ଭୂଷଣ୍ଡପୁର: ଚାଲିଛି ମା’ଙ୍କ ପୀଠରେ ଶାରଦୀୟ ପୂଜା। ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶକ୍ତି ପୀଠ। ଭକ୍ତମାନେ ଦର୍ଶନ ପାଇଁ ମା’ଙ୍କ ପୀଠକୁ ଦୌଡି ଆସୁଛନ୍ତି। ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକ ମା’ ଉଗ୍ରତାରା ଦେବୀଙ୍କ ପୀଠରେ ଭକ୍ତଙ୍କ ଗହଳ ଚହଳ ଲାଗି ରହିଛି। ବହୁ ଦୂର ଦୂରାନ୍ତରୁ ଭକ୍ତ ମାନେ ଆସୁଛନ୍ତି ମା’ଙ୍କ ଦର୍ଶନ ନିମନ୍ତେ। ଆଜି ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆସି ପହଞ୍ଚିଥିଲେ ମା’ ଉଗ୍ରତାରାଙ୍କ ପୀଠରେ। ସେଠାରେ ପହଂଚି ମା’ଙ୍କୁ ଦର୍ଶନ କରିଛନ୍ତି ଜିଲ୍ଲାପାଳ। ଏହା ସହ ମା’ଙ୍କ ପୀଠରେ ଥିବା ପୁଷ୍କରୀଣୀ, ପାର୍କ, ରାସ୍ତା ଘାଟ, ବିଦ୍ୟୁତ୍ କରଣ, ଶୌଚାଳୟ ଆଦି ବୁଲି ଦେଖିଛନ୍ତି ଜିଲ୍ଲାପାଳ। ମା’ଙ୍କ ପୀଠର କିଭଳି ଉନ୍ନୟନକରଣ କରାଯାଇ ପାରିବ ସେ ନେଇ ମନ୍ଦିର ପୂଜକ ମାନଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ। ଏହି ପୀଠ ଏକ ତନ୍ତ୍ର ପୀଠ ହୋଇଥିବାରୁ ସଦା ସର୍ବଦା…
Author: Samikhsya Bureau
ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ପାଞ୍ଚ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ୧୩୨/୩୩ ନାଭାଲ ଗ୍ରୀଡ଼ର ଜରୁରୀକାଳୀନ ମରାମତି କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୮.୩୦ ଘଟିକାରୁ ଅପରାହ୍ନ ୧ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍ର ସୋରଣ, କଳକଳେଶ୍ଵର ଓ ଚଣ୍ଡେଶ୍ବର ପଞ୍ଚାୟତ ବାଦ୍ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ…
ନୂଆଦିଲ୍ଲୀ: ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବା ଯୋଜନା ଯଥା ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଆସନ୍ତା ତିନିମାସ ପାଇଁ ବୃଦ୍ଧି କରାଯାଇଛି। ଏହି ଯୋଜନା ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେଉଥିଲା। ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ମାଗଣା ଖାଦ୍ୟ ଶସ୍ୟ ଯୋଜନା ଆସନ୍ତା ତିନିମାସ ଅର୍ଥାତ୍ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ସୂଚନା ଅନୁଯାୟୀ, କୋଭିଡ ଅବଧି ସମୟରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଦିଆଯାଏ। ଏହି ଯୋଜନା ଚଳାଇବାକୁ ସରକାରଙ୍କୁ ପ୍ରତିବର୍ଷ ୧ ଲକ୍ଷ ୪୭ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟ ବହନ କରିବାକୁ ପଡିବ। ମାଗଣା ଶସ୍ୟ ଯୋଜନା ଅଧୀନରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଦିଆଯାଏ। ଏହାପୂର୍ବରୁ ଖାଦ୍ୟ ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଥିଲା, ଯେଉଁଥିରେ ଏହି ଯୋଜନାକୁ ୩ ମାସ ବୃଦ୍ଧି…
