Author: Samikhsya Bureau

ଭୁବନେଶ୍ୱର :  ପୁରୀ ଜିଲ୍ଲା ନିମାପଡା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ଓ ଭୁବନେଶ୍ୱରର ଅର୍ଚ୍ଚନା ନାଗ କେଳେଙ୍କାରୀ ଘଟଣାର ନିରପେକ୍ଷ ତଦନ୍ତ ଦାବୀ କରି ଆଜି ବିଜେପି ତରଫରୁ ଧାରଣା ଦିଆଯାଇଛି। ଆଜିଠାରୁ ୫୮ଟି ସବଡିଭିଜନରେ ଏହି ଆନ୍ଦୋଳନ କରାଯାଉଛି। ଯଥାଶୀର୍ଘ ରାଜ୍ୟ ସରକାର ଶ୍ରୀ ସାହୁଙ୍କୁ ଓ ଅର୍ଚ୍ଚନା କଳାକାରନାର ପର୍ଦ୍ଦାଫାସ କରନ୍ତୁ ବୋଲି ଦାବୀ କରାଯାଇଛି। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଜ୍ଜନ ଶର୍ମା, ଜୟପ୍ରକାଶ ମିଶ୍ର, କର୍ଣ୍ଣଲ ବିରେନ୍ଦ୍ର ବସ୍ତିୟା, ପଦ୍ମନାଭ ଦାସ, କିଶୋର ମଙ୍ଗରାଜ, ଶ୍ୟାମସୁନ୍ଦର ପାଇକରାୟ, ହିମାଂଶୁ ମହାନ୍ତି, ଭଗବାନ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ସେନାପତି, ବିବେକ ନାୟକ, ଗୋପାଳ କୁଣ୍ଡୁ, ନାରାୟଣ ବେହେରା, ସନତ ଭୋଇ ଓ କାହ୍ନୁ ଚରଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Read More

ଭୁବନେଶ୍ବର: ଲଘୁଚାପ ବାତ୍ୟା ନେଇ ବେଶ କିଛି ଦିନ ଚର୍ଚ୍ଚା ଚାଲିବା ପରେ ଏବେ ଆସିଛି ଏକ ଖୁସି ଖବର। ତାହା ହେଲା ଆସନ୍ତା ୩୦ଯାଏଁ ପାଗ ଶୁଖିଲା ରହିବ। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ପାଣିପାଗ ବିଭାଗ କହିଛି ଯେ, ଆଗାମୀ ୩୦ ଅକ୍ଟୋବର ଯାଏଁ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବାର ସମ୍ଭାବନା ଥିବାବେଳେ ୩୧ତାରିଖ ବେଳକୁ ବଙ୍ଗୋପସାଗର ଅଞ୍ଚଳରୁ ପୂର୍ବାଳୀବାୟୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

Read More

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରଦୂଷଣର ମୁକାବିଲା ପାଇଁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଆଧାରିତ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବୈଧାନିକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଚଳିତ ବର୍ଷ ପଞ୍ଜାବରେ ବହୁ ପରିମାଣରେ ଫସଲ ଅବଶେଷ ଜଳାଇବା ଘଟଣା ଘଟୁଥିବା କାରଣରୁ ଏଭଳି ସ୍ଥିତି ଦେଖା ଦେଇଛି। ଆୟୋଗ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର ୨୪, ୨୦୨୨ ସୁଦ୍ଧା ପ୍ରାପ୍ତ ସାଟେଲାଇଟ ରିମୋଟ ସେନ୍ସିଂ  ଡାଟା ଅନୁଯାୟୀ ପଞ୍ଜାବରେ ପାଖାପାଖି ମାତ୍ର ୩୯% ଜମିରେ ଚାଷ କାର୍ଯ୍ୟ କରାଯାଇଛି, କିନ୍ତୁ ଅଧିକ ସଂଖ୍ୟାରେ ଫସଲ ଅବଶେଷ ଜଳାଇବା ଏକ ଚିନ୍ତାର ବିଷୟ। ବାୟୁ ଗୁଣବତ୍ତା ପରିଚାଳନା ପାଇଁ ଇସ୍ରୋ ପକ୍ଷରୁ ଏକ ମାନକ ନିୟମାବଳୀ ବିକଶିତ କରାଯାଇଛି। ୧୫ ସେପ୍ଟେମ୍ବର, ୨୦୨୨ ଠାରୁ ୨୬ ଅକ୍ଟୋବର, ୨୦୨୨ ମଧ୍ୟରେ ପଞ୍ଜାବରେ ମୋଟ୍‌ ୭ ହଜାର ୩୬ଟି ଫସଲ…

