Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡ. ପୁରୁଷୋତ୍ତମ ମିଶ୍ରଙ୍କୁ ପ୍ରଦାନ କରାଗଲା ‘ସୁରେଶ ସୃଜନ ସମ୍ମାନ’
ଆଜିର ଖବର

ଡ. ପୁରୁଷୋତ୍ତମ ମିଶ୍ରଙ୍କୁ ପ୍ରଦାନ କରାଗଲା ‘ସୁରେଶ ସୃଜନ ସମ୍ମାନ’

October 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡ. ପୁରୁଷୋତ୍ତମ ମିଶ୍ରଙ୍କୁ ପ୍ରଦାନ କରାଗଲା ‘ସୁରେଶ ସୃଜନ ସମ୍ମାନ’

ଭୁବନେଶ୍ୱର: ଉପଭୋକ୍ତାବାଦ ଓ ବଜାରୀକରଣ ଲୋକସଂସ୍କୃତି ସୁରକ୍ଷା କ୍ଷେତ୍ରରେ ବିରାଟ ଆହ୍ୱାନ ସୃଷ୍ଟି କରିଛି । ଲୋକସଂସ୍କୃତିରେ ଆମର ଐତିହ୍ୟ, କଳାତ୍ମକ ଗୁଣ, ତୃଣମୂଳ ବୈଚିତ୍ର୍ୟ ରହିଥିବାବେଳେ ଆମେ ଆଧୁନିକତା ଓ ବିକାଶ ଆଳରେ ଲୋକସଂସ୍କୃତିକୁ ଅଣଦେଖା କରିଚାଲିଛୁ ବୋଲି ବିଶିଷ୍ଟ ସଂସ୍କୃତି ବିଶାରଦ ତଥା ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ବ୍ରହ୍ମ ପ୍ରକାଶ ମତ ପ୍ରଦାନ କରିଛନ୍ତି ।

ବିଶିଷ୍ଟ ଲେଖକ, ସଂଗ୍ରାହକ, ନାଟ୍ୟକର୍ମୀ ତଥା ଲୋକସଂସ୍କୃତି ଗବେଷକ ସ୍ୱର୍ଗତ ସୁରେଶ ବଳବନ୍ତରାୟଙ୍କ ୬୮ତମ ଜନ୍ମତିଥି ଅବସରରେ ଆୟୋଜିତ ‘ସୁରେଶ ସମାବେଶ’ରେ ସ୍ମାରକ ବକ୍ତୃତା ପ୍ରଦାନ କରି ଡ. ବ୍ରହ୍ମ ପ୍ରକାଶ ଏହି ମର୍ମରେ ଲୋକସଂସ୍କୃତିର ସଂରକ୍ଷଣ ଦିଗରେ ନବଚେତନାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି ।

ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖ୍ୟାତିସଂପନ୍ନ ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା ଯୋଗଦେଇ ସ୍ୱର୍ଗତ ବଳବନ୍ତରାୟଙ୍କ ଜୀବନୀ ଓ କୃତିତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ଫାଉଣ୍ଡେସନ୍‌ର ସଭାପତି ଡ. ହରେକୃଷ୍ଣ ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ନାଟ୍ୟକାର, ଅଭିନେତା ଓ ସଂସ୍କୃତି-ଗବେଷକ ଅଧ୍ୟାପକ ଡ. ପୁରୁଷୋତ୍ତମ ମିଶ୍ରଙ୍କୁ ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନ କରାଯାଇଥିଲା । ଡ. ମିଶ୍ର ସମ୍ମାନପ୍ରାପ୍ତିରେ ଆପଣାର କୃତଜ୍ଞତା ପ୍ରକାଶ କରିଥିଲେ । ସ୍ୱର୍ଗତ ବଳବନ୍ତରାୟଙ୍କ ଦ୍ୱାରା ଅନୂଦିତ ନାଟକ ‘ଆଷାଢ଼ର ଦିନେ’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ କ୍ରମେ ମୁଖ୍ୟବକ୍ତା ଡ. ବ୍ରହ୍ମ ପ୍ରକାଶ ଆମର ଐତିହ୍ୟ, ସ୍ମୃତି, ଦେବଦେବୀ, ପର୍ବପର୍ବାଣି, ସ୍ଥାନୀୟତାକୁ ନିର୍ଭର କରି ବିଭିନ୍ନ ସମୟରେ ପ୍ରଚଳିତ ଲୋକସଂସ୍କୃତି ଉପାଦାନଗୁଡ଼ିକ ଉପରେ ପ୍ରାଞ୍ଜଳ ଭାବରେ ଆଲୋକପାତ କରିଥିଲେ । କଳା ଓ ସଂସ୍କୃତି ନେଇ ଆମର ଅବବୋଧ ଓ ଆଗ୍ରହ କ୍ରମେ କ୍ରମେ କମିଯିବା ବାବଦରେ ସେ କ୍ଷୋଭ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ଫାଉଣ୍ଡେସନ୍‌ ପକ୍ଷରୁ କବି ରକ୍ଷକ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂପାଦିକା ଡ. ଅନ୍ୟା ଅନୁରୂପା ବିବରଣୀ ଉପସ୍ଥାପନ କରିଥିଲେ । ଡ. ଶାଶ୍ୱତୀ ଜେନା ମାନପତ୍ର ପାଠ କରିଥିଲେ ଓ ଶେଷରେ ଭାଷା ବିଜ୍ଞାନୀ ଡ. ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

କବି ରକ୍ଷକ ନାୟକ ସଂଜୟ କୁମାର ଦାସବର୍ମା ସବ୍ୟସାଚୀ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

“ପର୍ଦ୍ଦାଫାସ୍ ହେଲା ରାହୁଲ ଗାନ୍ଧୀଙ୍କ ଏଜେଣ୍ଡା”: ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପିର ପ୍ରଥମ ପ୍ରତିକ୍ରିୟା

May 27, 2026

ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରୁଜୁ ହେବ ମାମଲା?: ଦିଲ୍ଲୀ ପୋଲିସଠାରୁ ଜବାବ ମାଗିଲେ କୋର୍ଟ 

May 27, 2026

ସିଦ୍ଧରମୈୟାଙ୍କୁ ରାହୁଲ ଗାନ୍ଧୀଙ୍କ ସିଧା ବାର୍ତ୍ତା: ପରିବର୍ତ୍ତନ ହେବ କି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ?

May 27, 2026

ବାଇଜୁର ପ୍ରତିଷ୍ଠାତା ରବିନ୍ଦ୍ରନଙ୍କୁ ୬ ମାସ ଜେଲ ଦଣ୍ଡ: ଜାଣନ୍ତୁ କାରଣ

May 27, 2026
Latest News

“ପର୍ଦ୍ଦାଫାସ୍ ହେଲା ରାହୁଲ ଗାନ୍ଧୀଙ୍କ ଏଜେଣ୍ଡା”: ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପିର ପ୍ରଥମ ପ୍ରତିକ୍ରିୟା

May 27, 2026

ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରୁଜୁ ହେବ ମାମଲା?: ଦିଲ୍ଲୀ ପୋଲିସଠାରୁ ଜବାବ ମାଗିଲେ କୋର୍ଟ 

May 27, 2026

ସିଦ୍ଧରମୈୟାଙ୍କୁ ରାହୁଲ ଗାନ୍ଧୀଙ୍କ ସିଧା ବାର୍ତ୍ତା: ପରିବର୍ତ୍ତନ ହେବ କି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ?

May 27, 2026

ବାଇଜୁର ପ୍ରତିଷ୍ଠାତା ରବିନ୍ଦ୍ରନଙ୍କୁ ୬ ମାସ ଜେଲ ଦଣ୍ଡ: ଜାଣନ୍ତୁ କାରଣ

May 27, 2026

“ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଜରୁରୀ: SIR ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.