ସୁନ୍ଦରଗଡ଼: “ସେଦିନ ଭର୍ଚୁଆଲ ମିଟିଙ୍ଗ୍ ବେଳେ ୫ଟି ସଚିବ ପାଣ୍ଡିଆନ୍ ସାର୍ ଆମ ପିଲାମାନଙ୍କୁ ସେମାନଙ୍କ କ୍ୟାରିୟର ସ୍ୱପ୍ନ ବିଷୟରେ ପଚାରୁଥିଲେ। ଭବିଷ୍ୟତରେ ପାଇଲଟ୍ ହେବା ପାଇଁ ଲକ୍ଷ୍ୟ ରଖିଛି ବୋଲି ମୁଁ ତାଙ୍କୁ କହିଥିଲି। ଏହା ଶୁଣି ସେ ମୋ’ ପାଇଁ ବିଜୁ ପଟ୍ଟନାୟକଙ୍କ ଜୀବନୀ ପୁସ୍ତକ ପଠାଇବେ ବୋଲି କହିଥିଲେ। ଆଜି ତାହା ପାଇ ମୁଁ ବହୁତ ଖୁସି”, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଡୁଡୁକା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଭୂମିକା ପ୍ରଧାନ। ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସମ୍ପର୍କରେ ନିକଟରେ ହୋଇଥିବା ଭର୍ଚୁଆଲ ଆଲୋଚନା ବେଳେ ୫ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ କଥା ହୋଇଥିଲେ। ୧୩ଟି ବ୍ଲକର ବିଭିନ୍ନ ହାଇସ୍କୁଲରୁ ଆସିଥିବା ପିଲାମାନେ ନିଜ ନିଜର କ୍ୟାରିୟର ସ୍ୱପ୍ନ ବିଷୟରେ ତାଙ୍କୁ କହିଥିଲେ। ଏହି ଅବସରରେ ପାଇଲଟ୍ ହେବାକୁ ସ୍ୱପ୍ନ ଦେଖୁଥିବା ଛାତ୍ରୀ ଭୂମିକା ପ୍ରଧାନଙ୍କୁ…
ନୂଆଦିଲ୍ଲୀ: ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ବର୍ଷ 2022 ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର – ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଧ୍ୟାନ ଚାନ୍ଦ ପୁରସ୍କାର, ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର (ଆରକେପିପି) ଏବଂ ମୌଲାନା ଅବଦୁଲ୍ କାଲାମ୍ ଆଜାଦ (ଏମଏକେଏ) ଟ୍ରଫିର ଆବେଦନ 27 ଅଗଷ୍ଟ 2022 ସୁଦ୍ଧା ଆମନ୍ତ୍ରିତ କରିଥିଲେ। ଏହାର ସୂଚନା ମନ୍ତ୍ରଣାଳର ୱେବସାଇଟ୍ www.yas.nic.in. ରେ ଅପଲୋଡ୍ କରାଯାଇଥିଲା। ଆବେଦନ ଗ୍ରହଣ କରିବାର ଅନ୍ତିମ ତାରିଖ 27 ସେପ୍ଟେମ୍ବର 2022 ରୁ ବଢ଼ାଇ ଏବେ 1 ଅକ୍ଟୋବର 2022 (ଶନିବାର) କରାଯାଇଛି। ଯୋଗ୍ୟ କ୍ରୀଡ଼ାବିତ୍/ କୋଚ୍/ ସଂସ୍ଥା/ ବିଶ୍ବବିଦ୍ୟାଳୟ ମାନଙ୍କ ଠାରୁ ପୁରସ୍କାର ପାଇଁ ଆବେଦନ ଆମନ୍ତ୍ରଣ କରାଯାଉଛି। ସେମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ଏକ ସମର୍ପିତ ପୋର୍ଟାଲ୍ dbtyas-sports.gov.in. ରେ ନିଜେ ଅନଲାଇନ୍ ଆବେଦନ କରନ୍ତୁ। ଭାରତୀୟ ଅଲମ୍ପିକ୍ ସଂଘ/ ଭାରତୀୟ କ୍ରୀଡ଼ା…