Read More

ଭୁବନେଶ୍ୱର: ଉପଭୋକ୍ତାବାଦ ଓ ବଜାରୀକରଣ ଲୋକସଂସ୍କୃତି ସୁରକ୍ଷା କ୍ଷେତ୍ରରେ ବିରାଟ ଆହ୍ୱାନ ସୃଷ୍ଟି କରିଛି । ଲୋକସଂସ୍କୃତିରେ ଆମର ଐତିହ୍ୟ, କଳାତ୍ମକ ଗୁଣ, ତୃଣମୂଳ ବୈଚିତ୍ର୍ୟ ରହିଥିବାବେଳେ ଆମେ ଆଧୁନିକତା ଓ ବିକାଶ ଆଳରେ ଲୋକସଂସ୍କୃତିକୁ ଅଣଦେଖା କରିଚାଲିଛୁ ବୋଲି ବିଶିଷ୍ଟ ସଂସ୍କୃତି ବିଶାରଦ ତଥା ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ବ୍ରହ୍ମ ପ୍ରକାଶ ମତ ପ୍ରଦାନ କରିଛନ୍ତି । ବିଶିଷ୍ଟ ଲେଖକ, ସଂଗ୍ରାହକ, ନାଟ୍ୟକର୍ମୀ ତଥା ଲୋକସଂସ୍କୃତି ଗବେଷକ ସ୍ୱର୍ଗତ ସୁରେଶ ବଳବନ୍ତରାୟଙ୍କ ୬୮ତମ ଜନ୍ମତିଥି ଅବସରରେ ଆୟୋଜିତ ‘ସୁରେଶ ସମାବେଶ’ରେ ସ୍ମାରକ ବକ୍ତୃତା ପ୍ରଦାନ କରି ଡ. ବ୍ରହ୍ମ ପ୍ରକାଶ ଏହି ମର୍ମରେ ଲୋକସଂସ୍କୃତିର ସଂରକ୍ଷଣ ଦିଗରେ ନବଚେତନାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି । ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖ୍ୟାତିସଂପନ୍ନ ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ସମ୍ମାନିତ…

Read More

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳର ବିଶିଷ୍ଟ ସାମ୍ବାଦିକ ତଥା ଆଇନଜୀବୀ ସୀତାରାମ ଅଗ୍ରୱାଲଙ୍କ ପିତା ସ୍ବର୍ଗତ ଗଣେଶ ପ୍ରସାଦ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର। ଶ୍ରୀ ପାତ୍ର ଗୁରୁବାର ଦିନ ସୀତାରାମଙ୍କ ବାସଭବନକୁ ଯାଇ ସ୍ବର୍ଗତ ଗଣେଶ ପ୍ରସାଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏହାସହିତ ସେ ସୀତାରାମଙ୍କୁ ସାନ୍ତ୍ୱନା ଦେବା ସହ ତାଙ୍କ ପରିବାରବର୍ଗଙ୍କ ସହ ବହୁ ସମୟ ବିତାଇଛନ୍ତି। ସେହିପରି ଭାବେ ଉକ୍ତଦିନ ହିନ୍ଦୁ ଜାଗରଣ ମଞ୍ଚ ଓଡ଼ିଶା ପ୍ରଦେଶ ସଂଗଠନ ସମ୍ପାଦକ ତନ୍ମୟ ଦାସ ଏବଂ ପୂର୍ବତନ ଏବିଭିପି ଖୋର୍ଦ୍ଧା ଜିଲ୍ଲା ସଂଗଠନ ସମ୍ପାଦକ ଶଶିକାନ୍ତ ମଲିକ ମଧ୍ୟ ସ୍ବର୍ଗତ ଶ୍ରୀ ଅଗ୍ରୱାଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିପରି ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ ବିଜେଡି ନେତା ମନୋଜ ବାରିକୀ ମଧ୍ୟ…

