Rishi Sunak British PM : ଭାରତୀୟ ବଂଶୋଦ୍ଧବ ଋଷି ସୁନକ କିଙ୍ଗ ଚାର୍ଲସଙ୍କୁ ଭେଟିବା ପରେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। କିଙ୍ଗ ଚାର୍ଲସଙ୍କୁ ଭେଟିବା ପାଇଁ ନିଜର ବ୍ୟକ୍ତିଗତ କାରରେ ବକଂହାମ ପାଲେସରେ ପହଞ୍ଚିଥିଲେ ସୁନକ। ଏହାପରେ କିଙ୍ଗ ଚାର୍ଲସ ତାଙ୍କୁ ନିଯୁକ୍ତ ପତ୍ର ହସ୍ତାନ୍ତର କରିଥିଲେ। ଏହି ଖବର ପରେ ସୁନକଙ୍କ ଶାଶୁ ସୁଧା ନାରାୟଣ ମୂର୍ତ୍ତି ତାଙ୍କୁ ସ୍ବାଗତ କରିଛନ୍ତି। ଏକ ଟୁଇଟ କରେ ସେ ସୁନକଙ୍କୁ ଅଭିନନ୍ଦନ ବୋଲି କହିଛନ୍ତି। ସୁଧା ହେଉଛନ୍ତି ଇନଫୋସିସ ପ୍ରତିଷ୍ଠାତା ଏନ ନାରାୟନମୂର୍ତ୍ତିଙ୍କ ଧର୍ମପତ୍ନୀ। ତାଙ୍କର ଝିଅ ଅକ୍ଷତା ନାରାୟଣମୂର୍ତ୍ତି ହେଉଛନ୍ତି ଋଷି ସୁନକଙ୍କ ପତ୍ନୀ। ଋଷି ସନକ ବ୍ରିଟେନର ପ୍ରଧାନମନ୍ତ୍ର ହେବା ପରେ ଉଭୟ ବ୍ରିଟେନ ଏବଂ ଭାରତ ରାଜନୀତିରେ ଖୁସି ପ୍ରକଟ କରାଯାଇଛି।
Author: Samikhsya Bureau
ଭୁବନେଶ୍ୱର : ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିଜୁ ଜନତା ଦଳ ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଚାଲୁଛି। ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ରାଜ୍ୟ ନିର୍ବାଚନ ଅଧିକାରୀବିଭିନ୍ନ ବେଆଇନ କାର୍ଯ୍ୟରେ ଶାସକ ବିଜେଡିକୁ ଘଂଟ ଘୋଡାଇବା ସହିତ ନିଜେ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି। ନିଜେ ସିଇଓ ବାଡ ସାଜି, କ୍ଷେତ ଖାଇବା ଭଳି କାର୍ଯ୍ୟରେ ବ୍ୟସ୍ତ ଥିବା କାରଣରୁ ଧାମନଗର ଉପନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ହେବା ନେଇ ବିରାଟ ସନ୍ଦେହ ସୃଷ୍ଟି ହୋଇଛି। ଶାସକ ବିଜେଡି ନେତା, ମନ୍ତ୍ରୀ ଓ କର୍ମୀମାନଙ୍କ ଚାପରେ ସରକାରୀ କର୍ମଚାରୀମାନେ ବିଜେଡି ସପକ୍ଷରେ ଭୋଟ କରାଇବା ଦାୟୀତ୍ୱରେ ନିୟୋଜିତ ଅଛନ୍ତି। ଏହି ପ୍ରସଙ୍ଗରେ ବିଜେପି ତରଫରୁ ସିଇଓ, ଭଦ୍ରକ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କୁ ତଥ୍ୟ ଓ ପ୍ରମାଣ ସହିତ ବାରମ୍ବାର ଅଭିଯୋଗ କରାଯିବା ସତ୍ୱେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏସଏଚଜି…
