦେଉ ନାହାଁନ୍ତି କି ଚକ୍ଷୁ ପାଇଁ ଚାଲି ଥିବା ବିଭିନ୍ନ ସରକାରୀ ଯୋଜନାରେ କାମ ଦେଉନାହାଁନ୍ତି । ଏପରିକି ସବୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲମାନଙ୍କରେ ଖାଲିଥିବା ପଦରେ ନିଯୁକ୍ତି ଦେଉ ନାହାଁନ୍ତି ବୋଲି…
Dhamnagar Byelection : ଧାମନଗର ଉପନିର୍ବାଚନରେ ସ୍ଥାନୀୟ ପ୍ରଶାସନ ବିରୋଧରେ ଅଭିଯୋଗ କରିଛି ରାଜ୍ୟ ବିଜେପି। ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ପୋଲିସ ଏସପିଙ୍କୁ ଭେଟି କଡା ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ସମୀର ମହାନ୍ତି କହିଛନ୍ତି ଯେ, ଏବେ ଧାମନଗରରେ ପଂଚାୟତ ସ୍ତରରେ କାମ କରୁଥିବା ବିଭିନ୍ନ ସରକାରୀ କର୍ମଚାରୀମାନଙ୍କ ମାଧ୍ୟମରେ ବିଜୁ ଜନତା ଦଳ ଭୋଟରମାନଙ୍କୁ ପ୍ରଲୋଭନ କରିବା ପାଇଁ ଟଙ୍କା ବାଂଟୁଛି। ଏମିତି କରାଯାଉଥିବାର ଅନେକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। କିଛି ଦିନ ତଳେ ଜଣେ ମହିଳା ସିଆରପି କର୍ମଚାରୀ ବିଜେଡି ର୍ୟାଲିରେ ଯାଇଥିବାରୁ ମହିଳାମାନଙ୍କୁ ଟଙ୍କା ବାଂଟୁଥିବାର ଭିଡିଓ ଭାଇରାଲ ହୋଇଥିଲା। ତେଣୁ ଜିଲ୍ଲାପାଳ ଏହି ସମସ୍ତ ଦିଗକୁ ଅତି ଗମ୍ଭୀରତାର ସହ ନେବା ସହିତ କିଭଳି ସରକାରୀ କର୍ମଚାରୀମାନେ ନିର୍ବାଚନ ସମୟରେ ଓ…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମନ କି ବାତ କାର୍ଯ୍ୟକ୍ରମ ଥିଲା। ଏହା ହେଲା ତାଙ୍କର 94 ତମ ଅଧ୍ୟାୟ। ପ୍ରତି ମାସ ଶେଷ ରବିବାରରେ ସେ ଅଲ ଇଣ୍ଡିଆ ରେଡିଓ ମାଧ୍ୟମରେ ତାଙ୍କର ମନର କଥା କହିଥାନ୍ତି। ଏଥିରେ ସେ ଦେଶର ଅଗ୍ରଗତି ସହିତ କେଉଁ ରାଜ୍ୟର କିଏ ସେ ସଫଳତା ହାସଲ କଲା ତାହାର ଉଦାହରଣ ମଧ୍ୟ ଦେଇଥାନ୍ତି। ସେହିପରି କ୍ଷେତ୍ରରେ ସେ ପ୍ରାୟ ଅନେକ ଥର ଓଡିଶାର ଭିନ୍ନ ସଫଳ ବ୍ୟକ୍ତିଙ୍କୁ ସଂପର୍କରେ ତାଙ୍କର ମନ କି ବାତ କାର୍ଯ୍ୟକ୍ରମରେ ସ୍ଥାନିତ କରିଛନ୍ତି। ଏଥର ମଧ୍ୟ ସେ ଓଡିଶାର କେଉଁଝର ଜିଲ୍ଲାର କରଦାପାଳ ଗାଁର ଝିଅ କୁନ୍ନି ଦେଓରି କଥା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ ଯେ, ଓଡିଶାର ଜଣେ ଝିଅ କୁନ୍ନି ଦେଓରି, ସୌରଶକ୍ତିକୁ ନିଜ ସହିତ ଅନ୍ୟ ମହିଳାମାନଙ୍କ ରୋଜଗାରର ମାଧ୍ୟମ କରିଛନ୍ତି । କୁନ୍ନି, ଓଡ଼ିଶାର କେନ୍ଦୁଝର ଜିଲାର କରଦାପାଳ ଗାଁରେ ରହନ୍ତି…
