ଭୁବନେଶ୍ବର: ଆଜି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ବିରୋଧରେ ଅଭିଯୋଗ ଆଣିଛି ବିଜେଡି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କରିଛି ଦଳ। କେନ୍ଦ୍ରମନ୍ତ୍ରୀ ଟୁଡୁ ଧାମନଗର ପ୍ରଚାର ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି। ସେ ନିର୍ବାଚନ ପ୍ରଚାରରେ ଧାମନଗର ବୈତରଣୀ ବନ୍ୟାର ସମାଧାନ ହେବ ବୋଲି କହିଛନ୍ତି। ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ଏପରି ପ୍ରତିଶୃତି ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ବିଜେପି ପ୍ରାର୍ଥୀଙ୍କ ପ୍ରଚାର ବେଳେ ସେ ମନ୍ତ୍ରୀ ଥାଇ କିପରି ପ୍ରତିଶୃତି ଦେଲେ ବୋଲି ବିଜେଡି କହିଛି। ବର୍ତ୍ତମାନ ବିଜେପି ଧାମନଗରରେ ହାରୁଥିବାର ଜାଣିବା ପରେ ମନ୍ତ୍ରୀ ଆଇନ ଉଲ୍ଲଘଂନ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି। ଗତକାଲି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ ବିଜେପି ପ୍ରାର୍ଥୀଙ୍କ ପ୍ରଚାର କରୁଥିଲେ। ଏହି ସମୟରେ ସେ ଭୋଟରମାନଙ୍କୁ ବୈତରଣୀ ବନ୍ୟା…
Author: Samikhsya Bureau
ନୂଆଦିଲ୍ଲୀ: ସୋମାଲିଆର ରାଜଧାନୀ ମୋଗାଦିଶୁରେ ଦୁଇଟି କାର ବିସ୍ଫୋରଣରେ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଶିକ୍ଷା ମନ୍ତ୍ରଣାଳୟ ବାହାରେ ଘଟିଛି। ସୋମାଲିଆର ରାଷ୍ଟ୍ରପତି ହାସନ ଶେଖ ଏକ ବିବୃତ୍ତିରେ କହିଛନ୍ତି ଯେ ୩୦୦ ଲୋକ ଆହତ ହୋଇଛନ୍ତି। ଅକ୍ଟୋବର ୨୯ ତାରିଖ ଶନିବାର ଦିନ ସୋମାଲିଆର ରାଜଧାନୀ ମୋଗାଦିଶୁରେ ଦୁଇଟି କାର ବୋମା ବିସ୍ଫୋରଣ ହୋଇଥିଲା ଯେଉଁଥିରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୦୦ କୁ ବୃଦ୍ଧି ପାଇଛି। ଏଥି ସହିତ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି।
ଭୁବନେଶ୍ୱର: କରୋନା ମହାମାରୀକୁ ପ୍ରତିହିତ କରିବା ସହ ମୁକାବିଲା କରିବାରେ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟଗୁଡ଼ିକର ଭୂମିକା ବେଶ ଉଲ୍ଲେଖନୀୟ। ଏହି ରାଜ୍ୟଗୁଡ଼ିକ ଯେଉଁଭଳି ଢ଼ଙ୍ଗରେ ପରିଚାଳନା କରିଛନ୍ତି ସେ ବିଷୟରେ ବିସ୍ତୃତ ତଥ୍ୟ ସଂରକ୍ଷିତ କରି ରଖାଯିବା ଜରୁରୀ ଯାହା ଦ୍ୱାରା କି ଭବିଷ୍ୟତରେ ଏଭଳି କୌଣସି ବିପର୍ଯ୍ୟୟ ଆସିଲେ ପ୍ରଶାସନ ଠିକ୍ ଭାବେ ପରିଚାଳନା କରିପାରିବ ବୋଲି କହିଛନ୍ତି ନୀତି ଆୟୋଗର ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କୀୟ ସିନିୟର୍ କନ୍ସଲ୍ଟାଂଟ ଡାକ୍ତର କେ. ମଦନ ଗୋପାଲ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍) ପକ୍ଷରୁ କକ୍ରେନ୍ ଇଣ୍ଡିଆନ୍ ନେଟୱାର୍କର ପ୍ରଥମ ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ଗୋପାଲ। କକ୍ରେନ୍ ସମ୍ପର୍କିତ ସୂଚନା ଦେଇ ଡାକ୍ତର ଗୋପାଲ କହିଛନ୍ତି ଯେ ଗବେଷଣା ଏବଂ ପ୍ରମାଣକୁ ଆଧାର କରି ଏହି ସଂସ୍ଥାର ନେଟୱାର୍କିଂ କାର୍ଯ୍ୟ ବେଶ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି। ପ୍ରତିବର୍ଷ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୩ ବର୍ଷ ତଳେ ଘଟିଥିବା ପ୍ରଳୟଙ୍କରୀ ତଥା ମହା ବିନାଶକାରୀ ମହାବାତ୍ୟାର ଭୟଙ୍କର ବିନାଶକୁ ଆଖି ଆଗରେ ରଖି ଏହି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରାଯାଉଛି। ବିପର୍ଯ୍ୟୟ ପୂର୍ବରୁ ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ମୁକାବିଲା, ବିପର୍ଯ୍ୟୟ ପରେ ଥଇଥାନ ଓ ପୁନଃ ସଂସ୍ଥାପନ ଏବଂ ଏହାର ସୁପରିଚାଳନା ଜିଲ୍ଲା ପ୍ରଶାସନ ଉପରେ ନ୍ୟସ୍ତ ଥାଏ।ବର୍ତ୍ତମାନ ଚଳିତ ବର୍ଷଠାରୁ ବିପର୍ଯ୍ୟୟ ପରିଚାଳନା ପାଇଁ ଗ୍ରାମ ପଞ୍ଚାୟତ କୁ ମଧ୍ୟ ଦାୟିତ୍ଵ ନିର୍ବାହ କରାଯାଇଛି। ପ୍ରଥମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ସୂଚନା…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୩୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୭ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବରଗଡ ଜିଲ୍ଲାରୁ- ୩ ଭଦ୍ରକ ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୪ ଦେବଗଡ ଜିଲ୍ଲାରୁ- ୩ କନ୍ଧମାଳ ଜିଲ୍ଲାରୁ- ୨ ଖୋର୍ଦ୍ଧା ଜିଲ୍ଲାରୁ- ୧ ମୟୂରଭଞ୍ଜ ଜିଲ୍ଲାରୁ- ୨ ନବରଙ୍ଗପୁର ଜିଲ୍ଲାରୁ- ୨ ନୟାଗଡ ଜିଲ୍ଲାରୁ- ୧ ସମ୍ବଲପୁର ଜିଲ୍ଲାରୁ- ୩ ସୁନ୍ଦରଗଡ ଜିଲ୍ଲାରୁ- ୯ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୬ ହଜାର ୧୧୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୬ ହଜାର ୫୮୧ ଏବଂ ବର୍ତ୍ତମାନ…
ନୂଆଦିଲ୍ଲୀ: ଆଜି ସକାଳ 11 ଟାରେ ମନ କି ବାତ୍ କାର୍ଯ୍ୟକ୍ରମରେ ନିଜର ଭାବନା ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ପୂର୍ବାହ୍ନ 11 ଟା ସମୟରେ ଅଲ ଇଣ୍ଡିଆ ରେଡିଓରେ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ତଥା ବିଦେଶର ଲୋକଙ୍କ ସହ ନିଜର ଭାବନା ବାଣ୍ଟିବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମର 94 ତମ ପର୍ଯ୍ୟାୟ ହେବ। ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ସମଗ୍ର ନେଟୱାର୍କରେ ପ୍ରସାରିତ ହେବ। ଏଆର୍ ନ୍ୟୁଜ୍ ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ ରେ ମଧ୍ୟ ପ୍ରସାରିତ ହେବ। ଏହା ମଧ୍ୟ ଡିଡି ନ୍ୟୁଜ୍, ପିଏମଓ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ ହେବ। ହିନ୍ଦୀ ପ୍ରସାରଣ ପରେ ତୁରନ୍ତ ଆଞ୍ଚଳିକ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ।
