Author: Samikhsya Bureau

ଭୁବନେଶ୍ଵର: ଜୀ ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ବିଜୟିନୀରେ ଆସିଛି ରୋଚକ ମୋଡ। ଆଗାମୀ ଦିନରେ ଇନ୍ଦ୍ରଜିତ, ମିନି, ସମ୍ଭବ, ଦୂର୍ଗା, ଶୋଭା ଓ ଅଭିଙ୍କ ଜୀବନରେ ଅନେକ କିଛି ଘଟିବାକୁ ଯାଉଛି। ଗୋଟିଏ ଛାତ ତଳେ ଥାଇ ବି ମିନିର ଅସଲ ପରିଚୟ ପାଇନଥିଲେ ଇନ୍ଦ୍ରଜିତ। ଏବେ ମିନି ର ଅସଲ ପରିଚୟ ପାଇଲା ପରେ କଣ କରିବେ ଇନ୍ଦ୍ରଜିତ? କଣ ସେ ନୂଆ କିଛି ଷଡଯନ୍ତ୍ର କରିବେ? କଣ ସେ ଦୁଇ ଭଉଣୀ ଙ୍କୁ ପରସ୍ପର ଠୁ ଅଲଗା କରିଦେବେ? ଆଗକୁ କଣ ହଉଚି ଦେଖିବା ପାଇଁ ଦେଖନ୍ତୁ ବିଜୟିନୀ ଇନ୍ଦ୍ରଜିତ ଜାଣି ନାହାଁନ୍ତି ମିନି ହେଉଛି ସ୍ତୁତି। ଯେତେବେଳେ ସେ ମିନିକୁ ଛାଡପତ୍ର ନୋଟିସ ଦେଲେ ପ୍ରଥମେ ତ ମିନି ଦସ୍ତଖତ କରିବାକୁ ମନା କଲା। କିନ୍ତୁ ଶେଷରେ ସେ ସ୍ତୁତି ଆଚାର୍ଯ୍ୟ ନାଁରେ ଛାଡପତ୍ର ନୋଟିସରେ ଦସ୍ତଖତ କରିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଇନ୍ଦ୍ରଜିତ। କାରଣ…

Read More

ଭୁବନେଶ୍ବର: ବଙ୍ଗୋପସାଗରରେ ସାମ୍ଭବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ଡାକିଛନ୍ତି ଜରୁରୀ ବୈଠକ। ଏହି ବୈଠକ ଲୋକସେବା ଭବନରେ ଆଜି ଅପରାହ୍ନରେ ହେବ। ମୁଖ୍ୟ ଶାସନ ସଚିବ ଏହି ବୈଠକର ଅଧ୍ୟକ୍ଷତା କରିବେ। ସେଥିପାଇଁ ବିଭାଗୀୟ ଅଧିକାରୀଙ୍କ ଫୋନ କରି ଜଣାଇ ଦିଆଯାଇଛି। ଏହି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଏସଆରସି, ଭାରତୀୟ ପାଣିପାଗ ବିଭାଗ, ଶକ୍ତି ବିଭାଗ ପ୍ରମୁଖରେ ରହିବେ। ପାଣିପାଗ ସୂଚନା ଅନୁସାରେ ପୂର୍ବରୁ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପକୁ ପରିବର୍ତ୍ତନ ହୋଇଛି। ଏହି ଲଘୁଚାପ ବଙ୍ଗୋପସାଗରରେ ଉତ୍ତରପଶ୍ଚିମ ଦିଗ ଆଡକୁ ଅଗ୍ରସର ହେଉଛି। ଏହା ଆସନ୍ତା 22 ତାରିଖ ବେଳକୁ ଅବପାତ ହେବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି 23 ତାରିଖ ବେଳକୁ ଏହା ଗଭୀର ଅବପାତ ହେବ ବୋଲି ଜଣାପଡିଛି। ଏହା ଯଦି ସକ୍ରିୟ ରୁହେ ତେବେ 25 ତାରିଖ ବେଳକୁ ବାତ୍ୟା ହେବା ନିଶ୍ଚିତ ବୋଲି ଜଣାପଡିଛି।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ଗତ ୨୪.୯.୨୦୨୨ରେ ନିଯୁକ୍ତି ପାଇଥିବା କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ଛାତ୍ରୀଙ୍କ ତାମିଲନାଡୁ ଜିଲ୍ଲାର ହୋସୁର ସହରକୁ ଗସ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସକାଳ ୮.୦୦ଘ ସମୟରେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ନେଇ ଯାଉଥିବା ୫ ଟି ବସ କୁ ପତାକା ଦେଖାଇ ଶୁଭ କାମନା କରିଥିଲେ। ରାଜ୍ୟ ସରକାର ସହଯୋଗ ତଥା ଜିଲ୍ଲା ପ୍ରଶାସନ ଉଦ୍ୟମରେ ପ୍ରଥମ କରି ଏତେ ସଂଖ୍ୟକ ଛାତ୍ରୀ ନିଯୁକ୍ତି ପାଇବା ଆମ ପାଇଁ ଖୁସି ର ଖବର। ଜିଲ୍ଲାର ବିଭିନ୍ନ ବ୍ଲକ ରୁ ବି ଡି ଓ ଙ୍କ ତତ୍ତ୍ଵାବଧାନରେ ଛାତ୍ରୀ ମାନେ ଆଇ ଟି ଆଇ ରେ ପହଞ୍ଚିଥିଲେ।ବସରେ ଛାତ୍ରୀମାନେ ଭୁବନେଶ୍ୱର ଏୟାରପୋର୍ଟ ପହଞ୍ଚି ସେଠାରୁ ବାଙ୍ଗାଲୋର ଯାଇ ହୋସୁର ପହଞ୍ଚିବେ। ଛାତ୍ରୀମାନଙ୍କ ରହିବା,ଖାଇବା ଓ…