ନୂଆଦିଲ୍ଲୀ: ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଦେଶର ଅନେକ ଭାଗରେ ସୂର୍ଯ୍ୟ ଉପାସନାର ମହାନ ପର୍ବ ଛଠ୍ ପାଳିତ ହେଉଛି । ଛଠ୍ ପର୍ବରେ ଅଂଶଗ୍ରହଣ କରିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ନିଜ ଗାଁ, ନିଜ ଘର, ନିଜ ପରିବାରରେ ଯାଇ ପହଞ୍ଚିଛନ୍ତି । ଛଠ୍ ମାତା ସମସ୍ତଙ୍କୁ ସମୃଦ୍ଧି ଏବଂ କଲ୍ୟାଣ ପାଇଁ ଆଶୀର୍ବାଦ ପ୍ରଦାନ କରନ୍ତୁ ଏହା ହିଁ ମୋର ପ୍ରାର୍ଥନା । ବନ୍ଧୁଗଣ, ସୂର୍ୟ୍ୟ ଉପାସନାର ପରମ୍ପରା ଏ କଥାର ପ୍ରମାଣ ଦିଏ ଯେ ଆମ ସଂସ୍କୃତି, ଆମ ବିଶ୍ୱାସ ପ୍ରକୃତି ସହ କେତେ ଗଭୀର ଭାବେ ସଂଶ୍ଲିଷ୍ଟ । ଏହି ପୂଜା ମାଧ୍ୟମରେ ଆମ ଜୀବନରେ ସୂର୍ୟ୍ୟାଲୋକର ଗୁରୁତ୍ୱକୁ ବୁଝାଇ ଦିଆଯାଇଛି । ଏହା ସଙ୍ଗେ ସଙ୍ଗେ ଏହି ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଛି ଯେ, ଉତ୍ଥାନ ପତନ ଜୀବନର ଅଭିନ୍ନ ଅଙ୍ଗ । ତେଣୁ ପ୍ରତ୍ୟେକ ପରିସ୍ଥିତିରେ ଆମେ ଏକ…
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା, ଭୁବନେଶ୍ୱର ଓ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ନୁଆଦିଲ୍ଲୀ ଭାରତ ସରକାରଙ୍କ ଆର୍ଥିକ ସହାୟତାରେ ଏକ ୧୦ ଦିନ ବ୍ୟାପୀ ସର୍ବଭାରତୀୟ ସ୍ତରର ପ୍ରଦର୍ଶନୀ-‘ଗାନ୍ଧୀ ଶିଳ୍ପ ବଜାର-୨୦୨୨’ ଅକ୍ଟୋବର ୨୮ ତାରିଖରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଏକାମ୍ର ହାଟ, ଭୁବନେଶ୍ୱରଠାରେ ଆୟୋଜିତ ହେଉଛି। ଏଥିରେ ସର୍ବଭାରତୀୟ ସ୍ତରର ୧୨ଟି ରାଜ୍ୟରୁ ୧୦୦ ଜଣ ଶିଳ୍ପୀ/ହସ୍ତଶିଳ୍ପ କାରିଗର ଭାଗନେଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ମାନ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ବିକ୍ରୟ କରିବେ। ମହାରାଷ୍ଟ୍ର, ରାଜସ୍ଥାନ, ଆସାମ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ଗୋଆ, ମଣିପୁର, ଦିଲ୍ଲୀ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଓ ହସ୍ତତନ୍ତ ଯଥା: ପଥର ଖୋଦେଇ, କାଠ ଖୋଦେଇ, ସବାଇ ଘାସ, ଗୋଲ୍ଡେନ୍ ଗ୍ରାସ ଶିଳ୍ପ,…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀର ରୋଜଗାର ମେଳାକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି । ସମବେତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜିର ଦିନଟିକୁ ଜମ୍ମୁ ଓ କଶ୍ମୀରର ଯୁବକ ଯୁବତୀମାନଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଦିବସଭାବେ ଅବିହିତ କରିଛନ୍ତି । ଜମ୍ମୁ ଓ କଶ୍ମୀରର ୨୦ଟି ବିଭିନ୍ନ ସ୍ଥାନରେ ନିଯୁକ୍ତିପତ୍ର ପାଇଥିବା ତିନି ହଜାର ଯୁବକଯୁବତୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ଏହି ପିଲାମାନେ ପିଡବ୍ଲଡି, ସ୍ୱାସ୍ଥ୍ୟବିଭାଗ, ଖାଦ୍ୟ ଓ ସାଧାରଣ ବଣ୍ଟନ, ପଶୁସମ୍ପଦ, ଜଳଶକ୍ତି, ଶିକ୍ଷା ଓ ସଂସ୍କୃତି ବିଭାଗର କାର୍ୟ୍ୟ କରିବାର ସୁଯୋଗ ପାଇବେ ବୋଲି ସେ କହିଥିଲେ । ଆଗାମୀ ଦିନରେ ଆହୁରି ସାତଶହ ନିଯୁକ୍ତି ପ୍ରଦାନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି ବୋଲି ସେ କହିଥିଲେ । ଜମ୍ମୁ ଓ କଶ୍ମୀର ଇତିହାସରେ ଏକବିଂଶ ଶତାବ୍ଦୀର ଏହି ଦଶନ୍ଧିର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ…
ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଓଡ଼ିଶାରେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣାର ରାଜ୍ୟ ସରକାରଙ୍କ ନିରବତାକୁ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀଯୁକ୍ତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ କହିଲେ ଯେ ଅର୍ଚ୍ଚନା ନାଗ ଗିରଫ ହେବାର ଦୀର୍ଘଦିନ ପରେ ମଧ୍ୟ ଏହି ଘଟଣାରେ ଯେଉଁ ସବୁ ବ୍ୟକ୍ତିମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଏ ପର୍ଯ୍ୟନ୍ତ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଓଡ଼ିଶାର ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀ ତଥା ଭୁବନେଶ୍ୱର ପୋଲିସ କମିଶନର ଏବଂ ଡିସିପି ଏଭଳି ଏକ ଘୃଣ୍ୟ ଏବଂ ଷଡ଼ଯନ୍ତ୍ରପୂର୍ଣ୍ଣ ଘଟଣାକୁ କାହିଁକି ନିଷ୍ଠା ଓ ନିରପେକ୍ଷ ଭାବେ ତଦନ୍ତ କରି ନାହାନ୍ତି? ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଏହି ଘଟଣାର ହାଇକୋର୍ଟଙ୍କ ତତ୍ୱବଧାନରେ ଏସଆଇଟି ତଦନ୍ତ ଦାବି କରିଛନ୍ତି। ଯଦି ଏ ସ୍ପର୍ଷକାତର ଘଟଣାକୁ ସରକାର ଚପାଇ…
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ପ୍ରସଂଗ ପହଁଚିଛି ଦିଲ୍ଲୀ ଦରବାରରେ। ଆଜି ବିଜେଡିର ଦୁଇ ରାଜ୍ୟସଭା ସାଂସଦ ନୂଆଦିଲ୍ଲୀରେ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ନିର୍ବାଚନ ପ୍ରଚାର ବେଳେ ଯେଉଁ ପ୍ରତିଶୃତି ଦେଇଛନ୍ତି ତାହାକୁ ବିରୋଧ କରାଯାଇଛି। ଅଭିଯୋଗରେ କୁହାଯାଇଛି ଯେ, ଗତକାଲି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ ବିଜେପି ପ୍ରାର୍ଥୀଙ୍କ ପ୍ରଚାର କରୁଥିଲେ। ଏହି ସମୟରେ ସେ ଭୋଟରମାନଙ୍କୁ ବୈତରଣୀ ବନ୍ୟା ସମସ୍ୟାକୁ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ସେ କହିଥିଲେ ଯେ, ନିର୍ବାଚନ ପରେ ଏହାର ସମାଧାନ କରାଯିବ। ଯାହା ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ବୋଲି ବିଜେଡି କହିଛି। ତୁରନ୍ତ ନିର୍ବାଚନ କମିଶନର ଏହା ଉପରେ ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି କହିଛି। ନୂଆଦିଲ୍ଲୀରେ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ଏହି ଅଭିଯୋଗ କରିଛନ୍ତି।
