Author: Samikhsya Bureau

ଭୁବନେଶ୍ୱର : ଆଜି ବିଜେପି ମଧ୍ୟ ଧାମନଗର ଉପନିର୍ବାଚନରେ ବିଜେଡି ବିରୋଧରେ ଅଭିଯୋଗ ଦାଖଲ କରିଛି। ଭୁବନେଶ୍ବରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କରାଯାଇଛି। ଏଥିରେ ଦଳ ଅଭିଯୋଗ କରିଛି ଯେ, ବିଜେଡି ନିର୍ବାଚନ ପ୍ରଚାରରେ ଏସଏଚଜି ମହିଳାଙ୍କୁ ବ୍ୟବହାର କରୁଛି। ସେମାନଙ୍କ ମାଧ୍ୟମରେ ଟଙ୍କା ବାଣ୍ଟୁଛି। ପୂର୍ବରୁ ବିଜେପି ଏସ୍‌ଏଚଜି ମହିଳା ଓ ସରକାରୀ ଚାକିରୀ କରିଥିବା ବ୍ୟକ୍ତି ଶାସକ ଦଳର ପ୍ରଚାର କରୁଥିବାର ଅଭିଯୋଗ ନେଇ ସିଇଓଙ୍କୁ ଅବଗତ କରିଥିଲା। ସେମାନଙ୍କ ବିରୋଧରେ କେବଳ ଏଫଆଇଆର୍ ଦେଇ ପ୍ରଶାସନ ଚୁପ୍ ବସିଥିବା ବେଳେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବା ଚାକିରୀରୁ ନିଲମ୍ବନ କରାଯାଇନାହିଁ । ଏହି ଦୁଇ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ଚାକିରୀରୁ ବହିଷ୍କାର ଓ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ଡ. ଲେଖାଶ୍ରୀ ସାମନ୍ତସିଂହାର ସିଇଓଙ୍କ ନିକଟରେ ଦାବି କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳିରେ ଗଣମାଧ୍ୟମ ମୁଖ୍ୟ…

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଗୁଜରାଟ ରୋଜଗାର ମେଳାରେ ଅଭିଭାଷଣ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ବିଭିନ୍ନ ଶ୍ରେଣୀରେ ନିଯୁକ୍ତି ପତ୍ର ହାସଲ କରିଥିବା ହଜାର ହଜାର ଯୁବ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଧନତେରାସ ଭଳି ପବିତ୍ର ଦିବସରେ କିପରି ଜାତୀୟ ସ୍ତରରେ ୭୫ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ ତାହାର ସ୍ମୃତିଚାରଣ କରିଥିଲେ। ଧନତେରାସ ଦିନ ହିଁ ପ୍ରଧାନମନ୍ତ୍ରୀ ଏପରି ରୋଜଗାର ମେଳା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆୟୋଜିତ ହେବ ବୋଲି କହିଥିଲେ। ଗୁଜରାଟ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ଯୋଗୁଁ ଆଜି ୫୦୦୦ ପ୍ରାର୍ଥୀ ଗୁଜରାଟ ପଞ୍ଚାୟତ ସେବା ବୋର୍ଡରୁ ନିଯୁକ୍ତି ପତ୍ର ଗ୍ରହଣ କରୁଥିବାବେଳେ, ଗୁଜରାଟ ସବ୍ଇନ୍ସିପେକ୍ଟର ନିଯୁକ୍ତି ବୋର୍ଡ ଓ ଲୋକରକ୍ଷକ ନିଯୁକ୍ତି ବୋର୍ଡରୁ ଆଠହଜାର ପ୍ରାର୍ଥୀ ନିଯୁକ୍ତି ପତ୍ର ଗ୍ରହଣ କରିଛନ୍ତି। ଏହିପରି ଦ୍ରୁତ ପଦକ୍ଷେପ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଓ…