Read More

ଭୁବନେଶ୍ବର: ବିଦେଶୀ ପାଣିପାଗ ସୂଚନା ଧିରେ ଧିରେ ସତ ହେବାକୁ ଯାଉଛି। କାରଣ ପୂର୍ବରୁ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପକୁ ପରିବର୍ତ୍ତନ ହୋଇଛି। ଏହି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ସୂଚନା ଅନୁସାରେ ଏକ ଲଘୁଚାପ ସୃଷ୍ଟି ହୋଇଛି ଯାହା ବଙ୍ଗୋପସାଗରରେ ଉତ୍ତରପଶ୍ଚିମ ଦିଗ ଆଡକୁ ଅଗ୍ରସର ହେଉଛି। ଏହା ଆସନ୍ତା 22 ତାରିଖ ବେଳକୁ ଅବପାତ ହେବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ସେହିପରି 23 ତାରିଖ ବେଳକୁ ଏହା ଗଭୀର ଅବପାତ ହେବ ବୋଲି ଜଣାପଡିଛି। ଏହା ଯଦି ସକ୍ରିୟ ରୁହେ ତେବେ ବାତ୍ୟା ହେବା ନିଶ୍ଚିତ ବୋଲି ଜଣାପଡିଛି।

Read More

ପବିତ୍ର ମାସ କାର୍ତ୍ତିକ ମାସ ୧୦ ଅକ୍ଟୋବର ୨୦୨୨ ରୁ ଆରମ୍ଭ ହେଉଛି। ଧର୍ମ ଶାସ୍ତ୍ର ଅନୁଯାୟୀ, କାର୍ତ୍ତିକ ମାସରେ ଉପବାସ କରୁଥିବା ବା ପାଳନ କରୁଥିବା ବ୍ୟକ୍ତି ପରିତ୍ରାଣ ପାଇଥାଏ। ପୁରାଣରେ କୁହାଯାଇଛି ଯେ ଭଗବାନ ନାରାୟଣ ବ୍ରହ୍ମାଙ୍କୁ,  ବ୍ରହ୍ମା ନାରଦାଙ୍କୁ ଏବଂ ନାରଦ ମହାରାଜ ପୃଥଙ୍କୁ କାର୍ତ୍ତିକ ମାସଟି ସର୍ବଶ୍ରେଷ୍ଠ ମାସ ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ କାର୍ତ୍ତିକ ମାସରେ, ୭ ଟି ମୁଖ୍ୟ ନିୟମ ଭାବରେ ବିବେଚନା କରାଯାଏ, ଯାହା ଦ୍ୱାରା ଶୁଭ ଫଳାଫଳ ମିଳିଥାଏ ଏବଂ ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ। ଏହି ନିୟମ ହେଲା ଦୀପଦାନ- ଧର୍ମ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଦୀପ ଦାନ କରିବା। ଏହି ମାସରେ ନଦୀ, ପୋଖରୀ, ପୋଖରୀ ଇତ୍ୟାଦିରେ ଦୀପ ଦାନ କରାଯାଇଥାଏ। ଏହା ଦ୍ୱାରା ଗୁଣ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି। ତୁଳସୀ ପୂଜା- ଏହି ମାସରେ ତୁଳସୀ ପୂଜା କରିବା…