ଭୁବନେଶ୍ୱର : ଭାରତବର୍ଷରେ ସଂସ୍କାରବାଦୀ ଆନ୍ଦୋଳନର ପ୍ରବର୍ତ୍ତକ ତଥା ଆର୍ଯ୍ୟସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୧୩୯ତମ ନିର୍ବାଣ ଉତ୍ସବ ସୋମବାର ଦିନ ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ପାଳିତ ହୋଇଯାଇଛି । ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ଉତ୍ସବ, ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଉତ୍ସବର ପ୍ରାରମ୍ଭରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ଅଧ୍ୟକ୍ଷତାରେ ବୈଦିକ ଯଜ୍ଞ ସରିବା ପରେ କାର୍ଯ୍ୟକ୍ରମକୁ ପାତଞ୍ଜଳି ଯୋଗଗୁରୁ ବୃନ୍ଦାବନ ସ୍ୱାଇଁ ଉଦ୍ଘାଟନ କରି କହିଲେ ଯେ, ଆଜକୁ ୧୪୭ ବର୍ଷ ତଳେ ମହର୍ଷି ଦୟାନନ୍ଦ ଯେଉଁ ସଂସ୍କାବାଦୀ ଆନ୍ଦୋଳନର ସୂତ୍ରପାତ କରିଥିଲେ ଆଜି ମଧ୍ୟ ଭାରତବର୍ଷରେ ତାହାର ଆବଶ୍ୟକତା ରହିଛି । ଏବେ ବି ଗାଁ ଗହଳିରେ ଅନ୍ଧବିଶ୍ୱାସ ବସା ବାନ୍ଧି ରହିଛି । ରୋଗ ହେଲେ ଲୋକେ ଡ଼ାକ୍ତରଖାନା ନ ଯାଇ ଦିସାରି ପାଖକୁ ଯାଉଛନ୍ତି । ନୂତନ ଯୁବପିଢି ସମାଜରେ…
ନୂଆଦିଲ୍ଲୀ: ଆଜି ସାରା ଦେଶରେ ସାମାଜିକ ଗଣମାଧ୍ୟମ ହ୍ବାଚସପ ଡାଉନ ହୋଇଯାଇଛି। ଗ୍ରହାକମାନେ କିଏ ଏହି ଆପକୁ ଖୋଲିପାରୁ ନାହାଁନ୍ତି। ଏପରିକି ଯେଉଁମାନଙ୍କର ଖୋଲୁଛି ସେଥିରେ ମେସେଜ ବା ଫଟୋ ପଠେଇ ହେଉ ନାହିଁ। ହ୍ବାଟସପ ଡାଉନ ଚାଲୁଥିବାରୁ ଏ ନେଇ ଟୁଇଟରରେ ଟ୍ରେଣ୍ଡ ଚାଲିଛି। ତେବେ ରିଅଲ ଟାଇମ ଡାଉନଡିଟେକ୍ଟର ଅନୁସାରେ ଆଜି ଭାରତରେ ଦିନ ପ୍ରାୟ 12 ଟା 30 ବେଳକୁ 11000 ୟୁଜରସ ସେମାନଙ୍କର ମୋବାଇଲରେ ଏହି ଆପ ଖୋଲିବାରେ ସମସ୍ୟା ଦେଖାଦେଇଥିଲା। ତେବେ ଭାରତ ଅପେକ୍ଷା ଅନ୍ୟ ଦେଶରେ ଏହି ସଂଖ୍ୟା ଅଧିକ। ଏହି ଡିଟେକ୍ଟର ଅନୁସାରେ ଯୁକେରେ 68000 ଏବଂ ସିଙ୍ଗାପୁରରେ 19000 ବ୍ୟବହାରକାରୀ ଏହି ଆପ ବ୍ୟବହାରରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେବେ ଏହି ଆପ୍ ର କଂପାନୀ ମେଟା ତରଫରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି। ସେଥିରେ କୁହାଯାଇଛି ଯେ, ଖୁବ ଶିଘ୍ର ଏହାର ସମାଧାନ କରାଯିବ।
ଭୁବନେଶ୍ବର: ଏଥର ଧନତରାସ୍ ସୁନା ବେପାରୀଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ। କାରଣ ଦୁଇବର୍ଷ ଧରି କରୋନାରେ ଦୋକାନ ବନ୍ଦ ଥିବାରୁ ବେପାର ହୋଇ ନ ଥିଲା। ହେଲେ ଏଥର ଧନତରାସ ସେମାନଙ୍କୁ ମାଲେମାଲ କରିଦେଇଛି। ଏକ ବେସରକାରୀ ହିସାବରୁ ଜଣାପଡିଛି ଯେ, ଏଥର ଧନତରାସରେ ଲୋକମାନେ ପ୍ରାୟ ୩ କ୍ବିଣ୍ଟାଲରୁ ଅଧିକ ସୁନା ବୋହି ନେଇଥିବାର ଜଣାପଡିଛି। ଏହି ହିସାବରୁ ଜଣାପଡିଛି ଯେ, ଏଥର ସୁନା ଅଳଙ୍କାର ବେପାରୀ ପ୍ରାୟ ୧୫୦ କୋଟି ଟଙ୍କାର ବେପାର କରିଛନ୍ତି। ତେବେ ଆଶ୍ଟର୍ୟ୍ୟର କଥା ହେଉଛି ଯେ, କେବଳ ଭୁବନେଶ୍ବରରେ ପ୍ରାୟ ୨ କ୍ବିଣ୍ଟାଲ ସୁନା ବିକ୍ରି ହୋଇଯାଇଛି। ଭୁବନେଶ୍ବରର ସମସ୍ତ ସୁନା ଗହଣା ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ନାମଜାଦା ଦୋକାନଗୁଡିକରେ ଲୋକେ ଧାଡିବାନ୍ଧି ସୁନା କିଣୁଥିବାର ଦେଖାଯାଇଥିଲା। ବିଶେଷ ଭାବେ ଧନତରାସରେ ଏକ ସୁନା ଜିନିଷ କିଣିବାର ବିଧି ରହିଥିବାରୁ ଅନେକ ଗ୍ରହାକ ତାହା ପାଳନ ପାଇଁ ଛୋଟ…
ଭୁବନେଶ୍ବର: ବିଭିନ୍ନ ସମୟରେ ବିବାଦୀୟ ହୋଇପଡିଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲରୁ ଫେରିବା ପରେ ଏବେ ଭିନ୍ନ ରୂପ ଧାରଣ କରିଛନ୍ତି। ସେ ବର୍ତ୍ତମାନ ନିଜକୁ ଧାର୍ମିକ କାର୍ଯ୍ୟରେ ନିୟୋଜିତ ରଖୁଛନ୍ତି। ନିଜ ଭିତରେ ଏବଂ ରାଜ୍ୟରେ ଶାନ୍ତି ଆଣିବା ପାଇଁ ବର୍ତ୍ତମାନ ସେ ନିଜକୁ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ନିଜକୁ ସାମିଲ ରଖୁଛନ୍ତି। ନିକଟରେ ଦୁର୍ଗାପୂଜା ଆଉ ଲକ୍ଷ୍ମୀ ପୂଜାରେ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରଶାନ୍ତ ଜଗଦ୍ଦେବ ପୂଜାପାଠ କରୁଥିବାର ପରିଲକ୍ଷିତ ହୋଇଥିଲା। ବିଶେଷ କରି ସେ ଖୋର୍ଦ୍ଧା ଏବଂ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ହେଉଥିବା ଏହି ପୂଜାରେ ନିଜକୁ ନିୟୋଜିତ ରଖିଥିଲେ। ସେତିକି ନୁହେଁ ସେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନେତୃବୃନ୍ଦଙ୍କ ସହିତ ମଧ୍ୟ ସଂପର୍କ ଯୋଡିଥିଲେ। ପ୍ରଶାନ୍ତ ଜଗଦେବ ଜଣେ ରାଗି ମିଞ୍ଜାଜର ନେତା ବୋଲି ଯେଉଁ ପ୍ରଚାର ଚାଲିଛି ସେଥିରେ ସେ ଭଟ୍ଟା ପକାଇବା ପାଇଁ ଏହି ନୂଆ ମାଧ୍ୟମକୁ ଆପଣେଇଛନ୍ତି। ପ୍ରଶାନ୍ତ…
ଭୁବନେଶ୍ବର: ଦୀପାବଳିରେ ପୁର ପଲ୍ଲୀ ବେଶ ଉତ୍ସବ ମୁଖର ହୋଇଉଠିଛି। ଦୀପର ଆଲୁଅରେ ଝଲସି ଉଠିଛି ଗାଁଠାରୁ ସହର ପର୍ଯ୍ୟନ୍ତ। ବାଣ ରୋଷଣୀରେ ଗର୍ଜି ଉଠିଛି ପରିବେଷ। ଏପରି ପରିସ୍ଥିତିରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ବାସଭବନ କିପରି ବାଦ ପଡନ୍ତା। ନବୀନ ନିବାସରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଳନ କରିଛନ୍ତି ଦୀପାବଳି। ଦୀପାବଳି ଉପଲକ୍ଷେ ନବୀନ ନିବାସକୁ ଦୀପରେ ସଜେଇ ଦିଆଯାଇଛି। ପାହାଚଠାରୁ ଆରମ୍ଭ କରି ରାସ୍ତା ପାଚେରୀ ପର୍ଯ୍ୟନ୍ତ ଦୀପ ଆଳୁଅରେ ଝଲସି ଉଠିଛି। ତାହାର ଭିତରେ ଦେଇ ନବୀନ ପଟ୍ଟନାୟକ ଚାଲିଚାଲି ଆସୁଥିବାର ଦୃଶ୍ୟ ବେଶ ମନୋରମ ହୋଇଉଠିଛି। ଏଥିସହିତ ତାଙ୍କର ବ୍ୟକ୍ତିଗତ ସଚିବ ବା 5ଟି ସଚିବ ଭି କେ ପାଣ୍ଡିଆନଙ୍କ ସହିତ ମଧ୍ୟ ସେ ସେହି ଦୀପଆଲୁଅ ଭିତରେ ବୁଲୁଥିବାର ଦେଖାଯାଇଛି। ଶେଷରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।