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଆଜି ଟି-୨୦ ବିଶ୍ୱକପ୍ ୨୦୨୨ର ତୃତୀୟ ମ୍ୟାଚ୍ ଖେଳିବ। ପ୍ରଥମ ଦୁଇଟି ମ୍ୟାଚରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡକୁ ପରାସ୍ତ କରିବା ପରେ ଆଜି ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିରୋଧରେ ଲଢେଇ କରିବ। ଏଠାରେ ବିଶେଷ କଥା ହେଉଛି ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତେ, ତେବେ ଦଳ ଗ୍ରୁପ୍-୨ ର ଶୀର୍ଷରେ ପହଞ୍ଚିବ। ଏହା ସହ ସେ ଟି-୨୦ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିବାକୁ ଅଗ୍ରଭାଗରେ ରହିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏପର୍ଯ୍ୟନ୍ତ ୨୩ ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି। ଏଥିରେ ଭାରତ ୧୩ ଟି ମ୍ୟାଚ୍ ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା ମାତ୍ର ୯ ଟି ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ ଅମୀମାଂଶିତ ରହିଛି। ଟି-୨୦ ବିଶ୍ୱକପରେ ଉଭୟ ଦଳ ଏପର୍ଯ୍ୟନ୍ତ ୫ ଥର ଭେଟିଛନ୍ତି। ସେଥିରେ ଭାରତ ଚାରିଥର ଜିତିଛି। ଦକ୍ଷିଣ ଆଫ୍ରିକା କେବଳ ଥରେ ଜିତିଛି। ପିଚ୍…
ନୂଆଦିଲ୍ଲୀ: ଏହି ମନ୍ଦିରଟି ହେଉଛି ଇଣ୍ଡୋନେସିଆର ବାର୍ଲି ଦ୍ବୀପର ତବାନାନ ଠାରେ ଅବସ୍ଥିତ। ସ୍ଥାନୀୟ ଭାଷାରେ ଏହି ମନ୍ଦିର ନାମ ହେଲା “ତାନାହା ଲୋଟ”। ଯାହାର ଅର୍ଥ ହେଲା ସମୁଦ୍ର ଭିତରେ ସ୍ଥଳଭାଗ। ଏହି ମନ୍ଦିରଟିର ବିଶେଷତ୍ବ ହେଲା ଶହଶହ ବର୍ଷ ଧରି ଏହା ସମୁଦ୍ର ଜୁଆର ତଥା ଲୁଣି ପାଣିରେ ମାଡ ହେଉଥିଲେ ମଧ୍ୟ ତାହା ଅକ୍ଷତ ଅବସ୍ଥାରେ ରହିଛି। ଏହି ମନ୍ଦିରଟି ସମୁଦ୍ରର ଏକ ବିରାଟ ପଥର ଉପରେ ଅବସ୍ଥିତ ହୋଇଛି। ଏହି ମନ୍ଦିରକୁ ୧୬ତମ ଖ୍ରୀଷ୍ଟାଦ୍ଦରେ ଡ୍ୟାଙ୍ଗ ହାଙ୍ଗ ନିରର୍ଥଙ୍କ ଦ୍ବାରା ନିର୍ମିତ ହୋଇଛି ବୋଲି କୁହାଯାଉଛି। ନିରର୍ଥ ଦକ୍ଷିଣ ଉପକୂଳରେ ଯାତ୍ରା କରିବା ସମୟରେ ସେ ସେହି ପଥର-ଦ୍ୱୀପର ସୁନ୍ଦର ସ୍ଥିତି ଦେଖି ସେଠାରେ ବିଶ୍ରାମ କରୁଥିଲେ। ବିଶ୍ରାମ ସମୟରେ ସେ କିଛି ମତ୍ସ୍ୟଜୀବୀ ଦେଖି ତାଙ୍କୁ ଉପହାର ଦେଲେ। ଏହା ପରେ ନିରର୍ଥ ସେହି ଛୋଟ ଦ୍ୱୀପରେ ରାତି ମଧ୍ୟ କଟିଲେ। ପରେ ସେ…
