ନୂଆଦିଲ୍ଲୀ: ବନାସକାଣ୍ଠା ଜିଲ୍ଲାର ଅମ୍ବାଜି ସହରର ଆଦିବାସୀ ପିଲାମାନଙ୍କର ଏକ ମ୍ୟୁଜିକାଲ୍ ବ୍ୟାଣ୍ଡ 31 ଅକ୍ଟୋବରରେ କେଭଡ଼ିଆ ଠାରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା କରିବେ। ପ୍ରଧାନମନ୍ତ୍ରୀ ଜାତୀୟ ଏକତା ଦିବସ ଅବସରରେ କେଭଡ଼ିଆ ଯିବେ। ଏହା ପ୍ରଥମ ଅବସର ନୁହେଁ ଯେତେବେଳେ ମ୍ୟୁଜିକାଲ୍ ବ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପ୍ରସ୍ତୁତି କରିବ। ଏହା ପୂର୍ବରୁ 30 ସେପ୍ଟେମ୍ବର 2022 ରେ ପ୍ରଧାନମନ୍ତ୍ରୀଙ୍କ ସାର୍ବଜନିନ ସମାରୋହ ପାଇଁ ଅମ୍ବାଜି ପରିଦର୍ଶନରେ ତାଙ୍କର ସ୍ବାଗତରେ ଏହି ବ୍ୟାଣ୍ଡ ଉପସ୍ଥାପନା କରିଥିଲା। ପ୍ରଧାନମନ୍ତ୍ରୀ ସେହି ସମୟରେ ବିଭିନ୍ନ ବିକାଶ ପ୍ରକଳ୍ପଗୁଡ଼ିକୁ ଦେଶକୁ ସମର୍ପିତ କରଥିଲେ ଏବଂ 7200 କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ କେବଳ ଯୁବ ବ୍ୟାଣ୍ଡଙ୍କ ପ୍ରଦର୍ଶନର ପ୍ରଶଂସା କରିନଥିଲେ ଏବଂ ଏହାର ଆନନ୍ଦ ଉଠାଇ ନଥିଲେ, ବରଂ ସେ ଏହା ମଧ୍ୟ ସୁନିଶ୍ଚିତ କରିଥିଲେ ଯେ ସାର୍ବଜନିକ ସମାରୋହ ଆରମ୍ଭ ହେବା ପୂର୍ବରୁ ସେ ବ୍ୟକ୍ତିଗତ ଭାବରେ ତାଙ୍କ ସହିତ…
Author: Samikhsya Bureau
ଭୁବନେଶ୍ଵର: ରେଳବାଇ ବିଷୟବସ୍ତୁ ସମ୍ବନ୍ଧରେ ଆଜି ଭୁବନେଶ୍ୱର ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପରିସୀମା ଅନ୍ତର୍ଗତ ସମ୍ମାନୀୟ ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସମ୍ମାନନୀୟ ସାଂସଦ ଭର୍ତ୍ତୃହରି ମହତାବ, ଚନ୍ଦ୍ରଶେଖର ସାହୁ, ମହେଶ ସାହୁ, ପିନାକୀ ମିଶ୍ର, ସୁଲତା ଦେଓ, ପ୍ରମିଳା ବିଶୋଇ, ଶର୍ମିଷ୍ଠା ସେଠୀ, ମୁଜିବୁଲ୍ଲା ଖାଁ, ରାମ ମୋହନ ନାଇଡୁ କାଞ୍ଜିରାପପୁ ଏବଂ ଡ଼. ରାଜଶ୍ରୀ ମଲ୍ଲିକ ପ୍ରମୁଖ ଏହି ବୈଠକ ରେ ଯୋଗଦାନ କରିଥିଲେ। ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଂକେଶ ରାୟ ଏହି ବୈଠକରେ ମଧ୍ୟ ଉପସ୍ଥିତ ଥିଲେ। ବହୁ ଗଠନମୂଳକ ଚିନ୍ତାଧାରା, ମୂଲ୍ୟବାନ ଉପଦେଶ ଏବଂ ରେଳବାଇ ସମ୍ବନ୍ଧରେ ସାର୍ବଜନୀନ ଦାବିଗୁଡିକ ସମ୍ମାନୀୟ ସାଂସଦ ମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା।…
Dhamnagar Byelection: ଧାମନଗର ଉପନିର୍ବାଚନରେ ବିଜେପି ସେଠାରେ ନିୟୋଜିତ ସରକାରୀ ଅଧିକାରୀଙ୍କୁ ଭୟଭୀତ କରୁଛି। ଏପରି ଏକ ଅଭିଯୋଗ କରିଛି ବିଜୁ ଜନତା ଦଳ। ଆଜି ଦଳ ତରଫରୁ ଲେନିନ ମହାନ୍ତିଙ୍କ ନେତୃତ୍ବରେ ଏକ ଗୋଷ୍ଠୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ଧାମନଗରରେ ବିଜେପି ନେତାମାନେ ସରକାରୀ କର୍ମଚାରୀଙ୍କୁ ଭୟଭୀତ କରିବା ସହିତ ଏସଏଚଜି ମହିଳାଙ୍କୁ ଅପମାନିତ କରୁଛନ୍ତି। ସେମାନେ ବର୍ତ୍ତମାନ ନିର୍ବାଚନ ହାରୁଥିବାର ଜାଣିପାରି ଏପରି କରୁଛନ୍ତି ବୋଲି ବିଜେଡି କହିଛି। ଏ ନେଇ ନିର୍ବାଚନ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦଳ ଦାବୀ କରିଛି।
ଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅକ୍ଟୋବର ୨୮, ୨୦୨୨ ରେ ଲଦାଖର ଡି – ଏସ୍ – ଡିବିଓ ରୋଡ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୀମା ସଡକ ସଂଗଠନ (ବିଆର୍ଓ) ଦ୍ୱାରା ନିର୍ମିତ ହୋଇଥିବା ୭୫ ଟି ଭିତ୍ତିଭୂମି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ୭୫ ଟି ପ୍ରକଳ୍ପ ଗୁଡିକ ମଧ୍ୟରେ ୪୫ ଟି ସେତୁ, ୨୭ ଟି ରାସ୍ତା, ଦୁଇଟି ହେଲିପ୍ୟାଡ୍ ଏବଂ ଗୋଟିଏ ଅଙ୍ଗାରକ ନିରପେକ୍ଷ ବାସସ୍ଥାନ ରହିଛି, ଯାହା ୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ (ୟୁଟି) ରେ ରହିଛି। ଏହି ପ୍ରକଳ୍ପ ଗୁଡିକ ମଧ୍ୟରୁ କୋଡିଏ (୨୦)ଟି ଜାମ୍ମୁ କାଶ୍ମୀରରେ ରହିଥିବା ବେଳେ ଲଦାଖ ଏବଂ ଅରୁଣାଚଳ ପ୍ରଦେଶରେ ପ୍ରତ୍ୟେକ ୧୮ଟି ଲେଖାଏଁ ରହିଛି। ଉତ୍ତରାଖଣ୍ଡ ରାଜ୍ୟରେ ପାଂଚଟି ପ୍ରକଳ୍ପ ଏବଂ ଅନ୍ୟ ସୀମାନ୍ତ ରାଜ୍ୟ ଗୁଡିକରେ, ଯଥା: ସିକ୍କିମ୍, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ରାଜସ୍ଥାନରେ…
ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ଦିନକୁ ଦିନ ସରଗରମ ହେବାରେ ଲାଗିଛି। ତେବେ ଏବେ ଏକ ଅଡିଓକୁ ନେଇ ସେଠାକାର ରାଜନୀତି ବେଶ ଗରମ ହୋଇ ଉଠିଛି। ତାହା ହେଲା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନାର ଏକ ମିଥ୍ୟା ଅଡିଓ, ଭିଡିଓ କ୍ଲିପ ଯାହାକି ଏକ ସାମ୍ବାଦିକ ଭଏସ୍ ଭଳି ନ୍ୟୁଜ୍ ଫରମାର୍ଟରେ ଭାଇରାଲ ହେଉଛି। ତେବେ ଏହି ଭାଇରାଲ ଅଡିଓଟି ସମ୍ପୂର୍ଣ୍ଣ ଅସତ୍ୟ ବୋଲି ଅଭିଯୋଗ କରିଛି ବିଜେପି। ଦେଶର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ ଧାମନଗର ଉପନିର୍ବାଚନକୁ ଚାଣିବା ଏବଂ ତାଙ୍କୁ ଯୋଡି ମିଥ୍ୟା ଅଡିଓ ଭାଇରାଲ କରିବା ଏକ ହୀନ ରାଜନୀତି ଓ ଧର୍ତବ୍ୟ ଅପରାଧ ବୋଲି ଦଳ କହିଛି। ତେବେ ଏହି କାର୍ଯ୍ୟ ପାଇଁ ଦଳ ସିଧା ବିଜେଡିକୁ ଟାର୍ଗେଟ କରିଛି। ଦଳ କହିଛି ଯେ, ଶେଷରେ ବିଜୁ ଜନତା ଦଳ କେନ୍ଦ୍ର…
ନୂଆଦିଲ୍ଲୀ: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନର ପାକିସ୍ତାନ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ସରକାରଙ୍କ ବିରୋଧରେ ଲାହୋରରୁ ଇସଲାମାବାଦକୁ ନିଆଯାଉଥିବା ବଡ ମାର୍ଚ୍ଚ (ହାକିକି ଆଜାଦୀ) ରେ ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ ଭାରତର ବୈଦେଶିକ ନୀତିକୁ ଇମ୍ରାନ ପ୍ରଶଂସା କରିଥିଲେ। ସେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମାଧ୍ୟମରେ ଶାସକ ଶାହବାଜ ସରିଫ ସରକାରଙ୍କୁ କଡା ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, ମୁଁ ନୱାଜଙ୍କ ପରି ଦେଶ ଛାଡି ପଳାଇବି ନାହିଁ। ମୋର ଜୀବନ ମଧ୍ୟ ଏହି ଦେଶରେ ରହିବ ଏବଂ ମୋର ମୃତ୍ୟୁ ମଧ୍ୟ ଏହି ଦେଶରେ ଘଟିବ। ସେ କହିଛନ୍ତି ଯେ, ମୁଁ ଏଭଳି ପାକିସ୍ତାନ ଦେଖିବାକୁ ଚାହୁଁଛି, ଯାହା ଏକ ମୁକ୍ତ ଦେଶ ହେବ। ଏଥିପାଇଁ ଆପଣଙ୍କୁ ଏକ ଶକ୍ତିଶାଳୀ ସୈନ୍ୟ ଦରକାର। ଯଦି ସେନା ଦୁର୍ବଳ, ତେବେ ଦେଶର ସ୍ୱାଧୀନତା ଚାଲିଯାଏ।…
ଭୁବନେଶ୍ୱର: ଯୁଗ୍ମ ଡିଗ୍ରୀ ପ୍ରୋଗ୍ରାମ୍ ସହିତ ତାଇୱାନ୍ କମ୍ପାନୀଗୁଡ଼ିକରେ ନିଯୁକ୍ତି ନିମନ୍ତେ ସୋଆ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡାରିନ୍ ଶିକ୍ଷା ପ୍ରଦାନ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସହିତ ସହଭାଗିତା କରିବା ପାଇଁ ତାଇୱାନ୍ ଇଚ୍ଛା ପ୍ରକାଶ କରିଛି। ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଶିକ୍ଷା ନିମନ୍ତେ ବେଶ ପ୍ରତିଷ୍ଠା ଲାଭ କରିଥିବା ସୋଆ ସହିତ ଆମେ ସହଭାଗିତା କରିବା ପାଇଁ ଚାହୁଁଛୁ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଯେଭଳି ମାଣ୍ଡାରିନ୍ ଶିକ୍ଷା ଗ୍ରହଣ କରିପାରିବେ ସେ ନିମନ୍ତେ ତାଇୱାନ୍ ଏଜୁକେସନ୍ ସେଂଟର ପ୍ରତିଷ୍ଠା କରିବା ପାଇଁ ଆମେ ଇଚ୍ଛୁକ ବୋଲି ତାଇପେଇ ଇକୋନମିକ ଆଣ୍ଡ କଲ୍ଚରାଲ୍ ସେଂଟର୍ ଇନ୍ ଇଣ୍ଡିଆର ଏଜୁକେସନ୍ ଡିଭିଜନ୍ର ଆସିଷ୍ଟାଂଟ ରିପ୍ରେଜେନ୍ଟେଟିଭ ଡାଇରେକ୍ଟର ପିଟର୍ସ ଲି-ଇଙ୍ଗ ଚେନ୍ ଏଠାରେ ଶୁକ୍ରବାର କହିଛନ୍ତି। ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ଶ୍ରୀ ଚେନ୍ କହିଛନ୍ତି ଯେ ଭାରତୀୟ ଏବଂ ତାଇୱାନ୍…
ଭୁବନେଶ୍ଵର: ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (ଏଆଇଏସଏସଇଇ) ୨୦୨୩ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ୨୧ ଅକ୍ଟୋବର, ୨୦୨୨ ଠାରୁ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ https://aissee.nta.nic.in ୱେବସାଇଟରେ ଏଆଇଏସଏସଇଇ ୨୦୨୩ ପାଇଁ ଆବେଦନ କରିପାରିବେ। ଅନଲାଇନରେ ଆବେଦନ କରାଯାଇନଥିଲେ ଆବେଦନ ପତ୍ରକୁ ଗ୍ରହଣ କରାଯିବ ନାହିଁ। ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ନିମନ୍ତେ ୩୦ ନଭେମ୍ବର ୨୦୨୨ ଅପରାହ୍ଣ ୫ଟା ସୁଦ୍ଧା ଆବେଦନ କରିପାରିବେ । ଚଳିତ ବର୍ଷ ଭୁବନେଶ୍ବର ସୈନିକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମଲେଖା ଲାଗି ଉଭୟ ଝିଅ ଓ ପୁଅ ପ୍ରବେଶିକା ପରୀକ୍ଷା ଦେବାକୁ ଆବେଦନ କରିପାରିବେ। ପୁଅଙ୍କ ପାଇଁ ୧୦୩ ଏବଂ ଝିଅଙ୍କ ପାଇଁ ୧୨ଟି ଆସନରେ ନାମ ଲେଖାଯିବ। ୨୦୨୩-୨୪ ଶିକ୍ଷା ବର୍ଷରେ ଷଷ୍ଠ ଶ୍ରେଣୀରେ ନାମ ଲେଖା ନିମନ୍ତେ ଛାତ୍ରଛାତ୍ରୀଙ୍କ ବୟସ ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ୧୦ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ୮ ଜାନୁଆରୀ ୨୦୨୩, ରବିବାର ଦିନ…
ଭୁବନେଶ୍ୱର: ସୂର୍ଯ୍ୟ ପରାଗ ସମୟରେ ଭୁବନେଶ୍ୱରର କିଛି ଲୋକ ଏକ କମ୍ୟୁନିଟି ଭୋଜିରେ ବିରିୟାନୀ ପରିବେଷଣ ଘଟଣାରେ ଓଡିଶାର ସାଧୁ ତଥା ଧାର୍ମିକ ନେତାମାନେ କ୍ରୋଧ ପ୍ରକାଶ କରିଛନ୍ତି। ନିଜକୁ ହେତୁବାଦୀ ବୋଲି ଦାବି କରୁଥିବା ଏକ ଗୋଷ୍ଠୀ ଦ୍ୱାରା ‘ଅନ୍ଧ ବିଶ୍ୱାସ’ ଭାଙ୍ଗିବା ପାଇଁ ଏହି ଭୋଜିର ଆୟୋଜନ କରାଯାଇଥିଲା। ତେବେ କେତେକ ଧାର୍ମିକ ସଂଗଠନ ପୁରୀ ଏବଂ କଟକସ୍ଥିତ ବିଭିନ୍ନ ପୋଲିସ୍ ଷ୍ଟେସନରେ ହେତୁବାଦୀଙ୍କ ବିରୋଧରେ ଅତି କମରେ ଚାରିଟି ଏଫ୍ଆଇଆର୍ ଦାଖଲ କରିଛନ୍ତି। ପୁରୀର ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି ଯେ, ‘ସେମାନେ ଅଜ୍ଞ। ତାଙ୍କର କାର୍ଯ୍ୟ ସନାତନ ଧର୍ମର ମୌଳିକ ନୀତି ବିରୁଦ୍ଧ ଅଟେ। ଚନ୍ଦ୍ରଗ୍ରହଣ ସମୟରେ ସେହି ଲୋକମାନେ ଖାଇଥିବା ଖାଦ୍ୟ ସେମାନଙ୍କ ଜୀବନର ଅଭିଶାପ ହୋଇପାରେ। ସାଧୁ କହିଛନ୍ତି ଯେ, ‘ଭାରତୀୟଙ୍କ ଦର୍ଶନ, ବିଜ୍ଞାନ ଏବଂ ସାମାଜିକ ଆଚରଣ ଆଧାରରେ ନିୟମ ଏବଂ ପରମ୍ପରା ପ୍ରସ୍ତୁତ କରାଯାଇଛି। କେଉଁ ସମୟରେ ଖାଇବା…
ନୂଆଦିଲ୍ଲୀ: ଭାରତୀୟ ମୁଦ୍ରାରେ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କର ଫଟୋ ରଖିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦାବି କରିଛନ୍ତି। ସେ ପତ୍ର ଲେଖି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଛନ୍ତି। କିନ୍ତୁ ଏହାକୁ ନେଇ ଅଯୋଧ୍ୟା ସାଧୁମାନଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି ଆସିଛି। କେତେକ ସାଧୁ କହିଛନ୍ତି ଯେ, ଏହା ଏକ ଭଲ ଚିନ୍ତାଧାରା ଏବଂ ଗୋଟିଏ ପଟେ ଶ୍ରୀ ରାମଙ୍କ ଚିତ୍ର ଏବଂ ଅନ୍ୟ ପଟେ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ଫଟୋ ଭାରତୀୟ ମୁଦ୍ରାରେ ରହିବା ଉଚିତ୍। ଅନ୍ୟପକ୍ଷରେ, କେଜ୍ରିୱାଲଙ୍କ ମତକୁ ବିରୋଧ କରୁଥିବା ସାଧୁଙ୍କ ସଂଖ୍ୟା ଅଧିକ, ସେମାନେ ଯୁକ୍ତି କରନ୍ତି ଯେ ରାଜନୀତିରେ ଦେବତା ଏବଂ ଦେବୀଙ୍କୁ ବ୍ୟବହାର କରାଯିବା ଉଚିତ ନୁହେଁ, କିମ୍ବା ଭଗବାନଙ୍କୁ ବିଜ୍ଞାପନର ମାଧ୍ୟମ କରାଯିବା ଉଚିତ ନୁହେଁ। ଉଲ୍ଲେଖନୀୟ କଥା ହେଉଛି, ଅରବିନ୍ଦ କେଜ୍ରିୱାଲ ବୁଧବାର କହିଥିଲେ ଯେ ଭଗବାନ ଗଣେଶ ଏବଂ ଲକ୍ଷ୍ମୀଙ୍କ ଫଟୋ ନୋଟରେ…