ଭୁବନେଶ୍ବର: ଏଣିକି ଚିଲିକା ଭିତରେ ଥିବା ମା କାଳିଜାଈଙ୍କ ପିଠକ ଭକ୍ତମାନେ ଡଙ୍ଗା କିମ୍ବା ଲଞ୍ଚରେ ଯିବାକୁ ପଡିବ ନାହିଁ। ସ୍ଥଳ ଭାଗରୁ କାଳିଜାଈଙ୍କ ପିଠକୁ ଏକ ରୋପୱେ ମାଧ୍ୟମରେ ଭକ୍ତମାନେ ଯିବେ। ଏହିପରି ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ଏହି ରୋପୱେ ନିର୍ମାଣ କରାଯିବ। ଏହି ରୋପୱେ ହେଉଛି ମେଟାଲ ଦଉଡି ସାହାର୍ଯ୍ୟରେ ଏକ ଝୁଲାରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବା। ଏହିପରି ବ୍ୟବସ୍ଥା ବର୍ତ୍ତମାନ ନନ୍ଦନକାନନରେ ରହିଛି। ଏହା ଏକ ହାଇଟେକ ବ୍ୟବସ୍ଥା ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ତେବେ ଚିଲିକା ଉପରେ ଏହି ରୋପୱେ ସବୁଠାରୁ ଆକର୍ଷଣୀୟ ହେବ ବୋଲି ଜଣାପଡିଛି। କାରଣ ପର୍ଯ୍ୟଟକମାନେ ଝୁଲାରେ ବସି ଚିଲିକାର ଜଳରାଶିରୁ ପ୍ରାୟ ହଜାରେ ଫୁଟ ଉଚ୍ଚରେ ଝୁଲିଝୁଲି ଚିଲିକା ଦର୍ଶନ କରି ଯିବେ। ଶେଷରେ ମା କାଳିଜାଈଙ୍କୁ ଦର୍ଶନ କରି ପୁଣି ସେହି ଝୁଲାରେ ଫେରିପାରିବେ। ଏଥିପାଇଁ…
ନୂଆଦିଲ୍ଲୀ/ଭୁବନେଶ୍ୱର: ପାରାଦୀପ- ଚଣ୍ଡିଖୋଲ ଜାତୀୟ ରାଜପଥ ନଂ ୫ଏକୁ ସଂଯୋଗ କରୁଥିବା ଓଳାଶୁଣି ଛକ ସ୍ଥିତ ବ୍ରିଜର ସମ୍ପ୍ରସାରଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଏ ସଂକ୍ରାନ୍ତୀୟ ଚିଠି ପ୍ରଦାନ କରିବା ସହ ସାକ୍ଷାତ୍ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ମାହାଙ୍ଗା ବିଧାୟକ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନଙ୍କ ଅଭିଯୋଗ ପତ୍ର ଆଧାରରେ ଏ ସମ୍ପର୍କରେ ଲେଖିଥିବା ଚିଠିକୁ ଶ୍ରୀ ପ୍ରଧାନ ଶ୍ରୀ ଗଡକରୀଙ୍କୁ ପ୍ରଦାନ କରିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଳାଶୁଣି ଛକରେ ଗୋବରୀନାଳ ଉପରେ ଥିବା ଏହି ସଂକୀର୍ଣ୍ଣ ବ୍ରିଜ ଯୋଗୁଁ ଜଳ ନିଷ୍କାସନର ସମସ୍ୟା ଉପୁଜୁଛି। ଏହା ଦ୍ୱାରା କଟକ ଜିଲ୍ଲାର ସାଲେପୁର ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୩୦ଟି ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକମାନେ ପ୍ରଭାବିତ…
ଭୁବନେଶ୍ବର: ଆସନ୍ତା ୧ ଅକ୍ଟୋବରରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। କାରଣ ସେହି ସମୟକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଫଳରେ ୧ ଅକ୍ଟୋବର ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ବର୍ତ୍ତମାନ ରାଜ୍ୟରେ ପୂଜା ମାହୋଲ ଆରମ୍ଭ ହୋଇଯାଇଥିବା ବେଳେ ଏହି ବର୍ଷା ଆୟୋଜକଙ୍କୁ ଚିନ୍ତାର କାରଣ ପାଲଟିଛି। ଯଦି ଏହି ଘୂର୍ଣ୍ଣିବଳୟ ଲଘୁଚାପକୁ ରୂପାନ୍ତରିତ ହୁଏ ତେବେ ପରିମାଣ ବଢିବା ସହିତ ଲଗାତର ଭାବେ ବର୍ଷା ହେବ ବୋଲି ସମ୍ଭାବନା ରହିଛି।