Read More

ଭୁବନେଶ୍ବର: ଦୀପାବଳିରେ ପୂଜାପୂଜି ସହିତ ଘର ସଜାଇବା ମଧ୍ୟ ଏକ ମହତପୂର୍ଣ୍ଣ କାର୍ଯ୍ୟ। ସମସ୍ତେ ନିଜ ଘରକୁ ସୁନ୍ଦର କରିବା ପାଇଁ ଏହି ସମୟରେ ବିଭିନ୍ନ ସାଜସଜ୍ଜା କରନ୍ତି। ବଜାରରେ ଏତେ ସୁନ୍ଦର ସାଜସଜ୍ଜା ସାମଗ୍ରୀ ଦେଖିବା ପରେ ସମସ୍ତଙ୍କ ମନ ମଧ୍ୟ ସବୁକିଛି କିଣିବାକୁ ଇଚ୍ଛା ହୁଏ। ଯଦି ଆପଣ ମଧ୍ୟ ଦିୱାଲୀ ପାଇଁ ସପିଂ କରିବାକୁ ଯାଆନ୍ତି ତେବେ ସର୍ବପ୍ରଥମେ ଆପଣଙ୍କୁ କିଛି ସାଜସଜ୍ଜା ବିଷୟରେ ଜାଣିବା ଆବଶ୍ୟକ। ବଜାରରେ ବହୁ ପ୍ରକାରର ଜିନିଷ ଦେଖି କଣ କିଣିବେ କଣ କିଣିବେ ନାହିଁ ତାହା ଦ୍ବନ୍ଦରେ ପକାଇବ। ସେଥିପାଇଁ ଆପଣଙ୍କୁ ଆମେ ଖୁବ କମ ଖର୍ଚ୍ଚରେ ଭଲ ସଜାଇବା ପାଇଁ ତିନୋଟି ସାମଗ୍ରୀ କହିବୁ ଯାହା ବେଶ ଉପାଦେୟ। ୧) ଫୁଲ ଘର ଫୁଲ ସହିତ ବହୁତ ସୁନ୍ଦର ଦେଖାଯାଏ। ଏହା ମଧ୍ୟ ସାଜସଜ୍ଜା ପାଇଁ ସର୍ବୋତ୍ତମ ଆଇଟମ୍। ଫୁଲ ସାହାଯ୍ୟରେ ଆପଣ ସୁନ୍ଦର ରଙ୍ଗୋଲି ତିଆରି କରିପାରିବେ। ସେହିପରି…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ‘ସ୍କିଲ୍ଡ୍ ଇନ୍ ଓଡ଼ିଶା’ ଅଭିଯାନର ଅନ୍ୟ ଏକ ସଂପ୍ରସାରିତ ପଦକ୍ଷେପ ଭାବେ ଇତି ମଧ୍ୟରେ ସୁନ୍ଦରଗଡ଼, ବ୍ରହ୍ମପୁର ଏବଂ କେନ୍ଦୁଝରଠାରେ ନୂଆ ତିନିଟି ଡ୍ରାଇଭିଂ ତାଲିମ ଏବଂ ଗବେଷଣା ଅନୁଷ୍ଠାନ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି। ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ନୂଆ ଅନୁଷ୍ଠାନ ଗୁଡିକର ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଚଳିତ ବର୍ଷ ଶେଷସୁଦ୍ଧା ତିନିଟିଯାକ ଅନୁଷ୍ଠାନକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଶ୍ରୀ ମହାପାତ୍ର ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନୁଷ୍ଠାନଗୁଡିକର ପରିଚାଳନା ନିମନ୍ତେ ପରିବହନ କମିଶନରଙ୍କ…

Read More

ମେଷ- ପୁଞ୍ଜି ବିନିଯୋଗ ଭଲ ଫଳାଫଳ ଦେବ। ଆଜି ନୂଆ ପୋଷାକ କିଣିବେ। ଗାଡିରେ ଟଙ୍କା ଖର୍ଚ୍ଚ ହେବ। ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ। କାମ ବନ୍ଦ ହୋଇଯିବ। ଜମି ସୁବିଧା ସମ୍ଭବ। ବୃଷ- ନୂତନ ଟେକ୍ନୋଲୋଜି ଦ୍ୱାରା ବ୍ୟବସାୟ ଲାଭବାନ ହେବ। ଅଧିକ ପରିଶ୍ରମ ଚାପ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଅନିୟମିତତା ଯୋଗୁଁ ଶ୍ରମିକମାନେ ବିଚଳିତ ହେବେ। ମନ ବିଷୟରେ କହିବାର ଏହା ସମୟ ନୁହେଁ। ମିଥୁନ- ଆର୍ଥିକ ପ୍ରସଙ୍ଗରେ ଅନ୍ୟମାନଙ୍କୁ ବିଶ୍ୱାସ କର ନାହିଁ । ଭାବପ୍ରବଣତା ମଧ୍ୟରେ ଆଲୋଚନା ବୃଦ୍ଧି ପାଇବ। କୈଣସି ନୂତନ କାର୍ଯ୍ୟ କରିବା ପୂର୍ବରୁ ରଣନୀତି ପ୍ରସ୍ତୁତ କରନ୍ତୁ। ଚାକିରିରେ ଅଗ୍ରଗତିର ସମ୍ଭାବନା ଅଛି। କର୍କଟ- ବ୍ୟସ୍ତବହୁଳ ଜୀବନରେ ଆପଣଙ୍କର ପ୍ରିୟ ଲୋକଙ୍କୁ କିଛି ସମୟ ଦିଅନ୍ତୁ। ଆପଣଙ୍କ ମନକୁ ସଫା ରଖନ୍ତୁ। ଆପଣ ଆଜି ଭଦ୍ରତା ଦେଖାଇବା ଉଚିତ। ଶିକ୍ଷାଗତ ସ୍ଥାନରେ ବିବାଦ ପରିସ୍ଥିତିକୁ ଏଡ଼ାନ୍ତୁ। କୈଣସି କାର୍ଯ୍ୟ କରିବା ପୂର୍ବରୁ, ନିଜ ପରିବାର ବିଷୟରେ ଚିନ୍ତା…

