କନ୍ଦର୍ପ ବେହେରା ରେଢ଼ାଖୋଲ: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ନାକଟିଦେଉଳ ରେଞ୍ଜ ର ଯୁରାପାଲି, ସରାପାଲି, ଚନ୍ଦ୍ରପୁର ଠାରେ ଫଡ଼ି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଦାବୀ ମଧ୍ୟରେ କେନ୍ଦୁପତ୍ରରୁ ସଂଗ୍ରହ କରାଯାଇଥିବା ଜି ଏସ ଟି ପ୍ରତ୍ୟାହାର, ସାମାଜିକ ସୁରକ୍ଷା ଯୋଜନା ରେ ତୋଳାଳୀ ଏବଂ କର୍ମଚାରୀ ମାନଙ୍କ ଝିଅ ବିବାହ ରେ ଆର୍ଥିକ ସାହାଯ୍ୟ, ଛାତ୍ର ଛାତ୍ରୀ ମାନଙ୍କୁ ଛାତ୍ର ବୃତ୍ତି ପ୍ରଦାନ, ଶତପ୍ରତିଶତ ବୋନସ ପ୍ରଦାନ ଆଦି ବିଭିନ୍ନ ଦାବୀ ନେଇ ସାରା ରାଜ୍ୟରେ ସଂଘ ପକ୍ଷରୁ ହେଉଥିବା ଆନ୍ଦୋଳନ ରେ ନାକଟିଦେଉଳ ର ତୋଳାଳୀ ଓ କର୍ମଚାରୀ ମାନେ ବହୁ ପରିମାଣରେ ସାମିଲ ନିବେଦନ କରାଯାଇଥିଲା। ବିଗତ ଦିନରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରୀ ଙ୍କୁ ଏ ବାବଦରେ ଦାବିପତ୍ର ପ୍ରଦାନ କରାଯାଇଥିଲା। କେନ୍ଦୁପତ୍ର ସଂସ୍ଥା ରେ ଓଡ଼ିଶାର ତେର…
Author: Samikhsya Bureau
କନ୍ଦର୍ପ ବେହେରା ରେଢ଼ାଖୋଲ: ନାକ୍ଟିଦେଉଳ ରେଞ୍ଜ ଅଧିନରେ ଥିବା ଗାଁ ମାନଙ୍କରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେଉଥିବା ଜଣା ପଡ଼ିଛି। ତା ୧୮.୧୦.୨୨ ରିଖ ର ଵିଳମ୍ଵିତ ରାତ୍ରିରେ ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ବଳମ ପଞ୍ଚାୟତ ର ମହୁକୁଦ ଗ୍ରାମ ଖଳିମୁଣ୍ଡା ନିକଟବର୍ତ୍ତୀ ଜାମୁପଟି ରେ ପ୍ରାୟ ଵାର ଘରିଆ ହାତୀ ପ୍ରଵେଶ କରି ପାଞ୍ଚ ଜଣ ଵ୍ୟକ୍ତି ଙ୍କର ଚାଷ ଜମିର ଅଧାଭାଗ ଫସଲ ନଷ୍ଟ କରିଛନ୍ତି। ଏବର୍ଷ ଚାଷ ଭଲ ହୋଇଥିବାରୁ ଚାଷୀମାନେ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି। ବାରମ୍ବାର ହାତୀ ଉପଦ୍ରବ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ପ୍ରତିକାର କରାଯାଇପାରିନାହିଁ। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଆବଶ୍ୟକୀୟ କ୍ଷତିପୁରଣ ଦେବାକୁ ଦାବୀ ହେଉଛି। ହାତୀ ଘଉଡାଇବାରେ ବନବିଭାଗର କର୍ମଚାରୀମାନେ ଆଗ ଭର ହେଉ ନ ଥିବା ଅଭିଯୋଗ ହେଉଛି।
ଭୁବନେଶ୍ୱର: ଦେଶର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ଉଲ୍ଲେଖନୀୟ ଯାତ୍ରାକୁ ବଜାୟ ରଖି ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ସର୍ବାଧିକ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ଦେଶରେ ୩୨.୮୧ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍ ୩.୨୬ ଲକ୍ଷ ଗ୍ରାହକ ଯୋଡ଼ିଛି। ଏହି ମାସରେ ଭୋଡାଫୋନ୍ ଆଇଡିଆ ୧୯.୫୮ ଲକ୍ଷ ଏବଂ ବିଏସ୍ଏନ୍ଏଲ୍ ୫.