ସୀତାରାମ ଅଗ୍ରୱାଲ ଚିଲିକା: ଟାଙ୍ଗୀ ଓ ଏହାର ଆଖ ପାଖ ଅଂଚଳରେ ଦିନକୁ ଦିନ ସାପ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ବିଷାକ୍ତ ସାପ କାମୁଡାରେ ଅନେକ ଜୀବନ ଅକାଳରେ ଝଡି ପଡୁଛନ୍ତି। ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରଚାର ପ୍ରସାର ସତ୍ତ୍ୱେ ଲୋକେ ଏବେ ବି ସାପ କାମୁଡିବା ପରେ ମେଡିକାଲକୁ ନଯାଇ ଗାଁ ଗୁଣିଆ ଉପରେ ନିର୍ଭର କରୁଥିବାରୁ ଲୋକଙ୍କ ଜୀବନ ଚାଲିଯାଉଛି। ଖୋର୍ଦ୍ଧା ଜିଲା ଚିଲିକା ବ୍ଲକର ବଉଳା ବନ୍ଧ ଗ୍ରାମ ପଂଚାୟତ ମଙ୍ଗରାଜ ପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମଙ୍ଗରାଜ ପୁର ଗ୍ରାମର ଚଇନି ମହାରଣା (୪୫) ପ୍ରତିଦିନ ନିଜ ଚାଷ କ୍ଷେତକୁ ଚାଷ କାମ ପାଇଁ ଯାଇଥାନ୍ତି। ଗତ ସୋମବାର ଦିନ ଚଇନି ମହାରଣା ନିଜ ଚାଷ କ୍ଷେତରେ କାମ କରୁଥିବା ବେଳେ ଏକ ବିଷାକ୍ତ ସାପ ଚଇନିଙ୍କ ଗୋଡକୁ କାମୁଡି ଦେଇଥିଲା। ତେବେ ସ୍ଥାନୀୟ ଲୋକେ ଚଇନିଙ୍କୁ ତୁରନ୍ତ ମେଡିକାଲ ନେବା…
ଭୁବନେଶ୍ବର: ଭୁବନେଶ୍ବରର ଘାଟିକିଆରେ ଥିବା ଅର୍ବାନ ପ୍ରାଇମେରୀ ହେଲଥ ସେଣ୍ଟରକୁ ମିଳିଲା ଶ୍ରେଷ୍ଠ ହସପିଟାଲ ବା କ୍ବାଲିଟ ସାର୍ଟିଫିକେଟ। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ନ୍ୟାସନାଲ ହେଲଥ ସିସଟମ ରିସୋର୍ସ ସେଣ୍ଟର ଏହି ମାନ ନିର୍ଦ୍ଧାରଣ କରିଛି। ଏହି ମାନ ନିର୍ଦ୍ଧାରଣ ପାଇଁ ଆଠଟି ସେବା ନିର୍ଦ୍ଧାରଣ କରାଯାଇଛି। ଯାହା ଘାଟିକିଆ ହସପିଟାଲ ପୁରଣ କରିବାରେ ସକ୍ଷମ ହୋଇଛି। ସେଗୁଡିକ ହେଲା ସେବା, ରୋଗୀ ଅଧିକାର, ସ୍ବଚ୍ଛତା, ଇନପୁଟସ, ସଂକ୍ରମାଣ ନିୟନ୍ତ୍ରଣ, କ୍ବାଲିଟ ପରିଚାଳନା ପ୍ରଭୃତି ରହିଛି। ଯାହା ଏହି ହସପିଟାଲ ପୁରଣ କରିପାରିଛି। ବର୍ତ୍ତମାନ ଏହି ହସପିଟାଲଟି ବିଏମସି ଅଧିନରେ କାର୍ଯ୍ୟ କରୁଛି।
ଜୟପୁର: ରାଜସ୍ଥାନ ମନ୍ତ୍ରୀ ତଥା ଅଶୋକ ଗେହଲୋଟ୍ ଙ୍କ ବିଶ୍ୱସ୍ତ ପ୍ରତାପ କଚରିଆୱାସ କହିଛନ୍ତି ଯେ ସଚିନ ପାଇଲଟଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରିବା ଅର୍ଥ ବିଜେପିକୁ ରାଜ୍ୟ ହସ୍ତାନ୍ତର କରିବା ଭଳି ହେବ। କଚରିଆୱାସ ଗଣମାଧ୍ୟମକୁ କହିଛନ୍ତି, “ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ, ସିବିଆଇ ଅଧିକାରୀମାନେ ରାଜସ୍ଥାନରେ ବସିଛନ୍ତି। ବିଜେପିର ଖେଳ ଆରମ୍ଭ ହୋଇଛି। ରାଜସ୍ଥାନ ସରକାରକୁ ହଟାଇବା ପାଇଁ ପୁଣିଥରେ ବିଜେପି ଷଡଯନ୍ତ୍ର କରୁଛି।” ଏଥି ସହିତ, ସୂତ୍ରରୁ ପ୍ରକାଶ ଯେ ଗାନ୍ଧୀ ପରିବାର ତାଙ୍କ ବିଶ୍ୱସ୍ତଙ୍କ ବିଦ୍ରୋହକୁ ନେଇ ଗେହଲୋଟଙ୍କ ଉପରେ ଅତ୍ୟଧିକ କ୍ରୋଧିତ ହୋଇଛନ୍ତି। କଂଗ୍ରେସ ବିଧାୟକ ଦଳର ବୈଠକକୁ ବହିଷ୍କାର କରିବା ପ୍ରସଙ୍ଗରେ ଗେହଲୋଟ୍ ଗୋଷ୍ଠୀରର ତିନି ଜଣ ବିଧାୟକଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହାଇକମାଣ୍ଡ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କଂଗ୍ରେସ ଅନୁଶାସନ କମିଟି ମଙ୍ଗଳବାର ରାତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧାରୀୱାଲ, ସଚେତକ ମହେଶ ଯୋଶୀ ଏବଂ ଆରଟିଡିସି ଅଧ୍ୟକ୍ଷ…
ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ହେଉଛି ଷ୍ଟୁଡେଣ୍ଟସ୍ ଇସଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ (ସିମ୍ଆଇ) ର ଏକ ଶାଖା। 2001 ମସିହାରେ ସରକାର ସିମି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଦକ୍ଷିଣରୁ ତିନୋଟି ସଂଗଠନ ମିଶ୍ରଣ କରି PFI ଗଠନ କରାଯାଇଥିଲା। ଫେବୃଆରୀ 2009 ରେ କୋଜିକୋଡେରେ ହୋଇଥିବା ଏକ ବୈଠକରେ ତିନୋଟି ସଂସ୍ଥା ନ୍ୟାସନାଲ ଡେଭଲପମେଣ୍ଟ ଫ୍ରଣ୍ଟ (ଏନଡିଏଫ) କେରଳ, କର୍ଣ୍ଣାଟକ ଫୋରମ୍ ଫର୍ ଦିଗ୍ନିଟି (KFD) କର୍ଣ୍ଣାଟକ ଏବଂ ମନିଥା ନୀଥୀ ପାସରାୟ (MNP) ତାମିଲନାଡୁ ମିଶ୍ରିତ ହୋଇ PFI ଗଠନ କରିଥିଲେ। PFI ସମ୍ବନ୍ଧରେ ED ଏବଂ NIA ଏକ ରିମାଣ୍ଡ ନୋଟ୍ ଜାରି କରିଛନ୍ତି, ଯାହା PFI କ’ଣ ବୋଲି ଅଭିଯୋଗ ହୋଇଛି? ଦେଶର 16 ଟି ରାଜ୍ୟରେ PFI ସକ୍ରିୟ: ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଦିଲ୍ଲୀ, ଗୋଆ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ…
ନୂଆଦିଲ୍ଲୀ: ବର୍ତ୍ତମାନ ବିଶ୍ଵ ସହିତ ଭାରତରେ ବୈଦ୍ୟୁତିକ ଯାନର ବଜାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଦେଶରେ ନୂତନ ବୈଦ୍ୟୁତିକ କାର ଲଞ୍ଚ କରିବାକୁ ଅଟୋ ନିର୍ମାତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି, ଭାରତରେ ଇଲେକ୍ଟ୍ରିକ୍ କାର୍ ସେଗମେଣ୍ଟରେ ଟାଟା ମୋଟର୍ସର ଏକ ମଜବୁତ ସ୍ଥାନ ରହିଛି। ବର୍ତ୍ତମାନ କମ୍ପାନୀ ଦେଶରେ ତିନୋଟି ବୈଦ୍ୟୁତିକ କାର ବିକ୍ରି କରୁଛି। ବର୍ତ୍ତମାନ ଟାଟା ମୋଟର୍ସ ଏହାର ପରବର୍ତ୍ତୀ ବୈଦ୍ୟୁତିକ କାର ଟାଟା ଟିଆଗୋ ଇଭି ଆଜି ଲଞ୍ଚ କରିବାକୁ ଯାଉଛି। ଏହି କାରର ବିଶେଷତା କ’ଣ ଆସନ୍ତୁ ଜାଣିବା… ପରିସର କଣ ହେବ: ଟିଆଗୋ ଇଭିରେ 26kWh ବ୍ୟାଟେରୀ ପ୍ୟାକ୍ ଦେଖିବାକୁ ମିଳେ। ଏଥିସହ ଏହାକୁ 74 ବିଏଚପି ପାୱାର ଏବଂ 170 ଏନଏମ ଟର୍କ ଉତ୍ପାଦନ କରୁଥିବା ବୈଦ୍ୟୁତିକ ମୋଟର ଦିଆଯିବ ବୋଲି ଆଶା କରାଯାଉଛି। ଏହି ଇଲେକ୍ଟ୍ରିକ୍ କାରରେ 310 କିଲୋମିଟର ପର୍ଯ୍ୟନ୍ତ ପରିସର ଦେଖିବାକୁ ମିଳିବ। ଏହି…