Read More

ଭୁବନେଶ୍ୱର: ଚଳିତ ଅକ୍ଟୋବର ମାସ ୨୮ତାରିଖରେ ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ତଥା ପୂଜା ମହୋତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଦେଶ ବିଦେଶରୁ ବହୁ ବୌଦ୍ଧ ଭିକ୍ଷୁ, ସାଧୁ ସନ୍ଥ ଏବଂ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ଯୋଗଦେଇ ଶାନ୍ତିସ୍ତୂପର ମୁଖ୍ୟ ଦର୍ଶନ ପୀଠ ସମ୍ମୁଖ ମଣ୍ଡପ ଠାରେ ଆୟୋଜିତ ପୂଜା ଉତ୍ସବରେ ଯୋଗଦାନ କରିବାର କାର‌୍ୟ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିର ରଖିଆଗାମୀ ୨୮ ତାରିଖ ସକାଳ ୮ ଘଣ୍ଟା ସମୟରୁ ଦିନ ୧ଟା ପର‌୍ୟ୍ୟନ୍ତ ଧଉଳି ଶାନ୍ତିସ୍ତୂପପର‌୍ୟ୍ୟଟକ ତଥା ସର୍ବସାଧାରଣଙ୍କ ନିମନ୍ତେ ପରିଦର୍ଶନ ବନ୍ଦ ରହିବ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପୋଲିସ୍ ପ୍ରଶାସନ ତରଫରୁ ଆବଶ୍ୟକ ଟ୍ରାଫିକ୍ କଟକଣା ଜାରି ରହିବ। ଏଥି ନିମନ୍ତେ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି।

Read More

ଭୁବନେଶ୍ବର: ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ଆଉ ଏକ ନୂଆ ନୂଆ ୱେବ୍ ସିରିଜ୍‌ “SIX” ଆସୁଅଛି। ଏହି ୱେବ୍‌ସିରିଜ୍‌ ର ଟ୍ରେଲର ରିଲିଜ୍‌ ପରେ ସବୁ ଦର୍ଶକଙ୍କ ମୁଁହରେ ଗୋଟିଏ କଥା ଏ ସିରିଜ୍‌ ଯେବେ ରିଲିଜ୍‌ ହବ ଓଡିଶା ଚଳଚିତ୍ର ଜଗତରେ ଆଉ ଏକ ପରିବର୍ତ୍ତିନର ଧାରା ସୃଷ୍ଟି ହବ। ଏହାକୁ ନେଇ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାର କ୍ରିଏଟିଭ୍ ଟିମ୍ କୁହନ୍ତି: ଏହି ୱେବ୍‌ସିରିଜ୍‌ରେ ଆପଣ ମାନେ ଦେଖିପାରିବେ ଗୋଟେ ପରିବାରରୁ ସମସ୍ତ ୬ ସଦସ୍ୟଙ୍କର ଗୋଟିଏ ଦିନରେ ମୃତ୍ୟୁ। ଏବେ ସବୁ ଆଡେ ଚର୍ଚା, ଏହା ଆତ୍ମ୍ୟ ହତ୍ୟା ନା ଗଣହତ୍ୟା? ଏହି ମୃତ୍ୟୁକୁ ନେଇ ସରକାର ଥରହର। ବର୍ତ୍ତମାନ ପୋଲିସ୍ ର ତଦନ୍ତକୁ ନେଇ ପ୍ରଶ୍ନବାଚୀ? ତଦନ୍ତ ଭାରପ୍ରାପ୍ତ ଅଧିକାରୀ ଏବେ ଚକ୍ରବ୍ୟୁହରେ। ଏବେ ତଦନ୍ତ କରୁଥିବା ପୋଲିସ କଣ କରିବ? ଏ ମୃତ୍ୟୁ କାଣ୍ଡ ଉପରୁ ପରଦା ଉଠେଇବ? ନା ଅନେକ ବଡ ବଡ ଲୋକମାନଙ୍କୁ ବଞ୍ଚେଇବା…

Read More

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଠାରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ତଥା ବିରୋଧୀ ଦଳର ଉପନେତା ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର‌୍ୟ୍ୟବଂଶୀ ସୂରଜଙ୍କ ପାଇଁ ପଦଯାତ୍ରା ମାଧ୍ୟମରେ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅକ୍ଟୋବର ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ଆସନ୍ତାକାଲି ଧାମନଗର ବ୍ଲକର ଦୋବଲ ବଜାରରୁ ପଦଯାତ୍ରା ଆରମ୍ଭ କରି ଧାମନଗର ଏନଏସିର ମେଡିକାଲ ବଜାର, କୋଠାର ଗ୍ରାମ ପଞ୍ଚାୟତର କୋଠାର ଛକ ଓ ଅସୁରାଳୀରେ ପ୍ରଚାର କରିବେ । ପରେ ଶହୀଦ ନଗର ସ୍ଥିତ ଲୁଣିଆ ଶହୀଦ ପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ସେହି ସ୍ଥାନରେ ଶ୍ରୀ ପ୍ରଧାନଙ୍କ ପ୍ରଚାର କରିବାର କାର‌୍ୟ୍ୟକ୍ରମ ରହିଛି । ସେହିପରି ଅକ୍ଟୋବର ୨୯ରେ ତିହିଡି…