ଭୁବନେଶ୍ବର: ଦିନ ଯାକର ସବୁ କାମ ଧନ୍ଦା ସାରି କ୍ଲାନ୍ତ ଶରୀରଟା ବିଛଣା ଉପରେ ଲେଉଟାଇ ଦେଲା ବେଳେ ସୁଖ ଦୁଃଖ ଭରା ସଂସାରର କିଛି କଥୋପକଥନ ସ୍ବାମୀ ସ୍ତ୍ରୀ ହୋଇଥାନ୍ତି। ପ୍ରାୟତଃ ସ୍ତ୍ରୀ ହିଁ ସ୍ବାମୀର ଭଲ ମନ୍ଦ କଥା ବୁଝେ। ଭୁଲ ଠିକ୍ ର ବାଖ୍ୟା କରେ। କଣ କରିବ ନକରିବ,ତାର ଉପଦେଶ ଦିଏ। ଶେଷରେ ଈଶ୍ବରଙ୍କ ନିକଟରେ ସ୍ବାମୀର ସର୍ବକୁଶଳ କାମନା କରି ନିଦ୍ରା ଯାଏ। ସେଦିନ ସ୍ବାମୀ ବିଂଶ ବାହୁ ରାବଣର ପାଦ ସଂଚାଳନ କରୁ କରୁ ସ୍ତ୍ରୀ ମନ୍ଦଦୋରୀ କହିଲା,ସ୍ବାମୀ ! ଜଗତମାତା ସୀତାଙ୍କୁ ଅପହରଣ କରି ଆପଣ କଣ ଠିକ୍ କରିଛନ୍ତି ? କାହିଁକି ଏମିତି ଭୁଲ କଲେ । ଧୀରେ ଧୀରେ ସମସ୍ତେ ତ ମଲେଣି । ଏ ବଂଶ ଲୋପ ପାଇବାକୁ ବସିଲାଣି । ଆପଣ କଣ ଜାଣି ପାରିଲେ ନାହିଁ ଯେ ରାମ କିଏ ? ଯିଏ ପରମବ୍ରହ୍ମ,ଯିଏ…
ପୁରୀ: ଆମର ହିନ୍ଦୁ ଧର୍ମରେ ପ୍ରଭୁଙ୍କୁ ପରିକ୍ରମା ରହିବାର ବିଧି ରହିଛି। ବିଶ୍ବାସ ରହିଛି ଯେ ଠାକରୁଙ୍କ ଚାରିପାଖରେ ପରିକ୍ରମା କଲେ ସବୁ ପାପର ବିନାସ ହୋଇଥାଏ। ତେବେ ଏହି ପରିକ୍ରମା ଠାକୁର ଦର୍ଶନର ଏକ ଅପରିହାର୍ଯ୍ୟ ପରମ୍ପରା ଏବଂ ଆଜି ମଧ୍ୟ ପୂଜା ବେଳେ ଏହା ପାଳନ କରାଯାଏ। ଏଥି ସହିତ, ଯଦି ଆମେ ଏହାକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିବା, ତେବେ ଶାରୀରିକ ଶକ୍ତି ବିକାଶରେ ମନ୍ଦିର ଚାରିପଟେ ଚାଲିଚାଲି ବୁଲିବା ବିଶେଷ ମହତ୍ବ ରହିଛି। କେଉଁ ମନ୍ଦିରରେ କେତେ ଥର ପରିକ୍ରମା କରାଯାଇଥାଏ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ପରିକ୍ରମା କରିବାର ବିଭିନ୍ନ ନିୟମ ବା ବିଧି ରହିଛି। ଅର୍ଥାତ ପୁରାଣରେ କେଉଁ ମନ୍ଦିର ଚାରିପଟେ କେତେଥର ପରିକ୍ରମା କରିବା ତାହା ଉଲ୍ଲେଖ କରାଯାଇଛି। ସେହି ଅନୁସାରେ ସୂର୍ଯ୍ୟ ଭଗବାନଙ୍କର 7 ଥର , ଶ୍ରୀ ଗଣେଶଙ୍କ 4 ଥର, ଭଗବାନ ବିଷ୍ଣୁଙ୍କ ଏବଂ ତାଙ୍କର ସମସ୍ତ ଅବତାରଙ୍କ 4 ଥର…
ନୂଆଦିଲ୍ଲୀ: ସନାତନ ଧର୍ମରେ ମନ୍ତ୍ର ବହୁତ ଶକ୍ତିଶାଳୀ ବୋଲି କୁହାଯାଏ। ପ୍ରଭୁଙ୍କୁ ଉପାସନା କରିବାର ସରଳ ଏବଂ ପ୍ରଭାବଶାଳୀ ଉପାୟ ହେଉଛି ମନ୍ତ୍ର ଜପ କରିବା। ମନ୍ତ୍ରର ଏତେ ଶକ୍ତି ଅଛି ଯେ ଏହାର କେବଳ ପଠନ ଖରାପ ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରେ। ସକରାତ୍ମକ ଶକ୍ତି ସଂଚାର ହେବା ଆରମ୍ଭ କରେ। ନିୟମ ଅନୁଯାୟୀ ମନ୍ତ୍ର ଜପ କଲେ, ଏହାର ଫଳାଫଳ ମିଳିଥାଏ। ମନ୍ତ୍ର ଜପ କରିବାବେଳେ କିଛି ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ, ନଚେତ୍ ପ୍ରାର୍ଥନା ବୃଥା ହୋଇଯାଏ। ଆସନ୍ତୁ ଜାଣିବା ମନ୍ତ୍ର ଜପ କରିବା ସମୟରେ ମାଳା କାହିଁକି ବ୍ୟବହାର କରାଯାଏ ଏବଂ କଣ ରହିଛି ଏହାର ନିୟମ? ମନ୍ତ୍ର କାହିଁକି ମାଳା ସହିତ ଜପ କରାଯାଏ?: ପ୍ରତ୍ୟେକ ମନ୍ତ୍ରରୁ ବିଭିନ୍ନ ପ୍ରକାରର ଶକ୍ତି ଉତ୍ପନ୍ନ ହୁଏ। ଦେବତାଙ୍କୁ ପୂଜା କରିବା ପାଇଁ ବିଭିନ୍ନ ପ୍ରକାରର ମାଳ ବ୍ୟବହୃତ ହୁଏ। ଶାସ୍ତ୍ର ଅନୁଯାୟୀ, ମନ୍ତ୍ର ଜପ କରିବା…
ମେଷ:– ଆଜି ଗଣ୍ଡଗୋଳଠାରୁ ଦୂରରେ ରହିବା ଉଚିତ୍। ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରନ୍ତୁ। ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ। ତୃତୀୟ ବ୍ୟକ୍ତିଙ୍କ ଆଗମନ ପୂର୍ବରୁ ପ୍ରେମ ସମ୍ପର୍କ ନଷ୍ଟ ହୋଇଯିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଜମି କିମ୍ବା ଘର କିଣିବାର ସମ୍ଭାବନା ରହିଛି। ବୃଷ:– ଆଜି ବେଶୀ ଧର୍ଯ୍ୟର ସହିତ କାମ କରିବା ଉଚିତ୍। ସାଙ୍ଗମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ। ଅଜାଣତରେ, କିଛି ବଡ ଭୁଲ ହେତୁ ଆପଣ ବିଚଳିତ ହେବେ। ବର୍ତ୍ତମାନ ଚାକିରିରେ ଉତ୍ସର୍ଗୀକୃତ ଅନୁଭବ ଆପଣଙ୍କ ପାଇଁ ଲାଭଦାୟକ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ। ସଂପର୍କରେ ଆସିଥିବା ସମସ୍ୟା ଦୂର ହୋଇଯାଉଛି। ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ। ମିଥୁନ: – ଆଜି ଆପଣ ଏକ ଯାତ୍ରା କରିବାକୁ ଯୋଜନା କରିବେ। ଏହା ପରିବାରରେ ସୁଖର ଆଣି ଦେବ । ଅଫିସରେ ଆପଣଙ୍କର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ। କିନ୍ତୁ…
ଭୁବନେଶ୍ବର: ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବହିସ୍କାର ଏବଂ ଗିରଫ ଦାବିରେ ନବୀନ ନିବାସ ଘେରାଉ କରାଯାଇଥିଲା । ପ୍ରଥମେ ଛାତ୍ର କଂଗ୍ରେସ କର୍ମକର୍ତାମାନେ ଶିଶୁଭବନ ଛକଠାରୁ ଏକ ର୍ୟାଲିରେ ଯାଇ ଫରେଷ୍ଟପାର୍କ ବାଟଦେଇ ନବୀନ ନିବାସ ଆଡ଼କୁ ଅଗ୍ରସର ହୋଇଥିଲେ । ସେଠାରେ ଉପସ୍ଥିତ ଛାତ୍ର କଂଗ୍ରେସର କର୍ମକର୍ତା, ନେତୃମଣ୍ଡଳୀ ମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ନୱାଜ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳଙ୍କିତ ଗଣଶିକ୍ଷାମନ୍ତ୍ରୀ ସମୀର ଦାସଙ୍କୁ ସୁରକ୍ଷା ଦେଉଛନ୍ତି। ଏହି ରାଜ୍ୟର ଛାତ୍ର ସମାଜକୁ ଏଭଳି ଜଣେ ନିନ୍ଦିତ ଶିକ୍ଷାମନ୍ତ୍ରୀ କି ଦିଗଦର୍ଶନ ଦେବେ। ଏ ରାଜ୍ୟର ଅଭିଭାବକ, ବୁଦ୍ଧିଜୀବି, ସାମାଜିକ ଅନୁଷ୍ଠାନ ଏଭଳି ଜଣେ ଶିକ୍ଷାମନ୍ତ୍ରୀଙ୍କୁ ଆଉ ଦିନଟିଏ ତାଙ୍କ ପଦବୀରେ ରହିବାକୁ ବରଦାସ୍ତ କରୁନାହାନ୍ତି। ମାତ୍ର ପ୍ରଶାସନକୁ କୁପଥଗାମୀ କରିଥିବା ମୁଖ୍ୟମନ୍ତ୍ରୀ, ସମୀର ଦାଶଙ୍କୁ ଘଂଟ ଘୋଡ଼ାଇ ରଖିଛନ୍ତି।…