ନୂଆଦିଲ୍ଲୀ: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ଆସିଛି। ଦକ୍ଷିଣ ସୁପରଷ୍ଟାର ମହେଶ ବାବୁଙ୍କ ମା ଇନ୍ଦିରା ଦେବୀଙ୍କର ଦେହାନ୍ତ ହୋଇଛି। ସେ ଗତ କିଛି ସପ୍ତାହ ଧରି ଅସୁସ୍ଥ ଥିଲେ। ସେ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ କିଛି ଦିନ ଭେଣ୍ଟିଲେଟରରେ ରଖାଯାଇଥିଲା। ସେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ହେତୁ ସମଗ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ପ୍ରଶଂସକମାନେ ମଧ୍ୟ ସେମାନଙ୍କର ଦୁଃଖ ପ୍ରକାଶ କରୁଛନ୍ତି। ଇନ୍ଦିରା ଦେବୀ ତାଙ୍କର ତିନି ଝିଅ ଏବଂ ଗୋଟିଏ ପୁଅ ମହେଶ ବାବୁଙ୍କୁ ଛାଡି ଚାଲିଯାଇଛନ୍ତି। ତାଙ୍କର ଏକ ବଡ ପୁଅ ରମେଶ ବାବୁ ମଧ୍ୟ ଥିଲେ, ଯିଏକି ଏହି ବର୍ଷ ତାଙ୍କର ଦେହାନ୍ତ ହୋଇଯାଇଛି। ଇନ୍ଦିରା ଦେବୀ ଦକ୍ଷିଣ ସୁପରଷ୍ଟାର କୃଷ୍ଣଙ୍କ ପତ୍ନୀ ଥିଲେ, କିନ୍ତୁ ତାଙ୍କଠାରୁ ସେ ଅଲଗା ହୋଇଯାଇଥିଲେ। ପରେ କୃଷ୍ଣ ବିଜୟାନିର୍ମାଳାଙ୍କୁ ବିବାହ କରିଥିଲେ। ଇନ୍ଦିରା ଦେବୀ…
ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟରୁ ଏକ ବଡ ଖବର ଆସିଛି। ଯେଉଁଥିରେ କୁହାଯାଇଛି ଯେ ବିବାଦୀୟ ସଂଗଠନ ପିଏଫ୍ଆଇ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ସଂଗଠନ ବିରୋଧରେ ଗତ କିଛି ଦିନ ଧରି ସାରା ଦେଶରେ ଚଢାଉ ଚାଲିଥିଲା, ପରେ ଏହି ବଡ ପଦକ୍ଷେପ ନିଆଯାଇଛି। PFI କୁ ଏକ ବେଆଇନ ସଂଗଠନ ଭାବରେ ଘୋଷଣା କରି ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହାକୁ ନିଷେଧ କରାଯାଇଛି। ଏହା ସହିତ ଜଡିତ ଅନ୍ୟ ସମସ୍ତ ସଂସ୍ଥା ପାଇଁ ମଧ୍ୟ ଏହି ପ୍ରତିବନ୍ଧକ ପ୍ରଯୁଜ୍ୟ ହେବ। ଏହାପୂର୍ବରୁ ଦେଶର ସମସ୍ତ ରାଜ୍ୟରେ ଏନଆଇଏ ଦ୍ୱାରା ଏହି ସଂଗଠନ ବିରୋଧରେ ଚଢାଉ କରାଯାଇଥିଲା, ଏହି ଚଢାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଏଜେନ୍ସିକୁ ମିଳିଥିଲା। ଏଥିରେ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗ ମଧ୍ୟ ଅନ୍ତର୍ଭୁକ୍ତ ଅଛି। ରିହେବ ଇଣ୍ଡିଆ ଫାଉଣ୍ଡେସନ (RIF), କ୍ୟାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆ (CFI), ଅଲ ଇଣ୍ଡିଆ ଇମାମ କାଉନସିଲ (AIIC), ନ୍ୟାସନାଲ…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୨୦୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୨୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୧୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧୪ ବରଗଡ ଜିଲ୍ଲାରୁ- ୩ ଭଦ୍ରକ ଜିଲ୍ଲାରୁ- ୨ ବଲାଙ୍ଗୀରି ଜିଲ୍ଲାରୁ- ୮ କଟକ ଜିଲ୍ଲାରୁ- ୨୭ ଦେବଗଡ ଜିଲ୍ଲାରୁ- ୧ ଗଜପତି ଜିଲ୍ଲାରୁ- ୬ ଗଞ୍ଜାମ ଜିଲ୍ଲାରୁ- ୩ ଜଗତସିଂହପୁର ଜିଲ୍ଲାରୁ- ୫ ଯାଜପୁର ଜିଲ୍ଲାରୁ- ୨ କଳାହାଣ୍ଡି ଜିଲ୍ଲାରୁ- ୪ କନ୍ଧମାଳ ଜିଲ୍ଲାରୁ- ୨ କେନ୍ଦ୍ରାପଡା ଜିଲ୍ଲାରୁ- ୬ କେନ୍ଦୁଝର ଜିଲ୍ଲାରୁ- ୨ ଖୋର୍ଦ୍ଧା ଜିଲ୍ଲାରୁ- ୨୬ କୋରାପୁଟ ଜିଲ୍ଲାରୁ- ୧ ମୟୂରଭଞ୍ଜ ଜିଲ୍ଲାରୁ- ୧୦ ନବରଙ୍ଗପୁର ଜିଲ୍ଲାରୁ- ୧ ନୟାଗଡ…