ଭୁବନେଶ୍ଵର: ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆରଡବ୍ଲୁଏସଏସ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆରଡବ୍ଲୁଏସଏସ ଅଫିସ ସମେତ ମୋଟ ୬ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଭୁବନେଶ୍ଵର, ସମ୍ବଲପୁର, ବରଗଡ, ଖୋର୍ଦ୍ଧାର ଅନେକ ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି। ତେବେ ଏହି ଚଢାଉରେ ୫ ଜଣ ଡିଏସପି, ୧୨ ଜଣ ଇନିସପେକ୍ଟର ସାମିଲ ଅଛନ୍ତି।
ନୂଆଦିଲ୍ଲୀ: ପୂର୍ବତନ ଭେଟେରାନ ଅମ୍ପାୟାର ସାଇମୋନ ଟଫେଲ, ଯିଏକି ୫ ଥର ଆଇସିସି ଅମ୍ପାୟାର ଅଫ୍ ଦି ଇୟର ଭାବରେ ନିର୍ବାଚିତ ହୋଇଥିଲେ, ସେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଚାଲିଥିବା ‘ଫ୍ରି ହିଟ୍’ ବିବାଦ ଉପରେ ନିଜର ମନ୍ତବ୍ୟ ରଖିଛନ୍ତି। ବାସ୍ତବରେ ମ୍ୟାଚ୍ ସମୟରେ ବିରାଟ କୋହଲି ଏକ ଫ୍ରି ହିଟ୍ ବଲରେ ବୋଲ୍ଡ ଆଉଟ ହୋଇଯାଇଥିଲେ ଏବଂ ୩ ରନ୍ ସଂଗ୍ରହ କରିନେଇଥିଲେ। ଏହା ପରେ ଅମ୍ପାୟାର ଭାରତକୁ ୩ ରନ୍ ଦେଇଥିଲେ। ଯାହା ପରେ ପାକିସ୍ତାନ ଏହାକୁ ନେଇ ଅନେକ ବିରୋଧ କରିଥିଲା। ବର୍ତ୍ତମାନ ପୂର୍ବତନ ଭେଟେରାନ ଅମ୍ପାୟର ସାଇମୋନ ଟଫେଲ ଏ ବିଷୟରେ ନିଜର ମତ ଦେଇଛନ୍ତି ଏବଂ ଆଇସିସି ନିୟମ ଅନୁଯାୟୀ ଅମ୍ପାୟାର ବାଇ ରନ ଦେଇଥିବା କହିଛନ୍ତି। ସାଇମନ୍ ଟଫେଲ ନିଜର ମତ ଦେଇ ଲେଖିଛନ୍ତି ଯେ, ‘ପୁରା ବିବାଦ ପରେ ଅନେକ ଲୋକ ତାଙ୍କୁ ମେସେଜ କରିଥିଲେ। ଏହା ସହିତ, ମେସେଜିଂ…
ଭୁବନେଶ୍ବର: ଓଡିଶାରେ ବର୍ତ୍ତମାନ ଶୀତର ପ୍ରକୋପ ଆରମ୍ଭ ହୋଇଗଲାଣି।ଗତ କିଛି ମାସ ଧରି ରାଜ୍ୟରେ ବର୍ଷା ଆଉ ବାତ୍ୟା ପରେ ଏବେ ଶାନ୍ତ ପଡିବାକୁ ଯାଉଛି ପରିବେଶ। ସେଥିପାଇଁ ରାଜ୍ୟର ରାତିର ତାପମାତ୍ରା ଏବେ ହ୍ରାସ ପାଇବାରେ ଲାଗିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଗତକାଲି ୨୩ସହରର ରାତ୍ରି ତାପମାତ୍ରା ୨୦ଡ଼ିଗ୍ରୀ ତଳେ ରେକର୍ଡ କରାଯାଇଛି। ସେଗୁଡିକ ମଧ୍ୟରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ରେ ୧୨.୪ ଡ଼ିଗ୍ରୀ ଏବଂ ସିମିଲିଗୁଡା କୋରାପୁଟ ଠାରେ ୧୨.୯ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଦାରିଙ୍ଗବାଡି ୧୩.୫ ଡ଼ିଗ୍ରୀ, କୋରାପୁଟ ୧୪.୫ ଡ଼ିଗ୍ରୀ, ଛତ୍ରପୁର, ସୋନପୁର, ବୌଦ୍ଧ, ଫୁଲବାଣୀ ଠାରେ ରାତ୍ରି ତାପମାତ୍ରା ୧୫ଡ଼ିଗ୍ରୀ ରେକର୍ଡ କରାଯାଇଛି।
