Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଧନତରାସରେ ବୋହି ନେଲେ ପ୍ରାୟ ୩ କ୍ବିଣ୍ଟାଲ ସୁନା, ୧୫୦ କୋଟି ବେପାର
ଜାତୀୟ ଖବର

ଧନତରାସରେ ବୋହି ନେଲେ ପ୍ରାୟ ୩ କ୍ବିଣ୍ଟାଲ ସୁନା, ୧୫୦ କୋଟି ବେପାର

October 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧନତରାସରେ ବୋହି ନେଲେ ପ୍ରାୟ ୩ କ୍ବିଣ୍ଟାଲ ସୁନା, ୧୫୦ କୋଟି ବେପାର

ଭୁବନେଶ୍ବର: ଏଥର ଧନତରାସ୍ ସୁନା ବେପାରୀଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ। କାରଣ ଦୁଇବର୍ଷ ଧରି କରୋନାରେ ଦୋକାନ ବନ୍ଦ ଥିବାରୁ ବେପାର ହୋଇ ନ ଥିଲା। ହେଲେ ଏଥର ଧନତରାସ ସେମାନଙ୍କୁ ମାଲେମାଲ କରିଦେଇଛି। ଏକ ବେସରକାରୀ ହିସାବରୁ ଜଣାପଡିଛି ଯେ, ଏଥର ଧନତରାସରେ ଲୋକମାନେ ପ୍ରାୟ ୩ କ୍ବିଣ୍ଟାଲରୁ ଅଧିକ ସୁନା ବୋହି ନେଇଥିବାର ଜଣାପଡିଛି।

ଏହି ହିସାବରୁ ଜଣାପଡିଛି ଯେ, ଏଥର ସୁନା ଅଳଙ୍କାର ବେପାରୀ ପ୍ରାୟ ୧୫୦ କୋଟି ଟଙ୍କାର ବେପାର କରିଛନ୍ତି। ତେବେ ଆଶ୍ଟର‌୍ୟ୍ୟର କଥା ହେଉଛି ଯେ, କେବଳ ଭୁବନେଶ୍ବରରେ ପ୍ରାୟ ୨ କ୍ବିଣ୍ଟାଲ ସୁନା ବିକ୍ରି ହୋଇଯାଇଛି। ଭୁବନେଶ୍ବରର ସମସ୍ତ ସୁନା ଗହଣା ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ନାମଜାଦା ଦୋକାନଗୁଡିକରେ ଲୋକେ ଧାଡିବାନ୍ଧି ସୁନା କିଣୁଥିବାର ଦେଖାଯାଇଥିଲା।

ବିଶେଷ ଭାବେ ଧନତରାସରେ ଏକ ସୁନା ଜିନିଷ କିଣିବାର ବିଧି ରହିଥିବାରୁ ଅନେକ ଗ୍ରହାକ ତାହା ପାଳନ ପାଇଁ ଛୋଟ ଛୋଟ ଜିନିଷ କିଣୁଥିବାର ଦେଖାଯାଇଛି। ସେଥିରେ ରହିଛି ଛୋଟ କାନଫୁଲ, ଝରା, ନାକଫୁଲ, ବ୍ରେସଲେଟ, ସରୁ ଚେନ, ପତଳା ମୁଦି କିଣିଥିବାର ଜଣାପଡିଛି। କାରଣ ଏଗୁଡିକର ଦାମ କମ ରହିବ। ହେଲେ ବଡବଡ ଗ୍ରାହକ ସୁନା ହାର, ଓଜନିଆ ଚେନ, ମୁଦି ଅଣ୍ଟାସୁତା ପ୍ରଭୃତି କିଣିଛନ୍ତି।

ଭୁବନେଶ୍ବର ବ୍ୟତିତ ଅନ୍ୟ ଯେଉଁ ସହରରେ ସୁନା ବିକ୍ରି ହୋଇଛି ସେଗୁଡିକ ମଧ୍ୟରେ ରହିଛି ବ୍ରହ୍ମପୁର, ରାଉରକେଲା, କଟକ, ଜୟପୁର, ଅନୁଗୁଳ, ଝାରସୁଗୁଡା ଏବଂ ବାଲେଶ୍ବରରେ ମଧ୍ୟ ସୁନା ବେପାର ବେଶ ଜମିଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ଏଥର ସୁନା ବିକ୍ରି ପରିମାଣ ପ୍ରାୟ ୧୦ ଗୁଣ ବୃଦ୍ଧି ପାଇଛି। ବଡବଡ ଦୋକାନକୁ ଛାଡି ଦେଲେ ଛୋଟଛୋଟ ଦୋକାନଗୁଡିକର ବେପାର ମଧ୍ୟ ବେଶ ଜମି ଯାଇଛି।