୬୭ ଲକ୍ଷ ଗ୍ରାହକଙ୍କୁ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡ଼ିଛି। ତେବେ ଗୁରୁତ୍ୱପୂର୍ଣ୍ଣ ଭାବେ ଅଗଷ୍ଟ ମାସରେ ବିଏସ୍ଏନ୍ଏଲ୍କୁ ପଛରେ ପକାଇ ରିଲାଏନ୍ସ ଜିଓ ଦେଶର ସର୍ବବୃହତ ଫିକ୍ସଡ୍ଲାଇନ୍ ସେବା ପ୍ରଦାନକାରୀରେ ପରିଣତ ହୋଇଛି । ଟ୍ରାଇର ଅଗଷ୍ଟ ମାସ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓର ଓୟାରଲାଇନ୍ ଗ୍ରାହକ ସଂଖ୍ୟା ୭୩.୫୨ ଲକ୍ଷରେ ପହଂଚିଥିବା ବେଳେ ବିଏସ୍ଏନ୍ଏଲ୍ର ଓୟାରଲାଇନ ଗ୍ରାହକ…
ଭୁବନେଶ୍ଵର: “ଦୁର୍ନୀତି ମୁକ୍ତ ଭାରତ – ଏକ ବିକଶିତ ଭାରତ” ବିଷୟ ବସ୍ତୁକୁନେଇ ଚଳିତ ବର୍ଷ 31 ଅକ୍ଟୋବରରୁ 6 ନଭେମ୍ବର 2022 ପର୍ଯ୍ୟନ୍ତ ସତର୍କତା (ଭିଜିଲାନ୍ସ) ସଚେତନତା ସପ୍ତାହ – 2022 ଆୟୋଜିତ କରାଯାଉଅଛି ଏବଂ ରେଳବାଇ ସମେତ ସାଧାରଣ ଲୋକଙ୍କୁ ସଚେତନ କରାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ବିତର୍କ ପ୍ରତିଯୋଗିତା, ପ୍ରବନ୍ଧ ଓ ସ୍ଲୋଗାନ୍ ଲେଖା ଏବଂ ଚିତ୍ରକଳା ସହିତ ଅନ୍ୟାନ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯାଉଛି ଯେଉଁଥିରେ ରେଳ କର୍ମଚାରୀ, ସେମାନଙ୍କର ପିଲାମାନେ ଏବଂ ସ୍କୁଲ ଓ କଲେଜ ଗୁଡିକର ଛାତ୍ର ଛାତ୍ରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି। ପୂର୍ବତଟ ରେଳପଥ ସତର୍କତା ବିଭାଗ ମଧ୍ୟ ଦୁର୍ନୀତିର କୁପ୍ରଭାବ ଉପରେ ସଚେତନତା ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଖଣ୍ଡତା ଏବଂ ସଚ୍ଚୋଟତା ବୃଦ୍ଧି ପାଇଁ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପହଞ୍ଚି ଏହି ଅଭିଯାନରେ ସେମାନଙ୍କୁ ସାମିଲ କରିଛି।…
ଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଦିଲ୍ଲୀର ଚାନ୍ଦିନୀ ଚୌକ ଠାରୁ ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଅଧୀନରେ ସମଗ୍ର ଭାରତରେ ବୃହତ୍ ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ବିଭାଗର ସଚିବ ଶ୍ରୀ ସଞ୍ଜୟ କୁମାର ଏବଂ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ସମାନ ଧରଣର ସ୍ୱଚ୍ଛତା ଅଭିଯାନ ୧୯ ଅକ୍ଟୋବର ୨୦୨୨ ରେ ଦେଶର ସମସ୍ତ ଗ୍ରାମ ଏବଂ ଜିଲ୍ଲାରେ ଚାଲୁ ହୋଇଛି। ଏହି ଅବସରରେ ଶ୍ରୀ ଠାକୁର କହିଥିଲେ ଯେ, ସ୍ୱଚ୍ଛ ଭାରତ କେବଳ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ସାଧାରଣ ଲୋକଙ୍କ ପ୍ରକୃତ ଚିନ୍ତା ଏବଂ ଏହି ସମସ୍ୟାର ସମାଧାନ ପାଇଁ ସେମାନଙ୍କର ସଂକଳ୍ପକୁ ପ୍ରତିଫଳିତ କରିଥାଏ। କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ‘ଜନ ଭାଗିଦାରୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ଗାନ୍ଧୀନଗରର ମହାତ୍ମା ମନ୍ଦିର କନଭେନସନ ଏବଂ ପ୍ରଦର୍ଶନୀ କେନ୍ଦ୍ରରେ ଡିଫେନ୍ସ ଏକ୍ସପୋ (ପ୍ରତିରକ୍ଷା