Read More

ଭୁବନେଶ୍ୱର: ଏକ ନବଜାତ ଶିଶୁର ପେଟରୁ ଅସ୍ତ୍ରୋପଚାର ଜରିଆରେ ଏକ ବଡ଼ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ। ଏ ନେଇ ସମ୍ମମ୍ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଶିଶୁ କନ୍ୟାଟିର ପେଟଟି ଫୁଲିଥିବାର ଦେଖି ତା’ର ପିତାମାତା ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନେଇଥିଲେ। ଜନ୍ମ ସମୟରେ ଶିଶୁଟିର ଓଜନ ଅଢ଼େଇ କେଜି ଥିବା ବେଳେ ଜନ୍ମ ହେବାର ଦ୍ୱିତୀୟ ଦିନରୁ ହିଁ ସ୍ତନ୍ୟପାନ କରିବାରେ ସମସ୍ୟା ଉପୁଜିଥିଲା ବୋଲି କହିଛନ୍ତି ହସ୍ପିଟାଲ୍‌ର ଶିଶୁରୋଗ ଏବଂ ନିଓନାଟୋଲଜି ବିଭାଗର ସିନିୟର୍ କନ୍‌ସଲଟାଂଟ ଡାକ୍ତର ପ୍ରଦୀପ କୁମାର ଦେ। ପୁଙ୍ଖାନୁପୁଙ୍ଖ ପରୀକ୍ଷା ନିରୀକ୍ଷା ପରେ ଶିଶୁର ପେଟରେ ଏକ ବଡ଼ ଅପରିପକ୍ୱ ଟ୍ୟୁମର (ଇମ୍ୟାଚ୍ୟୁର ଟେରାଟୋମା) ଥିବାର ଜଣାପଡ଼ିଥିଲା। ତେଣୁ ଅସ୍ତ୍ରୋପଚାର ଜରିଆରେ ଟେରାଟୋମାଟିକୁ ବାହାର କରାଯିବା ନିଷ୍ପତି ନିଆଯାଇଥିଲା ବୋଲି ଡାକ୍ତର ଦେ କହିଛନ୍ତି। ଏହି ଟେରାଟୋମା ହେଉଛି କୋଷିକାଗୁଡ଼ିକୁ ନେଇ ଗଠିତ ଏକ ଟ୍ୟୁମର…

Read More

ନୂଆଦିଲ୍ଲୀ: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ବିଭିନ୍ନ ଉଦ୍ୟାନ କୃଷି ଫସଲର କ୍ଷେତ୍ର ଏବଂ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି କରାଯାଇଛି। ଏହାର ତଥ୍ୟ ଅନୁଯାୟୀ, ୨୮.୦୮ ନିୟୁତ ହେକ୍ଟର କ୍ଷେତ୍ରରେ ୩୪୨.୩୩ ନିୟୁତ ଟନ ଉତ୍ପାଦନ ନେଇ ଆକଳନ କରାଯାଇଛି ଯାହାକି ଏକ ରେକର୍ଡ। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏହି ଉପଲବ୍ଧି ପାଇଁ ଉଦ୍ୟାନ କୃଷି କ୍ଷେତ୍ରର ଚାଷୀ, ବୈଜ୍ଞାନିକ ଏବଂ ଉଦ୍ୟାନ କୃଷି ବିଭାଗର ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସରକାର ଏବଂ ଅନ୍ୟ ସରକାରୀ ଏଜେନ୍ସି ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ୨୦୨୧-୨୨ ବର୍ଷ ପାଇଁ ଉଦ୍ୟାନ କୃଷି ଫସଲର କ୍ଷେତ୍ର ଏବଂ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି କରାଯାଇଛି। ଏହାର ତଥ୍ୟ ନିମ୍ନରେ ଦିଆଗଲା- ମୋଟ୍‌ ଉଦ୍ୟାନ କୃଷି…