Read More

ଭୁବନେଶ୍ବର: ଅଯୋଧ୍ୟାକୁ ତୀର୍ଥ କରିବାକୁ ଯାଇ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଓଡିଆ ଯାତ୍ରୀ, କିଛି ଜଣ ଗୁରୁତର ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ କିଛି ଯାତ୍ରୀ ଓଡ଼ିଶା ଫେରିଆସିଥିଲେ। ଆହତ ହୋଇଥିବା ଯାତ୍ରୀମାନଙ୍କ ପାଇଁ ସୁସ୍ଥ ହେବା ପରେ ଓଡ଼ିଶା ଫେରିବା କାଠି କର ପାଠ ଥିଲା। ଅର୍ଥ ଅଭାବରୁ ଘରକୁ ଫେରିପାରୁନଥିଲେ ସେମାନେ, ଖବର ପାଇ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର। ନିଜ ନିଜ ଘରକୁ ଫେରିଲେ ଯାତ୍ରୀଗଣ। ସୂଚନାନୁସାରେ,ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ପ୍ରାୟ ୪୦ ରୁ ୪୫ ଭକ୍ତ ତୀର୍ଥ କରିବା ପାଇଁ ଗତ ଅକ୍ଟୋବର ୧୯ ତାରିଖରେ ଏକ ବସ୍ ଯୋଗେ ଅଯୋଧ୍ୟା ବାହାରିଥିଲେ। ଦୁର୍ଭାଗ୍ୟବଶତଃ, ବସ୍ ଟି ଗତ ଅକ୍ଟୋବର ୨୧ତାରିଖରେ ଅଯୋଧ୍ୟା ବାଇ-ପାସ୍ ରୋଡ଼ରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା। ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇ…

Read More

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ମଇଦାନରେ ଜିତିବା ପାଇଁ ସବୁ ଦଳ ନିଜ ନିଜର ରଣ ନୀତି ପ୍ରସ୍ତୁତ କରି ଯୁଦ୍ଧ କରୁଛନ୍ତି। ହେଲେ ଓଡିଶାର ନିର୍ବାଚନ ପରିଚାଳନାରେ ମାଷ୍ଟର ବିଜେଡି ଆଗରେ କେହି ନୁହଁନ୍ତି ବୋଲି ପ୍ରମାଣିତ ହେବାରେ ଲାଗିଛି। କାରଣ ଏହି ଉପନିର୍ବାଚନରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଯେଉଁ ଚାଲ ଖେଳିଥିଲେ ତାହାକୁ ଭାଙ୍ଗି ଚୁରମାର କରିଦେଇଛି ବିଜେଡି। ଧାମନଗର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ବା ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜେଡିରୁ ଅମାନିଆ ହୋଇ ପ୍ରାର୍ଥୀ ପତ୍ର ଦାଖଲ କଲେ। ତେବେ ସେତେବେଳେ ପ୍ରଶ୍ନ ଉଠିଲା ଯେ , ରାଜୁ କାହା ବଳରେ ଏପରି ବଡ ପଦକ୍ଷେପ ଗ୍ରହଣ କରୁଛନ୍ତି। ପରେ ଜଣାପଡିଥିଲା ଯେ, ରାଜୁ ଦାସଙ୍କର ଜଣେ ସଂପର୍କିୟ ପଶ୍ଚିମବଂଗର ନନ୍ଦି ଗ୍ରାମରେ ବଡ ବ୍ୟବସାୟ କରୁଛନ୍ତି। ବିଜେଡି ଯେତେବେଳେ ଟିକେଟ ଦେଲା ନାହିଁ ସେ କୁଆଡେ ଭରସା ଦେଲେ ଛିଡା ହେବା ପାଇଁ।…

Read More

ଭୁବନେଶ୍ବର: ଆଜି ବିଜେଡି ପୁଣି ଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। ବିଜେଡି ନେତା ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ଭୁବନେଶ୍ବରର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟଳୟରେ ଏହି ଅଭିଯୋଗ କରିଛନ୍ତି। ଏଥିରେ ଧାମନଗର ଉପନିର୍ବାଚନରେ ବିଜେପି କର୍ମିମାନେ ବିଜେଡି ମହିଳାମାନଙ୍କୁ ଭୟଭିତ କରାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏକ ଅଭିଯୋଗ ପତ୍ରରେ ବିଜେଡି କହିଛି ଯେ, ଧାମନଗର ଉପନିର୍ବାଚନରେ ବିଜେପି ହାରିଯିବାର ଭୟ କରି ବିଭିନ୍ନ ଅନୈତିକ କାର୍ଯ୍ୟ କରିବାରେ ଲାଗିଛି। ପ୍ରଥମେ ସେମାନେ ସେଠାରେ ନିୟୋଜିତ ଅଫିସରଙ୍କୁ ଭୟଭିତ କରିବାରେ ଲାଗିଛନ୍ତି। ଏହାପରେ ଜଣେ ବିଜେପି ମହିଳା କର୍ମିଙ୍କ ମୁହଁରେ କନା ଘୋଡାଇ ଏସଏଚଜି ମହିଳା ଭାବେ ଅବହିତ କରି ବଦନାମ କରିବାରେ ଲାଗିଛି। ସେହିପରି ନିକଟରେ ଏକ ଭିଡିଓ ନିଜେ ପ୍ରସ୍ତୁତ କରି ଭାଇରାଲ କରି ବିଜେଡି ନାଁ ଯୋଡା ଯାଉଛି। ଏହିପରି ଅନୈତିକ କାର୍ଯ୍ୟକୁ ଶିଘ୍ର ରୋକିବା ପାଇଁ ପଦକ୍ଷେପ ଗ୍ରହଣ…