Solar Eclipse: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜି ବର୍ଷର ଶେଷ ସୂର୍ଯ୍ୟ ପରାଗ ସଂଗଠିତ ହେଉଛି। ହିନ୍ଦୁ ମାସ ଅନୁଯାୟୀ, ଏହି ସୂର୍ଯ୍ୟ ପରାଗ ଅମାବାସ୍ୟା ଦିନ ଘଟିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଗ୍ରହଣର 12 ଘଣ୍ଟା ପୂର୍ବରୁ ଏହାର ପାଳନ ଅବଧି ଆରମ୍ଭ ହୁଏ। ଆସନ୍ତୁ ଜାଣିବା ଏହି ଅବଧିରେ କେଉଁ ବସ୍ତୁ ଉପରେ ଏହାର ପ୍ରଭାବ ଅଛି। 1- ବିଶ୍ୱାସ କରାଯାଏ ଯେ ସୂର୍ଯ୍ୟ ଗ୍ରହଣ ସମୟରେ ଏହାର ଜଳ ଉପରେ ଏହାର ପ୍ରଭାବ ପଡିଥାଏ। ଯାହାର ପ୍ରମାଣ ହେଲା ଏହି ଗ୍ରହଣ ସମୟରେ ସମୁଦ୍ରରେ ଅଧିକ ଜୁଆର ସୃଷ୍ଟି ହୋଇଥାଏ। ସେଥିପାଇଁ ପାଣି ପିଇବା ବେଳେ ସେଥିରେ ତୁଳସୀ ପତ୍ର ମିଶାଇ ପାନ କରିବା ଉଚିତ। 2- ଏହା ମଧ୍ୟ ବିଶ୍ବାସ କରାଯାଏ ଯେ ଖାଦ୍ୟ ଉପରେ ଗ୍ରହଣର ପ୍ରଭାବ ରହିଛି, ସେଥିପାଇଁ ଗ୍ରହଣ ଶେଷ ହେବା ପରେ କିମ୍ବା ଗ୍ରହଣର ବହୁ ପୂର୍ବରୁ ଖାଦ୍ୟ…
ନୂଆଦିଲ୍ଲୀ: ଆଜି ହେଉଛି ସୂର୍ଯ୍ୟ ପରାଗ। ଭାରତରେ ଏହି ପରାଗ ଆଂଶିକ ଦୃଶ୍ୟମାନ ହେଉଛି। ଅନ୍ୟ କେତେକ ଦେଶରେ ଏହା ସଂପୂର୍ଣ୍ଣ ପରାଗ ସଂଗଠିତ ହେଉଛି। ତେବେ ଭାରତର ବିଭିନ୍ନ ରାଜ୍ୟର ଭୌଗଳିକ ସ୍ଥିତି ଅନୁସାରେ ଏହି ପରାଗ ଅଳ୍ପଅଳ୍ପ ଅନ୍ତରରେ ଦୃଷ୍ଟି ଗୋଚର ହେବ। ମହାକାଶ ବିଶେଷଜ୍ଞ ଅନୁସାରେ କେଉଁ ସ୍ଥାନରେ ଏହି ଗ୍ରହଣ କେତେବେଳେ ଦୃଶ୍ୟ ହେବ ଏବଂ କେତେବେଳେ ଶେଷ ହେବ ତାହାର ସମୟ ନିର୍ଦ୍ଧାରଣ କରିଛନ୍ତି। ସେହି ଅନୁସାରେ.. ନୂଆଦିଲ୍ଲୀ- ଅପରାହ୍ନ ୦୪ ଟା ୨୮ ମିନଟ ରୁ ୦୫ଟା ୪୨ କୋଲକାତା – ଅପରାହ୍ନ ୦୪ ଟା ୫୧ ମିନଟ ରୁ ୦୫ ଟା ୦୪ ମୁମ୍ବାଇ – ଅପରାହ୍ନ ୦୪ଟା ୪୯ ରୁ ସଂଧ୍ୟା ୦୬ ଟା୦୯ ଚେନ୍ନାଇ – ଅପରାହ୍ନ ୦୫ ଟା ୧୩ ମିନିଟ ରୁ ୦୫ ଟା ୪୫ ପାଟନା – ଅପରାହ୍ନ ୦୪ ଟା ୪୨ ରୁ…
ନୂଆଦିଲ୍ଲୀ: ଆଜି ହେଉଛି ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ। ୨୦୨୨ ବର୍ଷର ଏହା ହେଉଛି ପ୍ରଥମ ସୂର୍ଯ୍ୟ ପରାଗ ଯାହା ଭାରତରେ ଦୃଶ୍ୟମାନ ହେବ। ତେଣୁ ଏହାର ସୂତାକ ଅବଧି ମଧ୍ୟ ବୈଧ ହେବ। ଏହା ପୂର୍ବରୁ ଏପ୍ରିଲ୍ ୩୦ ରେ ସୂର୍ଯ୍ୟ ପରାଗ ଘଟିଥିଲା ଯାହା ଭାରତରେ ଦୃଶ୍ୟମାନ ହେଉ ନଥିଲା। ସେତେବେଳେ ଏହାର ସୂତକ ପାଳନ କରାଯାଇ ନ ଥିଲା। ଭାରତରେ ଆଜିର ସୂର୍ଯ୍ୟ ପରାଗ ପ୍ରାୟ ୪ ଟା ୨୯ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ୦୯ ମିନିଟ ରେ ଶେଷ ହେବ। ସୂର୍ଯ୍ୟ ପରାଗ ଆରମ୍ଭ ହେବାର ୧୨ ଘଣ୍ଟା ପୂର୍ବରୁ ସୂତାକ ଅବଧି ଆରମ୍ଭ ହୁଏ। ତେଣୁ ଭାରତରେ ଏହାର ସୂତାକ ଅବଧି ୨୫ ଅକ୍ଟୋବରରେ ଭୋର ୪ ଟା ପରେ ଆରମ୍ଭ ହେବ। ଅର୍ଥାତ ହାଣ୍ଡିଛାଡ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ପରା ସମୟରେ କିଛି ସତର୍କତା…
ମେଷ:- ରୋଜଗାର ବୃଦ୍ଧି ପାଇବ। ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ନୂତନ ପୋଷାକ ଗ୍ରହଣ କରାଯିବ। କିଛି ବଡ କାମ କରି ଖୁସି ହେବ। ବିନିଯୋଗ ଲାଭଦାୟକ ହେବ। ପଦୋନ୍ନତି ପାଇଁ ପ୍ରୟାସ ସଫଳ ହେବ। ବିବାଦରୁ ଦୂରେଇ ରୁହନ୍ତୁ। ଏକ ଜରୁରୀ ଜିନିଷ ହଜି ଯାଇପାରେ। ବୃଷ :- ଖର୍ଚ୍ଚ ବୃଦ୍ଧି ହେତୁ ଟେନସନ ହେବ। କୈଣସି ବ୍ୟକ୍ତିର ଉତ୍ତେଜନାରେ ଶିକାର ହୁଅନ୍ତୁ ନାହିଁ। ବିବାଦରୁ ଦୂରେଇ ରୁହନ୍ତୁ। ପାରିବାରିକ ଚିନ୍ତା ରହିବ। କାମ କରିବା ଭଳି ଅନୁଭବ କରିବେ ନାହିଁ। ବ୍ୟବସାୟ ଭଲ ହେବ। ଆୟ ହେବ। ନିଜ ବିବେକ ବ୍ୟବହାର କରନ୍ତୁ। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆପଣ ଆପଣଙ୍କର ସାଙ୍ଗମାନଙ୍କ ସମର୍ଥନ ପାଇବେ। ମିଥୁନ :- ଦେୟ ଫେରସ୍ତ ପାଇଁ ପ୍ରୟାସ ସଫଳ ହେବ। ଏକ ଦୀର୍ଘ ଯାତ୍ରାର ସମ୍ବାବନା ରହିଛି।…
ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ସେ ରାଷ୍ଟ୍ରପତି ଭବନ ଯାଇ ସେଠାରେ ରାଷ୍ଟ୍ରପତିଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇଛନ୍ତି। ଏ ନେଇ ରାଷ୍ଟ୍ରପତି ଭବନନରୁ ଏକ ଟୁଇଟ କରି ସୂଚନା ପ୍ରଦାନ କରାଯାଇଛି। ଏ ନେଇ ରାଷ୍ଟ୍ରପତି ଟୁଇଟ କରି କହିଛନ୍ତି ଯେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ ହେଲା। ଉଭୟ ପରସ୍ପରକୁ ଦୀପାବଳି ଶୁଭେଚ୍ଛା ଆଦାନ ପ୍ରଦାନ କଲୁ। ଉଭୟ ଏହି ମାନବ ସମାଜରେ ଶାନ୍ତି ମୈତ୍ରୀ ସୃଷ୍ଟି ହେଉ ବୋଲି ଆଶା କଲୁ। ଏହି ପର୍ବରେ ଅନ୍ଧକାର ଦୂର ହୋଇ ସମସ୍ତଙ୍କ ଜୀବନ ଆଲୋକିତ ହେଉ ଆଶା ବ୍ୟକ୍ତ କଲୁ।
ନୂଆଦିଲ୍ଲୀ: ସାହସୀ ଯବାନ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , କାରଗିଲ୍ର ମାଟି ପ୍ରତି ସମ୍ମାନ ତାଙ୍କୁ ସର୍ବଦା ସଶସ୍ତ୍ର ବାହିନୀର ସାହସୀ ପୁଅ ଓ ଝିଅ ମାନଙ୍କ ପ୍ରତି ଆକର୍ଷିତ କରିଥାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବର୍ଷ ବର୍ଷ ଧରି ଆପଣ ମାନେ ମୋ ପରିବାରର ଏକ ଅଂଶ ହୋଇ ରହି ଆସିଛନ୍ତି । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଥିଲେ ଯେ, ଯବାନ ମାନଙ୍କର ଉପସ୍ଥିତିରେ ଦୀପାବଳିର ମଧୁରତା ବୃଦ୍ଧି ପାଇଥାଏ ଏବଂ ସେମାନଙ୍କ ମଧ୍ୟରେ ରହିଥିବା ଦୀପାବଳିର ଆଲୋକ ସେମାନଙ୍କର ଉତ୍ସାହକୁ ଅଧିକରୁ ଅଧିକୁ କରିଥାଏ । ଗୋଟିଏ ପକ୍ଷରେ, ମାତୃଭୂମି ପ୍ରତି ଭଲ ପାଇବା ରହିଥିବା ବେଳେ, ଅନ୍ୟ ପକ୍ଷରେ ସାହସୀ ଯବାନ ମାନେ ଏଠାରେ ଅଛନ୍ତି । ମୁଁ ଅନ୍ୟ କୌଣସି ସ୍ଥାନରେ ଏପରି ଦୀପାବଳି ଆଶା କରି ନଥାଏ ” । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ଆମର ପରମ୍ପରା ତଥା…
ନୟାଗଡ଼: ନୟାଗଡ଼ରେ ବଡ଼ଧରଣର ଅଳଙ୍କାର ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୋଲିସ। ଲୁଟେରାଙ୍କ ଠାରୁ ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ମୂଲ୍ୟର ସୁନା ଓ ରୁପା ଅଳଙ୍କାର ଜବତ କରିବା ସହ ଏହି ଘଟଣାରେ ମୋଟ ୮ ଜଣଙ୍କୁ ନୟାଗଡ଼ ପୋଲିସ ଗିରଫ କରିଛି। ନୟାଗଡ଼ ଅଂଚଳର ଏହି ଲୁଟେରା ଗ୍ୟାଙ୍ଗ ଜିଲ୍ଲା ବାହାରେ ବିଭିନ୍ନ ସମୟରେ ସୁନା ଓ ରୁପା ଅଳଙ୍କାର ଲୁଟ କରିଥିବା ବେଳେ ବିଭିନ୍ନ ଥାନାରେ ପ୍ରାୟ ୧୦ ରୁ ଅଧିକ ମାମଲାରେ ଏମାନଙ୍କର ସମ୍ପୃକ୍ତି ରହିଥିବା ନେଇ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପାହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେପଟେ ପ୍ରାୟ କୋଡିଏ ଜଣ ଲୁଟେରା ଗ୍ୟାଙ୍ଗ ମଧ୍ୟରୁ ୬ ଜଣ ଲୁଟେରାଙ୍କୁ ଗିରଫ କରାଯାଇଥିବା ବେଳେ ଚୋରି ସାମଗ୍ରୀ କିଣିଥିବା ୨ ଜଣ ସୁନା ବ୍ୟବସାୟୀଙ୍କୁ ମଧ୍ୟ ନୟାଗଡ଼ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ମାମଲାରେ…
ଭୁବନେଶ୍ବର: ବାତ୍ୟା ସିତ୍ରାଙ୍ଗକୁ ନେଇ ଆସିଛି ବଡ ଖବର। ଏହି ଖବର ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ସେହି ଅନୁସାରେ ଆଉ ମାତ୍ର ଛଅ ଘଣ୍ଟା ମଧ୍ୟରେ ବାତ୍ୟା ସିତ୍ରାଙ୍ଗ ନେବ ଭୀଷଣ ରୂପ। ବର୍ତ୍ତମାନ ସମୁଦ୍ର ମଧ୍ୟରେ ଏହା ବାତ୍ୟା ଭାବେ ଗତିକରୁଛି। ହେଲେ ଛଅ ଘଣ୍ଟା ମଧ୍ୟରେ ଏହା ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହେବ। ପାଣିପାଗ ସୂଚନା ଅନୁସାରେ ବାତ୍ୟା ସିତ୍ରାଙ୍ଗ ଭୀଷଣ ରୂପ ନେବା ପରେ ଏହା ଘଣ୍ଟାକୁ 90 ରୁ 100 କିଲୋମିଟର ବେଗରେ ପବନ ପ୍ରବାହିତ ହେବ। ସେହିପରି ସମୁଦ୍ରରେ ଜୁଆର ପ୍ରାୟ 2.4 ମିଟର ଉଚ୍ଚତା ହେବ। ଏହା ଆସନ୍ତାକାଲି 25 ତାରିଖରେ ବାଙ୍ଗାଲାଦେଶ ସ୍ଥଳଭାଗ ଛୁଇଁବ ବୋଲି ଜଣାପଡିଛି।
