ଆସନ୍ତାକାଲି ଅଁଳା ନବମୀ, ଜାଣନ୍ତୁ କେତେବେଳେ କରିବେ ପୂଜା,ଏହାର ଶୁଭ ମୂହୁର୍ତ୍ତ

Published: Nov 1, 2022, 6:30 am IST

ଭୁବନେଶ୍ବର:  ହିନ୍ଦୁ ବିଶ୍ୱାସ ଅନୁଯାୟୀ କାର୍ତ୍ତିକ ମାସରେ ଅନେକ ପର୍ବ ପାଳନ କରାଯାଏ। ସେହିପରି ଏହି ମାସର ନବମୀ ତିଥି ଶୁକ୍ଳ ପକ୍ଷ ଅଁଳା ନବମୀ ପାଳନ କରାଯାଇଥାଏ। ଯାହା ଆଜି ପାଳିତ ହେବ। ଉତ୍ତର ଏବଂ ମଧ୍ୟ ଭାରତରେ ଅଁଳା ନବମୀର ପର୍ବ ପାଳନ କରାଯାଏ।

ବିଶ୍ୱାସ କରାଯାଏ ଯେ ଅଁଳା ନବମୀ ଦିନ ଭଗବାନ କୃଷ୍ଣ ଗୋପପୁର ଛାଡି ମଥୁରା ଯାଇଥିଲେ। ଏହି ଦିନ, ସେ ପିଲାଦିନର ଖେଳକୂଦ ଛାଡି ନିଜ କର୍ତ୍ତବ୍ୟର ପଥରେ ପାଦ ଦେଇଥିଲେ। ଏହି ପୂଜା ବିଶେଷ କରି ଉତ୍ତର ଭାରତରେ କରାଯାଏ। ମହିଳାମାନେ ପୂର୍ଣ୍ଣ ରୀତିନୀତି ସହିତ ଅଁଳା ନବମୀଙ୍କୁ ପୂଜା କରନ୍ତି।

ଏହି ପୂଜା ପିଲା ଏବଂ ପରିବାରର ଆରାମ ପାଇବା ଉଦ୍ଦେଶ୍ୟରେ କରାଯାଇଥାଏ। କାର୍ତ୍ତିକ ମାସର ଶୁକ୍ଲ ପକ୍ଷର ନବମୀ ଦିନରେ ଅଁଳା ନବମୀ ବା ଅକ୍ଷୟ ନବମୀ ପାଳନ କରାଯାଏ। ଦିୱାଲି ପର୍ବ ପରେ ଏହି ପର୍ବ ଆସେ। ଏଥର ଅଁଳା ନବମୀ ନଭେମ୍ବର ୨ ତାରିଖରେ ପାଳନ କରାଯାଉଛି। ଆସନ୍ତୁ ଜାଣିବା ଅଁଳା ନବମୀ ପୂଜା ପାଇଁ ଶୁଭ ସମୟ କ’ଣ?

ଅଁଳା ନବମୀ ଶୁଭ ସମୟ:

କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ନବମୀ ତିଥୀ ବା ତାରିଖ ଅନୁସାରେ ନଭେମ୍ବର ୧ ତାରିଖ ୨୦୨୨, ମଙ୍ଗଳବାର ସକାଳ ରାତି ୧୧ ଟା ୦୪ ମିନିଟରୁ ଆରମ୍ଭ ହେବ।

ଅଁଳା ନବମୀ ସମାପ୍ତ: ନଭେମ୍ବର ୨ ତାରିଖ ୨୦୨୨, ବୁଧବାର ଦିନ ରାତି ୦୯ ଟା ୦୯ ମିନିଟ।

ଅଁଳା ନବମୀ ପୂଜା ସମୟ: ବୁଧବାର ସକାଳ ୦୬ ଟା ୩୪ରୁ ଦିନ ୧୨ ଟା ୦୪ ମିନିଟ ପର୍ଯ୍ୟନ୍ତ

ଅଭିଜିତ ମୂହୁର୍ତ୍ତ: ଦିନ ୧୧ ଟା ୫୫ ରୁ ଅପରାହ୍ନ ୧୨ ଟା ୩୭

Related posts