Read More

ଭୁବନେଶ୍ୱର: ଆଜି ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ଶ୍ରୀ ଅମରେଶ ପତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ପୂର୍ବାହ୍ଣରେ ଶ୍ରୀ ପତ୍ରୀ ଭୁବନେଶ୍ୱରସ୍ଥିତ ଓଏଲଆଇସି ମୁଖ୍ୟ କାର‌୍ୟ୍ୟାଳୟରେ ପହଞ୍ଚି ଓଏଲଆଇସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ପୁନର୍ବାର ଏହି କାର୍ଯ୍ୟଭାର ଦେଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। କାର୍ଯ୍ୟରେ ଯୋଗ ଦାନ ଅବସରରେ ଓଏଲଆଇସି କାର‌୍ୟ୍ୟାଳୟରରେ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକଇଂ. ବାଲେଶ୍ୱର ନାଥ ସାହୁଙ୍କ ସମେତ କାର‌୍ୟ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶ୍ରୀ ପତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଶ୍ରୀ ପତ୍ରୀ କହିଛନ୍ତି ଯେ, ସବୁଜ ବିପ୍ଲବ ପାଇଁ ଆମର ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ସବୁବେଳେ ନିରବଚ୍ଛିନ୍ନ ଭାବେ ସହଯୋଗ ଦେଇଆସିଛନ୍ତି । ଓଏଲଆଇସି ଚଳିତ ବର୍ଷ ଏହାର ସ୍ଥାପନର୫୦ବର୍ଷରେ ପଦାର୍ପଣ କରିଛି ।ସହଜରେ ଜଳସେଚନ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇସ୍ଥିତ ଓଡିଶା ଭବନର ସଂପ୍ରସାରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ କାର୍ଯ୍ୟରେ ମୁମ୍ବାଇ ଆସୁଥିବା ସରକାରୀ ଅଧିକାରୀ ଓ ଜନସାଧାରଣଙ୍କୁ ମୁମ୍ବାଇ ଭଳି ମେଟ୍ରୋ ସହରରେ ସୁଲଭ ମୂଲ୍ୟରେ ରହଣି ଯୋଗାଇଦେବା ଉଦ୍ଦେଶ୍ୟରେ ଓଡିଶା ଭବନ, ମୁମ୍ବାଇ କାର୍ଯ୍ୟକରୁଅଛି । ଏହି ଭବନରେ ୨୮ ଗୋଟି ଏସି ରୁମ ଓ ୪ ଟି ଏସି ଡର୍ମିଟୋରୀ ରହିଛି । ଏହି ସବୁ ରୁମ ମଧ୍ୟରୁ ୧୬ ଗୋଟି ୨ ଶଯ୍ୟା ବିଶିଷ୍ଟ ଏସି ରୁମ ଓ ୨ ଟି ଏସି ଡର୍ମିଟୋରୀ ମୁମ୍ବାଇରେ କ୍ୟାନ୍ସର ଭଳି ଦୂରାରୋଗ୍ୟ ବ୍ୟାଧିର ଚିକିତ୍ସା ନିମନ୍ତେ ଆସୁଥିବା ଓଡିଆ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ସରକାରଙ୍କ ତରଫରୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଏହି ରହଣି ସୁବିଧା ଦ୍ୱାରା ଓଡିଶାର ଆର୍ଥିକ ଦୁର୍ବଳ ଶ୍ରେଣୀର ରୋଗୀମାନେ ବିଶେଷଭାବେ ଉପକୃତ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ସ୍କିଲିଂ ପାଇଁ ନ୍ୟାସନାଲ କ୍ରେଡ଼ିଟ୍ ଫ୍ରେମଓ୍ୱାର୍କ (ଏନସିଆରଏଫ) ଖସଡ଼ାକୁ ସର୍ବୋତ୍ତମ କରିବା ପାଇଁ ଜନ ପରାମର୍ଶର ଶୁଭାରମ୍ଭ କରିଛନ୍ତି। ଛାତ୍ରଛାତ୍ରୀ ଏବଂ ଯୁବବର୍ଗଙ୍କୁ ସଶକ୍ତ କରିବା ପାଇଁ ଜାତୀୟ ଶିକ୍ଷା ନୀତି (ଏନଇପି) ଅନ୍ତର୍ଗତ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ଏକ ବହୁମୁଖୀ ଉପକରଣ ବୋଲି ସେ କହିଛନ୍ତି। ଜନଭାଗିଦାରୀ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ପ୍ରମୁଖ ସ୍ତମ୍ଭ। ଜାତୀୟ ଶିକ୍ଷା ନୀତି-୨୦୨୦କୁ ଜନଭାଗିଦାରୀରେ ପରିଣତ କରିବା ପାଇଁ ମଧ୍ୟ ମୋଦି ସରକାରଙ୍କ ପ୍ରଚେଷ୍ଟା ରହିଛି। ଜନସାଧାରଣଙ୍କ ସ୍ୱୀକୃତି ଅନୁସାରେ ପଲିସି ତିଆରି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କକୁ ସର୍ବୋତ୍ତମ କରିବା ପାଇଁ ଆସନ୍ତା ୪୦ ଦିନ ପର୍ଯ୍ୟନ୍ତ ଏହି ଜନପରାମର୍ଶ ଲୋଡାଯାଇଛି। ଶ୍ରୀ ପ୍ରଧାନ ଦେଶର ସବୁ ଶିକ୍ଷାନୁଷ୍ଠାନ, ସ୍କୁଲ, ଆଇଟିଆଇ,…