ଚଳିତ ବର୍ଷ ବେପାର ଭଲ ଜମିବ ବୋଲି ଆଶା କରି ଏଥର ସୁନା ଗହଣା ଦୋକାନୀ ଗ୍ରାହକଙ୍କ ଲୋଭନୀୟ ଅଫର ମଧ୍ୟ ପ୍ରଦାନ କରିଛନ୍ତି। ମୁଖ୍ୟତଃ ଗଢା ମଜୁରୀ ଛାଡ ସହିତ ଦଶ ହଜାର ଟଙ୍କାରୁ ଅଧିକ ଜିନିଷ କିଣିଲେ ଏକ ସୁନା ମୁଦ୍ରା ମାଗଣ ଉପହାର ଦେବାପରି ଅଫର ମଧ୍ୟ ଲାଗୁ କରିଥିଲେ। ଅନେକ ଗ୍ରାହକ ସୁନା ଗହଣା ସହିତ ହୀରା, ପ୍ଲାଟିନିୟମ ଗହଣା ମଧ୍ୟ କିଣିଥିବାର ଜଣାପଡିଛି।

ଏଥର ଧନତରାସରେ ସୁନା ପେ ସୁହାଗା ପରି ସୁବିଧା ଉପଲବ୍ଧ ଥିଲା। କାରଣ ଏଥର ଧନତରାସରେ ସୁନା ମୂଲ୍ୟ ପ୍ରାୟ ୫ ହଜାର ଟଙ୍କା କମ ରହିଥିଲା। ପୂର୍ବରୁ ୨୨ କ୍ୟାରେଟ ସୁନା ମୂଲ୍ୟ ପ୍ରାୟ ୫୨ ହଜାର ପାଖାପାଖି ରହିଥିଲା। ହେଲେ ଧନତରାସ ବେଳକୁ ଏହି ମୂଲ୍ୟ ପ୍ରାୟ ୪୭ ହଜାର ଟଙ୍କା ରହିଥିଲା। ଫଳରେ ଏଥର ଧନତରାସ ଉଭୟ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ।

Dhantarash ଧନତରାସ୍ ସୁନା ଗହଣା ସୁନା ଦୋକାନ
Share. Facebook Twitter LinkedIn Email WhatsApp Copy Link

Related Posts

ଅନଶନ ସମାପ୍ତ କରିବାକୁ ସୋନମ ୱାଙ୍ଗଚୁକ୍ ପ୍ରସ୍ତୁତ: ସରକାରଙ୍କ ନିକଟରେ ରଖିଲେ ସର୍ତ୍ତ

July 22, 2026

ଲାଠିଚାର୍ଜ ସହ ଜଡିତ ମାମଲାର ଶୁଣାଣି ଉପରେ CJP କ୍ଷୁବ୍ଧ: CJI ଙ୍କୁ ଟାର୍ଗେଟ

July 22, 2026

ପୁଣି କେବେ ଏକାଠି ଖେଳିବେ ରୋହିତ ଏବଂ ବିରାଟ: ଜାଣନ୍ତୁ ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

July 22, 2026

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ସହିଦ

July 22, 2026
Latest News

ଅନଶନ ସମାପ୍ତ କରିବାକୁ ସୋନମ ୱାଙ୍ଗଚୁକ୍ ପ୍ରସ୍ତୁତ: ସରକାରଙ୍କ ନିକଟରେ ରଖିଲେ ସର୍ତ୍ତ

July 22, 2026

ଲାଠିଚାର୍ଜ ସହ ଜଡିତ ମାମଲାର ଶୁଣାଣି ଉପରେ CJP କ୍ଷୁବ୍ଧ: CJI ଙ୍କୁ ଟାର୍ଗେଟ

July 22, 2026

ପୁଣି କେବେ ଏକାଠି ଖେଳିବେ ରୋହିତ ଏବଂ ବିରାଟ: ଜାଣନ୍ତୁ ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

July 22, 2026

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ସହିଦ

July 22, 2026

ମହିଳା ସାଂସଦମାନଙ୍କୁ ଦୁର୍ବ୍ୟବହାର ମାମଲା: ସମଗ୍ର ମୌସୁମୀ ଅଧିବେଶନରୁ କଲ୍ୟାଣ ବାନାର୍ଜୀ ନିଲମ୍ବିତ

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.