Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଧନତରାସରେ ବୋହି ନେଲେ ପ୍ରାୟ ୩ କ୍ବିଣ୍ଟାଲ ସୁନା, ୧୫୦ କୋଟି ବେପାର

ଭୁବନେଶ୍ବର: ଏଥର ଧନତରାସ୍ ସୁନା ବେପାରୀଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ। କାରଣ ଦୁଇବର୍ଷ ଧରି କରୋନାରେ ଦୋକାନ ବନ୍ଦ ଥିବାରୁ ବେପାର ହୋଇ ନ ଥିଲା। ହେଲେ ଏଥର ଧନତରାସ ସେମାନଙ୍କୁ ମାଲେମାଲ କରିଦେଇଛି। ଏକ ବେସରକାରୀ ହିସାବରୁ ଜଣାପଡିଛି ଯେ, ଏଥର ଧନତରାସରେ ଲୋକମାନେ ପ୍ରାୟ ୩ କ୍ବିଣ୍ଟାଲରୁ ଅଧିକ ସୁନା ବୋହି ନେଇଥିବାର ଜଣାପଡିଛି।

ଏହି ହିସାବରୁ ଜଣାପଡିଛି ଯେ, ଏଥର ସୁନା ଅଳଙ୍କାର ବେପାରୀ ପ୍ରାୟ ୧୫୦ କୋଟି ଟଙ୍କାର ବେପାର କରିଛନ୍ତି। ତେବେ ଆଶ୍ଟର‌୍ୟ୍ୟର କଥା ହେଉଛି ଯେ, କେବଳ ଭୁବନେଶ୍ବରରେ ପ୍ରାୟ ୨ କ୍ବିଣ୍ଟାଲ ସୁନା ବିକ୍ରି ହୋଇଯାଇଛି। ଭୁବନେଶ୍ବରର ସମସ୍ତ ସୁନା ଗହଣା ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ନାମଜାଦା ଦୋକାନଗୁଡିକରେ ଲୋକେ ଧାଡିବାନ୍ଧି ସୁନା କିଣୁଥିବାର ଦେଖାଯାଇଥିଲା।

ବିଶେଷ ଭାବେ ଧନତରାସରେ ଏକ ସୁନା ଜିନିଷ କିଣିବାର ବିଧି ରହିଥିବାରୁ ଅନେକ ଗ୍ରହାକ ତାହା ପାଳନ ପାଇଁ ଛୋଟ ଛୋଟ ଜିନିଷ କିଣୁଥିବାର ଦେଖାଯାଇଛି। ସେଥିରେ ରହିଛି ଛୋଟ କାନଫୁଲ, ଝରା, ନାକଫୁଲ, ବ୍ରେସଲେଟ, ସରୁ ଚେନ, ପତଳା ମୁଦି କିଣିଥିବାର ଜଣାପଡିଛି। କାରଣ ଏଗୁଡିକର ଦାମ କମ ରହିବ। ହେଲେ ବଡବଡ ଗ୍ରାହକ ସୁନା ହାର, ଓଜନିଆ ଚେନ, ମୁଦି ଅଣ୍ଟାସୁତା ପ୍ରଭୃତି କିଣିଛନ୍ତି।

ଭୁବନେଶ୍ବର ବ୍ୟତିତ ଅନ୍ୟ ଯେଉଁ ସହରରେ ସୁନା ବିକ୍ରି ହୋଇଛି ସେଗୁଡିକ ମଧ୍ୟରେ ରହିଛି ବ୍ରହ୍ମପୁର, ରାଉରକେଲା, କଟକ, ଜୟପୁର, ଅନୁଗୁଳ, ଝାରସୁଗୁଡା ଏବଂ ବାଲେଶ୍ବରରେ ମଧ୍ୟ ସୁନା ବେପାର ବେଶ ଜମିଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ଏଥର ସୁନା ବିକ୍ରି ପରିମାଣ ପ୍ରାୟ ୧୦ ଗୁଣ ବୃଦ୍ଧି ପାଇଛି। ବଡବଡ ଦୋକାନକୁ ଛାଡି ଦେଲେ ଛୋଟଛୋଟ ଦୋକାନଗୁଡିକର ବେପାର ମଧ୍ୟ ବେଶ ଜମି ଯାଇଛି।

ଚଳିତ ବର୍ଷ ବେପାର ଭଲ ଜମିବ ବୋଲି ଆଶା କରି ଏଥର ସୁନା ଗହଣା ଦୋକାନୀ ଗ୍ରାହକଙ୍କ ଲୋଭନୀୟ ଅଫର ମଧ୍ୟ ପ୍ରଦାନ କରିଛନ୍ତି। ମୁଖ୍ୟତଃ ଗଢା ମଜୁରୀ ଛାଡ ସହିତ ଦଶ ହଜାର ଟଙ୍କାରୁ ଅଧିକ ଜିନିଷ କିଣିଲେ ଏକ ସୁନା ମୁଦ୍ରା ମାଗଣ ଉପହାର ଦେବାପରି ଅଫର ମଧ୍ୟ ଲାଗୁ କରିଥିଲେ। ଅନେକ ଗ୍ରାହକ ସୁନା ଗହଣା ସହିତ ହୀରା, ପ୍ଲାଟିନିୟମ ଗହଣା ମଧ୍ୟ କିଣିଥିବାର ଜଣାପଡିଛି।