Read More

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଛାତ୍ରୀ ମୋନାଲିସା ରାଉତଙ୍କୁ ଆଜି ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥ ଜୟଦେବ ଭବନରେ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା ପୁରସ୍କାର ଉତ୍ସବରେ ମୋନାଲିସାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ କୁମାର ପୂଜାରୀ, ମୋ କଲେଜ ଅଭିଯାନର ରାଜ୍ୟ ସଂଯୋଜକ ତଥା ପ୍ରାକ୍ତନ ବିଧାୟକ ଆକାଶ ଦାସ ନାୟକ, ଜାତୀୟ ସେବା ଯୋଜନାର ରାଜ୍ୟ ସମନ୍ୱୟ ଅଧିକାରୀ ତଥା ଉଚ୍ଚ ଶିକ୍ଷା ବିଭାଗର ଉପ ସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରା, ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ ପ୍ରମୁଖ ଉକ୍ତ ଉତ୍ସବରେ ଯୋଗ ଦେଇ ମୋନାଲିସା ରାଉତଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ଶ୍ରେଷ୍ଠ ସ୍ବେଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀ ମାନଙ୍କୁ ପୁରସ୍କାର ପ୍ରଦାନ କରି ରାଷ୍ଟ୍ର ନିର୍ମାଣ ଓ ସମାଜ ସେବା ପ୍ରତି ପ୍ରତିବଦ୍ଧ ହେବାପାଇଁ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ନାକଟିଦେଉଳ ରେଞ୍ଜ ର ଯୁରାପାଲି, ସରାପାଲି, ଚନ୍ଦ୍ରପୁର ଠାରେ ଫଡ଼ି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଦାବୀ ମଧ୍ୟରେ କେନ୍ଦୁପତ୍ରରୁ ସଂଗ୍ରହ କରାଯାଇଥିବା ଜି ଏସ ଟି ପ୍ରତ୍ୟାହାର, ସାମାଜିକ ସୁରକ୍ଷା ଯୋଜନା ରେ ତୋଳାଳୀ ଏବଂ କର୍ମଚାରୀ ମାନଙ୍କ ଝିଅ ବିବାହ ରେ ଆର୍ଥିକ ସାହାଯ୍ୟ, ଛାତ୍ର ଛାତ୍ରୀ ମାନଙ୍କୁ ଛାତ୍ର ବୃତ୍ତି ପ୍ରଦାନ, ଶତପ୍ରତିଶତ ବୋନସ ପ୍ରଦାନ ଆଦି ବିଭିନ୍ନ ଦାବୀ ନେଇ ସାରା ରାଜ୍ୟରେ ସଂଘ ପକ୍ଷରୁ ହେଉଥିବା ଆନ୍ଦୋଳନ ରେ ନାକଟିଦେଉଳ ର ତୋଳାଳୀ ଓ କର୍ମଚାରୀ ମାନେ ବହୁ ପରିମାଣରେ ସାମିଲ ନିବେଦନ କରାଯାଇଥିଲା। ବିଗତ ଦିନରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରୀ ଙ୍କୁ ଏ ବାବଦରେ ଦାବିପତ୍ର ପ୍ରଦାନ କରାଯାଇଥିଲା। କେନ୍ଦୁପତ୍ର ସଂସ୍ଥା ରେ ଓଡ଼ିଶାର ତେର…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକ୍ଟିଦେଉଳ ରେଞ୍ଜ ଅଧିନରେ ଥିବା ଗାଁ ମାନଙ୍କରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେଉଥିବା ଜଣା ପଡ଼ିଛି। ତା ୧୮.୧୦.୨୨ ରିଖ ର ଵିଳମ୍ଵିତ ରାତ୍ରିରେ ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ବଳମ ପଞ୍ଚାୟତ ର ମହୁକୁଦ ଗ୍ରାମ ଖଳିମୁଣ୍ଡା ନିକଟବର୍ତ୍ତୀ ଜାମୁପଟି ରେ ପ୍ରାୟ ଵାର ଘରିଆ ହାତୀ ପ୍ରଵେଶ କରି ପାଞ୍ଚ ଜଣ ଵ୍ୟକ୍ତି ଙ୍କର ଚାଷ ଜମିର ଅଧାଭାଗ ଫସଲ ନଷ୍ଟ କରିଛନ୍ତି। ଏବର୍ଷ ଚାଷ ଭଲ ହୋଇଥିବାରୁ ଚାଷୀମାନେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି। ବାରମ୍ବାର ହାତୀ ଉପଦ୍ରବ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ପ୍ରତିକାର କରାଯାଇପାରିନାହିଁ। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଆବଶ୍ୟକୀୟ କ୍ଷତିପୁରଣ ଦେବାକୁ ଦାବୀ ହେଉଛି। ହାତୀ ଘଉଡାଇବାରେ ବନବିଭାଗର କର୍ମଚାରୀମାନେ ଆଗ ଭର ହେଉ ନ ଥିବା ଅଭିଯୋଗ ହେଉଛି।