Read More

ଭୁବନେଶ୍ୱର: ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ତାରିଖ ଘୋଷଣା ହେଲା ଦିନଠାରୁ ଅର୍ଥାତ୍‌ ଅକେଫାବର ୩ ତାରିଖଠାରୁ ଆଦର୍ଶ ଆଚରଣବିଧି ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଜିଲ୍ଲାରେ ଏହା ବଳବତ୍ତର ରହିଛି। ଆଦର୍ଶ ଆଚରଣବିଧି ହେଉଛି ଏକ ନିର୍ଦ୍ଦେଶିତ ନିୟମ ଯାହାକି ନିର୍ବାଚନ ସମୟରେ ନିର୍ବାଚନ କାର୍ଯ୍ୟରେ ସଂପୃକ୍ତ ସମସ୍ତ ହିତାଧିକାରୀମାନେ ନିଶ୍ଚିତ ଭାବେ ପାଳନ କରିବେ । ଏପରିକି ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା ସମସ୍ତ ସରକାରୀ କର୍ମଚାରୀମାନେ ମଧ୍ୟ ଏହି ଆଦର୍ଶ ଆଚରଣବିଧିକୁ ମାନିବାକୁ ବାଧ୍ୟ ହୋଇଥାନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ପ୍ରଚାର କାର୍ଯ୍ୟ ଖୁବ୍‌ ଜୋରରେ ଚାଲୁଅଛି ଓ ଏହା ମଧ୍ୟରେ ରାଜନୈତିକ ଦଳମାନଙ୍କ ଦ୍ୱାରା ନିର୍ବାଚନ ପ୍ରଚାର ସମୟରେ…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ  ଗୁରୁବାର ଇଣ୍ଡୋନେସିଆର ବାଲି ଠାରେ ଅନୁଷ୍ଠିତ ଦ୍ୱିତୀୟ ଜି20 ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି । ସେ କହିଛନ୍ତି ଯେ, ଆମେ ବିଶ୍ୱ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ି ପାଇଁ ରହିବା ଅନୁକୂଳ ଏକ ଉନ୍ନତ ଏବଂ ସୁସ୍ଥ ପୃଥିବୀ ନିର୍ମାଣ ଲାଗି ସଂକଳ୍ପବଦ୍ଧ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରାଥମିକ କାର୍ଯ୍ୟଗୁଡ଼ିକର ଅଗ୍ରଗତି ଏବଂ ଆଗକୁ ସମ୍ପାଦନ କରାଯିବାକୁ ଥିବା କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ଲାଗି ଏହି ବୈଠକର ଆୟୋଜନ କରାଯାଇଛି। ଏହି ଅବସରରେ ଡକ୍ଟର ମନସୁଖ ମାଣ୍ଡଭିୟ  କହିଛନ୍ତି ଯେ, ଭବିଷ୍ୟତ ପାଇଁ ପ୍ରସ୍ତୁତ ଏକ ସହନଶୀଳ ବିଶ୍ୱ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମ ନିର୍ମାଣ ଦିଗରେ ଯୋଗଦାନ ପାଇଁ…

Read More

ଭୁବନେଶ୍ବର:  ଧାମନଗର ଉପନିର୍ବାଚନ ପ୍ରଚାର ବେଳେ ଯଦି କିଏ କେଉଁଠି ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଦୃଷ୍ଟିକୁ ଆସେ ତେବେ ଆପଣ ଫୋନ କରି ଅଭିଯୋଗ କରିପାରିବେ। ସେଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୁଇଜଣ ବରିଷ୍ଠ ଆଇଏଏସଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ସାଧାରଣ ପର୍ଯବେକ୍ଷକ ଭାବେ ପଶ୍ଚିମବଙ୍ଗ କ୍ୟାଡରର ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ନିରଞ୍ଜନ କୁମାର (ମୋବାଇଲ୍‌ ନଂ-୭୮୫୪୮୨୬୫୦୯)ଙ୍କୁ ନିଯୁକ୍ତ କରାଯାଇଥିବାବେଳେ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ରାଜସ୍ୱ ସେବାର ବରିଷ୍ଠ ଅଧିକାରୀ ପ୍ରଣେଶ୍‌ ଗୁପ୍ତାଙ୍କୁ (ମୋବାଇଲ୍‌ ନଂ-୮୨୬୦୭୪୫୬୨୬)ଙ୍କୁ ନିଯୁକ୍ତ କରାଯାଇଛି ବୋଲି ମୁଖ୍ୟ ନିିର୍ବାଚନ ଅଧିକାରୀ ଜଣାଇଛନ୍ତି ।