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ଆଜି ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ସକାଳ ସାଢ଼େ ୭ଟାରେ କଳିଙ୍ଗ ଷ୍ଟାଡିୟମ୍ ପରିସରରୁ ଆରମ୍ଭ ହୋଇଥିବା ଏହି ମିନି ମାରାଥନକୁ ପୂର୍ବତନ ସାଂସଦ ତଥା ହକି ଇଣ୍ଡିଆର ସଭାପତି ଶ୍ରୀ ଦିଲ୍ଲୀପ ତିର୍କୀ ଏବଂ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସ୍ଡ଼ିଏମ୍ଏ)ଙ୍କ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ଜେନା ସବୁଜ ପତାକା ପ୍ରଦର୍ଶନପୂର୍ବକ ଶୁଭାରମ୍ଭ କରିଥିଲେ। ‘ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତିର ସ୍ଥିତିସ୍ଥାପକତାରେ ଗୋଷ୍ଠୀର ଭୂମିକା’ ବିଷୟକୁ ଗୁରୁତ୍ୱ ଦେଇଥିବା ଏହି ମାରାଥନରେ କ୍ରୀଡ଼ା ଛାତ୍ରାବାସ, କଳିଙ୍ଗ ଷ୍ଟାଡିୟମ୍ ଏଚ୍ପିସି ଅନ୍ତର୍ଗତ ହକି, ସନ୍ତରଣ, ଆଥଲେଟିକ୍ସ, ଭାରୋତ୍ତୋଳନ ଶୃଙ୍ଖଳର ଅନ୍ତେବାସୀଙ୍କ ସମେତ ଉଭୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଏସ୍ଡ଼ିଏମ୍ଏର ଅଧିକାରୀ ଏବଂ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୫୦୦…
ଭୁବନେଶ୍ୱର: ରାଜ୍ୟସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ୟ୍ୟୟ ହ୍ରାସ ଦିବସ ଓଡିଶା ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମସ୍ତଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଏହି ଦିବସ ୧୯୯୯ ମସିହାରେ ସଂଘଟିତ ପ୍ରଳୟଙ୍କରୀ ମହାବାତ୍ୟାର ଭୟାବହତା ଏବଂ ଧ୍ୱସଲୀଳାକୁ ମନେ ପକାଇବା ସହିତ ଭବିଷ୍ୟତରେ ଯେ କୌଣସି ପ୍ରକାରର ବିପର୍ୟ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆମ୍ଭକୁ ଦୃଢ ସଂକଳ୍ପବଦ୍ଧ କରାଇଥାଏ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ମହାବାତ୍ୟାର ୨୩ ବର୍ଷ ପରେ ଆମେ ଆମ ରାଜ୍ୟକୁ ବିପର୍ଯ୍ୟୟ ସମୟରେ ଯେପରି ନିରାପଦରେ ରଖିପାରିବୁ, ସେଥିପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛୁ । ବିପର୍ଯ୍ୟୟ ପରିଚାଳନା ପାଇଁ ଓଡିଶାରେ ଭିତ୍ତିଭୂମି ସୁଦୃଢ କରାଯାଇଛି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କାତାର ଅମୀର ମହାମହିମ ଅମିର ତମିମ ବିନ ହମଦ ଅଲ ଥାନିଙ୍କ ସହ ଆଲୋଚନା କରିଛନ୍ତି ଓ ସହୃଦୟ ଦୀପାବଳି ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି । କାତାରରେ ଫିଫା ବିଶ୍ୱକପର ସଫଳ ଆୟୋଜନ ପାଇଁ ଶ୍ରୀ ମୋଦୀ ଏହି ଅବସରରେ ଶୁଭକାମନା ଜଣାଇଛନ୍ତି । ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ମହାମହିମ କାତାର ଅମୀର TamimBinHamad ଙ୍କ ସହ ବାର୍ତ୍ତାଳାପ ସନ୍ତୋଷଜନକ ଥିଲା । ସହୃଦୟ ଦୀପାବଳି ଶୁଭେଚ୍ଛା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଲି ଓ କାତାରରେ FIFAWorldCup ର ସଫଳ ଆୟୋଜନ ପାଇଁ ଶୁଭକାମନା ଜଣାଇଲି। ୨୦୨୩ରେ ଭାରତ- କାତାର କୂଟନୈତିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତି ମିଳିତ ଭାବେ ପାଳନ କରିବାକୁ ଉଭୟେ ସହମତ ହେଲୁ ।”
ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ମାର୍ଗଦର୍ଶିକା ଓ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ ୨୦୨୧ରେ ସଂଶୋଧନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୨୮ ଅକ୍ଟୋବର, ୨୦୨୨ରେ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ର ଶେଖର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ସୁନିଶ୍ଚିତ ପଦକ୍ଷେପ ଗ୍ରହଣ କରାଯାଉଛି। ଦେଶ ନିଜ ନାଗରିକଙ୍କ ଏବଂ ଡିଜିଟାଲ ନାଗରିକଙ୍କ ଅଧିକାରକୁ ସୁରକ୍ଷା ଦେବା ଲାଗି ଏକ ଟ୍ରଷ୍ଟି ଭାବେ କାମ କରୁଅଛି। ମୁକ୍ତ, ନିରାପଦ, ବିଶ୍ଵସନୀୟ ଓ ଉତ୍ତରଦାୟୀ ଇଣ୍ଟରନେଟ୍ ସେବା ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏହି ସଂଶୋଧନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଦେଶର ଡିଜିଟାଲ…
ଭୁବନେଶ୍ୱର: ଆଜି ଶକ୍ତି ବିଭାଗ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ଶକ୍ତି ସଂଚାରଣ ନିଗମର କାର୍ଯ୍ୟକ୍ରମ ଉପରେ ଏକ ସମୀକ୍ଷା ବୈଠକ ଶକ୍ତିମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ରାଜ୍ୟରେ ବୃଦ୍ଧି ପାଉଥିବା ଶକ୍ତି ଚାହିଦା ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଦେବ ସଂପ୍ରତି ରାଜ୍ୟ ସରକାର ରାଜ୍ୟରେ ଶିଳ୍ପାୟନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ ଅଧିକ ଶକ୍ତି ଉତ୍ପାଦନର ଆବଶ୍ୟକତା ରହିଥିବା କହିଥିଲେ। ତେଣୁ ସେ ଆଗକୁ ଅଧିକ ଶକ୍ତି ଉତ୍ପାଦନ ପାଇଁ ପ୍ରକଳ୍ପ ପ୍ରସ୍ତୁତ କରିବା ଏବଂ ସେଥି ପାଇଁ ବଜେଟ୍ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ଶକ୍ତି ନଥିଲେ ଶିଳ୍ପ ହୋଇପାରିବ ନାହିଁ, ତେଣୁ ବିକାଶର ପ୍ରତିଟି ଉପାଦାନ ପାଇଁ ଶକ୍ତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ସୌର ଶକ୍ତିର ଉତ୍ପାଦନ ହେଉ ଅବା ଅନ୍ୟ ଅଣପାରମ୍ପରିକ ଶକ୍ତି, ଆମକୁ ସେଥିପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ହେବ ବୋଲି…