Read More

ଭୁବନେଶ୍ୱର: ଦେଶର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ଉଲ୍ଲେଖନୀୟ ଯାତ୍ରାକୁ ବଜାୟ ରଖି ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ସର୍ବାଧିକ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ଦେଶରେ ୩୨.୮୧ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍ ୩.୨୬ ଲକ୍ଷ ଗ୍ରାହକ ଯୋଡ଼ିଛି। ଏହି ମାସରେ ଭୋଡାଫୋନ୍ ଆଇଡିଆ ୧୯.୫୮ ଲକ୍ଷ ଏବଂ ବିଏସ୍‌ଏନ୍‌ଏଲ୍ ୫.୬୭ ଲକ୍ଷ ଗ୍ରାହକଙ୍କୁ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡ଼ିଛି। ତେବେ ଗୁରୁତ୍ୱପୂର୍ଣ୍ଣ ଭାବେ ଅଗଷ୍ଟ ମାସରେ ବିଏସ୍‌ଏନ୍‌ଏଲ୍‌କୁ ପଛରେ ପକାଇ ରିଲାଏନ୍ସ ଜିଓ ଦେଶର ସର୍ବବୃହତ ଫିକ୍ସଡ୍‌ଲାଇନ୍ ସେବା ପ୍ରଦାନକାରୀରେ ପରିଣତ ହୋଇଛି । ଟ୍ରାଇର ଅଗଷ୍ଟ ମାସ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓର ଓୟାରଲାଇନ୍ ଗ୍ରାହକ ସଂଖ୍ୟା ୭୩.୫୨ ଲକ୍ଷରେ ପହଂଚିଥିବା ବେଳେ ବିଏସ୍‌ଏନ୍‌ଏଲ୍‌ର ଓୟାରଲାଇନ ଗ୍ରାହକ…

Read More

ଭୁବନେଶ୍ଵର: “ଦୁର୍ନୀତି ମୁକ୍ତ ଭାରତ – ଏକ ବିକଶିତ ଭାରତ” ବିଷୟ ବସ୍ତୁକୁନେଇ ଚଳିତ ବର୍ଷ 31 ଅକ୍ଟୋବରରୁ 6 ନଭେମ୍ବର 2022 ପର୍ଯ୍ୟନ୍ତ ସତର୍କତା (ଭିଜିଲାନ୍ସ) ସଚେତନତା ସପ୍ତାହ – 2022 ଆୟୋଜିତ କରାଯାଉଅଛି ଏବଂ ରେଳବାଇ ସମେତ ସାଧାରଣ ଲୋକଙ୍କୁ ସଚେତନ କରାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ବିତର୍କ ପ୍ରତିଯୋଗିତା, ପ୍ରବନ୍ଧ ଓ ସ୍ଲୋଗାନ୍ ଲେଖା ଏବଂ ଚିତ୍ରକଳା ସହିତ ଅନ୍ୟାନ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯାଉଛି ଯେଉଁଥିରେ ରେଳ କର୍ମଚାରୀ, ସେମାନଙ୍କର ପିଲାମାନେ ଏବଂ ସ୍କୁଲ ଓ କଲେଜ ଗୁଡିକର ଛାତ୍ର ଛାତ୍ରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି। ପୂର୍ବତଟ ରେଳପଥ ସତର୍କତା ବିଭାଗ ମଧ୍ୟ ଦୁର୍ନୀତିର କୁପ୍ରଭାବ ଉପରେ ସଚେତନତା ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଖଣ୍ଡତା ଏବଂ ସଚ୍ଚୋଟତା ବୃଦ୍ଧି ପାଇଁ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପହଞ୍ଚି ଏହି ଅଭିଯାନରେ ସେମାନଙ୍କୁ ସାମିଲ କରିଛି।…