Read More

ଭୁବନେଶ୍ବର : ଏଣିକି ଭୁବନେଶ୍ୱରରୁ କୋରାପୁଟ ଜୟପୁରକୁ ଉଡିବ ଯାତ୍ରୀବାହୀ ବିମାନ। ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏହି ବିମାନ ସେବା। ଏହି ବିମାନ ପ୍ରଥମେ ଭୁବନେଶ୍ୱର ବିମାନବନ୍ଦରରୁ ପୂର୍ବାହ୍ଣ ୧୦ଟା ୪୫ରେ ଉଡ଼ାଣ ଭରିବ। ଏହା ଜୟପୁର ବିମାନବନ୍ଦରରେ ୧୨ଟା ୩୦ ରେ ଅବତରଣ କରିବ। ସେହିପରି ଏହି ବିମାନ ଜୟପୁରରୁ ଅପରାହ୍ଣ ୧ଟା ୨୦ରେ ବାହାରି ଭୁବନେଶ୍ୱରରେ ୩ଟା ୫ରେ ପହଞ୍ଚିବ। ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉଦ୍‌ଘାଟନ ଅବସରରେ ଯାତ୍ରୀଙ୍କ ଲାଗି ଟିକେଟ୍‌ ଦାମ୍‌ ରହିଛି ମାତ୍ର ୯୯୯ ଟଙ୍କା । ଜିଏସ୍‌ଟିକୁ ମିଶାଇଲେ ଟିକେଟ ପିଛା ଦର ରହିବ ୧୦୪୯ ଟଙ୍କା । ଏହା ସ୍ୱଳ୍ପ ସମୟ ପାଇଁ ଉପଲବ୍ଧ ରହିବ। ଏହି ବିମାନ ୯ ଆସନ ବିଶିଷ୍ଟ ରହିବ।

Read More

ଭୁବନେଶ୍ଵର: ଓଡ଼ିଆ ସିନେପ୍ରେମୀ ବିଶେଷକରି ବାବୁସାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। କିଛି ଦିନ ଅନ୍ତରରେ ବାବୁସାନ ପ୍ରଶଂସକଙ୍କୁ ଭେଟିଦେବାକୁ ଯାଉଛନ୍ତି ଦମଦାର ଚଳଚ୍ଚିତ୍ର ‘ଦମନ’। କରୋନା କାରଣରୁ ଗତ ଦୁଇ ବର୍ଷ ହେଲା ବଡ଼ ବଜେଟ୍‌ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସିନଥିଲା। ପରିସ୍ଥିତି ସୁଧୁରିବା ପରେ ବର୍ତ୍ତମାନ ପୁଣି ଚଳଚଞ୍ଚଳ ହୋଇଉଠିଛି ଓଡ଼ିଆ ସିନେଶିଳ୍ପ। ସେହି କ୍ରମରେ ରିଲିଜ୍ ପାଇଁ ସଜବାଜ ହେଉଛି ‘ଦମନ’। ଏ ଫିଲ୍ମରେ ବାବୁସାନଙ୍କ ସହ କଳାକାର ଭାବେ ଦେଖିବାକୁ ମିଳିବେ ଦୀପନ୍ବିତ ଦାସ ମହାପାତ୍ର। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠାର କାହାଣୀ ସ୍ଥାନିତ ହୋଇଛି ଫିଲ୍ମରେ। ଡାକ୍ତରୀ ପାଠ ଶେଷ କରିବା ପରେ ଏହି ଯୁବ ଡାକ୍ତରଙ୍କର ପୋଷ୍ଟିଙ୍ଗ୍ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି…