Read More

ଢେଙ୍କାନାଳ: ଓଡ଼ିଶାର ଯୁବପିଢ଼ିଙ୍କୁ ଆପ୍ରେଣ୍ଟଶିପ ପ୍ରଶିକ୍ଷଣ ଏବଂ ନିଯୁକ୍ତି ସୁଯୋଗ ଦେବା ଲାଗି ଆସନ୍ତା ୬ ନଭେମ୍ବର ୨୦୨୨, ରବିବାର ଦିନ ଢେଙ୍କାନାଳ ଠାରେ ‘କୌଶଳ ମହୋତ୍ସବ’ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ଅନୁରୂପ ଦେଶର ଯୁବପିଢ଼ିଙ୍କୁ କୌଶଳ ବିକାଶ ତାଲିମ ଦେବା ଉଦ୍ଦେଶ୍ୟରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ନିଜର ରଣନୈତିକ କାର‌୍ୟ୍ୟକାରିତା ଓ ଜ୍ଞାନ ସହଯୋଗୀ ଜାତୀୟ କୌଶଳ ବିକାଶ ନିଗମ (ଏନଏସଡିସି) ସହାୟତାରେ ଏହି କାର‌୍ୟ୍ୟକ୍ରମ ଆୟୋଜନ କରୁଛି। ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି। ସ୍କିଲ ଇଣ୍ଡିଆ ମିଶନ ଅଧୀନରେ କୌଶଳ ବିକାଶ ଜରିଆରେ ବିଭିନ୍ନ କ୍ଷେତ୍ରରେ ରହିଥିବା ସୁଯୋଗ ଯୋଗାଇ ଦେବା ଦ୍ବାରା ଯୁବଶକ୍ତିଙ୍କ ସଶକ୍ତିକରଣ କରାଯାଇପାରିବ। ରାଜ୍ୟରେ…

Read More

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ୍ ଶାହ ୨୭ ଓ ୨୮ ଅକ୍ଟୋବର ୨୦୨୨ ରେ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮, ଅକ୍ଟୋବର ୨୦୨୨ ରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଚିନ୍ତନ ଶିବିରକୁ ସମ୍ବୋଧିତ କରିବେ। ଦୁଇ ଦିନିଆ ଚିନ୍ତନ ଶିବିରରେ ଭାଗ ନେବା ପାଇଁ ସମସ୍ତ ରାଜ୍ୟର ଗୃହ ମନ୍ତ୍ରୀ ଏବଂ ସଂଘଶାସିତ ପ୍ରଦେଶର ଉପରାଜ୍ୟପାଳ ଏବଂ ପ୍ରଶାସକଙ୍କୁ ଆମନ୍ତ୍ରିତ କରାଯାଇଛି। ରାଜ୍ୟର ଗୃହ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସବଳ ଏବଂ କେନ୍ଦ୍ରୀୟ ପୁଲିସ୍ ସଙ୍ଗଠନର ମହାନିର୍ଦ୍ଦେଶକ ମଧ୍ୟ ଚିନ୍ତନ ଶିବିରରେ ଭାଗ ନେବେ। ଦୁଇ ଦିନର ଏହି ଚିନ୍ତନ ଶିବିରର ଉଦ୍ଦେଶ୍ୟ ହେଉଛି ‘‘ଭିଜନ୍ ୨୦୪୭’’ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବତନ୍ତ୍ରତା ଦିବସ ଭାଷଣରେ ଘୋଷିତ ପଞ୍ଚପ୍ରାଣର କାର‌୍ୟ୍ୟକାରୀ…

Read More

ଚାଣକ୍ୟ ନୀତି, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବାସସ୍ଥାନ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏପରି ଚାରୋଟି ସ୍ଥାନ ଅଛି ଯାହାକୁ ବର୍ଜନ କରିବା ଉଚିତ। ଅର୍ଥାତ ସେପରି ସ୍ଥାନରେ ବାସ କରିବା ଅନୁଚିତ। ସେହି ଚାରୋଟି ସ୍ଥାନ ହେଲା, ଯେଉଁ ସ୍ଥାନରେ ରହିଲେ ସମ୍ମାନ ମିଳିବ ନାହିଁ , ଯେଉଁଠି ଜୀବିକା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାରେ ବିଦ୍ୟା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାର ଲୋକେ ବନ୍ଧୁଭାବାପନ୍ନ ନୁହଁନ୍ତି। ଏପରି ସ୍ଥାନକୁ ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି। ଆପଣଙ୍କ ବାସସ୍ଥାନ ଏପରି ହେବା ଉଚିତ ଯେଉଁଠାରେ ସମ୍ମାନର ସହ ବଞ୍ଚି ହେବ। ଯେଉଁଠାରେ ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଥିବ। ଯଦି ନିଜ ପାଖରେ ପଢିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ସେଠାରେ ରହିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଶିକ୍ଷିତ ଏବଂ ଅସଭ୍ୟମାନେ…

Read More

ନୂଆଦିଲ୍ଲୀ: ଯେ କୈଣସି ବ୍ୟକ୍ତି ଯିଏ କି କୈଣସି ବିଶେଷ ଉତ୍ସବରେ କିମ୍ବା ବୁଧବାର କିମ୍ବା ଚତୁର୍ଥୀ ତିଥିରେ ଭଗବାନ ଶ୍ରୀ ଗଣେଶଙ୍କ ଚଉଦ ନାମ ଜପ କରନ୍ତି, ନିଶ୍ଚିତ ଭାବରେ ଆଶାତିତ ଫଳାଫଳ ପାଆନ୍ତି । ଯେଉଁମାନେ ଧନ ଚାହୁଁଛନ୍ତି ସେମାନେ ଧନ, ସୁଖ ଏବଂ ସମୃଦ୍ଧତା ପାଆନ୍ତି। ଆସନ୍ତୁ ଭଗବାନ ଗଣେଶଙ୍କ ଏହି ୧୪ ନାମ ମଧ୍ୟ ଜପ କରିବା- ଭଗବାନ ଗଣେଶଙ୍କର ୧୪ ନାମ:– ୧- ବିନୟକ, ୨- ଗଜାନନ, ୩- ଗଣେଶ, ୪- ଲମ୍ବୋଦର, ୫- ଏକଦନ୍ତ, ୬- ବକ୍ରତୁଣ୍ଡ, ୭- ବିଘ୍ନରାଜ,  ୮- ବିଶ୍ବରାଜ, ୯- ବୁଦ୍ଧିନାଥ, ୧୦- ବିକଟ, ୧୧- ହେରମ୍ବ, ୧୨- କୃଷ୍ଣପିଙ୍ଗାକ୍ଷ, ୧୩- ଅଖୁରଥ, ୧୪- ଭୂପତି।

Read More

ମେଷ ରାଶି- ଆଜି ଧାଁ ଧପଡ ଅଧିକ ହେବ। ଖରାପ ଖବର ମିଳିପାରେ। କଥାଭାଷାରେ ନିୟନ୍ତ୍ରଣ ରଖନ୍ତୁ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ସମାଜରେ ଆପଣ କାର୍ଯ୍ୟକଳାପକୁ ସମାଲୋଚନା କରାଯିବ। ସେଠାରେ ରାଜ୍ୟ ସମର୍ଥନ ରହିବ ଏବଂ ଏହି ଅଞ୍ଚଳର ଲୋକଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ବକ୍ତବ୍ୟରେ ସଂଯମତା ରଖନ୍ତୁ। ବୃଷ ରାଶି- କଠିନ ପରିଶ୍ରମ କଲେ ସଫଳ ହେବେ। ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବ। ଲାଭ ସୁଯୋଗ ଆସିବ। ଅପବ୍ୟବହାର ହୋଇଥିବା ଅର୍ଥ ମିଳିବ। ଛାତ୍ରମାନେ ପ୍ରତିଯୋଗିତାରେ ସଫଳତା ପାଇବେ। ବ୍ୟବସାୟ ଭଲ କରିବ। କାର୍ଯ୍ୟ ନିଷ୍ପତ୍ତିକୁ ଅତି ଶାନ୍ତ ଭାବରେ ବିଚାର କରିବା ଶୁଭ ଅଟେ। ମିଥୁନ ରାଶି- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ। ଆପଣ ଉତ୍ସାହଜନକ ସୂଚନା ପାଇବେ। ଗର୍ବିତ ହେବେ। ଚାକିରିରେ ଇଚ୍ଛାକୃତ ପଦୋନ୍ନତି ପାଇବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବନ୍ଦ ହୋଇ ପଡିଥିବା ଟଙ୍କା ମିଳିବ। ବ୍ୟବସାୟରେ ନୂତନ…