Read More

ଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଦିଲ୍ଲୀର ଚାନ୍ଦିନୀ ଚୌକ ଠାରୁ ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଅଧୀନରେ ସମଗ୍ର ଭାରତରେ ବୃହତ୍ ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ବିଭାଗର ସଚିବ ଶ୍ରୀ ସଞ୍ଜୟ କୁମାର ଏବଂ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ସମାନ ଧରଣର ସ୍ୱଚ୍ଛତା ଅଭିଯାନ ୧୯ ଅକ୍ଟୋବର ୨୦୨୨ ରେ ଦେଶର ସମସ୍ତ ଗ୍ରାମ ଏବଂ ଜିଲ୍ଲାରେ ଚାଲୁ ହୋଇଛି। ଏହି ଅବସରରେ ଶ୍ରୀ ଠାକୁର କହିଥିଲେ ଯେ, ସ୍ୱଚ୍ଛ ଭାରତ କେବଳ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ସାଧାରଣ ଲୋକଙ୍କ ପ୍ରକୃତ ଚିନ୍ତା ଏବଂ ଏହି ସମସ୍ୟାର ସମାଧାନ ପାଇଁ ସେମାନଙ୍କର ସଂକଳ୍ପକୁ ପ୍ରତିଫଳିତ କରିଥାଏ। କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ‘ଜନ ଭାଗିଦାରୀ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ଗାନ୍ଧୀନଗରର ମହାତ୍ମା ମନ୍ଦିର କନଭେନସନ ଏବଂ ପ୍ରଦର୍ଶନୀ କେନ୍ଦ୍ରରେ ଡିଫେନ୍ସ ଏକ୍ସପୋ (ପ୍ରତିରକ୍ଷା ପ୍ରଦର୍ଶନୀ) ୨୨ ର ଉଦଘାଟନ କରିଛନ୍ତି। ଇଣ୍ଡିଆ ପାଭିଲିୟନରେ ପ୍ରଧାନମନ୍ତ୍ରୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ଡିଜାଇନ୍ ହୋଇଥିବା ସ୍ୱଦେଶୀ ପ୍ରଶିକ୍ଷକ ବିମାନ ଏଚଟିଟି-୪୦କୁ ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମିଶନ୍ ମହାକାଶ ପ୍ରତିରକ୍ଷା ମଧ୍ୟ ଆରମ୍ଭ କରି ଗୁଜୁରାଟରେ ଦିଶା ବିମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଭୟ ପ୍ରଧାନମନ୍ତ୍ରୀ ତଥା ଗୁଜୁରାଟର ପୁତ୍ର ଭାବରେ ଦକ୍ଷ ତଥା ଆତ୍ମନିର୍ଭର ଭାରତର ପ୍ରତୀକ ଏହି କାର୍ଯ୍ୟକ୍ରମରେ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ। ପ୍ରତିରକ୍ଷା ପ୍ରଦର୍ଶନୀ ୨୦୨୨ ର ସଂଗଠନ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ନୂତନ ଭାରତ ଏବଂ ଏହାର ସାମର୍ଥ୍ୟର ଚିତ୍ର ଆଙ୍କିଛି, ଯାହାର ସଙ୍କଳ୍ପ ଅମୃତ କାଳ ସମୟରେ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି…