Read More

ଭୁବନେଶ୍ଵର: ଆଇଏଫଏଫଆଇରେ ପ୍ରଥମ ଥର ପରେ ଏବେ ଡିସିଏସଏଏଫଏଫରେ ପ୍ରଦର୍ଶନ ତାଲିକାରେ ବି ସ୍ଥାନ ପକ୍କା କରିଛି ଓଡ଼ିଆ ଫିଲ୍ମ ପ୍ରତୀକ୍ଷା। ୱାଶିଂଟନ୍ ଡିସି ଏଏମସି ମଣ୍ଟୋଗୋମେରି ସିକ୍ଟିନ୍ ଠାରେ ଆସନ୍ତା ନଭେମ୍ବର ୫ ତାରିଖ ପୂର୍ବାହ୍ନ ୧୧.୩୦ ମିନିଟରେ ଅନୁଷ୍ଠିତ ହେବ ପ୍ରତୀକ୍ଷାର ୱାର୍ଲ୍ଡ ପ୍ରିମିଅର୍। ତେଣୁ କେବଳ ଫିଲ୍ମ କ୍ରୁ ମେମ୍ବରଙ୍କ ପାଇଁ ନୁହେଁ ସମଗ୍ର ଓଡ଼ିଶା ଓ ଓଡ଼ିଆଙ୍କ ଏହା ଗର୍ବ ଗୌରବର ମୁହୂର୍ତ୍ତ। ୱାଶିଂଟନ୍ ଡିସିରେ ଆସନ୍ତା ନଭେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷୀଣ ଏସୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ପ୍ରତୀକ୍ଷା । ଏଥିରେ ଦକ୍ଷୀଣ ଏସିଆ ଉପମହାଦେଶ ଚଳଚ୍ଚିତ୍ର ବର୍ଗରେ ଚୟନ ହୋଇଥିବା ଅନେକଗୁଡ଼ିଏ ମଧ୍ୟରୁ ଅନ୍ୟତମ ଚଳଚ୍ଚିତ୍ର ପ୍ରତୀକ୍ଷା। ତେଣୁ ବିଶ୍ବର ଯେ କୌଣସି ସ୍ଥାନରେ ଥିବା ପ୍ରତ୍ୟେକ ଓଡ଼ିଆ ଭାଇ-ଭଉଣୀଙ୍କୁ ମୋର ଆନ୍ତରିକ ଅନୁରୋଧ ଯେ ପ୍ରତୀକ୍ଷା ଫିଲ୍ମକୁ ଦେଖନ୍ତୁ ଓ ଓଡ଼ିଆ ସିନେ ଶିଳ୍ପର ଉତ୍କର୍ଷ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ୨.୦ ମାଧ୍ୟମରେ ଦପ୍ତର ଓ ଏହାର ପରିସରର ସ୍ୱଚ୍ଛତା ରକ୍ଷା, ସଫେଇ ଓ ଶୋଭାବର୍ଦ୍ଧନ କାର୍ଯ୍ୟ ଦେଶବ୍ୟାପୀ କରାଯାଇଛି। ଏହି ଅଭିଯାନ କାଳରେ ବ୍ୟୁରୋ ଅଫ ଷ୍ଟାଣ୍ଡାର୍ଡ, ଜାତୀୟ ଟେଷ୍ଟ ହାଉସ,  ଜାତୀୟ ଖାଉଟି ସମବାୟ ମହାସଂଘ ଓ ଜାତୀୟ ଖାଉଟି ଆୟୋଗର କାର୍ଯ୍ୟାଳୟ ସହିତ ମୋଟ ୭୩ଟି ଦପ୍ତରରେ ଏହି ସ୍ୱଚ୍ଛତା ଓ ପରିଚ୍ଛନ୍ନତା ରକ୍ଷା କାର୍ଯ୍ୟକ୍ରମ ହାତକୁ ନିଆଯାଇ ତାହାକୁ ସମ୍ପୂର୍ଣ୍ଣ କରାଯାଇଛି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ପରିଚ୍ଛନ୍ନତା କାର୍ଯ୍ୟ ଆନୁଷ୍ଠାନିକଭାବେ ଚଳିତମାସ ୩୧(୨୦୨୨ ଅକ୍ଟୋବର ୩୧ରେ ଶେଷ ହେବ। ଏହି ଅଭିଯାନ ଆରମ୍ଭ କରିବା ପୂର୍ବରୁ ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ପର୍ଯ୍ୟାୟ କାମ ହାତକୁ ନିଆଯାଇଥିଲାö। ପରିଚ୍ଛନ୍ନତା ଅଭିଯାନ କାଳରେ କେଉଁ କେଉଁ କାମ କରାଯିବ ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇ ତଦନୁସାରେ…