ପ୍ରଦର୍ଶନୀ) ୨୨ ର ଉଦଘାଟନ କରିଛନ୍ତି। ଇଣ୍ଡିଆ ପାଭିଲିୟନରେ ପ୍ରଧାନମନ୍ତ୍ରୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ଡିଜାଇନ୍ ହୋଇଥିବା ସ୍ୱଦେଶୀ ପ୍ରଶିକ୍ଷକ ବିମାନ ଏଚଟିଟି-୪୦କୁ ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମିଶନ୍ ମହାକାଶ ପ୍ରତିରକ୍ଷା ମଧ୍ୟ ଆରମ୍ଭ କରି ଗୁଜୁରାଟରେ ଦିଶା ବିମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଭୟ ପ୍ରଧାନମନ୍ତ୍ରୀ ତଥା ଗୁଜୁରାଟର ପୁତ୍ର ଭାବରେ ଦକ୍ଷ ତଥା ଆତ୍ମନିର୍ଭର ଭାରତର ପ୍ରତୀକ ଏହି କାର୍ଯ୍ୟକ୍ରମରେ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ। ପ୍ରତିରକ୍ଷା ପ୍ରଦର୍ଶନୀ ୨୦୨୨ ର ସଂଗଠନ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ନୂତନ ଭାରତ ଏବଂ ଏହାର ସାମର୍ଥ୍ୟର ଚିତ୍ର ଆଙ୍କିଛି, ଯାହାର ସଙ୍କଳ୍ପ ଅମୃତ କାଳ ସମୟରେ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି…
ବାଲୁଗାଁ: ଦିନକୁ ଦିନ ଚିଲିକା ଅଞ୍ଚଳରେ ରୋଡ ରୋମିଓଙ୍କ ପାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ରାସ୍ତାରେ ଯାଉଥିବା ସ୍କୁଲ ଆଉ କଲେଜ ଛାତ୍ରୀମାନଙ୍କୁ ଏମାନେ ଟାର୍ଗେଟ କରୁଥିବା ବାରମ୍ବାର ଅଭିଯୋଗ ହେଉଛି। ରାସ୍ତା ପାର୍ଶ୍ଵରେ କିମ୍ବା କୌଣସି ନିକାଞ୍ଚନ ସ୍ଥାନରେ ଛିଡା ହୋଇ ଏହି ରୋଡ ରୋମିଓମାନେ ଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଇଙ୍ଗିତ କରୁଥିବାରେ ଅଭିଯୋଗ ହେଉଛି। ତେବେ ଏହି ଅସାମାଜିକ ଯୁବକଙ୍କ ଏଭଳି କାର୍ଯ୍ୟକୁ ରୋକିବା ପାଇଁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବେ ସଜାଗ ହୋଇଛନ୍ତି। ସେମାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ବାରିକ ଯୋଜନା ପ୍ରସ୍ତୁତଛନ୍ତି। ସେଥିପାଇଁ ଜନସାଧାରଣଙ୍କ ପାଇଁ ଏକ ବାର୍ତ୍ତା ଦେଇଛନ୍ତି। ରୋଡ ରୋମିଓଙ୍କ କାର୍ଯ୍ୟକଳାପ ଯୋଗୁଁ ଅସୁବିଧା ପଡୁଥିବା ବ୍ୟକ୍ତିମାନଙ୍କୁ ସେ ବାର୍ତ୍ତା ଦେଇଛନ୍ତି। ତେଣୁ ସେ କିଛି ଅଭିଯୋଗ ନମ୍ବର ଜାରି କରିଛନ୍ତି। ଟ୍ବିଟର ଜରିଆରେ ଶ୍ରୀ ବାରିକ ଏହି ଯୋଗାଯୋଗ ନମ୍ବର ସେୟାର କରି ଅଭିଯୋଗ କରିବାକୁ…
ଭୁବନେଶ୍ବର: ବାତ୍ୟା ସମ୍ଭାବନା ରହିଥିବାରୁ ବର୍ତ୍ତମାନ ରାଜ୍ୟ ସାତୋଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି। ଏକ ଜରୁରୀ ମେସେଜ ମାଧ୍ୟମରେ ଏହି ସାତୋଟି ଜିଲ୍ଲାପାଳ ବର୍ତ୍ତମାନ ପାଇଁ ସତର୍କ ରହିବାକୁ କୁହାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲା। ଏହି ଚିଠିରେ କୁହାଯାଇଛି ଯେ, ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ଆଗୁଆ ସତର୍କ କରାଇଛନ୍ତି। ସେଥିପାଇଁ ଏହି