ଭୁବନେଶ୍ୱର: ସ୍ୱାଧୀନତା ଦିବସରୁ ସାରା ରାଜ୍ୟରେ ଅହିଂସାର ବାର୍ତ୍ତା ନେଇ ପରିଭ୍ରମଣ କରୁଥିବା ‘ଅହିଂସା ରଥ’କୁ ଆସନ୍ତା ୩୦ ତାରିଖରେ ବାଲିପାଟଣାରେ ସ୍ୱାଗତ ସମ୍ବର୍ଦ୍ଧନା କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଦିକନ୍ଦ ବେହେରା , ତହସିଲଦାର ଶ୍ରୀ ମୃତ୍ୟଞ୍ଜୟ ତ୍ରିପାଠୀ, ଅତିରିକ୍ତ ବିଡିଓ , ସ୍ଥାନୀୟ ମେଡ଼ିକାଲ ଅଫିସର , ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ଅଗ୍ନିଶମ ସେବା ବିଭାଗ ଅଧିକାରୀ, ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର କର୍ମଚାରୀ, ସ୍ଥାନୀୟ ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ସମେତ ବାଲିପାଟଣା କଲେଜର ଅଧକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ସଭା କାର୍ଯ୍ୟକୁ ସଂଗ୍ରାମ କେଶରୀ ଦାସ ପରିଚାଳନା କରିଥିଲେ। ଅହିଂସା ରଥକୁ ବାଲିପାଟଣାବଜାରରୁ ସ୍ୱାଗତ କରି ବ୍ଲକ ପର୍ଯ୍ୟନ୍ତ ଅଣାଯିବ। ସେଥିପାଇଁ ସ୍ଥାନୀୟ ଥାନାଧିକାରୀ ଶୃଙ୍ଖଳା ବଜାୟ ରଖିବା, ବିଦ୍ୟୁତ ବିଭାଗ ସଜାଗ ରହିବା, ଡାକ୍ତରୀ ଦଳ ଏବଂ ଅଗ୍ନିଶମ ବିଭାଗ ସଜାଗ ରହିବା ପାଇଁ…
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଓସେପା ଦ୍ୱାରା ପ୍ରଥମ କରି ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ଉଚ୍ଚ ମାଧ୍ୟମିକ ଅଧ୍ୟକ୍ଷ ଓ ଏଡିଇଓ ସମ୍ମିଳନୀ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ପରାମର୍ଶଦାତା ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ‘ଏଡୁ ଇନ୍ଭେଷ୍ଟ ୨୦୨୩’ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ଫଳାଫଳ ସମୀକ୍ଷା ଆଗକୁ ବଢ଼ିବା ପାଇଁ ବାଟ ଦେଖାଏ ବୋଲି କହିଥିଲେ । ଅଧ୍ୟକ୍ଷମାନେ ନିଜ ନିଜ ବିଦ୍ୟାଳୟର ଅଭିନବ ପଦକ୍ଷେପଗୁଡ଼ିକ ପ୍ରଦର୍ଶନ ପାଇଁ ସଜେଇ ରଖିବାକୁ ସେ ପରାମର୍ଶ ଦେଇଥିଲେ । ଉତ୍ସବର ଅନ୍ୟତମ ଅତିଥି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗୁରୁଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରି ନିଜ ଛାତ୍ରଜୀବନରେ କେତେକ ବିରଳ ଅନୁଭୂତି ବାଣ୍ଟିଥିଲେ ଓ ଜଣେ ଗୁରୁ କିପରି ଛାତ୍ରଜୀବନରେ କେତେକ ବିରଳ ଅନୁଭୂତି ବାଣ୍ଟିଥିଲେ ଓ…