Read More

ଭୁବନେଶ୍ଵର: ଷ୍ଟିଲ ଅଥରିଟି ଏଫ ଇଣ୍ଡିଆ ଲିମିଟେଡ (ସେଲ) ଓ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ମଧ୍ୟରେ ଓଡିଶାର ରାଉରକେଲାରୁ ବାଣିଜ୍ୟିକ ବିମାନ ଉଡାଣ ପାଇଁ ଆଜି ନୂଆଦିଲ୍ଲୀ ଠାରେ ଏକ ଅପରେସନ ଏଣ୍ଡ ମ୍ୟାନେଜମେଣ୍ଟ (ଓ ଏଣ୍ଡ ଏମ) ବୁଝାମଣା ହୋଇଛି। ୨୦୧୮ରେ ସେଲ ଉଡାଣ ଯୋଜନା ଅନ୍ତର୍ଗତ ବାଣିଜ୍ୟିକ ଉଡାଣ ପରିଚାଳନା ପାଇଁ ନିଜ ବିମାନ ବନ୍ଦର ବ୍ୟବହାର କରିବାକୁ ବୁଝାମଣା ସ୍ୱାକ୍ଷର କରିଥିଲେ। ଏବେ ରାଉରକେଲାରୁ ବାଣିଜ୍ୟିକ ଉଡାଣ ଆରମ୍ଭ କରିବା ପାଇଁ ସେଲ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଜରିଆରେ ଏଏଆଇ ସହିତ ଓ ଏଣ୍ଡ ଏମ ରାଜିନାମାରେ ସ୍ୱାକ୍ଷର କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ବିମାନ ବନ୍ଦରର ଉନ୍ନୟନ ପାଇଁ ବିତ୍ତୀୟ ସହାୟତା ପ୍ରଦାନ କରିଛନ୍ତି। ଓଡିଶା ସରକାର ଅନ୍ୟ ସ୍ଥାନୀୟ କ୍ଲିୟରାନ୍ସ ପ୍ରାପ୍ତିରେ ସହାୟତା ପ୍ରଦାନ କରିବା ସହ ସୁରକ୍ଷା, ଫାୟାର ଓ ଆମ୍ବୁଲାନ୍ସ ସେବା ପ୍ରଦାନ କରିବେ। ସେଲ-…

Read More

ଚାଣକ୍ୟ ନୀତି: ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ…

Read More

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…

Read More

ନୂଆଦିଲ୍ଲୀ: ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ (ଏମ୍ / ଏନ୍ଏସ୍ ଇଣ୍ଡିଆ) ହାଜିରା ପ୍ଲାଣ୍ଟର ସମ୍ପ୍ରସାରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ସମାବେଶକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇସ୍ପାତ କାରଖାନା ମାଧ୍ୟମରେ କେବଳ ପୁଞ୍ଜି ବିନିଯୋଗ ହେଉନାହିଁ ବରଂ ଅନେକ ନୂତନ ସମ୍ଭାବନା ପାଇଁ ଦ୍ୱାର ମଧ୍ୟ ଖୋଲୁଛି। “60 ହଜାର କୋଟି ଟଙ୍କାରୁ ଅଧିକ ନିବେଶ ଗୁଜୁରାଟ ଏବଂ ଦେଶର ଯୁବକମାନଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ସମ୍ପ୍ରସାରଣ ପରେ ହାଜିରା ଷ୍ଟିଲ ପ୍ଲାଣ୍ଟରେ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା 9 ନିୟୁତ ଟନରୁ 15 ମିଲିୟନ ଟନକୁ ବୃଦ୍ଧି ପାଇବ’’ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତ ଆଡକୁ ଯିବା ଲକ୍ଷ୍ୟରେ ଇସ୍ପାତ ଶିଳ୍ପର ବଢ଼ୁଥିବା ଭୂମିକାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ଶକ୍ତିଶାଳୀ ଇସ୍ପାତ…