ଭୁବନେଶ୍ବର: ଏଥର ଦୀପାବଳିରେ ଯେପରି ସୂର୍ଯ୍ୟ ପରାଗ ଲାଗିଥିଲା, ଠିକ ସେହିପରି କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଏଥର ଚନ୍ଦ୍ର ଗ୍ରହଣ ଲାଗୁଛି। ଫଳରେ ଏଥର କାର୍ତ୍ତିକ ପୂର୍ଣ୍ଣିମାର ପୂଜାପାଠ ଏବଂ ଡଙ୍ଗା ଭସାକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି। ହେଲେ ଏହି ପବିତ୍ର ଦିନରେ ଗ୍ରହଣ ଲାଗୁଥିବାରୁ ଏହାର ପୂଜାପାଠ ତା ପୂର୍ବଦିନ ଭୋର ୫ ଟା ପୂର୍ବରୁ କରିବା ପାଇଁ କୁହାଯାଇଛି। ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବର ୮ ତାରିଖ ମଙ୍ଗଳବାରରେ ପଡୁଛି। ସେହିଦିନ ମଧ୍ୟ ଚନ୍ଦ୍ର ଗ୍ରହଣ ସଂଗଠିତ ହେଉଛି। ପଞ୍ଜିକା ଅନୁସାରେ ମଙ୍ଗଳବାର ଦିନ ଚନ୍ଦ୍ର ଗ୍ରହଣ ୨ ଟା ୩୯ ମିନିଟ ୧୪ ସେକେଣ୍ଡରେ ଲାଗୁଛି। ସେହିପରି ଏହି ଗ୍ରହଣ ୬ ଟା ୧୯ ମିନିଟ ୪ ସେକେଣ୍ଡରେ ସର୍ବମୋକ୍ଷ ହେବ ବା ଗ୍ରହଣ ଶେଷ ହେବ। ଶାସ୍ତ୍ର ଅନୁସାରେ ଚନ୍ଦ୍ର ଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ କରାଯାଇଥାଏ। ସେହି ହିସାବରେ ଦେଖିବାକୁ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନାରେ ୨ ହଜାର ୨୦୮ ଲୋକ ସଂକ୍ରମଣ ହୋଇଛନ୍ତି। ଯାହା ପରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୬ ଲକ୍ଷ ୪୯ ହଜାର ୮୮ କୁ ବୃଦ୍ଧି ପାଇଛି। ଏଥି ସହିତ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୧ ହଜାର ୬୦୭ ରୁ ୧୯ ହଜାର ୩୯୮ କୁ ହ୍ରାସ ପାଇଛି। ତଥ୍ୟ ଅନୁଯାୟୀ, ଭାରତରେ ସଂକ୍ରମଣ ହେତୁ ଆହୁରି ୧୨ ଜଣଙ୍କ ମୃତ୍ୟୁ ହେତୁ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୯୯୯କୁ ବୃଦ୍ଧି ପାଇଛି।
ଭୁବନେଶ୍ଵର: ଜୀ ସାର୍ଥକର ସାରେଗାମାପାରେ ଆଗକୁ ହେବାକୁ ଯାଉଛି ଆହୁରି ରୋମାଞ୍ଚକର ପ୍ରଦର୍ଶନ, କାରଣ ଆଗକୁ ହବାକୁ ଯାଉଛି ଏଲିମିନେଶନ, ତାପରେ ଆସିବେ ନୂଆ ଚ୍ୟାଲେଞ୍ଜର ଦେବାକୁ କଡା ଟକ୍କର। ଆଉ ସଂଗୀତର ଏହି ମହାମଞ୍ଚରେ ହେବ ମହା ମୁକାବିଲା। ସାରେଗାମାପାରେ ଏଥର ଦର୍ଶକ ଦେଖିପାରିବେ ପ୍ରତିଭାମାନଙ୍କର ଧମାକାଦାର ପରିବେଷଣ। ରକ ଷ୍ଟାର – ସାଇ ପ୍ରଜ୍ଞା, ରୋମାଣ୍ଟିକ ସ୍ପେସିଆଲିଷ୍ଟ – ସୌଜନ୍ୟା ଏବଂ ରଶ୍ମୀରେଖା – ଅଭିସଂଗୀତାଙ୍କ ଭଳି ମା-ଝିଅ ଯୋଡ଼ି ସେମି -କ୍ଲାସିକାଲ ଗୀତ ଗାଇ ନିଜର ସ୍ବପ୍ନକୁ ପୂରଣ କରି ପାରିବେ କି ସ୍ୱରର ମହାମଞ୍ଚ ସାରେଗାମାପାରେ। ହବାକୁ ଅଛି ଏଲିମିନେସନ୍ ସରିଛି। ଆସିବେ ନୂଆ ପ୍ରତିଭା। ସୋ’ରେ ଆସିଛି ନୂଆ ଟୁଇଷ୍ଟ,ନୂଆ ପ୍ରଦର୍ଶନ। ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନଙ୍କୁ ମିଳିଛି ଭରପୁର ସୁଯୋଗ। ଏବେ ଆଗାମୀ ଏପିଶୋଡ ମାନଙ୍କରେ ଏହା ଦେଖିବାକୁ ମିଳିବ। ପୂର୍ବରୁ ଏହି ସାରେଗାମାପା ମଞ୍ଚ ମାଧ୍ୟମରେ ଅନେକ…