ସାତୋଟି ଜିଲ୍ଲାର ଜିଲ୍ଲାପାଳ ଆଗୁଆ ପ୍ରସ୍ତୁତି କରିବା ପାଇଁ ଏହି ଚିଠିରେ ଉଲ୍ଲେଖ କରାଯାଇଛି। ଏଥିସହିତ ଏହି ଚିଠି ଜରିଆରେ ନିର୍ଦ୍ଧିଷ୍ଠ ଭାବେ କୁହାଯାଇଛି ଯେ, 22 ଏବଂ 23 ତାରିଖରେ ମତ୍ସ୍ୟଜୀବିମାନେ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦେବେ। କାରଣ 22 ଅକ୍ଟୋବରରେ ସମୁଦ୍ରର ଜଳପତ୍ତନ ଅଶାନ୍ତ ରହିବ। ଫଳରେ ମତ୍ସ୍ୟଜୀବିମାନେ ଏହି…
ନୂଆଦିଲ୍ଲୀ: ଆଜି ଅଖିଳ ଭାରତ କଂଗ୍ରେସ କମିଟର ନିର୍ବାଚନ ଫଳାଫଳ ବାହାରିଛି। ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ। ଫଳରେ ଦୀର୍ଘ ବର୍ଷ ଧରି କଂଗ୍ରେସରେ ଚାଲିଆସିଥିବା ଗାନ୍ଧୀ ଶାସନର ଅବସାନ ଘଟିବାକୁ ଯାଉଛି। କଂଗ୍ରେସର ମଙ୍ଗ ଧରିଛନ୍ତି ଜଣେ ଅଣ ଗାନ୍ଧୀ ନେତା। ଖଡଗେ ସଭାପତି ଭାବେ ନିର୍ବାଚିତ ହେବା ପରେ ଉଭୟ ସୋନିଆ ଗାନ୍ଧୀ ଏବଂ ରାହୁଳ ଗାନ୍ଧୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏପରିିକି ତାଙ୍କର ପ୍ରତିଦ୍ବନ୍ଦି ଶଶି ଥରୁର ମଧ୍ୟ ଖଡଗେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶଶି ଥରୁର କହିଛନ୍ତି ଯେ, ସେ ଏକ ହଜାରରୁ ଉର୍ଦ୍ଧ ଭୋଟ ପାଇବା କିଛି ଛୋଟ କଥା ନୁହେଁ। ତେବେ ଖଡଗେ ସଭାପତି ଭାବେ ନିର୍ବାଚିତ ହେବା ପରେ ବର୍ତ୍ତମାନ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକା କଣ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଦଳୀୟ ନିୟମ ଅନୁସାରେ ସଭାପତି ହିଁ…
ନୂଆଦିଲ୍ଲୀ : ଆଜି ବିପୁଳ ଭୋଟରେ କଂଗ୍ରେସ ସଭାପତି ଭାବେ ବିଜୟ ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦି ଶଶି ଥରୁରଙ୍କୁ ସେ ପ୍ରାୟ ଛଅ ହଜାରରୁ ଉର୍ଦ୍ଧ ଭୋଟରେ ପରାଜିତ କରିଛନ୍ତି। କଂଗ୍ରେସ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଅଖିଳ ଭାରତ କଂଗ୍ରେସ ଦଳର ଅଧକ୍ଷ ଭାବେ ମଲ୍ଲିକାର୍ଜୁନ ଖଡଗେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ ଖଡଗେ ସହିତ ପ୍ରତିଦ୍ବନ୍ଦିତା କରୁଥିଲେ ଶଶି ଥରୁର। ନିର୍ବାଚନରେ ମଲ୍ଲିକାର୍ଜୁନ୍ ଖଡ଼ଗେଙ୍କୁ ମୋଟ ୭,୮୯୭ ଭୋଟ୍ ମିଳିଥିବାବେଳେ ଶଶି ଥରୁରଙ୍କୁ ୧୦୭୨ ଭୋଟ ମିଳିଥିଲା। ମୋଟ ଭୋଟ ଗ୍ରହଣ ହୋଇଥିଲା ୯୩୮୫ ଖଣ୍ଡ।
ଭୁବନେଶ୍ବର: ଶେଷରେ ବିଜୁ ଜନତା ଦଳରୁ ବହିସ୍କୃତ ହେଲେ ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିସ୍କୃତ କରିଛନ୍ତି। ଦଳ ତରଫରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି। ଧାମନଗର ଉପନିର୍ବାଚନରେ ବିଜେଡି ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ ନ କରିବାରୁ ସେ ବିଦ୍ରୋହୀ ଭାବେ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଦଳ ବ୍ଲକ ଅଧକ୍ଷା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିବାରୁ ସେ ଉତକ୍ଷିପ୍ତ ହୋଇ ଏପରି କରିଛନ୍ତି। ତେବେ ତାଙ୍କୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ଦଳ ତରଫରୁ ବହୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସେ ଶୁଣି ନ ଥିଲେ। ଏପରିକି ସେ ଖୋଲମ ଖୋଲା ବିଜେଡି ତାଙ୍କୁ ବହିସ୍କାର କଲେ ଭଲ ହେବ ବୋଲି କହି ଆସୁଥିଲେ।
ଭୁବନେଶ୍ବର: ଧିରେ ଧିରେ ଭୟଙ୍କର ବାତ୍ୟା ଆଡକୁ ରୂପାନ୍ତରିତ ହେବାରେ ଲାଗିଛି ଉତ୍ତର-ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ବର୍ତ୍ତମାନ ଏହି ଘୂର୍ଣ୍ଣିବଳୟ ସକ୍ରିୟ ରୂପ ଧାରଣ କରିାତଛି ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ କରାଇଛି। ଆସନ୍ତା ତିନିଦିନ ମଧ୍ୟରେ ଏହାର ସଂପୂର୍ଣ୍ଣ ରୂପରେଖ ଜଣାପଡିବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବରେ ଆସନ୍ତା ୨୨ ଅକ୍ଟୋବର ରୁ ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ଗଭୀର ସମୁଦ୍ର ଭାଗରେ ଝଡ଼-ପବନ ହେବ। ଏହା ଘଣ୍ଟା ପ୍ରତି ବେଗ ୪୫ ରୁ ୫୫ କିମି ସହ ସର୍ବାଧିକ ବା ଝଟକା ପବନ ୬୫ କିମି ଯାଏଁ ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗଦ କହିଛି। ଫଳରେ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ରକୁ ନ ଯିବା ପାଇଁ ପାଣିପାଗ ବିଭାଗ ସତର୍କ କରାଇଛି।
ଅଗରତାଲା: ତ୍ରିପୁରାରେ ଶାସକ ମେଣ୍ଟର ପାଞ୍ଚ ଜଣ ବିଧାୟକ ଅନ୍ୟ ଦଳକୁ ଯିବା ଦ୍ଵାରା ଭାରତୀୟ ଜନତା ପାର୍ଟିକୁ ଝଟକା ଲାଗିବ। କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ପଲିଟବୁରୋ ସଦସ୍ୟ ମାଣିକ ସରକାର ଦାବି କରିଛନ୍ତି ଯେ, ୨୦୧୮ ରେ ବାମପନ୍ଥୀ ସରକାରକୁ ଭାଙ୍ଗି ସେହି ନେତାମାନଙ୍କୁ ରଖିନପାରିବା ଭାରତୀୟ ଜନତା ପାର୍ଟିର ବିଫଳତା। ଉତ୍ତର-ପୂର୍ବ ତ୍ରିପୁରା ରାଜ୍ୟରେ ତିନି ଜଣ ବିଜେପି ବିଧାୟକ ବିଭିନ୍ନ ଦଳରେ ଯୋଗଦେବା ସହିତ ପରିସ୍ଥିତି ବଦଳି ଯାଇଛି। ତ୍ରିପୁରା ବିଧାନସଭାରେ ବିରୋଧୀଦଳର ନେତା ସରକାର କହିଛନ୍ତି ଯେ, ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ଦଳ ବଦଳ କରିଥିବା ନେତାମାନେ ସର୍ବସାଧାରଣରେ କହୁଛନ୍ତି ଯେ ସେମାନେ ବିଜେପିର କାର୍ଯ୍ୟ ଶୈଳୀରେ ନିରାଶ ଏବଂ ଅତ୍ୟନ୍ତ ଅସନ୍ତୁଷ୍ଟ। ନିର୍ବାଚନ ପୂର୍ବରୁ ଶାସକ ଦଳ ପାଇଁ ଏହା ଏକ ବଡ ଝଟକା ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ସରକାର କହିଛନ୍ତି। ଆସନ୍ତା ବର୍ଷ ଫେବୃଆରୀରେ ତ୍ରିପୁରାରେ ବିଧାନସଭା…