କାମାକ୍ଷାନଗର: ଦୀପାବଳିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏକ ବାଣ ଦୋକାନରେ ବିସ୍ପୋରଣ ଘଟିଛି। କାମାକ୍ଷନଗର ନିକଟସ୍ଥ ବଡ଼ସୁଆଁଳ ଗାଁରେ ଏକ ବାଣ ଦୋକାନରେ ଏହି ବିସ୍ଫୋରଣ ହୋଇଛି। ଫଳରେ ସେଠାରେ ଉପସ୍ଥିତ ଥିବା ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଯେଉଁମାନେ ଗୁରୁତର ହୋଇଛନ୍ତି ସେମାନେ ହେଲେ ଜଗବନ୍ଧୁ ନାୟକ, ଦୁଷ୍ମନ୍ତ ନାୟକ, ୯ ବର୍ଷର ଶିଶୁପୁତ୍ର ପ୍ରତୀକ ନାୟକ ଏବଂ ୧୧ ବର୍ଷର ଝିଅ ଅନ୍ୱେଷା ପାଲ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବିସ୍ପୋରଣ କାରଣ ଜଣାପଡି ନାହିଁ।
ଭୁବନେଶ୍ବର: ଆଜି ପବିତ୍ର ଦୀପାବଳି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏ ନେଇ ନବୀନ ଏକ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, “ଆଲୋକର ପର୍ବ ଦୀପାବଳି ଓ ପବିତ୍ର କାଳୀପୂଜା ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ନିଜ ସୁରକ୍ଷା ପ୍ରତି ବିଶେଷ ଯତ୍ନବାନ ହୋଇ ଉତ୍ସବରେ ସାମିଲ ହୁଅନ୍ତୁ। ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି। ଶୁଭ ଦୀପାବଳି , Happy Diwali ।
ଭୁବନେଶ୍ବର: ଦୀପାବଳିରେ ଚାରିଆଡେ ବାଣ ଫୁଟୁଥିବା ବେଳେ ପିପିଲିରେ କିନ୍ତୁ ଫୁଟିଛି ଗୁଳି। ଯାହାକୁ ନେଇ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଗୁଲିମାଡରେ ଗୁରୁତର ହୋଇଥିବା ଯୁବକ ଜଣକ ହେଲେ ଉଜାଣିପଡାର ସନାତନ ପ୍ରଧାନ। ତାଙ୍କ ଜଙ୍ଘରେ ଗୁଳିମାଡ ହୋଇଥିବାର ଜଣାପଡିଛି। ସନାତନଙ୍କୁ ପ୍ରଥମେ ପିପିଲି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବର୍ତ୍ତମାନ ଭୁବନେଶ୍ବରର କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଗୁଳିକାଣ୍ଡର କାରଣ କଣ ଜଣାପଡି ନ ଥିଲେ ମଧ୍ୟ ପୂର୍ବ ଶତ୍ରୁତା ବୋଲି ଅନୁମାନ କରାଯାଉଛି।
ନୂଆଦିଲ୍ଲୀ: ଚଳିତ ୨୦୨୨ ବର୍ଷର ଶେଷ ସୂର୍ଯ୍ୟପରାଗ ଆସନ୍ତାକାଲି ମଙ୍ଗଳବାର ଦିନ ଅର୍ଥାତ୍ ୨୫ ଅକ୍ଟୋବରରେ ହେବାକୁ ଯାଉଛି। ଚଳିତ ବର୍ଷ ଦୀପାବଳିରେ ଏହି ସୂର୍ଯ୍ୟପରାଗ ସଂଗଠିତ ହେଉଥିବାରୁ ଏଥର ଦୀପାବଳି ଦିନକ ପୂର୍ବରୁ କରାଯାଉଛି। ତେବେ ଜାଣନ୍ତୁ ଦେଶର କେଉଁ ସ୍ଥାନରେ କେତେବେଳେ ଦୃଶ୍ୟମାନ ହେବ ଏହି ପରାଗ। ନୂଆଦିଲ୍ଲୀ- ଅପରାହ୍ନ ୦୪ ଟା ୨୮ ମିନଟ ରୁ ୦୫ଟା ୪୨ କୋଲକାତା – ଅପରାହ୍ନ ୦୪ ଟା ୫୧ ମିନଟ ରୁ ୦୫ ଟା ୦୪ ମୁମ୍ବାଇ – ଅପରାହ୍ନ ୦୪ଟା ୪୯ ରୁ ସଂଧ୍ୟା ୦୬ ଟା୦୯ ଚେନ୍ନାଇ – ଅପରାହ୍ନ ୦୫ ଟା ୧୩ ମିନିଟ ରୁ ୦୫ ଟା ୪୫ ପାଟନା – ଅପରାହ୍ନ ୦୪ ଟା ୪୨ ରୁ ୦୫ ଟା୧୪ ଜୟପୁର – ଅପରାହ୍ନ ୦୪ ଟା ୩୧ମିନିଟ ରୁ ୦୫ ଟା ୫୦ ଲକ୍ଷ୍ନୌ- ଅପରାହ୍ନ ୦୪ ଟା ୩୬…