Read More

ଧାମନଗର/ଭୁବନେଶ୍ୱର: ଧାମନଗରରେ ମାତୃଶକ୍ତି ଓ ଯୁବଶକ୍ତି ଆମ ଦଳ ବିଜେପିକୁ ବିଜୟୀ କରିବ। ଏହି ଉପନିର୍ବାଚନରେ ଜନଆସ୍ଥା ଦ୍ୱାରା ବିଜେପିର ବଡ଼ ବିଜୟ ହେବ ବୋଲି ଶୁକ୍ରବାର ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଧାମନଗର ନିର୍ବାଚନମଣ୍ଡଳୀର ଦୋବଲ ବଜାରରୁ ପ୍ରଥମେ ପଦଯାତ୍ରା ଆରମ୍ଭ କରିଥିଲେ। ପରେ ଧାମନଗର ଏନଏସିର ମେଡିକାଲ ବଜାର, କୋଠାର ଗ୍ରାମ ପଞ୍ଚାୟତର କୋଠାର ଛକ, ଅସୁରାଳୀ ଓ ଶହୀଦ ନଗରରେ ନିର୍ବାଚନୀ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀ ସୂରଜଙ୍କୁ ଭୋଟ୍ ଦେବା ପାଇଁ ନାଗରିକଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ୱାଭିମାନୀ ଧାମନଗର ଜନତାଙ୍କ ବିଜେପି ପ୍ରତି…

Read More

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି FIH ପ୍ରୋ ଲିଗ୍ ମ୍ୟାଚ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଉଦଘାଟନୀ ମ୍ୟାଚରେ ନ୍ୟୁଜଲ୍ୟାଣ୍ଡକୁ ହରାଇ ଭାରତର ଦମଦାର ବିଜୟ ଘଟିଛି। ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ କୁ ୪-୩ ହରାଇଲା ଭାରତ। ୩ୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୨ ଗୋଲରେ ପଛୁଆ ଥିବା ଭାରତ ଶେଷ କ୍ୱାର୍ଟର ୨ଟି ଗୋଲ କରି ମ୍ୟାଚ୍ କୁ ନିଜ ସପକ୍ଷ ରେ ନେଇ ଥିଲା। ଶନିବାର ସ୍ପେନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ନବୀନ ଏହି ମ୍ୟାଚକୁ ଉଦଘାଟନ କରିବା ସହିତ ସେଠାରେ ବସି ଖେଳ ମଧ୍ୟ ଦେଖିଥିଲେ। ତାଙ୍କ ସହିତ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଧଉଳି ଶାନ୍ତି ସ୍ତୁପର ୫୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଧଉଳି ଶାନ୍ତି ସ୍ତୁପରେ ଆୟୋଜିତ ବୈଦ୍ଧ ଭିକ୍ଷୁଙ୍କ ପୂଜାପାଠ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିଲେ। ଦୟା ନଦୀରେ ଏକ ଇନଷ୍ଟ୍ରିମ ଷ୍ଟୋରେଜ ନିର୍ମାଣ ଲାଗି ଘୋଷଣା କରିବା ସହିତ ୯୫ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ସରକାର ଏହି ଶାନ୍ତିସ୍ତୂପକୁ ଏକି ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତନ କରିବା ଦିଗରେ ନିରନ୍ତର କାମ କରିଚାଲିଛନ୍ତି । ଏହାର ସୌନ୍ଦର୍ଯ୍ୟକରଣ କାମ କରାଯାଇଛି । ଏକ ଭବ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ସମସ୍ତ ଉପସ୍ଥିତ ବୌଦ୍ଧ ଭିକ୍ଷୁ, ଶ୍ରମସ୍ତଙ୍କୁ ଧନ୍ୟବାଦ ଦେବା ସହ ବିଶ୍ବର ଅନେକ ଦେଶରୁ ଆସିଥିବା ସନ୍ୟାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Read More