Read More

ବାଲୁଗାଁ: ଦିନକୁ ଦିନ ଚିଲିକା ଅଞ୍ଚଳରେ ରୋଡ ରୋମିଓଙ୍କ ପାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ରାସ୍ତାରେ ଯାଉଥିବା ସ୍କୁଲ ଆଉ କଲେଜ ଛାତ୍ରୀମାନଙ୍କୁ ଏମାନେ ଟାର୍ଗେଟ କରୁଥିବା ବାରମ୍ବାର ଅଭିଯୋଗ ହେଉଛି। ରାସ୍ତା ପାର୍ଶ୍ଵରେ କିମ୍ବା କୌଣସି ନିକାଞ୍ଚନ ସ୍ଥାନରେ ଛିଡା ହୋଇ ଏହି ରୋଡ ରୋମିଓମାନେ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଇଙ୍ଗିତ କରୁଥିବାରେ ଅଭିଯୋଗ ହେଉଛି। ତେବେ ଏହି ଅସାମାଜିକ ଯୁବକଙ୍କ ଏଭଳି କାର୍ଯ୍ୟକୁ ରୋକିବା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବେ ସଜାଗ ହୋଇଛନ୍ତି। ସେମାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ବାରିକ ଯୋଜନା ପ୍ରସ୍ତୁତଛନ୍ତି। ସେଥିପାଇଁ ଜନସାଧାରଣଙ୍କ ପାଇଁ ଏକ ବାର୍ତ୍ତା ଦେଇଛନ୍ତି। ରୋଡ ରୋମିଓଙ୍କ କାର୍ଯ୍ୟକଳାପ ଯୋଗୁଁ ଅସୁବିଧା ପଡୁଥିବା ବ୍ୟକ୍ତିମାନଙ୍କୁ ସେ ବାର୍ତ୍ତା ଦେଇଛନ୍ତି। ତେଣୁ ସେ କିଛି ଅଭିଯୋଗ ନମ୍ବର ଜାରି କରିଛନ୍ତି। ଟ୍ବିଟର ଜରିଆରେ ଶ୍ରୀ ବାରିକ ଏହି ଯୋଗାଯୋଗ ନମ୍ବର ସେୟାର କରି ଅଭିଯୋଗ କରିବାକୁ…

Read More

ଭୁବନେଶ୍ବର: ବାତ୍ୟା ସମ୍ଭାବନା ରହିଥିବାରୁ ବର୍ତ୍ତମାନ ରାଜ୍ୟ ସାତୋଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି। ଏକ ଜରୁରୀ ମେସେଜ ମାଧ୍ୟମରେ ଏହି ସାତୋଟି ଜିଲ୍ଲାପାଳ ବର୍ତ୍ତମାନ ପାଇଁ ସତର୍କ ରହିବାକୁ କୁହାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲା। ଏହି ଚିଠିରେ କୁହାଯାଇଛି ଯେ, ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ଆଗୁଆ ସତର୍କ କରାଇଛନ୍ତି। ସେଥିପାଇଁ ଏହି ସାତୋଟି ଜିଲ୍ଲାର ଜିଲ୍ଲାପାଳ ଆଗୁଆ ପ୍ରସ୍ତୁତି କରିବା ପାଇଁ ଏହି ଚିଠିରେ ଉଲ୍ଲେଖ କରାଯାଇଛି। ଏଥିସହିତ ଏହି ଚିଠି ଜରିଆରେ ନିର୍ଦ୍ଧିଷ୍ଠ ଭାବେ କୁହାଯାଇଛି ଯେ, 22 ଏବଂ 23 ତାରିଖରେ ମତ୍ସ୍ୟଜୀବିମାନେ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦେବେ। କାରଣ 22 ଅକ୍ଟୋବରରେ ସମୁଦ୍ରର ଜଳପତ୍ତନ ଅଶାନ୍ତ ରହିବ। ଫଳରେ ମତ୍ସ୍ୟଜୀବିମାନେ ଏହି…

Read More

ନୂଆଦିଲ୍ଲୀ: ଆଜି ଅଖିଳ ଭାରତ କଂଗ୍ରେସ କମିଟର ନିର୍ବାଚନ ଫଳାଫଳ ବାହାରିଛି। ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ। ଫଳରେ ଦୀର୍ଘ ବର୍ଷ ଧରି କଂଗ୍ରେସରେ ଚାଲିଆସିଥିବା ଗାନ୍ଧୀ ଶାସନର ଅବସାନ ଘଟିବାକୁ ଯାଉଛି। କଂଗ୍ରେସର ମଙ୍ଗ ଧରିଛନ୍ତି ଜଣେ ଅଣ ଗାନ୍ଧୀ ନେତା। ଖଡଗେ ସଭାପତି ଭାବେ ନିର୍ବାଚିତ ହେବା ପରେ ଉଭୟ ସୋନିଆ ଗାନ୍ଧୀ ଏବଂ ରାହୁଳ ଗାନ୍ଧୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏପରିିକି ତାଙ୍କର ପ୍ରତିଦ୍ବନ୍ଦି ଶଶି ଥରୁର ମଧ୍ୟ ଖଡଗେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶଶି ଥରୁର କହିଛନ୍ତି ଯେ, ସେ ଏକ ହଜାରରୁ ଉର୍ଦ୍ଧ ଭୋଟ ପାଇବା କିଛି ଛୋଟ କଥା ନୁହେଁ। ତେବେ ଖଡଗେ ସଭାପତି ଭାବେ ନିର୍ବାଚିତ ହେବା ପରେ ବର୍ତ୍ତମାନ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକା କଣ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଦଳୀୟ ନିୟମ ଅନୁସାରେ ସଭାପତି ହିଁ…

Read More