ଭୁବନେଶ୍ବର: ଇଣ୍ଡିଆନ୍ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ ସାଂସ୍କୃତିକ ଐତିହ୍ୟ ବା INTACH ର ଏକ ତିନିଜଣିଆ ଟିମ୍ ପୁରୀ ଜିଲ୍ଲାର ଡେଲାଙ୍ଗା ତହସିଲର ହରିରାଜପୁର ଗାଁର ପଶ୍ଚିମା ସୋମାନଥ ମନ୍ଦିରରେ ପ୍ରାୟ ୧୭୦ ବର୍ଷ ପୂର୍ବରୁ ଖୋଦିତ ଏକ କାଠଲିପି ଚିହ୍ନଟ କରିଛନ୍ତି। ପୂର୍ବରୁ ଶିଳାଲିପି ରହିଛି। ହେଲେ କାଠଲିପି ଏକ ବିରଳ ଉଦାହରଣ ସୃଷ୍ଟି କରିଛି। ଏନଟାକ୍ ପ୍ରକଳ୍ପ ସଂଯୋଜକ ଅନୀଲ ଧୀର, ପ୍ରକଳ୍ପ ସହାୟକ ଦୀପକ କୁମାର ନାୟକ ଏବଂ ବିକ୍ରମ ନାୟକଙ୍କୁ ନେଇ ଗଠିତ ଟିମ୍ ଏହାକୁ ଚିହ୍ନଟ କରିଛନ୍ତି। ଏହା ଦୟା-ରତ୍ନାଚିରା ନଦୀ ଉପତ୍ୟକାରେ ଥିବା ପ୍ରତ୍ନତାତ୍ତ୍ୱିକ ସ୍ମାରକୀଗୁଡ଼ିକର ସର୍ବେକ୍ଷଣ ସମୟରେ ଏହା କାଠଲିପି ଆବିଷ୍କାର କରିଥିଲେ। ଏହି ସ୍ଥାନଟି ଭୋଇ ରାଜବଂଶର ରାଜଧାନୀ ଥିବା ଖୁରୁଧାଗଡ ଦୁର୍ଗ ନିକଟରେ ହରିରାଜପୁର। ଦୀପକ ନାୟକଙ୍କ ଅନୁଯାୟୀ, ଓଡିଆରେ ଲେଖାଯାଇଥିବା କାଠ ଲେଖା ଆମକୁ ରାଜା ରାମଚନ୍ଦ୍ର ଦେବ ତୃତୀୟର ୪୪ ତମ ଅଙ୍କ…
ଭୁବନେଶ୍ୱର : ଜାତିସଂଘ ଦିବସ ଉପଲକ୍ଷେ ସୋମବାର ପୂର୍ବାହ୍ନରେ ରାଜ୍ୟ ଯୁବ ସାମୁଖ୍ୟ ସମିତି ଆନୁକୂଲ୍ୟରେ କଳିଙ୍ଗ ହସ୍ପିଟାଲ ଛକରୁ ଏକ ଶାନ୍ତି ପଦଯାତ୍ରା ବାହାରି ମହାତ୍ମା ଗାନ୍ଧୀ ପାର୍କରେ ପହଞ୍ôଚ, ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଶାନ୍ତି ପଦଯାତ୍ରାରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ମାଲ୍ୟାର୍ପଣ କରିଥିଲେ । ୧୯୪୫ ମସିହାରେ ବିଶ୍ୱ ଦରବାରରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଅଗଷ୍ଟ ୬ ତାରିଖ ଫେଡାଲ୍ଗନ ଓ ଅଗଷ୍ଟ ୯ ତାରିଖ ଲିଟିଲ୍ବଏ ନାମକ ଦୁଇଟି ପରମାଣୁ ବୋମା ଜାପାନର ହିରୋସୀମା ଓ ନାଗାସାକୀ ଉପରେ ଆମେରିକା ନିକ୍ଷେପ କରିଥିଲା । ଫଳରେ ଏକଲକ୍ଷ ଚାଳିଶ ହଜାର ନିରୀହ ଜନସାଧାରଣ ମୃତ୍ୟୁବରଣ କରିଥିଲେ । ଏହି ଜଘନ୍ୟ ମୃତ୍ୟୁର ତାଣ୍ଡବଲୀଳା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା । ଏଣୁ ବିଶ୍ୱରେ ଶାନ୍ତି ସ୍ଥାପନ ନିମନ୍ତେ ଶାନ୍ତି ଓ ସଂହତି ରକ୍ଷା ପାଇଁ ଏହିଦିନ ଗଠିତ ହୋଇଥିଲା ଜାତିସଂଘ…