Read More

ନୂଆଦିଲ୍ଲୀ: ସମୁଦ୍ରରେ ଫସି ରହିଥିବା ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) । ଅକ୍ଟୋବର ୨୫ ତାରିଖରେ ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା (ଆଇଏମବିଏଲ) ନିକଟରୁ ଏହି ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଇଛି । ଏକ ସୁଗମ ସମନ୍ବିତ ସନ୍ଧାନ ଓ ଉଦ୍ଧାର କାର‌୍ୟ୍ୟ ସମ୍ପାଦନ କରି ଆଇସିଜି ସେମାନଙ୍କର ଜୀବନ ରକ୍ଷା କରିଛି । ‘‘ସିତ୍ରାଙ୍ଗ’’ ବାତ୍ୟା ପରେ ଭାରତୀୟ ତଟରକ୍ଷୀ ବାହିନୀର ଡୋର୍ଣ୍ଣିୟର ଏୟାରକ୍ରାଫ୍ଟ ସମୁଦ୍ରରେ ବୁଡ଼ିଯାଇଥିବା ମତ୍ସ୍ୟଜୀବୀମାନଙ୍କ ଡଙ୍ଗାକୁ ଦେଖିପାରିଥିଲା। ଏହାପରେ ସନ୍ଧାନ ଓ ଉଦ୍ଧାର (ଏସଏଆର) ଟିମକୁ ଖବର ଦିଆଯାଇଥିଲା। ଏହି ଟିମ୍ ତ୍ବରିତ ପଦକ୍ଷେପ ନେଇ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିଥିଲା ଏବଂ ପରେ ସେମାନଙ୍କୁ ବାଂଲାଦେଶ ତଟରକ୍ଷୀ ବାହିନୀକୁ ହସ୍ତାନ୍ତର କରାଯାଇଥିଲା। ‘‘ସିତ୍ରାଙ୍ଗ’’ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ସ୍ଥିତି ଅନୁଧ୍ୟାନ କରିବା ସହିତ ବାତ୍ୟା ଦ୍ବାରା ପ୍ରଭାବିତ ନାବିକମାନଙ୍କୁ ସହାୟତା ଯୋଗାଇ…

Read More

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ରାଜ୍ୟ କଂଗ୍ରେସର ଲିଗାଲ୍ କୁଇକ୍ ଆକ୍ସନ କମିଟିର ଅଧ୍ୟକ୍ଷ, ବରିଷ୍ଠ ଆଇନ୍‌ଜୀବୀ ଶ୍ରୀଯୁକ୍ତ ଶିବାନନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ଭବନରେ ଆୟୋଜିତ ଏହି ସମ୍ବାଦିକ ସମ୍ମିଳନୀରେ ଧାମନଗର ଉପନିର୍ବାଚନରେ ବିଜୁ ଜନତାଦଳ ଓ ଭାରତୀୟ ଜନତା ପାର୍ଟି ଦ୍ୱାରା ହେଉଥିବା ବିଭିନ୍ନ ଅନୈତିକ କାର୍ଯ୍ୟ, ସରକାରୀ କଳର ଅପବ୍ୟବହାର, ଅର୍ଥବଳ ଓ ବାହୁବଳ ପ୍ରୟୋଗ କରି ଭୋଟର ମାନଙ୍କୁ ଭୟଭୀତ କରିବା ସହିତ ଭୋଟ ବ୍ୟବଧାନ ଅଧିକ ହେଲେ ପୁରସ୍କୃତ କରିବା ପ୍ରଲୋଭନ ଦେଖାଇବା ଇତ୍ୟାଦି ବିରୁଦ୍ଧରେ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ବିଷୋଦ୍‌ଗାର କରିଥିଲେ । ଏହି ନିର୍ବାଚନକୁ ନିରପେକ୍ଷ ଉପାୟରେ କରାନଗଲେ, ଆଗାମୀ ଦିନରେ କଂଗ୍ରେସ ଦଳ ଦୃଢ଼ ପ୍ରତିବାଦ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବ ବୋଲି ଉପସ୍ଥିତ ସଦସ୍ୟବୃନ୍ଦ ସର୍ବୋପରି ମନୋଜ ନାୟକ, ମିତ୍ରଭାନୁ ମହାପାତ୍ର, ବରିଷ୍ଠ ନେତା ପ୍ରକାଶ…

Read More

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ବହିଷ୍ମାର ଏବଂ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଆସନ୍ତା ଶନିବାର ୨୯ ତାରିଖ ଦିନ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ନୱାଜ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ରହିଛି ବୋଲି ଅଭିଯୋଗ ହୋଇଛି। ତାଙ୍କର ଅଡିଓ ଭାଇରାଲ ହେବାରେ ଲାଗିଛି। ହେଲେ ଏ ପର୍ଯ୍ୟନ୍ତ ପୋଲିସ ତାଙ୍କୁ ତଦନ୍ତ ପରିସରକୁ ଆଣି ନାହିଁ। ଏହି ଦାବୀକରି ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବା ବୋଲି ନୱାଜ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ନଳିନୀକାନ୍ତ ନାୟକ, ରଞ୍ଜିତ ସେନାପତି ଓ ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Read More