ଭୁବନେଶ୍ଵର: ସଫଳତାର ଷଷ୍ଠ ବର୍ଷ ହେବ ଖୁବ୍ ସ୍ମରଣୀୟ ଓ ଧମାକେଦାର୍। ଆମେ କହୁଛୁ ଜୀ ସାର୍ଥକ ସଂସାର ଆୱାର୍ଡ୍ସର ଷଷ୍ଠ ବାର୍ଷିକୋତ୍ସବ ସମ୍ପର୍କରେ। ଜୀ ସାର୍ଥକ- ଆପଣଙ୍କର, ଆମର ଆଉ ଆମ ସମସ୍ତଙ୍କର ଲୋକପ୍ରିୟ ମନୋରଞ୍ଜନଧର୍ମୀ ଚ୍ୟାନେଲ। ଯାହାର ମନଛୁଆଁ ଧାରାବାହିକ,ଫିଲ୍ମ ଓ ବିଭିନ୍ନ ରିଆଲିଟି ସୋ ଆପଣଙ୍କ ହୃଦୟରେ ଘର କରିଛି। ସେଇ ଗୁଣୀ ଓ ସୃଜନଶୀଳ କଳାକାରଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ଅକ୍ଟୋବର ୨୩ ତାରିଖ ସନ୍ଧ୍ୟା ୬.୩୦ ମିନିଟ୍ ରେ ପ୍ରସାରିତ ହେବ ଜୀ ସାର୍ଥକ ସଂସାର ଆୱାର୍ଡ୍ସର ଷଷ୍ଠ ସଂସ୍କରଣ। ଉତ୍ସବମୁଖର ହେବ ମଞ୍ଚ ଆଉ ମନ୍ତ୍ରମୁଗ୍ଧ ହେବେ ଓଡ଼ିଆ ଦର୍ଶକ। ଓଡ଼ିଶାର ଅଗଣିତ ପ୍ରିୟ ଦର୍ଶକବନ୍ଧୁ ଗୋଟିଏ ମଞ୍ଚରେ ଦେଖିବାକୁ ପାଇବେ ସେମାନଙ୍କର ଅତି ପ୍ରିୟ ଟିଭି ଓ ସିନେ କଳାକାରଙ୍କ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ। ଏକଦମ୍ ତାରକାଖଚିତ ସଂଧ୍ୟା, ଯେଉଁଠି ଷ୍ଟେଜ୍ ସୋରେ ପରଫର୍ମ କରିବେ ସବ୍ୟସାଚୀ, ସୂର୍ୟମୟୀ, ଏଲିନା,…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୭୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୦ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୫ କଟକ ଜିଲ୍ଲାରୁ- ୭ ଦେବଗଡ ଜିଲ୍ଲାରୁ- ୨ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ- ୨ ଝାରସୁଗୁଡା ଜିଲ୍ଲାରୁ- ୧ କଳାହାଣ୍ଡି ଜିଲ୍ଲାରୁ- ୬ ଖୋର୍ଦ୍ଧା ଜିଲ୍ଲାରୁ- ୮ ମୟୂରଭଞ୍ଜ ଜିଲ୍ଲାରୁ- ୩ ନୟାଗଡ ଜିଲ୍ଲାରୁ- ୧ ନୂଆପଡା ଜିଲ୍ଲାରୁ- ୩ ପୁରୀ ଜିଲ୍ଲାରୁ- ୮ ସମ୍ବଲପୁର ଜିଲ୍ଲାରୁ- ୭ ସୁନ୍ଦରଗଡ ଜିଲ୍ଲାରୁ- ୧୪ ଷ୍ଟେଟ ପୁଲରୁ- ୧ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫…
ଚିଲିକା: ‘ଗୋଲ୍ଡେନ ଲ୍ୟାଣ୍ଡ’ ହିତାଧିକାରୀଙ୍କ ପାଇଁ ବଡ ଖବର। ଯେଉଁ ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡର ଜମାକାରୀମାନେ ଅନଲାଇନରେ ପଞ୍ଜିକରଣ କରିଥିଲେ, ସେମାନେ ଖୁବ ଶୀଘ୍ର ନିଜର ନଜର କାଗଜ ପତ୍ର ଆରଆଇ ଅଫିସରେ ଜମା କରିବା ପାଇଁ କୁହାଯାଇଛି। ରାଜ୍ୟସରକାର ଦେଇଥିବା ସମୟର ଅବଧି ଶେଷ ହେଇଆସୁଥିବାରୁ, ଯଥା ଶୀଘ୍ର ଆରଆଇ ଅଫିସରେ ପଞ୍ଜିକରଣ କାଗଜ, ବଣ୍ଡ ପେପର, ଟଙ୍କା ରସିଦ୍, ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଇତ୍ୟାଦିର ନକଲ ଆରଆଇ ଅଫିସରେ ଜମା କରିବା ପାଇଁ ହିତାଧିକାରୀମାନଙ୍କୁ ଚିଲିକା ତହସିଲଦାର ନିବେଦନ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଚିଟଫଣ୍ଡ ଯାଞ୍ଚ ଗତ ମାସରୁ ପ୍ରତି ଆରଆଇ ଅଫିସରେ ଆରମ୍ଭ ହୋଇସାରିଛି। କିନ୍ତୁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ଏହା ଆସନ୍ତା ଦୁଇ ଦିନ ମଧ୍ୟରେ ଶେଷ ହୋଇଯିବ। ଯଦି ସରକାର ପୁଣିଠାରେ ଅନୁମତି ଦେବେ, ତେବେ ଏହାର ସମୟ ଅବଧି ବଢିପାରେ। ତଥାପି ବର୍ତ୍ତମାନ ସମୟ ଅବଧି ପୂର୍ବରୁ…