ଭୁବନେଶ୍ବର:  ଆଜି ଏଲ ଆଣ୍ଡ ଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଏସ.ଏନ ସୁବ୍ରମଣ୍ୟମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।ନବୀନ ନିବାସରେ କଂପାନୀର ବରିଷ୍ଠ ଅଧିକାରୀଙ୍କ ସହିତ ସେ ଏହି ସାକ୍ଷାତ କରିଛନ୍ତି। ଏଥିରେ ଓଡିଶାରେ ଆୟୋଜିତ ହେବାକୁ ଥିବା ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ଓଡିଶାରେ ଏହି କଂପାନୀ ତରଫରୁ ବର୍ତ୍ତମାନ ଚାଲିଥିବା ବିଭିନ୍ନ ପ୍ରକଳ୍ପ ସଂପର୍କରେ ସେ ବିସ୍ତୁତ ତଥ୍ୟ ପ୍ରଦାନ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଓଡିଶାରେ ଆଉ କେତେକ ପ୍ରକଳ୍ପ କରିବା ପାଇଁ କଂପାନୀ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ପାରାଦ୍ବୀପ, ଗୋପାଳପୁର ଓ ଧାମରା ପରି ଶିଳ୍ପାଞ୍ଚଳରେ ଜଳ ବିଶୋଧନ ପ୍ରକଳ୍ପ ସ୍ଥାପନ। ସେହିପରି ଏରୋସ୍ପେସ୍ ଓ ସାମରିକ କାରଖାନା ପ୍ରତିଷ୍ଠା କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏହି ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ…

Read More

କଟକ: ଆଜି ବିଧିବଧ ଭାବେ ଓସିଏର ସଭାପତି ଦାୟିତ୍ବ ଗ୍ରହଣ କଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ସେହିପରି ଓସିଏର ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ମଧ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି। ସେହିପରି ସମ୍ପାଦକ ଭାବେ ସଂଜୟ ବେହେରା, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି । ଆଜି ଓସିଏ ନିର୍ବାଚନ ଅଧିକାରୀ ଏମ ଏଲ ମଜୁମଦାର ଏମାନଙ୍କୁ ବିଜେତା ଭାବେ ଘୋଷଣା କରିଛନ୍ତି। କୌଣସି ପଦ ପାଇଁ କେହି ପ୍ରତିପକ୍ଷ ପ୍ରାର୍ଥୀ ନ ଥିବାରୁ ସମସ୍ତେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଦି ସଭାପତି ଭାବେ ଦାୟିତ୍ବ ନେବା ପରେ ପ୍ରଣବ ପ୍ରକାଶ ଦାସ ବାରବାଟୀ ଷ୍ଟାଣ୍ଡିୟମ ବୁଲି ଦେଖିଛନ୍ତି। ସେଠାରେ କଣ ଉନ୍ନୟନ କାର୍ଯ୍ୟ କରାଯାଇପାରିବ ସେ ନେଇ ନବ ନିର୍ବାଚିତ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରଣବ ପ୍ରକାଶ ଦାୟିତ୍ବ ନେବା ପରେ ଭବିଷ୍ୟତରେ ଏହି ଷ୍ଟାଣ୍ଡିୟମର ରୂପରେଖ ବଦଳିବ…