ନୂଆଦିଲ୍ଲୀ: ଟି-୨୦ ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବ। ଆଜି ଠାରୁ ଦୁଇ ଦଳ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଏହି ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଥିରୁବନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଖେଳାଳି ଏକାଦଶ କିପରି ହେବ ଜାଣନ୍ତୁ…. କହିବାକୁ ଗଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଛି। ଏଥି ସହିତ ଦୀପକ ହୁଡା ମଧ୍ୟ ପିଠି ଯନ୍ତ୍ରଣା ହେତୁ ଟିମ୍ ଇଣ୍ଡିଆର ଅଂଶ ହେବେ ନାହିଁ। ଆଜି ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ରେ କେବଳ କେ.ଏଲ୍ ରାହୁଲ ଏବଂ ରୋହିତ ଶର୍ମା ଇନିଂସ ଆରମ୍ଭ କରିବେ। ଏଥିସହିତ ବିରାଟ କୋହଲିଙ୍କୁ ତିନି ନମ୍ବରରେ ଏବଂ ଚତୁର୍ଥ ନମ୍ବରରେ ସୂର୍ଯ୍ୟକୁମାର ଯାଦବ ଖେଳିବା…
ଚାଣକ୍ୟ ନୀତି: ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ଭଲ ବନ୍ଧୁ ଏବଂ କିଛି ତିକ୍ତ ଶତ୍ରୁ ଅଛନ୍ତି। ବନ୍ଧୁ ଏବଂ ଶତ୍ରୁ ପରୀକ୍ଷଣ ପ୍ରସଙ୍ଗରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ପରାମର୍ଶ ଦେଇଛନ୍ତି। ଚାଣକ୍ୟ ନିଜେ ନିଜ ଯୁଗରେ ଘନାନନ୍ଦଙ୍କୁ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲେ। ଚାଣକ୍ୟ ଜଣେ ବ୍ୟକ୍ତିଙ୍କୁ ଏପରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ଯେ, ତାଙ୍କ ଶତ୍ରୁ ସର୍ବଦା ଅସୁବିଧାରେ ପଡ଼ିବ। ଯଦି ଆପଣ ଏହାକୁ ଅଭ୍ୟାସ କରନ୍ତି, ତେବେ ଶତ୍ରୁର ସମସ୍ତ କୌଶଳ ବିଫଳ ହେବ ଏବଂ ବିଜୟ ଆପଣଙ୍କର ହେବ। ଖୁସିରେ ରହି ଶତ୍ରୁକୁ ଦଣ୍ଡ ଦିଅନ୍ତୁ: ଶତ୍ରୁକୁ ଅସୁବିଧାରେ ଦେଖିବା ପାଇଁ ଶତ୍ରୁ ସବୁକିଛି କରନ୍ତି ଯାହା ତାଙ୍କୁ ଯନ୍ତ୍ରଣା ଦିଏ। ଏପରି ପରିସ୍ଥିତିରେ, ଯଦି ଆପଣ ତାଙ୍କ ସାମ୍ନାରେ ସର୍ବଦା ଖୁସି ହୁଅନ୍ତି, ତେବେ ତାଙ୍କର ପ୍ରତ୍ୟେକ ପଦକ୍ଷେପ ବିଫଳ ହେବ ଏବଂ ଏହା ତାଙ୍କ ପାଇଁ ସବୁଠାରୁ ବଡ ଦଣ୍ଡ ହେବ।…
ମେଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ । ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ । ବୃଷ: – ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ । ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ମିଥୁନ: – ଆଜି, ଆପଣଙ୍କର ଦିନ ପ୍ରତିକୂଳ ପରିସ୍ଥିତିରେ ପରିପୂର୍ଣ୍ଣ । ପରାମର୍ଶ ଦିଆଯାଇଛି ଯେ ଆପଣ କୈଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ଆଜି ଚିକିତ୍ସା ଏବଂ…