Elon Mask Twitter: ବହୁ ବାଦବିବାଦ ପରେ ବର୍ତ୍ତମାନ ଟୁଇଟରକୁ ଅଧିଗ୍ରହଣ କରିଛନ୍ତି ବିଶ୍ବର ଧନୀ ବ୍ୟକ୍ତି ଏଲନ ମସ୍କ। କୋର୍ଟ ପକ୍ରିୟାରେ ଛନ୍ଦି ହେବା ପରେ ସେ ଏହି ଅଧିଗ୍ରହଣ କରିଛନ୍ତି। ତେବେ ସେ ତୁରନ୍ତ ଏହି କଂପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସହିତ ଆଉ ଦୁଇ ଅଧିକାରୀଙ୍କ ଚାକିରୀରୁ ବହିସ୍କାର କରିଛନ୍ତି। ଏହି ବହିସ୍କାରରେ ଏଲନ ଉଲ୍ଲେଖ କରିଛନ୍ତି ଯେ, ଏମାନେ ଟୁଇଟର ଫେକ ଆକାଉଣ୍ଟ ସଂପର୍କରେ ସଠିକ ତଥ୍ୟ ପ୍ରଦାନ କରି ନାହାଁନ୍ତି। ଏମାନେ ଟୁଇଟ ବ୍ୟବହାରକାରୀ ଏବଂ ଅଂଶୀଦାରଙ୍କୁ ଠକୁଛନ୍ତି। ସେଥିପାଇଁ ବହିସ୍କାର କରାଯାଇଛି। ତେବେ ସେ ଟୁଇଟର ଅଧିଗ୍ରହଣ କରିବା ପରେ ଏଲନ ତାଙ୍କ ଟୁଇଟର ଆକାଉଣ୍ଟରେ ‘ ଚିଫ୍ ଟୁଇଟ’ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଏଲନଙ୍କ ଏକ ଟୁଇଟ ବର୍ତ୍ତମାନ ଟ୍ରେଣ୍ଡିଂ ହେବାରେ ଲାଗିଛି। ତାହା ହେଲା ଯେ ଏଲନ ଟୁଇଟ କରି ଲେଖିଛନ୍ତି ଯେ,’ the bird is freed’…
Elon Musk Twitter: ଟୁଇଟର ଅଧିଗ୍ରହଣ କରିବା ପରେ ବିଶ୍ବର ବଡ ଧନି ବ୍ୟକ୍ତି ଏଲନ ମସ୍କ ତାଙ୍କର ଅପରେସନ ଆରମ୍ଭ କରିଦେଇଛନ୍ତି। ଏଲନ ଟୁଇଟର ଅଧିଗ୍ରହଣ କରୁ କରୁ ସେ ଏହାର ସିଇଓ ପରାଗ ଅଗ୍ରୱାଲାଙ୍କୁ ଚାକିରୀରୁ ବହିସ୍କାର କରିଛନ୍ତି। କେବଳ ସେତିକି ନୁହେଁ ସେ ଆଉ ଦୁଇ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଚାକିରୀରୁ ବହିସ୍କାର କରି ଦେଇଛନ୍ତି। ବିଦେଶ ମିଡିଆ ରିପୋର୍ଟ ଅନୁସାରେ ସିଇଓ ପରାଗ ଅଗ୍ରୱାଲାଙ୍କ ସହିତ ସିଏଫଓ ନେଡ ସିଗାଲ ଏବଂ ଲିଗାଲ ଆଫାୟାରସ ମୁଖ୍ୟ ବିଜୟ ଗାଡ୍ଡେଙ୍କୁ ମଧ୍ୟ ଏଲନ୍ ବହିସ୍କାର କରିଛନ୍ତି। ଏହି ବହିସ୍କାରରେ ମସ୍କ କହିଛନ୍ତି ଯେ, ଏମାନେ ଟୁଇଟରର ଫେକ ଆକାଉଣ୍ଟ ସଂପର୍କରେ ସଠିକ ତଥ୍ୟ ଉପସ୍ଥାପିତ କରିପାରୁ ନାହାଁନ୍ତି। ଯାହା ଟୁଇଟର ବ୍ୟବହାରକାରୀ ଏବଂ ଅଂଶୀଦାରୀଙ୍କ ପ୍ରତି ଅନ୍ୟାୟ କରାଯାଇଛି। ସେଥିପାଇଁ ଏମାନଙ୍କୁ ବହିସ୍କାର କରାଯାଇଛି ବୋଲି ଏଲନ୍ ଦର୍ଶାଇଛନ୍ତି। ଇଲଟ୍ରିକ କାର ଟେସଲା ନିର୍ମାଣ କରି ସାରା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତରୁ ବାଦ୍ୟ ଯନ୍ତ୍ରଗୁଡିକର ରପ୍ତାନୀ ବୃଦ୍ଧି ହେଉଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପ୍ରିଲ- ସେପ୍ଟେମ୍ବର ୨୦୧୩ ତୁଳନାରେ ଏପ୍ରିଲ-ସେପ୍ଟେମ୍ବର ୨୦୨୨ରେ ଭାରତରୁ ବାଦ୍ୟ ଯନ୍ତ୍ରଗୁଡିକର ରପ୍ତାନୀ ୩.୫ ଗୁଣରୁ ଅଧିକ ବୃଦ୍ଧି ହୋଇଛି । ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଏହା ଉତ୍ସାହଜନକ । ବିଶ୍ୱ ସ୍ତରରେ ଭାରତୀୟ ସଂଗୀତର ଲୋକପ୍ରିୟତା ବଢୁଥିବାରୁ ଏ କ୍ଷେତ୍ରରେ ଅଗ୍ରସର ହେବାର ସୁଯୋଗ ରହିଛି ।”