ଭୁବନେଶ୍ବର: ବର୍ତ୍ତମାନ ଧାମନଗର ଉପନିର୍ବାଚନ ଲଢେଇ ଆରମ୍ଭ ହୋଇଯାଇଛି। ବିଭିନ୍ନ ଦଳ ତରଫରୁ କର୍ମିମାନେ ଲଢେଇ କରିବା ଆରମ୍ଭ କରିସାରିଲେଣି। ତେବେ ଏହି ଲଢେଇ ଭିତରେ ଆଇନ ଉଲ୍ଲଂଘନକାରୀଙ୍କ ଉପରେ କଡା ନଜର ରଖିଛନ୍ତି ନିର୍ବାଚନ ଅଧିକାରୀ। ଗତ ଅକ୍ଟୋବର ୩ ତାରିଖଠାରୁ ସମଗ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ନିର୍ବାଚନ ମଣ୍ଡଳୀରେ କେତେକ ଜାଗାରେ ଏହାର ଉଲ୍ଲଂଘନ ହୋଇଥିବା ପରିଲକ୍ଷିତ ହୋଇଛି । ସର୍ବସାଧାରଣ କାନ୍ଥବାଡ଼ିରେ ୬୨୪ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବାବେଳେ ବ୍ୟକ୍ତିବିଶେଷଙ୍କ କାନ୍ଥବାଡ଼ରେ ୫୯ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବା ଜଣାଯାଇ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୮୭ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବାବେଳେ ସିଆର୍ପିସି ଧାରା ଅନୁସାରେ ୧୧୬୭ ଜଣ ବ୍ୟକ୍ତିଙ୍କୁ ଅଟକ କରାଯାଇଛି ଓ ୫୩ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଜାମିନ୍ବିହୀନ ୱାରେଣ୍ଟ କାର୍ଯ୍ୟକାରୀ…
ନୂଆଦିଲ୍ଲୀ: ଆଜି କଂଗ୍ରେସ ଏକ ନୂତନ ସଭାପତି ପାଇବ। ସୋମବାର ଦିନ ଦଳର ମୁଖିଆଙ୍କ ପାଇଁ ଭୋଟ୍ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରାୟ ୯୬ ପ୍ରତିଶତ ଭୋଟ୍ ଦିଆଯାଇଥିଲା। କଂଗ୍ରେସ ସଭାପତି ପଦ ପାଇଁ ଏହି ପ୍ରତିଯୋଗିତା ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ରହିଛି। ଜାଣନ୍ତୁ ନିର୍ବାଚନ ସହ ଜଡିତ ବଡ କଥା… ୧. ସୋମବାର ଦିନ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଭୋଟ୍ ଦିଆଯାଇଥିଲା। ଦଳର ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ମତ ଦେଇଛନ୍ତି। ୨. କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ମୁଖ୍ୟ ମଧୁସୂଦନ ମିସ୍ତ୍ରୀ ମତଦାନ ପରେ କହିଛନ୍ତି ଯେ, ସଭାପତି ପଦର ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ହୋଇଛି। ୯,୯୦୦ ପ୍ରତିନିଧୀଙ୍କ…
ଭୁବନେଶ୍ବର: ଲିଭ୍-ଇନ୍-ରିଲେସନ୍ସିପ୍କୁ ନେଇ ଆଜିର ଯୁବ ସମାଜ ବେଶ୍ ସକାରାତ୍ମକ। ରାଇଟ୍ ଟୁ ଲାଇଫ୍ରେ ସେମାନେ ସ୍ଵାଧୀନ ଭାବେ ନିଜ ଲାଇଫ୍ ସହ ବଞ୍ଚିବାରେ ମସ୍ଗୁଲ୍। ତେବେ ଭାରତ ପରି ଏକ ସଂସ୍କୃତି ସମ୍ପନ୍ନ ଦେଶରେ ଏହି ସମ୍ପର୍କକୁ ନେଇ ଏବେବି ଦ୍ଵିଧା ରହିଛି। ପାରମ୍ପରିକ ବିଧିବ୍ୟବସ୍ଥା ତଥା ଆମ ଭାରତୀୟ ସାମାଜିକ ବ୍ୟବସ୍ଥା ଏହି ସମ୍ପର୍କକୁ ଏବେବି ଭିନ୍ନ ଚକ୍ଷୁରେ ଦେଖୁଛି। ଭାରତରେ ସମ୍ପର୍କକୁ ନେଇ ଏକ ଭିନ୍ନ ସଂଜ୍ଞା ନିରୂପଣ କରାଯାଇଥାଏ। ବିଶେଷକରି ପୁଅ ଝିଅର ସର୍ମ୍ପକକୁ ଏଠି ଏକ ମାପକାଠି ଭିତରେ ରଖାଯାଇଥାଏ। ସୁପ୍ରିମ୍କୋର୍ଟଙ୍କ ଦ୍ଵାରା ଲିଭ୍-ଇନ୍-ରିଲେସନ୍ସିପ୍କୁ ଗ୍ରହଣ କରାଯିବା ପରେ ବି ଭାରତୀୟ ସମାଜରେ ଏହାକୁ ସଠିକ୍ ରୂପେ ଗ୍ରହଣ କରାଯାଇପାରୁନାହିଁ। ବର୍ତ୍ତମାନର ଯୁବପିଢି ଆଉ ସେ ପୁରୁଣାକାଳିଆ ସଂସ୍କୃତିକୁ ଅନ୍ଧ ଭାବେ ଆପଣେଇବାକୁ ଚାହେଁନାହିଁ। ଏବେର ଯୁବସମାଜ ଜଣକୁ ସଂପୂର୍ଣ୍ଣ ଆପଣେଇବା ଆଗରୁ ଉଭୟ ଉଭୟଙ୍କୁ ପରଖିବାକୁ ପସନ୍ଦ କରୁଛନ୍ତି। ତେବେ ଏହା ଏବେକାର…
ଭୁବନେଶ୍ୱର: ଆଜି ସ୍ପେନ ଦେଶ ପାଇଁ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ଦିନେଶ କୁମାର ପଟ୍ଟନାୟକ ଏବଂ ଗ୍ୱାଟେମାଲା ପାଇଁ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ମନୋଜ କୁମାର ମହାପାତ୍ର ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ୱାର୍ଲଡ ସ୍କିଲ ସେଣ୍ଟରକୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଓଡିଶା ସ୍କିଲର ହବ୍ ଅଟେ। କୌଣସି ଆଧୁନିକ ଅର୍ଥନୀତିର ବିକାଶରେ ଦକ୍ଷତା ବିକାଶ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ଦେଶରେ ପ୍ରତିଭା ବିକାଶର ଏକ ହବ୍ ଭାବରେ ଓଡିଶାରେ ୱାର୍ଲଡ ସ୍କିଲ ସେଣ୍ଟର ବିକଶିତ ହେବା ଆଶ୍ଚର୍ଯ୍ୟଜନକ ଅଟେ। ସେହିଭଳି ମହାମହିମ ଶ୍ରୀ ମହାପାତ୍ର ୱାର୍ଲଡ ସ୍କିଲ ସେଣ୍ଟରର ଅତ୍ୟାଧୁନିକ ବୈଷୟିକ ତାଲିମ କେନ୍ଦ୍ର ଦେଖି ଖୁସି ବ୍ୟକ୍ତ କରିବା ସହ ପ୍ରକାଶ କରିଛନ୍ତି ଯେ ସିଙ୍ଗାପୁର ସରକାରଙ୍କ ସହଭାଗିତାରେ ଓଡ଼ିଶା ସରକାର ୱାର୍ଲï ସ୍କିଲ ସେଣ୍ଟରର ବିକାଶ କରିଛନ୍ତି, ଯାହା ଦକ୍ଷତା ବିକାଶ ନିମନ୍ତେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ଇଣ୍ଟରପୋଲରେ ୯୦ ତମ ସାଧାରଣ ପରିଷଦ (ଜେନେରାଲ ଆସେମ୍ଲି) ରେ ଉଦ୍ବୋଧନ ଦେଇଛନ୍ତି। ସେ ତାଙ୍କ ଉଦ୍ବୋଧନ ଅବସରରେ ଏହି ସମାବେଶରେ ଭାଗ ନେଇଥିବା ସମସ୍ତ ପ୍ରତିନିଧି ଓ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ତାହାର ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରୁଛି ଏବଂ ଏହା ଦେଶର ଜନସାଧାରଣ ଓ ସଂସ୍କୃତିର ଏକ ଉତ୍ସବ। ୨୦୨୩ରେ ଇଣ୍ଟରପୋଲ ତାହାର ପ୍ରତିଷ୍ଠାର ଏକଶତ ବର୍ଷ ପାଳନ କରିବା ଏକ ବିରଳ ସଂଯୋଗ। ଏକ ଶହ ବର୍ଷ ପୂର୍ତ୍ତି ପାଳନ ଇଣ୍ଟରପୋଲ ଓ ଏହା ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ପାଇଁ ଆତ୍ମନିରୀକ୍ଷଣ ଓ ଆତ୍ମ ସମୀକ୍ଷାରେ ସମୟ। ଏହା ମାଧ୍ୟମରେ ଭବିଷ୍ୟତର କର୍ମପନ୍ଥା ନିର୍ଦ୍ଧାରଣ କରିବାକୁ ହେବ। ଏହି ଶତବାର୍ଷିକ ପାଳନ ପ୍ରସ୍ତୁତି ଅବସର ଏକ ଆନନ୍ଦ ଓ ଉତ୍ସାହର କ୍ଷଣ। ଏହା ଅନୁଶୀଳନ, ଆତ୍ମସମୀକ୍ଷା ଏବଂ…