ଭୁବନେଶ୍ବର: ଠିକ ଆଜିର ଦିନ 1999 ମସିହାର ଘଟଣା। ଓଡିଶାକୁ ଖିନଭିନ କରିଦେଇଥିଲା ସୁପର ସାଇକ୍ଲୋନ ବା ମହାବାତ୍ୟା। ସେହି ମହାବାତ୍ୟାର ଯନ୍ତଣା ଏପରି ଥିଲା ଯେ, ଆଜି ପର୍ଯ୍ୟନ୍ତ ଓଡିଶାକୁ ଅଣ୍ଟା ସିଧା କରିବାକୁ ଲାଗିଗଲା ସମୟ। ସେହି ମହାବାତ୍ୟା ପରେ ପରେ ସେତେବେଳେ ସାଂସଦ ଥିବା ନବୀନ ପଟ୍ଟନାୟକ କ୍ଷତିଗସ୍ତ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ଗିରିଧର ଗମାଙ୍ଗ ମହାବାତ୍ୟା ମୁକାବିଲା କରିବାରେ ସମର୍ଥ ହୋଇପାରି ନ ଥିଲେ। ଫଳରେ ସେତେବେଳେ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା। ବର୍ତ୍ତମାନ କିନ୍ତୁ ସମୟ ଭିନ୍ନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ବାତ୍ୟା ବନ୍ୟା ପରିଚାଳନା ପାଇଁ ଆଣିଛି ଏକ ବିପ୍ଲବ। ଏହି ବିପର୍ଯ୍ୟୟକୁ ମୁକାବିଲା କରିବାରେ ବେଶ ପ୍ରଶଂସିତ ହୋଇପାରିଛନ୍ତି ନବୀନ ପଟ୍ଟନାୟକ।
ଭୁବନେଶ୍ବର: ଓଡିଶାରେ ଆଜି ବିକାଶର ମାର୍ଗ ପ୍ରଶସ୍ତ ହୋଇଛି। ବିକାଶର ଗତି ମଧ୍ୟ କ୍ଷୀପ୍ର ହୋଇଛି। ସବୁଠାରେ ବିକାଶର ପଦଚିହ୍ନ ସୁସ୍ପଷ୍ଟ। କୃଷି ଉତ୍ପାଦନ, ଖାଦ୍ୟ ସୁରକ୍ଷା, ମହିଳା ସଶକ୍ତିକରଣ, ୫-ଟି ସ୍କୁଲ ରୂପାନ୍ତର, ସ୍ବାସ୍ଥ୍ୟସେବା – ସବୁ କ୍ଷେତ୍ରରେ ଓଡିଶା ଆଜି ବିକାଶର ଏକ ନୂଆସ୍ତରରେ ଅଗ୍ରସର ହେଉଛି। ଏହି କ୍ରମରେ ଆଜି ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସମସ୍ତଙ୍କ ସହଯୋଗରେ ପଦ୍ମପୁର ଅଞ୍ଚଳ ବିକାଶର ଏକ ମଡେଲ ହୋଇପାରିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଜି ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ପଦ୍ମପୁର ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏ ସବୁ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ବିକାଶର ଏହି ଧାରା ଆହୁରି ଆଗକୁ ବଢିବ ବୋଲି…
ଧାମନଗର/ଭୁବନେଶ୍ୱର: ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରର ଦ୍ୱିତୀୟ ଦିନରେ ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ତିହିଡି ବ୍ଲକର ପାଳିଆ ବଜାର, ପାଳିଆବିନ୍ଧା, କୁମାର ସାହୀ, ଅଲି ବଜାର ଓ ଗୁଆମାଳ ସମେତ ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ । ଧାମନଗରବାସୀ ସାଙ୍କେତିକ ନେତୃତ୍ୱକୁ ବିଶ୍ୱାସ କରନ୍ତି ନାହିଁ। ଏ ଅଞ୍ଚଳ ହେଉଛି ସ୍ଵାଭିମାନର ମାଟି, କେବେ ସାଲିଶ୍ କରିବା ଶିଖିନି। ଏହି ବୀର ଭୂମିରେ ଶାସକ ଦଳର ଅପପ୍ରଚାରକୁ ସ୍ଥାନୀୟବାସୀ କେବେ ବି ପ୍ରଶୟ ଦେବେ ନାହିଁ। ସୂରଜ ଜଣେ ଉଚ୍ଚ ଶିକ୍ଷିତ ଓ ଲଢୁଆ ଯୁବକ। ଲୋକପ୍ରିୟ ନେତା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଆଦର୍ଶରେ ସେ ନିଜ ମାଟି ମାଆର ସେବା କରିବା ପାଇଁ ରାଜନୈତିକ ଯାତ୍ରା ଆରମ୍ଭ କରିଛି। ଧାମନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସମର୍ଥନ ହିମାଳୟ ଭଳି ଅତୁଟ…