Congress Bharat Jodo Yatra: ଆଜି କଂଗ୍ରେସର ‘ଭାରତ ଯୋଡା ଯାତ୍ରା’ରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ତାହା ହେଲା ଭାରତ ଯୋଡ ଯାତ୍ରାରେ ଚାଲୁଥିବା ବେଳେ ହଠାତ ରାହୁଳ ଗାନ୍ଧୀ ଜୋରରେ ଦୌଡିବାକୁ ଲାଗିଲେ। ରାହୁଲ ଗାନ୍ଧୀଙ୍କ ହଠାତ୍ ଦୈଡିବାରୁ ତାଙ୍କ ସୁରକ୍ଷା କର୍ମୀ, ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ସଭାପତି ରେଭନ୍ତ ରେଡ୍ଡୀ ଏବଂ ଅନ୍ୟମାନେ ମଧ୍ୟ ଦୌଡ଼ିବା ଆରମ୍ଭ କରିଥିଲେ। ରାହୁଲ ଗାନ୍ଧୀଙ୍କ ଏପରି ଦୈଡିବା ଦେଖି କିଛି ଲୋକ ଆଶ୍ଚଯ୍ୟ ହୋଇଯାଇଥିଲେ। କଂଗ୍ରେସ ଦଳର ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀ ଦଳର ନେତା ତଥା କର୍ମକର୍ତ୍ତାଙ୍କ ସହ ରବିବାର ସକାଳେ ଜଡଚର୍ଲା ଠାରୁ ପଦଯାତ୍ରା ଆରମ୍ଭ କରିଥିଲେ। ସେ ସେଠାରେ ୨୨ କିଲୋମିଟର ଦୂରତା ଅତିକ୍ରମ କରିବେ। ତେବେ ସେ କେତେକ ସ୍କୁଲ ପିଲାଙ୍କ ସହିତ ଯାଉଥିବା ବେଳେ ସେ ହଠାତ ଦୌଡିବାକୁ ନେଇ ଆଜି ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ…
ଭୁବନେଶ୍ବର: ଆଜି ଅମଲା ସଂଘ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ଵରସ୍ଥିତ ଜୟଦେବ ଭବନ ଠାରେ ସଂଘର ରାଜ୍ୟ ସଭାପତି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷ ଅସିତ ବରଣ ସ୍ଵାଇଁ , କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ତରାସିଆ , ରାଜ୍ୟ ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀ, ସଙ୍ଗଠନ ସମ୍ପାଦକ ଜ୍ଞାନରଞ୍ଜନ ଦାଶ, ପ୍ରାକ୍ତନ ସଭାପତି ଶତୁଘ୍ନ ପାଣିଗ୍ରାହୀ, ମୁଖ୍ୟ ଉପଦେଷ୍ଟା ସୁଦାମ ପାଣିଗ୍ରାହୀ ପ୍ରମୁଖ କର୍ମଚାରୀ ନେତା ମଞ୍ଚାସୀନ ଥିଲେ। ଏଥିରେ ୩୦ ଟି ଜିଲ୍ଲାର ଅମଲା ସଂଘର ସଭାପତି , ସମ୍ପାଦକ ଏବଂ ୫୦୦ ରୁ ଉର୍ଦ୍ଧ୍ଵ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ସଭାରେ ପ୍ରଥମେ ସଂଘର ସଭାପତି, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ସରକାରଙ୍କୁ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କରିଥିବାରୁ ସାଧୁବାଦ ଜଣାଇଥିଲେ। ଅନ୍ୟ ପକ୍ଷରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କୁ ସର୍ବନିମ୍ନ ଦରମା ପ୍ରଦାନ କରି ସରକାର ଅବହେଳିତ କରିଛନ୍ତି ବୋଲି…