ଏଥର ଧନତରାସରେ ସୁନା ପେ ସୁହାଗା ପରି ସୁବିଧା ଉପଲବ୍ଧ ଥିଲା। କାରଣ ଏଥର ଧନତରାସରେ ସୁନା ମୂଲ୍ୟ ପ୍ରାୟ ୫ ହଜାର ଟଙ୍କା କମ ରହିଥିଲା। ପୂର୍ବରୁ ୨୨ କ୍ୟାରେଟ ସୁନା ମୂଲ୍ୟ ପ୍ରାୟ ୫୨ ହଜାର ପାଖାପାଖି ରହିଥିଲା। ହେଲେ ଧନତରାସ ବେଳକୁ ଏହି ମୂଲ୍ୟ ପ୍ରାୟ ୪୭ ହଜାର ଟଙ୍କା ରହିଥିଲା। ଫଳରେ ଏଥର ଧନତରାସ ଉଭୟ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦାମ୍ ହ୍ରାସ ହେବାରୁ ସୁନା ଦୋକାନରେ ଗ୍ରାହକଙ୍କ ଭିଡ: ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ନୂଆଦିଲ୍ଲୀ: ଦାମ୍ ହ୍ରାସ ହେବାରୁ ସୁନା ଦୋକାନରେ ବହୁ ସଂଖ୍ୟାରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି। ଗୁଜୁରାଟ ସୂରଥର ଏକ ଦୁକାନରେ ସୁନା କିଣିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।

ଉଲ୍ଲେଖ ଯୋଗ୍ୟ ଯେ, ଯେତେବେଳେ ଦେଶରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା, ସେତେବେଳ ସୁନାର ମୂଲ୍ୟ ୩୭ ହଜାର ଟଙ୍କା ଥିଲା। ତାପରେ ସୁନା ମୂଲ୍ୟରେ ବୃଦ୍ଧି ହୋଇ ୫୦ ହଜାର ଅତିକ୍ରମ କରିଥିଲା। ଅଗଷ୍ଟ ୨୦୨୦ ସୁଦ୍ଧା ଦେଶରେ ସୁନାର ମୂଲ୍ୟ ୫୬ ହଜାର ୨୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। କିନ୍ତୁ ବିଗତ ୭ ମାସ ଧରି ସୁନାର ମୂଲ୍ୟରେ ହ୍ରାସ ପାଇ ବର୍ତ୍ତମାନ (ଦିଲ୍ଲୀ)୪୪ ହଜାର ୭୧୦ ଟଙ୍କାରେ ପହଞ୍ଚିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସହରରେ ସକ୍ରିୟ ଲୁଟେରା: ପୁଣି ଛାତ କଣା କରି ଲୁଟିଲେ ସୁନା ଦୋକାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସେହି ପୁରୁଣା ପ୍ଲାନ, ସେମିତି ଢ଼ଂଗରେ ଆଜି ଆଉ ଗୋଟିଏ ବଡ଼ ସୁନା ଦୋକାନକୁ ଲୁଟ୍ କରିଛନ୍ତି ଲୁଟେରାମାନେ। ଗତ ଅକ୍ଟୋବର ୩୦ ତାରିଖରେ ବଡ଼ବଜାର ବିକାଶ ଜୁଏଲର୍ସର ଲୁଟ୍ ଘଟଣାର କିଛି ଦିନ ବ୍ୟବଧାନ ପରେ ଆଜି ପୁଣି ଲୁଟେରାମାନେ ବଡ଼ବଜାର ଅଂଚଳର କେଶବ ଜୁଏଲର୍ସକୁ ଟାର୍ଗେଟ୍ କରି ଲୁଟ୍ କରିଛନ୍ତି। ଏହି ଘଟଣାରେ ପୋଲିସ୍‌ର ହାତ ଖାଲିଥିବାବେଳେ ଆଜିର ଘଟଣା ବ୍ରହ୍ମପୁର ପୋଲିସ୍‌ର ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି।

ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ଗଂଜାମ ଜୁଏଲର୍ସ ଏସୋସିଏସନ୍‌ର ସଭାପତି ତଥା କେଶବ ଜୁଏଲର୍ସ ମାଲିକ ପି. ସତ୍ୟନାରାୟଣ ସେନାପତି ତାଙ୍କ ବଡ଼ବଜାରରେ ଥିବା ଦୋକାନ ଖୋଲିବା ବେଳେ ଦୋକାନରୁ ସୁନା ଗହଣା ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ। ଦୋକାନ ମଧ୍ୟରେ ଥିବା ତିନୋଟି କାଉଣ୍ଟରର ଡ଼୍ର ଭଂଗା ଯାଇ ସେଥିରେ ଥିବା ୪୦୦ ଗ୍ରାମ ସୁନା ଅଳଙ୍କାର, ୧ଲକ୍ଷ ୩୦ ହଜାର ନଗଦ ଟଙ୍କା ଲୁଟ୍ ହୋଇଥିଲା। ଲୁଟେରାମାନେ ଗତ ରାତିରେ ଛାତ ଉପରକୁ ଦୋକାନ ମଧ୍ୟକୁ ପ୍ରବେଶ କରି ଏହି ଲୁଟ୍ କରିବାରେ ସଫଳ ହୋଇଛନ୍ତି।

ଖବରପାଇ ବଡ଼ବଜାର ପୋଲିସ୍ ସହ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ସଂପୂର୍ଣ୍ଣ ରୂପେ ଅନୁସନ୍ଧାନ କରିଥିଲେ। ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି ଅତିଶୀଘ୍ର ଲୁଟେରାମାନେ ଧରାପଡ଼ିବେ ବୋଲି ଏସ୍‌ପି କହିଛନ୍ତି। ଦୋକାନା ମାଲିକଙ୍କ ଶ୍ରୀ ସେନାପତିଙ୍କ ଅଭିଯୋଗରେ ବଡ଼ବଜାର ଥାନା କେସ ନଂ ୨୫୯/୨୦୨୦ରେ ମାମଲା ରୁଜୁ ହୋଇ ଘଟଣାର ଅନୁସନ୍ଧାନ ଜାରି ରହିଛି।

ଲୁଟେରାମାନେ ବାରମ୍ବାର ସହରର ସୁନା ଦୋକାନକୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ କରୁଥିବାରୁ ସୁନା ବ୍ୟବସାୟୀମାନେ ବର୍ତ୍ତମାନ ଭୟଭୀତ ହୋଇପଡ଼ିଛନ୍ତି। କିଛିଦିନ ତଳେ ବ୍ରହ୍ମପୁର ସହରର ବିଭିନ୍ନ ଥାନା ଅଂଚଳରୁ ଲୁଟ୍ କରୁଥିବା ଲୁଟେରାଙ୍କୁ ପୋଲିସ୍ ଧରିବା ପରେ ମଧ୍ୟ ବିକାଶ ଜୁଏଲର୍ସ ଘଟଣାର ପର୍ଦ୍ଦାଫାସ ହୋଇପାରିନଥିଲା। ତେବେ ଏତେ ସୁରକ୍ଷିତ ଥିବା କେଶବ ଜୁଏଲର୍ସରୁ ଚୋରମାନେ କିଭଳି ଲୁଟ୍ କଲେ ତାହା ଆଶ୍ଚର୍ଯ୍ୟଚକିତ କରିଛି। ଦୋକାନର ଉପର ମହଲାରେ ଥିବା ଏକ ୯ ଇଞ୍ଚର ଭେଣ୍ଟିଲେସନ୍‌ରେ ଦିଆଯାଇଥିବା ୨୦ ଏମ୍‌ଏମ୍ ଲୁହାରଡ଼୍‌କୁ କାଟି ଅଳ୍ପ ଜାଗାରେ ସେମାନେ ଭିତରେ ପଶି ଏହି ଲୁଟ୍ କରିଥିଲେ। ସିସି ଟିଭି ଫୁଟେଜ୍‌କୁ ମଧ୍ୟ କିଛି ପରିମାଣରେ ନଷ୍ଟ ସେମାନେ କରିଛନ୍ତି। ଲକ୍‌ରରେ ଥିବା ସୁନାକୁ ସେମାନେ ଲୁୁଟ୍ କରିପାରିନାହାନ୍ତି।

ତେବେ ଏହି ଲୁଟ୍ ଘଟଣାରେ କିଛି ପରିଚିତ ଲୋକ ସାମିଲ୍ ଥିବା ପୋଲିସ୍ ଅନୁମାନ କରୁଛି। କାରଣ ଯେଉଁ ଢ଼ଂଗରେ ଲୁଟ୍ ହୋଇଛି ଏହାର ଏକ ବ୍ଲିୁ ପ୍ରିଣ୍ଟ ପୂର୍ବରୁ ନିଶ୍ଚୟ ପ୍ରସ୍ତୁତ କରାଯାଇଥିବ। ତେବେ କେତେ ଦିନ ମଧ୍ୟରେ ପୋଲିସ୍ ଏହି ଘଟଣାର ପର୍ଦ୍ଦାଫାସ କରୁଛି ଦେଖିବାକୁ ବାକି ରହିଲା।