ନୂଆଦିଲ୍ଲୀ: ନୂଆଦିଲ୍ଲୀର ତିନି ମୂର୍ତ୍ତି ରୋଡରେ ଅବସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ 30 ସେପ୍ଟେମ୍ବର ସୁଦ୍ଧା 1,15,161 ପରିଦର୍ଶକ ଭ୍ରମଣ କରିଛନ୍ତି। 15 ଅକ୍ଟୋବର 2022 ରେ, ସର୍ବାଧିକ 3233 ରେକର୍ଡ଼ ସଂଖ୍ୟକ ପରିଦର୍ଶକ ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। 21 ଏପ୍ରିଲ 2022 ରେ ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଅର୍ଥମନ୍ତ୍ରୀ ତଥା ଅନ୍ୟାନ୍ୟ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ, ଉଚ୍ଚ ନ୍ୟାୟାଳୟର ମାନ୍ୟବର ସଦସ୍ୟ, କୂଟନୀତିଜ୍ଞ ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଗଣ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ବିଶିଷ୍ଟ ପରିଦର୍ଶକମାନଙ୍କ ଦ୍ବାରା କିଛି ଗୁରୁତ୍ୱପୂର୍ଣ୍ଣ ମତାମତକୁ ଏଠାରେ ପ୍ରଦାନ କରାଯାଇଛି : ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ “ଏହାକୁ ଅତ୍ୟନ୍ତ ପ୍ରଭାବଶାଳୀ ଭାବେ ପରିକଳ୍ପିତ କରାଯାଇଛି। ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଜାତୀୟ ନେତାଙ୍କ ସ୍ୱତନ୍ତ୍ର ଅବଦାନର ଏକ କଳାତ୍ମକ ସ୍ମୃତି, ଏହା…
ନୂଆଦିଲ୍ଲୀ, ଶୁକ୍ରବାରର ଗ୍ରହ ହେଉଛି ଶୁକ୍ର। ଶୁକ୍ରବାରର ପ୍ରକୃତି ନରମ ଅଟେ। ଏହି ଦିନ ଉଭୟ ମା’ ଲକ୍ଷ୍ମୀ ଏବଂ ମା’ କାଳୀଙ୍କ ଦିନ। ଏହା ମଧ୍ୟ ରାକ୍ଷାସଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଦିନ। ଏହି ଦିନ ମାତା ଲକ୍ଷ୍ମୀ ଏବଂ କାଳୀ ମାତାଙ୍କୁ ପୂଜା କରାଯିବା ଉଚିତ୍। ଯଦି ରାଶିରେ ଶୁକ୍ରଙ୍କ ସ୍ଥିତି ନିମ୍ନଲିଖିତ, ତେବେ ଶୁକ୍ରବାର ପାଳନ କରାଯିବା ଉଚିତ୍। ଆସନ୍ତୁ ଜାଣିବା ଶୁକ୍ରବାର ଦିନ କିଏ ଉପବାସ ରହିବା ଉଚିତ୍ ଶୁକ୍ର ଗ୍ରହର ଦୁଇଟି ରାଶି ହେଉଛି ବୃଷ ଏବଂ ତୂଳା। ଯଦି ଆପଣଙ୍କର ଏହି ରାଶି ତେବେ ଶୁକ୍ରବାରରେ ଉପବାସ କରିବା ଉଚିତ୍। ଯଦି ଆପଣଙ୍କର କୁଣ୍ଡଳିରେ ଶୁକ୍ର ଏବଂ ଶୁକ୍ରଙ୍କ ଶତ୍ରୁ ଗ୍ରହ ସୂର୍ଯ୍ୟ ଏବଂ ଚନ୍ଦ୍ର ଅଛନ୍ତି ତେବେ ଶୁକ୍ରବାର ଦିନ ଆପଣ ଉପବାସ ପାଳନ କରିବା ଉଚିତ୍। ଯଦି ଶୁକ୍ର କନ୍ୟା ରାଶିର ଷଷ୍ଠ ଘର କିମ୍ବା ଅଷ୍ଟମ ଘରେ ଅଛିନ୍ତି ତେବେ…