Read More

ନୂଆଦିଲ୍ଲୀ: ଆପତ୍ତିଜନକ ବିବୃତ୍ତି ମାମଲାରେ ତିନି ବର୍ଷ ଦଣ୍ଡିତ ହେବାର ଗୋଟିଏ ଦିନ ପରେ ଆଜି ଏସପି ନେତା ଆଜାମ ଖାନଙ୍କ ୟୁପି ବିଧାନସଭାର ସଦସ୍ୟତା ରଦ୍ଦ କରାଯାଇଛି। ଉତ୍ତରପ୍ରଦେଶ ବିଧାନସଭା ସଚିବଙ୍କ ଦ୍ୱାରା ଏହି ଘୋଷଣା କରାଯାଇଛି। ୟୁପି ବିଧାନସଭାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଦୁବେ କହିଛନ୍ତି ଯେ, ବିଧାନସଭା ସଚିବ ରାମପୁର ସଦର ବିଧାନସଭା ଆସନ ଖାଲି ଘୋଷଣା କରାଯାଇଛି। ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟ୍ୱିଟ୍ କରି କହିଛନ୍ତି ଯେ, “ବିଧାନସଭା ବାଚସ୍ପତି ସତୀଶ ମହାନା ଜୀଙ୍କର ମହମ୍ମଦ ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାର ନିଷ୍ପତ୍ତି ସ୍ୱାଗତଯୋଗ୍ୟ! ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶର ରାମପୁରର ସାଂସଦ/ବିଧାୟକ କୋର୍ଟ ଗୁରୁବାର ଦିନ ଏସପି ନେତା ତଥା ବିଧାୟକ ଆଜମ ଖାନଙ୍କୁ ଆପତ୍ତିଜନକ ବିବୃତ୍ତି ଦେଇ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଏବଂ ୨୫ ହଜାର ଟଙ୍କା ଜୋରିମାନା…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଅନ୍ତର୍ଗତ ମହକୁଦ ଗ୍ରାମରେ ହାତୀପଲ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏ ନେଇ ଗ୍ରାମବାସୀ ବନଖଣ୍ଡ ଅଧିକାରୀ ରମାକାନ୍ତ ନାୟକ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଗତ ୧୭ ତାରିଖରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୪୦ ପଟ ହାତୀପଲ ମହକୁଦ ଗ୍ରାମ ସମେତ ପାଖ ଗ୍ରାମ ଟିକିଲିପଡ଼ା, ଗୋଗୁଆପାଳ, ବଡ଼ଖମଣ, ବେତଝରଣ, ଧଉରାପାଳ, ବଳମ ଗ୍ରାମ ମାନଙ୍କ ରେ ଉପଦ୍ରବ ଯୋଗୁଁ ଧାନ ଫସଲ ସମେତ ବିଭିନ୍ନ ପ୍ରକାରର ପନିପରିବା ନଷ୍ଟ ହେଉଥିବାରୁ ଗ୍ରାମବାସୀ ମାନେ ବନବିଭାଗ କୁ ହାତୀପଲ ମାନଙ୍କୁ ଅନ୍ୟତ୍ର ଜଙ୍ଗଲ କୁ ଘଉଡ଼ାଇବା ସହିତ ନଷ୍ଟ ହୋଇଥିବା ଫସଲ ଆକଳନ କରି ଉଚିତ୍ କ୍ଷତି ପୂରଣ ପ୍ରଦାନ କରିବାକୁ ଦାବୀ କରିଛନ୍ତି। ଏଥିରେ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ବିରାଟ ସାହୁ, କାଳିଆ ଧଳ, ଶରତ କୁମାର ବିଶ୍ବାଳ,…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮-୧ଠ-୨ଠ୨୨) ଆଭାସୀ ମାଧ୍ୟମରେ ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’କୁ ସେମ୍ବାଧିତ କରିଛନ୍ତି। ସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପୂଜା ଋତୁରେ ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଉତ୍ତମ ପ୍ରସ୍ତୁତି ପାଇଁ ଧନ୍ୟବାଦ ଜଣାଇଥିଲେ। ଚିନ୍ତନ ଶିବିର ସହଯୋଗ ସଂଘୀୟତନ୍ତ୍ରର ଏକ ଦୃଷ୍ଟାନ୍ତ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ସମ୍ବିଧାନ ଅନୁସାରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରାଜ୍ୟ ସରକାରଙ୍କ ଅଧୀନ ହେଲେ ମଧ୍ୟ ସେଗୁଡ଼ିକର ଦେଶର ଏକତା ଓ ସଂହତି ସହିତ ପ୍ରତ୍ୟକ୍ଷ ସମ୍ପର୍କ ରହିଛି। “ପ୍ରତ୍ୟେକ ରାଜ୍ୟ ଜଣେ ଆଉ ଜଣଙ୍କ ଠାରୁ ଶିଖିବା ଦରକାର। ପ୍ରେରଣା ନେବା ଦରକାର। ଦେଶର ଉନ୍ନତି ପାଇଁ କାମ କରିବା ଦରକାର ଓ ତାହା ହିଁ ସାମ୍ବିଧାନିକ ପ୍ରେରଣା ଓ ଏହା ଆମ ଦେଶବାସୀଙ୍କ ପ୍ରତି ଆମର ଦାୟିତ୍ୱ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଚାଲିଥିବା ଅମୃତ କାଳ ଉପରେ ଆଲୋକପାତ କରି…

Read More